କନ୍ଧମାଳ: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ସତ୍ତ୍ୱେ ମଧ୍ୟ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ଼ ବେଶ୍ ଜମୁଛି। ଶୀତଋତୁରେ ବଣଭୋଜି ସାଙ୍ଗକୁ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଲାଗି ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି। ଜାଡ଼ର ମାଡ଼ ସତ୍ତ୍ୱେ ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। କେବଳ ଓଡ଼ିଶା କାହିଁକି, ଓଡ଼ିଶା ବାହାରୁ ପର୍ଯ୍ୟଟକ ଆସି ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଥାନ୍ତି। ଶୀତ ବଢ଼ିବା ସାଙ୍ଗକୁ […]
କୋରାପୁଟ : କୋରାପୁଟର ବହି ମଣିଷ ଭାବେ ପରିଚିତ ସେ । ନାଁ ତାଙ୍କର ଜଳନ୍ଧର ଗାଣ୍ଠ । ବହୁ ପୁରାତନ ଠାରୁ ଅାରମ୍ଭ କରି ଅତ୍ୟାଧୁନିକ ପୁସ୍ତକରେ ଭର୍ତ୍ତି ହୋଇଛି ତାଙ୍କ ଘର। ପୁସ୍ତକ ସଂଗ୍ରହ ତାଙ୍କର ଯେମିତି ଏକ ନିଶା ପାଲଟି ଯାଇଛି। ଯେବେ ସେ କୋରାପୁଟ ବାହାରକୁ ଯାଆନ୍ତି ପୁସ୍ତକ ଆଣିବାକୁ ଭୁଲନ୍ତି ନାହିଁ । ସବୁ ପୁସ୍ତକକୁ ଏକାଠି କରି ନିଜ ଘରେ କରିଛନ୍ତି ଏକ ଅନନ୍ୟ ପାଠାଗାର। ଜଳନ୍ଧରଙ୍କ ଏହି ପୁସ୍ତକ […]
କଟକ : ସମାଜର ସାମୂହିକ ବିବେକକୁ ଦୋହଲାଇ ଦେବା ଭଳି ଏକ ଦୃଶ୍ୟ ଅାଜି ଦେଖିବାକୁ ମିଳିଛି କଟକ ବଡ଼ ମେଡିକାଲ୍ରେ । ଓଡ଼ିଶାର ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଅାସିଥିବା ବୃଦ୍ଧ ରୋଗୀଟିଏ କିପରି ଚିକିତ୍ସା ଅଭାବରେ ଜୀବନ ହାରିଦେଇଛି ଏ ହେଉଛି ତାର ଜ୍ୱଳନ୍ତ ଉଦାହରଣ । ଘଟଣା ଏହିପରି ….. ବଡ଼ ମେଡିକାଲ୍ର ମେଡିସିନ୍ ଓ୍ୱାର୍ଡ। ଅାଉ ତାରି ୧୦ ହାତ ଦୂରରେ ପଡ଼ିଛି ଜଣେ ମଣିଷର ଶବ। ସମୟ ସକାଳ ପାଖାପାଖି […]
ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ଓଡ଼ିଶା। ଦିନକୁ ଦିନ ପାରଦ କମୁଥିବା ବେଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ବିଭିନ୍ନ ପଶୁ ପକ୍ଷୀ ଯେମିତି ପ୍ରଭାବିତ ନହେବେ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଖାଲି ସାପ ନୁହେଁ ପାଣିରେ ରହୁଥିବା କୁମ୍ଭୀର ମଧ୍ୟ ଶୀତରେ ଅସ୍ତବ୍ୟସ୍ତ। କୁମ୍ଭୀରଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ ଏନ୍କ୍ଲୋଜର୍ ପାଣି ପାଖରେ ଶୁଖିଲା ବାଲି ପକା ଯାଇଛି। ସିମ୍ପାଜି ପାଇଁ ରୁମ୍ ଭିତରେ ପ୍ଲାଏ ଉଡ୍ ପଡ଼ିଛି। ପାଖରେ ରୁମ୍ […]
