• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "183" result for "ଅଷ୍ଟ୍ରେଲିଆ" in https://otvkhabar.in

gabguly
ଗାଙ୍ଗୁଲିଙ୍କ ପ୍ରସ୍ତାବକୁ ସମର୍ଥନ କଲା ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଦ୍ୱାରା ଦିନିକିଆ ‘ସୁପର୍ ସିରିଜ୍‌’ ପ୍ରସ୍ତାବକୁ କ୍ରିକେଟ୍ ଅଷ୍ଟ୍ରେଲିଆ ସମର୍ଥନ କରିଛି। କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ)ର ମୁଖ୍ୟ କାର୍ଯ୍ୟକାରୀ କେଭିନ୍ ରବର୍ଟ୍ସ ଗାଙ୍ଗୁଲିଙ୍କ ଚତୁର୍ଦ୍ଦେଶୀୟ ଦିନିକିଆ ସିରିଜକୁ ସମର୍ଥନ କରିଛନ୍ତି, କିନ୍ତୁ କୌଣସି ପ୍ରତିଶ୍ରୁତି ଦେଇନାହାନ୍ତି। ଗାଙ୍ଗୁଲି କହିଥିଲେ, ୨୦୨୧ ଆରମ୍ଭ ହେବାକୁଥିବା ଥିବା ବାର୍ଷିକ ଦିନିକିଆ ସିରିଜରେ ଭାରତ ସମେତ ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ଅନ୍ୟ ଏକ ଶୀର୍ଷ ଟିମ୍ ଭାଗ ନେବ। ଲଣ୍ଡନରେ ଗାଙ୍ଗୁଲିଙ୍କ ସହ ବୈଠକ […]

india-team
ଶ୍ରୀଲଙ୍କା, ଅଷ୍ଟ୍ରେଲିଆ ସିରିଜ୍: ଦଳକୁ ଫେରିଲେ ଶିଖର ଓ ବୁମ୍ରାହ, ରୋହିତଙ୍କୁ ବିଶ୍ରାମ

ମୁମ୍ବାଇ:  ଜାନୁଆରୀ ୨୦୨୦ରେ ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଅଷ୍ଟ୍ରେଲିଆ ବିପକ୍ଷ ଏକ ଦିବସୀୟ ସିରିଜ ପାଇଁ ବିସିସିଆଇ ସୋମବାର ଭାରତୀୟ ଦଳ ଘୋଷଣା କରିଛି। ଆହତରୁ ଭଲ ହୋଇ ଦଳକୁ ଫେରିଛନ୍ତି ଶିଖର ଧାୱନ୍ ଓ ଜସ୍‌ପ୍ରିତ ବୁମ୍ରାହ। ଉଭୟ ସିରିଜ୍‌ରେ ୩ଟି ଲେଖାଏ ମ୍ୟାଚ୍ ଖେଳାଯିବ। ଜାନୁଆରୀ ୫ରୁ ୧୦ ମଧ୍ୟରେ ଭାରତ ଶ୍ରୀଲଙ୍କା ଟି-୨୦ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ୧୪ରୁ ୧୯ ମଧ୍ୟରେ ଅଷ୍ଟ୍ରେଲିଆ ଏକଦିବସୀୟ ମ୍ୟାଚ୍‌ ଖେଳାଯିବ। […]

_6abb624e-f6dd-11e9-800c-f2f87dfa36aa
ୱାଟର୍‌ ବୟ ହେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍

କାନବେରା: ୱାଟର୍‌ ବୟ ହେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍। ଅଷ୍ଟ୍ରେଲିଆ ମାନୁକା ଓଭାଲ୍‌ଠାରେ ଗୁରୁବାର ପ୍ରାଇମିନିଷ୍ଟର୍ ଏକ୍ସଆଇ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଏକ ଅଭ୍ୟାସ ମ୍ୟାଚ୍‌ରେ ମୋରିସନ୍‌ଙ୍କୁ ୱାଟର୍‌ ବୟ ଭୂମିକାରେ ଦେଖିବାକୁ ମିଳିଥିଲା। ମୋରିସନ୍ ପାଣି ଓ ଅନ୍ୟ ମୃଦୁପାନୀୟ ନେଇ ୱାଟର୍ ବୟ ଭଳି ପଡ଼ିଆ ଭିତରେ ଦୌଡ଼ି ଦୌଡ଼ି ଖେଳାଳିମାନଙ୍କୁ ଦେଇ ଆସୁଥିଲେ। ଯାହାର ଫଟୋ ଏବେ ଶୋସାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍ ହେଉଛି। ଦେଶର ଏତେବଡ଼ ପଦାଧିକାରୀ ହୋଇ […]

romania
୧୨ ବର୍ଷର ରେକର୍ଡ ଭାଙ୍ଗିଲା ଏହି ଦେଶ; ପଛରେ ପଡ଼ିଲେ ଇଣ୍ଡିଆ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ୟୁରୋପର ଏକ ଛୋଟିଆ ଦେଶ ରୋମାନିଆ ଏଭଳି ଏକ କାରନାମା କରିଛି, ଯାହା ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦେଶ କରିପାରିନାହାନ୍ତି। ରୋମାନିଆ ଗୁରୁବାର ଖେଳାଯାଇଥିବା ମ୍ୟାଚରେ ତୁର୍କୀକୁ ୧୭୩ ରନରେ ହରାଇ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ସବୁଠାରୁ ବଡ଼ ବିଜୟର ରେକର୍ଡ ନିଜ ନାଁରେ କରିଛି। ରୋମାନିଆ ଶ୍ରୀଲଙ୍କା ନାଁରେ ଥିବା ୧୨ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗିଛି। ଏହି ମ୍ୟାଚରେ ରୋମାନିଆ ପ୍ରଥମେ ବ୍ୟାଟିଂ କରି […]

virat
ଅଷ୍ଟ୍ରେଲିଆରେ ଦିବାରାତ୍ର ଟେଷ୍ଟ ଖେଳିବ ଭାରତ !

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତୀୟ କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଟେଷ୍ଟ ଖେଳିବା ନେଇ ବିସିସିଆଇ ସୂତ୍ରରୁ ଖବର ମିଳିଛି। ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲି କିଛି ଦିନ ପୂର୍ବେ କହିଥିଲେ ଯେ, ତାଙ୍କ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ଅଛି। ବିସିସିଆଇର ଜଣେ ଅଧିକାରୀ ନିଜ ନାଁ ଗୁପ୍ତ ରଖି କହିଛନ୍ତି, “ଭାରତର ଅଷ୍ଟ୍ରେଲିଆ ଗସ୍ତରେ ଦିବାରାତ୍ର ଖେଳାଯିବାର ସମ୍ଭାବନା ରହିଛି।” ଭାରତ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟ ଗତବର୍ଷ […]

odisha
ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ବେଳେ ବେଟିଂ କାରବାର

ଜଳେଶ୍ୱର: ସେପଟେ ଚାଲିଥିଲା ମ୍ୟାଚ୍‌, ଆଉ ଏପଟେ ହେଉଥିଲା ବେଟିଂ କାରବାର। ଗତକାଲି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ମ୍ୟାଚ୍ ଚାଲିଥିବା ବେଳେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ବେଟିଂ କାରବାର ଚାଲିଥିବା ନେଇ ଜଳେଶ୍ୱର ପୁଲିସ୍‌କୁ ଖବର ମିଳିଥିଲା। ଖବର ପାଇ ପୁଲିସ୍‌ ଜଳେଶ୍ୱର ଗ୍ୟାରେଜ ବଜାରରେ ଚଢ଼ାଉ କରି ବେଟିଂ କାରବାର ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ରାସପୁର ଅଞ୍ଚଳର ଶେଖ୍ ଅମିରୁଦ୍ଦିନ। ତା’ଙ୍କ ନିକଟରୁ ୧ ଲକ୍ଷ ୩୦ ହଜାର ଟଙ୍କା […]

match
ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ଫୋକସ୍‌ରେ ରହିବେ ଏହି ତାରକା

