ଆଜିକାଲି ବିଭିନ୍ନ ସ୍ଥାନରେ ପରିବେଶକୁ ସୁନ୍ଦର କରି ସଜାଇବା ପାଇଁ ଫାଉଣ୍ଟେନ୍ ଇତ୍ୟାଦିର ନିର୍ମାଣ କରାଯାଉଛି। ନଦୀ, ପୋଖରୀ, ପାର୍କ ଇତ୍ୟାଦିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଫାଉଣ୍ଟେନ ନିର୍ମାଣ କରାଯାଇଥାଏ। କିଛି ସ୍ଥାନରେ ତ ଫାଉଣ୍ଟେନରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋର ମଧ୍ୟ ଆୟୋଜନ କରାଯାଇଥାଏ
ଡାକ୍ତରଖାନା କର୍ତ୍ତୃପକ୍ଷ ଦେଖାଇଲେ ମହାନତା। ଏମିତି କିଛି ଘୋଷଣା କଲେ ଯାହାକୁ ନେଇ ସାରା ଦେଶରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ପଡ଼ୋଶୀ ଛତିଶଗଡ଼ର ରାଜଧାନୀ ରାୟପୁରରେ ଥିବା ଶ୍ରୀ ବାଲାଜୀ ସୁପର ସ୍ପେଶିଆଲଟି ହସ୍ପିଟାଲ ପକ୍ଷରୁ ବିଶେଷ ଘୋଷଣା କରାଯାଇଛି
ଖୁବଶୀଘ୍ର କେନ୍ଦ୍ର ବିଭିନ୍ନ କର୍ମଚାରୀଙ୍କ ପାଇଁ ନେଇପାରେ ବଡ଼ ନିଷ୍ପତ୍ତି। କେନ୍ଦ୍ର ସରକାର ଶ୍ରମ ଆଇନରେ ସଂଶୋଧନ କରିବା ପାଇଁ ଯୋଜନା କରୁଥିବା ନେଇ ସୂଚନା ରହିଛି । ଏଥିରେ ଗୋଟିଏ ସପ୍ତାହରେ ଜଣେ ବ୍ୟକ୍ତି ସର୍ବାଧିକ ୪୮ ଘଣ୍ଟା କାମ କରିବ ବୋଲି ପ୍ରସ୍ତାବ ଦିଆଯାଇଛି । ଏହାସହ ଅନେକ ନିୟମରେ ସରକାର କୋହଳ କରିବା ନେଇ ଅନୁମାନ କରାଯାଉଛି ।
ଚିରାଫଟା ନୋଟ୍ ଆପଣଙ୍କ ପାଖରେ ରହିଛି କି? ଏହି ସବୁ ଟଙ୍କା ଲାଗି ଆପଣ ଚିନ୍ତାରେ ଅଛନ୍ତି କି? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ। କାରଣ ଏଣିକି ଅତିସହଜରେ ଆପଣ ବି ଚିରାଫଟା ନୋଟ୍ ଅତି ସହଜରେ ବଦଳାଇପାରିବେ। ଜାଣିରଖନ୍ତୁ ଯେ, କେତେ ପରିମାଣରେ ନୋଟ ଚିରାଥିଲେ ଆପଣ ଅତି ସହଜରେ ସେହି ଟଙ୍କାକୁ ଫେରାଇ ପାରିବେ ଓ ସମ ପରିମାଣରେ ଟଙ୍କା ବି ପାଇପାରିବେ?
ମାନସିକ ଚାପ ବୃଦ୍ଧି କରିପାରେ ସ୍ମାର୍ଟ ଫୋନ୍। ଏମିତି ରିପୋର୍ଟ ଆସିବା ପରେ ସାଧାରଣ ଭାବରେ ଆପଣମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଟେନସନ ଫ୍ରୀରେ ରହିବା ଲାଗି ସ୍ମାର୍ଟ ଫୋନରେ କିଏ ଗେମ୍ ତ କିଏ ସୋସିଆଲ ମିଡ଼ିଆରେ ନିଜକୁ ବ୍ୟସ୍ତ ରଖେ ତ ପୁଣି ଆଉ କିଏ ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍ମାର୍ଟ ଫୋନ ବ୍ୟବହାର କରନ୍ତି।
ଶୁଭ ବିବାହ। ଏହି ଗୋଟିଏ ଶଦ୍ଦ ହିଁ ସବୁ କିଛି ବୁଝାଇଦିଏ। ସମସ୍ତେ ନିଜ ନିଜର ବିବାହକୁ କିଛି ଅଲଗା ଓ ସ୍ମରଣୀୟ କରିବା ଲାଗି ଚେଷ୍ଟା କରନ୍ତି। ବିବାହ ଦିନ ସମସ୍ତଙ୍କ ଲାଗି ଅତି ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ଦିନରେ ହିଁ ଦୁଇଟି ହୃଦୟର ମିଳନ ହୁଏ
ସ୍ମାର୍ଟ ହେଉଛି ଗାଁ ଠୁ ସହର। ସମୟ ଆଉ ଟେକନୋଲୋଜି ସହିତ ଜୀବନ ଜୀବିକାରେ ଅନେକ କିଛି ପରିବର୍ତ୍ତନ ମଧ୍ୟ ଆସିଛି । ପକେଟରେ ସ୍ମାର୍ଟଫୋନ, ଆାଉ ଆାଖପାଖରେ ସ୍ମାର୍ଟ ସହର। ଆଉ ମଣିଷ ବି ସ୍ମାର୍ଟ। ଏଭଳି ସମୟରେ ଗାଁ କେମିତି ପଛରେ ରହିବ?
