ଭୁବନେଶ୍ୱର : ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କର ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀ। ଓଡ଼ିଶା ଶିଳ୍ପ ଜଗତର ଭୀଷ୍ମ ପିତାମହ ତଥା ଓଡ଼ିଶାର ହଜାର ହଜାର ଲୋକଙ୍କ ପାଇଁ କର୍ମସଂସ୍ଥାନ ଯୋଗାଇ ଦେଇଥିବା ଏହି ବିଶିଷ୍ଟ ବିନ୍ଧାଣୀଙ୍କ ଆବର୍ତ୍ତମାନକୁ ଆଜି ଗୋଟିଏ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଆଜି ତାଙ୍କ ସ୍ମୃତିଚାରଣ କରିଛନ୍ତି ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଟ୍ୱିଟ୍ ମାଧ୍ୟମରେ ସ୍ୱର୍ଗତ ପଣ୍ଡାଙ୍କ ଉଦ୍ଦେଶ୍ୟରେ ଭକ୍ତିପୂତ […]
ଅହମ୍ମଦାବାଦ : ଚାରିଆଡେ ଏବେ ଅସହ୍ୟ ତାତି। ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ଉପାୟ ଆପଣାଉଛନ୍ତି। କିନ୍ତୁ ଅହମ୍ମଦାବାଦରେ ଜଣେ ମହିଳା ଗରମରୁ ରକ୍ଷା ପାଇବା ପାଇଁ ଏକ ଅଭିନବ ଉପାୟ ଆପଣାଇଛନ୍ତି। ସେ ନିଜ କାର ଉପରେ ଗୋବର ଲେପନ କରି ଚର୍ଚ୍ଚାକୁ ଆସିଛନ୍ତି। ଏହାଦ୍ୱାରା ଗାଡ଼ି ଚଳାଇବା ବେଳେ ଅସହ୍ୟ ଗରମରୁ ତ୍ରାହି ମିଳିପାରିବ ବୋଲି ସେ କହିଛନ୍ତି। ଗତକାଲି ଅହମ୍ମଦାବାଦରେ ତାପମାତ୍ରା ୪୫ଡ଼ିଗ୍ରୀ ପାର୍ ହୋଇଥିବା ବେଳେ ମହିଳା […]
ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ) : ବାତ୍ୟା ଫୋନିରେ ସର୍ବସ୍ୱ ହରାଇବା ପରେ ଏବେ ନିଜ ଭିଟାମାଟି ଉପରେ ମୁଣ୍ଡ ଗୁଞ୍ଜିବାକୁ ପୁଣି ଆରମ୍ଭ ହେଲାଣି ସଂଘର୍ଷ। ଚାଳ ଛପର ଉଡିଯିବା ପରେ ସେଥିରୁ ବଞ୍ଚି ଯାଇଥିବା କେଇ ଖଣ୍ଡ ପୁରୁଣା ବାଉଁଶକୁ ଯୋଡ଼ି ସଂସାର ଗଢ଼ିବାକୁ ଚେଷ୍ଟା କରୁଛନ୍ତି ପୁରୀ ବ୍ରହ୍ମଗିରି ବ୍ଲକ୍ କଣ୍ଟିଆ ଗାଁର ଶ୍ୟାମ ଦାସ। କେବଳ ସେ ନୁହଁନ୍ତି, ମୁଣ୍ଡ ଉପରେ ଛାଇ ଟିକିଏ ଯୋଗାଡ଼ କରିବାରେ ବ୍ୟସ୍ତ ଏ ଗାଁର […]
