• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

ଆଠ ବର୍ଷ ବୟସରେ ତାଇକୋଣ୍ଡ ଖେଳରେ ଚାମ୍ପିଅନ୍

ବାଲେଶ୍ୱର : ବୟସ ମାତ୍ର ଆଠ ବର୍ଷ। ହେଲେ ତାଇକୋଣ୍ଡ ଖେଳରେ ବେଶ୍ ଧୁରନ୍ଧର୍। ବାଲେଶ୍ୱର ଜିଲ୍ଲା ଖଇରା ନନ୍ଦୋର ଗାଁର ସୌମ୍ୟରଞ୍ଜନ ସେଠୀ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇ ନିଜ ପ୍ରତିଭା ପ୍ରଦର୍ଶନ କରି ବହୁତ ମେଡାଲ୍ ପାଇଛନ୍ତି ସୌମ୍ୟ। ପିଲା ଦିନରୁ ତାଙ୍କର ଖେଳ ପ୍ରତି ବେଶ୍ ଉତ୍ସାହ ଥିଲା। ଏହାକୁ ଦେଖି ବାପା ମାନସ ସେଠୀ ଓ ମାଆ ନର୍ମଦା ତାଙ୍କୁ ଗାଁର ଜଣେ ତାଇକୋଣ୍ଡ କୋଚ୍ ପାଖରୁ ପ୍ରଶିକ୍ଷଣ ଆରମ୍ଭ […]

  • Friday, 16 July 2021
apolo
ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ : ଅଳ୍ପକେ ବର୍ତ୍ତିଲେ ରୋଗୀ

ଭୁବନେଶ୍ୱର :  ରାଜଧାନୀର ପ୍ରତିଷ୍ଠିତ ଘରୋଇ ହସ୍‌ପିଟାଲ, ଆପୋଲୋରେ ନିଆଁ ଲାଗିବା ଫଳରେ ରୋଗୀ ଓ ସମ୍ପର୍କୀୟ ଆତଙ୍କିତ। ନିଆଁ ଓ ଧୂଆଁରୁ ବର୍ତ୍ତିବାକୁ ଧାଁ ଦଉଡ଼ ଚାଲିଥିଲା। କିଏ ନିଜ ସମ୍ପର୍କୀୟଙ୍କୁ ନେଇ ଜୀବନ ବିକଳରେ ବାହାରକୁ ଧାଉଁଥିଲା, ତ ଆଉ କେଉଁଠି ICUର ଅତି ଗୁରୁତର ରୋଗୀଙ୍କୁ ଉଦ୍ଧାର କରୁଥିଲେ ହସ୍ପିଟାଲ କର୍ତ୍ତୃପକ୍ଷଷ ଆଜି ଦିନ ପ୍ରାୟ ୧୧ଟା ବେଳେ ହସ୍‌ପିଟାଲର ପଞ୍ଚମ ମହଲାରେ ଥିବା ବ୍ୟାଟେରୀ ରୁମ୍‌ରୁ ଧୂଆଁ ବାହାରୁଥିବା ଦେଖି ଖେଳିଯାଇଥିଲା […]

  • Friday, 16 July 2021
assembly
ସୋମବାର ଠାରୁ ଚଳିତ ବିଧାନସଭାର ଶେଷ ଅଧିବେଶନ

ଭୁବନେଶ୍ୱର : ଦିନକ ପରେ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ।୧୯ ନିର୍ବାଚନ ପୂର୍ବରୁ ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନରେ ମୁହାଁମୁହିଁ ହେବେ ଶାସକ ବିରୋଧୀ। ବାହାରେ ଥିବା ରାଜନୈତିକ ତାତି ଗୃହରେ ବି ଅନୁଭୂତ ହେବାର ଅନୁମାନ କରାଯାଉଛି। ଖାସ୍‌ କରି ଚାଷୀ ସମସ୍ୟା, ନାରୀ ନିର୍ଯାତନା, ଭ୍ରଷ୍ଟାଚାର, ଚିଟ୍‌ଫଣ୍ଡ ଲିଙ୍କ୍‌ରେ ବିଜେଡି ନେତାଙ୍କୁ ନୋଟିସ୍ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିରୋଧୀ ଘେରିବାକୁ ଯୋଜନା ଚଳାଇଛନ୍ତି। କେବେ ନବୀନ ସରକାରଙ୍କୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ […]

