ପୁରୀ : ମାଟି ନୁହେଁ କି ପଥର ନୁହେଁ। ସମୁଦ୍ରର ବିସ୍ତୀର୍ଣ୍ଣ ବାଲୁକାରାଶିର ଅଦକାରୀ ଶଙ୍ଖ କିମ୍ବା ଶାମୁକାଟିଏ ତାଙ୍କ ହାତରେ ପଡ଼ିଗଲେ, ସତେ ଯେମିତି ପାଲଟିଯାଏ ଜୀବନ୍ତ। ତାଙ୍କର ସୃଜନଶୀଳ ପରିକଳ୍ପନା କେତେବେଳେ ପ୍ରତିମୂର୍ତ୍ତି କଳାରେ ରୂପାୟିତ ହୁଏ, ଆଉ କେବେ ପାଲଟିଯାଏ ଆକର୍ଷଣୀୟ ଘରକରଣା। ଆଉ ଏହି ଯାଦୁଗରୀ କଳାର ପ୍ରବୀଣ ଶିଳ୍ପୀ ହେଲେ ପୁରୀର ରଘୁନାଥ ମହାପାତ୍ର। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମହିମା ଆଧାରିତ ଦଶାବତାର ମୂର୍ତ୍ତୀ ହେଉ କିମ୍ବା ଶ୍ରୀମନ୍ଦିରର ପ୍ରତିକୃତି, ଅଥବା […]
ବଣାଇ : ଭୟଙ୍କର, ବୀଭତ୍ସ ଓ ବର୍ବର। ମା’ ସହ ୪ ପୁଅ ଝିଅଙ୍କ ରହସ୍ୟଜନକ ମୃତ୍ୟୁ। ସୁନ୍ଦରଗଡ଼ ଇନ୍ଦୁପୁର ଗାଁରେ ପାଞ୍ଚ ପାଞ୍ଚ ଜଣଙ୍କ ହୋଇଛି ସନ୍ଦେହଜନକ ମୃତ୍ୟୁ। ଏମାନେ ହେଉଛନ୍ତି ମା’ ମାଙ୍ଗିରି ମୁଣ୍ଡା ଏବଂ ତାଙ୍କର ୨ ଝିଅ ଓ ୨ ପୁଅ। ଆଜି ଦିନ ତମାମ ଘଟଣାର ଖୋଳତାଡ଼ କରିବା ପରେ ଅପରାହ୍ନରେ ଗାଁ ନିକଟ କୁଅ ଭିତରୁ ଉଦ୍ଧାର କରିଛି ପୁଲିସ। ପ୍ରଥମେ ପାଣିରେ ଭାସୁଥିବା ଅବସ୍ଥାରେ ମା’ ଓ […]
ଭୁବନେଶ୍ୱର : ରାଜ୍ୟସ୍ତରୀୟ ପରେଡ ବେଳେ ଜଣେ ପୁଲିସ କର୍ମଚାରୀ ନିଜ ଏକେ -୪୭କୁ ଜଣେ ଯୁବତୀଙ୍କୁ ଦେଇଥିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପୁଲିସ କର୍ମଚାରୀ ଜଣଙ୍କ କଟକ ଷଷ୍ଠ ବାଟାଲିୟନର ଜଣେ କର୍ମଚାରୀ ବୋଲି ଜଣାପଡିଛି। ତେବେ କେଉଁ ପରିସ୍ଥିତିରେ ସେ ନିଜ ଏକେ -୪୭କୁ ଯୁବତୀଙ୍କୁ ଦେଇଥିଲେ ? ଯୁବତୀ ଜଣଙ୍କ କିଏ ? ପୁଲିସ କର୍ମଚାରୀଙ୍କ ସହ ତାଙ୍କର କି ସଂପର୍କ ରହିଛି ? ଏପରି ଲୁଚାଇ ବନ୍ଧୁକ ଦେଖାଇବା ପଛରେ […]
