• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

hundi
ମହାପ୍ରଭୁ ଲିଙ୍ଗରାଜଙ୍କ ହୁଣ୍ଡିରୁ ଲୁଟ୍

ଭୁବନେଶ୍ୱର : ଭକ୍ତି ଆଳରେ ସମସ୍ତଙ୍କ ଆଖି ସାମନାରେ ଲୁଟ୍। ପୁଲିସ୍‌ ଓ ମନ୍ଦିର ପ୍ରଶାସନକୁ ଚକ୍‌ମା ଦେଇ ହୁଣ୍ଡିରୁ ଟଙ୍କା ଚମ୍ପଟ୍ ହୋଇଛି। ବେଶ୍ କିଛି ଦିନ ଧରି ମହାପ୍ରଭୁ ଲିଙ୍ଗରାଜଙ୍କ ହୁଣ୍ଡିରୁ ଏଭଳି ଚୋରୀ ହେଉଥିବାବେଳେ, ସାମନକୁ ଆସିଛି ଲୁଟ୍ ସମୟର ସିସିଟିଭି ଫୁଟେଜ୍। ସିସିଟିଭି ଭଡ଼ିଓରୁ ଦେଖିବାକୁ ମିଳିଛି ଭକ୍ତି ବାହାନାରେ କିଭଳି ହୁଣ୍ଡିରୁ ଲୁଟେରା ଭକ୍ତ ଲୁଟ୍ କରୁଥିଲା। ହୁଣ୍ଡିରେ ଟଙ୍କା ପକାଇବା ବାହାନାରେ ପ୍ରଥମେ ଏକ କାଗଜ ଠୁଙ୍ଗାକୁ କୌଶଳକ୍ରମେ […]

  • Friday, 16 July 2021
meal
ବିଦ୍ୟାଳୟରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ନେଇ ବଢ଼ୁଛି ବିବାଦ

ଭୁବନେଶ୍ୱର : ମଧ୍ୟାହ୍ନ ଭୋଜନକୁ ନେଇ ବଢ଼ୁଛି ଅଡୁଆ। ଗୋଟିଏ ପଟେ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ। ଅନ୍ୟପଟେ ରାଜ୍ୟ ଫୁଡ୍ କମିଶନ୍। ରାଜ୍ୟର ଏକାଧିକ ସ୍କୁଲ୍‌ରେ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ନେଇ ରିପୋର୍ଟ ମିଳିବା ପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ଝାରସୁଗୁଡ଼ା ବୁଢ଼ୀପଦର ପ୍ରାଥମିକ ସ୍କୁଲରେ ମଧ୍ୟାହ୍ନଭୋଜନରେ ନିମ୍ନମାନର ତେଲ ଓ ଡାଲି ବ୍ୟବହାର କରାଯାଉଥିବା ରିପୋର୍ଟ ମିଳିବା ପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ସ୍କୁଲର ପ୍ରଧାନଶିକ୍ଷକଙ୍କୁ କୈଫତ ତଲବ ସହ ମାସକର ଦରମା […]

  • Friday, 16 July 2021
holi3
ଆସୁଛି ରଙ୍ଗର ପର୍ବ ହୋଲି ; ବଜାରରେ ମିଳିଲାଣି ବିଭିନ୍ନ ରଙ୍ଗର ଅବିର

ସମ୍ବଲପୁର (ସଂଜୟ ଜେନା) : ଆସୁଛି ରଙ୍ଗର ପର୍ବ ହୋଲି। ଏଥିପାଇଁ ବଜାରରେ ମିଳିଲାଣି ବିଭିନ୍ନ ରଙ୍ଗର ଅବିର। ସମ୍ବଲପୁର ସହରରେ ବିଶେଷ କରି ଗୋଲବଜାରରେ ବସିଥାଏ ରଙ୍ଗ ବଜାର। ବିଭିନ୍ନ ପ୍ରକାର ରଙ୍ଗ ସହ ପିଚ୍‌କାରି, ଚଷମା, ଟୋପି, ମୁଖା ଇତ୍ୟାଦିରେ ଭରପୁର ବଜାର। ରଙ୍ଗ ପ୍ୟାକେଟ୍‌ର ଦାମ୍‌ ୧୦ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଫଳରେ ସବୁ ବର୍ଗର ଲୋକେ ରଙ୍ଗ କିଣିପାରୁଥିବା କହିଛନ୍ତି ବ୍ୟବସାୟୀ। ରଙ୍ଗ ବଜାରରେ ସବୁ […]