  • Friday, 16 July 2021
kalia -kisan
ପିଏମ୍ କିଷାନ ବନାମ୍ କାଳିଆ : କେଉଁଥିରୁ ଚାଷୀକୁ ଅଧିକ ଲାଭ, ତାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର : ନବୀନଙ୍କ କାଳିଆ ବନାମ୍ ମୋଦିଙ୍କ ପିଏମ୍ କିଷାନ ଯୋଜନା। ୩ ହିନ୍ଦୀ ହାର୍ଟଲ୍ୟାଣ୍ଡ ରାଜ୍ୟରେ ବିଜେପିର ପରାଜୟ ପରେ ବଜେଟ୍‌ରେ ପିଏମ୍ କିଷାନ ଯୋଜନା ଆଣି ବ୍ରହ୍ମାସ୍ତ୍ର ମାରିଛନ୍ତି କେନ୍ଦ୍ର ସରକାର। ତେବେ କେଉଁ ସ୍କିମ୍‌ରୁ ଚାଷୀଙ୍କୁ କଣ ଲାଭ ମିଳିବ। ପିଏମ୍ କିଷାନ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ବର୍ଷକୁ ୩ଟି କିସ୍ତିରେ ମୋଟ୍ ୬ହଜାର ଟଙ୍କାର ସହାୟତା ପାଇବେ। ଏଥିରେ ଉପକୃତ ହେବେ ଦେଶର ୧୨ କୋଟି ଚାଷୀ ଯୋଜନା […]

  • Friday, 16 July 2021
kalia
କାଳିଆ ଯୋଜନାକୁ ନେଇ ଉତ୍ସାହ ଯେତିକି ଅବ୍ୟବସ୍ଥା ସେତିକି

ଭୁବନେଶ୍ୱର : କାଳିଆ ସ୍କିମ୍‌କୁ ନେଇ ଉତ୍ସାହ ଯେତିକି ଅବ୍ୟବସ୍ଥା ବି ସେତିକି। ପ୍ରଥମେ ମାଗଣା ଫର୍ମ ବିକ୍ରି ପରେ ହିତାଧିକାରୀ ଚୟନକୁ ନେଇ କଳି,ଆଉ ଏବେ ସାମନାକୁ ଆସିଛି ନୂଆ କେଁ। ଗୋଟିଏ ହାତରେ ସରକାର, ଚାଷୀଙ୍କ ଆକାଉଣ୍ଟରେ ୫ ହଜାର ଟଙ୍କା ଜମା କରୁଛନ୍ତି, ଅନ୍ୟପଟେ ଲୋନ୍ ଆଳରେ ଚାଷୀ ଆକାଉଣ୍ଟରୁ ଟଙ୍କା ଉଠାଇନେଉଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ। ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କୁ ଡାକି ସରକାର ତାଗିଦ କରିବା ପରେ ବି ଫଳ ଶୂନ। ବାଲେଶ୍ୱର ଜିଲ୍ଲା […]

  • Friday, 16 July 2021
arun sahu
ସିବିଆଇ ସମନକୁ ନେଇ ମୁହଁ ଖୋଲିଲେ ଅରୁଣ

ଭୁବନେଶ୍ୱର : ସିବିଆଇ ସମନକୁ ନେଇ ତିନି ଦିନର ସସ୍‌ପେନ୍ସ ପରେ ଆଜି ମୁହଁ ଖୋଲିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ତଦନ୍ତର ୪ ବର୍ଷ ପରେ କାହିଁକି ସମନ ଆସିଲା ତାକୁ ନେଇ ମନରେ ଉତ୍କଣ୍ଠା ଅଛି ବୋଲି କହିବା ସହ ଖୁବ୍‌ଶୀଘ୍ର ସିବିଆଇ ପାଖରେ ହାଜର ହୋଇ ସବୁ ପ୍ରଶ୍ନର ଉତ୍ତର ରଖିବେ ବୋଲି କହିଛନ୍ତି ଅରୁଣ। ସମନ୍‌କୁ ନେଇ ତିନି ଦିନର ସସ୍ପେନ୍ସ ପରେ ସିବିଆଇକୁ ଏମିତି ଢଙ୍ଗରେ କଟାକ୍ଷ କରିଛନ୍ତି ବିଜେଡି […]