ଲଣ୍ଡନ: ୫ଥରର ବିଶ୍ୱ ଚାମ୍ପିୟନ ତଥା ଚଳିତ ବିଶ୍ୱକପ୍‌ରେ ପ୍ରଥମ ୨ଟି ଯାକ ମ୍ୟାଚ୍‌ରେ ବିଜୟୀ ହୋଇଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳକୁ ଆସନ୍ତାକାଲି ଭାରତ ଭେଟିବ। ଭାରତ ଓ ଅଷ୍ଟ୍ରେଲିଆ ବିଶ୍ୱକପ୍‌ ମ୍ୟାଚ୍‌ ଉପରେ ସମଗ୍ର ବିଶ୍ୱର ନଜର ରହିଛି। ନିକଟରେ ଅଷ୍ଟ୍ରେଲିଆ ଭାରତ ଆସି ଟିମ୍‌ ଇଣ୍ଡିଆକୁ ଦିନିକିଆ ସିରିଜ୍‌ରେ ପରାସ୍ତ କରିଥିଲା। ଏବେ ଟିମ୍‌ ଇଣ୍ଡିଆ ଏହାର ବଦଲା ନେବା ମୁଡ୍‌ରେ ରହିଛି। ୨୦୧୧ରେ ଭାରତ ଟିମ୍‌ ଅଷ୍ଟ୍ରେଲିଆକୁ ସେମି-ଫାଇନାଲ୍‌ରେ ପ୍ରବେଶ କରିବାକୁ ଦେଇ […]

cricket
ସିରିଜ ବରାବର କଲା ଅଷ୍ଟ୍ରେଲିଆ

ମୋହାଲି: ପିଟର ହ୍ୟାଣ୍ଡସ୍କମ୍ବଙ୍କ ପ୍ରଥମ ଶତକ ଏବଂ ଆଷ୍ଟନ ଟର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂକୁ ଆଧାର କରି ଅଷ୍ଟ୍ରେଲିଆ ଚତୁର୍ଥ ଦିନିକିଆରେ ଭାରତକୁ ୪ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୨ରେ ବରାବର ସ୍ଥିତିକୁ ଆଣିଛି। ଦିନିକିଆରେ ରନ୍ ପିଛା କରିବାରେ ଅଷ୍ଟ୍ରେଲିଆର ଏହା ସର୍ବଶ୍ରେଷ୍ଠ ବିଜୟ। ଏହି ହାଇସ୍କୋରିଂ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ ହରାଇ ୩୫୮ ରନ୍ କରିଥିଲା। […]

ଡୁପ୍ଲେସିସିଙ୍କ ଶତକ; ଅଷ୍ଟ୍ରେଲିଆକୁ ୩୨୬ ରନ୍‌ର ଟାର୍ଗେଟ୍ ଦେଲା ଦକ୍ଷିଣ ଆଫ୍ରିକା

ଲଣ୍ଡନ: ଫାଫ୍‌ ଡୁପ୍ଲେସିସିଙ୍କ ଶତକ ବଳରେ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପର ଶେଷ ଲିଗ୍‌ ମ୍ୟାଚ୍‌ରେ ଦମଦାର ବ୍ୟାଟିଂ କରିଛି। ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍‌ ହରାଇ ୩୨୫ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ଏହି ମ୍ୟାଚ୍‌ଟିକୁ ଜିତିବା ପାଇଁ ଅଷ୍ଟ୍ରେଲିଆକୁ ୩୨୬ ରନ୍‌ର ଟାର୍ଗେଟ ମିଳିଛି। ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ଅଧିନାୟକ ଫାପ୍‌ ଡୁପ୍ଲେସିସି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳର ଦୁଇ ଓପନର କ୍ୱିଣ୍ଟନ ଡି-କକ୍‌ ଓ […]

