ସମାଜରେ ଏମିତି କିଛି ମଣିଷ ଥାଆନ୍ତି ,ଯେଉଁମାନେ ସବୁବେଳେ କିଛି ଭିନ୍ନ କରିବାକୁ ଚେଷ୍ଟା କରିଥାଆନ୍ତି। ନିଜର କ୍ୟାରିୟରକୁ ପଛ କରି ସେମାନେ ସମାଜର ମଙ୍ଗଳ ପାଇଁ ମନପ୍ରାଣ ଢାଳି ଦେଇଥାଆନ୍ତିା ପରବର୍ତ୍ତି ସମୟରେ ଏଥିପାଇଁ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଥାଏ। ଏମିତି ଜଣେ ଯୁବତୀ ହେଲେ ୨୨ ବର୍ଷୀୟା ଦୀପଶିଖା ଛେତ୍ରୀ। ସେ ଦିଲ୍ଲୀର ଜଣେ ନ୍ୟୁଟ୍ରିସନିଷ୍ଟ । ନିଜକୁ ଏହି କ୍ଷେତ୍ରରେ ପ୍ରତିଷ୍ଠା କରିବାକୁ ତାଙ୍କ ପାଖରେ ଅନେକ ସୁଯୋଗ ଥିଲା। […]
ଭୁବନେଶ୍ୱର : ବାଜା, ବାଣରେ ଦୁଲୁକୁଛି ବିଜେଡି କ୍ୟାମ୍ପ୍। ବିଜୟ ଉଲ୍ଲାସରେ ନାଚୁଛନ୍ତି ଦଳୀୟ ନେତା ଓ କର୍ମୀ। ବିଜେପୁର ଉପନିର୍ବାଚନରେ ବାଜିମାତ୍ ପରେ ପଦ୍ମପୁରସ୍ଥିତ କାଉଣ୍ଟିଂ ସେଣ୍ଟର ଓ ଦଳର ମୁଖ୍ୟ କାର୍ଯ୍ୟାଳୟରେ ଚାଲିଛି ଗ୍ରାଣ୍ଡ୍ ସେଲିବ୍ରେସନ। ନବୀନ ନିବାସରରେ ବି ଉତ୍ସବମୁଖର ପରିବେଶ। ବିଜେପୁର ଜନାଦେଶ ବିଜେଡି ସପକ୍ଷରେ ଯିବାପରେ ଦଳର ନେତାମାନେ ବିଶାଳ ଶୋଭାଯାତ୍ରାରେ ଯାଇ ସୁପ୍ରିମୋ ନବୀନଙ୍କୁ ଜଣାଇଥିଲେ ବଧାଇ। ଏହି ବହୁ ଚର୍ଚ୍ଚିତ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ, […]
ଜଳେଶ୍ୱର (ଅଜିତ କୁମାର ଦାସ) : ତାଙ୍କର ନିଶା ଓ ପେଶା ପିଲାଙ୍କୁ ପାଠ ପଢ଼ାଇବା। ସେଥିପାଇଁ ଅବସର ପରେ ବି ଛାଡ଼ି ନାହାନ୍ତି ପାଠ ପଢ଼ାଇବାର ଅଭ୍ୟାସ। ଆଜିକୁ ୨ ବର୍ଷ ହେଲାଣି ସ୍କୁଲ ଯାଇ ମାଗଣାରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଏହି ଶିକ୍ଷକ ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍ ପାଇକସିଦା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ରବିନ କୁମାର ମିଶ୍ର। ନିଜ ପାଦରେ ଚାଲିବା ପାଇଁ ବଳ ଥିବା ଯାଏ […]
ଭୁବନେଶ୍ୱର : ୧୯୯୦ରୁ ୨୦୧୭ ମସିହା। ଗତ ୨୭ ବର୍ଷର ତଥ୍ୟକୁ ହିସାବକୁ ନେଇ ଏସବିଆଇ ପକ୍ଷରୁ ପ୍ରସ୍ତୁତ ମାନବ ବିକାଶ ସୂଚୀରେ ଦେଶର ୨୫ଟି ରାଜ୍ୟଙ୍କ ମଧ୍ୟରେ ୨୨ ତମ ସ୍ଥାନରେ ରହିଛି ଓଡ଼ିଶା। ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନ ଧାରଣର ମାନକୁ ହିସାବକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ୧୯୯୦ ମସିହାରେ ଓଡ଼ିଶା ୦.୪୦ ପଏଣ୍ଟ ପାଇ ୨୩ ତମ ସ୍ଥାନରେ ଥିଲା। ୨୭ ବର୍ଷ ପରେ ରାଜ୍ୟର ସ୍କୋର ୦.୬୦ […]