ପଟ୍ଟାମୁଣ୍ଡାଇ( ପ୍ରବୀର କୁମାର ନାୟକ) : ପିଲାମାନଙ୍କ ଶିକ୍ଷାର ବିକାଶ ପାଇଁ ଗାଁ ଯୁବକ ଯୁବତୀଙ୍କ ନିଆରା ପ୍ରୟାସ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟମୁଣ୍ଡାଇ ବ୍ଲକ୍ ବଳଭଦ୍ରପୁର ଗ୍ରାମରେ ଗ୍ରୀଷ୍ମ ଛୁଟିରେ ପିଲାମାନଙ୍କ ପାଇଁ ଖୋଲିଛି ଗ୍ରୀଷ୍ମାବକାଶ ପାଠଶାଳା। ଶିକ୍ଷା, ସଂସ୍କାର , ପ୍ରଗତି। ଏହି ୩ଟି ବିଷୟକୁ ଆଧାର କରି ଗ୍ରୀଷ୍ମ ଛୁଟିରେ ପିଲାଙ୍କୁ ଦିଆଯାଉଛି ଫ୍ରି କୋଚିଂ। ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପିଲାମାନଙ୍କୁ ଗ୍ରୀଷ୍ମାବକାଶ ପାଠଶାଳାରେ ପାଠ ପଢାଉଛନ୍ତି ଗାଁର ଶିକ୍ଷିତ ଯୁବକ ଯୁବତୀ। ବିନା […]
ମୁମ୍ବାଇ : ବିଜେପି ଶିବିରରେ ଖୁସି ଲହରି। ଏକ୍ଜିଟ୍ ପୋଲରେ ମୋଦି ସରକାର ପୁଣି ଥରେ ଦିଲ୍ଲୀ ଗାଦି ଦଖଲ କରୁଥିବାର ଆକଳନ ପରେ ବିଜେପି ଶିବିରରେ ସେଲିବ୍ରେସନ୍ ପାଇଁ ପ୍ରସ୍ତୁତି। ୨୩ ତାରିଖରେ ଫଳାଫଳ ଆସିବା ପରେ କେମିତି ବିଜୟ ଉତ୍ସବ ପାଳନ ହେବ, ସେଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଆଉ ଏଥିପାଇଁ ତିଆରି ହେଉଛି ଲଡ଼ୁ। ଜଣେ ବିଜେପି କର୍ମୀଙ୍କ କହିବାନୁସାରେ , ପ୍ରଥମେ ସେମାନେ ଦେଢ଼ ହଜାର କିଲୋ ଲଡ଼ୁ ତିଆରି ପାଇଁ […]
ଭୁବନେଶ୍ୱର : ୩ ମାସ ପରେ ପୁଅକୁ ଫେରି ପାଇବା ପରେ ପରିବାରରେ ଖୁସିର ଲହରୀ। ବାପା, ମା ଓ ଭାଇବନ୍ଧଙ୍କୁ ପାଖରେ ପାଇ ଦିବ୍ୟରଂଜନଙ୍କ ମନରେ ଅନେକ ଖୁସି। କେବଳ ଦିବ୍ୟରଂଜନ ନୁହେଁ,ଦୁବାଇରେ ଅଟକ ଥିବା ଅନ୍ୟ ୭ ସଦସ୍ୟ ମଧ୍ୟ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏବଂ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ଉଦ୍ୟମ ପରେ ଏମାନେ ସ୍ୱଦେଶ ଫେରିଛନ୍ତି।ଦିବ୍ୟରଂଜନଙ୍କ ପ୍ରତ୍ୟାବର୍ତ୍ତନ ନେଇ କେନ୍ଦ୍ର ସରକାରଙ୍କୁ ଉଭୟ ସାଂସଦ […]
