ଭୋଟ୍ ପୂର୍ବରୁ ଓପିନିୟନ୍ ପୋଲ୍ ୱାର୍ । ବିଭିନ୍ନ ସଂସ୍ଥାଙ୍କ ପ୍ରାକ୍ ନିର୍ବାଚନୀ ସର୍ଭେକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ । କାହା ସର୍ଭେରେ ବିଜେପି ଆଗରେ ତ କିଏ ପୂର୍ବାପେକ୍ଷା ବିଜେଡିକୁ ଦେଉଛି ଅଧିକ ସିଟ୍ । ନିକଟରେ ଦ ଫେଡେରାଲ୍ ସଂସ୍ଥା ପକ୍ଷରୁ ପ୍ରକାଶିତ ସର୍ଭେ ରିପୋର୍ଟରେ ଲୋକସଭା ନିର୍ବାଚନରେ ବିପୁଳ ସଫଳତା ସହ ରାଜ୍ୟରେ ବିଜେପି ୨୦ ଓ ବିଜେଡି ମାତ୍ର ଗୋଟିଏ ଏବଂ କଂଗ୍ରେସ ଶୂନ୍ୟ ସିଟ୍ ପାଇବ ବୋଲି ଆକଳନ କରାଯାଇଛି।
ଏତେ ମାତ୍ରାର ଫରକକୁ ନେଇ ଦ୍ୱନ୍ଦ୍ୱରେ ମତଦାତା । ରାଜନୈତିକ ସମୀକ୍ଷକ କହିଲେ, ଭୋଟ୍ ପୂର୍ବରୁ ହଟଚମଟ ଚାଲ୍ ।
ଓଡ଼ିଶା ଚାଷୀଙ୍କ ଆର୍ଥିକ ସ୍ଥିତିକୁ ନେଇ ଚିନ୍ତାଜନକ ତଥ୍ୟ । ଜାତୀୟ ପରିସଂଖ୍ୟାନ ସଂସ୍ଥା ରିପୋର୍ଟରେ ଚିନ୍ତାଜନକ ତଥ୍ୟ ।