ବାରିପଦା : ଆସିଯାଇଛି ପର୍ଯ୍ୟଟନର ଋତୁ। ଶିମିଳିପାଳରେ ପୁଣି ପର୍ଯ୍ୟଟକଙ୍କର ଭିଡ଼ ଜମିବ। କାରଣ ଆସନ୍ତାକାଲି ଠାରୁ ଖୋଲିବାକୁ ଯାଉଛି ଶିମିଳିପାଳ ଅଭୟାରଣ୍ୟ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ପର୍ଯ୍ୟଟନସ୍ଥଳୀର ପ୍ରବେଶ ଦ୍ୱାର ହେଉଛି କାଳିଆଣୀ ଗେଟ୍। ଯଶୀପୁର NH 49 ରୁ ଏହାର ଦୂରତା ୧୪ କିଲୋମିଟର। ଅଭୟାରଣ୍ୟ ଭିତରେ ଅଛି ବରେହିପାଣି, ଚହଲା, ଯୋରନ୍ଦା, ଉସ୍କି ଓ ଅଲକୁଦ ଜଳପ୍ରପାତ। ପର୍ଯ୍ୟଟକମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ବନ୍ୟପ୍ରାଣୀ ଓ ବିଭିନ୍ନ ପ୍ରକାର […]
ରାୟଗଡ଼ା: ପ୍ରଥମେ ତିତ୍ଲି ଆଉ ଏବେ ଚକଡ଼ା ପୋକ, ରାୟଗଡ଼ା ଜିଲ୍ଲାର ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ତିତ୍ଲି ପ୍ରଭାବରେ ବ୍ୟାପକ କପା ଫସଲ ନଷ୍ଟ ହୋଇଥିବା ବେଳେ ଏବେ ଶହ ଶହ ହେକ୍ଟର ଜମିରେ ଚକଡ଼ା ପୋକ ମାଡ଼ି ଯାଇଛି। ଯେତେ କୀଟନାଶକ ସିଞ୍ଚନ କଲେ ମଧ୍ୟ କିଛି ସୁଫଳ ମିଳୁନି। ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ପାତ୍ରଗୁଡ଼ା ଗାଁରେ ଶହ ଶହ ହେକ୍ଟର ଜମିରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଶହ ଶହ […]
ଭୁବନେଶ୍ୱର: ୧୯୯୯ ମହାବାତ୍ୟାକୁ ପୂରିଛି ୧୯ ବର୍ଷ। କିନ୍ତୁ ଏବେ ଯାଏ ମନରୁ ଲିଭିନି ସେଇ ପ୍ରକୃତିର କରାଳ ରୂପ। ଆଖି ଆଗରେ ଭାସିଯାଇଥିଲେ ପରିବାର ଲୋକ। ଉଜୁଡ଼ି ଯାଇଥିଲା ଜୀବନ ଜୀବିକା। ପ୍ରକୃତିର ତାଣ୍ଡବ ପରେ ଯେଉଁ କେତେଜଣ ବଞ୍ଚିଯାଇଥିଲେ ତାଙ୍କ ପାଇଁ ଦୁର୍ବିସହ ହୋଇ ଯାଇଥିଲା ଜୀବନ। ମହବାତ୍ୟାରେ ଜଗତ୍ସିଂହପୁର ଜିଲ୍ଲା ଏରସମା ବ୍ଲକ ଗଡ଼ବିଶୁନପୁର ପଞ୍ଚାୟତର ଦାସମଠ ଓ ନଳଭେଡ଼ି ଗାଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ମହାବାତ୍ୟାର ୧୯ବର୍ଷ ପରେ ବି ଅନେକ […]