ବାଲିଗୁଡ଼ା : ମଦ ବିରୋଧରେ ଅନେକ ସ୍ଥାନରେ ଆନ୍ଦୋଳନ, ରାସ୍ତାରୋକ୍ ଭଳି ଘଟଣା ଘଟୁଛି। ଏପରିକି ପ୍ରତିବାଦରେ ଲୋକେ ଥାନା ମଧ୍ୟ ଘେରାଉ କରୁଛନ୍ତି। ହେଲେ ମଦର ଦୌରାତ୍ମ୍ୟ କମୁନି; କିନ୍ତୁ କନ୍ଧମାଳ ଜିଲ୍ଲାର ଆଦର୍ଶ ପଞ୍ଚାୟତ ପର୍ତ୍ତମାହାରେ ଲୋକଙ୍କ ମିଳିତ ଉଦ୍ୟମରେ ଗଠନ ହୋଇଛି ମଦମୁକ୍ତ ପଞ୍ଚାୟତ। କନ୍ଧମାଳ ଜିଲ୍ଲାର ଉପାନ୍ତ ଅଞ୍ଚଳର ଆଦର୍ଶ ପଞ୍ଚାୟତ ପର୍ତ୍ତମାହା। କିଛି ବର୍ଷ ପୂର୍ବେ ପଞ୍ଚାୟତରେ ପ୍ରଚୁର ପରିମାଣରେ ମଦ କାରବାର ହେଉଥିଲା ଅଶାନ୍ତ, ଓ ବିଶୃଙ୍ଖଳିତ ହୋଇପଡିଥିଲା […]
ନୀଳଗିରି : ସମାଜରେ ଶିକ୍ଷା ଦ୍ୱାରା ହିଁ ମିଳିଥାଏ ବାସ୍ତବ ସ୍ୱାଧୀନତା। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଲାଗି ସରକାର ପୁରା ଜୋସ୍ରେ ଲାଗିଛନ୍ତି ସତ, ହେଲେ ଶିକ୍ଷାନୁଷ୍ଠାନର କେତେକ ପୂଜାରୀ ଆଜି ବି ସେହି ସାଧନାରେ ନିମଗ୍ନ ଅଛନ୍ତି। ସେହିଭଳି ଜଣେ ଶିକ୍ଷାର ପୂଜାରୀ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳ ବାଲିଓରି ଗ୍ରାମର ତ୍ରିଲୋଚନ ସାହୁ। ୯୨ ବର୍ଷରେ ବି ଛାଡ଼ିନି ଶିକ୍ଷାଦାନର ନିଶା ପ୍ରତିଦିନ ସକାଳ ୯ଟା୩୦ ହେଲେ ବଙ୍କୁଲି ବାଡ଼ି ଧରି […]
ଭୁବନେଶ୍ୱର: କ୍ୟାମ୍ପେନ୍ ମୋଡ୍ରେ ଚାଷୀଙ୍କୁ କିଷାନ୍ କ୍ରେଡିଟ୍ କାର୍ଡ ଦେବାକୁ କେନ୍ଦ୍ରର ନିର୍ଦ୍ଦେଶ। ଏମିତିକି ବ୍ଲକ୍ ଓ ଗାଁରେ ମଧ୍ୟ ସ୍ୱତନ୍ତ୍ର କ୍ୟାମ୍ପର ଆୟୋଜନ କରି ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ କାର୍ଡ ଦେବାକୁ ଓଡ଼ିଶା ସମେତ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର କୃଷି ମନ୍ତ୍ରାଳୟ ଚିଠି ଲେଖିଛି। ତେବେ ଓଡ଼ିଶାରେ କିନ୍ତୁ ସବୁ ଚାଷୀଙ୍କ ପାଖରେ ଏହି କାର୍ଡ ପହଞ୍ଚାଇବା ଲକ୍ଷ୍ୟ ଠାରୁ ସରକାର ବହୁ ଦୂରରେ ଅଛନ୍ତି। ସମବାୟ ବ୍ୟାଙ୍କରେ ଆକାଉଣ୍ଟ […]
