• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

2
ବିକାଶର ବହୁ ଦୂରରେ ପୁତୁଡି ଜଳପ୍ରପାତ

କନ୍ଧମାଳ: ଶୀତ ବଢ଼ିବା ସାଙ୍ଗକୁ କନ୍ଧମାଳ ଜିଲ୍ଲାରେ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ଭିଡ଼ ବଢୁଛି। ହେଲେ ଜିଲ୍ଲାର ଅନେକ ପର୍ଯ୍ୟଟନ ସ୍ଥଳର ବିକାଶ ହୋଇନଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କେବଳ ଫଳକ ଲଗାଇ ପର୍ଯ୍ୟଟନ ବିଭାଗ ଚୁପ୍ ବସିଥିବାବେଳେ ଏହାର ବିକାଶ ଲାଗି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଶୀତୁଆ ସକାଳ ସାଙ୍ଗକୁ ପ୍ରକୃତିର ମନୋରମ ଦୃଶ୍ୟ। କୁହୁଡ଼ିର ଆସ୍ତରଣରେ ଛାଇ ଯାଇଛି ପୂରା ପରିବେଶ। କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଏମିତି ଦୃଶ୍ୟ […]

  • Thursday, 15 July 2021
hirakud
ହୀରାକୁଦ ଡ୍ୟାମ୍‌ ସୁରକ୍ଷା ଚିନ୍ତା; ନିର୍ମାଣ ହେବାକୁ ଯାଉଛି ଅତିରକ୍ତ ସ୍ପିଲେୱ

ସମ୍ବଲପୁର : ହୀରାକୁଦ ଡ୍ୟାମ୍‌ର ସୁରକ୍ଷା ଚିନ୍ତା। ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ଅତିରିକ୍ତ ସ୍ପିଲେୱ। ଡ୍ୟାମ୍‌ର ଉଭୟ ବାମ ଓ ଡାହାଣ ପାର୍ଶ୍ୱରେ ମୃତ୍ତିକା ପରୀକ୍ଷା କରାଯାଇ ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ପଟେ ଅତିରିକ୍ତ ସ୍ପିଲେୱ ନିର୍ମାଣ ହେବ। ତୁର୍କୀର ଇଜିସ ନାମକ ସଂସ୍ଥା ସହ ଜଏଣ୍ଟ ଭେଞ୍ଚରରେ ଏହି କାମ ହାତକୁ ନେଇଛି। ଟାଟା ପ୍ରୋଜେକ୍ଟ ଲିମିଟେଡ୍ ଡ୍ୟାମ୍‌ ନିର୍ମାଣରେ ସେହି ସଂସ୍ଥାର ଖ୍ୟାତି ଥିବାରୁ ସ୍ପିଲେୱ କାମ ତୁର୍କୀର ଇଞ୍ଜିନିୟରିଂ କୌଶଳରେ […]

  • Thursday, 15 July 2021
jail2
ଜେଲ୍‌ ସୁରକ୍ଷାକୁ ନେଇ ଚର୍ଚ୍ଚା

ବ୍ରହ୍ମପୁର: ଜେଲ୍‌ ସୁରକ୍ଷାକୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚା। କେଉଁଠି ଜେଲର୍‌ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡିଛି ତ ଆଉ କେଉଁଠି ଜେଲର୍‌ଙ୍କ ବଦଳରେ ତାଙ୍କ ସ୍ୱାମୀ କାର୍ଯ୍ୟ ତୁଲାଉଛନ୍ତି । ବ୍ରହ୍ମପୁରରେ ଥିବା ସର୍କଲ ଜେଲ୍‌ରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ସେପ୍ଟେମ୍ବର ୩୦ରେ ଦାୟିତ୍ୱରେ ଥିବା ବରିଷ୍ଠ ଜେଲ୍‌ ଅଧୀକ୍ଷକ ଅବସର ନେଇଥିଲେ। ସେହିଦିନଠାରୁ ୨ ମାସ ଧରି ଜେଲ୍‌ ଅଧୀକ୍ଷକ ପଦବୀ ଖାଲି ପଡ଼ିଛି। ବ୍ରହ୍ମପୁର ଜେଲ ଅତି ସ୍ପର୍ଶକାତର […]