ଢେଙ୍କାନାଳ: ଆଜିଠାରୁ ଆରମ୍ଭ ହେଉଛି ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସାରା ପରିବେଶ। ପୂଜା ପାଇଁ ସମସ୍ତ ପୂଜାମଣ୍ଡପଗୁଡ଼ିକରେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକମାଳରେ ଝଲସୁଛି ପୂଜାପେଣ୍ଡାଲ୍। ମା’ଙ୍କ ପୂଜା ପାଇଁ ଢେଙ୍କାନାଳରେ ମା’ ଗଜଲକ୍ଷ୍ମୀ ପୂଜାର ରହିଛି ସ୍ୱତନ୍ତ୍ର ଆକର୍ଷଣ। ସେଠାରେ ପ୍ରାୟ ୨୫୦ରୁ ଅଧିକ ପେଣ୍ଡାଲ୍ରେ ପୂଜାର ଆୟୋଜନ କରାଇଛି। ୧୧ ଦିନ ଧରି ଚାଲିବ ମାଆଙ୍କ ପୂଜାର୍ଚ୍ଚନା। ଗଜଲକ୍ଷ୍ମୀଙ୍କ ପୂଜାରେ […]
ଭୁବନେଶ୍ୱର: ରାତି ଅନ୍ଧାରରେ ଠାବ ହେଲା ବାଘୁଣୀ ‘ସୁନ୍ଦରୀ’ର ଗତିବିଧି। ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳ ଅନ୍ତର୍ଗତ କୁମୁରୀ ଗାଁ ପାଖରେ ବାଘୁଣୀଟି ରହିଛି। ସେହି ଗାଁରେ ଏକ ବଳଦକୁ ଝୁଣି ଖାଇଥିଲା। ସେହିପରି ଜଣେ ବ୍ୟକ୍ତିଙ୍କୁ ‘ସୁନ୍ଦରୀ’ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ସେପଟେ ସୁନ୍ଦରୀକୁ ତୁରନ୍ତ ସ୍ଥାନାନ୍ତର ପାଇଁ ଅଞ୍ଚଳରେ ଜନ ଅସନ୍ତୋଷ ଓ ଚାପା ଉତ୍ତେଜନା ଲାଗି ରହିଛି। ଆଇନଶୃ଼ଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଅନୁଗୁଳ ଜିଲ୍ଲାପାଳ ଅନୀଲ କୁମାର ସାମଲ ରାଜ୍ୟ ଜଙ୍ଗଲ ଓ […]
ଗଞ୍ଜାମ: ବାତ୍ୟା ତିତ୍ଲିକୁ ବିତିଲାଣି ପ୍ରାୟ ୧୧ ଦିନ। କିନ୍ତୁ ଏଯାଏ ହୋଇଥିବା କ୍ଷୟକ୍ଷତିରେ ସୁଧାର ଆସିନି। ବିଶେଷ କରି ତିତ୍ଲିରେ ପ୍ରଭାବିତ ହୋଇଥିବା ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାବାସୀ ବିଭିନ୍ନ ସମସ୍ୟା ସହ ଯୁଝୁଛନ୍ତି। ୧୨ ଦିନ ହେବ ପାରଳାଖେମୁଣ୍ଡି ଓ ଗୁଣପୁର ଅଞ୍ଚଳ ରେଳ ସଂଯୋଗରୁ ବିଚ୍ଛିନ୍ନ ହୋଇରହିଛି। ତିତ୍ଲି ପରବର୍ତ୍ତୀ ଲଗାଣ ବର୍ଷା ଯୋଗୁଁ ପାରଳାଖେୁଣ୍ଡି ଓ ପୁରୁଣାପାଟଣା ମଧ୍ୟରେ ଏକ ବିରାଟ ଘାଇ କାରଣରୁ ଧୋଇ ଯାଇଥିବା ରେଳଧାରଣା ଏବେ […]
କେନ୍ଦ୍ରାପଡ଼ା: ସରିଲା ଦୁର୍ଗାପୂଜା, ଧରାପୃଷ୍ଠରୁ ବିଦାୟ ନେଲେ ଜଗତ୍ଜନନୀ ମା’ ଦୁର୍ଗା। ବିଭିନ୍ନ ସ୍ଥାନରେ ଭସାଣି ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ଦୁର୍ଗା ଭସାଣିରେ ରହିଛି ସ୍ୱତନ୍ତ୍ରତା। ପାରମ୍ପରିକ ବାଦ୍ୟ, ନୃତ୍ୟ ଓ ହରିବୋଲ ହୁଳହୁଳି ଧ୍ୱନି ଭିତରେ ମା’ଙ୍କୁ ଆଣି ହଂସୁଆ ନଦୀରେ ଥିବା ସୁସଜ୍ଜିତ ଡଙ୍ଗାରେ ଭକ୍ତମାନେ ଅଶ୍ରୁଳ ବିଦାୟ ଦେଇଥାନ୍ତି। ପ୍ରଥମେ ଗୋପାଳକମାନେ ମା’ଙ୍କୁ କାନ୍ଧରେ ବୋହିନେଇ ବଜାର ପରିକ୍ରମା କରିଥାନ୍ତି। ପରିକ୍ରମା ପରେ ହଂସୁଆ ନଦୀରେ ଥିବା […]