ମୟୁରଭଞ୍ଜ : ୯ ଶହ ଏକର ଅଞ୍ଚଳ। ୧୧ ହଜାର୍ ଫୁଟ୍ ବା ସାଢ଼େ ୩ କିଲୋମିଟରର ରନ୍ୱେ। ଏ ହେଉଛି ମୟୁରଭଞ୍ଜ ଜିଲ୍ଲାର ଅମର୍ଦ୍ଦା ଏୟାରଷ୍ଟ୍ରିପ୍। ଏହାକୁ ଏସିଆର ସର୍ବବୃହତ୍ ଏୟାରଷ୍ଟ୍ରିପ୍ କୁହାଯାଉଥିଲା। ହେଲେ ଏବେ ଏହା ଅବହେଳିତ ଅବସ୍ଥାରେ। ଚାରିଆଡ଼େ ବଣବୁଦା ଓ ଉଇହୁଙ୍କାରେ ଭର୍ତ୍ତି ଦିଶୁଛି ତ କେବଳ ରନ୍ୱେର ଏଇ ୧ ନମ୍ବର ଲ୍ୟାଣ୍ଡିଂ ଜୋନ୍ ଓ ଗୋଟିଏ ବଙ୍କର୍ କୁହାଯାଏ। ୧୯୪୦ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଏହାକୁ ଜାପାନ […]
ଭୁବନେଶ୍ୱର : ଚର୍ଚ୍ଚାରେ ଦୌଡ଼ ରାଣୀ ଦୂତି ଚାନ୍ଦ। ନିଜର ଜଣେ ବାଲ୍ୟ ବାନ୍ଧବୀଙ୍କ ସହ ସମଲିଙ୍ଗୀ ସଂପର୍କକୁ ନେଇ ନିଜେ ଦୂତି ସ୍ୱୀକାର କରିଥିବା ବେଳେ ଏହି ସମ୍ପର୍କକୁ ତାଙ୍କ ପରିବାର ବିରୋଧ କରିଛନ୍ତି। ତେବେ ଏହାକୁ ନେଇ ବିଭିନ୍ନ ମହଲରେ ଜୋରଦାର ଆଲୋଚିତ ହେଉଥିବା ବେଳେ ଆଜି ଏ ସମ୍ପର୍କରେ ଦୂତି ତାଙ୍କ ଫେସବୁକ୍ ଆକାଉଣ୍ଟରେ ଏକ ସ୍ପଷ୍ଟୀକରଣ ରଖିଛନ୍ତି। ସେ ଲେଖିଛନ୍ତି ଯେ, “ହଁ ମୁଁ ମୋ କଥା ସାରା ଦୁନିଆକୁ ଜଣେଇ […]
ଭୁବନେଶ୍ୱର : ଆଥଲେଟ ଦୂତି ଚାନ୍ଦଙ୍କ ସମଲିଙ୍ଗୀ ସଂପର୍କ ପ୍ରସଙ୍ଗକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା ବେଳେ ଗଣମାଧ୍ୟମରେ ଦୂତିଙ୍କ ମା’ ଦେଇଥିବା ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ଦୂତି। ଗଣମାଧ୍ୟମରେ ମା’ ଦେଇଥିବା ମନ୍ତବ୍ୟ ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି ଦୂତି। ଘର ପ୍ରତି କୌଣସି କର୍ତ୍ତବ୍ୟ କରୁନାହିଁ ବୋଲି ତାଙ୍କ ମା’ ଦେଇଥିବା ମନ୍ତବ୍ୟ ମିଛ ଓ ତାଙ୍କୁ ପ୍ରଲୋଭନ ଦେଖାଇ ମନ୍ତବ୍ୟ ଦେବାକୁ କୁହାଯାଇ ଥାଇପାରେ ବୋଲି ଦୂତି କହିଛନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନ […]
