ଭୁବନେଶ୍ୱର (ତପନ ସ୍ୱାଇଁ): ଇହ ଜଗତରେ ଆଉ ନାହାଁନ୍ତି, ସମାଜସେବୀ ଦେବରାପଲୀ ପ୍ରକାଶ ରାଓ ଓରଫ ଡି.ପ୍ରକାଶ ରାଓ। ତାଙ୍କ ଦେହାନ୍ତ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ କଟକ କାଳିଆବୋଦାରେ ସଂପନ୍ନ ହୋଇଛି। କଟକ ସହରରେ ଏକ ପରିଚିତ ନାଁ ପ୍ରକାଶ ରାଓ। କଟକ ଗୋପବନ୍ଧୁ ଭବନ ପାଖରେ ଥିବା ତାଙ୍କ ନିରାଡମ୍ବର ଚା’ ଦୋକାନଟି ଥିଲା ତାଙ୍କ ସବୁଦିନିଆ ଠିକଣା। ଜଣେ ଚା ଦୋକାନୀ ଯେ ଲୋକଙ୍କୁ […]
ନିଜର ମାନବସେବାର ମନୋଭାବ ଓ କାର୍ଯ୍ୟଶୈଳୀ ପାଇଁ ସାରା ଦେଶର ଆଜି ତାଙ୍କୁ ଝୁରୁଛି। ବଞ୍ଚିଥିବା ସମୟରେ ମୃତ୍ୟୁପରେ ନିଜ ଶରୀରକୁ ଦାନ କରିବାକୁ ମଧ୍ୟ ସଂକଳ୍ପ ନେଇଥିଲେ ସେ। ତେବେ ତାଙ୍କର ଏପରି କଥାକୁ ତାଙ୍କୁ ଆହୁରି ବେଶ ପରିଚିତ କରାଇପାରିଥିଲା। କାରଣ ପିଲାଙ୍କ ପାଠ ପଢା ଲାଗି ସେ ନିଜ ଶରୀରକୁ ଦାନ କରିବାକୁ ଚାହିଁଥିଲେ।
ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। କଟକ ଏସ୍ସିବି କୋଭିଡ୍ ହସ୍ପିଟାଲରେ ଅପରାହ୍ନ ୪ଟା ୧୫ ମିନିଟ୍ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଡି.ପ୍ରକାଶ। କରୋନାରେ ଆକ୍ରାନ୍ତ ହେବା ପରେ ୩ ସପ୍ତାହ ହେଲାଣି ତାଙ୍କର ଚିକିତ୍ସା ଚାଲିଥିଲା।