ସମ୍ବଲପୁର(ସମୀର ସଢ଼ଙ୍ଗୀ): ଖରା ଆରମ୍ଭରୁ ଜଳକଷ୍ଟ। ସମ୍ବଲପୁର ସହରାଞ୍ଚଳରେ ଥିବା ନୂଆପଡ଼ା ଗାଁର ଲୋକେ ଏବେ ପିଇବା ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି। ନଳକୂଅରୁ ପାଣି ବାହାରୁ ନଥିବାରୁ ନାଳ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଲୋକେ। ଏହି ଗାଁରେ ୫୦ରୁ ଅଧିକ ପରିବାର ରୁହନ୍ତି। ହେଲେ ଗାଁରେ ରହିଛି ଗୋଟିଏ ନଳକୂଅ। ଏଥିରୁ ବି ଠିକ୍ ଭାବେ ପାଣି ବାହାରୁ ନଥିବା ଅଭିଯୋଗ ହୋଇଛି। ଫଳରେ ଗାଁଠାରୁ ୨ କିଲୋମିଟର ଦୂରରେ ଥିବା […]
କୋରାପୁଟ: କୋରାପୁଟରେ ଥିବା ନିଶାଣିମୁଣ୍ଡାଠାରେ ପ୍ରତିବର୍ଷ ବିଜୟା ଦଶମୀ ଦିନ ଲାଠିଯାତ୍ରା ଅନୁଷ୍ଠିତ ହୋଇଥାଏ। ଲାଠିଯାତ୍ରା ସେଠାକାର ଏକ ଭିନ୍ନ ପରମ୍ପରା, ଯେଉଁଠି ବାଉଁଶ ଖଣ୍ଡକୁ ଗ୍ରାମର ପ୍ରତିନିଧି ବା ଗ୍ରାମଦେବତୀ ଭାବେ ପୂଜା କରାଯାଇଥାଏ। ସମସ୍ତ ଗାଁରୁ ଲାଠି ଏକାଠି ନ ହେଲେ ଦଶହରା ଆରମ୍ଭ ହୋଇ ନ ଥାଏ। ଏହି ନିଆରା ଲାଠି ଯାତ୍ରାରେ ବିଭିନ୍ନ ରଙ୍ଗର କପଡ଼ା ଓ ଫୁଲରେ ସଜ୍ଜିତ ହୋଇଥିବା ଏକ ବଡ଼ ବାଉଁଶ ଖଣ୍ଡକୁ ଗାଁର ଠାକୁରାଣୀ ଭାବେ […]
ଗଞ୍ଜାମ: ତିତ୍ଲି ବାତ୍ୟାର ମାଡ଼ରେ ଉଜୁଡ଼ିଯାଇଛି ଗଞ୍ଜାମ ଜିଲ୍ଲାର ପରିବା ଝୁଡ଼ି। କେଉଁଠି ବାଲିଚର ତ ଆଉ କେଉଁଠି ପାଣି ଜମିରହି ପଚିସଢ଼ି ଯାଇଛି ଏକର ଏକର ପରିବା ଫସଲ। ହିଞ୍ଜିଳି ବ୍ଲକର ବୁରୁପଡ଼ା ଓ ଚାନ୍ଦିଲିରେ ୪ଶହରୁ ଅଧିକ ଏକର ଜମିରେ ଦେଖିବାକୁ ମିଳିଛି ଦୁର୍ଦ୍ଦଶାର ଚିତ୍ର। ଗଞ୍ଜାମ ଜିଲ୍ଲାକୁ ସିଂହ ଭାଗ ପରିବା ଯୋଗାଇଥାନ୍ତି। କିନ୍ତୁ ବାତ୍ୟା ମାଡ଼ରେ ବୁଡ଼ିଯାଇଛି ଚାଷ ବେଉସା। ବ୍ୟାପକ ଫୁଲକୋବି ସହ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଯାଇଥିବା ଚାଷୀ […]