ଭୁବନେଶ୍ୱର : ତିତ୍ଲିର ତାଣ୍ଡବରେ ଘରଦ୍ୱାର ବିଧ୍ୱସ୍ତ। ଜୀବନ ଜୀବିକା ହରାଇ ଅସହାୟ ଜନତା। ଏପଟେ ପୁନଃରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ। ଅାଜି ବି ସବୁ ବିଭାଗ ମୁଖ୍ୟଙ୍କ ସହ ମୁଖ୍ୟଶାସନ ସଚିବ ରିଲିଫ୍ ଓ ପୁନଃରୁଦ୍ଧାର ନେଇ ସମୀକ୍ଷା କରିଛନ୍ତି। ବୈଠକ ପରେ ମିଳିଥିବା ସୂଚନା ଅନୁଯାୟୀ, ସୋରଡା-ଦାରିଙ୍ଗବାଡି ରାସ୍ତାକୁ ଛାଡି ଅନ୍ୟ ସବୁ ରାସ୍ତାର ମରାମତି ସରିଛି ଓ ଗ୍ରାମାଞ୍ଚଳରେ ୫୭୦ଟି ପାନୀୟ ଜଳ ପ୍ରକଳ୍ପର ପୁନରୁଦ୍ଧାର ସରିଛି। ଗଜପତିରେ ୧ଲକ୍ଷ ୨୦ […]
ବରଗଡ଼: ପାଖେଇ ଆସିଲାଣି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଉ ଦିନ କେଇଟା ପରେ ଧନୁଯାତ୍ରାକୁ ନେଇ ବରଗଡ଼ରେ ଲୋକଙ୍କ ଭିଡ଼ ଜମିବ। ଅନ୍ୟପଟେ, ଧନୁଯାତ୍ରା ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଧନୁଯାତ୍ରାରେ ବରଗଡ଼ ସହର ପାଲଟିବ ମଥୁରାନଗରୀ। ଏଥିପାଇଁ ଜୋର୍ସୋର୍ରେ ସଜବାଜ ଚାଲିଛି। ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାକୁ ସମସ୍ତେ ଲାଗିପଡ଼ିଛନ୍ତି। ବରଗଡ଼ କଲ୍ୟାଣ ମଣ୍ଡପ ପାଲଟିଛି ଆଖଡ଼ାଶାଳ। ଅଭିନୟକୁ ଉନ୍ନତତର କରିବାକୁ କଳାକାରମାନେ ପ୍ରସ୍ତୁତ ହେଉଛନ୍ତି। ଅନ୍ୟପଟେ, ଧନୁଯାତ୍ରାରେ ଅଭିୟନ କରୁଥିବା କଳାକାରଙ୍କ […]
କଟକ: କିଛି ଦିନର ବ୍ୟବଧାନ ପରେ ପୁଣି ସେହି ଅଜଣା ଜନ୍ତୁ ଆତଙ୍କ। କଟକ ନରାଜ ଅଞ୍ଚଳକୁ ଏହି ଅଜଣା ଜନ୍ତୁ ଆତଙ୍କ ପୁଣି ଥରେ ଫେରିଛି। ୧୫ରୁ ଅଧିକ ମେଣ୍ଢା ମାରି ସାରିଲାଣି ଏହି ଅଜଣା ଜନ୍ତୁ। ଯାହାକୁ ନେଇ ଲୋକେ ଆତଙ୍କିତ। ମେଣ୍ଢାଙ୍କ ସୁରକ୍ଷା ପାଇଁ ହାତରେ ଠେଙ୍ଗା ଓ ନିଆଁହୁଳା ଧରି ପହରା ଦେଉଛନ୍ତି ଲୋକେ। ଅନ୍ୟପଟେ ମେଣ୍ଢା ଗୁଡ଼ିକୁ ଗୁହାଳରେ ସୁରକ୍ଷିତ ରଖିବାକୁ ବନବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ନରାଜ […]