ନୂଆଦିଲ୍ଲୀ : ୧୯ ଲୋକସଭା ନିର୍ବାଚନକୁ ଅଧିକ ସ୍ୱଚ୍ଛ ଓ ମୁକ୍ତ କରିବାକୁ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଅନେକ କଡ଼ା ନିଷ୍ପତ୍ତି। ନାମାଙ୍କନ ଦାଖଲ ବେଳେ ପ୍ରାର୍ଥୀ ବିସ୍ତୃତ ଭାବେ ବ୍ୟକ୍ତିଗତ ତଥ୍ୟ ଦାଖଲ ଉପରେ ଦିଆଯାଇଛି ସର୍ବାଧିକ ଗୁରୁତ୍ୱ। ଶିକ୍ଷାଗତ ଯୋଗ୍ୟତା, ପତ୍ନୀ ଓ ପରିବାର ସଦସ୍ୟ, ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସ୍ପଷ୍ଟ ତାଲିକା ସହ ବିଦେଶୀ ପୁଞ୍ଜି ନିବେଶ ଏବଂ ଅପରାଧ ରେକର୍ଡ ସମ୍ପର୍କରେ ଫର୍ମ-୨୬ରେ ସତ୍ୟପାଠକୁ ବାଧ୍ୟତାମୂଳକ କରାଯାଇଛି। କୌଣସି ଗୋଟିଏ […]
ଭୁବନେଶ୍ୱର : ଲୋକସଭା ନିର୍ବାଚନରେ ୭ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବା ପାଇଁ ନବୀନଙ୍କ ଘୋଷଣା ପରେ ଆଜି ନବୀନ ନିବାସରେ ଲାଗିଛି ମହିଳା ସାଂସଦ ଓ ଆଶାୟୀଙ୍କ ଭିଡ଼। ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ରୀତା ତରାଇ, ବିଧାୟିକା ପ୍ରମିଳା ମଲ୍ଲିକ, ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର, ବିଧାୟିକା ରାଜଶ୍ରୀ ମଲ୍ଲିକ ପ୍ରମୁଖ ପହଞ୍ଚିଥିଲେ ନବୀନ ନିବାସରେ। ସେପଟେ କେଉଁ ୭ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ କରାଯିବା ନେଇ ଦଳରେ ଚାଲିଛି ଜୋରଦାର୍ କସରତ। ବିଶ୍ୱସ୍ତ […]
ଚୌଦ୍ୱାର ( ନୀଳକଣ୍ଠ ଦୋରା) : ରାଜ୍ୟର ଅନ୍ୟତମ ବୃହତ କାରାଗାର କୁହାଯାଉଥିବା ଚୌଦ୍ୱାର ଜେଲ୍ରେ ଗ୍ୟାଙ୍ଗୱାର ଅଭିଯୋଗ। କେବଳ ଗ୍ୟାଙ୍ଗୱାର ନୁହେଁ, ଜେଲ୍ ଭିତରେ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ପତିଆରା ପାଇଁ ଲଢ଼େଇ, ପ୍ରଚୁର ନିଶା କାରବାର ଏବଂ ମୋବାଇଲ୍ର ଅବାଧ ପ୍ରବେଶ ଚାଲିଛି। ଚୌଦ୍ୱାର ଜେଲ୍ରେ ବନ୍ଦୀ ଥିବାବେଳେ ଏହି ଗହନ କଥାକୁ ସାମ୍ନାକୁ ଆଣିଛନ୍ତି ଜଣେ କଏଦୀ। ଯାହାଙ୍କ ନାଁ ଶୁଭ୍ରାଂଶୁ ଦାସ ଓରଫ୍ ଟନି। ଆଜି କିନ୍ତୁ ଟନି ଏହି ଦୁନିଆଁରେ […]