ଗଜପତି: ବାତ୍ୟା ‘ତିତଲି’ ପ୍ରଭାବରେ ଗଜପତି ଜିଲ୍ଲାରେ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ‘ତିତ୍ଲି’ ଉଜାଡ଼ି ଦେଇଛି ଚାଷୀର ବର୍ଷକର ଫସଲ। ବାତ୍ୟାରେ ଭାଙ୍ଗି ପଡ଼ିଥିବା ଗଛକୁ ଛିଡ଼ା କରିବା ପାଇଁ ଦମ୍ ଲଗାଇ ଦେଇଛି ଚାଷୀ। ବାତ୍ୟା ‘ତିତ୍ଲି’ ପ୍ରଭାବରେ ଗଜପତି ଜିଲ୍ଲା ମୋହନା ବ୍ଲକର ୩୯ଟି ପଞ୍ଚାୟତରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏବେ ମଧ୍ୟ ଅନେକ ଧାନ ବିଲରେ ପାଣି ଲହଡ଼ି ଭାଙ୍ଗୁଛି। ତେବେ ଅଧିକ କ୍ଷତିଗ୍ରସ୍ତ ହୋଇଛି ମକା ଚାଷ। ଚଳିତବର୍ଷ […]
ଅନୁଗୁଳ: ଚିନ୍ତା ବଢ଼ାଇଲା ଏନଟିପିସି। ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ଏନଟିପିସି ଆସ୍ପଣ୍ଡର ପାଉଁଶ ପାଣି ଏବେ ଟିକିରା ନାଳରେ ସିଧାସଳଖ ମିଶୁଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ପାଉଁଶ ପାଣି ଯୋଗୁ ନାଳ ପ୍ରଦୂଷିତ ହେଉଛି। କେବଳ ସେତିକି ନୁହେଁ। ଏହି ନାଳ ପାଣି ବ୍ରାହ୍ମଣୀରେ ମିଶୁଥିବାରୁ ନଦୀ ବି ପ୍ରଦୂଷିତ ହେଉଛି। ନଦୀ ଓ ନାଳ ଉପରେ ନିର୍ଭର କରୁଥିବା ଗ୍ରାମବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି। ଗୃହପାଳିତ […]
ନୂଆପଡ଼ା (ମାୟାଧର ସରଫ) : ମାଛ ଚାଷୀଙ୍କୁ ଉତ୍କୃଷ୍ଟ ଯାଆଁଳ ଯୋଗାଇ ଦେବା ଲକ୍ଷ୍ୟରେ ନୂଆପଡ଼ାରେ ହୋଇଥିଲା ସୁନ୍ଦର ମତ୍ସ୍ୟ ଯାଆଁଳ କେନ୍ଦ୍ର। ହେଲେ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ତାହା ବନ୍ଦ ହୋଇପଡ଼ିଛି। ରକ୍ଷଣାବେକ୍ଷଣା ଅଭାବରୁ ଖତ ଖାଉଛି ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି। ଏମିତି ଦେଖିବାକୁ ମିଳିଛି ନୂଆପଡ଼ା ଇଚ୍ଛାପୁର ଗାଁରେ ଥିବା ମତ୍ସ୍ୟ ଯାଆଁଳ କେନ୍ଦ୍ରରେ। ଏଠାକାର ଅଧିକାଂଶ ଯନ୍ତ୍ରାଂଶରେ କଳଙ୍କ ଲାଗିଗଲାଣି। ସେପଟେ ଯାଆଁଳ ଉତ୍ପାଦନ ପାଇଁ ହୋଇଥିବା ୬ଟି […]
ମହାମାରୀର ଦ୍ୱିତୀୟ ଲହରରେ ସବୁଠୁ ବଡ ସମସ୍ୟା ସାଜିଛି ଅକ୍ସିଜେନ୍ ସଙ୍କଟ । ଅକ୍ସିଜେନ୍ ଅଭାବରୁ ଅନେକ କରୋନା ଆକ୍ରାନ୍ତଙ୍କ ଅକାଳରେ ମୃତ୍ୟୁ ହେଉଛିା ଏହାର ଜ୍ୱଳନ୍ତ ଉଦାହରଣ ଆମେ ଦିଲ୍ଲୀ କହିପାରିବା । ଏଭଳି ସ୍ଥିତିରେ କରୋନା ବିରୋଧରେ ମୁକାବିଲା କରିବା ପାଇଁଁ ଆଗେଇ ଆସିଛନ୍ତି ମଧ୍ୟପ୍ରଦେଶର ଜଣେ ଯୁବ ଇଂଜିନିୟର । ସେ ନିଜ ବାଇକରେ ଆମ୍ବୁଲାନ୍ସ ନିର୍ମାଣ କରିଛନ୍ତି । ଯେଉଁ ଆମ୍ବୁଲାନ୍ସରେ ରହିଛି ହସ୍ପିଟାଲ ବେଡ୍ ଓ ଅକ୍ସିଜେନ୍ । କରୋନାର […]