  • Friday, 16 July 2021
clean
ସ୍ୱଚ୍ଛତାର ଗାଁ ମୟୂରଭଞ୍ଜ ବିଶୋଇ ବ୍ଲକ୍‌ର ବାବଯୋଡ଼ା

ରାଇରଙ୍ଗପୁର( ରାଜେଶ ଶର୍ମା) : ମାଟି କାନ୍ଥରେ ନିଆର କଳାକୃତି। ଫୁଲ, ଗଛ ଲତା, କଳସ ସାଙ୍ଗକୁ ବିଭିନ୍ନ ଚିତ୍ରରେ ପରିପୂର୍ଣ୍ଣ ଘର। ଦେଖିଲେ ଯେତିକି ସୁନ୍ଦର ଲାଗୁଛି, ତା ଠାରୁ ଅଧିକ ସରସ ଲାଗୁଛି ଗାଁ ଦାଣ୍ଡ। ଏ ହେଉଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକର ବାବଯୋଡ଼ା ଗାଁର ଦୃଶ୍ୟ। ଗ୍ରାମବାସୀ ଗାଁକୁ ରଖିଛନ୍ତି ପରିଷ୍କାର ପରିଚ୍ଛନ୍ନ। ସ୍ୱଚ୍ଛତା ପ୍ରତି ସଚେତନ ଥିବାରୁ ଘର ବାହାରେ ରଖିଛନ୍ତି ଡଷ୍ଟବିନ୍। ପିଲା, ବଡ଼ ସମସ୍ତେ ଡଷ୍ଟବିନ୍ ବ୍ୟବହାର […]

  • Friday, 16 July 2021
aiims student sohel
କେଉଁଠି ଅଛନ୍ତି କାଶ୍ମୀରୀ ଛାତ୍ର ସୋହେଲ୍ : କୋଲକାତାରୁ ଖାଲି ହାତରେ ଫେରିଲା କମିଶନରେଟ୍ ପୋଲିସ୍

ଭୁବନେଶ୍ୱର : ବିତିଗଲାଣି ୨୧ ଦିନ। ତଥାପି ପତ୍ତାମିଳୁନି କାଶ୍ମୀରୀ ଛାତ୍ର ସୋହେଲ୍ ଅଜାଜଙ୍କର। ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଜମ୍ମୁ କାଶ୍ମୀର ପୋଲିସ ସହ  କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ମାରାଥନ୍ ଛାନ୍‌ଭିନ୍‌ ପରେ ବି ଲାପତ୍ତା ସୋହେଲ୍। ଅର୍ଥାତ ଏବେ ବି ୩ଟି ରାଜ୍ୟ ପୋଲିସର ହାତ ଖାଲି। ଆଉ ଏପଟେ ପୁଅ ପାଇଁ  ବିକଳ ହୋଇ ଉଠୁଛି ମାଆର ମନ। ସୋସିଆଲ୍ ସାଇଟ୍ ଜରିଆରେ ପୁଅକୁ ଫେରି ଆସିବା ପାଇଁ ଆକୁଳ ନିବେଦନ କରୁଛନ୍ତି ସୋହେଲଙ୍କର […]

  • Friday, 16 July 2021
facebook up
ଫେସ୍‌ବୁକ୍‌ରେ ନୂଆ ଫିଚର : ‘ଭଏସ୍‌’ ମାଧ୍ୟମରେ ହେବ ଷ୍ଟାଟସ୍‌ ଅପଡେଟ୍‌

ଦିନକୁ ଦିନ ସୋସିଆଲ୍‌ ମିଡ଼ିଆ ସାଇଟ୍‌ ଫେସ୍‌ବୁକ୍‌ର ଲୋକପ୍ରିୟତା ବଢିବାରେ ଲାଗିଛି। ଏହା ବିଶ୍ୱର କୋଣ ଅନୁକୋଣରେ ଥିବା ସବୁ ଲୋକଙ୍କୁ ଗୋଟିଏ ମଞ୍ଚରେ ଠିଆ କରେଇଛି। ଲୋକେ ଦୂରରେ ଥାଇ ମଧ୍ୟ ନିଜ ପରିବାର ଓ ବନ୍ଧୁଙ୍କ ସହ ନିତି ଭାବର ଆଦାନପ୍ରଦାନ କରୁଛନ୍ତି। ଆଉ ମଧ୍ୟ ଲୋକଙ୍କୁ ଅଧିକରୁ ଅଧିକ ଆକୃଷ୍ଟ କରିବାକୁ ଫେସ୍‌ବୁକ୍ ନୂଆନୂଆ ଫିଚର ଯୋଡୁଛି। ଏବେ ଖବର ମିଳିଛି ଯେ, ଫେସ୍‌ବୁକ୍‌ରେ ଆଉ ଏକ ନୂଆ ଫିଚର ଯୋଡି ହେବାକୁ […]