ଭୁବନେଶ୍ୱର : ଅଭିନେତ୍ରୀ ନନ୍ଦିତା ଦାସଙ୍କ ବାପା ତଥା ପ୍ରଖ୍ୟାତ ଚିତ୍ରଶିଳ୍ପୀ ପଦ୍ମଭୂଷଣ ଯତୀନ ଦାସଙ୍କ ନାଁରେ ହୋଇଛି ଅଭିଯୋଗ । ମହିଳା ଉଦ୍ୟୋଗୀ ତଥା ପରିବେଶବିତ୍ ନିଶା ବୋରା ଆଣିଛନ୍ତି ଏହି ଅଭିଯୋଗ । ୨୦୦୪ରେ ଯତୀନ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ନିଶା ଖୁଲାସା କରିବା ପରେ ସୃଷ୍ଟି ହୋଇଛି ହଲଚଲ୍। ନିଶା ନିଜ ଟ୍ୱିଟର ପେଜ୍ରେ ଏହି ଅଭିଯୋଗ ଆଣିଛନ୍ତି। ନିଶା ଅଭିଯୋଗ କରିଛନ୍ତି ଯେ, ୨୦୦୪ରେ ଯତୀନ୍ ଦାସଙ୍କ ସହ ଏକ […]
ବେଙ୍ଗାଲୁରୁ : ସୋସିଅାଲ ମିଡିଅାରେ ଜୋର ଧରିଛି #MeToo କ୍ୟାମ୍ପେନ । ଅସଦାଚରଣ ଶିକାର ହୋଇଥିବା ମହିଳାମାନେ ସେମାନଙ୍କ ତିକ୍ତ ଅନୁଭୂତି ସେୟାର କରୁଛନ୍ତି। ଏହା ସହ ଅସଦାଚରଣ କରୁଥିବା ବ୍ୟକ୍ତିଙ୍କୁ କାଠଗଡ଼ାକୁ ବି ଟାଣୁଛନ୍ତି। ଏଭଳି ସମୟରେ ସୋସିଅାଲ ମିଡିଅାରେ ଏମିତି ଏକ ଭିଡିଓ ପୋଷ୍ଟ ହୋଇଛି, ଯାହା ଏବେ ଚର୍ଚ୍ଚାରେ। ବ୍ୟାଙ୍କ ଋଣ ପାଇଁ ଯୌନ ସମ୍ପର୍କ ରକ୍ଷା କରିବାକୁ ଦାବି କରିଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବିଚ୍ ରାସ୍ତାରେ ନିସ୍ତୁକ ମାଡ଼ ମାରିଛନ୍ତି […]
କୋରାପୁଟ: ପାଣି ନାହିଁ ତ ଭୋଟ୍ ନାହିଁ। କୋଲାବ ପ୍ରକଳ୍ପର ବିସ୍ଥାପିତ ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ୍ ବର୍ଜନ ଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ କଲୋନୀରେ ପିଇବା ପାଣି, ରାସ୍ତାଘାଟ ଓ ଚାଷ ଜମିରେ ଜଳସେଚନ ସମସ୍ୟା ଲାଗି ବିସ୍ଥାପିତ ବହୁ ହଇରାଣ ହେଉଛନ୍ତି। ଏପରିକି ଏନେଇ ଜିଲ୍ଳା ପ୍ରଶାସନଠାରୁ ଲୋକ ପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ପାରି ନାହିଁ। ସମସ୍ୟା ଘେରରେ କୋଲାବ ପ୍ରକଳ୍ପ ବିସ୍ଥାପିତ। ପିଇବା ପାଣି, ଗମନାଗମନ କି […]