ମାଲକାନଗିରି: ଭୂତ କୋଠି ପାଲଟିଛି ମାଲକାନଗିରି ବିଏଡ୍ କଲେଜ। ଚକାଚକ୍ କୋଠା ସିନା ତିଆରି ହୋଇଛି, କିନ୍ତୁ କଲେଜ ପାଇଁ ଯାହା ପ୍ରଥମେ ଦରକାର, ତାକୁ ବୋଧେ ସରକାର ଭୁଲି ଯାଇଛନ୍ତି। ବିଏଡ୍ କଲେଜ ପାଇଁ ଜରୁରୀ NCTE ର ଅନୁମୋଦନ ଏଯାଏ ମିଳି ନାହିଁ। ଯାହା ଫଳରେ ନବ ନିର୍ମିତ କୋଠାଟି କୌଣସି କାମରେ ଆସୁନାହିଁ। ବିଏଡ୍ କଲେଜର କୋଠା ପୁରା ଚକାଚକ୍ ଦେଖାଯିବା ସହ ସୁନ୍ଦର କ୍ଲାସରୁମ୍, ପ୍ଲେ-ଗ୍ରାଉଣ୍ଡ, ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ୍ ପୃଥକ୍ […]
ଢେଙ୍କାନାଳ : ପୁଣି ଚର୍ଚ୍ଚାରେ ଢେଙ୍କାନାଳ। ବେଲଟିକିରି ସେଲ୍ଟର ହୋମ୍ କେଳେଙ୍କାରୀ ଠାରୁ ବି ଆସିଛି ଆହୁରି ସାଂଘାତିକ ଅଭିଯୋଗ। ସହର ଉପକଣ୍ଠ ଗୋବିନ୍ଦପୁରରେ ବେଆଇନ ଭାବେ ଚାଲିଥିବା କଳ୍ପତରୁ ଆଶ୍ରମରୁ ଜଣେ ଛାତ୍ର ନିଖୋଜ ହେବା ପରେ ଖୋଲିଛି ଏଠାରେ ଚାଲିଥିବା ବେଆଇନ କାର୍ଯ୍ୟକଳାପର ଗୁମର। ଢେଙ୍କାନାଳ ସହର ଠାରୁ ମାତ୍ର ତିନି କିଲୋମିଟର ଦୂର ଗୋବିନ୍ଦପୁରରେ ଥିବା ଏହି କଳ୍ପତରୁ ଆଶ୍ରମ। ଏଠାରେ ରହୁଥିବା ୧୦ ବର୍ଷର ବାଳକ ଛୋଟୁ ରୋହିଦାସ ନିଖୋଜ ହୋଇଯିବା […]
ଭୁବନେଶ୍ୱର : ନବୀନଙ୍କ ରିମୋଟ୍ ମୋଦିଙ୍କ ହାତରେ। ଦିଲ୍ଲୀରେ ମୋଦି ରିମୋଟ ଟିପିଲେ ନବୀନ ଏଠି ଉଠବସ୍ ହେଉଛନ୍ତି। ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ମିନି ଷ୍ଟାଡିୟମ୍ରେ ଦଳୀୟ ସଭାରେ ଯୋଗ ଦେଇ ନବୀନଙ୍କୁ ମୋଦିଙ୍କ ଜୁନିୟର ପାର୍ଟନର କହିବା ସହ ମୋଦିଙ୍କ ହାତରେ ନବୀନଙ୍କ ରିମୋଟ ବୋଲି କହି କଡ଼ା ଭାଷାରେ ସମାଲୋଚନା କରିଥିଲେ କଂଗ୍ରେସ ସଭାପତି। ହାତ ଗଣତି ୧୫ -୨୦ ଉଦ୍ୟୋଗପତିଙ୍କ ଫାଇଦା ପାଇଁ ଉଭୟ ମୋଦି ଓ ନବୀନ କିପରି କାମ କରୁଛନ୍ତି […]
ଜୟପୁର : ଛାତ୍ର ପେଟରୁ ବାହାରିଲା ଶତାଧିକ ଜେଲି ସଦୃଶ୍ୟ ସିଷ୍ଟ। କୋରାପୁଟ ଜିଲ୍ଲା କାଶୀପୁର ବ୍ଲକ୍ ଟିକିରି ଅଞ୍ଚଳର ୧୪ ବର୍ଷର ଛାତ୍ର ଅମରେଶ ସାହୁଙ୍କୁ କିଛି ଦିନ ଧରି ପେଟ ବଥା ହେଉଥିଲା। ପେଟର କିଛି ଅଂଶ ଫୁଲି ରହିବାରୁ ତାଙ୍କୁ ପରିବାର ଲୋକେ କୋରାପୁଟ ମେଡିକାଲରେ ଭର୍ତ୍ତି କରିଥିଲେ। ଅଲଟ୍ରା ସାଉଣ୍ଡ ପରେ ପେଟରେ ସିଷ୍ଟ ଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ଡାକ୍ତର ଅପରେସନ କରି ଅମରେଶଙ୍କ ପେଟରୁ ସିଷ୍ଟ ବାହାର କରିଥିଲେ। […]