ABCD
ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଦିନିକିଆ

ମୋହାଲି: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଦିନିକିଆ ମ୍ୟାଚ୍‌ ଆସନ୍ତାକାଲି ମୋହାଲିରେ ଖେଳାଯିବ। ମ୍ୟାଚ୍ ୫ଟିକିଆ ସିରିଜରେ ଭାରତ ଏବେ ୨-୧ରେ ଆଗୁଆ ରହିଛି। ତେଣୁ କାଲିର ମ୍ୟାଚ୍‌ ଜିତି ସିରିଜ କବ୍‌ଜା କରିବାକୁ ଚେଷ୍ଟା କରିବ ଭାରତ। ତେବେ କାଲିର ମ୍ୟାଚରେ ଭାରତ କିଛି ପରିବର୍ତ୍ତନ କରିପାରେ। ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧାୱନ ଏବେ ଫର୍ମରେ ନାହାନ୍ତି। ତଥାପି ଆସନ୍ତା ବିଶ୍ୱକପ୍‌କୁ ନଜରରେ ରଖି ଉଭୟଙ୍କୁ ପୁଣି ଥରେ ଓପନିଙ୍ଗ […]

cricket
ଅଷ୍ଟ୍ରେଲିଆ ଓ ନ୍ୟୁଜ୍‌ଲାଣ୍ଡ ସିରିଜ୍‌ ପାଇଁ ହାର୍ଦ୍ଦିକ ଓ ରାହୁଲଙ୍କ ସ୍ଥାନରେ ବିଜୟ, ଶୁଭମନ୍‌ଙ୍କୁ ଚୟନ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଓ ନ୍ୟୁଜ୍‌ଲାଣ୍ଡ ସିରିଜ୍‌ ପାଇଁ କେଏଲ୍‌ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଅଲ୍‌ ରାଉଣ୍ଡର ବିଜୟ ଶଙ୍କର ଓ ବ୍ୟାଟ୍ସମ୍ୟାନ୍‌ ଶୁଭମନ୍‌ ଗିଲ୍‌ ସ୍ଥାନ ପାଇଛନ୍ତି। ସେମାନଙ୍କୁ ହାର୍ଦ୍ଦିକ ଓ ରାହୁଲଙ୍କ ସ୍ଥାନରେ ପଠାଯିବା ନେଇ ଅଲ୍‌ ଇଣ୍ଡିଆ ସିନିଅର୍‌ ସିଲେକ୍ସନ୍‌ କମିଟି ନିଷ୍ପତ୍ତି ନେଇଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଏଥିସହ ଟିଭି ଶୋ’ ‘କଫି ୱିଥ୍‌ କରନ୍‌’ରେ ମହିଳାଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ହାର୍ଦ୍ଦିକ ପାଣ୍ଡ୍ୟା […]

cricket
ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ସିରିଜ୍‌ ବିଜୟ

ସିଡ୍‌ନୀ: ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟ। ସିଡ୍‌ନୀ ଟେଷ୍ଟର ଶେଷ ଦିନ ବର୍ଷା ଯୋଗୁ ମ୍ୟାଚ୍‌କୁ ଡ୍ର ଘୋଷଣା କରାଯାଇଥିଲା। ଏହା ସହିତ ୨-୧ରେ ସିରିଜ୍‌ରେ ଆଗୁଆ ରହିଥିବା ଟିମ୍ ଇଣ୍ଡିଆ ସିରିଜ୍‌ ଜିତି ଯାଇଛି। ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ଟେଷ୍ଟ୍‌ ସିରିଜ୍‌ ଜିତିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍ ଶେଷରେ ଆଜି ଡ୍ର’ରେ ଶେଷ ହୋଇଛି। ସିଡ୍‌ନୀରେ ଟସ୍ ଜିତି ଭାରତ ପ୍ରଥମ ଇନିଂସ୍‌ରେ ୬୨୨ ରନ୍ କରି ପାଳି ଘୋଷଣା […]