  • Friday, 16 July 2021
voter
ସରକାରଙ୍କ ମାଳ ମାଳ ଯୋଜନା ସତ୍ତ୍ୱେ ପହଞ୍ଚୁନି ସୁଫଳ

ଭୁବନେଶ୍ୱର :  ଗରିବ ଲୋକଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା, ନିର୍ବାଚନ ସମୟରେ ଅନେକ ବାହାସ୍ଫୋଟ। ହେଲେ ଅସଲରେ କିନ୍ତୁ କେତେ ଫାଇଦା ପାଉଛନ୍ତି ତଳସ୍ତରର ଲୋକେ ତାର କିଛି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି। ନିର୍ବାଚନରେ ୟାକୁ କେହି ମୁଦ୍ଦା କରୁ ବା ନକରୁ ଭୋଟର କିନ୍ତୁ ଏହାକୁ ନିଇତି ଜୁଝୁଛନ୍ତି, ସମସ୍ୟାରେ ଜଡ଼ସଡ଼ ହେଉଛନ୍ତି। ବୟସର ଅପରାହ୍ନରେ ଥର ଥର ବୁଢ଼ା ବାପ, ଆଉ ଅଢ଼େଇ ବର୍ଷର ରୋଗୀଣା ପୁଅକୁ ସାଙ୍ଗରେ ଧରି […]

  • Friday, 16 July 2021
worship
ଯନ୍ତ୍ରଣାରେ ଛଟପଟ ହେଉଥିଲା ନାଗ ସାପ : ଠାକୁର ଭାବି ଲୋକେ କଲେ ପୂଜା

ନୂଆ ଦିଲ୍ଲୀ: ବେଳେବେଳେ ଏମିତି କିଛି ଘଟଣା ଘଟେ, ଯାହାକୁ ଲୋକେ ଭଗବାନଙ୍କର କିଛି ଚମତ୍କାର ବୋଲି ଧରିନିଅନ୍ତି। ଭକ୍ତି ଭାବରେ ପୂଜା କରନ୍ତି। ଏହିପରି ଏକ ଘଟଣା ଘଟିଛି ରେୱଳା ଖାନପୁର ଗାଁରେ। ନାଗ ସାପଟିଏ ଗୋଟିଏ ସ୍ଥାନରେ ଦେଢ ମାସ ହେଲା ରହିବା ଏକ ଚର୍ଚ୍ଚାର ବିଷୟ ପାଲଟିଛି। ସେ ସ୍ଥାନ ଛାଡି ସାପଟି କୁଆଡେ ବି ଯାଉନଥିଲା। ଆଉ ଲୋକେ ଏହାକୁ ଭଗବାନଙ୍କର ଚମତ୍କାର ବିଶ୍ୱାସ କରି ପୂଜା କରୁଥିଲେ। ଏ ଖବର […]

  • Friday, 16 July 2021
poonam
ଉତ୍ତରାଖଣ୍ଡ ଜୁଡିସିଆରୀ ପରୀକ୍ଷାରେ ଅଟୋ ଚାଳକଙ୍କ ଝିଅ ଟପ୍ପର୍‌

ଡେରାଡୁନ୍ : ସମୟ ସହ ତାଳ ଦେଇ ଝିଅମାନେ ଆଜି ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖେଇଲେଣି। ପୁରୁଷ ସହ କାନ୍ଧ ମିଶାଇ ସୀମାରେ ଶତ୍ରୁ ସହ ଯୁଦ୍ଧ କରୁଛନ୍ତି। କୁହାଯାଏ ଯେଉଁଠି ପୁରୁଷଟିଏ ହାରିଯାଏ, ନାରୀ ସେଠାରେ ବିଜୟୀ ହୋଇଥାଏ। ଏଣୁ ଝିଅ ବି କିଛି କମ୍‌ ନୁହଁନ୍ତି। ଏକଥାକୁ ନିଜର ଦୃଢ ଇଚ୍ଛାଶକ୍ତି ବଳରେ ପ୍ରମାଣିତ କରିଛନ୍ତି ଡେରାଡୁନ୍‌ର ପୁନମ୍‌ ଟୋଡି। ନିଜର ଅଭାବୀ ପରିବାରରେ ଖୁସିର ଟିକିଏ ଆଲୋକ ଭରିଦେବାରେ ସେ ସଫଳ […]