ଭୁବନେଶ୍ୱର : କମିଶନରେଟ୍ ପୁଲିସ କବଜାରେ ନକଲି ପରୀକ୍ଷାର୍ଥୀ ରାକେଟ୍। ୫ଲକ୍ଷ ଟଙ୍କାରେ ହୋଇଥିଲା ଓୟୁଏଟି ପ୍ରବେଶିକା ପରୀକ୍ଷା ଡିଲ। ଅସଲି ପରୀକ୍ଷାର୍ଥୀ ବଦଳରେ ନିଟ୍ ଓ ଆୟୁର୍ବେଦିକ କ୍ୱାଲିଫାଏ କରିଥିବା ରାଜ୍ୟ ବାହାରର ଛାତ୍ର ଦେଉଥିଲେ ପରୀକ୍ଷା। ସେହି ରାକେଟକୁ ଧରିବାରେ ସଫଳ ହୋଇଛି କମିଶନରେଟ ପୁଲିସ। ବିହାରର ଅମିତ ସିଂହ ଓ ଭୁବନେଶ୍ୱରର ରଂଜିତ ବେଉରା ଦୁହେଁ ଏକ ଘରୋଇ ଇଂଜିନିୟରିଂ କଲେଜର ମାର୍କେଟିଂ ଷ୍ଟାଫ। ଅସଲି ଓୟୁଏଟି ପରୀକ୍ଷାର୍ଥୀ ଯୁଧିଷ୍ଟିର ମଲ୍ଲିକଙ୍କ ସ୍ଥାନରେ […]
ଚାନ୍ଦବାଲି (ବାସୁଦେବ ଦାସ) : ଗାଁରେ ଅଛି ନଳକୂପ, ହେଲେ ବାହାରୁଛି ପଙ୍କୁଆ ପାଣି । ବାଧ୍ୟ ହୋଇ ସେହି ପାଣିକୁ ପିଉଛନ୍ତି ଗାଁ ଲୋକେ। ଏମିତି ଅଭିଯୋଗ ଆଣିଛନ୍ତି ଚାନ୍ଦବାଲି ବ୍ଲକ ବିଜୟ ନଗର ପଞ୍ଚାୟତ ଇଚ୍ଛାପୁର ଗାଁର ଲୋକେ। ଇଚ୍ଛାପୁର ଗାଁରେ ରୁହନ୍ତି ୧୦୦ରୁ ଊର୍ଦ୍ଧ୍ୱ ପରିବାର। ହେଲେ ଏତେ ଲୋକଙ୍କ ପାଇଁ ରହିଛି ଗୋଟିଏ ମାତ୍ର ନଳକୂପ। ତାହା ପୁଣି କେତେ ବେଳେ ଖରାପ ହୋଇ ହୋଇଯାଉଛି ତ କେତେବେଳେ ଏଥରୁ ବାହାରୁଛି […]
ପୁରୀ : ବାତ୍ୟା ଫୋନି ଯୋଗୁଁ ପ୍ରାରମ୍ଭିକ ପର୍ଯ୍ୟାୟରେ ବାଧା ସତ୍ତ୍ୱେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଏବେ ସୁରୁଖୁରୁରେ ଆଗେଇ ଚାଲିଛି। ବିଜୁଳି ନଥିବାରୁ ବଡ଼ ବଡ଼ କାଠ କଟାଯିବାରେ ଅସୁବିଧା ହୋଇଥିଲା। ତେବେ ବିଦ୍ୟୁତ୍ ଆସିବା ପରେ ରଥ ନିର୍ମାଣ କାଅର୍ଯ୍ୟ ଦ୍ରୁତଗତିରେ ଚାଲିଛି। ରୂପକାର ସେବକମାନେ ବି ରଥର ସୌନ୍ଦର୍ଯ୍ୟକରଣ କାମରେ ଲାଗି ପଡ଼ିଛନ୍ତି। ରଥଖଳାକୁ ବିଦ୍ୟୁତ୍ ସଂଯୋଗ ସ୍ୱାଭାବିକ୍ ହେବାପରେ ଦ୍ରୁତଗତିରେ କାମ ଆଗେଇ ଚାଲିଛି ରଥ କାମ। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ […]