ଭୁବନେଶ୍ୱର : ପିଲାଙ୍କ କାନ୍ଧରୁ ବାସ୍ତାନି ବୋଝ କମାଇବା ଓ ସେମାନଙ୍କ ମେଧାର ବିକାଶ ଲାଗି ରାଜ୍ୟ ସରକାରଙ୍କ ପଦକ୍ଷେପ। ଏଥିଲାଗି ୨୦୧୯-୨୦ ଶିକ୍ଷାବର୍ଷରେ ଲାଗୁ ହେବ ନୂଆ ଗାଇଡ୍ଲାଇନ୍ ସ୍କୁଲ ବ୍ୟାଗ୍ର ଅତ୍ୟଧିକ ବୋଝ ଯୋଗୁଁ ପିଲାମାନେ ବିଭିନ୍ନ ଶାରୀରିକ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ପ୍ରଥମେ ଏହାକୁ ହ୍ରାସ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହା ଅନ୍ତର୍ଗତ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ବ୍ୟାଗ୍ର ଓଜନ ଦେଢ କିଲୋରୁ ଅଧିକ ହେବ ନାହିଁ। ସେଥିଲାଗି […]
ବାରିପଦା (ମାଣିକ୍ ଲାଲ୍ ପାଣି) : ହଜିବାକୁ ବସିଲାଣି କୁଟୀର ଶିଳ୍ପ, ତଥାପି ଏହାକୁ ଉଦ୍ଜୀବିତ କରିବାକୁ ନିଆରା ପ୍ରାୟସ ଜାରି ରଖିଛନ୍ତି ମୟୁରଭଞ୍ଜ ଜିଲ୍ଲାର ଅପହଞ୍ଚ ଇଲାକାର ମହିଳା। ବାଉଁଶ ପାତିରେ ନିର୍ମାଣ ହୋଇଛି ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ। କେହି ଏଥିରେ ପକ୍ଷୀ ତିଆରି କରୁଛି ତ କେହି କଇଁଛ। ବାଉଁଶରେ ଏମାନଙ୍କ ଦ୍ୱାରା ନିର୍ମିତ ୪୨ ପ୍ରକାରର ଘର ସାମଗ୍ରୀ ଏବେ ସମସ୍ତ ଚାହିଦା ପାଲଟିଛି। ପୂର୍ବରୁ କେବଳ ଟୋକେଇ ଏବଂ କୁଲା ନିର୍ମାଣ […]
ନୂଆ ଦିଲ୍ଲୀ: ଆପ୍ପଲ୍ କମ୍ପାନୀର ସହ-ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସ ନିଜର ସକରାତ୍ମକ ମନୋଭାବ ଓ କାର୍ଯ୍ୟ ଦକ୍ଷତାକୁ ନେଇ ଯେତିକି ଚର୍ଚ୍ଚାରେ ଥିଲେ, ଏବେ ମୃତ୍ୟୁ ପରେ ବି ସେ ସେତିକି ଚର୍ଚ୍ଚାରେ। ଦୃଢ ଇଚ୍ଛା ଶକ୍ତି ବଳରେ ଜଣେ ଯେ ଅସମ୍ଭବକୁ ସମ୍ଭବ କରିପାରେ , ତାହାର ଉଦାହରଣ ମଧ୍ୟ ଷ୍ଟିଭ୍ ଜବ୍ସ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦୀର୍ଘ ୪୫ ବର୍ଷ ପରେ ଏହି ପ୍ରସିଦ୍ଧ ବ୍ୟକ୍ତିଙ୍କର ଏକ ବାୟୋଡାଟା ୩୨ଲକ୍ଷ ଟଙ୍କାରେ […]
ବାଲିଗୁଡ଼ା( ଅଜିତ୍ କୁମାର ନାୟକ) : ମୂଲ୍ୟବାନ ଗଛଗୁଡିକୁ କଟା ନ ଯାଇ ତାକୁ ଅନ୍ୟ ସ୍ଥାନରେ ଲଗାଇବାକୁ ବନବିଭାଗର ପ୍ରୟାସ। କନ୍ଧମାଳ ଜିଲ୍ଲାରେ ପ୍ରଥମ ଥର ଲାଗି ଏଭଳି ଉପାୟ ଗ୍ରହଣ କରିଛି ବାଲିଗୁଡା ବନଖଣ୍ଡ। ବାଲିଗୁଡା ଓ ଦାରିଙ୍ଗବାଡି ମଧ୍ୟରେ ୫୯ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ବାଲିଗୁଡା ଓ ଦାରିଙ୍ଗବାଡି ମଧ୍ୟରେ ଥିବା ହଜାର ହଜାର ମୂଲ୍ୟବାନ ଗଛକୁ ନ କାଟି ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି […]
ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜର କର୍ତ୍ତବ୍ୟ ଆଗରେ ବ୍ୟକ୍ତିଗତ କାମକୁ ବି ପଛ କରିଦେଇଥାଆନ୍ତି। ସେଇଥି ପାଇଁ ସେମାନେ ପ୍ରଶଂସା ପାଇବା ସହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥାଆନ୍ତି। ଏମିତି ଏକ ଘଟଣା ସାମନାକୁ ଆସିଛି। ଆମେରିକା ସେଣ୍ଟଲୁଇସ୍ସ୍ଥିତ ‘ଦ ଆର୍କ’ ରେଡ଼ିଓ ଷ୍ଟେସନର ସଂଚାଳିକା ଲାଇଭ୍ ସୋ’ବେଳେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ଗଭୀର ପ୍ରସବ ଯନ୍ତ୍ରଣା ସତ୍ତ୍ୱେ, ସେ ନିଜର ରେଡ଼ିଓ କାର୍ଯ୍ୟକ୍ରମକୁ ଚାଲୁ ରଖିଥିଲେ। ଆଉ ଏହି ଖବର […]
ଭାରତ ଡିଜିଟାଲ୍ କ୍ଷେତ୍ରରେ ଉନ୍ନତି କରିବା ପାଇଁ ଅନବରତ ଚେଷ୍ଟା ଚଳେଇଛି ଓ ଡିଜିଟାଲ୍ ଇଣ୍ଡିଆ ହେବାର ଲକ୍ଷ୍ୟରେ ଆଗେଇ ଚାଲିଛି। ହେଲେ ଏହା ସେତେବେଳେ ସମ୍ଭବ , ଯେତେବେଳେ ଏହି ସଂପର୍କିତ ସବୁ ବ୍ୟବସ୍ଥାର ସଠିକ୍ ରୂପାୟନ ହୋଇପାରିବ। ଏଥିପାଇଁ ସବୁଠୁ ଜରୁରୀ ଭଲ ଇଂଟରନେଟ୍ ସେବା । ହେଲେ ମିଳିଥିବା ତଥ୍ୟ ଅନୁସାରେ ,ଇଂଟରନେଟ୍ ସେବା କ୍ଷେତ୍ରରେ ଭାରତ ଏବେ ବହୁତ ପଛରେ। ଉଲ୍ଲେଖନୀୟ ଯେ, ଭାରତ ୪-ଜି ଇଂଟରନେଟ୍ ସ୍ପିଡ୍ କ୍ଷେତ୍ରରେ ପୁରା […]
ଭୁବନେଶ୍ୱର: ନିର୍ବାଚନୀ ଇସ୍ତାହାରରେ କେଉଁ ସବୁ ପ୍ରତିଶ୍ରୁତି ରଖିବ ବିଜେଡି ? ୧୯ ବର୍ଷ କ୍ଷମତାରେ ରହିବା ପରେ ସରକାର ବିରୋଧୀ ହାଓ୍ୱାର ସମ୍ମୁଖୀନ ହେଉଥିବା ବିଜେଡି ଏହାକୁ କିଭଳି କାଉଣ୍ଟର କରିବ ? ଏହା ଉପରେ କସରତ ଆରମ୍ଭ କରିଛି ବିଜେଡି। ଆସନ୍ତାକାଲି ବିଜୁ ଜୟନ୍ତୀରେ ଦଳ ଆରମ୍ଭ କରିବ ଘରେ ଘରେ ଶଙ୍ଖ ଅଭିଯାନ। ପ୍ରାୟ ୮୬ ଲକ୍ଷ ପରିବାରରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକର୍ତ୍ତା ପହଞ୍ଚି ଇସ୍ତାହାର ସଂପର୍କରେ ମତାମତ ନେବେ। […]