କରୋନା ମହାମାରୀ ଦ୍ୱିତୀୟ ଲହର ମଣିଷ ଜୀବନକୁ ସତେ ଯେପରି ସୀମା ଭିତରେ ରଖି ଦେଇଛି । କିନ୍ତୁ କରୋନାରୁ ଆରୋଗ୍ୟ ହେବାକୁ ଯାଇ ଅନେକ ଲୋକ ଭ୍ରମର ଶିକାର ହେଉଛନ୍ତି । ଅନେକ ଚେରମୂଳି ଔଷଧ ଓ ଡାକ୍ତର ବିନା ପରାମର୍ଶରେ ମେଡିସିନ୍ ସେବନ କରିବା କାରଣ ମୂଲ୍ୟ ଜୀବନ ପାଣି ଫୋଟକା ପରି ଚାଲିଯାଉଛି । କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ସ୍କୁଲ ଶିକ୍ଷକ ଲେମନ୍୍ ଥେରାପି କରି ମୃତ୍ୟୁବରଣ କରିଛନ୍ତି । ଏଭଳି […]
କୋଭିଡ୍ ସ୍ଥିତି ଯୋଗୁଁ ଅନେକ ଲୋକ ଅନଲାଇନ୍ ପେମେଣ୍ଟ କରିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏହାର ସୁଯୋଗରେ କଳାକନା ବୁଲାଇ ନେଉଛନ୍ତି ସାଇବର ଠକ । କ୍ୟୁଆର୍ କୋଡ୍ ବ୍ୟବହାର ଆକାଉଣ୍ଟ ହୋଇଯାଉଛି ଖୋଳ । ଏନେଇ ଗ୍ରାହକଙ୍କୁ ସତର୍କ କରାଇଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ । କ୍ୟୁଆର୍ କୋଡ୍ କୁ ସ୍କାନିଂ କରିବା ସମୟରେ ତଥା ପେମେଣ୍ଟ କରିବା ସମୟରେ ସତର୍କ ରହିବା ପାଇଁ ଏସବିଆଇ ପରାମର୍ଶ ଦେଇଛି । ପବ୍ଲିକ୍ […]
ପାଣିର ରଙ୍ଗ ହଠାତ୍ ହଳଦିଆ ହୋଇଗଲା, ଆଉ ସେହି ପାଣିକୁ ଯିଏ ବି ଛୁଇଁଲା ଚମଡା ଉତୁରିଗଲ।। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସ୍କଟଲ୍ୟାଣ୍ଡରୋ ଏହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛିା ଏହି ପାଣିର ଅସ୍ୱାଭାବିକ ପରିବର୍ତ୍ତନ କ୍ଷେତ୍ରରେ କଣ ରହିଛି ପ୍ରକୃତ କାରଣ ଆସନ୍ତୁ ଜାଣିବା… ସ୍କଟଲ୍ୟାଣ୍ଡର ପରିବେଶ ଅତ୍ୟନ୍ତ ସୁନ୍ଦର ଓ ମନୋରମା ଏଠାରେ ଘଞ୍ଚଜଙ୍ଗଲ ଓ ପାହାଡ ଓ ଝରଣା ଭରି ରହିଛିା ଏଇ ପରିବେଶକୁ ଉପଭୋଗ […]