aus
ପର୍ଥ ଟେଷ୍ଟରେ ‌ଅଷ୍ଟ୍ରେଲିଆ ଠାରୁ ହାରିଲା ଭାରତ

ପର୍ଥ : ପର୍ଥ ଟେଷ୍ଟରେ ହାରିଲା ଭାରତ। ୨୮୭ ରନ୍ ଟାର୍ଗେଟ୍‌କୁ ପିଛା କରି ୧୪୬ ରନ୍‌ରେ ପରାସ୍ତ ହୋଇଛି ଟିମ୍‌ ଇଣ୍ଡିଆ। ଆଜି ଖେଳ ଆରମ୍ଭ ହେବାର ଘଣ୍ଟାକ ମଧ୍ୟରେ ଭାରତ ୧୪୦ ରନ୍‌ରେ ଅଲଆଉଟ ହୋଇଯାଇଥିଲେ। ଆଜି ୧୧୨ ରନ୍‌ରୁ ଖେଳ ଆରମ୍ଭ କରିଥିବା ଭାରତ ମାତ୍ର ୨୮ ରନ୍‌ରେ ୫ଟି ଓ୍ୱିକେଟ୍ ହରାଇଥିଲା। ଏହି ପରାଜୟ ସହ ସିରିଜ୍ ୧-୧ରେ ବରାବର ହୋଇଛି। ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୩୨୬ ରନ୍‌ କରିଥିବାବେଳେ ଭାରତ […]

Australia India Cricket
ଅଷ୍ଟ୍ରେଲିଆକୁ ୩୧ ରନ୍‌ରେ ହରାଇଲା ଭାରତ

ଆଡେଲେଡ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌କୁ ଭାରତୀୟ ଟିମ୍‌ କବ୍‌ଜା କରି ନେଇଛି। ଆଡେଲେଡ୍‌ରେ ସଂଘର୍ଷପୂର୍ଣ୍ଣ ଭାବେ ୩୧ ରନ୍‌ରେ ମ୍ୟାଚ୍‌କୁ ଛଡ଼ାଇ ଆଣିଛି ଟିମ୍‌ ଇଣ୍ଡିଆ। ୪ ୱିକେଟ୍‌ରେ ୧୦୪ ରନ୍‌ରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଟିମ୍‌କୁ ୨୯୧ ରନ୍‌ରେ ସୀମିତ ରଖିଛି ଭାରତୀୟ ଦଳ। ସେପଟେ ପୁଣି ଥରେ ଆଡେଲେଡ୍‌ରେ ବୋଲର୍‌ଙ୍କ ଜଲୱା ଦେଖିବାକୁ ମିଳିଛି। ଯଶପ୍ରୀତ୍ ବୁମ୍ରା, ରବିଚନ୍ଦ୍ରନ ଅଶ୍ୱିନ୍ ଓ ମହମ୍ମଦ ଶାମି ୩ଟି ଲେଖାଏ ୱିକେଟ୍ ପାଇଥିବା […]