  • Thursday, 15 July 2021
2
ଖୋଲା ଆକାଶ ତଳେ ଶହ ଶହ ଧାନ ବସ୍ତା

ବରଗଡ଼: ଚଳିତ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ମଣ୍ଡିରେ ଅବ୍ୟବସ୍ଥା ଯୋଗୁ ଧାନ ବିକ୍ରି ନହୋଇ ପଡ଼ି ରହିଥିବାରୁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। କିଛି ସ୍ଥାନରେ ଧାନ ଅମଳ ସରିଥିବା ବେଳେ ମଣ୍ଡି ଖୋଲିନଥିବାରୁ ଚାଷୀମାନେ ଧାନ ବିକ୍ରି କରି ପାରୁନାହନ୍ତି। ଅନ୍ୟପଟେ, ଧାନ ସଂଗ୍ରହ ଠିକ୍‌ ଚାଲିଥିବା ମନ୍ତ୍ରୀ କହିଛନ୍ତି। ତେବେ FAQ ଟେଷ୍ଟକୁ କିଛି ଚାଷୀ ମାନୁନଥିବାରୁ ସମସ୍ୟା ଦେଖାଦେଇଥିବା ମନ୍ତ୍ରୀ ସଫେଇ ଦେଇଛନ୍ତି। ଖୋଲା ଆକାଶ […]

  • Thursday, 15 July 2021
5
ଗଣ ବିବାହରେ ନବଦମ୍ପତିଙ୍କୁ ଆଶୀର୍ବାଦ କଲେ ରାଜ୍ୟପାଳ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ବାଳଗୋପାଳପୁର ଜଗନ୍ନାଥ ମନ୍ଦିରରେ ଗଣ ବିବାହ ଅନୁଷ୍ଠିତ ହୋଇଛି।  ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମନ୍ଦିର ପ୍ରତିଷ୍ଠା ଦିବସରେ ୫୨ ଯୋଡ଼ି ବରକନ୍ୟା ବିବାହ କରିଛନ୍ତି। ମନ୍ଦିର ପକ୍ଷରୁ ଆୟୋଜନ ହୋଇଥିବା ଏହି ଗଣ ବିବାହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଅତିଥି ଭାବେ ଯୋଗ ଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ। ହୋମ ନିଆଁକୁ ସାକ୍ଷୀ ରଖି ୭ ଜନ୍ମ ପାଇଁ ଏକାଠି ହେବାର ଶପଥ ନେଇଛନ୍ତି ଏହି […]

  • Thursday, 15 July 2021
21
ବ୍ରହ୍ମପୁରରେ ଉତ୍କଟ ରକ୍ତ ସ୍ଥିତି ; ରକ୍ତ ଅଭାବରେ ରୋଗୀ ହନ୍ତସନ୍ତ

ବ୍ରହ୍ମପୁର: ଉତ୍କଟ ହେଲାଣି ରକ୍ତ ସ୍ଥିତି। ସାରା ରାଜ୍ୟରେ ରକ୍ତଭଣ୍ଡାର କର୍ମଚାରୀମାନେ ଆନ୍ଦୋଳନ କରୁଥିବା ବେଳେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ସ୍ଥିତି ସଙ୍ଗୀନ ହୋଇଛି। ପ୍ରତିଦିନ ଏମ୍‌କେସିଜିରେ ଶତାଧିକ ପ୍ୟାକେଟ୍ ରକ୍ତ ଆବଶ୍ୟକ ପଡୁଥିବା ବେଳେ ରକ୍ତଭଣ୍ଡାରରେ ସରିବାକୁ ବସିଲାଣି ଷ୍ଟକ୍। ଜଣେ ଥାଲାସେମିଆ ରୋଗୀ ବ୍ରହ୍ମପୁରଠାରୁ ୮୦ କିଲୋମିଟର ଦୂର ବଡ଼ଗଡ଼ ଅଞ୍ଚଳରୁ ଆସିଛନ୍ତି। କିନ୍ତୁ ତାଙ୍କୁ ରକ୍ତ ମିଳୁନି। ତାଙ୍କ ଭଳି ବହୁ ଥାଲାସେମିଆ ରୋଗୀ ରକ୍ତ ପାଇଁ ଧାଡ଼ିରେ ଅଛନ୍ତି। ବ୍ରହ୍ମପୁର ରକ୍ତଭଣ୍ଡାରର […]

  • Thursday, 15 July 2021
sand art2
ବାଲୁକା ଶିଳ୍ପୀ ମାନସ ସାହୁଙ୍କ ସ୍ୟାଣ୍ଡ ଅାନିମେସନ୍ ଭିଡିଓ