  • Friday, 16 July 2021
kk
ପରକୀୟାର ପରିଣତି : ପ୍ରେମିକ ଘର ପାଖରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର  : ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବଲାଙ୍ଗିରରେ ଚାଞ୍ଚଲ୍ୟ। ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ନାନାଦି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ମୃତ୍ୟୁ ପଛରେ ପରକୀୟା ପ୍ରୀତିକୁ ନେଇ ବି ଚାଲିଛି ଚର୍ଚ୍ଚା। ଆଜି ସକାଳେ ସମଲେଇନଗରର ଏକ ବେଲ ଗଛରେ ଜଣେ ମହିଳାଙ୍କ ମୃତଦେହ ଝୁଲୁଥିବା ଖବର ସହର ସାରା ଖେଳି ଯାଇଥିଲା। ମହିଳା ଜଣକ ଖୁଣ୍ଟପାଲ୍ଲି ଗାଁର ସୁଷମା ସେଠ୍ ବୋଲି ଜଣାପଡିବା ପରେ ପହଞ୍ଚିଥିଲେ ପରିବାର ଲୋକେ। ସୁଷମାଙ୍କ ଭାଇ […]

  • Friday, 16 July 2021
google
ଗୁଗଲ ଡ୍ରାଇଭ୍‌ରେ ରଖିଥିବା ଫାଇଲ୍ ଡିଲିଟ୍ ହୋଇଯାଇଛି କି ? ଜାଣନ୍ତୁ କେଉଁ ଉପାୟରେ ପୁଣି ଫେରିପାଇବେ

ଆମେ ବେଳେବେଳେ ଭୁଲ୍‌ରେ ଆମର ଜରୁରୀ ଫାଇଲକୁ ଗୁଗଲ ଡ୍ରାଇଭ୍‌ରୁ ଡିଲିଟ୍ କରିଦେଇଥାଉ । ଏହି କାରଣରୁ ଆମେ  ସମସ୍ୟାରେ ବି ପଡନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଏହି ଡିଲିଟ୍ ଫାଇଲ ମଧ୍ୟ ରିଷ୍ଟୋର କରିହେବ। କିଛି ନିର୍ଦ୍ଦିଷ୍ଟ ଉପାୟରେ ଆପଣ ଚାହିଁଲେ ଏହି ଡିଲିଟ୍ ଫାଇଲକୁ ଆଉଥରେ ପାଇପାରିବେ । ଆସନ୍ତୁ ଜାଣିବା କେଉଁ ଉପାୟରେ ଆମେ ଆମର ଡାଟା ପୁଣି ଫେରିପାଇବା–  ଷ୍ଟେପ୍-୧ : ପ୍ରଥମେ drive.google.comକୁ ଯାଆନ୍ତୁ । ଷ୍ଟେପ-୨ : […]

  • Friday, 16 July 2021
deepsikha
ସାବାସ୍‌ ଦୀପଶିଖା ! ଦୁର୍ଗମ ଅଞ୍ଚଳରେ ନିରକ୍ଷର ପିଲାଙ୍କ ପାଇଁ ପାଲଟିଗଲେ ଆଲୋକ ବର୍ତ୍ତିକା

ସମାଜରେ ଏମିତି କିଛି ମଣିଷ ଥାଆନ୍ତି ,ଯେଉଁମାନେ ସବୁବେଳେ କିଛି ଭିନ୍ନ କରିବାକୁ ଚେଷ୍ଟା କରିଥାଆନ୍ତି। ନିଜର କ୍ୟାରିୟରକୁ ପଛ କରି ସେମାନେ ସମାଜର ମଙ୍ଗଳ ପାଇଁ ମନପ୍ରାଣ ଢାଳି ଦେଇଥାଆନ୍ତିା ପରବର୍ତ୍ତି ସମୟରେ ଏଥିପାଇଁ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଥାଏ। ଏମିତି ଜଣେ ଯୁବତୀ ହେଲେ ୨୨ ବର୍ଷୀୟା ଦୀପଶିଖା ଛେତ୍ରୀ। ସେ ଦିଲ୍ଲୀର ଜଣେ ନ୍ୟୁଟ୍ରିସନିଷ୍ଟ । ନିଜକୁ ଏହି କ୍ଷେତ୍ରରେ ପ୍ରତିଷ୍ଠା କରିବାକୁ ତାଙ୍କ ପାଖରେ ଅନେକ ସୁଯୋଗ ଥିଲା। […]

  • Friday, 16 July 2021
rita -
ବିଜେପୁରରେ ବିଜେଡିର ମହାବିଜୟ :୪୧ ହଜାରରୁ ଅଧିକ ଭୋଟ୍‌ରେ ପ୍ରତିଦ୍ୱନ୍ଦ୍ୱି ଅଶୋକଙ୍କୁ ମାତ୍ ଦେଲେ ରୀତା