ଭୁବନେଶ୍ୱର : ଗୋଟିଏ ଦିନରେ ପଶ୍ଚିମ ଓଡିଶାରେ ନବୀନଙ୍କ ଦୁଇଟି ମେଗା ସୋ’ ପାଇଁ ବ୍ୟାପକ ଆୟୋଜନ। ଝାରସୁଗୁଡ଼ା ଓ ବଲାଙ୍ଗିରରେ ଶକ୍ତି ପ୍ରଦର୍ଶନ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାଉଣ୍ଟର କରିବେ ନବୀନ। ସେପ୍ଟେମ୍ବରେ ୨୨ତାରିଖରେ ଝାରସୁଗୁଡ଼ା, ଜାନୁୟାରୀ ୧୫ରେ ବଲାଙ୍ଗିର ଆସିଥିଲେ ମୋଦି। ସେ ଦୃଷ୍ଟିରୁ ଏହି ଦୁଇ ସ୍ଥାନରୁ ହିଁ ନବୀନ ନିର୍ବାଚନୀ ବିଗୁଲ ଫୁଙ୍କିବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ଏଥିସହିତ କଂଗ୍ରେସ ଛାଡିଥିବା ଟାଣୁଆ ନେତା ନବ ଦାଶ ଝାରସୁଗୁଡ଼ାରେ […]
ଜଳେଶ୍ୱର : ଅଧୁରା ରହିଲା ନିର୍ବନ୍ଧ। ଆଜି ଘରେ ଲାଗିଥାନ୍ତା ବନ୍ଧୁବାନ୍ଧବଙ୍କ ଭିଡ଼। କିନ୍ତୁ ପରିବାରରେ ଏବେ ଶୋକାକୂଳ ପରିବେଶ। ଗତ ଶନିବାର ରୁମ୍ ମେମ୍ ଦ୍ୱାରା ରାଜଧାନାରେ ହତ୍ୟାର ଶିକାର ହୋଇଥିବା ଅଳକାନନ୍ଦାଙ୍କର ଆଜି ଥିଲା ନିର୍ବନ୍ଧ। ଘରେ ନାହିଁ ଗହଳ ଚହଳ। ପରିବେଶ ପୂରା ଖାଁ ଖାଁ। ହସ ଖୁସିର ସମ୍ଭାର ବଦଳରେ ଚାରିଆଡ଼େ ଛାଇଯାଇଛି ନୀରବତା। ଆଜି ହୋଇଥାନ୍ତା ଅଳକାନନ୍ଦାଙ୍କ ନିର୍ବନ୍ଧ। କିନ୍ତୁ ଶନିବାରରେ ସେହି କାଳ ରାତି ପରିବାରର ହସ ଖୁସି […]
ଭୁବନେଶ୍ୱର : ଆସନ୍ତାକାଲି ସାରା ଦେଶରେ ବନ୍ଦ ରହିବ କେବୁଲ ଟିଭି ପ୍ରସାରଣ। ଟ୍ରାଇର ନୂଆ ତାରିଫ୍ ପ୍ଲାନ୍କୁ ବିରୋଧ କରି ଏହି ନିଷ୍ପତ୍ତି ନେଇଛି ଲୋକାଲ୍ କେବୁଲ ଅପରେଟର୍ସ ସଂଘ। ଏହି ନିଷ୍ପତ୍ତିକୁ ଓଡ଼ିଶା ଲୋକାଲ କେବୁଲ ଅପରେଟର୍ସ ସଂଘ ମଧ୍ୟ ସମର୍ଥନ କରିବ। ଗତକାଲି ଏକ ପ୍ରେସ୍ମିଟ୍ରେ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି। କେବୁଲ ଟିଭି ପାଇଁ ନିଆଯାଇଥିବା ନୂଆ ଟାରିଫ୍ ପ୍ଲାନ୍ ଦ୍ୱାରା ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଲୋକାଲ କେବୁଲ […]