a2-1
ମେଲବୋର୍ଣ୍ଣ ଓ୍ୱାନ୍ ଡେ: ଭାରତର ସ୍ପିନ୍‌ରେ ଅଷ୍ଟ୍ରେଲିଆ ଘାଇଲା

ମେଲବୋର୍ଣ୍ଣ: ଇଣ୍ଡିଆ, ଅଷ୍ଟ୍ରେଲିଆ ମଧ୍ୟରେ ମେଲ୍‌ବୋର୍ଣ୍ଣରେ ଖେଳାଯାଉଥିବା ଏକଦିବସୀୟ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ କମାଲ ଦେଖାଇଛନ୍ତି ଭାରତୀୟ ସ୍ପିନର ଯୁଜବେନ୍ଦର ଚହଲ। ତାଙ୍କର ଚମତ୍କାର ସ୍ପିନ୍ ଆଗରେ ଅଷ୍ଟ୍ରେଲିଆ ଘାଇଲା ହୋଇଯାଇଛି। ଫଳରେ ଅଷ୍ଟ୍ରେଲିଆ ୪୮ ଓଭର ୪ଟି ବଲ୍‌ ଖେଳି ୨୩୦ ରନ୍ କରି ଅଲ୍ଆଉଟ୍‌ ହୋଇଯାଇଛି। ଅଷ୍ଟ୍ରେଲିଆ ପକ୍ଷରୁ ହ୍ୟାଣ୍ଡସକମ୍ବ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଭାରତର ଚହଲ୍ ୬ଟି ଓ୍ୱିକେଟ ନେଇଛନ୍ତି। ଆଜି ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିଥିଲା ଟିମ୍ […]

austrelia
ଫିକା ପଡ଼ିଲା ରୋହିତଙ୍କ ଶତକ, ୩୪ରନ୍‌ରେ ଜିତିଲା ଅଷ୍ଟ୍ରେଲିଆ

ସିଡ୍‌ନୀ: ରୋହିତ ଶର୍ମାଙ୍କ ଲଢ଼ୁଆ ଶତକ ସତ୍ତ୍ୱେ ସିଡ୍‌ନୀରେ ଖେଳାଯାଉଥିବା ଦିନିକିଆ ମ୍ୟାଚ୍‌ରେ ୩୪ ରନ୍‌ରେ ପରାସ୍ତ ହୋଇଛି ଇଣ୍ଡିଆ। ଏହି ବିଜୟ ସହିତ ତିନିଟିକିଆ ୱାନ୍‌ଡେ ସିରିଜରେ ୧-୦ରେ ଆଗୁଆ ରହିଛି ଅଷ୍ଟ୍ରେଲିଆ। ଆଜି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୨୮୮ ରନ୍ କରିଥିଲା। ଉସ୍ମାନ ଖ୍ୱାଜା, ସନ୍ ମାର୍ଶ ଓ ହ୍ୟାଣ୍ଡସ୍କମ୍ବ ଅର୍ଦ୍ଧଶତକ ହାସଲ କରିଥିଲେ। ଜବାବରେ ୨୮୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ପ୍ରାରମ୍ଭିକ […]

jadeja-test
ସିଡ୍‌ନୀ ଟେଷ୍ଟ: ଭାରତର ଦମ୍‌ଦାର ବୋଲିଂରେ ବେହାଲ୍ ଅଷ୍ଟ୍ରେଲିଆ

ସିଡ୍‌ନୀ: ଅଷ୍ଟ୍ରେଲିଆର ସିଡ୍‌ନୀ ଟେଷ୍ଟରେ ଟିମ୍‌ ଇଣ୍ଡିଆର ବିଶାଳ ସ୍କୋର୍‌ ପରେ ଆଜି ବୋଲରମାନେ ୱିକେଟ୍‌ ହାସଲ କରିବାକୁ ଚେଷ୍ଟା କରୁଛନ୍ତି। ଭାରତର ଦମ୍‌ଦାର ବୋଲିଂ ବଳରେ ଅଷ୍ଟ୍ରେଲିଆର ଉସମାନ ଖାୱାଜା ୨୭, ମାର୍ଟିନ୍‌ ହ୍ୟାରିସ୍‌ ୭୯ରନ୍‌ କରି ଆଉଟ୍ ହୋଇଛନ୍ତି। ଖବର ଲେଖାଯିବା ସୁଦ୍ଧା ଅଷ୍ଟ୍ରେଲିଆ ୬ ୱିକେଟ୍‌ ହରାଇ ୨୨୮ ରନ୍‌ ସଂଗ୍ରହ କରିଛି। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ଦୁଇଟି ଲେଖାଏ ୱିକେଟ୍‌ ନେଇଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ହ୍ୟାଣ୍ଡସ୍କମ୍‌ […]