ଭୁବନେଶ୍ୱର : ବାଜା, ବାଣରେ ଦୁଲୁକୁଛି ବିଜେଡି କ୍ୟାମ୍ପ୍। ବିଜୟ ଉଲ୍ଲାସରେ ନାଚୁଛନ୍ତି ଦଳୀୟ ନେତା ଓ କର୍ମୀ। ବିଜେପୁର ଉପନିର୍ବାଚନରେ ବାଜିମାତ୍ ପରେ ପଦ୍ମପୁରସ୍ଥିତ କାଉଣ୍ଟିଂ ସେଣ୍ଟର ଓ ଦଳର ମୁଖ୍ୟ କାର୍ଯ୍ୟାଳୟରେ ଚାଲିଛି ଗ୍ରାଣ୍ଡ୍ ସେଲିବ୍ରେସନ। ନବୀନ ନିବାସରରେ ବି ଉତ୍ସବମୁଖର ପରିବେଶ। ବିଜେପୁର ଜନାଦେଶ ବିଜେଡି ସପକ୍ଷରେ ଯିବାପରେ ଦଳର ନେତାମାନେ ବିଶାଳ ଶୋଭାଯାତ୍ରାରେ ଯାଇ ସୁପ୍ରିମୋ ନବୀନଙ୍କୁ ଜଣାଇଥିଲେ ବଧାଇ। ଏହି ବହୁ ଚର୍ଚ୍ଚିତ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ, […]

  • Friday, 16 July 2021
ravin
ଶିକ୍ଷାର ମଣିଷ ପଣ୍ଡିତ ରବୀନ ସାର୍ : ବିନା ପାରିଶ୍ରମିକରେ ପିଲାଙ୍କୁ ପଢ଼ାଉଛନ୍ତି ପାଠ

ଜଳେଶ୍ୱର (ଅଜିତ କୁମାର ଦାସ) : ତାଙ୍କର ନିଶା ଓ ପେଶା ପିଲାଙ୍କୁ ପାଠ ପଢ଼ାଇବା। ସେଥିପାଇଁ ଅବସର ପରେ ବି ଛାଡ଼ି ନାହାନ୍ତି ପାଠ ପଢ଼ାଇବାର ଅଭ୍ୟାସ। ଆଜିକୁ ୨ ବର୍ଷ ହେଲାଣି ସ୍କୁଲ ଯାଇ ମାଗଣାରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଏହି ଶିକ୍ଷକ ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ପାଇକସିଦା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ରବିନ କୁମାର ମିଶ୍ର। ନିଜ ପାଦରେ ଚାଲିବା ପାଇଁ ବଳ ଥିବା ଯାଏ […]

  • Friday, 16 July 2021
odisha
ମାନବ ବିକାଶ ସୂଚୀରେ ଦେଶର ୨୫ଟି ରାଜ୍ୟଙ୍କ ମଧ୍ୟରେ ୨୨ ତମ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର : ୧୯୯୦ରୁ ୨୦୧୭ ମସିହା। ଗତ ୨୭ ବର୍ଷର ତଥ୍ୟକୁ ହିସାବକୁ ନେଇ ଏସବିଆଇ ପକ୍ଷରୁ ପ୍ରସ୍ତୁତ ମାନବ ବିକାଶ ସୂଚୀରେ ଦେଶର ୨୫ଟି ରାଜ୍ୟଙ୍କ ମଧ୍ୟରେ ୨୨ ତମ ସ୍ଥାନରେ ରହିଛି ଓଡ଼ିଶା। ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନ ଧାରଣର ମାନକୁ ହିସାବକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ୧୯୯୦ ମସିହାରେ ଓଡ଼ିଶା ୦.୪୦ ପଏଣ୍ଟ ପାଇ ୨୩ ତମ ସ୍ଥାନରେ ଥିଲା। ୨୭ ବର୍ଷ ପରେ ରାଜ୍ୟର ସ୍କୋର ୦.୬୦ […]

  • Friday, 16 July 2021
rules
ନିର୍ବାଚନରେ ସ୍ୱଚ୍ଛତା ଲାଗି କମିଶନଙ୍କ ଦୃଢ଼ ପଦକ୍ଷେପ

ନୂଆଦିଲ୍ଲୀ : ୧୯ ଲୋକସଭା ନିର୍ବାଚନକୁ ଅଧିକ ସ୍ୱଚ୍ଛ ଓ ମୁକ୍ତ କରିବାକୁ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଅନେକ କଡ଼ା ନିଷ୍ପତ୍ତି। ନାମାଙ୍କନ ଦାଖଲ ବେଳେ ପ୍ରାର୍ଥୀ ବିସ୍ତୃତ ଭାବେ ବ୍ୟକ୍ତିଗତ ତଥ୍ୟ ଦାଖଲ ଉପରେ ଦିଆଯାଇଛି ସର୍ବାଧିକ ଗୁରୁତ୍ୱ। ଶିକ୍ଷାଗତ ଯୋଗ୍ୟତା, ପତ୍ନୀ ଓ ପରିବାର ସଦସ୍ୟ, ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସ୍ପଷ୍ଟ ତାଲିକା ସହ ବିଦେଶୀ ପୁଞ୍ଜି ନିବେଶ ଏବଂ ଅପରାଧ ରେକର୍ଡ ସମ୍ପର୍କରେ ଫର୍ମ-୨୬ରେ ସତ୍ୟପାଠକୁ ବାଧ୍ୟତାମୂଳକ କରାଯାଇଛି। କୌଣସି ଗୋଟିଏ […]