ଭୁବନେଶ୍ୱର : ଦିନ ଥିଲା, ଜାତୀୟ ସ୍ତରରେ ବୈଜୟନ୍ତ ଥିଲେ ବିଜେଡିର ଫେସ୍। ହେଲେ ୨୦୧୪ ମସିହା ନିର୍ବାଚନ ପରଠୁ ଉଦ୍ଦେଶ୍ୟମୂଳକ ଭାବେ ବୈଜୟନ୍ତଙ୍କୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖିବାକୁ ଆରମ୍ଭ ହେଲା ଷଡ଼ଯନ୍ତ୍ର। ତାଙ୍କୁ ଅଣ୍ଡାମାଡ଼, ଢେଲାମାଡ଼ ଓ ବିରୋଧ ଭଳି ଘଟଣା ବଢ଼ିଲା। ବୈଜୟନ୍ତଙ୍କ ବିରୋଧରେ ମିଥ୍ୟା ମାମଲା ସହ ପରିବାର ସଂପୃକ୍ତ ଥିବା ଗୋଟିକ ପରେ ଗୋଟିଏ ସଂସ୍ଥାକୁ ବି ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟ୍ କରାଯାଇଥିଲା। ତିକ୍ତତା ଏଭଳି ସ୍ତରରେ ପହଞ୍ଚିଥିଲା ଯେ […]
ଭୁବନେଶ୍ୱର: ସବୁ ରାଜନୈତିକ ଚର୍ଚ୍ଚାର ଅବସାନ ଘଟାଇ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିବା ପରେ କ’ଣ କହିଲେ ବୈଜୟନ୍ତ ପଢ଼ନ୍ତୁ। ବୈଜୟନ୍ତ କହିଲେ, ପବିତ୍ର ମହାଶିବରାତ୍ରୀରେ ସମସ୍ତଙ୍କୁ ନମସ୍କାର ଓ ଶୁଭେଚ୍ଛା। ୨୨ ବର୍ଷ ତଳେ ଯେତେବେଳେ ଆମେ ଓଡ଼ିଶାରେ ଏକ ଆଞ୍ଚଳିକ ଦଳ ଗଠନ କରିଥିଲୁ ସେତେବେଳେ ଏ କଥା ଚିନ୍ତା କରିନଥିଲି। ଦୁଃଖର କଥା ଯେ ଆମକୁ ୨୨ ବର୍ଷ […]
ନୂଆ ଦିଲ୍ଲୀ : ଭାରତରେ ଇଲେକ୍ଟ୍ରୋନିକ୍ ଗାଡ଼ିଗୁଡ଼ିକର ବହୁଳ ବ୍ୟବହାରକୁ ଦେଖି ରେଳବିଭାଗ କିଛି ପଦକ୍ଷେପ ନେବାକୁ ଯୋଜନା କରିଛି । ଇଲେକ୍ଟ୍ରୋନିକ୍ ଗାଡ଼ିଗୁଡିକର ଚାର୍ଜିଂ ପାଇଁ ଷ୍ଟେସନ ବନେଇବାକୁ ଯୋଜନା କରିଛି । ଗ୍ରୀନ୍ ଏନର୍ଜୀକୁ ପ୍ରମୋଟ କରିବା ଓ ଏହାର ବ୍ୟବହାର କରିବାକୁ ଲୋକଙ୍କୁ ସଚେତନ କରିବା ନେଇ ରେଲୱେ ଷ୍ଟେସନର ପାର୍କିଂ ସ୍ଥାନରେ ଚାର୍ଜିଂ ପଏଣ୍ଟ ସ୍ଥାପନା କରାଯିବ । ପ୍ରାରମ୍ଭିକ ଭାବେ ଏହି ଯୋଜନା ଦିଲ୍ଲୀ ଓ ନିଜାମୁଦ୍ଦିନ ରେଲୱେ ଷ୍ଟେସନରେ […]
ରୋଗ ହୋଇଥିଲା ବୋଲି ତାଙ୍କୁ ଘରୁ ଡାକିନେଇ ଗିରଫ କରିଥିଲା ପୋଲିସ୍। ସେଠାରୁ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲା। ଯକ୍ଷ୍ମା ୱାର୍ଡରେ ଭର୍ତ୍ତି କରି ପଚାରିଥିଲା ପ୍ରଶ୍ନ ପରେ ପ୍ରଶ୍ନ। ଅନ୍ତରଙ୍ଗ ମୁହୂର୍ତ୍ତର ଗୋପନ କଥାସବୁ ବଖାଣିବାକୁ ବାଧ୍ୟ କରିଥିଲା ପୋଲିସ୍। କେବେ କାହାସହ ରଖିଥିଲେ ଯୌନ ସମ୍ପର୍କ। କାହା ସହ ବିତାଇଥିଲେ ଅନ୍ତରଙ୍ଗ ମୁହୂର୍ତ୍ତ ,ଏମିତି ଅନେକ ପ୍ରଶ୍ନର ଉତ୍ତର ତାଙ୍କୁ ଦେବାକୁ ପଡିଥିଲା। କିନ୍ତୁ ସେ ବୁଝିପାରି ନଥିଲେ ତାଙ୍କର ଦୋଷ କ’ଣ ? କାହିଁକି […]