3rd
ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ମ୍ୟାଚ୍

ମେଲ୍‌ବର୍ଣ୍ଣ: ଆସନ୍ତାକାଲି ମେଲ୍‌ବର୍ଣ୍ଣରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ୧୧ଜଣିଆ ଖେଳାଳି ତାଲିକା ଘୋଷଣା କରାଯାଇଛି। ନବାଗତ ମୟଙ୍କ ଅଗ୍ରୱାଲ ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। ସେହିପରି ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡେଜା ଓ ରୋହିତ ଶର୍ମା ପୁଣି ଥରେ ଦଳକୁ ଫେରିଛନ୍ତି। ଏହି ମ୍ୟାଚ ପାଇଁ ଟିମ୍‌ ଇଣ୍ଡିଆ ପକ୍ଷରୁ ଦୁଇ ଓପନର୍ କେ.ଏଲ. ରାହୁଲ୍ ଓ ମୁରଲୀ ବିଜୟଙ୍କୁ […]

finch
ଆସନ୍ତାକାଲିଠୁ ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ୍‌ ସିରିଜ୍‌

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ୍‌ ସିରିଜ୍‌। ଅଷ୍ଟ୍ରେଲିଆରେ ହେଉଥିବା ଏହି ଶୃଙ୍ଖଳାରେ ୩ଟି ଟି-ଟ୍ୱେଣ୍ଟି, ୪ଟି ଟେଷ୍ଟ ମ୍ୟାଚ୍‌ ଏବଂ ୩ଟି ଦିନିକିଆ ମ୍ୟାଚ୍‌ ଖେଳାଯିବ। ସିରିଜରେ ପ୍ରଥମ ଟି ଟ୍ୱେଣ୍ଟି ମୁକାବିଲା କାଲି ବ୍ରିସବେନ୍‌ଠାରେ ହେବ। ନିକଟରେ ୱେଷ୍ଟ ଇଣ୍ଡିଜ୍‌ ସହ ଟି ଟ୍ୱେଣ୍ଟି ଶୃଙ୍ଖଳା ୩-୦ରେ ମୂଳପୋଛ କରିବା ପରେ ଟିମ ଇଣ୍ଡିଆର ମନୋବଳ ଦୃଢ଼ ରହିଛି। ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ କ୍ରିକେଟ୍‌ରେ ପିତିଆରା କାଏମ ରଖିବାକୁ ଚାହିଁବ […]

IND VS AUS
ଟସ୍‌ ଜିତିଲା ଅଷ୍ଟ୍ରେଲିଆ, ଭାରତ କରିବ ବୋଲିଂ

ବେଙ୍ଗାଲୁରୁ: ଅଷ୍ଟ୍ରେଲିଆ ବିପକ୍ଷ ନିର୍ଣ୍ଣାୟକ ତଥା ଅନ୍ତିମ ଦିନିକିଆରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପୁଣିଥରେ ଟସ୍‌ ହାରିଛନ୍ତି । ବ୍ୟାଟସମ୍ୟାନଙ୍କୁ ସୁହାଉଥିବା ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାତିରେ ଏଠାରେ କାକର ପଡ଼ିବାର ଆଶଙ୍କା କମ୍‌ ଥିବାରୁ ଅଷ୍ଟ୍ରେଲିଆ ଆରମ୍ଭରୁ ଚାପ ସୃଷ୍ଟି କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ଫିଞ୍ଚ କହିଛନ୍ତି। ଅଷ୍ଟ୍ରେଲିଆ କ୍ରମାଗତ ତୃତୀୟ ଥର […]