କନ୍ଧମାଳ : ଘାତକ ସାଜିଲା ଘାଟି। କନ୍ଧମାଳ ବ୍ରାହ୍ମଣୀଗାଁ ନିକଟ ବଙ୍ଗଡ଼ଦୁଆ ଘାଟିରୁ ଖସିଲା ମିନି ଟ୍ରକ୍। ମର୍ମନ୍ତୁଦ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ୨୫ରୁ ଅଧିକ ଆହତଙ୍କ ଚିକିତ୍ସା ଏମ୍କେସିଜି ମେଡିକାଲରେ ଚାଲିଛି। ମୃତାହତଙ୍କ ମଧ୍ୟରେ ବୃଦ୍ଧ ଏବଂ ଶିଶୁଙ୍କ ସଂଖ୍ୟା ଅଧିକ। ସୂଚନା ଅନୁସାରେ ସକାଳେ ମିନି ଟ୍ରକ୍ଟି ଦାରିଙ୍ଗିବାଡ଼ିରୁ ବ୍ରାହ୍ମଣୀଗାଁକୁ ଯାଉଥିଲା। ଏକ ଚର୍ଚ୍ଚରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରାୟ ୫୦ଜଣ ଯାତ୍ରୀ […]
ଭୁବନେଶ୍ୱର : ଟଙ୍କିକିଆ ଚାଉଳ ନେଉଛନ୍ତି ଭୂତ ହିତାଧିକାରୀ ଅର୍ଥାତ୍ ମୂଳରୁ ଲୋକ ନାହାଁନ୍ତି; କିନ୍ତୁ ସେମାନଙ୍କ ନାଁରେ ଉଠୁଛି ଚାଉଳ। ବର୍ଷ ବର୍ଷ ଧରି ଚାଲିଛି ଏମିତି ଲୁଟ୍। ଜିଲ୍ଲାପାଳମାନଙ୍କୁ ରାଜ୍ୟ ଖାଦ୍ୟ କମିଶନ ଦେଇଥିବା ଚିଠି ଟଙ୍କିକିଆ ଚାଉଳ ନେଉଥିବା ଭୂତ ହିତାଧିକାରୀଙ୍କ ଗୁମର ଖୋଲିଛି। ୨୦୧୮ ଡିସେମ୍ବର ଓ ୨୦୧୯ ଜାନୁଆରୀ ଅର୍ଥାତ ଏହି ମାସ ସୁଦ୍ଧା ୨ ଲକ୍ଷ ମୃତ ହିତାଧିକାରୀଙ୍କ ନାଁରେ ଚାଉଳ ଯାଉଛି। ତେବେ ଏ ଚାଉଳ କିଏ […]
ଭୁବନେଶ୍ୱର : ଅସ୍ଥିତ୍ୱ ବଜାୟ ରଖିବାକୁ କଂଗ୍ରେସର ସଂଗ୍ରାମ। ନବଙ୍କ ଭଳି ଆଉ କେହି ଝଟ୍କା ଦେବା ପୂର୍ବରୁ ସତର୍କ ହୋଇଛି ଦଳ। ୧୬ରେ ପୁରୁଖା ବିଧାୟକ ନବ ଦାସଙ୍କ ଇସ୍ତଫା ଓ ବହିଷ୍କାର । ୧୭ରେ ବିଧାୟକ ଯୋଗେଶ ସିଂଙ୍କୁ ନିଲମ୍ବନ। ୧୮ରେ କଂଗ୍ରେସ ଓ ବିଧାୟକ ପଦରୁ ଯୋଗେଶଙ୍କ ଇସ୍ତଫା। କେବଳ ଏହି ଦୁଇ ଜଣ ନୁହନ୍ତି, ଦଳ ଡିଆଁ ତାଲିକାରେ ଆହୁରି ଅନେକ ନେତାଙ୍କ ନାଁ ଥିବା ଚର୍ଚ୍ଚା ହେଉଛି। କହିବାକୁ ଗଲେ […]