ଭୁବନେଶ୍ୱର: ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି ହକି ବିଶ୍ୱକପ୍। ଏଥିପାଇଁ ଭୁବନେଶ୍ୱର ମିନି ୱାର୍ଲଡରେ ପରିଣତ ହୋଇଛି। ପୂରା ସେଲିବ୍ରେସନ୍ ମୁଡ୍‌ରେ ହକି ପ୍ରେମୀ। ତେବେ ହକି ଖେଳାଳିଙ୍କୁ ଚିଅର ଅପ୍ କରିବା ଏବଂ ଭାରତୀୟ ଟିମ୍‌କୁ ଶୁଭେଚ୍ଛା ଜଣାଇ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ଏକ ସ୍ୟାଣ୍ଡ ଆନିମେସନ୍ ଭିଡିଓ ପ୍ରସ୍ତୁତ କରିଛନ୍ତି। ଏବେ ସାରା ବିଶ୍ୱର ନଜର ଭୁବନେଶ୍ୱର ଉପରେ। କାରଣ ହକି ମହାକୁମ୍ଭ କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେଉଛି। ବିଶ୍ୱର ବଛା ବଛା […]

  • Thursday, 15 July 2021
jharsuguda airport
ଝାରସୁଗୁଡ଼ାରେ ଉଡ଼ାନ୍ ଯୋଜନା ଫେଲ୍‌

ଝାରସୁଗୁଡ଼ା: ଦେଶର ଅଧିକରୁ ଅଧିକ ଲୋକେ ବିମାନରେ ଉଡ଼ିବେ। ଅଧିକାଂଶ ସ୍ଥାନକୁ ଆକାଶମାର୍ଗରେ ସଂଯୋଗ କରିହେବ। ଏହି ସ୍ୱପ୍ନ ନେଇ କେନ୍ଦ୍ର ସରକାର ଆରମ୍ଭ କରିଥିବା ଉଡ଼ାନ୍ ଯୋଜନାକୁ ଶକ୍ତ ଧକ୍କା ଲାଗିଛି। ଏୟାର ଓଡ଼ିଶାର ଚୁକ୍ତି ବାତିଲ୍‌ ପାଇଁ ଏକ ପ୍ରକାର ପ୍ରକ୍ରିୟା ଆରମ୍ଭ ହୋଇଛି। ଉଡ଼ାନ୍ ଯୋଜନା ପାଇଁ ଏୟାର ଓଡ଼ିଶା ପାଇଥିବା ସମସ୍ତ ରୁଟ୍‌ର ଚୁକ୍ତିକୁ ବାତିଲ୍‌ କରିବାକୁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ, କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି। ଚୁକ୍ତିର ଖିଲାପ […]

  • Thursday, 15 July 2021
b2
ଅଟକି ଯାଇଛି ବଲାଙ୍ଗିର ବାଇପାସ୍ ସ୍ୱପ୍ନ

ବଲାଙ୍ଗିର: ହେଉ ହେଉ ଅଟକି ଗଲା ବଲାଙ୍ଗିର ବାଇପାସ୍। ଜମି ଅଧିଗ୍ରହଣର କ୍ଷତିପୂରଣ ଦରକୁ ନେଇ ସୃଷ୍ଟି ହୋଇଛି କେଁ। ରାଜ୍ୟ ସରକାରଙ୍କୁ ଏ ବାବଦରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ମଗାଯାଇଛି। ଏହା ଦ୍ୱାରା ବଲାଙ୍ଗିର ବାଇପାସ୍ ଶୀଘ୍ର ହେବାର ଯେଉଁ ଆଶା ଦିଶୁଥିଲା ତାହା ମଉଳି ଯାଇଛି। ବଲାଙ୍ଗିର ବାଇପାସ୍‌ର ସୂଚନା ଫଳକ ଭାଙ୍ଗି ଯାଇଛି । ଏହି ସୂଚନା ଫଳକ ଭାଙ୍ଗିବା ପରି ଭାଙ୍ଗି ଯାଇଛି ବଲାଙ୍ଗିର ବାଇପାସ୍ ଶୀଘ୍ର ହେବାର ଆଶା। […]

  • Thursday, 15 July 2021
5
ଦଲାଲ୍ ସାଜୁଛନ୍ତି ନକଲି ଆର୍‌ଟିଓ

ଭୁବନେଶ୍ୱର: ଦଲାଲଙ୍କ କବ୍‌ଜାରେ ଓଡ଼ିଶା ସୀମାରେ ଥିବା ଆନ୍ତଃରାଜ୍ୟ ପ୍ରବେଶ ପଥ। ମିଛ ରସିଦ୍ ଦେଇ ଦିନ ଦ୍ୱିପ୍ରହରରେ ବାହାର ରାଜ୍ୟର ଟ୍ରକ୍‌ ଚାଳକଙ୍କଠାରୁ ଲୁଟ୍ ହେଉଛି କୋଟି କୋଟି ଟଙ୍କା। କେତେବେଳେ ଆର୍‌ଟିଓ ଅଫିସ୍ ଆଗରେ ତ ଆଉ କେତେବେଳେ ଥାନା ଆଗରେ ଖୋଦ୍ ଆର୍‌ଟିଓଙ୍କ ଗାଡ଼ିରେ ବସି ଟଙ୍କା ଆଦାୟ କରୁଛନ୍ତି ନକଲି କର୍ମଚାରୀ। ସବୁ ଜାଣି ସମସ୍ତେ ଚୁପ୍ ଯାହାକୁ ନେଇ ସାଂଘାତିକ ସନ୍ଦେହ ସୃଷ୍ଟି ହୋଇଛି। ଓଡ଼ିଶା ସୀମାରେ ପଶିବାକୁ ହେଲେ […]

  • Thursday, 15 July 2021
bbsr2
ଟିକେଟ ନଥିଲେ ବି ହକି ବିଶ୍ୱକପର ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ଦେଖିପାରିବେ

ଭୁବନେଶ୍ୱର: ଟିକେଟ ନଥିଲେ ମଧ୍ୟ ହକି ବିଶ୍ୱକପର ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବକୁ ଲୋକମାନେ ବିଗ୍‌ ଏଲ୍‌ଇଡି ସ୍କ୍ରିନ୍‌ରେ ଦେଖି ମଜା ଉଠାଇ ପାରିବେ। କାହିଁକି ନା ବିଶ୍ୱକପ ହକି ଉଦ୍‌ଘାଟନୀ ସମାରୋହ ପାଇଁ ରାଜଧାନୀରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଜଧାନୀରେ ୧୨ଟି ସ୍ଥାନରେ ବଡ଼ବଡ଼ ଏଲ୍ଇଡି ଲାଗିବ। ବଡ଼ବଡ଼ ମଲ୍‌, ଖୋଲା ପଡ଼ିଆରେ ଏହି ଏଲ୍ଇଡି ଲାଗିବାକୁ ଥିବାବେଳେ, ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେପଟେ ମ୍ୟାଚ୍‌ ଏବଂ ଉଦ୍‌ଘାଟନୀ ସମାରୋହ ବେଳେ ସୁରକ୍ଷା ନେଇ […]

  • Thursday, 15 July 2021
m1
କଣ୍ଟାମାଳରେ କାର୍ଯ୍ୟକ୍ଷମ ହୋଇପାରନି ମେଗା ଉଠା ଜଳସେଚନ ପ୍ରକଳ୍ପ

ବୌଦ୍ଧ: ୩ ବର୍ଷ ବିତିଗଲାଣି ତଥାପି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଅଣ ଜଳସେଚିତ ଅଞ୍ଚଳରେ ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନାହିଁ। ଚାଷୀଙ୍କ ଜମିକୁ ଜଳ ଯୋଗାଣ ଲାଗି ବୌଦ୍ଧ ଜିଲ୍ଲାର ଚାରିଟି ସ୍ଥାନରେ ସରକାରଙ୍କ ତରଫରୁ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ଲାଗି ଯୋଜନା ହୋଇଥିଲା। ତେବେ କଣ୍ଟାମାଳ ବ୍ଲକରେ ଏହା କାର୍ଯ୍ୟକ୍ଷମ ହୋଇନଥିବାରୁ ମରୁଡ଼ି ହୋଇଥିବା ଚାଷୀମାନେ ଅଭିଯୋଗ ଆଣିଛନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅଣଜଳସେଚିତ ଚାଷ […]

  • Thursday, 15 July 2021
q6
ଅଦରକାରୀ ପଦାର୍ଥରୁ ତିଆରି ହେଉଛି ସୁନ୍ଦର ପ୍ରତିକୃତି

ବ୍ରହ୍ମପୁର: ନଷ୍ଟ ପଦାର୍ଥରୁ ଶ୍ରେଷ୍ଠ ସୃଷ୍ଟି। ବ୍ରହ୍ମପୁର ସରକାରୀ ଆଇଟିଆଇର ୱାର୍କସପ୍ ଗୁଡ଼ିକରୁ ବାହାରୁଥିବା ବିଭିନ୍ନ ସ୍କ୍ରାପ୍‌ ତଥା ଅଦରକାରୀ ଜିନିଷରୁ ବହୁ ସୁନ୍ଦର ପ୍ରତିକୃତି ତିଆରି ହେଉଛି। ଆଇଟିଆଇ ପ୍ରଶିକ୍ଷାର୍ଥୀଙ୍କ ହାତ, ବିଚକ୍ଷଣ ବୁଦ୍ଧିର ସ୍ପର୍ଶରେ ଅଦରକାରୀ ପଦାର୍ଥ ସବୁ ଜୀବନ୍ତ ହୋଇ ଉଠିଛି। ଏବେ ସେହି ସ୍କ୍ରାପ୍‌ରୁ ତିଆରି ହେଉଛି ୧୨ ଫୁଟ ଉଚ୍ଚର ପ୍ରିଡେଟର। ବ୍ରହ୍ମପୁର ସରକାରୀ ଆଇଟିଆଇ ସ୍କ୍ରାପ୍‌ ମ୍ୟୁଜିୟମରେ ବିଶାଳକାୟ ହଲିଉଡ୍‌ ଫିଲ୍ମର ନେଗେଟିଭ ଚରିତ୍ର ପ୍ରିଡେଟର ନିର୍ମାଣ ଚାଲିଛି। […]

  • Thursday, 15 July 2021
elephant
ରାଜ୍ୟରେ ଅସୁରକ୍ଷିତ ବନ୍ୟଜନ୍ତୁ

ଭୁବନେଶ୍ୱର: ପରିବେଶ ସନ୍ତୁଳନ ପାଇଁ ବନ୍ୟପ୍ରାଣୀ ସୁରକ୍ଷା ଅତ୍ୟନ୍ତ ଜରୁରୀ। ହେଲେ ଏହାକୁ ମାନୁଛି କିଏ ? ଗତ ପାଞ୍ଚ ବର୍ଷରେ ଅଢ଼େଇ ହଜାରରୁ ଅଧିକ ବନ୍ୟଜନ୍ତୁଙ୍କ ଜୀବନ ଯିବା, ବର୍ତ୍ତମାନ ପରିବେଶ ପାଇଁ ସାଂଘାତିକ ବିପଦ ସୃଷ୍ଟି କରିଛି। କେବେ ଦୈବୀ ଦୁର୍ଘଟଣାରେ ତ ଆଉ କେବେ ମନୁଷ୍ୟକୃତ କାରଣ ଯୋଗୁ ବାଘ, ହାତୀ, ଭାଲୁ, ହରିଣ ଓ ମୟୁର ସହ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ମୃତ୍ୟୁ ମୁଖରେ ପଡୁଛନ୍ତି। ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର […]

  • Thursday, 15 July 2021
road1
ମରଣଯନ୍ତା ପାଲଟିଛି କଟକ-ଚାନ୍ଦବାଲି ରାଜ୍ୟ ରାଜପଥ; ବର୍ଷକ ଭିତରେ ଗଲାଣି ୬ ଜୀବନ

କଟକ: କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। କେନ୍ଦ୍ରାପଡ଼ା ଆଳିର ପାତ୍ରପୁର ସେତୁଠାରୁ ଗଡ଼ଗଡ଼ି ଘାଟ ପର୍ଯ୍ୟନ୍ତ ଯାଇଥିବା ରାଜ୍ୟ ରାଜପଥରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଛି। ବର୍ଷକ ଭିତରେ ସେହି ରାସ୍ତାରେ ଦୁର୍ଘଟଣାରେ ୬ଜଣଙ୍କ ଜୀବନ ଗଲାଣି। ୨୦ରୁ ଅଧିକ ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଦ୍ରୁତ ଗତିରେ ଗାଡ଼ି ଚାଳନା ଓ ଛକ ଗୁଡ଼ିକରେ ଚେକ୍ ପୋଷ୍ଟ ନଥିବାରୁ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପାତ୍ରପୁର […]

  • Thursday, 15 July 2021
railway
କରୋନା ମୁକାବିଲା ପାଇଁ ଭାରତୀୟ ରେଲୱେର ବଡ଼ ପଦକ୍ଷେପ; ଆଣିଲା ଏମିତି ସୁବିଧା

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି। ଏପରିକି ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ମଧ୍ୟ ଚିହ୍ନଟ ହେଉଛନ୍ତି। ଏଭଳି ସ୍ଥିତିରେ ଯାତ୍ରୀମାନଙ୍କର ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ରେଲୱେ ସ୍ୱତନ୍ତ୍ର କୋଚ୍ ନିର୍ମାଣ କରିଛି। ଏହି କୋଚରେ ଏମିତି କିଛି ସୁବିଧା ଅଛି, ଯାହାଦ୍ୱାରା ଯାତ୍ରୀମାନଙ୍କୁ କୋଭିଡ୍-୧୯ ଭାଇରସ୍ ସଂକ୍ରମଣରୁ ରକ୍ଷା ପାଇବାରେ ସହାୟତା ମିଳିବ। Post-COVID Coach 🚋: Indian Railways creates a unique coach, with design […]

  • Thursday, 15 July 2021
pradeep
ପ୍ରଦୀପ ମାଝୀଙ୍କ ଟାର୍ଗେଟରେ ଗାନ୍ଧୀ ପରିବାର; ଜବାବ ରଖିଲେ ସୁର ଓ ତାରା

ରାଜସ୍ଥାନରେ ରାଜନୈତିକ ଅସ୍ଥିରତା ପାଇଁ ସୋନିଆ ଓ ରାହୁଲ ହିଁ ଦାୟୀ। ଓଟିଭିର ନ୍ୟୁଜ୍ ଆଟ୍ ନାଇନ୍ ବିତର୍କରେ ଭାଗ ନେଇ ଏଭଳି ବିସ୍ଫୋରକ ପ୍ରତିକ୍ରିୟା ଦେଇଥିଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଏବେ ଏହାକୁ ନେଇ ରାଜନୀତିକ ମହଲ ସରଗରମ ହୋଇଛି। ସେ କହିଛନ୍ତି ଯେ, ଯେଉଁମାନେ ଦଳର ସଭାପତି ଦାୟିତ୍ୱରେ ଥିଲେ ଓ ଅଛନ୍ତି। ସେମାନେ ହିଁ ବର୍ତ୍ତମାନର ସ୍ଥିତି ପାଇଁ ଦାୟୀ। ତେବେ ରାହୁଲଙ୍କ ନିକଟ ଲୋକ କୁହାଯାଉଥିବା ପ୍ରଦୀପ ମାଝୀ ଏଭଳି […]

  • Thursday, 15 July 2021
Congress-OR
କଂଗ୍ରେସକୁ ‘ଗାନ୍ଧୀ’ ଅଡୁଆ !

ଭୁବନେଶ୍ୱର (ପ୍ରସନ୍ନ ସାହୁ): କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ତିନିଟି ପ୍ରମୁଖ ରାଜ୍ୟରେ ସରକାର ଗଢି କମ୍‌ବ୍ୟାକ୍‌ର ଆଭାସ ଦେଇଥିଲା କଂଗ୍ରେସ। ହେଲେ ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ଓ ତା ପରବର୍ତ୍ତୀ ସମୟରେ ଦଳୀୟ କନ୍ଦଳ କଂଗ୍ରେସର ପୁର୍ନଜୀବନ୍ୟାସ ନେଇ ଉଙ୍କୁରୁଥିବା ଆଶାକୁ ମୂଳରୁ ମାରି ଦେଇଛି। ତେବେ କଣ ପାଇଁ ଗୋଠକୁ ଏକାଠି ରଖିବାରେ ବିଫଳ ହେଉଛି କଂଗ୍ରେସ? ୨୦୧୪କୁ ଯିବାର ଆବଶ୍ୟକତା ନାହିଁ, ଯଦି ଗଲା କିଛି ମାସର […]

  • Thursday, 15 July 2021
p2
ଛୁଇଁଛି ଶୀତ; ଶୀତୁଆ ସକାଳର ମଜା ଉଠାଉଛନ୍ତି ଲୋକେ

କନ୍ଧମାଳ: କନ୍ଧମାଳକୁ ସ୍ପର୍ଶ କରିଛି ଏ ବର୍ଷର ପ୍ରଥମ ଶୀତ। ସୋମବାର ଫୁଲବାଣୀରେ ତାପମାତ୍ରା ୧୦ ଡିଗ୍ରୀକୁ ଖସିଥିଲା। ସେହିପରି କୋରାପୁଟକୁ ମଧ୍ୟ ଶୀତ ଛୁଇଁଛି। ସୋମବାର ହାଲୁକା କୁହୁଡ଼ି ସହିତ କାକର ସକାଳରେ ବେଶ୍‌ ମନୋରମ ହୋଇ ଉଠିଥିଲା ପରିବେଶ। ଏହାକୁ ମନଭରି ଉପଭୋଗ କରିଥିଲେ ଲୋକେ। ସୁନେଲୀ ଅଳସୀ ଫୁଲରେ ସାରା ପରିବେଶ ଢାଙ୍କି ହୋଇଛି। କୁହୁଡ଼ିଆ ପରିବେଶରେ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଇବାକୁ ସମସ୍ତେ ବାହାରି ପଡ଼ିଥିଲେ।   ଚଳିତ ବର୍ଷର ପ୍ରଥମ […]

  • Thursday, 15 July 2021
puri2
ଶ୍ରୀମନ୍ଦିରରେ ଅଚଳ ରାମ୍ପ୍‌ ବ୍ୟବସ୍ଥାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କରିବାପାଇଁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ପୁରୀକୁ ଛୁଟି ଆସିଥାନ୍ତି। ବାଇଶ ପାହାଚ ଦେଇ ମହାପ୍ରଭୁଙ୍କୁ ଦର୍ଶନ କରିବା ଦିବ୍ୟାଙ୍ଗଙ୍କ ପାଇଁ ଅସମ୍ଭବ ଥିବାବେଳେ, ଏଥିପାଇଁ ରାମ୍ପ୍‌ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ମାତ୍ର ଏହି ବ୍ୟବସ୍ଥା ଅଚଳ ହୋଇପଡ଼ିଥିବାରୁ ଅନେକ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିନପାରି ଫେରି ଯାଉଛନ୍ତି। ବଲାଙ୍ଗିରର ଦିବ୍ୟାଙ୍ଗ ପ୍ରେମଲତା ଦାସ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ହେଲେ ଶ୍ରୀମନ୍ଦିରରେ ଅଚଳ ରାମ୍ପ୍‌ ବ୍ୟବସ୍ଥା ତାଙ୍କୁ ମହାପ୍ରଭୁଙ୍କ […]

  • Thursday, 15 July 2021
titli3
ତିତ୍‌ଲି ତାଣ୍ଡବ: ଅଧାରେ ଲଟକିଛି ନୂଆ ଘର ପ୍ରତିଶ୍ରୁତି

ଗଜପତି: ଭୟଙ୍କର ପ୍ରଳୟ ଓ ଅସରନ୍ତି ଦୁର୍ଦ୍ଦଶାକୁ ସାଙ୍ଗରେ ଧରି ଆସିଥିବା ତିତ୍‌ଲି ବାତ୍ୟାକୁ ମାସେ ପୂରିଛି। ହେଲେ ବିପନ୍ନଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ଘଟିନାହିଁ। କେମିତି ଅଛି ବିପନ୍ନଙ୍କ ଅବସ୍ଥା ? କେତେ ବଦଳିଛି ଦୁର୍ଦ୍ଦଶାର ଚିତ୍ର ? ତାକୁ ନେଇ ଓଟିଭିର ଏହି ସ୍ପେଶାଲ ରିପୋର୍ଟ। ତିତ୍‌ଲି ଦ୍ୱାରା ସର୍ବାଧିକ ପ୍ରଭାବିତ ଗଜପତି ଓ ଗଞ୍ଜାମ ଜିଲ୍ଲାରେ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିଥିବା ପରି ମନେ ହେଉନାହିଁ। ସବୁଠି ନଜରକୁ ଆସିଥିଲା ଅଭିଯୋଗ ସାଙ୍ଗକୁ […]

  • Thursday, 15 July 2021
cycle
ସ୍ମାର୍ଟ ସିଟିରେ ଗଡ଼ିବ ସ୍ମାର୍ଟ ସାଇକେଲ

ଭୁବନେଶ୍ୱର: ସ୍ମାର୍ଟ ବସ୍‌ ପରେ ରାଜଧାନୀରେ ଗଡ଼ିବ ସ୍ମାର୍ଟ ସାଇକେଲ। ସ୍ମାର୍ଟ ବେଲ୍ ,ସ୍ମାର୍ଟ ଲକିଂ ସହ ଜିପିଆର୍‌ଏସ୍‌ ଦ୍ୱାରା ଟ୍ରାକିଂ ସୁବିଧା ରହିଛି ଏହି ସାଇକେଲରେ। ଏମିତି ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ କିଛି ନୂଆ ଫିଚର୍‌ ଥିବା ସ୍ମାର୍ଟ ସାଇକେଲ ଭୁବନେଶ୍ୱର ରାସ୍ତାରେ ଗଡ଼ିବ। ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚିଛି ୫ ଶହ ସ୍ମାର୍ଟ ସାଇକେଲ। ୟୁଲୁ ଆପ୍‌ସ୍‌ ମାଧ୍ୟମରେ ବ୍ୟବହାର କରି ହେବାକୁ ଥିବା ଏହି ସାଇକେଲର ପରିଚାଳନା ଦାୟିତ୍ୱ ନେଇଛି ପ୍ଲେ ବୁକ୍‌ […]