  • Friday, 16 July 2021
lobby
୭ ଲୋକସଭା ଆସନରେ କିଏ ହେବେ ବିଜେଡିର ମହିଳା ପ୍ରାର୍ଥୀ ? ଲବି ପାଇଁ ନବୀନ ନିବାସରେ ଭିଡ଼

ଭୁବନେଶ୍ୱର : ଲୋକସଭା ନିର୍ବାଚନରେ ୭ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବା ପାଇଁ ନବୀନଙ୍କ ଘୋଷଣା ପରେ ଆଜି ନବୀନ ନିବାସରେ ଲାଗିଛି ମହିଳା ସାଂସଦ ଓ ଆଶାୟୀଙ୍କ ଭିଡ଼। ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ରୀତା ତରାଇ, ବିଧାୟିକା ପ୍ରମିଳା ମଲ୍ଲିକ, ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର, ବିଧାୟିକା ରାଜଶ୍ରୀ ମଲ୍ଲିକ ପ୍ରମୁଖ ପହଞ୍ଚିଥିଲେ ନବୀନ ନିବାସରେ। ସେପଟେ କେଉଁ ୭ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ କରାଯିବା ନେଇ ଦଳରେ ଚାଲିଛି ଜୋରଦାର୍ କସରତ। ବିଶ୍ୱସ୍ତ […]

  • Friday, 16 July 2021
jail
ଚୌଦ୍ୱାର ଜେଲ୍‌ରେ ଗ୍ୟାଙ୍ଗୱାର

ଚୌଦ୍ୱାର ( ନୀଳକଣ୍ଠ ଦୋରା) : ରାଜ୍ୟର ଅନ୍ୟତମ ବୃହତ କାରାଗାର କୁହାଯାଉଥିବା ଚୌଦ୍ୱାର ଜେଲ୍‌ରେ ଗ୍ୟାଙ୍ଗୱାର ଅଭିଯୋଗ। କେବଳ ଗ୍ୟାଙ୍ଗୱାର ନୁହେଁ, ଜେଲ୍ ଭିତରେ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ପତିଆରା ପାଇଁ ଲଢ଼େଇ, ପ୍ରଚୁର ନିଶା କାରବାର ଏବଂ ମୋବାଇଲ୍‌ର ଅବାଧ ପ୍ରବେଶ ଚାଲିଛି। ଚୌଦ୍ୱାର ଜେଲ୍‌ରେ ବନ୍ଦୀ ଥିବାବେଳେ ଏହି ଗହନ କଥାକୁ ସାମ୍ନାକୁ ଆଣିଛନ୍ତି ଜଣେ କଏଦୀ। ଯାହାଙ୍କ ନାଁ ଶୁଭ୍ରାଂଶୁ ଦାସ ଓରଫ୍ ଟନି। ଆଜି କିନ୍ତୁ ଟନି ଏହି ଦୁନିଆଁରେ […]

  • Friday, 16 July 2021
hh
ଆଗାମୀ ଶିକ୍ଷା ବର୍ଷରୁ ହାଲୁକା ହେବ ବସ୍ତାନି

ଭୁବନେଶ୍ୱର :  ପିଲାଙ୍କ କାନ୍ଧରୁ ବାସ୍ତାନି ବୋଝ କମାଇବା ଓ ସେମାନଙ୍କ ମେଧାର ବିକାଶ ଲାଗି ରାଜ୍ୟ ସରକାରଙ୍କ ପଦକ୍ଷେପ। ଏଥିଲାଗି ୨୦୧୯-୨୦ ଶିକ୍ଷାବର୍ଷରେ ଲାଗୁ ହେବ ନୂଆ ଗାଇଡ୍‌ଲାଇନ୍‌ ସ୍କୁଲ ବ୍ୟାଗ୍‌ର ଅତ୍ୟଧିକ ବୋଝ ଯୋଗୁଁ ପିଲାମାନେ ବିଭିନ୍ନ ଶାରୀରିକ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ପ୍ରଥମେ ଏହାକୁ ହ୍ରାସ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହା ଅନ୍ତର୍ଗତ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ବ୍ୟାଗ୍‌ର ଓଜନ ଦେଢ କିଲୋରୁ ଅଧିକ ହେବ ନାହିଁ। ସେଥିଲାଗି […]