ନବରଙ୍ଗପୁର: ୮ ମାସ ହେଲା ଉତ୍ପାଦନ ବନ୍ଦ, ୫ ମାସ ହେଲା କର୍ମଚାରୀଙ୍କୁ ମିଳିନି ଦରମା। ନବରଙ୍ଗପୁର ଜିଲ୍ଲାର ଏକମାତ୍ର ଶିଳ୍ପାନୁଷ୍ଠାନ ମଙ୍ଗଳମ୍ ଟିମ୍ବର କମ୍ପାନୀରେ ଏଭଳି ସମସ୍ୟା ଦେଖା ଦେଇଛି। ଏହି କମ୍ପାନୀ ଦୀର୍ଘ ୩୨ ବର୍ଷ ହେଲା ସୁରୁଖୁରୁରେ ଚାଲିଥିଲା ବେଳେ ଗତ ୮ ମାସ ହେଲା ଆର୍ଥିକ ସଙ୍କଟ ଯୋଗୁ ଉତ୍ପାଦନ ବନ୍ଦ ରହିଛି। ଫଳରେ କମ୍ପାନୀ ସହ କର୍ମଚାରୀଙ୍କ ଭବିଷ୍ୟତ ଅନିଶ୍ଚିତତାରେ ଥିବାବେଳେ ମ୍ୟାନେଜର ଚିରାଚରିତ ଢଙ୍ଗରେ ଉତ୍ତର ରଖିଛନ୍ତି। ମଙ୍ଗଳମ୍ […]
ଭୁବନେଶ୍ୱର : ଭୁବନେଶ୍ୱରରେ ଆରମ୍ଭ ହେଉଛି ତିନି ଦିନିଆ IPS ସମ୍ମିଳନୀ। ବିଭିନ୍ନ ଜିଲ୍ଲାର SP, DCP, IGP ଓ DIGମାନେ ଏଥିରେ ଯୋଗ ଦେଇଛନ୍ତି। ଆଜି ପ୍ରଥମ ଦିନରେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଉଦ୍ବୋଧନ ରଖିଛନ୍ତି। ନକ୍ସଲ ଦମନ ପାଇଁ ରାଜ୍ୟ ପୁଲିସ ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଛି। ଗତ ବର୍ଷ ରାଜ୍ୟ ପୁଲିସ ପକ୍ଷରୁ ୨୫ଟି ମାଓ ଏନ୍କାଉଣ୍ଟର କରାଯାଉଛି। ଯେଉଁଥିରେ ୧୯ଟିରେ ପୁଲିସକୁ ସଫଳତା ମିଳିଥିବା ପୁଲିସ ଡିଜି କହିଛନ୍ତି। ଆଗାମୀ […]
ଜୟପୁର: ଜୟପୁର ବିମାନ ଘାଟିରୁ ନିତିଦିନିଆ ବିମାନ ଚଳାଚଳ ନେଇ ପୁଣି ଆଶଙ୍କା ଦେଖା ଦେଇଛି। ଏୟାରଷ୍ଟ୍ରିପ୍ ପୁନରୁଦ୍ଧାର କରାଯିବା ପରେ ବି ବିମାନ ଚଳାଚଳ ନେଇ ସବୁଜ ସଙ୍କେତ ମିଳିପାରିନାହିଁ। ବିମାବନ୍ଦରର ରନ୍ୱେ ପ୍ରସ୍ତୁତ ଅଛି। ଏୟାର ଟ୍ରାଫିକ୍ ମଧ୍ୟ ପ୍ରସ୍ତୁତ ଅଛି। ଟର୍ମିନାଲ୍ ବିଲଡିଂ ସହ ବିମାନ ବନ୍ଦରର ଆନୁସାଙ୍ଗିକ ବ୍ୟବସ୍ଥା ମଧ୍ୟ ସରିଛି। ଏବେ ଖାଲି ବିମାନ ଚଳାଚଳକୁ ଅପେକ୍ଷା ରହିଛି। ବିମାନ ବନ୍ଦରର ଫିନିସିଂ କାର୍ଯ୍ୟ ଏବେ ଚାଲିଛି। ଆଉ ମାତ୍ର […]
ଜଗତସିଂହପୁର: ଚାଷ ଓ ଚାଷୀଙ୍କ ପାଇଁ ଓଡ଼ିଶା ସରକାର ଗୋଟିଏ ପରେ ଗୋଟିଏ ଯୋଜନା କରୁଛନ୍ତି। କିନ୍ତୁ ଚାଷୀ ଫସଲର ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି। ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ପଞ୍ଚାୟତର ଟମାଟୋ ଚାଷୀ ଏବେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଛନ୍ତି। ବଜାରରେ ଟମାଟୋ କିଲୋ ପ୍ରତି ୨ରୁ ୩ଟଙ୍କାରେ ମୂଲ୍ୟରେ ବିକ୍ରି କରୁଥିବା ଚାଷୀ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଶୀତଳ ଭଣ୍ଡାର ଅଭାବରୁ ଚାଷୀ ବାଧ୍ୟ ହୋଇ କମ୍ ଦରରେ […]
ପୁରୀ : ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା। ପୁରୀରେ ନେତାଜୀଙ୍କ ପୈତୃକ ବାସଭବନରେ ଲୋକାର୍ପିତ ହୋଇଛି ନେତାଜୀ ସଂଗ୍ରହାଳୟ। ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଏହି ସଂଗ୍ରହାଳୟଙ୍କୁ ଲୋକାର୍ପିତ କରି ସର୍ବସାଧାରଣଙ୍କ ପାଇଁ ଉତ୍ସର୍ଗ କରିଛନ୍ତି। ଏଠାରେ ରହିଛି ନେତାଜୀଙ୍କ ବାଲ୍ୟ ଜୀବନର ଫଟୋଚିତ୍ର, ଆଦ୍ୟ ଜୀବନର ଗ୍ୟାଲେରୀ ଓ ରାଜନୈତିକ ଜୀବନର ଅନେକ ଫଟୋଚିତ୍ର। ଏଥିସହ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ। ଏସବୁ ଭିତରେଆଜାଦ […]
କନ୍ଧମାଳ : ଦୁଷ୍କର୍ମରୁ ଅନ୍ତଃସତ୍ତ୍ୱା। ଆଉ ୮ ମାସ ପରେ ସେବାଶ୍ରମ ପରିସରରେ ଶିଶୁକନ୍ୟା ପ୍ରସବ। ଶେଷରେ ମୃତ୍ୟୁସହ ସଂଗ୍ରାମ କରୁ କରୁ ଆଖିବୁଜି ଦେଲା ନବଜାତ। ଏମିତି ଦୁଃଖଦ ପରିଣାମ ଘଟିଛି କନ୍ଧମାଳ ଦାରିଙ୍ଗବାଡ଼ି ସେବାଶ୍ରମ କେଳେଙ୍କାରୀ ମାମଲାରେ। ଶନିବାର ମଧ୍ୟରାତ୍ରରେ ସେବାଶ୍ରମର ଜଣେ ଛାତ୍ରୀ ଜନ୍ମ ଦେଇଥିବା ଶିଶୁକନ୍ୟାଟି ବ୍ରହ୍ମପୁର ଏମ୍କେସିଜିରେ ପ୍ରାଣ ହରାଇଥିବାବେଳେ ସଂପୃକ୍ତ ଛାତ୍ରୀ ଚିକିତ୍ସାଧିନ ଅଛନ୍ତି । ସେପଟେ ଏହି ଘଟଣାରେ ଜାରି ରହିଛି ତନାଘନା। ପ୍ରଧାନ ଶିକ୍ଷୟିତ୍ରୀ ରାଧାରାଣୀ […]