  • Thursday, 15 July 2021
d11
ଅବହେଳିତ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି

କନ୍ଧମାଳ: ଆସିଗଲାଣି ପର୍ଯ୍ୟଟନ ଋତୁ। ପ୍ରକୃତିକୁ ଉପଭୋଗ କରିବାକୁ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଲାଣି। ହେଲେ ଭିତ୍ତିଭୂମିର ଅଭାବ ସହ ଗମନାଗମନ ଏଠାରେ ମୁଖ୍ୟ ସମସ୍ୟା ପାଲଟିଛି। ଫଳରେ ଦାରିଙ୍ଗବାଡ଼ିକୁ ଆସୁଥିବା ପର୍ଯ୍ୟଟକ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଦାରିଙ୍ଗବାଡି ବିଡିଓ କହିଛନ୍ତି। ଦାରିଙ୍ଗବାଡ଼ିର ସୁଉଚ୍ଚ ପର୍ବତମାଳା, ଜଳପ୍ରପାତ ଏବଂ ହିଲ ଭିୟୁ ପାର୍କ ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରୁଛି। ଶୀତଋତୁରେ […]

  • Thursday, 15 July 2021
p3
ପଟ୍ଟଚିତ୍ର ପ୍ରେମରେ ବିଦେଶିନୀ

ପୁରୀ: ପଟ୍ଟଚିତ୍ର ପ୍ରେମରେ ପଡ଼ିଯାଇଛନ୍ତି ବିଦେଶିନୀ। ପଟ୍ଟଚିତ୍ର ଓ ଚାରୁ କଳା ପାଇଁ ପୁରୀ ଜିଲ୍ଲା ରଘୁରାଜପୁର ଗାଁ ବେଶ୍‌ ପରିଚିତ ଥିବାବେଳେ, ଏବେ ଏହି ପଟ୍ଟଚିତ୍ର ପ୍ରେମରେ ବିଦେଶିନୀ ପଡ଼ିଯାଇଛନ୍ତି। ଏକାଧିକ ପର୍ଯ୍ୟଟକ ଗାଁରେ ରହି ପଟ୍ଟଚିତ୍ର ଶିଖିବା ସହ ଚାରୁକଳାକୁ ବି ଆପଣାଇବାରେ ଲାଗିଛନ୍ତି। ହାତରେ ଲେଖନୀ ଧରି ତାଳ ପତ୍ରରେ ଲେଖି ଚିତ୍ର ଆଙ୍କିବା ଦୃଶ୍ୟ ଦେଖିବାକୁ ମିଳିଛି। କିଏ ଲେଖନୀରେ ମୟୂର ଆଙ୍କୁଛି ତ ଆଉ କିଏ ଗଣେଶଙ୍କ ପ୍ରତିମୂର୍ତ୍ତି। ପ୍ରାୟ […]

  • Thursday, 15 July 2021
ganguly
'ପ୍ରିନ୍ସ ଅଫ୍ କୋଲକାତା' @୪୮

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ଏବଂ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଜି ୪୮ ବର୍ଷରେ ପାଦ ଥାପିଛନ୍ତି। ‘ପ୍ରିନ୍ସ ଅଫ୍ କୋଲକାତା’ ଓ ‘ରୟାଲ୍ ବେଙ୍ଗଲ୍ ଟାଇଗର୍’ ନାମରେ ପରିଚିତ ଗାଙ୍ଗୁଲି ନିଜର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ଅନେକ ମାଇଲଖୁଣ୍ଟ ଅର୍ଜନ କରିଛନ୍ତି। ଗାଙ୍ଗୁଲିଙ୍କ କ୍ୟାପଟେନ୍ସି ଓ ବ୍ୟାଟିଂ ଷ୍ଟାଇଲକୁ ଆଜି ବି ମନେ ପକାଯାଏ। ଭାରତୀୟ କ୍ରିକେଟକୁ ନୂଆ ପରିଚୟ ଦେବାରେ ଗାଙ୍ଗୁଲିଙ୍କର ପ୍ରମୁଖ ଯୋଗଦାନ ରହିଛି। ଗାଙ୍ଗୁଲି ଭାରତ ପକ୍ଷରୁ ୧୧୩ […]