ତାମିଲନାଡୁ : ଆପଣ ମାଉଥ୍ ଅର୍ଗାନ୍ ବଜାଉଥିବା ଅନେକ କଳାକାରଙ୍କୁ ଦେଖିଥିବେ , ହେଲେ ଏକ ହାତୀ ଯେ ଏଥିରେ ମାହିର୍, କେବେ ଦେଖିଛନ୍ତି ? ଏମିତି ଏକ ଖବର ପ୍ରକାଶ ପାଇଛି ଏନଡି ଟିଭିରେ । ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଗୋଟେ ହାତୀ ମାଉଥ୍ ଅର୍ଗାନ୍ ବଜାଇ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ , ଅନଦାଲ ନାମକ ଏହି ହାତୀ ନିଜର ଶୁଣ୍ଢରେ ମାଉଥ୍ ଅର୍ଗାନ୍ ଏମିତି […]
ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ପ୍ରଚଣ୍ଡ ଆକ୍ରମଣରେ ଦୋହଲି ଯାଇଛି ଆତଙ୍କବାଦୀ ସଂଗଠନ ଜୈଶ୍-ଏ-ମହମ୍ମଦର ଗଡ଼ ବାଲାକୋଟ୍। IAF ଏୟାର ଷ୍ଟ୍ରାଇକ୍ରେ କୌଣସି କ୍ଷତି ହୋଇନଥିବା ପାକିସ୍ତାନ ଦାବି କରୁଥିଲେ ମଧ୍ୟ ଜୈଶ୍-ମୁଖ୍ୟ ମାସୁଦ୍ ଆଝାରର ଭାଇ ମୌଲାନା ଅମାରର ଅଡିଓ ମେସେଜ୍ ଅସଲ ଗୁମର ଖୋଲିଛି। ଭାରତର ହମ୍ଲାରେ ସଂଗଠନକୁ ବିପୁଳ କ୍ଷତି ହୋଇଥିବା ଅମାର ଅଡ଼ିଓ ଟେପ୍ରେ ଉଲ୍ଲେଖ କରିଛି। ଏକ ଇସ୍ଲାମୀ ରାଷ୍ଟ୍ର ଓ ଇସଲାମୀୟ ସ୍କୁଲ ଉପରେ ଆକ୍ରମଣ କରି ଭାରତ […]
ଭୁବନେଶ୍ୱର : ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେଡିରେ ବିବାଦ ସେତିକି ବଢୁଛି। ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ବିଧାୟକ ଓ ଟିକଟ୍ ଆଶାୟୀଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା, ଖୋଲାଖୋଲି ଗଣ୍ଡଗୋଳର ରୂପ ନେଲାଣି। ମୋବାଇଲ୍ ବଣ୍ଟନକୁ ନେଇ ମଧ୍ୟ ବିଜୁ ଯୁବ ବାହିନୀ ସଦସ୍ୟଙ୍କ ମଧ୍ୟରେ ହାତାହାତି। ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ। ରାଜ୍ୟରେ ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଏବେ ଏଭଳି ସ୍ଥିତି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ‘ବ୍ୟୋମକେଶ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ପୂର୍ବରୁ ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଇଛନ୍ତି। କେମିତି ପଢିଲେ ଜଣେ ଭଲ ଓ ଫଳ ବ୍ୟକ୍ତିତ୍ୱର ଅଧିକାରୀ ହୋଇ ସମାଜ ସାମ୍ନାରେ ଛିଡାହେବ । ସେ ନେଇ ମୋଦି ବର୍ଣ୍ଣନା କରିଥିଲେ। ଆଉ ଏଇ ଟିପ୍ସ ଭିତରେ କହିଥିଲେ ,ଜଣେ ଖେଳାଳିଙ୍କ ସଫଳତାର କହାଣୀ । କେମିତି ଜଣେ ଖେଳାଳି କୋମାରୁ ଉଠି ବ୍ରୋଞ୍ଚ ପଦକ ଜିତିଥିଲେ । ଦେଶର ପାଖାପାଖି ୧୦କୋଟି ପିଲାମାନଙ୍କ ସହ କଥାବାର୍ତ୍ତା ହେବା ସମୟରେ […]