କରଞ୍ଜିଆ (ସତ୍ୟବ୍ରତ ବେହେରା) : ପରିବେଶ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚରେ କୃତ୍ରିମ ଜଙ୍ଗଲ ସୃଷ୍ଟି କରାଯାଉଛି। ଅବାଧରେ ଚାଲିଛି ଗଛ କଟା। ବେଧଡ଼କ ଭାବେ ବିଭିନ୍ନ ମୂଲ୍ୟବାନ ଗଛ ଲୁଟି ନେଉଛନ୍ତି ମାଫିଆ। ମୟୂରଭଞ୍ଜ କରଞ୍ଜିଆ ଏନ୍ଏସିକୁ ଲାଗି ରହିଥିବା ଏହି ଜଙ୍ଗଲ ଏବେ ସଫା ହେବାକୁ ଲାଗିଛି। କାଠ ମାଫିଆଙ୍କ ପ୍ରାଦୁର୍ଭାବ ପାଇଁ ଜଙ୍ଗଲଟି ନଷ୍ଟ ହେବାକୁ ଲାଗିଛି। ଏହି ଜଙ୍ଗଲରେ ମୂଲ୍ୟବାନ ଚନ୍ଦନ ଗଛ ଥିବାରୁ ଏହାର […]
ବାରିପଦା / କୋରାପୁଟ : ଟୋପାଏ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ। ରାତି ପାହିଲେ ନଳକୂପ ପାଖରେ ଲମ୍ବା ଲାଇନ୍। ଗରା, ବାଲଟି ଧରି ପିଇବା ପାଣି ସଂଗ୍ରହ କରୁଛନ୍ତି ମହିଳା। ଆଉ ଏହି ଦୂଷିତ ପାଣି ନେଇ ବ୍ୟବହାର କରୁଛନ୍ତି। ପାଣି ମୁନ୍ଦାଏ ପାଇଁ ପ୍ରତିଦିନ ଏଭଳି ହିନସ୍ତା ହେଉଛନ୍ତି ମୟୂରଭଞ୍ଜ ବଡସାହୀ ପାଟପୁର ଗାଁବାସୀ। ଏଯାଏଁ ଗାଁକୁ ନା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ପାଦ ପଡିଛି ନା ନିର୍ମାଣ ହୋଇଛି […]
ସିଡ଼ିନୀ : ଅନେକ ସମୟରେ ଏମିତି କିଛି ଘଟଣା ସାମନାକୁ ଆସେ ଯାହା ଖୁବ୍ ଆଶ୍ଚର୍ଯ୍ୟଜନକ ମନେହୁଏ। ଆମକୁ ବିଶ୍ୱାସ ବି ହୁଏନି, ଏମିତି ଘଟଣା ଘଟିଥିବ ବୋଲି। ହେଲେ ସିଡ଼ିନୀରେ ଘଟିଥିବା ଏ ଘଟଣାଟି ପୁରା ସତ। ଜଣେ ୧୨ ବର୍ଷର ପିଲା ନିଜ ମା’ଙ୍କ ସହ ଝଗଡ଼ା କରି ଘରୁ ପଳାଇ ଯାଇଥିଲା। ଆଉ ତାପରେ ଯାହା କରିଛି, ତାହା ଜାଣିଲେ ଆପଣ ବିଶ୍ୱାସ କରିବେନି। ମିଳିଥିବା ସୂଚନା ଅନୁସାରେ, ସିଡ଼ିନୀରେ ରହୁଥିବା ଏହି […]