  • Friday, 16 July 2021
q2
ରଙ୍ଗ ନୁହେଁ, ଡିବିରି ନିଆଁର ଧୂଆଁରୁ ପ୍ରସ୍ତୁତ ହେଉଛି ଚିତ୍ର

କଟକ(ବିଶ୍ୱଜିତ୍‌ ଆଚାର୍ଯ୍ୟ): ଭିନ୍ନ ଭିନ୍ନ ଶୈଳୀରେ କାନ୍‌ଭାସ୍‌ ଉପରେ ଚିତ୍ରକର ମାନେ ଏକ୍ସପେରିମେଣ୍ଟ  କରିଥାନ୍ତି। ଏମିତି ଜଣେ ଚିତ୍ରକର ଅଛନ୍ତି ଯିଏ ଡିବିରି ନିଆଁରୁ ବାହାରୁଥିବା ଧୂଆଁ ରୁ ଚିତ୍ର କରୁଛନ୍ତି। ଏହା ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ ତାଙ୍କର ଏହି ଧୂଆଁର ଚିତ୍ର ଶୈଳୀ ବା ସ୍ମୋକ୍ ଆର୍ଟ ଯିଏ ଦେଖୁଛି, ପ୍ରଶଂସା କରୁଛି। ଡ୍ରଇଂ ସିଟ୍‌ରେ ସେ ଭଳିକି ଭଳି କଳାକୃତି କରୁଛନ୍ତି। ମାତ୍ର ସେସବୁ ରଙ୍ଗରେ ନୁହେଁ ବରଂ ଡିବିରି ନିଆଁର […]

  • Friday, 16 July 2021
minor girl
ରାଜ୍ୟରେ ଥମୁନି ନାବାଳିକା ଅନ୍ତଃସତ୍ତ୍ୱା ଘଟଣା

କୋରାପୁଟ : ରାଜ୍ୟରେ ଥମୁନି ନାବାଳିକା ଗର୍ଭବତୀ ହେବା ଘଟଣା। କଳାହାଣ୍ଡି, କନ୍ଧମାଳ, ଅନୁଗୁଳ ପରେ କୋରାପୁଟରେ ପୁଣି ଏଭଳି ଏକ ଘଟଣା ସାମନାକୁ ଆସିଛି। ଦଶମନ୍ତପୁର ଥାନା ଅଞ୍ଚଳରେ ସଂପର୍କୀୟ ମାମୁ ଦ୍ୱାରା ବାପ ମାଆ ଛେଉଣ୍ଡ ନାବାଳିକା ଅନ୍ତଃସତ୍ତ୍ୱା ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତାଙ୍କ ପିଉସୀ ଦଶମନ୍ତପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ମାମୁକୁ ପୁଲିସ୍‌ ଥାନାରେ ଅଟକ ରଖିଛି। ଦୁଇ ସପ୍ତାହ ପୂର୍ବରୁ କନ୍ଧମାଳ ସେବାଶ୍ରମ ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରୀ […]

  • Friday, 16 July 2021
mahatma
ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଆଜି ମହାପ୍ରୟାଣ ଦିବସ

ନୂଆଦିଲ୍ଲୀ : ଆଜି ଗାନ୍ଧୀ ତିରୋଧାନ ଦିବସ। ୧୯୪୮ ମସିହା ଆଜିର ଦିନରେ ଆତତାୟୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଜାତିର ପିତା ମହତ୍ମାଗାନ୍ଧି। ତାସହ ଆଜିର ଦିନକୁ ସାରା ଦେଶରେ ସହିଦ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ମହତ୍ମାଙ୍କ ସମାଧିସ୍ଥଳ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପହଞ୍ଚିଥିଲେ ବହୁ ବିଶିଷ୍ଟ ବ୍ୟକ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଚର ମନମୋହନ ସିଂ, କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ସହ ବହୁ […]

  • Friday, 16 July 2021
q1
ନିର୍ବାଚନ ପରେ ନେତା ପ୍ରତିଶ୍ରୁତି ପାଳନ କରୁନଥିବା ଅଭିଯୋଗ

ବ୍ରହ୍ମପୁର(ଆଲୋକ ଗୌଡ): ନିର୍ବାଚନ ପରେ ନିର୍ବାଚନ ଆସୁଛି। ପ୍ରାର୍ଥୀମାନେ ଜନସାଧାରଣଙ୍କୁ ଅନେକ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ନିର୍ବାଚନ ସରିବା ପରେ ସେମାନେ ନାଁ ପ୍ରତିଶ୍ରୁତି ପାଳନ କରୁଛନ୍ତି ନା ଲୋକଙ୍କ ଦୁଃଖ ବୁଝୁଛନ୍ତି। ଗଂଜାମ ଜିଲ୍ଲା ପୋଲସରା ବ୍ଲକ୍‌ ପାଣ୍ଡିରିପଡ଼ା ପଞ୍ଚାୟତର ଅନେକ ଗ୍ରାମବାସୀ ପାନୀୟ ଜଳ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଗମନାଗମନ ଆଦି ଅନେକ ଅସୁବିଧା ଦେଇ ଗତି କରୁଛନ୍ତି। ଆଗକୁ ନିର୍ବାଚନ ଆସୁଥିବାରୁ ଦାବି ପୂରଣ ନେଇ ପ୍ରତିଶ୍ରୁତି ନଦେଲେ ଗ୍ରାମବାସୀ ଭୋଟ୍‌ […]