  • Friday, 16 July 2021
villager
ହଜିଯାଉଥିବା କୁଟୀର ଶିଳ୍ପକୁ ଉଦ୍‌ଜୀବିତ କଲେ ମହିଳା

ବାରିପଦା (ମାଣିକ୍‌ ଲାଲ୍‌ ପାଣି) : ହଜିବାକୁ ବସିଲାଣି କୁଟୀର ଶିଳ୍ପ, ତଥାପି ଏହାକୁ ଉଦ୍‌ଜୀବିତ କରିବାକୁ ନିଆରା ପ୍ରାୟସ ଜାରି ରଖିଛନ୍ତି ମୟୁରଭଞ୍ଜ ଜିଲ୍ଲାର ଅପହଞ୍ଚ ଇଲାକାର ମହିଳା। ବାଉଁଶ ପାତିରେ ନିର୍ମାଣ ହୋଇଛି ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ। କେହି ଏଥିରେ ପକ୍ଷୀ ତିଆରି କରୁଛି ତ କେହି କଇଁଛ। ବାଉଁଶରେ ଏମାନଙ୍କ ଦ୍ୱାରା ନିର୍ମିତ ୪୨ ପ୍ରକାରର ଘର ସାମଗ୍ରୀ ଏବେ ସମସ୍ତ ଚାହିଦା ପାଲଟିଛି। ପୂର୍ବରୁ କେବଳ ଟୋକେଇ ଏବଂ କୁଲା ନିର୍ମାଣ […]

  • Friday, 16 July 2021
stevejobs
୩୨ଲକ୍ଷ ଟଙ୍କାରେ ନିଲାମ ହେବ ଆପ୍ପଲ୍‌ କମ୍ପାନୀ ମୁଖ୍ୟ ଷ୍ଟିଭ୍ ଜବ୍ସଙ୍କ ଜୀବନର ପ୍ରଥମ ବାୟୋଡାଟା

ନୂଆ ଦିଲ୍ଲୀ:  ଆପ୍ପଲ୍ କମ୍ପାନୀର ସହ-ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସ ନିଜର ସକରାତ୍ମକ ମନୋଭାବ ଓ କାର୍ଯ୍ୟ ଦକ୍ଷତାକୁ ନେଇ ଯେତିକି ଚର୍ଚ୍ଚାରେ ଥିଲେ, ଏବେ ମୃତ୍ୟୁ ପରେ ବି ସେ ସେତିକି ଚର୍ଚ୍ଚାରେ। ଦୃଢ ଇଚ୍ଛା ଶକ୍ତି ବଳରେ ଜଣେ ଯେ ଅସମ୍ଭବକୁ ସମ୍ଭବ କରିପାରେ , ତାହାର ଉଦାହରଣ ମଧ୍ୟ ଷ୍ଟିଭ୍ ଜବ୍ସ।  ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦୀର୍ଘ ୪୫ ବର୍ଷ ପରେ ଏହି ପ୍ରସିଦ୍ଧ ବ୍ୟକ୍ତିଙ୍କର ଏକ ବାୟୋଡାଟା ୩୨ଲକ୍ଷ ଟଙ୍କାରେ […]

  • Friday, 16 July 2021
tree
ଜାତୀୟ ରାଜପଥ ପ୍ରଶସ୍ତୀକରଣ ପାଇଁ ଗଛ ସ୍ଥାନାନ୍ତର

ବାଲିଗୁଡ଼ା( ଅଜିତ୍‌ କୁମାର ନାୟକ) : ମୂଲ୍ୟବାନ ଗଛଗୁଡିକୁ କଟା ନ ଯାଇ ତାକୁ ଅନ୍ୟ ସ୍ଥାନରେ ଲଗାଇବାକୁ ବନବିଭାଗର ପ୍ରୟାସ। କନ୍ଧମାଳ ଜିଲ୍ଲାରେ ପ୍ରଥମ ଥର ଲାଗି ଏଭଳି ଉପାୟ ଗ୍ରହଣ କରିଛି ବାଲିଗୁଡା ବନଖଣ୍ଡ। ବାଲିଗୁଡା ଓ ଦାରିଙ୍ଗବାଡି ମଧ୍ୟରେ ୫୯ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ବାଲିଗୁଡା ଓ ଦାରିଙ୍ଗବାଡି ମଧ୍ୟରେ ଥିବା ହଜାର ହଜାର ମୂଲ୍ୟବାନ ଗଛକୁ ନ କାଟି ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି […]