କଟକ: ଇଏ ହେଉଛନ୍ତି ୟଙ୍ଗ ଟିଙ୍କର୍ ଟିମ୍। ରାଜ୍ୟ ର ବିଭିନ୍ନ ସ୍ଥାନରୁ ବଛା ଯାଇଥିବା ଏହି 19 ବର୍ଷରୁ କମ୍ ଯୁବ ବୈଜ୍ଞାନିକମାନେ ଟିମ୍ ଲିଡର ଅନିଲ ପ୍ରଧାନଙ୍କ ନେତୃତ୍ୱରେ ଆମେରିକାର ମହାକାଶ ଗବେଷଣା ଅନୁସନ୍ଧାନ କେନ୍ଦ୍ର ନାସା ପାଇଁ ପ୍ରସ୍ତୁତ କରିଛନ୍ତି ଏକ ରୋବର୍ଟ। ଏହି ୧୦ ଜଣିଆ ଟିମ ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର ଚାଲେଞ୍ଜ ପାଇଁ ଏହି ରୋବୋଟ୍ ଟିକୁ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ପୁରା ଦିନ ରାତି ଏକ କରି ଏହି […]
କରୋନା ଯେତିକି ରହସ୍ୟ, କୋଭିଡ୍ ଭୂତାଣୁକୁ ନେଇ ହେଉଥିବା ଗବେଷଣା ମଧ୍ୟ ସେତିକି ଉତ୍କଣ୍ଠାପୂର୍ଣ୍ଣ। ଚୀନ୍ର ଉହାନ୍ରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭୂତାଣୁକୁ ନେଇ ଆରମ୍ଭରୁ ଗବେଷଣା ଚାଲିଛି। ଅନେକ ସମୟରେ ଗବେଷକମାନେ ଏନେଇ ତଥ୍ୟ ଓ ସୂଚନା ଦେଉଛନ୍ତି। ଇତି ମଧ୍ୟରେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ସୂର୍ଯ୍ୟ କିରଣ କମାଉଛି କରୋନା ମୃତ୍ୟୁ ହାର। ଆମେରକୀୟ ଗବେଷକମାନେ ଏଭଳି ତଥ୍ୟ ରଖିଛନ୍ତି। ସୂର୍ଯ୍ୟ କିରଣରୁ ନିର୍ଗତ ଶକ୍ତି ଅନେକ ରୋଗରୁ ରକ୍ଷା କରିଥାଏ […]
ଏ ପୃଥିବୀ ବଡ଼ ବିଚିତ୍ର। ପ୍ରକୃତିର ପରିବର୍ତ୍ତନ ହେଉ ଅବା ଦୈବ ଶକ୍ତି ହେଉ, ଏଠି ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖିବାକୁ ମିଳେ ଆଉ ଚକିତ କଲା ପରି କଥା ଶୁଣିବାକୁ ପଡେ। ଗାଈରୁ ଛେଳି ଜନ୍ମ ନେବା, କୁକୁଡ଼ା ଅଣ୍ଡା ବଦଳରେ ପକ୍ଷୀ ଛୁଆ ଜନ୍ମ କରିବା, ଏମିତି ଚକିତ କରିଦେବା ପରି କଥା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। କିନ୍ତୁ ଏହାର ବିଜ୍ଞାନ ଭିତ୍ତି ସତ୍ୟତା ଏବେ ରହସ୍ୟ ଘେରରେ ରହିଛି। ତେବେ […]
ଆଜିକାଲି ମଦ ପିଇବା ଗୋଟିଏ ସାଧାରଣ କଥା ହୋଇଗଲାଣି। ପାର୍ଟି ହେଉ ଅବା ଯେକୌଣସି ଉତ୍ସବରେ ସେଲିବ୍ରେସନ୍ କରିବାକୁ ମଦର ଆସର ଜମେ। କିନ୍ତୁ ଅନେକ ଲୋକ ମାତ୍ରାଧିକ ମଦ୍ୟପାନ କରିସାରିବା ପରେ ନିଜର ସତ୍ତା ହରାଇ ହରାଇ ବସନ୍ତି। ଏପରିକି କିଛି ଅପରାଧିକ କାର୍ଯ୍ୟ କରିବାକୁ ପଛାନ୍ତି ନାହିଁ। ହେଲେ ଅନେକ ଲୋକ ମଦ ପିଇସାରିବା ପରେ ନିଜର ସତ୍ତା ହରାଇବସନ୍ତି କିନ୍ତୁ ଜ୍ଞାନ ବଢିଯାଏ। ନିଜ ପାଖରେ ବସିଥିବା ଲୋକଙ୍କୁ ଇଂରାଜୀରେ କଥାବାର୍ତ୍ତା କରିବା […]