ଭୁବନେଶ୍ୱର : ରାତି ପାହିଲେ ବଲାଙ୍ଗିର ଆସିବେ ପ୍ରଧାନମନ୍ତ୍ରୀ। ସ୍ୱାଗତ ଲାଗି ବ୍ୟାନର ଓ ପୋଷ୍ଟରରେ ଛାଇ ଯାଇଛି ସାରା ସହର। ପ୍ରଥମେ ସରକାରୀ କାର୍ଯ୍ୟକ୍ରମରେ ବଲାଙ୍ଗିର ଷ୍ଟେସନରରୁ ବିଛୁପାଲିକୁ ନୂଆ ରେଳ ଲାଇନ୍ରେ ନୂଆ ଟ୍ରେନ୍ର ଶୁଭାରମ୍ଭ କରିବେ ମୋଦି। ସେଥିପାଇଁ ପ୍ଲାଟଫର୍ମରେ ଲାଗି ସାରିଛି ପାସେଞ୍ଜର ଟ୍ରେନ୍। ସେଠାରୁ ମୋଦି ସିଧା ଯିବେ ସହର ମଝିରେ ଥିବା ଦଳୀୟ ସଭାସ୍ଥଳକୁ। ଯେଉଁଠି ପ୍ରସ୍ତୁତି ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥାର ବି ଚାଲିଛି ତନ୍ନ ତନ୍ନ ଯାଞ୍ଚ। […]
ଭୁବନେଶ୍ୱର : ଏକା ସାଙ୍ଗରେ ୧ଲକ୍ଷେ ୧୫ ହଜାର ଛାତ୍ରଛାତ୍ରୀ ଗାଇଲେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ। ଭୁବନେଶ୍ୱରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ଆୟୋଜିତ ହୋଇଥିବା ଉତ୍କଳ ଜନନୀ ପୂଜନ ସଂକଳ୍ପ ସମାରୋହରେ ଆଜି ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ। ଗୋଟିଏ ସ୍ଥାନରେ ମହାପ୍ରଭୁ ଜଗନ୍ନାଥଙ୍କ ୨୫ ପ୍ରକାର ଦିବ୍ୟବେଶ ଓ ଛପନଭୋଗର ପ୍ରଦର୍ଶନ। ପୁଣି ଉତ୍କଳୀୟ ପରମ୍ପରା ସହ ଜଡିତ ପୁରୀର ନାଗା ଓ ମେଢ ନାଚ, ମହାପ୍ରଭୁଙ୍କ ନାମ ସଂକୀର୍ତ୍ତନ,ବନାଟି ଖେଳ […]
କଟକ : ୧୪ଶହ ଶତାବ୍ଦୀରେ ଗଙ୍ଗବଂଶୀୟ ରାଜାଙ୍କ ଦ୍ୱାରା ନିର୍ମିତ କରାଯାଇଥିବା ଗଡ଼ଖାଇ। ଏବେ ଅବହେଳିତ ରକ୍ଷଣା ବେକ୍ଷଣ ଅଭାବରୁ ଜୀର୍ଣ୍ଣ ଦିଶୁଥିଲେ ମଧ୍ୟ ଅନେକ ଐତିହାସିକ ଗାଥା ବହନ କରୁଛି ଏହି ଗଡ଼ଖାଇ। ତେବେ ଇତିହାସକୁ ବଞ୍ଚାଇ ରଖିବା ପାଇଁ ଗଡ଼ଖାଇର ପୁନରୁଦ୍ଧାର ଓ ନବୀକରଣ ଲାଗି ୨୦୧୫ମସିହାରେ ପଦକ୍ଷେପ ନେଇଥିଲେ ସରକାର। ସର୍ବସାଧାରଣଙ୍କ ପାଇଁ ବୋଟିଂ ବ୍ୟବସ୍ଥା, ପାର୍କ ଓ ଝୁଲାପୋଲ ନିର୍ମାଣ ଭଳି ଯୋଜନା ପ୍ରକଳ୍ପରେ ସ୍ଥାନ ପାଇଥିଲା। ବର୍ଷ ପରେ ବର୍ଷ […]