ଗଜପତି : ଗଜପତି ଜିଲ୍ଲାରେ ଦିନକୁ ଦିନ ସାମ୍ନାକୁ ଅାସୁଛି ତିତ୍ଲି ତାଣ୍ଡବର ନୂଅା ନୂଅା ଲୋମଟାଙ୍କୁରା ଚିତ୍ର। ମୃତ୍ୟୁ ସଂଖ୍ୟା ବି ବଢି ବଢି ଚାଲିଛି। ରାୟଗଡ଼ ବ୍ଲକ ଗଙ୍ଗାବାଡ଼ରେ ପାହାଡ଼ ଧସି ୧୬ ଜଣଙ୍କ ମୃତ୍ୟୁ ପରେ କଇଁପୁର ଓ ଲକ୍ଷ୍ମୀପୁର ପଞ୍ଚାୟତରେ ବି ୧୭ ନିଖୋଜ ମଧ୍ୟରୁ ୮ଟି ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ପ୍ରକୃତିର ସନ୍ତାନ ବୋଲାଉଥିବା ଅାଦିବାସୀଙ୍କ ଉପରେ ଅନେକ ଦାଉ ସାଧିଛି ପ୍ରଳୟଙ୍କରୀ ବାତ୍ୟା ତିତ୍ଲି। ଦିନ […]
କଟକ: ପ୍ରବଳ ଥଣ୍ଡାରେ ଥରୁଛି ସାରା ରାଜ୍ୟ। ଆଉ ଏହି ଶୀତ ରାତିରେ ଏବେବି ଖୋଲା ଆକାଶ ତଳେ କଟକ ସହରରେ କଟୁଛି ଅସହାୟଙ୍କ ଜୀବନ। ରେଳ ଷ୍ଟେସନ୍ ହେଉ ବା ବସ୍ଷ୍ଟାଣ୍ଡ କିମ୍ବା ରାସ୍ତାକଡ଼ ସବୁଠି ରାତି କାଟୁଛନ୍ତି ନିରାଶ୍ରୟ। ଅସହାୟଙ୍କ ପାଇଁ ରାତ୍ରୀ ଆଶ୍ରୟସ୍ଥଳୀ କରାଯାଇଥିବା କଥା ପ୍ରଶାସନ କହୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା ଦେଖିବାକୁ ମିଳିଛି। ହାଡ଼ଭଙ୍ଗା ଶୀତରେ ସାରା ରାଜ୍ୟ ଥରୁଥିବା ବେଳେ କଟକ ସହରର ରାସ୍ତାକଡ଼ରେ ତ […]
ଯାଜପୁର : ଡଙ୍କାରୀରେ ପ୍ରଶାସନ ମାରୁଛି ନାଲି ପତକା। ଜାରି ହୋଇଛି ୧୪୪ ଧାରା । ପାହାଡ ପାଖରେ ଥିବା ଓଜନ ମାପକ ଯନ୍ତ୍ରକୁ ଖୋଳି ବାହାର କରୁଛି ପ୍ରଶାସନ। ପଥର ଖାଦାନର ୧୬ଟି ଉତ୍ସ, ସବୁଗୁଡିକୁ ସିଲ୍ କରାଯାଇଛି। ପାଖରେ ଥିବା କ୍ରସ୍ର ୟୁନିଟକୁ ମାପଚୁପ କରାଯାଇଥିଲେ ମଧ୍ୟ ସିଲ୍ କରାଯାଇନାହିଁ। କ୍ରସରରେ ବି କୋଟି କୋଟି ଟଙ୍କାର ଚିପ୍ସ ମହଜୁଦ ରହିଛି। ଗ୍ରୀନ ଟ୍ରିବ୍ୟୁନାଲର ଛାଟ ପରେ ଡଙ୍କାରୀରେ ପଡ଼ିଛି ଜିଲ୍ଲା ପ୍ରଶାସନର ପାଦ। […]
ମଧ୍ୟପ୍ରଦେଶ : କଥାରେ ଅଛି ନିଆଁ ଓ ପାଣି ସହ ଖେଳିବା ଅତ୍ୟନ୍ତ ବିପଜ୍ଜନକ। ଅାଉ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରେ। ରାଲଳୀଳା ଉତ୍ସବ ଚାଲିଥିବା ବେଳେ ଘଟିଛି ଏକ ଅଘଟଣ । ଷ୍ଟେଜ୍ ଉପରେ ଜଣେ କଳାକାର ନିଆଁରେ ଖେଳ ଦେଖାଉଥିବା ବେଳେ ହଠାତ ନିଆଁର ଧାସ ତାଙ୍କ ଚୁଟିରେ ଲାଗିଯାଇଥିଲା। ଏହାପରେ ସେ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସମୟରେ ନିଆଁ ତାଙ୍କ ହାତ ଓ ଶରୀରର […]
ନାଗପୁର : ବିଶ୍ୱରେକର୍ଡ ପାଇଁ ୩ ହଜାର କିଲୋଗ୍ରାମ ଖେଚୁଡ଼ି। ଅାଉ ତାହା ବି ପୁଣି ଗୋଟିଏ ବିରାଟକାୟ କଡେଇ ମଧ୍ୟରେ। ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇବା ପାଇଁ ନାଗପୁରର ସେଫ୍ ବିଷ୍ଣୁ ମନୋହର ଏଭଳି ପ୍ରୟାସ କରିଛନ୍ତି। ପୂର୍ବରୁ ଲଗାତର ୫୩ ଘଣ୍ଟା ରୋଷେଇ କରି ସେ ଗିନିଜ୍ ବୁକ୍ ଅଫ ଓ୍ୱାର୍ଲଡ୍ ରେକର୍ଡରେ ନିଜ ନାଁ ସାମିଲ କରିସାରିଛନ୍ତି। ଅାଉ ଏବେ ଖେଚୁଡ଼ି ପ୍ରସ୍ତୁତି କରି ପୁଣି ରେକର୍ଡ ଅାଶାରେ […]
ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଅତ୍ୟଧିକ ଥଣ୍ଡା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। ଏସବୁକୁ ଆଖି ଆଗରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରଙ୍କ ପକ୍ଷରୁ ରାତ୍ରୀ ଆଶ୍ରୟସ୍ଥଳୀ ଖୋଲା ଯାଇଛି। ତେବେ ଏହି ହାଡ଼ଭଙ୍ଗା ଶୀତରେ ବ୍ରହ୍ମପୁରରେ ନିରାଶ୍ରୟ ଲୋକେ ବହୁତ କଷ୍ଟରେ ରାତ୍ରୀ ଯାପନ କରୁଥିବା ଦେଖିବାକୁ ମିଳିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୋହଲା ପବନ। ଜାଡ଼ରେ ଦେହ ଥରି ଯାଉଥବା ବେଳେ ରାତିରେ ଷ୍ଟେସନ୍ ବାହାରେ ଅନେକ ଲୋକ […]
ଭୁବନେଶ୍ୱର : ବାତ୍ୟା ‘ତିତ୍ଲି’ ସବୁଠୁ ଅଧିକ କ୍ଷତି କରିଛି ଗଜପତି ଜିଲ୍ଲାରେ। ଅାନ୍ଧ୍ରର ପଲାସା ନିକଟରେ ଲ୍ୟାଣ୍ଡଫଲ୍ କରିବା ପରେ ତା ପ୍ରଭାବରେ ଭୋର୍ରୁ ଏଠି ଅାରମ୍ଭ ହୋଇଥିଲା ଅଣଚାଷ ପବନ ସାଙ୍ଗକୁ ପ୍ରବଳ ବର୍ଷା। ରାସ୍ତା ଉପରେ ଉପୁଡ଼ି ପଡ଼ିଛି ବଡ଼ ବଡ଼ ଗଛ ଓ ବିଦ୍ୟୁତ୍ ଖୁଣ୍ଟ। ପାରଳାଖେମୁଣ୍ଡିରୁ ବିଭିନ୍ନ ସ୍ଥାନକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ । ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ବସ୍ତି ଅଞ୍ଚଳର ଲୋକେ। ବହୁ କଚା ଘର ଭାଙ୍ଗି ପଡ଼ିଥିବାବେଳେ […]
ନୟାଗଡ଼ା : ବାତ୍ୟା ‘ତିତ୍ଲି’ର କରାଳ ରୂପ ଦେଖିଛନ୍ତି ଲୋକେ। କେଉଁଠି ଲୋକଙ୍କ ଘର ଦ୍ୱାର ଭାଙ୍ଗି ଯାଇଥିବା ବେଳେ ପବନ ଉଡ଼ାଇ ନେଇଛି ସବୁକିଛି । ହେଲେ ନୟାଗଡ଼ା ସହରର ଦେବୀ ପ୍ରସାଦଙ୍କ ଘରେ ଖେଳି ଯାଇଛି ଖୁସିର ଲହରି । ଅାଜି ସକାଳୁ ଦେବୀ ପ୍ରସାଦଙ୍କ ପତ୍ନୀ ଜନ୍ମ ଦେଇଛନ୍ତି ଏକ ଶିଶୁ କନ୍ୟାକୁ । ବାତ୍ୟା ‘ତିତ୍ଲି’ ବହିବା ଦିନ କନ୍ୟା ଜନ୍ମ ହୋଇଥିବାରୁ ତା ନାଁ ‘ତିତ୍ଲି’ ଦିଅାଯାଇଛି। ସେହିପରି ଅାସିକା […]
ଭୁବନେଶ୍ୱର : ଭୟଙ୍କର ହେଉଛି ‘ତିତ୍ଲି’। ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଲା ତିତ୍ଲି। ଘଣ୍ଟା ପ୍ରତି ବେଗ ରହିଛି ୧୪ କିଲୋମିଟର। ଅାସନ୍ତାକାଲି ସକାଳେ ସ୍ଥଳଭାଗ ଛୁଇଁବ । ୧୩୦ରୁ ୧୪୫ କିଲୋମିଟର ବେଗରେ ପବନ ବହିବ ଏବଂ ବେଳେବେଳେ ୧୬୫କି.ମି. ଛୁଇଁବାର ଅାଶଙ୍କା ରହିଛି। ପ୍ରବଳ ବର୍ଷା ସମ୍ଭାବନା : -‘ତିତ୍ଲି’ ପ୍ରଭାବରେ ୧୧ଟି ଜିଲ୍ଲାରେ ବର୍ଷା ସହ ପବନର ବେଗ ଅାହୁରି ବଢିବା ଅାଶଙ୍କା । – ୭ଟି ଜିଲ୍ଲାରେ ରେଡ୍ […]
କଟକ: କଟକବାସୀଙ୍କୁ ଏବେ ଘାରିଛି ଜାଇକା ଯନ୍ତ୍ରଣା। ଜାଇକାକୁ ନେଇ ବେଶ୍ କିଛି ଦିନ ଧରି ସମସ୍ୟା ଘେରରେ କଟକବାସୀ ରହିଥିବା ଦେଖିବାକୁ ମିଳିଛି । ଦୀର୍ଘ ଦିନ ଧରି କଟକରେ ଜାଇକା ପ୍ରକଳ୍ପକୁ ନେଇ ରାସ୍ତା ଖୋଳା ଯାଇଛି। ଯାହାକୁ ନେଇ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ ଲୋକେ। ତେବେ ବର୍ତ୍ତମାନ ସମସ୍ୟା ଆହୁରି ବଢ଼ିଛି। ଜାଇକା ନିର୍ମାଣ ବେଳେ ବିଭିନ୍ନ ଅଘଟଣ ଘଟଣା ସାମ୍ନାକୁ ଆସିଛି। ହେଲେ ଏବେ ଜାଇକା ପ୍ରକଳ୍ପକୁ ନେଇ ନୂଆ […]
ଭୁବନେଶ୍ୱର: ସାରା ରାଜ୍ୟରେ ହାତୀ ଆତଙ୍କ। ଧାନ ଖାଇବା ଲାଗି ବିଭିନ୍ନ ରାଜ୍ୟର ହାତୀ ଏବେ ଓଡ଼ିଶା ମୁହାଁ ହୋଇଛନ୍ତି। ହାତୀ କେବଳ ଫସଲ ଖାଉ ନାହାନ୍ତି, ଉପଦ୍ରବ କରୁଥିବାରୁ ଶହ ଶହ ଏକର ଜମିର ଧାନ ଫସଲ ମଧ୍ୟ ନଷ୍ଟ ହୋଇଛି। ଏହାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ି ଯାଇଛି। ଏପଟେ ବଢ଼ିବାରେ ଲାଗିଛି ହାତୀ ମଣିଷ ଲଢ଼େଇ। ସୁଯୋଗ ଦେଖି କିଛ ଅସାମାଜିକ ବ୍ୟକ୍ତି ଓ ଶିକାରୀ ହାତୀଙ୍କୁ ଟାର୍ଗେଟ କରୁଛନ୍ତି। ପୁରୀ ଜିଲ୍ଲା […]
କୋରାପୁଟ: ଚିଟ୍ଫଣ୍ଡ ସଂସ୍ଥା ଭଳି ସରକାରୀ ଲ୍ୟାମ୍ପସ୍ ଦ୍ୱାରା ଗରିବ ଖଟିଖିଆ ଚାଷୀ ଠକାମିର ଶିକାର ହୋଇଛନ୍ତି। କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ୍ କୁନ୍ଦୁଲି ଅଞ୍ଚଳର ୪୪ ଜଣ ଚାଷୀ ଏବେ ବୀମା ରାଶି ଜମା କରି ହନ୍ତସନ୍ତ ହେଉଛନ୍ତି। ଅଧିକ ଲାଭର ଲୋଭ ଦେଖାଇ ଲ୍ୟାମ୍ପସ୍ କର୍ମଚାରୀ ଚାଷୀଙ୍କଠାରୁ ବୀମା ପ୍ରିମିୟମ୍ ନେଇଥିଲେ। ପ୍ରତ୍ୟେକ ଚାଷୀ ବର୍ଷକୁ ୧୮ ହଜାର ଟଙ୍କା ହିସାବରେ ୫୪ ହଜାର ଟଙ୍କା ଲେଖାଏ ଜମା କରିଥିଲେ। ହେଲେ ତିନି ବର୍ଷ […]
