• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

wall collapse
କାଳ ସାଜିଲା ପରିତ୍ୟକ୍ତ କାନ୍ଥ

ଢେଙ୍କାନାଳ( ରାଜଶ୍ରୀ ଶତପଥୀ)  : କାଳ ହେଲା ବିପଦଶଙ୍କୁଳ କାନ୍ଥ। ବର୍ଷ ବର୍ଷ ଧରି ଆଶ୍ରୟ ଦେଇ ଆସୁଥିବା କାନ୍ଥ ପାଲଟିଲା ମୃତ୍ୟୁର କାରଣ। ଢେଙ୍କାନାଳ ସହର କାଲଟାକ୍ସ ଅଞ୍ଚଳରେ ପ୍ରାୟ ୫୦ ବର୍ଷରୁ ପୁରୁଣା କାନ୍ଥ ନେଇଛି ଚାରି ଚାରିଟି ଅମୂଲ୍ୟ ଜୀବନ। ସବୁ ରବିବାର ଭଳି ଆଜି ବି ସକାଳୁ ସକାଳୁ ଅଳସୁଆ ସାପ୍ତାହିକ ହାଟ ଥିଲା ବେଶ୍ ରୋକାରଣ୍ୟ। କିଣାବିକା ଚାଲିଥିବା ବେଳେ ହାଟକୁ ଲାଗି ରହିଥିବା ହଂସରାଜ ରାଇସ ମିଲର ପ୍ରାୟ […]

  • Saturday, 17 July 2021
nandini
ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ

ଭୁବନେଶ୍ୱର : ନନ୍ଦିନୀ ଦେବୀଙ୍କ ପ୍ରଶାସନିକ ଦକ୍ଷତା ଓ ଦୃଢ଼ ନେତୃତ୍ୱ ନୂଆପିଢ଼ି ପାଇଁ ପ୍ରେରଣା। ଓଡ଼ିଶାର ପ୍ରଥମ ତଥା ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀ ଅବସରରେ ଭୁବନେଶ୍ୱରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ଏହା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଦେବୀ ଓଡ଼ିଶାର ଗୌରବ। ଓଡ଼ିଶା ରାଜନୀତିକ […]

  • Saturday, 17 July 2021
yoga
ଜୁନ ୨୧ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ : ଜୁନ ୨୧ରେ ପାଳନ ହେବ ଆନ୍ତର୍ଜାତିକ ଯୋଗ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି ଯୋଗ ଦିବସ ଦେଶବ୍ୟାପୀ ପାଳନ କରାଯିବ। ଝାରଖଣ୍ଡ ରାଜଧାନୀ ରାଞ୍ଚିସ୍ଥିତ ପ୍ରଭାତ ତରାରେ ଆୟୋଜିତ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏହି ଅବସରରେ ୩୦ହଜାରରୁ ଅଧିକ ଲୋକ ଅଂଶ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଏହି ଯୋଗ ଦିବସକୁ ସଫଳତାର ସହିତ ପାଳନ କରିବା ପାଇଁ ଆୟୁଷ ମନ୍ତ୍ରଣାଳୟ ପ୍ରସ୍ତୁତି ଆରମ୍ଭ କରିଛି। […]

  • Saturday, 17 July 2021
mumbai train
ଷ୍ଟଣ୍ଟ ଦେଖାଇବା ପଡ଼ିଲା ମହଙ୍ଗା ; ଦୁଇ ଜଣଙ୍କୁ ଅଟକ ରଖିଲା ଆର୍‌ପିଏଫ୍

ମୁମ୍ବାଇ : ଷ୍ଟଣ୍ଟ ଦେଖାଇବା ପଡ଼ିଲା ମହଙ୍ଗା। ଚଳନ୍ତା ଟ୍ରେନ୍‌ରେ ବିପଦଜନକ ଷ୍ଟଣ୍ଟ ଦେଖାଇବାରୁ ଅଟକ ରଖିଲା ପୁଲିସ୍।  ସୂଚନା ମୁତାବକ, ମୁମ୍ବାଇ ଲୋକାଲ୍ ଟ୍ରେନ୍‌ରେ ଷ୍ଟଣ୍ଟ ଦେଖାଉଥିଲେ କିଛି ନାବାଳକ। ଟ୍ରେନ୍ ଚାଲିବା ଏବଂ ରହଣି ସମୟରେ କିଛି ବିପଦଜନକ ଷ୍ଟଣ୍ଟ ଦେଖାଇବା ସହ ଏହାର ଭିଡିଓ ମଧ୍ୟ କରିଥିଲେ। ଯାହାକୁ ଦେଖିଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆର୍‌ପିଏଫ୍। ତେବେ ଆର୍‌ପିଏଫ୍ ଦୁଇ ଜଣଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ କିଛି ଅଭିଯୁକ୍ତ ଫେରାର […]

  • Saturday, 17 July 2021
water problem
ଶୋଷରେ ଆଉଟୁ ପାଉଟୁ ବଣ୍ଡା ଜନଜାତି

ମାଲକାନଗିରି: ମାଲକାନଗିରି ବଣ୍ଡା ଘାଟିରେ ପାଣି ସମସ୍ୟା। ଖରାଦିନେ ଏବେ ଉତ୍କଟ ହୋଇଛି ଜଳକଷ୍ଟ। ଘାଟିରେ ପ୍ରତି ଗାଁରେ ନଳକୂଅ ଥିଲେ ବି ଅଧିକାଂଶ ଅଚଳ। ଏପରିସ୍ଥଳେ ଝରଣା, ଚୁଆ ଓ କୋରଡ଼ ପାଣି ହିଁ ବଣ୍ଡା ଆଦିବାସୀଙ୍କ ଜୀବନ ବଞ୍ଚାଉଛି। ପାଣି ପାଇଁ ଚାଲିବାକୁ ପଡୁଛି ଲମ୍ବା ରାସ୍ତା। ଧୁ ଧୁ ଖରାରେ ଆବଡ଼ା ଖାବଡ଼ା ପାହାଡ଼ିଆ ରାସ୍ତାରେ ପାଣି ଗରାଟେ ଲାଗି ସଂଘର୍ଷ କରୁଛନ୍ତି ବଣ୍ଡା ଆଦିବାସୀ। ମାଲକାନଗିରି ବଣ୍ଡା ଘାଟି ଅନ୍ତର୍ଗତ ଦାନ୍ତିପଡ଼ା […]

dangerous-places
ଏମିତି ସ୍ଥାନ, ଯେଉଁଠିକୁ ଯିବା ମୃତ୍ୟୁକୁ ଆମନ୍ତ୍ରଣ କରିବା ସହ ସମାନ

ପୃଥିବୀରେ ଏମିତି ସୁନ୍ଦର ସୁନ୍ଦର ସ୍ଥାନ ଅଛି ଯେଉଁଠିକୁ ବୁଲିବାକୁ ଯିବାକୁ ସମସ୍ତଙ୍କର ଇଚ୍ଛାଥାଏ। ଏହି ସ୍ଥାନଗୁଡିକ ଯେତିକି ସୁନ୍ଦର ସେତିକି କୌତୁହଳପୂର୍ଣ୍ଣ ମଧ୍ୟ। ହେଲେ ଏମିତି କିଛି ସ୍ଥାନ ଅଛି, ଯାହା ଦୂରରୁ ଦେଖିବାକୁ ସୁନ୍ଦର ହୋଇଥାଏ। ହେଲେ ଏଠାକୁ ଯିବା ମୃତ୍ୟୁକୁ ଆମନ୍ତ୍ରଣ କରିବା ସହ ସମାନ ହୋଇଥାଏ। ଆମେ ଆଜି ଏମିତି କିଛି ଭୟଙ୍କର ସ୍ଥାନ ବିଷୟରେ କହିବାକୁ ଯାଉଛୁ, ଯେଉଁଠିକୁ ଯିବାକୁ ଜଣେ ହଜାରେ ଥର ଚିନ୍ତା କରିଥାଏ। ତାଞ୍ଜାନିଆର ‘ନେଟ୍ରୋନି […]

  • Saturday, 17 July 2021
dubai iondians
ଓଟିଭି ପ୍ରଭାବ : ଦୁବାଇରେ ଫସିଥିବା ୧୦ ଓଡ଼ିଆଙ୍କ ସହ ୨୫ ଭାରତୀୟଙ୍କ ଉଦ୍ଧାର ପାଇଁ କେନ୍ଦ୍ରର ପ୍ରୟାସ

ଆସିକା /ବ୍ରହ୍ମପୁର/  ନୟାଗଡ଼ : ସଞ୍ଚାର ହେଲା ନୂଆ ଆଶା। ଫିଟିଲା ମୁକ୍ତିର ବାଟ। ଦାନା ପାଇଁ ଦୁବାଇ ଯାଇ ନିର୍ଯାତନା ଭୋଗିଥିବା ଓଡ଼ିଆ ଶ୍ରମିକ ବାହୁଡିବେ ଭିଟାମାଟିକୁ। ଫେରିବେ ପରିବାର ପାଖକୁ। ପରିଶ୍ରମ କରିଥିଲେ ବି ପାରିଶ୍ରମିକ ନମିଳିବାରୁ ଦୀର୍ଘ ଦିନ ଧରି ନାନା ଅଭାବ ଅସୁବିଧାରେ ପଡ଼ିରହିଥିଲେ ଏହି ୧୦ ଓଡ଼ିଆଙ୍କ ସମେତ ୨୫ ଜଣ ଭାରତୀୟ ଶ୍ରମିକ। ଗତ ୩୧ ତାରିଖରେ ଓଡିଆ ଶ୍ରମିକଙ୍କ ଦୁର୍ଦ୍ଦଶା ସମ୍ପର୍କରେ ପ୍ରଥମେ ଖବର ପ୍ରସାରଣ କରିଥିଲା […]

  • Saturday, 17 July 2021
l
ନିଆରା ପ୍ରୟାସ ; ପେନ୍‌ସନ୍ ଟଙ୍କାରେ ତିଆରି କରୁଛନ୍ତି ବ୍ରିଜ୍

ଆନନ୍ଦପୁର (ମୁନା ସିଂ) : ମିଶୁ ମୋର ଦେହ ଏଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ। ଉତ୍କଳମଣି ଗୋପବନ୍ଧୁ ଦାଶଙ୍କୁ ଅନୁସରଣ କରି ସବୁରି ମୁହଁରେ ଆଜି ଗୋପବନ୍ଧୁ ପାଲଟି ଯାଇଛନ୍ତି କେନ୍ଦୁଝର କାନପୁର ଗାଁର ଗଂଗାଧର ରାଉତ। ଚାକିରୀ କରି ଯେତିକି ସଞ୍ଚୟ କରିଥିଲେ, ଅବସରପରେ ସେସବୁକୁ ବିନିଯୋଗ କରି ସାଳନ୍ଦୀ ନଦୀରେ ତିଆରି କରୁଛନ୍ତି ପୋଲ। ଏଥିପାଇଁ ନା କାହାକୁ ହାତ ପତାଇଛନ୍ତି ନା କିଛି ସହଯୋଗ ଲୋଡ଼ିଛନ୍ତି। ଏହି ନିଆରା ପ୍ରୟାସ […]

  • Saturday, 17 July 2021
polythin
ପରିବେଶ ଦିବସରେ ପଲିଥିନ୍ ଚିନ୍ତା

ଭୁବନେଶ୍ୱର : ପରିବେଶ ପାଇଁ ମହାବିପଦ ସାଜିଛି ପଲିଥିନ୍। ଭଲଭାବେ ଏକଥା ଜାଣି ବି ଯେମିତି ସମସ୍ତେ କେମିତି ଅଜଣା ଭଳି ହେଉଛନ୍ତି। ତାର ବଡ଼ ଉଦାହରଣ ଦେଖିବାକୁ ମିଳିଛି ଖୋଦ୍ ରାଜଧାନୀ ଭୁବନେଶ୍ୱରରେ। ଗତବର୍ଷ ଗାନ୍ଧୀ ଜୟନ୍ତୀରୁ ପଲିଥିନ୍ ବ୍ୟାନ୍ ହୋଇଥିଲେ ବି ଚାଲିଛି ଅବାଧ ବ୍ୟବହାର। ଢିଲା ପଦକ୍ଷେପ ପାଇଁ ପରିବେଶ ବିଭାଗ ଆଳ ନେଇ ଖସିଯିବାକୁ ବସିଥିବାବେଳେ ଭୟାବହତା କଥା ଚେତାଇ ଦେଇଛନ୍ତି ପରିବେଶବିତ୍। ଭୁବନେଶ୍ୱର ୧ ନମ୍ବର ହାଟର ପରିବେଶ ଉପରେ […]

  • Saturday, 17 July 2021
modi-naveen
ସରକାରୀ ଯୋଜନା କାର୍ଯ୍ୟକାରିତା ପାଇଁ ମନ୍ତ୍ରୀଙ୍କୁ ଉତ୍ତରଦାୟିତ୍ୱ

ଭୁବନେଶ୍ୱର :  ମନ୍ତ୍ରୀଙ୍କ ପାଇଁ ହୋମଓ୍ୱାର୍କ। ରାଜ୍ୟର ମନ୍ତ୍ରୀଙ୍କ ପାଇଁ ନବୀନ ଗୋଟିଏ ମାସର ରୋଡମ୍ୟାପ ପ୍ରସ୍ତୁତ କରିବାକୁ କହିଥିବା ବେଳେ ମୋଦି ନିଜ ମନ୍ତ୍ରୀଙ୍କୁ ଶହେ ଦିନର ଏଜେଣ୍ଡା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚମ ପାଳିର ପାଠଶାଳରେ ଟ୍ୟୁସନ ହେଉଛନ୍ତି ଛାତ୍ର। ଏ ପାଠଶାଳର ଶିକ୍ଷକ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଛାତ୍ର ହେଉଛନ୍ତି ୨୦ ମନ୍ତ୍ରୀ। ଆଉ ଏପଟେ ମୋଦିଙ୍କ କ୍ଲାସ ରୁମ୍‌ରେ ପାଠ ପଢୁଛନ୍ତି ୫୮ ଛାତ୍ର। ନବୀନ ନିଜ […]

  • Saturday, 17 July 2021
father-son
ସମାନ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲେ ବାପ-ପୁଅ

ବାଲେଶ୍ୱର : ପାଠପଢା ଆଗରେ ହାର ମାନିଥାଏ ବୟସ। ଏହି ଉକ୍ତିକୁ ସଫଳ କରିଦେଖାଇଛନ୍ତି ବାଲେଶ୍ୱର ଜିଲ୍ଲାର ବିଜେପି ନେତା ଅରୁଣ ବେଜ। ଜଲେଶ୍ୱର ଅଞ୍ଚଳର ୫୮ ବର୍ଷୀୟ  ଅରୁଣ ଏବଂ ତାଙ୍କ ପୁଅ ୩୦ ବର୍ଷୀୟ ବିଶ୍ୱଜିତ ଏକାଠି ମାଟ୍ରିକ୍ ପାସ୍ କରିଛନ୍ତି। ଉଭୟେ ଜଳେଶ୍ୱର ଅଞ୍ଚଳର ଦାଗପୁଞ୍ଜିସ୍ଥିତ ଚୈତନ୍ୟ ଦେବ ମୁକ୍ତ ବିଦ୍ୟାଳୟରେ ପାଠ ପଢିଥିଲେ। ଆଉ ସେମାନେ ମନୋରଞ୍ଜନ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଇଥିଲେ। ବାଲେଶ୍ୱର ଜିଲ୍ଲା ବିଜେପି ଉପସଭାପତି ଥିବା ଅରୁଣ […]

village
ନିଜସ୍ୱ ଉଦ୍ୟମରେ ଆଡ଼ିବନ୍ଧ ନିର୍ମାଣ କଲେ କୋମନା ବାସିନ୍ଦା

ନୂଆପଡ଼ା( ମାୟାଧର ସରାଫ) : କଥାରେ ଅଛି ଏକତା ହିଁ ବଳ। ଆଉ ଏହି ଉକ୍ତିକୁ ପ୍ରମାଣିତ କରିଛନ୍ତି ନୂଆପଡ଼ା ଜିଲ୍ଲା କୋମନାବାସୀ । ଏଠିକାର ଲୋକେ ଏକତ୍ରିତ ହୋଇ ଶ୍ରମଦାନ କରି ନିର୍ମାଣ କରିଛନ୍ତି ଆଡ଼ିବନ୍ଧ। ଫଳରେ ଦୂର ହୋଇଛି ଜଳକଷ୍ଟ। ନିଜସ୍ୱ ଉଦ୍ୟମରେ ଜଳ ସମସ୍ୟା ଦୂର କରିଥିବାରୁ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟିଛନ୍ତି ଏହି ଲୋକମାନେ। କିଏ ମାଟି ଖୋଳୁଛି ତ କିଏ ବାଲି ବସ୍ତା ବୋହୁଛି। ପୁରୁଷ, ମହିଳାଙ୍କ ଠାରୁ ଆରମ୍ଭ […]

  • Saturday, 17 July 2021
jasmin-1
ଆଶ୍ଚର୍ଯ୍ୟ ! ଏହି ଝିଅକୁ ଆଡ୍‌ମିସନ ଦେବାକୁ ୧୧୩ କଲେଜ ମଧ୍ୟରେ ପ୍ରତିଯୋଗିତା

ଆମେରିକା : ସବୁ କଲେଜରେ ବର୍ତ୍ତମାନ ଆଡ୍‌ମିସନ ଋତୁ ଆରମ୍ଭ ହୋଇଗଲାଣି। ଭଲ କଲେଜରେ ଆଡମିସନ କେମିତି ପାଇବେ ଏଥିପାଇଁ ଷ୍ଟୁଡେଣ୍ଟମାନେ ଚିନ୍ତିତ। ହେଲେ ଆପଣ ବିଶ୍ୱାସ କରିବେନି ଏମିତି ଜଣେ ଝିଅ ଅଛନ୍ତି , ଯାହାଙ୍କୁ ନିଜ କଲେଜରେ ଆଡମିସନ କରିବାକୁ ୧୧୩ଟି କଲେଜ ଲାଇନ୍‌ ଲଗେଇ ଅପେକ୍ଷା କରିଛନ୍ତି। ସୂଚନା ଅନୁସାରେ, ଆମେରିକାର ନର୍ଥ କାରୋଲିନା ଷ୍ଟେଟ୍‌ରେ ରହୁଥିବା ୧୭ ବର୍ଷୀୟ ଜସ୍ମିନ୍‌ ହାରିସନ୍‌ଙ୍କୁ  ୟୁଏସ୍‌ର ବଡ଼ ବଡ଼ କଲେଜ ଆଡମିସନ ଦେବାକୁ ଚାହୁଁଛନ୍ତି। […]

zero result
ବଢୁଛି ଜିରୋ ରେଜଲ୍ଟ ସ୍କୁଲ୍ ଓ କଲେଜ୍ ତାଲିକା ; କମୁଛି ପାସ୍ ହାର

ଭୁବନେଶ୍ୱର : ବଢୁଛି ଜିରୋ ରେଜଲ୍ଟ ସ୍କୁଲ୍ ଓ କଲେଜ୍ ତାଲିକା। କମୁଛି ପାସ୍ ହାର। ସରକାର କହୁଛନ୍ତି ସିସିଟିଭି ଲାଗି ମାଟ୍ରିକ୍ ଓ ଯୁକ୍ତ ଦୁଇ ରେଜଲ୍ଟ କମିଲା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ କଲେଜ୍‌ରେ ଜିରୋ ରେଜଲ୍ଟ ହୋଇଛି ସେ କଲେଜରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବି ଏକ ଅଙ୍କରେ ସୀମିତ। ଜିରୋ ରେଜଲ୍ଟ ତାଲିକା ବଢିବା ପରେ ସରକାର ଏବେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତେବେ […]

  • Saturday, 17 July 2021
earphone
ହେଡ୍‌ଫୋନ ଲଗେଇ ଶୋଇପଡିଲେ ; କରେଣ୍ଟ ଲାଗି ଚାଲିଗଲା ମହିଳାଙ୍କ ଜୀବନ

ତାମିଲନାଡୁ : ଆପଣ ଅନେକ ସମୟରେ ଦେଖିଥିବେ କିଛି ଲୋକ ହେଡ୍‌ଫୋନ୍ ଲଗେଇ ଗୀତ ଶୁଣି ଶୋଇଯାଆନ୍ତି। ଏମିତି ଅଭ୍ୟାସ ଅନେକ ଲୋକଙ୍କର ଅଛି। ହେଲେ ଏହା ଯେ ବିପଦ ଜନକ ହୋଇପାରେ ଆପଣ କେବେ ଭାବିନଥିବେ। ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଜଣେ ମହିଳାଙ୍କ ଏହି ଭୁଲ୍‌ ପାଇଁ ତାଙ୍କ ଜୀବନ ଯାଇଛି। ୪୬ ବର୍ଷୀୟ ଏହି ମହିଳାଙ୍କର ଗୀତ ପ୍ରତି ଭାରି ସଉକ ଥିଲା। […]

  • Saturday, 17 July 2021
whatsapp
ହ୍ୱାଟ୍ସଆପ୍‌ର ନୂଆ ଫିଚର : ଆପ୍‌ ନଖୋଲି କରିପାରିବେ ଚାଟିଂ

ହ୍ୱାଟ୍ସଆପ୍‌ ଏବେ ଏକ ନୂଆ ଫିଚର ଆଣିଛି। ଯାହା ଦ୍ୱାରା ଆପ୍‌ ନଖୋଲି ମଧ୍ୟ ଚାଟ୍‌ କରିହେବ। ଫେସ୍‌ବୁକ୍‌ର ଏଫ୍‌୮ କନ୍‌ଫରେନ୍ସରେ ହ୍ୱାଟ୍ସଆପ୍‌ ନିଜର ୟୁଜର ମାନଙ୍କୁ ଏହି ନୂଆ ଫିଚର ବିଷୟରେ ସୂଚନା ଦେଇଛି। ହ୍ୱାଟ୍ସଆପ୍‌ର ସାରା ବିଶ୍ୱରେ ୧.୫ ବିଲିୟନରୁ ଅଧିକ ଆକ୍ଟିଭ୍‌ ୟୁଜର ଅଛନ୍ତି। ଆଗକୁ ହ୍ୱାଟ୍ସଆପ୍‌ ଆଣୁଥିବା ନୂଆ ଫିଚରରେ ଗ୍ରୁପ୍‌ ଭିଡ଼ିଓ କଲିଂ ଓ ଷ୍ଟିକର ଉପଲବ୍ଧ ହେବ। ହ୍ୱାଟ୍ସଆପ୍ ଏକ ନୂଆ ଡୋମେନ୍‌ ‘wa.me’ ଲଂଚ କରିଛି। ଯାହା […]

body
ମେଡିକାଲ କଲେଜକୁ ନିଜ ଶରୀର ଦାନ କଲେ ପ୍ରଶାସନିକ ଅଧିକାରୀ

ବ୍ରହ୍ମପୁର (ଅଶୋକ ବ୍ରହ୍ମା) : ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜକୁ ନିଜ ଶରୀର ଦାନ କଲେ ଜଣେ ପ୍ରଶାସନିକ ଅଧିକାରୀ। ମୃତ୍ୟୁ ପୂର୍ବରୁ ସେ କରିଥିବା ଘୋଷଣା ମୁତାବକ ତାଙ୍କ ପରିବାର ମୃତଦେହକୁ ଏମକେସିଜି ମେଡିକାଲ କଲେଜର ଆନାଟୋମି ବିଭାଗକୁ ଦାନ କରିଛନ୍ତି। ଶରୀର ଦାନ କରିଥିବା ମୃତକ ଜଣକ ହେଲେ ପୂର୍ବତନ ପ୍ରଶାସନିକ ଅଧକାରୀ ରାଧାବଲ୍ଲଭ ପଟ୍ଟନାୟକ। ଗତ ୨ ତାରିଖରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହାପୂର୍ବରୁ ସେ ଶରୀର ଦାନ ପାଇଁ […]

  • Saturday, 17 July 2021
naveen
ବିଜେପୁର ଦେଖିବାକୁ ଯାଉଛି ଆଉ ଏକ ଉପନିର୍ବାଚନ

ଭୁବନେଶ୍ୱର : ପୁଣି ରାଜନୀତିର ପଶାପାଲିରେ ବିଜେପୁର। ଗତକାଲି ଏହି ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ପରେ ସାରା ରାଜ୍ୟରେ ପୁଣି ବିଜେପୁରକୁ ନେଇ ଚର୍ଚ୍ଚା। ବଡ଼ ପ୍ରଶ୍ନ କାହିଁକି ହିଞ୍ଜିଳିକୁ ରଖି ବିଜେପୁରକୁ ଛାଡ଼ିଲେ ନବୀନ? କୁହାଯାଉଛି ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପିକୁ ଚେକ୍ ଦେବା ପାଇଁ ସୁଚିନ୍ତିତ ରଣନୀତି ହିସାବରେ ଏଠାରୁ ଲଢ଼ିଥିଲେ ନବୀନ। ୧୭ ପଂଚାୟତ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପି ବେଶ୍ ଭଳ ପ୍ରଦର୍ଶନ କରିଥିଲା। ତାକୁ ପ୍ରତିହତ […]

  • Saturday, 17 July 2021
fani 6
'ଫୋନି'କୁ କାଲି ପୁରିବ ମାସେ , ତଥାପି କ୍ଷତିଗ୍ରସ୍ତଙ୍କ ପାଖରେ ପହଞ୍ଚିନିି ସରକାରୀ ସହାୟତା

ଭୁବନେଶ୍ୱର/ କୋଣାର୍କ/ ବ୍ରହ୍ମଗିରି : ବାତ୍ୟା ଯିବାକୁ ମାସେ ବିତିଲାଣି, ହେଲେ ଏବେ ବି ନିଜ ଘରଡିହକୁ ଫେରିପାରିନାହାନ୍ତି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଅନ୍ତର୍ଗତ ବାମନାଳ ଗାଁର ସର୍ବେଶ୍ୱର ଭୋଇ। ମାଟିରେ ମିଶିଯାଇଥିବା ଚୁଲି, ଚାଳକୁ ପୁଣି ଠିଆ କରିବାର ସାମର୍ଥ୍ୟ ତ ନାହିଁ, ଆଶ୍ରୟ ସ୍ଥଳୀରୁ ଘରକୁ ଯିବେ ତ କେମିତି ଯିବେ। ଖାଲି ସର୍ବେଶ୍ୱର ନୁହନ୍ତି, ସର୍ବଗ୍ରାସୀ ବାତ୍ୟା ସବୁ ସ୍ୱପ୍ନ ସମ୍ଭାବନାକୁ ଉଜାଡ଼ି ଦେବା ପରଠୁ ଗାଁର ୮ରୁ ଅଧିକ ପରିବାର […]

  • Saturday, 17 July 2021
market
ରାତି ପାହିଲେ ସାବିତ୍ରୀ ବ୍ରତ : ଫଳ ଓ ଶାଢ଼ୀ ଦୋକାନରେ ପ୍ରବଳ ଭିଡ଼

ଭୁବନେଶ୍ୱର/କଟକ /ବାଲେଶ୍ୱର : ରାତି ପାହିଲେ ସାବିତ୍ରୀ ବ୍ରତ। ବିଶେଷ କରି ଫଳ ମାର୍କେଟ ଓ ଶାଢ଼ୀ ଦୋକାନରେ ଏଥିପାଇଁ ଲାଗିଛି ପ୍ରବଳ ଭିଡ଼।  ତେବେ ସାଧାରଣ ସମୟ ଠାରୁ ଏବେ ମାର୍କେଟରେ ଚଢ଼ା ରେଟ୍ ଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଫଳ ବଜାରରେ ମହଙ୍ଗା ମାଡ଼। ଆଗ ଅପେକ୍ଷା ଡବଲ୍, ଟ୍ରିପଲ୍ ହୋଇଛି ଫଳ ରେଟ୍। ରାଜଧାନୀରେ ସାବିତ୍ରୀ ବ୍ରତକୁ ନଜରରେ ରଖି ଭଳିକି ଭଳି ଆମ୍ବ, ଅଙ୍ଗୁର, କେନ୍ଦୁ, କଦଳୀ, ସେଓ, […]

  • Saturday, 17 July 2021
bihar
ଏକ ତରଫା ପ୍ରେମକୁ ମନା କରିବାରୁ ଯୁବତୀଙ୍କୁ ମାଡ଼

ବିହାର : ଏକ ତରଫା ପ୍ରେମକୁ ମନା କରିବାରୁ ଯୁବତୀଙ୍କୁ ମାଡ଼। ଗାଁର ଏକ ବିଜୁଳି ଖୁଣ୍ଟରେ ବାନ୍ଧି ମାଡ଼ ମାରିଲା ବିଫଳ ପ୍ରେମିକ। ଏହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଭିଡ଼ିଓରେ ଦେଖିବାକୁ ମିଳୁଛି ,କେମିତି ଯୁବତୀଙ୍କୁ ବନ୍ଧା ହୋଇଛି। ତା ପରେ ଅଭିଯୁକ୍ତ ଓ ତାର ସଂପର୍କୀୟମାନେ ତାଙ୍କୁ ମାଡ଼ ମାରୁଛନ୍ତି। ବିହାରର ପଶ୍ଚିମ ଚମ୍ପାରନ ବାଘା ଅଞ୍ଚଳରେ ଏହି ଘଟଣା ଘଟିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ପାଖରେ ବହୁ […]

  • Saturday, 17 July 2021
death zone
ଡେଥ ଜୋନ୍ ମାଉଣ୍ଟ ଏଭରେଷ୍ଟ ; ୬୦ ବର୍ଷରେ ପ୍ରାଣ ହରାଇଲେଣି ୩ଶହରୁ ଅଧିକ ପର୍ବତାରୋହୀ

ଭୁବନେଶ୍ୱର : ଏଭରେଷ୍ଟ ଶୃଙ୍ଗ ଯେ ଖାଲି ଦୁଃସାହସର ପ୍ରତୀକ ତାନୁହେଁ ଡେଥ୍ ଜୋନ୍ ଭାବେ ବି ପରିଚିତ। ଏଭରେଷ୍ଟ ଆରୋହଣରେ ଯାଇ ଗତ ୬୦ ବର୍ଷରେ ପ୍ରାଣ ହରାଇଲେଣି ୩ଶହରୁ ଅଧିକ ପର୍ବତାରୋହୀ। କେବଳ ଚଳିତ ସିଜିନ୍‌ରେ ଗଲାଣି ୧୧ରୁ ଅଧିକ ଜୀବନ। କେମିତି ରହିଛି ପାଦେ ପାଦେ ବିପଦ, ତାକୁ ନେଇ ଏହି ରିପୋର୍ଟ। ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗରେ ପାଦ ରଖିବାର ଦୁର୍ବାର ଇଚ୍ଛା। କିନ୍ତୁ ପାଦେ ପାଦେ ଭୟ, ପାଦେ ପାଦେ ମୃତ୍ୟୁର […]

  • Saturday, 17 July 2021
calling-1
ବିନା ସିମ୍‌ରେ ମୋବାଇଲ୍‌ କଲିଂ

ନୂଆଦିଲ୍ଲୀ : ବେଳେବେଳେ ଏମିତି ହୁଏ କୌଣସି ସ୍ଥାନରେ ମୋବାଇଲ୍‌ର ସିଗ୍‌ନାଲ୍‌ ବା ନେଟୱର୍କ କାମ କରେନି, ଫଳରେ ଆପଣ କାହା ସହ କଥାବାର୍ତ୍ତା ହୋଇପାରନ୍ତି ନାହିଁ। ବହୁତ ଅସୁବିଧାରେ ପଡିଯାଆନ୍ତି। ଜରୁରୀ କାର୍ଯ୍ୟ ଥିଲେ ଚିନ୍ତା ବଢିଯାଏ। ଏବେ ଏହାକୁ ନେଇ ଚିନ୍ତା କରନ୍ତୁ ନାହିଁ। ଏହାର ଏକ ସମାଧାନ ମିଳିଯାଇଛି। ଆପଣ ଘର ହେଉ ବା ଅଫିସ୍‌ ଯେଉଁଠି ଥିଲେ ବି ୱାଇ-ଫାଇ, ବ୍ରଡବ୍ୟାଣ୍ଡ ସହ କନେକ୍ଟ ହୋଇ ମୋବାଇଲ୍‌ ହେଉ ବା ଲ୍ୟାଣ୍ଡଲାଇନ୍‌ […]

pratap
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଜୀବନଶୈଳୀକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ) : ଅତି ଆପଣାର ମନେକରି କିଏ ତାଙ୍କୁ ଡାକେ ପ୍ରତାପ ନନା, ତ ପୁଣି କିଏ କହେ ସେ ଜଣେ ସନ୍ଥ ପୁରୁଷ। ