• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Alarnath-Temple
ଅନବସର ବେଳେ କାହିଁକି ଅଲାରନାଥ ଦର୍ଶନ ? ଜାଣନ୍ତୁ..

ଭୁବନେଶ୍ୱର: ଗତକାଲି ଥିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ଯାତ୍ରା। ଅତ୍ୟଧିକ ସ୍ନାନ କରି ପ୍ରବଳ ଜ୍ୱରରେ ପଡ଼ିଛନ୍ତି ତିନି ଠାକୁର। ଏବେ ଅଣସର ଘରେ ଠାକୁରମାନେ ଥିବା ବେଳେ ୧୫ ଦିନ ଯାଏ ତାଙ୍କୁ ଦେଖିବା ମନା। ଜଗନ୍ନାଥ ଦର୍ଶନରୁ ବଞ୍ଚିତ ଭକ୍ତମାନଙ୍କ ସୁଅ ଛୁଟିଛି ଏବେ ଅଲାରନାଥ ପୀଠକୁ। କଥାରେ ଅଛି ଅଣସର ବେଳେ ଅଲାରନାଥଙ୍କ ଦର୍ଶନ ଜଗନ୍ନାଥ ଦର୍ଶନର ଫଳ ଦେଇଥାଏ। ପୁରୀ ଜିଲ୍ଲା ବ୍ରହ୍ମଗିରିସ୍ଥିତ ଅଲାରନାଥ ପୀଠର ବୈଚିତ୍ୟ ବି କମ୍‌ […]

  • Saturday, 10 July 2021
maxresdefault
'ଫୋନି' ମାଡ଼ ପରେ ବି ଜମୁଛି ରଜ ପାନର ଆସର

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ॥ ରଜ ଦୋଳି କଟ କଟ, ମୋ ଭାଇ ମଥାରେ ସୁନା-ମୁକୁଟ, ସୁନା ମୁକୁଟ ଲୋ ଦିଶୁଥାଏ ଝଟମଟ ॥ ପାନ ଖିଆ ରସିକ ପାଟି, ଖୋଜି ବୁଲୁଥିଲା ରାଜାଙ୍କ ହାତୀ, ଢାଳି ଦେଇଗଲା ଶିରରେ, ରାଜା ହୋଇଗଲେ ରଜରେ॥ ଭୁବନେଶ୍ୱର (ବିଶ୍ୱବନ୍ଦିତା ସ୍ୱାଇଁ): ଏ ହେଉଛି ଜଣାଶୁଣା ରଜ ଗୀତ। ଓଡ଼ିଆମାନଙ୍କ ଗଣ ପର୍ବ ହେଉଛି ରଜ। ତିନି […]

  • Saturday, 10 July 2021
a33-2
ଜଙ୍ଗଲରେ ଖୋଲିଛନ୍ତି ଡାକ୍ତରଖାନା, ତିଆରି କରୁଛନ୍ତି ୫୦୦ ପ୍ରକାର ହର୍ବାଲ ଔଷଧ

ଥିରୁଅନନ୍ତପୁରମ୍‌: ସ୍ମାଟଫୋନ୍‌ ଯୁଗରେ ଆମର ମନେ ରଖିବାର ଶକ୍ତି ଧିରେ ଧିରେ କମି କମି ଯାଉଛି। ଏହି କାମ ଏବେ ଫୋନ୍‌ ଏବଂ ଗୁଗଲ୍‌ କରୁଛି। କିଛି କଥା ମନେ ନ ପଡ଼ିଲେ ଆମେ ଫୋନ୍‌ ନ ହେଲେ ଗୁଗଲ୍‌ ଦେଖୁଛୁ। ହେଲେ ଆମ ଆଜି ଏମିତି ଜଣଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ୧୦୦ କି ୨୦୦ ପ୍ରକାର ନୁହେଁ, ୫୦୦ ପ୍ରକାର ହର୍ବାଲ୍‌ ଔଷଧ ତିଆରି କରିବା ଜାଣିଛନ୍ତି। ସବୁଠାରୁ ବଡ଼ କଥା ହେଉଛି,  ୫୦୦ […]

  • Saturday, 10 July 2021
nnnnnnnnnnnnnnnnnnnnnn
ନବୀନ କହିଲେ ବିଜୟର ସିକ୍ରେଟ, ବିରୋଧୀଙ୍କୁ ମାତ୍‌ ଦେବାର କୌଶଳ