ବାଲେଶ୍ୱର: ଶୀତର ଆଗମନ ସହିତ ପର୍ଯ୍ୟଟକଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳ। ପଞ୍ଚଲିଙ୍ଗେଶ୍ୱରଠାରୁ ଆରମ୍ଭ କରି କୁଲ୍ଡିହା ଅଭୟାରଣ୍ୟରେ ବୁଲିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ପିକ୍ନିକ୍ ପାଇଁ ଏବେ ଏହି ଅଞ୍ଚଳରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଶୀତ ବଢ଼ିବା ସହ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ପାହାଡ଼ ଉପରେ ଥିବା ପଞ୍ଚଲିଙ୍ଗେଶ୍ୱର ପୀଠରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ପଞ୍ଚଲିଙ୍ଗେଶ୍ୱରଙ୍କ […]
କନ୍ଧମାଳ: ଶୀତ ବଢ଼ିବା ସାଙ୍ଗକୁ କନ୍ଧମାଳ ଜିଲ୍ଲାରେ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ଭିଡ଼ ବଢୁଛି। ହେଲେ ଜିଲ୍ଲାର ଅନେକ ପର୍ଯ୍ୟଟନ ସ୍ଥଳର ବିକାଶ ହୋଇନଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କେବଳ ଫଳକ ଲଗାଇ ପର୍ଯ୍ୟଟନ ବିଭାଗ ଚୁପ୍ ବସିଥିବାବେଳେ ଏହାର ବିକାଶ ଲାଗି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଶୀତୁଆ ସକାଳ ସାଙ୍ଗକୁ ପ୍ରକୃତିର ମନୋରମ ଦୃଶ୍ୟ। କୁହୁଡ଼ିର ଆସ୍ତରଣରେ ଛାଇ ଯାଇଛି ପୂରା ପରିବେଶ। କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଏମିତି ଦୃଶ୍ୟ […]
ସମ୍ବଲପୁର : ହୀରାକୁଦ ଡ୍ୟାମ୍ର ସୁରକ୍ଷା ଚିନ୍ତା। ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ଅତିରିକ୍ତ ସ୍ପିଲେୱ। ଡ୍ୟାମ୍ର ଉଭୟ ବାମ ଓ ଡାହାଣ ପାର୍ଶ୍ୱରେ ମୃତ୍ତିକା ପରୀକ୍ଷା କରାଯାଇ ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ପଟେ ଅତିରିକ୍ତ ସ୍ପିଲେୱ ନିର୍ମାଣ ହେବ। ତୁର୍କୀର ଇଜିସ ନାମକ ସଂସ୍ଥା ସହ ଜଏଣ୍ଟ ଭେଞ୍ଚରରେ ଏହି କାମ ହାତକୁ ନେଇଛି। ଟାଟା ପ୍ରୋଜେକ୍ଟ ଲିମିଟେଡ୍ ଡ୍ୟାମ୍ ନିର୍ମାଣରେ ସେହି ସଂସ୍ଥାର ଖ୍ୟାତି ଥିବାରୁ ସ୍ପିଲେୱ କାମ ତୁର୍କୀର ଇଞ୍ଜିନିୟରିଂ କୌଶଳରେ […]