  • Friday, 16 July 2021
a2
ଘରେ ଜଳୁନି ଆଲୁଅ ହେଲେ ମାସକୁ ମାସ ଆସୁଛି ବିଲ୍‌

ବାରିପଦା(ମାଣିକଲାଲ୍‌ ପାଣି): ଗାଁ ଗାଁକୁ ବିଜୁଳି ପହଞ୍ଚାଇବା ଲକ୍ଷ୍ୟ ପୂରା ହେବା ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି। ହେଲେ ରାଜ୍ୟରେ ଏମତି ଅନେକ ଗାଁ ଅଛି ଯେଉଁଠାରେ ବିଜୁଳି ସାତ ସପନ ପାଲଟିଛି। ଘରେ ଘରେ ତାର ଲାଗି ମିଟର ବସିଛି ହେଲେ ବିଜୁଳିର ଦେଖା ନାହିଁ। ଏମିତିରେ ମାସକୁ ମାସ ବିଜୁଳି ବିଲ୍ ଘରକୁ ଆସିବା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଖୁଣ୍ଟି ପୋତା ହୋଇ ଗାଁକୁ ବିଜୁଳି ସଂଯୋଗ ହୋଇଛି। ଘରେ ଘରେ […]

  • Friday, 16 July 2021
babri
ନିର୍ବାଚନ ପୂର୍ବରୁ ଅଯୋଧ୍ୟା ମାମଲାକୁ ନେଇ କେନ୍ଦ୍ରର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ପୂର୍ବରୁ ଅଯୋଧ୍ୟା ମାମଲାକୁ ନେଇ କେନ୍ଦ୍ରର ବଡ଼ ପଦକ୍ଷେପ। ବାବ୍ରୀ ମସ୍‌ଜିଦ୍ ସଂଲଗ୍ନ ନିର୍ବିବାଦୀୟ ୬୭ ଏକର ଜମି ରାମ ଜନ୍ମଭୂମି ନ୍ୟାସ କମିଟିକୁ ଫେରାଇ ଦେବା ଲାଗି ଅନୁମତି ଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି କେନ୍ଦ୍ର ସରକାର। ରାମ ଜନ୍ମଭୂମି ନ୍ୟାସ କମିଟି ଏହି ଜମିର ପ୍ରକୃତ ମାଲିକ ଓ ସଂଗଠନ ଏହି ଜମିକୁ ଫେରିପାଇବାକୁ ଚାହୁଁଥିବା କେନ୍ଦ୍ର ସରକାର ଜଣାଇଛନ୍ତି। ସେଦୃଷ୍ଟିରୁ ନିର୍ବିବାଦୀୟ ଜମିର ସ୍ଥିତାବସ୍ଥା ପ୍ରତ୍ୟାହାର ଲାଗି […]

  • Friday, 16 July 2021
nimiki
ସିନେମା ହଲ୍‌ ସୁରକ୍ଷାର ସମୀକ୍ଷା କରିବାକୁ ପୁଲିସ ଡିଜିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : କେତେ ସୁରକ୍ଷିତ ରାଜଧାନୀର ଫିଲ୍ମ ହଲ୍‌ ? ହଲ୍‌ ଭିତରେ, ପାର୍କିଂ ପ୍ଲେସ୍‌ କିମ୍ବା ବାହାରେ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ। ସୋମବାର ରାତି ୯ଟାରେ ସିନେମା ହଲ୍‌ ବାହାରେ ଯୁବତୀଙ୍କୁ ବେଲଟ୍‌ ଖୋଲି ଯୁବକଙ୍କ ମାଡ଼। ରାଜଧାନୀର ଏକ ସିନେମା ହଲ୍ ସାମ୍ନାରେ ଏହି ଘଟଣା ଘଟିଥିବା ବେଳେ  ଗିରଫ ହୋଇଛି ଅଭିଯୁକ୍ତ ସୁଜନ ଦାସ। ଏହି ଘଟଣା ହଲ୍‌ ବାହାରେ ଘଟିଥିଲେ ମଧ୍ୟ ହଲ୍‌ ସୁରକ୍ଷା ବଢାଇବା ଦିଗରେ ମତ ଦେଇଛନ୍ତି […]