  • Friday, 16 July 2021
radio-1
ରେଡ଼ିଓ ଲାଇଭ୍‌ ସୋ’ କରୁଥିବା ବେଳେ ସନ୍ତାନ ଜନ୍ମ ଦେଲେ RJ : ଶ୍ରୋତାଙ୍କ ସହ ବାଣ୍ଟିଲେ ମାଆ ହେବାର ଅନୁଭୂତି  

ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜର କର୍ତ୍ତବ୍ୟ ଆଗରେ ବ୍ୟକ୍ତିଗତ କାମକୁ ବି ପଛ କରିଦେଇଥାଆନ୍ତି। ସେଇଥି ପାଇଁ ସେମାନେ ପ୍ରଶଂସା ପାଇବା ସହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥାଆନ୍ତି। ଏମିତି ଏକ ଘଟଣା ସାମନାକୁ ଆସିଛି। ଆମେରିକା ସେଣ୍ଟଲୁଇସ୍‌ସ୍ଥିତ ‘ଦ ଆର୍କ’ ରେଡ଼ିଓ ଷ୍ଟେସନର ସଂଚାଳିକା ଲାଇଭ୍ ସୋ’ବେଳେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ଗଭୀର ପ୍ରସବ ଯନ୍ତ୍ରଣା ସତ୍ତ୍ୱେ, ସେ ନିଜର ରେଡ଼ିଓ କାର୍ଯ୍ୟକ୍ରମକୁ ଚାଲୁ ରଖିଥିଲେ। ଆଉ ଏହି ଖବର […]

  • Friday, 16 July 2021
4G INTERNET--
ଭାରତରେ ସବୁଠୁ ଧିମା ୪ଜି ସ୍ପିଡ୍ : କେମିତି ପୁରା ହେବ ଡିଜିଟାଲ୍ ଇଣ୍ଡିଆର ସ୍ପପ୍ନ ?

ଭାରତ ଡିଜିଟାଲ୍ କ୍ଷେତ୍ରରେ ଉନ୍ନତି କରିବା ପାଇଁ ଅନବରତ ଚେଷ୍ଟା ଚଳେଇଛି ଓ ଡିଜିଟାଲ୍ ଇଣ୍ଡିଆ ହେବାର ଲକ୍ଷ୍ୟରେ ଆଗେଇ ଚାଲିଛି। ହେଲେ ଏହା ସେତେବେଳେ ସମ୍ଭବ , ଯେତେବେଳେ ଏହି ସଂପର୍କିତ ସବୁ ବ୍ୟବସ୍ଥାର  ସଠିକ୍ ରୂପାୟନ ହୋଇପାରିବ। ଏଥିପାଇଁ ସବୁଠୁ ଜରୁରୀ ଭଲ ଇଂଟରନେଟ୍‌ ସେବା । ହେଲେ ମିଳିଥିବା ତଥ୍ୟ ଅନୁସାରେ ,ଇଂଟରନେଟ୍ ସେବା କ୍ଷେତ୍ରରେ ଭାରତ ଏବେ ବହୁତ ପଛରେ। ଉଲ୍ଲେଖନୀୟ ଯେ,  ଭାରତ ୪-ଜି ଇଂଟରନେଟ୍ ସ୍ପିଡ୍ କ୍ଷେତ୍ରରେ ପୁରା […]

bjd--11
ବିଜେଡି ଆପଣାଇଲା କଂଗ୍ରେସ ଓ ବିଜେପି ଫଣ୍ଡା

ଭୁବନେଶ୍ୱର: ନିର୍ବାଚନୀ ଇସ୍ତାହାରରେ କେଉଁ ସବୁ ପ୍ରତିଶ୍ରୁତି ରଖିବ ବିଜେଡି ? ୧୯ ବର୍ଷ କ୍ଷମତାରେ ରହିବା ପରେ ସରକାର ବିରୋଧୀ ହାଓ୍ୱାର ସମ୍ମୁଖୀନ ହେଉଥିବା ବିଜେଡି ଏହାକୁ କିଭଳି କାଉଣ୍ଟର କରିବ ? ଏହା ଉପରେ କସରତ ଆରମ୍ଭ କରିଛି ବିଜେଡି। ଆସନ୍ତାକାଲି ବିଜୁ ଜୟନ୍ତୀରେ ଦଳ ଆରମ୍ଭ କରିବ ଘରେ ଘରେ ଶଙ୍ଖ ଅଭିଯାନ। ପ୍ରାୟ ୮୬ ଲକ୍ଷ ପରିବାରରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକର୍ତ୍ତା ପହଞ୍ଚି ଇସ୍ତାହାର ସଂପର୍କରେ ମତାମତ ନେବେ। […]

  • Friday, 16 July 2021