ଭୁବନେଶ୍ୱର : ଟ୍ରେନ୍ରୁ ଖସିପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ଜୀବନ ଦାନ ଦେଲେ ହାବିଲଦାର ସୁକାନ୍ତ କୁମାର ହାତୀ ଓ ଡ୍ରାଇଭର ସନ୍ତୋଷ ସାମନ୍ତରାୟ। ଏଥିପାଇଁ ଉଭୟଙ୍କୁ ସମ୍ମାନିତ କରାଯାଇଛି। ଆହତ ଜଣକ ହେଲେ ବିହାରର ଉମେଶ କୁମାର। ସେ ଏର୍ଣ୍ଣାକୁଲମରେ ଥିବା ଘରକୁ ଟ୍ରେନରେ ଫେରୁଥିବା ବେଳେ ଭୁବନେଶ୍ୱର ଭିଏସ୍ଏସ୍ ନଗର ନିକଟରେ ଟ୍ରେନ୍ରୁ ଖସି ପଡ଼ିଥିଲେ। ଗୁରୁତର ଆହତ ଅବସ୍ଥାରେ ସେ ଜରୁରୀକାଳୀନ ନମ୍ବର ୧୦୦କୁ ଫୋନ୍ କରିଥିଲେ। ଦେବଦୂତ ଭଳି ସାଙ୍ଗେ ସାଙ୍ଗେ ପହଞ୍ଚି […]
ଯାଜପୁର (ଗୁଲାମ ଗସ୍) : ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ। ଗରମରୁ ଟିକେ ମୁକ୍ତି ପାଇବା ପାଇଁ ଖରାଦିନେ ବାଟୋଇଙ୍କ ପ୍ରଥମ ପସନ୍ଦ ତରଭୁଜ। ଧୁ ଧୁ ଖରା। ଗରମ ସାଙ୍ଗକୁ ଓଠ, ପାଟି ଶୁଖି ଯାଉଛି। ଆଉ ଏମିତି ସମୟରେ ମିଠା ମିଠା ତରଭୁଜ ଖାଇବାର ମଜା ଟିକେ ନିଆରା। ଯାଜପୁର ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ରାସ୍ତା ଦେଇ ଯାଉଥିବା ପଥଚାରୀ ଘଡିଏ ଅଟକୁଛନ୍ତି ତରଭୁଜ […]
ନରସିଂହପୁର(ଦିଲ୍ଲୀପ ପଣ୍ଡା) : ଚାଲିଯାଇଛି ବାତ୍ୟା ଫୋନି। ବଢ଼ିଚାଲିଛି ସୂର୍ଯ୍ୟଙ୍କ ପ୍ରକୋପ ଏବଂ ଗୁଳୁଗୁଳି। ଏହାର ପ୍ରଭାବ ମଣିଷଙ୍କ ସମେତ ବନ୍ୟଜନ୍ତୁଙ୍କ ଉପରେ ପଡୁଛି। ଅସହ୍ୟ ଖରାରେ ଛଟପଟ ହେଉଛନ୍ତି ବନ୍ୟଜନ୍ତୁ। ଖରା ଦାଉରୁ ରକ୍ଷା ପାଇଁ ପାଣି ଟିକେ ପାଇଁ ଡହଳ ବିକଳ ହେଉଛନ୍ତି ହାତୀପଲ। କଟକ ଜିଲ୍ଲା ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ଜୟପୁର ମା’ ପ୍ରଗଳାଙ୍କ ନିକଟରେ ଥିବା ଏକ ଡ୍ୟାମ୍ରେ ହାତୀ ପଲ ପାଣି ପିଇ ଆଶ୍ୱସ୍ତ ଅନୁଭବ କରୁଛନ୍ତି। ଦନ୍ତା […]
ମଣିପୁର : ଆଧୁନିକତାକୁ ଆଦରି ନେଉଥିବା ମଣିଷ କିନ୍ତୁ ଆଜି ବି ନିଜ ପରମ୍ପରାକୁ ନେଇ ଗର୍ବ ଓ ଗୌରବ ଅନୁଭବ କରୁଛି। ବିବିଧତାରେ ଭରପୂର ଭାରତରେ ଆଜି ବି ଏମିତି ଅନେକ ସ୍ଥାନ ରହିଛି ଯେଉଁଠି ବଞ୍ଚି ରହିଛି ଶହ ଶହ ବର୍ଷର ପରମ୍ପରା ଓ ଐତିହ୍ୟ। କେବଳ ବଞ୍ଚିରହି ନାହିଁ ବରଂ ଆର ପୀଢ଼ି କେମିତି ତାକୁ ଆଗକୁ ନେବେ ସେଥିପାଇଁ ମଧ୍ୟ ପ୍ରୟାସ ଜାରି ରହିଛି। ଠିକ୍ ଏମିତି ଏକ ପରମ୍ପରାର ଝଲକ […]