  • Friday, 16 July 2021
u4
ଉଶୁ ଖେଳରେ ସ୍ୱର୍ଣ୍ଣ ଜିତି ରାଜ୍ୟ ପାଇଁ ଗୌରବ ଆଣିଲେ ଜ୍ୟୋତ୍ସ୍ନା

ବାଲେଶ୍ୱର(ବିଶ୍ୱମ୍ବର ଦାସ): ଝିଅ ହେଲେ ବି କୁସ୍ତି ଖେଳରେ ପୁଅଙ୍କୁ ହରାଇ ଦେଉଛନ୍ତି। ନାଁ ତାଙ୍କର ଜ୍ୟୋତ୍ସ୍ନାରାଣୀ ଜେନା। ଉଶୁ ଖେଳରେ ରାଜ୍ୟ ତଥା ଜାତୀୟ ସ୍ତରରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ହେଲେ ପରିବାରର ଆର୍ଥିକ ସ୍ଥିତି ତାଙ୍କ ମନୋବଳକୁ ଭାଙ୍ଗି ଦେଉଛି। ଅନ୍ତର୍ଜାତୀୟ ଖେଳରେ ଭାଗ ନେବାକୁ ସୁଯୋଗ ଥିଲେ ମଧ୍ୟ ଅର୍ଥ ବାଧକ ସାଜିଛି। ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍‌ ବଡ଼ଅତା ଗ୍ରାମର ଜ୍ୟୋତ୍ସ୍ନାରାଣୀ ଜେନା। ସେ ଉଶୁ ଖେଳରେ ପ୍ରଶିକ୍ଷଣ ନେଇ […]

  • Friday, 16 July 2021
budget
ଆସନ୍ତା ୭ ତାରିଖରେ ନବୀନଙ୍କ ଚତୁର୍ଥ ପାଳିର ଶେଷ ବଜେଟ୍

ଭୁବନେଶ୍ୱର : ୨୦୧୯-୨୦ମସିହା ଆର୍ଥିକ ବର୍ଷ ପାଇଁ କଣ ହେବ ବଜେଟ୍ ରୂପରେଖ? ନିର୍ବାଚନ ବର୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କି କି ଲୋଭନୀୟ ସ୍କିମ୍ ରହିବ? ତାକୁ ନେଇ ଆରମ୍ଭ ହୋଇଛି କସରତ। ଆସନ୍ତା ୭ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ତେବେ ନିର୍ବାଚନ ବର୍ଷ ହୋଇଥିବାରୁ ୩-୪ ମାସ ପାଇଁ କାମଚଳା ବଜେଟ୍ ଆସିବ। ଯେଉଁଥିରେ ଦେଖିବାକୁ ମିଳିପାରେ ସରକାରଙ୍କ ନିର୍ବାଚନ ପ୍ରତିଶ୍ରୁତିର ଝଲକ୍। ତେବେ ବଜେଟ୍‌ରେ […]

  • Friday, 16 July 2021
p1
ବ୍ୟବହାର ହୋଇପାରୁନି ପଥପ୍ରାନ୍ତ ସୁବିଧା କେନ୍ଦ୍ର

ଜୟପୁର(ଟି.ଗୌରୀଶଙ୍କର): ଯାତ୍ରୀଙ୍କ ଜରୁରୀ ସୁବିଧା ପାଇଁ ସରକାର ପଥପ୍ରାନ୍ତ ସୁବିଧା କେନ୍ଦ୍ର ଯୋଜନା କରିଛନ୍ତି। ଆଉ ଯୋଜନା ଅନୁସାରେ, ରାଜ୍ୟର କିଛି ଅଞ୍ଚଳର ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଇଛି। ହେଲେ କେଉଁଠି ଏହା ବ୍ୟବହାର ହୋଇପାରୁନି ତ ପୁଣି କେଉଁଠି ପ୍ରଶାସନିକ ଅବହେଳାରୁ ଏହାର ନିର୍ମାଣ ହୋଇପାରିନାହିଁ। କୋରାପୁଟ ଜିଲ୍ଲା ଡୁମୁରିପୁଟର ଜାତୀୟ ରାଜପଥ-୨୬ କଡ଼ରେ ପଥପ୍ରାନ୍ତ ସୁବିଧା କେନ୍ଦ୍ରର ନବନିର୍ମାଣ କରାଯାଇଛି। ଲକ୍ଷାଧିକ ଟଙ୍କାରେ ପଥପ୍ରାନ୍ତ […]