ନୂଆଦିଲ୍ଲୀ: ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତେବେ ସଫଳତାର ଶୀର୍ଷରେ ପହଞ୍ଚିବାକୁ ସବୁବେଳେ ସ୍ୱପ୍ନ ଦେଖୁଥିଲେ। ମାତ୍ର ୧୫ ବର୍ଷ ବୟସରେ ସଫଳତାର ସିଡ଼ି ଚଢ଼ିବାକୁ ସେ ଉଦ୍ୟମ ଆରମ୍ଭ କରିଥିଲେ। ବଡ଼ଭାଇଙ୍କ ସହ ମିଶି ସାଇକେଲରେ ବୁଲି ବୁଲି ପେନ୍ ବିକ୍ରି କରି ବ୍ୟବସାୟ ଜୀବନ ଆରମ୍ଭ କରିଥିଲେ। ତା’ ପରେ କେବୁଲ କମ୍ୟୁନିକେସନ୍ ବ୍ୟବସାୟରେ ପଶିଲେ। ଆଉ ଏବେ ସୁ-କାମ(ସୋଲାର ଇନୋଭଟର) ପାୱାର କମ୍ୟୁନିକେସନର ଏମ୍ଡି ଭାବେ କାର୍ଯ୍ୟ କରୁଛନ୍ତି। ମେକଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ […]
ନୂଆଦିଲ୍ଲୀ: ସବୁ ଯାତ୍ରୀବାହୀ ଟ୍ରେନ୍ର ଶେଷ ବଗି ପଛରେ ‘X’ ଲେଖାଯାଇଥାଏ। ତେବେ କାହିଁକି ଏହି ‘X’ ଚିହ୍ନ ଥାଏ କେବେ ଭାବିଛନ୍ତି କି ? ଏହା ପଛରେ କ’ଣ କାରଣ ରହିଛି ଆସନ୍ତୁ ଜାଣିବା। ମୁଖ୍ୟତଃ ଏହି ଚିହ୍ନ ଟ୍ରେନ କର୍ମଚାରୀଙ୍କ ସୁବିଧା ପାଇଁ ଲଗାଯାଇଥାଏ। ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ଯାଇଛି ନା ନାହିଁ ଏହି ଚିହ୍ନରୁ ଷ୍ଟେସନ ଗାର୍ଡ଼ ଜାଣିପାରନ୍ତି। କାଳେ କୌଣସି କାରଣରୁ କୌଣସି ବଗି ବିଚ୍ଛିନ୍ନ ହୋଇ ରହିଯାଇଥିବ ଏଥିରେ ନିଶ୍ଚିତ ହେବା ପାଇଁ […]
ନୋବେଲ ପୁରସ୍କାର ହେଉଛି ବିଶ୍ୱର ସବୁଠୁ ସମ୍ମାନଜନକ ପୁରସ୍କାର। ଆଲଫ୍ରେଡ୍ ନୋବେଲ୍ଙ୍କ ନାମ ଅନୁସାରେ ଏହାର ନାମକରଣ କରାଯାଇଛି। ଏହି ପୁରସ୍କାର ୬ଟି କ୍ଷେତ୍ର-ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ମେଡିସିନ୍, ସାହିତ୍ୟ, ଶାନ୍ତି ଓ ଅର୍ଥଶାସ୍ତ୍ରରେ ବିଶେଷ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ। ୧୧୬ ବର୍ଷ ପୂର୍ବେ ୧୯୦୧ ମସିହାରେ ହେନେରୀ ଡୁନାଣ୍ଟ ପାଇଥିଲେ ପ୍ରଥମ ପୁରସ୍କାର। ୱିକିପିଡିଆରୁ ନିଆଯାଇଥିବା ତଥ୍ୟ ଅନୁଯାୟୀ ଗତବର୍ଷକୁ ହିସାବ କଲେ ୫୮୪ ଥର ୯୨୩ ଜଣଙ୍କୁ ଏହି ପୁରସ୍କାର ଦିଆଯାଇଛି। […]