ଭାରତୀୟ ବଜାରରେ ଟେଲିଗ୍ରାମ୍ ଆପର ବଢୁଛି ଚାହିଦା। ଧୀରେ ଧୀରେ ଅଧିକ ଲୋକପ୍ରିୟ ହେଉଛି ଏହି ଆପ୍। ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି ଲାଗୁ ହେବା ପରଠୁ ଅଧିକାଂଶ ୟୁଜର୍ସ ଆପ ପ୍ରତି ମୁହଁ ମୋଡିବା ଆରମ୍ଭ କଲେଣି ।
କର୍କଟ ରୋଗ। ବର୍ତ୍ତମାନ ଦେଶରେ କର୍କଟ ରୋଗୀଙ୍କ ସଂଖ୍ୟା ଏତେ ମାତ୍ରାରେ ବଢିଯାଇଛି ଯେ, ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। କର୍କଟ ରୋଗ ଏମିତି ଏକ ରୋଗ ଯାହା କୋଷମାନଙ୍କର ଏକ ଅସ୍ୱାଭାବିକ ଅଭିବୃଦ୍ଧି କରେ, ଯାହା ଶରୀରର ସୁସ୍ଥ ପରିବେଶକୁ ନଷ୍ଟ କରିଦିଏ
ବେକାର ଯୁବକ ଓ ଯୁବତୀଙ୍କୁ କେନ୍ଦ୍ର ଦେବ ୩୮ ଶହ ଟଙ୍କା? କେଉଁ ମାସଠୁ ମିଳିବ ଭତ୍ତା ଟଙ୍କା? ଖବର ଗୁଜବ ନା ସତ? ନୂଆଦିଲ୍ଲୀ: ବେରୋଜଗାରିଆ ଯୁବକ ଓ ଯୁବତୀଙ୍କୁ ମାସକୁ ୩୮୦୦ ଟଙ୍କା ଭତ୍ତା ଦେଉଛନ୍ତି କେଦ୍ର ସରକାର। ଦେଶରେ ବଢିଚାଲିଥିବା ବେକାରୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର। ତେବେ ଏହି ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ ଜୋରସୋରରେ ଚର୍ଚ୍ଚା ଚାଲିଛି। କିନ୍ତୁ ଏମିତି କୌଣସି ନିଷ୍ପତ୍ତି କେନ୍ଦ୍ର […]
ପୃଥିବୀ ପୃଷ୍ଠରେ ପୁଣି ଥରେ ଦେଖାଦେଲେ ଏଲିଏନ? କେଉଁଠି ଓ କେତେବେଳେ ଓ କିଏ ଦେଖିଲା ଏଲିଏନ? ଏଲିଏନ କଥା କହିଲେ ଅନେକ ଲୋକେ ଆଗ୍ରହର ସହ ଶୁଣନ୍ତି ଆଉ ତାହା ସମ୍ପର୍କରେ ଜାଣିବାକୁ ବି ଚେଷ୍ଟା କରନ୍ତି। ଆପଣ ବଲିଉଡ ଫିଲ୍ମରେ ନିଷ୍ଟିତ ଭାବରେ ଦେଖିଥିବେ କୋଇମିଲଗେୟା ଫିଲ୍ମ।
ସାବଧାନ ଫେସବୁକ ବ୍ୟବହାରକାରୀ ଫେସବୁକରୁ ହେଉଛି ତଥ୍ୟ ଲିକ୍ ୧୪୫୦ ଟଙ୍କାରେ ବିକ୍ରି ହେଉଛି ବ୍ୟବହାରୀଙ୍କ ତଥ୍ୟ ନୂଆଦିଲ୍ଲୀ: ସୁରକ୍ଷିତ ନୁହେଁ ଫେସବୁକ? ଫେସବୁକ ବ୍ୟବହାର କରୁଥିଲେ ସାବଧାନ ହୁଅନ୍ତୁ, କାରଣ ଫେସବୁକରୁ ବହୁ ସଂଖ୍ୟକ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ମଦରବୋର୍ଡର ରିପୋର୍ଟ ଅନୁଯାୟୀ, ଭାରତ ସମେତ ସାରା ବିଶ୍ୱରେ ପ୍ରାୟ ୫ଶହ ମିଲିୟନ ଲୋକଙ୍କ ମୋବାଇଲ୍ ନମ୍ବର ଲିକ୍ ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, […]
