
ପୁରୀ: ରାଜ୍ୟରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ୪୮ ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଛି। ପ୍ରତି ଶନିବାର, ରବିବାର ୨ ଦିନ ପାଇଁ ୧୧ଟି ଜିଲ୍ଲା ହେବ ସଟଡାଉନ। ଏହି ୧୧ ଜିଲ୍ଲା ମଧ୍ୟରେ ପୁରୀ ଥିଲେ ହେଁ ସଟ୍ଡାଉନ କଟକଣା ପୁରୀରେ ସାମାନ୍ୟ କୋହଳ କରାଯାଇଛି। ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଦୁଇଦିନ ପାଇଁ ପୁରୀରେ ୧୪୪ ଧାରା ଜାରି କରାଯାଇଥିଲା। ଦୁଇଦିନ ଧରି ଘରୁ ବାହରି ପାରି ନ ଥିଲେ ପୁରୀ ବାସିନ୍ଦା । ତେଣୁ […]
ପୁରୀ:ଆସୁଛି ପୁରୀରଥ ଯାତ୍ରା। ତା’ ପୂର୍ବରୁ ସ୍ନାନଯାତ୍ରା। ଏହି ସମୟରେ ସାଧାରଣତଃ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟେ। ହେଲେ ଏଥର ପରିସ୍ଥିତି ଭିନ୍ନ। କରୋନାକୁ ସଂକ୍ରମଣକୁ ନେଇ ସାରା ଦେଶରେ ୪ର୍ଥ ପର୍ଯ୍ୟାୟ ଲକ୍ଡାଉନ ଜାରି ରହିଛି। ୫ମ ପର୍ଯ୍ୟାୟ ଲକ୍ଡାଉନ ଘୋଷଣା କରାଯିବାର ସମ୍ଭାବନା ମଧ୍ୟ ରହିଛି। କିଛି ଦିନ ଟ୍ରେନ, ବସ୍ ଚଳାଚଳ ବନ୍ଦ ରହିବା ପରେ ଏବେ ସ୍ୱାଭାବିକ ରହିଛି। ତେଣୁ ପୁରୀରେ ପର୍ଯ୍ୟଟକଙ୍କ ଭିଡ ଜମିବାର ସମ୍ଭାବନା ରହିଛି। ଏପରି ପରିପ୍ରେକ୍ଷୀରେ […]
ପୁରୀ: ରଥଯାତ୍ରା ହେବ କି ନାହିଁ ଏ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଏଯାଏ ଦୂର ହୋଇ ପାରିନାହିଁ। ଏ ନେଇ ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ସହ ଗତକାଲି ଆଲୋଚନା କରିଛନ୍ତି ବରିଷ୍ଠ ଦଇତାପତି ସେବାୟତ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଆଲୋଚନାରେ ରଥଯାତ୍ରା କରିବା ପାଇଁ ଦଇତାପତି ଗଜପତିଙ୍କୁ ଅନୁରୋଧ କରିଛନ୍ତି । ପୁରୀ ଗ୍ରୀନ୍ ଜୋନ୍ରେ ଥିବାରୁ ସରକାରକଙ୍କ ଗାଇଡଲାଇନ୍ ଅନୁଯାୟୀ ପଦକ୍ଷେପ ନେବା ସପକ୍ଷରେ ମତ ଦେଇଛନ୍ତି ସେବାୟତ। ଅନ୍ୟପଟେ ନନ୍ଦିଘୋଷ ରଥର […]
କୁମ୍ଭାରପଡା ସାହିର ମିଶ୍ର ଲେନ ଦେଇ ବଡଶଙ୍ଖରୁ ବାନାମ୍ବର ଛକ, ପୁରୁଣା ନବକଳେବର ରୋଡ ଦେଇ ବାନାମ୍ବର ଛକ ଠାରୁ ମାଟିଆପଡା ଛକ, ମାଟିଆପଡା ଛକ ଠାରୁ ଆଶୁତୋଷ ମଠ ଛକ, ଆଶୁତୋଷ ମଠ ଛକ ଠାରୁ ନୀଳକଣ୍ଠ ମନ୍ଦିର ଛକ, ନୀଳକଣ୍ଠ ମନ୍ଦିର ଛକ ଠାରୁ ବଡଶଙ୍ଖ ପର୍ଯ୍ୟନ୍ତ ଏହି କଟକଣା ଆସନ୍ତାକାଲି ସକାଳ ୬ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।