ଭୁବନେଶ୍ୱର: ସେ ଜଣେ ବିଚକ୍ଷଣ ରାଜନୀତିଜ୍ଞ। ଲୋକପ୍ରିୟ ନେତା।  କମ୍‌ କଥା କହିବାକୁ ପସନ୍ଦ କରନ୍ତି କିନ୍ତୁ କାମ କରନ୍ତି ବେଶି।  ସେ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିରୋଧୀଙ୍କୁ ମାତ୍‌ ଦେଇ ସାରା ଦେଶରେ ବହୁଛି ମୋଦି ହାୱା। କିନ୍ତୁ ଓଡ଼ିଶାରେ ତାଙ୍କ ବ୍ୟକ୍ତିତ୍ୱକୁ ମଳିନ କରିପାରିନି ସେ ହାୱା। ଓଡ଼ିଶାର ଲୋକେ ନବୀନଙ୍କ ନେତୃତ୍ୱ ପ୍ରତି ଆସ୍ଥା ରଖି ପୁଣି ଥରେ ତାଙ୍କ ହାତକୁ ଟେକି ଦେଇଛନ୍ତି ଶାସନ ଭାର । ୫ମ […]

  • Saturday, 10 July 2021
2j
ଓଡ଼ିଶାରେ ବିଜେପି ହାରିନି ବରଂ ବଢୁଛି, କହିଲେ ବୈଜୟନ୍ତ

ଭୁବନେଶ୍ୱର: ସବୁ ବିରୋଧି ଦଳଙ୍କର ନିର୍ବାଚନୀ ନାରା ଥିଲା ‘ମୋଦି ହଟାଅ’। ଦେଶର ସମସ୍ୟା, ସମାଧାନ, ଉନ୍ନତି ଏହାକୁ ସେମାନେ ପ୍ରସଙ୍ଗ କରି ନ ଥିଲେ। ଭୋଟର ଏକଥା ମଧ୍ୟ ବୁଝି ପାରିଥିଲେ ଯେ, ବିରୋଧୀଙ୍କ ପାଖେ ଆଉ କିଛି ଇସ୍ୟୁ ନାହିଁ। ତେଣୁ ଭୋଟର ଏଥର ନିର୍ବାଚନରେ ବିରୋଧୀଙ୍କୁ ପ୍ରତ୍ୟାଖ୍ୟାନ କଲେ ଏବଂ ବିଜେପିକୁ ପୂର୍ଣ୍ଣ ବହୁମତ ଦେଲେ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବେଜୟନ୍ତ ପଣ୍ଡା। ନିର୍ବାଚନ ଫଳାଫଳ ଚିତ୍ର ସ୍ପଷ୍ଟ ହେବା […]

immuno
ସାବଧାନ ! ଏହି ୫ଟି ଅଭ୍ୟାସ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିପାରେ

କରୋନା ମହାମାରୀ କାରଣରୁ ଏବେ ସାରା ବିଶ୍ୱ ଚିନ୍ତାରେ ପଡ଼ିଛି। ପୂର୍ବରୁ ଯେଉଁଭଳି ଲୋକେ ନିଜ ସ୍ୱାସ୍ଥ୍ୟର ଦେଖାଶୁଣା କରୁଥିଲେ ଏବେ ସେଥିପ୍ରତି ଅଧିକ ଯତ୍ନବାନ ହେଉଛନ୍ତି। ବିଶେଷ କରି ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ ଖାଇବା ସହ ଭିଟାମିନ ବଟିକାର ବ୍ୟବହାର କରୁଛନ୍ତି। ତେବେ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଆଳରେ ଆମେ ଖାଉଥିବା ଖାଦ୍ୟପଦାର୍ଥ ଆମର ଶକ୍ତି ହ୍ରାସ କରୁନି ତ ? […]

  • Tuesday, 06 July 2021
roshni
ଦେଶର ଏଇ ଧନୀ ମହିଳା ଜଣକ କିଏ ? କେତେ ତାଙ୍କର ସମ୍ପତ୍ତିର ମୂଲ୍ୟ

ନୂଆଦିଲ୍ଲୀ: ସେ ହେଉଛନ୍ତି ଦେଶର ସବୁଠାରୁ ଧନୀ ମହିଳା। ଜାଣନ୍ତି ସେ କିଏ ? କେତେ ତାଙ୍କ ସମ୍ପତ୍ତିର ମୂଲ୍ୟ ? ଶୁକ୍ରବାର ସକାଳେ, HCL ଟେକ୍ ଚେୟାରମ୍ୟାନ୍ ଶିବ ନାଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଏହାର କିଛି ସମୟ ପରେ ତାଙ୍କ ଝିଅ ରୋଶନୀ ନାଦର HCL ଟେକ୍‌ର ମଙ୍ଗ ସମ୍ଭାଳିଛନ୍ତି। ଏହି ଖବର ପରେ ସୋସିଆଲ ମିଡିଆରେ ରୋଶନୀ ନାଦରଙ୍କୁ ନେଇ ବେଶ ଚର୍ଚ୍ଚା। ନୂଆ ଦାୟିତ୍ୱ ଗ୍ରହଣ ପରେ  ରୋଶନୀ […]

  • Tuesday, 06 July 2021
corona
କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଚାହୁଁଛନ୍ତି କି ?‌ ଆପଣାନ୍ତୁ ଏହି ୭ଟି ସହଜ ଉପାୟ

ସାରା ଦେଶରେ ମହାମାରୀ କରୋନା ଏହାର କାୟାର ବିସ୍ତାର କରି ଚାଲିଛି। ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ଟପିଛି। ଯାହା ଏବେ ଚିନ୍ତାଜନକ। ସଂକ୍ରମଣକୁ ରୋକିବା ଲାଗି ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଅଧିକ ସଂକ୍ରମିତ ଅଞ୍ଚଳରେ ଲକ୍‌ଡାଉନ୍‌ କଟକଣାକୁ କଡ଼ାକଡ଼ି ଭାବେ ଲାଗୁ ହୋଇଛି। ଯଦି ଏଦିଗରେ ଲୋକମାନେ ସଚେତନତା ଓ ସତର୍କତା ଅବଲମ୍ବନ କରିବେ ତା’ହେଲେ ସଂକ୍ରମଣକୁ କିଛି ମାତ୍ରାରେ ରୋକା ଯାଇ […]

  • Tuesday, 06 July 2021
bhabagan
ଏହି ମନ୍ଦିରରେ କେବଳ ମହିଳାମାନେ କରନ୍ତି ପୂଜା

ନୂଆଦିଲ୍ଲୀ: ଆମ ଦେଶରେ ଏମିତି କିଛି ମନ୍ଦିର ଅଛି ଯେଉଁଠିକୁ ମହିଳାମାନେ ଯାଇପାରବେ ନାହିଁ। ଏମିତି ବି କିଛି ମନ୍ଦିର ଅଛି ସେଠାକୁ ପୁରୁଷମାନେ ମଧ୍ୟ ଯାଇପାରିବେ ନାହିଁ। କିନ୍ତୁ ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛି, ଯେଉଁଠି ମହିଳାମାନେ ଭଗବାନଙ୍କୁ ପୂଜା କରିଥାନ୍ତି। ଏହି ମନ୍ଦିର ହେଉଛି ଦେଶର ଏକମାତ୍ର ମନ୍ଦିର ,ଯେଉଁଠାରେ ମହିଳାମାନେ ପୂଜା କରିଥାନ୍ତି। ଏହି ମନ୍ଦିରଟି ଉତ୍ତରପ୍ରଦେଶର ଫୁନାଲ୍‌ନାରାୟଣ ମନ୍ଦିର। ଏହି ମନ୍ଦିରରେ ଅନେକ ରୋଚକ ରହସ୍ୟ […]

  • Tuesday, 06 July 2021
birud
ଏମାନେ ପକ୍ଷୀ ନା ମଣିଷ ? ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଫେସ୍‌ବୁକ୍‌ ପରେ ଏବେ ଟ୍ୱିଟର ବହୁଳ ବ୍ୟବହାର ହେଉଛି। ଏଥିରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ପ୍ରତିଷ୍ଠିତ ବ୍ୟକ୍ତିମାନେ ମଧ୍ୟ ଟ୍ୱିଟର୍‌ ବ୍ୟବହାର କରୁଛନ୍ତି। ଅନେକ ସମୟରେ ଟ୍ୱିଟର୍‌ରେ ମଜାଳିଆ ଫଟୋ ଓ ଭିଡିଓ ଦେଖିବାକୁ ମିଳିଥାଏ। ଯାହା ଲୋକଙ୍କୁ ଖୁବ୍‌ ପସନ୍ଦ ଆସେ ଓ ଦେଖୁ ଦେଖୁ ଏହା ଖୁବ୍‌ ଭାଇରାଲ୍ ହୋଇଯାଏ। କିଛି ଲୋକ ମଧ୍ୟ ଏଭଳି ମଜାଦାର ଚ‍କ୍ଷୁସୁଲଭ ଭିଡିଓ ବା ମେମ୍‌ (ହସରୋଳ ସୃଷ୍ଟି କରୁଥିବା ସ୍ୱଳ୍ପ ଅବଧି ଯୁକ୍ତ […]

  • Tuesday, 06 July 2021
tree
ମହାମାରୀକୁ ନାହିଁ ଭୟ, ପିଲାଙ୍କ ଭବିଷ୍ୟତକୁ ଆଗ ଦେଖିଲେ ପ୍ରଧାନଶିକ୍ଷକ

ବେଙ୍ଗାଲୁରୁ:ସମଗ୍ର ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଭାଇରସ। ଏନେଇ ଲକ୍‌ଡାଉନ୍‌ ଜାରି କରାଯାଇଛି। ଯାହାଫଳରେ ପିଲାମାନେ ପାଠ ପଢ଼ିବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିଛି ପିଲା ମୋବାଇଲ୍‌ ସାହାଯ୍ୟରେ ଅନ୍‌ଲାଇନ୍‌ କ୍ଲାସ କରୁଛନ୍ତି। ଆଉ କେତେକଙ୍କ ପାଖରେ ମୋବାଇଲ୍‌ର ମଧ୍ୟ ସୁବିଧା ନାହିଁ। ଫଳରେ ସେମାନେ ପାଠ ପଢ଼ିବାରୁ ବଞ୍ଚିତ ହେଉଛନ୍ତି। ଏଭଳି ପରିସ୍ଥିତିରେ କର୍ଣ୍ଣାଟକର ଏକ ଗ୍ରାମରେ ସ୍କୁଲର ପ୍ରଧାନଶିକ୍ଷକ ପିଲମାନଙ୍କୁ ପଢ଼େଇବା ପାଇଁ ନୂତନ ପଦକ୍ଷେପ ନେଇଛନ୍ତି। ସରକାରୀ […]

  • Tuesday, 06 July 2021
କରୋନା ଚିକିତ୍ସାରେ ନୂଆ ଆଶା ଆଣିବ କି Umifenovir ? ଗବେଷଣା କରୁଛନ୍ତି ଓଡ଼ିଆ ପୁଅ

ଭୁବନେଶ୍ୱର: କରୋନା ଚିକିତ୍ସା କ୍ଷେତ୍ରରେ ନୂଆ ଆଶା ଆଣିବ କି, ଫ୍ଲୁ ଔଷଧ ‘ୟୁମିଫେନୋଭିର୍’(Umifenovir) ? ସ୍ୱଳ୍ପ ବା ମଧ୍ୟମ ଧରଣର ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ‘ୟୁମିଫେନୋଭିର୍’ କେତେ ଫଳପ୍ରଦ, ଏହା ଉପରେ ଜାପାନରେ ରହି ଗବେଷଣା କରୁଛନ୍ତି ଓଡ଼ିଆ ପୁଅ ଆଦିତ୍ୟ କୁମାର ପାଢ଼ୀ। ରାୟଗଡ଼ାରେ ତାଙ୍କ ଘର। ଏହି ଆଣ୍ଟି-ଭାଇରାଲ୍ ଡ୍ରଗ୍‌ର କିଛି ରାସାୟନିକ ବୈଶିଷ୍ଟ୍ୟ କରୋନା ଭୂତାଣୁକୁ ନଷ୍ଟ କରିବାରେ ସକ୍ଷମ ବୋଲି ଗବେଷକମାନେ ଆଶା କରୁଛନ୍ତି। ଚୀନରେ […]

  • Tuesday, 06 July 2021
bidya
ଜଙ୍ଗଲ ଦସ୍ୟୁ ବୀରପାନ୍‌ଙ୍କ ଝିଅ ବିଦ୍ୟାଙ୍କୁ ବିଜେପିରେ ବଡ଼ ଦାୟିତ୍ୱ

ଚେନ୍ନାଇ: ତାମିଲନାଡୁରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି କାର୍ଯ୍ୟନର୍ବାହୀ କମିଟିରେ ବଡ଼ ପରବର୍ତ୍ତନ ହୋଇଛି। କୁଖ୍ୟାତ ଚନ୍ଦନ ଚୋରା ଚାଲାଣକାରୀ ବୀରପାନ୍‌ଙ୍କ ଝିଅ ବିଦ୍ୟା ରାନୀଙ୍କୁ ବିଜେପି ଏକ ବଡ଼ ଦାୟିତ୍ୱ ଦେଇଛି। ତାଙ୍କୁ ବିଜେପିର ୟୁଥ୍‌ ୱିଙ୍ଗର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ବିଦ୍ୟା ଚଳିତ ବର୍ଷ ବିଜେପିରେ ଯୋଗ ଦେଇଥିଲେ। ହେଲେ ଏତେ ଶୀଘ୍ର ଏତେ ବଡ଼ ଦାୟିତ୍ୱ ମିଳିଥିବାରୁ ବିଦ୍ୟା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ […]

  • Tuesday, 06 July 2021
corona
କୋଭିଡ କଟକଣା: ଝରକାରେ ଚଢ଼ି ମାଆର ଅନ୍ତିମ ବିଦାୟ ଦେଖିଲା ଅସହାୟ ପୁଅ

ପାଲେଷ୍ଟାଇନ୍: ଦୁନିଆରେ ମା’ଠାରୁ ବଡ଼ ଆଉ କିଛି ନାହିଁ। ମାଆ ଓ ପୁଅ ମଧ୍ୟରେ ଭଲପାଇବା ସମ୍ପର୍କ ସବୁଠାରୁ ନିଆରା। ଏମିକି ଏକ ଅଦ୍ଭୁତ ଭଲପାଇବା ପାଲେଷ୍ଟାଇନର ୱେଷ୍ଟବ୍ୟାଙ୍କ ଅଞ୍ଚଳରେ ଦେଖିବାକୁ ମିଳିଛି। ସେଠାକାର ବିଟ୍‌ ଆୱା ସହରରେ ଜଣେ ଯୁବକ ହସ୍ପିଟାଲର ଝରକା ଉପରେ ଚଢ଼ି ନିଜ ମାଆର ଅନ୍ତିମ ଦର୍ଶନ କରିଛି। ତେବେ କାହିଁକି ମା’ର ଅନ୍ତିମ ଦର୍ଶନରେ ପୁଅ ସାମିଲ୍ ହୋଇପାରିଲା ନାହିଁ, ଆସନ୍ତୁ ଜାଣିବା। ସାରା ଦୁନିଆରେ କରୋନାଭାଇରସ୍ ଦିନକୁ ଦିନକୁ […]

  • Tuesday, 06 July 2021
bijaya
ଓଲିଉଡ୍‌ର ବିଗ୍‌ ମ୍ୟାନ୍‌ ବିଜୟଙ୍କୁ ଶେଷ ବିଦାୟ

ଭୁବନେଶ୍ୱର: ଶତାଧିକ ଫିଲ୍ମ, ଶତାଧିକ ଛାତ୍ରଛାତ୍ରୀ, ଶହ ଶହ ଅବିସ୍ମରଣୀୟ ସଂଳାପ ଓ ଚରିତ୍ର। ଏ ସବୁକୁ ପଛରେ ଛାଡ଼ି, ସଂସାର ରଙ୍ଗମଞ୍ଚରୁ ଚିର ବିଦାୟ ନେଇଛନ୍ତି ବିଜୟ ମହାନ୍ତି। ଓଲିଉଡ୍‌ର ଯୁଗପୁରୁଷଙ୍କୁ ଅନ୍ତିମ ସମ୍ମାନ ଜଣାଇଛି ଓଡ଼ିଶା। ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଓଡ଼ିଆ ସିନେପ୍ରେମୀ ଭୁବନେଶ୍ୱର ସ୍ଥିତ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯିବା ପରେ, ସତ୍ୟନଗର ଶ୍ମଶାନରେ ସଂପନ୍ନ ହୋଇଛି ଶେଷକୃତ୍ୟ। ପଞ୍ଚଭୂତରେ ଲୀନ ହୋଇଛି ବର୍ଷିୟାନ ବିଜୟଙ୍କ […]

  • Tuesday, 06 July 2021
covid centerrr
କରୋନାକୁ ଦେଲେ ମାତ୍‌; ମାଗଣା ଚିକିତ୍ସା ପାଇଁ ନିଜ ଅଫିସକୁ କଲେ କୋଭିଡ ସେଣ୍ଟର

ଗୁଜରାଟ: ଗୁଜରାଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇବା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି। ଗୁଜରାଟର ସୁରତର ଜଣେ ବ୍ୟବସାୟୀ କରୋନା ରୋଗୀଙ୍କ ପାଇଁ ଏକ ନୂତନ ପଦକ୍ଷେପ ଆରମ୍ଭ କରିଛନ୍ତି। ସୁରତର ରିଏଲ୍‌ ଇଷ୍ଟେଟ୍‌ ବ୍ୟବସାୟୀ କାଦର ଶେଖ(୬୩) କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏକ ମାଗଣା ଡାକ୍ତରଖାନା ସ୍ଥାପନ କରିଛନ୍ତି। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କାଦର ଶେଖ୍‌ କରୋନାରେ ପଜିଟିଭ […]

  • Tuesday, 06 July 2021
ମୁସଲିମ୍ ମହିଳାଙ୍କୁ ବନ୍ଧ୍ୟା କରୁଛି ଚୀନ୍!

ବେଜିଂ: ଉଇଘୁର ମୁସଲିମ୍ ସମ୍ପ୍ରଦାୟ ପ୍ରତି ଚୀନର ନରସଂହାରକୁ ନେଇ ସାରା ବିଶ୍ୱରେ ପ୍ରତିବାଦର ସ୍ୱର ଉଠୁଛି। ଉଇଘୁର ସମ୍ପ୍ରଦାୟ ଲୋକଙ୍କ ପରିଚୟକୁ ନଷ୍ଟ କରିବା ଠାରୁ ଆରମ୍ଭ କରି ସେମାନଙ୍କ ପ୍ରତି ହେଉଥିବା ଶୋଷଣ ଓ ନରସଂହାରର ଅଭିଯୋଗକୁ ନେଇ ଚୀନ ଚାରିଆଡ଼ୁ ସମାଲୋଚନା କରାଯାଉଛି। ଏବେ ଆମେରିକାରେ ରହୁଥିବା ଜଣେ ଉଇଘୁର ଲେଖକ ରେୟାନ୍ ଅସତ୍ ଚୀନରେ ଉଇଘୁର ମୁସଲିମ୍ ସମ୍ପ୍ରଦାୟଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ନେଇ ବଡ଼ ଖୁଲାସା କରିଛନ୍ତି। ରେୟାନଙ୍କ କହିବା […]

  • Tuesday, 06 July 2021
4month
ପେଟ ପାଇଁ ୪ମାସ ଶିଶୁକୁ ବିକି ଦେଲା ଅସହାୟ ବାପା

ଆସାମ: ଆସାମରେ ଏକ ସମ୍ୱେଦନଶୀଳ ଘଟଣାକୁ ଦେଖିବାକୁ ମିଳିଛି। ଲକ୍‌ଡାଉନ୍‌ ସମୟରେ କାମ ବନ୍ଦ ରହିଛି। ଫଳରେ ଗରିବ ଦିନ ମଜୁରିଆ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ରୋଜଗାର ବାଟ ମଧ୍ୟ ବନ୍ଦ ହୋଇଯାଇଛି। ଏହି ସମୟରେ ଟଙ୍କା ଅଭାବରୁ ଜଣେ ବାପା ୪ମାସର ତା’ର ଶିଶୁ କନ୍ୟାକୁ ୪୫ହଜାର ଟଙ୍କାରେ ବିକ୍ରି କରିଛନ୍ତି। ଏହି ଘଟଣା ଆସାମର କୋକ୍ରାଝର ଜିଲ୍ଲାରେ ଘଟିଛି। ଖବର ଅନୁଯାୟୀ, ଲକ୍‌ଡାଉନ୍‌ ସମୟରେ କାମ […]

  • Tuesday, 06 July 2021
aryna
ଯୁକ୍ତି ଦୁଇ ଛାତ୍ରଙ୍କ କମାଲ; ମାତ୍ର କେଇ ମିନିଟ୍‌ରେ ଜଣାପଡ଼ିବ କରୋନା ରିପୋର୍ଟ

ନୂଆଦିଲ୍ଲୀ: ମାନବ ସମ୍ବଳ ବିକାଶ ମନ୍ତ୍ରଳାୟ ଦ୍ୱାରା ଆୟୋଜିତ ଆତ୍ମନିର୍ଭର ଭାରତ ଆଇଡିଆଥୋନ୍‌ର ସସ୍‌ଷ୍ଟେନେବଲ ଏନ୍‌ଭାରମେଣ୍ଟ କ୍ୟାଟେଗୋରୀର ବିଜୟୀ ହୋଇଛନ୍ତି ଦିଲ୍ଲୀ ଆର୍‌କେ ପୁରମର ଆର୍ଯ୍ୟନ୍‌ ଗୁଲାଟି। କାରଣ ସେ ଏମିତି ଏକ ଚମତ୍କାର କରି ଦେଇଖାଇଛନ୍ତି ଯାହାଦ୍ୱାରା ମାତ୍ର କେଇ ମିନିଟ୍‌ରେ କୋଭିଡ୍‌-୧୯ ରୋଗକୁ ଚିହ୍ନିବା ସହିତ ଫୁସ୍‌ଫୁସ୍ ସମ୍ବନ୍ଧିୟ ଅନ୍ୟ ରୋଗକୁ ମଧ୍ୟ ଚିହ୍ନାଯାଇପାରିବ। ଯୁକ୍ତ ଦୁଇରେ ପଢ଼ୁଛନ୍ତି ଆର୍ଯ୍ୟନ। ହେଲେ ଏତେ କମ୍‌ ବୟସରେ ଚମତ୍କାର ଆବିଷ୍କାର କରି ଦେଖାଇଛନ୍ତି ସେ। ଆର୍ଯ୍ୟନ […]

  • Tuesday, 06 July 2021
cow
ଲକ୍‌ଡାଉନ୍‌ ଉଜାଡ଼ିଦେଲା ଜୀବିକା; ଝିଅକୁ ପଢ଼ାଇବା ପାଇଁ ବାପା ବିକି ଦେଲେ...

କାଙ୍ଗ୍ରା: ସମଗ୍ର ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ଭାଇରସ। ଏନେଇ ଲକ୍‌ଡାଉନ୍‌ ଜାରି କରାଯାଇଛି। ଫଳରେ ପିଲାମାନେ ପାଠ ପଢ଼ିବା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିଲାମାନେ ଘରେ ରହି ଅନ୍‌ଲାନଇନ୍‌ରେ କ୍ଲାସ୍‌ କରୁଛନ୍ତି। କିନ୍ତୁ କେତେକ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ୍‌ର ସୁବିଧା ନଥିବାରୁ ସେମାନେ ପାଠ ପଢ଼ିପାରୁନାହାନ୍ତି। ଏଭଳି ପରିସ୍ଥିତିରେ ଗରିବ ଶ୍ରେଣୀର ଜଣେ ବାପା ନିଜ ଝିଅକୁ ପାଠ ପଢ଼ାଇବା ଓ ସ୍କୁଲର ଫି’ ଦେବା ପାଇଁ ଅନ୍ୟ […]

  • Tuesday, 06 July 2021
corona3
କରୋନାକୁ ଡରି ଶୁଦ୍ଧିକ୍ରିୟାକୁ ଆସିଲାନି ବାରିକ, ପରସ୍ପରକୁ ଲଣ୍ଡା କଲେ ପରିବାର

ଭୋପାଳ: ମଧ୍ୟପ୍ରଦେଶର ଖାର୍ଗୋନରେ କରୋନାକୁ ନେଇ ଭୟାବୟ ପରିସ୍ଥିତି ସୃଷ୍ଟି ହୋଇଛି। ମୃତକଙ୍କ ଘର ସାମ୍ନାରେ ଜଣେ କରୋନା ପଜିଟିଭ ଚିହ୍ନଟ ପରେ ଗାଁର ସମସ୍ତ ବାରିକମାନେ ସେମାନଙ୍କ ଚୁଟି କାଟିବାକୁ ମନା କରିଦେଇଥିଲେ। ପରେ ମୃତକଙ୍କ ପରିବାରର ୪୦ ଜଣ ସମ୍ପର୍କୀୟ ପରସ୍ପରର ଚୁଟି କାଟିବାକୁ ବାଧ୍ୟ ହୋଇଛନ୍ତି। ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୩୦ କିମି ଦୂରରେ ଥିବା ଶେଗାଓଁ ବ୍ଲକର ରସଗାଓଁରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ୫୨ ବର୍ଷୀୟ ଶ୍ରୀରାମ […]

  • Tuesday, 06 July 2021
rain
ସାବଧାନ ! ବର୍ଷାଦିନରେ ଏସବୁ ଭୁଲ୍‌ କରନ୍ତୁ ନାହିଁ, ଅଯଥା ରୋଗରେ ପଡ଼ିବେ

ବର୍ତ୍ତମାନ ଦେଶରେ ମୌସୁମୀର ପ୍ରବାହ ଜାରି ରହିଛି। ଏହି ସମୟରେ ଶରୀର ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ। କାରଣ ମୌସୁମୀ ବା ବର୍ଷାଦିନ ଯେତିକି ଭଲ, ସେତିକି ସଂକ୍ରମଣର ଭୟ ବି ରହିଛି। ଏହି ସମୟରେ ଚର୍ମ ଓ ଥଣ୍ଡାଜନିତ ବିଭିନ୍ନ ରୋଗ ହେବାର ସମ୍ଭାବନା ରହିଥାଏ। ଏପଟେ କରୋନା ସଂକ୍ରମଣ ଜାରି ରହିଥିବାରୁ ଶୀରରେ କିଭଳି ଇମ୍ୟୁନିଟି(ରୋଗ ପ୍ରତିରୋଧକ ଶକ୍ତି)କୁ ବଢ଼ାଇ ହେବ ସେଥିପ୍ରତି ଧ୍ୟାନ ଦେବା ନିହାତି ଦରକାର। ତେବେ ବର୍ଷାଦିନରେ କିପରି […]

  • Tuesday, 06 July 2021
Untitled-1
ଭାରତରେ ତିଆରି ହେବ iPhone-11 ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ପ୍ରିମିୟମ୍‌ ସ୍ମାର୍ଟଫୋନ୍‌ କମ୍ପାନୀ ଆପଲ ଭାରତରେ  iPhone 11 ମଡେଲ୍‌ର ମ୍ୟାନୁଫେକ୍ଚରିଂ  ଆରମ୍ଭ କରିଦେଇଛି। ଚେନ୍ନାଇ ସ୍ଥିତ Foxconn ପ୍ଲାଣ୍ଟରେ ଏହି ମଡେଲ୍ ତିଆରି ଚାଲିଛି। କେନ୍ଦ୍ର ବାଣିଜ୍ୟମନ୍ତ୍ରୀ ପିୟୂଷ ଗୋୟଲ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ତେବେ ଭାରତରେ iPhone 11 ତିଆରି ହେଲେ ଏଥିରେ ଖର୍ଚ୍ଚ କମ୍ ହେବ। ତା ସହିତ ସରକାରଙ୍କୁ କମ୍ପାନୀ ଦେଉଥିବା ୨୨ ପ୍ରତିଶତ ଆମଦାନୀ ଶୁଳ୍କକୁ ସଞ୍ଚୟ ହୋଇପାରିବ। ଫଳରେ ଆଗାମୀ ସମୟରେ ଭାରତୀୟ ବଜାରରେ […]

  • Tuesday, 06 July 2021
veg
ରୋଷେଇ ଘରେ ଚୁଟ୍‌କିରେ ପନିପରିବାକୁ ସାନିଟାଇଜ୍‌ କରିବାକୁ ଚାହୁଁଛନ୍ତି ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କରୋନା ଭାଇରସ ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି। ଏପରି ସମୟରେ ଆମକୁ ଗୋଟିଏ ଜିନିଷ ଉପରେ ସବୁଠାରୁ ବେଶି ଧ୍ୟାନ ଦେବାକୁ ହେବ। ଆଉ ତାହା ହେଉଛି ସ୍ୱଚ୍ଛତା। ତେଣୁ ବାହାରୁ କୌଣସି ଜିନିଷ ଆଣିଲେ  ତାହାକୁ ପରିଷ୍କାର କରି ଧୋଇବା ଉପରେ ଏବେ ପ୍ରାଥମିକତା ଦିଆଯାଉଛି। ବିଶେଷକରି ପନିପରିବା ଧୋଇ ତା’ ପରେ ଫ୍ରିଜ୍‌ରେ ରଖିବା ନିହାତି ଦରକାର।  ତେବେ ଏହି କାମକୁ କେତେ ସହଜରେ କରି ପାରିବେ ଜାଣନ୍ତି ? ଏଇ […]

  • Tuesday, 06 July 2021
woman
ଇଚ୍ଛାଶକ୍ତି ପାଖରେ ଏମିତି ହାର ମାନିପାରେ ବୟସ ! ଦେଖନ୍ତୁ ଭିଡିଓ

ପୁଣେ: ଆଗ୍ରହ, ଆନ୍ତରିକ ଉଦ୍ୟମ ଆଉ ନିଷ୍ଠା ପାଖରେ ସବୁ ପ୍ରତିବନ୍ଧକ ହାର ମାନିଥାଏ। କରୋନା ଲକଡାଉନ ସମୟରେ ଅନେକ ଲୋକ ସେମାନଙ୍କର ଜୀବନ ଜୀବିକା ହରାଇଛନ୍ତି। ଦୁଇ ଓଳା ଦୁଇ ମୁଠା ଖାଦ୍ୟ ପେଟକୁ ଯୋଗାଡ କରିବା କଷ୍ଟ ହୋଇ ପଡ଼ିଛି। ଲାଗୁଛି, କରୋନା ଯେମିତି ଆମ ଜୀବନର ସବୁ ହସ, ଖୁସି, ସୁଖଶାନ୍ତି ଛଡ଼ାଇ ନେଇଛି। ହେଲେ ଦେଖନ୍ତୁ ଏଇ ୮୫ ବର୍ଷ ବୟସ୍କ ମହିଳାଙ୍କୁ। କାମ କରୁଛନ୍ତି, ପେଟକୁ ଦାନା ଯୋଗାଡ କରିପାରୁଛନ୍ତି। ତା […]

  • Tuesday, 06 July 2021