aus_1522722039_sm
୧୦ ୱିକେଟ୍‌ରେ ଅଷ୍ଟ୍ରେଲିଆର ବିଜୟ

ମୁମ୍ବାଇ: ୱାଙ୍ଖଡେରେ ଆଣ୍ଠେଇଛି ଟିମ୍ ଇଣ୍ଡିଆ। ୨୦୨୦ରେ ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ତା’ର ପ୍ରଥମ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ଶୋଚନୀୟ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟ୍ସମ୍ୟାନଙ୍କ ଆତ୍ମସମର୍ପଣ ଏବଂ ପରେ ବୋଲରଙ୍କ ଦୁର୍ବଳ ପ୍ରଦର୍ଶନ ଟିମ୍ ଇଣ୍ଡିଆ ପରାଜୟର ମୁଖ୍ୟ କାରଣ ସାଜିଛି। ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା ଭାରତ ୪୯.୧ ଓଭରରେ ୨୫୫ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଡେଭିଡ୍ ୱାର୍ଣ୍ଣର୍ ଓ କ୍ୟାପଟେନ୍ ଆରୋନ୍ ଫିଞ୍ଚଙ୍କ ଅପରାଜିତ ଶତକ […]

cricket
ଅଷ୍ଟ୍ରେଲିଆକୁ ୨୫୬ ରନ୍‌ର ଟାର୍ଗେଟ ଦେଲା ଭାରତ

ମୁମ୍ବାଇ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଏଠାରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪୯.୧ ଓଭରରେ ୨୫୫ ରନ୍ କରି ଅଲଆଉଟ୍ ହୋଇଛି। ଶିଖର ଧୱନ୍ ଓ ଲୋକେଶ ରାହୁଲଙ୍କ ଶତକୀୟ ଭାଗୀଦାରୀ ଦ୍ୱାରା ଭାରତ ଏକ ସମୟରେ ମଜଭୁତ୍ ସ୍ଥିତିରେ ଥିଲା। କିନ୍ତୁ ମଝି ଓଭର ଗୁଡ଼ିକରେ ଅଷ୍ଟ୍ରେଲିଆ ବୋଲରଙ୍କ ଶାଣିତ ବୋଲିଂ ଆଗରେ ଭାରତୀୟ ମିଡିଲ୍ ଅର୍ଡର ଆତ୍ମସମର୍ପଣ କରିଥିଲେ, ଯେଉଁକାରଣରୁ ଘରୋଇ ଟିମ୍ […]

camel
୫ ହଜାର ଓଟଙ୍କୁ ମାରିଲା ଅଷ୍ଟ୍ରେଲିଆ !

ଅଷ୍ଟ୍ରେଲିଆ : ମରୁଡ଼ିଗ୍ରସ୍ତ ଦକ୍ଷିଣ ଅଷ୍ଟ୍ରେଲିଆରେ ୫ ହଜାର ଓଟକୁ ଗୁଳି କରି ହତ୍ୟା କରାଯାଇଛି।  ସେମାନଙ୍କ ଉପରକୁ ଆକାଶ ମାର୍ଗରୁ ଗୁଳି କରାଯାଇଥିବା ଜଣାପଡ଼ିଛି । ପାଣିର ଅଭାବ ଓ ଲୋକଙ୍କ ଧନଜୀବନ ପ୍ରତି ବିପଦ ସୃଷ୍ଟି କରିବାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । ଆଗରୁ ୧୦ ହଜାର ଓଟଙ୍କୁ ମାରିବାକୁ ଯୋଜନା କରାଯାଇଥିଲା । ଅଷ୍ଟ୍ରେଲିଆ ଜଙ୍ଗଲରେ ଓଟଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି । ଏତେ ସଂଖ୍ୟକ ଓଟ ମାତ୍ରାଧିକ […]