କାନପୁର: ଆଇଆଇଟି କାନପୁରରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ରେଫ୍ରିଜିରେଟର ବା ଫ୍ରିଜ୍ ତିଆରି କରାଯାଇଛି, ଯାହାକି ବିଦ୍ୟୁତ୍ ଶକ୍ତିରେ ନୁହେଁ ସୌର ସେଲ୍ରେ ଚାଲିବ। ଏହାକୁ ଯେକୌଣସି ସ୍ଥାନରେ ରଖାଯାଇପାରିବ। ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଇ-କାର୍ଟ ଔଷଧ ଓ ପନିପରିବାକୁ ଫ୍ରେସ୍ ରଖିବାରେ ଏହାକୁ ବ୍ୟବହାର କରାଯାଇ ପାରିବ। ଏହାକୁ ତିଆରି କରିଛନ୍ତି ଭାରତୀୟ ସେନା ବାହିନୀର ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଅଖିଲ୍ ସିଂହ ଚରକ। ଅଖିଲ୍ଙ୍କ କହିବାନୁସାରେ ଏହାର ଦାମ୍ ପାଖାପାଖି ୫୦ ହଜାର ଟଙ୍କା […]
ଭୁବନେଶ୍ୱର : ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିଥିବା ବାତ୍ୟା ‘ଫୋନି’ର ପ୍ରଭାବ ଏବେ ସିଧାସଳଖ ପରିବା ମାର୍କେଟ ଉପରେ ପଡ଼ିଛି। କଟକ ଓ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ପରିବା ବଜାରରେ ଦର ଆକାଶ ଛୁଆଁ। ଫୋନି ଯୋଗୁ ଅଧିକାଂଶ କଞ୍ଚା ପରିବା ଦର ଦୁଇ ସପ୍ତାହ ଭିତରେ ପ୍ରାୟ ଦୁଇଗୁଣା ବଢ଼ିଛି। ଫୋନି ମାଡ଼ରେ ଅଣ୍ଟା ଭାଙ୍ଗି ପଡ଼ିଥିବା ଉପକୂଳବାସୀ ହଠାତ୍ ପରିବା ଦର ବୃଦ୍ଧିକୁ ନେଇ ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯାଇଛନ୍ତି। ନଗଦ […]
ଭୁବନେଶ୍ୱର : କେନ୍ଦ୍ରରେ କ୍ଷମତା ଦଖଲ ପାଇଁ ଆଗୁଆ ପ୍ରସ୍ତୁତି କରୁଥିବା ଉଭୟ ୟୁପିଏ ଓ ଏନଡିଏ ଏବେଠୁ ‘ସହଯୋଗୀ’ ଖୋଜିବାରେ ବ୍ୟସ୍ତଥିବାବେଳେ ଏହା ଏବେ ରାଜ୍ୟରେ ଦୀର୍ଘ ଦୁଇ ଦଶନ୍ଧି ଧରି କ୍ଷମତାସୀନ ଥିବା ‘ବିଜେଡି’ ପାଇଁ ସୋନେ ପେ ସୁହାଗା ସାବ୍ୟସ୍ତ ହୋଇଛି। ‘ଫୋନି’ ମୁକାବିଲା ଆଳରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ଓ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ଆଜି ତୃଣମୂଳ କଂଗ୍ରେସ ନେତ୍ରୀ […]