ସାବରକର ବିଶ୍ୱର ରାଜନୈତିକ ଇତିହାସରେ ପ୍ରଥମ ରାଜନୈତିକ ନେତା ଥିଲେ, ଯାହାଙ୍କୁ ଦୁଇଟି ଜନ୍ମ (୫୦ ବର୍ଷ)ର କାରାଦଣ୍ଡାଦେଶ ହୋଇଥିଲା। ଯେତେବେଳେ ଇଂରେଜ ବିଚାରପତି ନ୍ୟାୟାଳୟରେ ତାଙ୍କ ବିରୁଦ୍ଧରେ ଏହି ରାୟ ଶୁଣାଇଥିଲେ, ସେତେବେଳେ ସାବରକର କହିଥିଲେ- “୫୦ ବର୍ଷର କାରାଦଣ୍ଡାଦେଶ ଦେଇ ଇଂରେଜ ସରକାର ହିନ୍ଦୁ ମାନଙ୍କର ପୁନର୍ଜନ୍ମର ସିଦ୍ଧାନ୍ତକୁ ସ୍ୱୀକାର କରିନେଇଛନ୍ତି।” ସେଇ ମହାନ୍ କ୍ରାନ୍ତିକାରୀ ସ୍ୱାତନ୍ତ୍ରବୀର ସାବରକରଙ୍କ ଆଜି ପୁଣ୍ୟତିଥି। ଆଲେଖ୍ୟ-ଦେବଦତ୍ତ ରଥ କଳାପାଣି ସଜ୍ଜା ଏବଂ ଅମାନବୀୟ ନିର୍ଯାତନା ମହାରାଷ୍ଟ୍ରର ନାସିକ […]
ଭୁବନେଶ୍ୱର (ତପନ ସ୍ୱାଇଁ): ଇହ ଜଗତରେ ଆଉ ନାହାଁନ୍ତି, ସମାଜସେବୀ ଦେବରାପଲୀ ପ୍ରକାଶ ରାଓ ଓରଫ ଡି.ପ୍ରକାଶ ରାଓ। ତାଙ୍କ ଦେହାନ୍ତ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ କଟକ କାଳିଆବୋଦାରେ ସଂପନ୍ନ ହୋଇଛି। କଟକ ସହରରେ ଏକ ପରିଚିତ ନାଁ ପ୍ରକାଶ ରାଓ। କଟକ ଗୋପବନ୍ଧୁ ଭବନ ପାଖରେ ଥିବା ତାଙ୍କ ନିରାଡମ୍ବର ଚା’ ଦୋକାନଟି ଥିଲା ତାଙ୍କ ସବୁଦିନିଆ ଠିକଣା। ଜଣେ ଚା ଦୋକାନୀ ଯେ ଲୋକଙ୍କୁ […]
କରୋନା ମହାମାରୀ ଭିତରେ ଏବେ ଫଙ୍ଗଲ ସଂକ୍ରମଣ ବିପଦ ସୃଷ୍ଟି କରିବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ର ଅନେକ ଆକ୍ରାନ୍ତ ହେବା ପରେ କେନ୍ଦ୍ର ସରକାର ପ୍ରଭାବିତ ରାଜ୍ୟମାନଙ୍କୁ ଏହାକୁ ମହାମାରୀ ଘୋଷଣା କରିବାକୁ କହିଥିଲେ। ଏହି ସଂକ୍ରମଣର ବିପଦ ଟଳି ନ ଥିବା ବେଳେ ଏବେ ହ୍ୱାଇଟ୍ ଫଙ୍ଗସ୍ ଆତଙ୍କ ଖେଳେଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ନୂତନ ସଂକ୍ରମଣ ବ୍ଲାକ୍ ଫଙ୍ଗସ୍ ଅପେକ୍ଷା ଅଧିକ ବିପଜ୍ଜନକ। କାରଣ ଏହା କେବଳ ଗୋଟିଏ ଅଙ୍ଗକୁ ନୁହେଁ, […]
ସାରା ଦେଶରେ କରୋନା ମହାମାରୀ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଲାଣି। ଦିନକୁ ଦିନ ଭୟଙ୍କର ଭାବରେ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସ୍ଥିତି ଏମିତି ହେଲାଣି ଯେ, ଶ୍ମଶାନରେ ଶବ ସଂସ୍କାର କରିବାକୁ ଅସହାୟ ମନେ କଲେଣି ମଶାଣୀ ବନ୍ଧୁ।