  • Friday, 16 July 2021
vlcsnap-error247
ଅଦିନିଆ ବର୍ଷା ଓ କୁଆପଥର ମାଡ଼ରେ ପନିପରିବା ଫସଲ ନଷ୍ଟ

ବାଲେଶ୍ୱର(ରଶ୍ମୀ ରଞ୍ଜନ ଦାସ): ଅଦିନିଆ ବର୍ଷା ଓ କୁଆପଥର ମାଡ଼ ଯୋଗୁ ବାଲେଶ୍ୱରରେ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ଗତ ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ ଟମାଟୋ, ବାଇଗଣ, କଖାରୁ ଓ ଲଙ୍କା ଭଳି ବିଭିନ୍ନ ପନିପରିବା ଫସଲ ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ ଆଣିଛନ୍ତି। ଜିଲ୍ଲାର କସିମେଳା, ରେମୁଣା ଓ ବସ୍ତା ବ୍ଲକ୍‌ର ଭେଲୋରା, ପାଉଁଶକୁଲି ଆଦି ଅଞ୍ଚଳରେ ପନିପରିବା ଚାଷ ବିଶେଷ ଭାବେ ପ୍ରଭାବିତ ହୋଇଛି। […]

  • Friday, 16 July 2021
sex-ratio
ରାଜ୍ୟରେ ଉଦ୍‌ବେଗଜନକ ଭାବେ କମୁଛି ପୁଅଙ୍କ ତୁଳନାରେ ଝିଅ ସଂଖ୍ୟା

ଭୁବନେଶ୍ୱର : ପୁଣି ଅଲୋଡ଼ା ଶିଶୁକନ୍ୟା। ଲାଲ୍‌ କପଡ଼ାରେ ଗୁଡ଼ା ହୋଇଥିବା କଅଁଳା ଝିଅଟିକୁ ହତାଦର କରି ଦେଇଛି ଜନ୍ମଦାତ୍ରୀ। ରାସ୍ତା କଡ଼ରେ ଶୀତରେ କୁଆଁ କୁଆଁ କାନ୍ଦ ଶୁଣି ଉଦ୍ଧାର କରିଛନ୍ତି ଗାଁ ଲୋକେ। କୋରାପୁଟ୍ ଜିଲ୍ଲା କେବିଡ଼ି ଗାଁ ପାଖ କଲଭର୍ଟ ତଳୁ ମିଳିଥିବା ଝିଅଟିକୁ ଜିଲ୍ଲା ଶିଶୁ ସୁରକ୍ଷା କମିଟି ନିଜ ଅଧିନକୁ ନେଇ ତା ବାପା ମାଆଙ୍କୁ ଖୋଜୁଛି। ହେଲେ ଏ ଘଟଣା ପୁଣି ପ୍ରମାଣତି କରିଛି ଶିଶୁକନ୍ୟାଙ୍କ ପ୍ରତି ଗଭୀର […]

  • Friday, 16 July 2021
otv
ବିଧାନସଭା ସ୍ୱାଧିକାର କମିଟିରେ ହାଜର ହେଲେ ଓଟିଭି ନିର୍ଦ୍ଦେଶିକା

ଭୁବନେଶ୍ୱର: ବିଧାନସଭା ସ୍ୱାଧିକାର କମିଟିରେ ପକ୍ଷ ରଖିଲେ ଓଟିଭି ନିର୍ଦ୍ଦେଶିକା ଜଗି ମଙ୍ଗତ୍ ପଣ୍ଡା। ଗତ ନଭେମ୍ବର ୧୯ ଶୀତ ଅଧିବେଶନ ପ୍ରଶ୍ନକାଳ ସଂପର୍କିତ ଖବର ପ୍ରସାରଣକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ଆଣିଥିବା ସ୍ୱାଧିକାର ଭଙ୍ଗ ନୋଟିସ୍‌ ଉପରେ ଜଗି କମିଟି ଆଗରେ ନିଜ ମତ ଉପସ୍ଥାପନ କରିଥିଲେ। ସେପଟେ ସ୍ୱାଧିକାର କମିଟିରେ ହାଜର ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜଗି ମଙ୍ଗତ୍ କହିଛନ୍ତି, ଓଟିଭିକୁ ଜାଣିଶୁଣି ହଇରାଣ କରାଯାଉଛି। ଜଣେ ମହିଳା […]

  • Friday, 16 July 2021
saha--1
ରାହୁଲଙ୍କ ଆଟାକ୍ ପରେ ଶାହଙ୍କ କାଉଣ୍ଟରକୁ କର୍ମୀଙ୍କ ଅପେକ୍ଷା

ଭୁବନେଶ୍ୱର : ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସଂପର୍କକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ରମଣ କରିଥିଲେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ଲଗାତର ୩ଟି ସଭାରେ ନବୀନଙ୍କ ପ୍ରତି ମୋଦିଙ୍କ ଅପେକ୍ଷାକୃତ ନରମ ମନୋଭାବ ଉଭୟଙ୍କ ମଧ୍ୟରେ ଭିତିରି ସଂପର୍କ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଥିଲା। ଯଦିଓ ରାଜ୍ୟ ବିଜେପି ନେତାଏ ଏହି ଚର୍ଚ୍ଚାକୁ ଖଣ୍ଡନ କରୁଛନ୍ତି। ତଥାପି ଶାହଙ୍କ ମୁହଁରୁ ଏହାର ଜବରଦସ୍ତ ଜବାବ ଆଶାରେ ଅଛନ୍ତି କର୍ମୀ ଓ ନେତା। […]

  • Friday, 16 July 2021
fr
ଦିନ ମଜୁରି କରି ଚଳୁଛନ୍ତି ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ଲୋକେ

କୋରାପୁଟ: ବ୍ରିଟିଶ ବିରୋଧରେ ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଭାବେ ସାମିଲ ହୋଇଥିଲେ କୋରାପୁଟ ଖେମୁଣ୍ଡୁଗୁଡା ଗାଁର ସ୍ୱର୍ଗତ ଭଗବାନ ଖେମୁଣ୍ଡୁ ନାୟକ। ହେଲେ ଏହି ବୀରପୁତ୍ରଙ୍କୁ ପ୍ରକୃତ ସମ୍ମାନ ମିଳିବା ତ ଦୂର କଥା, ସରକାରୀ ସହାୟତା ନମିଳିବାରୁ ଦିନ ମଜୁରିଆ ଭାବେ ଅତିବାହିତ କରୁଛନ୍ତି ଭଗବାନଙ୍କ ପରିବାର ଲୋକେ। ବ୍ରିଟିଶ ବିରୋଧରେ ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଭାବେ ସାମିଲ ହୋଇଥିଲେ କୋରାପୁଟ ଖେମୁଣ୍ଡୁଗୁଡା ଗାଁର ସ୍ୱର୍ଗତ ଭଗବାନ ଖେମୁଣ୍ଡୁ ନାୟକ। ହେଲେ ଏହି […]

  • Friday, 16 July 2021
e6
ସୌଭାଗ୍ୟ ଯୋଜନା ଏବେ ଦୁର୍ଭାଗ୍ୟ ଯୋଜନା

ସୁବର୍ଣ୍ଣପୁର/ ମୟୂରଭଞ୍ଜ(ଦିଲ୍ଲୀପ କୁମାର ସାହୁ/ରାଜେଶ କୁମାର ଶର୍ମା): ଘରେ ଘରେ ପହଞ୍ଚିବ ବିଦ୍ୟୁତ୍‌ ସେବା। କେହିବି ଅନ୍ଧାରରେ ରହିବେନି। ଏଇ ଲକ୍ଷ୍ୟରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ସୌଭାଗ୍ୟ ଯୋଜନା। ହେଲେ ସୌଭାଗ୍ୟ ଯୋଜନା ସୁବର୍ଣ୍ଣପୁର ଓ ମୟୂରଭଞ୍ଜ ଜିଲ୍ଲାରେ ଦୁର୍ଭାଗ୍ୟ ଯୋଜନା ପାଲଟିଥିବା ଅଭିଯୋଗ ହୋଇଛି। ଉଭୟ ଜିଲ୍ଲାରେ ସୌଭାଗ୍ୟ ଯୋଜନାରେ ଘରେ ଘରେ ବିଦ୍ୟୁତ୍‌ ସଂଯୋଗ ହୋଇଛି। ହେଲେ ଲାଇନ୍ ନାହିଁ। ଫଳରେ ଅନ୍ଧାରରେ କଟୁଛି ରାତି। ବିଜୁଳି ଆଲୁଅ ପାଇଁ ବିଭାଗୀୟ ଅଧିକାରୀଙ୍କୁ […]

  • Friday, 16 July 2021
b5
ନୀଳଗିରିରେ ବଢ଼ିଚାଲିଛି ଭାଲୁ ମୃତ୍ୟୁ ସଂଖ୍ୟା

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଭାଲୁ ମୃତ୍ୟୁ ବଢ଼ି ଚାଲିଛି। ଗତ ମାସକ ମଧ୍ୟରେ କେବଳ ନୀଳଗିରିରେ ୪ଟି ଭାଲୁଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଏକ ଭାଲୁ ଅସୁସ୍ଥ ହୋଇପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି। ଏହାକୁ ନେଇ ପରିବେଶବିତଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ସୂଚନା ଅନୁସାରେ, ନୀଳଗିରି ଅଞ୍ଚଳରେ ମାସକ ମଧ୍ୟରେ ୪ଟି ଭାଲୁଙ୍କ ମୃତ୍ୟୁ ହୋଇଥିବାବେଳେ୨ ମାସରେ ଏହି ସଂଖ୍ୟା ୭ରେ ପହଞ୍ଚିଛି।ଚଲଣାପାଳ ନିକଟରେ ଗୋଟିଏ ଭାଲୁକୁ ଲୋକେ ପିଟି ପିଟି ମାରି […]

  • Friday, 16 July 2021
girls
ଗତ ରାତିରୁ ଅନ୍ତର୍ଦ୍ଧାନ କନ୍ୟାଶ୍ରମର ୨୯ ଛାତ୍ରୀ

ମୋହନା : ରହସ୍ୟମୟ ହୋଇ ରହିଛି ଗଜପତି ଜିଲ୍ଲା ମୋହନା ଅନ୍ତରବା କନ୍ୟାଶ୍ରମ ବିଦ୍ୟାଳୟରୁ ୨୯ ଛାତ୍ରୀଙ୍କ ଅନ୍ତର୍ଦ୍ଧାନ ଘଟଣା? ଗତକାଲି ରାତିରୁ ଏହି ଛାତ୍ରୀମାନେ କେଉଁଠି ଅଛନ୍ତି ତାର ଟେର୍ କେହି ପାଉନାହାନ୍ତି। ସ୍କୁଲ କର୍ତ୍ତୃପକ୍ଷ ଜଣେ କି ଦୁଇ ଜଣ ନୁହନ୍ତି, ଏକା ବେଳକେ ଏତେ ସଂଖ୍ୟକ ପିଲା କେମିତି ଉଭାନ ହୋଇଗଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେପଟେ ଘଟଣାକୁ ନେଇ ଖାଲି ବିଦ୍ୟାଳୟ କର୍ତ୍ତୃପକ୍ଷ ନୁହଁନ୍ତି , ଜିଲ୍ଲା ପ୍ରଶାସନ ବି […]

  • Friday, 16 July 2021
elephant1
ବାଘ ଜଗିବାକୁ ଶିମିଳିପାଳରୁ ପଠାଗଲା ହାତୀ

ଅନୁଗୁଳ : ସାତକୋଶିଆ ଅଭିମୁଖେ ମହେନ୍ଦ୍ର ଓ ରାଜକୁମାର। ଆଜି ବଡ଼ି ଭୋରରୁ ଶିମିଳିପାଳର ଯଶୀପୁରରୁ ସାତକୋଶିଆ ଅଭିମୁଖେ ଯାତ୍ରା କରିଛନ୍ତି ଏ ଦୁଇ କୁମ୍‌କୀ ହାତୀ। ଏନ୍‌ଟିସିଏର ପରାମର୍ଶ ଅନୁଯାୟୀ ଉଭୟ ହାତୀଙ୍କୁ ସାତକୋଶିଆକୁ ଅଣାଯାଉଛି। ବିବାଦ ଭିତରେ ଛନ୍ଦି ହୋଇଥିବା ସାତକୋଶିଆର ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ ଆଗକୁ ନେବା ପୂର୍ବରୁ ଏନ୍‌ଟିସିଏ କିଛି ପଦକ୍ଷେପ ନେବାକୁ କହିଥିଲେ। ସେ ଅନୁଯାୟୀ ହାତୀଙ୍କୁ ସାତକୋଶିଆ ଅଣାଯାଉଛି। ଏଠି ଉଭୟ ହାତୀ ପାଟ୍ରୋଲିଂ ସହିତ ଅନ୍ୟାନ୍ୟ କାର୍ଯ୍ୟରେ […]

  • Friday, 16 July 2021