ପୁରୀ/ ଖୋର୍ଦ୍ଧା/ ଜଗତସିଂହପୁର : ତୋଡ଼ ଦେଖାଇ ବାତ୍ୟା ଫୋନି ଫେରି ଯିବାର ୧୨ ଦିନ ବିତି ଗଲାଣି, ହେଲେ ପର୍ଯ୍ୟଟନର ସହର ପୁରୀରେ କିନ୍ତୁ ସରୁନି ଅନ୍ଧାରର ରାଜୁତି। ପ୍ରାୟ ଦେଢ଼ ସପ୍ତାହ ପରେ ଆଜି ଶ୍ରୀମନ୍ଦିରରେ ବିଦ୍ୟୁତ୍ ସରୋବରାହ ତ ସ୍ୱାଭାବିକ ହୋଇଛି, କିନ୍ତୁ ସହରବାସୀଙ୍କ ଘରେ କେବେ ଚାଲିବ ଲାଇଟ୍ ଓ ପଙ୍ଖା ନିର୍ଦ୍ଦିଷ୍ଟ ଭାବେ ସେ ଉତ୍ତର କାହା ପାଖରେ ନାହିଁ। ତେବେ ଯଥାଶୀଘ୍ର ଶ୍ରୀକ୍ଷେତ୍ର ଓ ସମଗ୍ର ପୁରୀ ଜିଲ୍ଲାକୁ […]
ମୁମ୍ବାଇ : କ୍ୟାପଟେନ୍ ଆରୋହୀ ପଣ୍ଡିତ। ବୟସ ମାତ୍ର ୨୩ ବର୍ଷ। ଏତେ କମ୍ ବୟସରେ ସେ ଯେଉଁ ସଫଳତା ପାଇଛନ୍ତି ତାହା ସାରା ବିଶ୍ୱକୁ ଚମକାଇ ଦେଇଛି। ଲାଇଟ୍ ସ୍ପୋର୍ଟ ଏୟାରକ୍ରାଫ୍ଟରେ ସେ ଏକାକୀ ଆଟ୍ଲାଣ୍ଟିକ୍ ମହାସାଗର ଅତିକ୍ରମ କରିଛନ୍ତି। ବିଶ୍ୱର ପ୍ରଥମ ମହିଳା ଭାବେ ଆରୋହୀ ଏହି ସଫଳତା ହାସଲ କରିଛନ୍ତି। ସ୍କଟଲାଣ୍ଡର ୱିକରୁ ସେ ଉଡ଼ାଣ ଭରିଥିଲେ। ପ୍ରାୟ ୩ ହଜାର କିଲୋମିଟର ଅତିକ୍ରମ କରି ସେ ମେ ୧୩ରେ କାନାଡ଼ାରେ ପହଞ୍ଚିଛନ୍ତି। […]
ଏବେ ଦିନକୁ ଦିନ ଲୋକ ସଂଖ୍ୟା ବଢିବାରେ ଲାଗିଛି। ଏହା ସହ ତାଳ ଦେଇ ଅନେକ ସଂଖ୍ୟାରେ ଗାଡ଼ି ମଟର ମଧ୍ୟ ବଢୁଛି। ଫଳରେ ପରିବେଶ ଉପରେ ଏହାର ପ୍ରଭାବ ପଡୁଛି। ବାୟୁମଣ୍ଡଳ ଦୂଷିତ ହେଉଛି। ଯଦି ଆପଣ ଜାଣୁଛନ୍ତି ଯେ ଆପଣଙ୍କ କାର୍ ବାୟୁମଣ୍ଡଳକୁ ଅଧିକ ଦୂଷିତ କରୁଛି। ତୁରନ୍ତ ଏହି ଉପାୟ ଅବଲମ୍ବନ କରନ୍ତୁ। ୧ – କାର୍ ଇଞ୍ଜିନ୍କୁ ଚେକ୍ କରନ୍ତୁ – ଯେତେବେଳେ ଆପଣ ଭାବୁଛନ୍ତି ଯେ ଆପଣଙ୍କ କାର୍ ଅଧିକ […]