ଆଧାର କାର୍ଡ ସହ ଲିଙ୍କ ହୋଇନାହିଁ କି ଆପଣଙ୍କ ମୋବାଇଲ ନମ୍ବର? କୌଣସି କାରଣରୁ ଅପଡେଟ୍ ହୋଇପାରିନାହିଁ ମୋବାଇଲ ନମ୍ବର? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ। କାରଣ ଏଣିକି ବିନା କୌଣସି ଡକ୍ୟୁମେଣ୍ଟରେ ଆପଣ ଆଧାର କାର୍ଡ ସହିତ ଆପଣଙ୍କର ମୋବାଇଲ୍ ନମ୍ବର ଅପଡେଟ୍ କରିପାରିବେ ବୋଲି ଜଣାଯାଇଛି
ଦେଶରେ ଧୀରେ କଡ଼ାକଡ଼ି ହେଉଛି ଟ୍ରାଫିକ ନିୟମ। ଏଣିକି ନିୟମ ଭାଙ୍ଗିଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜୋରିମାନା। ୯ ଅଗଷ୍ଟ ୨୦୧୯ର ମୋଟର ଯାନ ସଂଶୋଧନ ବିଧେୟକକୁ ୨୦୧୯ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁର ଦେଇସାରିଛନ୍ତି।
ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି କିଛି ଏମିତି ରାୟ ଶୁଣାଇଛନ୍ତି କୋର୍ଟ। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଜଣେ ସ୍ତ୍ରୀ ସ୍ୱାମୀଙ୍କୁ ପ୍ରତାରଣା ଦେଇ ଅନ୍ୟ ଜଣଙ୍କ ସହ ଚାଲିଯାଇଥିଲେ ପତ୍ନୀ
କରୋନା ଟିକା ନେଲେ ରେଷ୍ଟୁରାଂଟରେ ଖାଇବା ସମୟରେ ମିଳିବ ରିହାତି। ଆଶ୍ଚର୍ଯ୍ୟ ହେଉଥିଲେ ବି ଘଟଣାଟି ପୂରା ସତ। କରୋନା ଟିକା ନେବାକୁ ଲୋକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏବେ ସଂଯୁକ୍ତ ଆରବ ଏମିରେଟସରେ ଏକ ନୂଆ ବ୍ୟବସ୍ଥା କରାଯାଇଥିବା ସୂଚନା ରହିଛି
ଭୋଟର ଭାଇଭଉଣୀଙ୍କ ଲାଗି ଖୁସି ଖବର। ଏଣିକି ଭୋଟର କାର୍ଡ ଲାଗି ଆଉ ଦୌଡିବାକୁ ପଡିବ ନାହିଁ ସକକାରୀ ଦପ୍ତର। କାରଣ ଏଣିକି ଅନଲାଇନରେ ଆପଣ ବି ପାଇପାରିବେ ନିଜର ଭୋଟର କାର୍ଡ଼। ଅନଲାଇନରେ ପିଡ଼ିଏଫ୍ ଫର୍ମାଟରେ ଉପଲବ୍ଧ ହେବ ଭୋଟର କାର୍ଡ଼ ଯାହା ଆପଣଙ୍କ ଫୋନ କିମ୍ବା କମ୍ୟୁଟରରେ ମଧ୍ୟ ଡାଉନଲୋଡ ମଧ୍ୟ କରିପାରିବେ।
ଏଣିକି ଅଳିଆ ପ୍ଲାଷ୍ଟିକ ଦେଲେ ମିଳିବ ଖାଇବା। ଅଳ୍ପ ନୁହେଁ ବରଂ ପେଟପୂରା ମିଳିବ ଖାଦ୍ୟ। ରାଜଧାନୀ ଦିଲ୍ଲୀର ଦକ୍ଷିଣ ଦିଲ୍ଲୀରେ ଦିଲ୍ଲୀ ନଗର ନିଗମ ନଜଫଗଡ ଜୋନରେ ଏକ ମିଠା ଦୋକାନ ସହ ମିଶି ଏମିତି ଅଭିଯାନ ଆରମ୍ଭ କରିଛି। ଆଉ ଏଠାରେ ଲୋକମାନେ ଅଦରକାରୀ ପ୍ଲାଷ୍ଟିକ ଦେଇ ଖାଦ୍ୟ ନେଉଛନ୍ତି ଯାହାକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ଏଣିକି କମିବ ଔଷଧ ଦର। ସବୁ ସମାଗ୍ରୀର ଦର ବଢୁଥିବା ବେଳେ ଏବେ କେବଳ ଔଷଧ ଦର କମାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ମିଳିଥିବା ସୂଚନା ଅନୁସାରେ, ଫାର୍ମା କମ୍ପାନୀକୁ ପିଏଲଆଇ ଯୋଜନା ଅନ୍ତର୍ଗତ ଆବେଦନକୁ ଅନୁମୋଦନ କରିଛି କେନ୍ଦ୍ର
ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅର୍ଥାତ୍ ଗରୀବି ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ଏହି ଯୋଜନାରେ ପାଖାପାଖି ୮୦ କୋଟି ଲୋକଙ୍କୁ ସାମିଲ କରିବାକୁ ଥିଲା ଯୋଜନା
ଦେଶର ସମ୍ବିଧାନ ଆଇନର ଦସ୍ତାବିଜ୍ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାକୁ ଭିତ୍ତିକରି କେନ୍ଦ୍ର ଓ ରାଜ୍ୟ ସରକର ଶାସନ କରନ୍ତି। ଏହା ସରକାର କାର୍ଯ୍ୟପାଳିକା ଓ ନ୍ୟାୟପାଳିକା, ବିଧାନସଭା ସହ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଥିବା ସମ୍ପର୍କକୁ ନିର୍ଣ୍ଣୟ କରେ।
ଭୁବନେଶ୍ୱର: ଜାନୁଆରୀ ୨୬ ଅର୍ଥାତ୍ ସାଧାରଣତନ୍ତ୍ର ଦିବସ। ଏହି ଦିନ ଟି ସାରା ଦେଶରେ ବହୁତ ଧୁମଧାମରେ ପାଳନ କରାଯାଇଥାଏ। ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା କେବଳ ଏହାନୁହେଁ ବରଂ ସେହି ଦିନଠାରୁ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ୧୯୫୦ ମସିହା ଜାନୁଆରୀ ୨୬ରୁ ପ୍ରଥମେ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା । କିନ୍ତୁ ଏହା ରାଜପଥରେ […]
ହୁ ହୁ ହୋଇ ବଢିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର। ଲଗାତାର ଭାବରେ ତୈଳଦର ବୃଦ୍ଧି ଯୋଗୁଁ ଚିନ୍ତାରେ ଖାଉଟି। କହିବାକୁ ଗଲେ ନିତିଦିନ ହିଁ ତୈଳ ବୃଦ୍ଧି କରୁଛନ୍ତି ସରକାର
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ଆଧାର କାର୍ଡ ନଥିଲେ ବି ଏଣିକି ଆପଣ ପାଇପାରିବେ ଗ୍ୟାସ ସଡସିଡି। ଆଜ୍ଞା ହଁ, ବିନା ଆଧାର କାର୍ଡରେ ମିଳିପାରିବ ଗ୍ୟାସ ସବସିଡି ଟଙ୍କା। ଯଦି ଆପଣ କେବେ ଏଲପିଜି ଗ୍ୟାସ ସିଲିଣ୍ଡର ବୁକିଂ କରୁଛନ୍ତି ତେବେ ସବସିଡି ସିଧାସଳଖ ଆପଣଙ୍କ ବ୍ୟାଙ୍କ ଖାତାକୁ ଯାଇଥାଏ।
ବନ୍ଦ ହୋଇଯିବ ପୁରୁଣା ନୋଟ୍। ବଜାରରେ ଆଉ ଚଳିବ ନାହିଁ ୫,୧୦ ଏବଂ ୧୦୦ ଟଙ୍କିଆ ନୋଟ୍। ଆସନ୍ତା ମାର୍ଚ୍ଚ ମାସରୁ ଏହି ସବୁ ପୁରୁଣା ନୋଟ୍ ବନ୍ଦ କରିବା ଲାଗି ଚିନ୍ତା କରୁଛି ଆରବିଆଇ। ମିଳିଥିବା ସୂଚନା ଅନୁସାରେ, ଏହାର ପ୍ରଚଳନ ବନ୍ଦ କରାଯିବ ବୋଲି ଆର୍ବିଆଇର ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର୍ ବି ମହେଶ ସୂଚନା ଦେଇଛନ୍ତି।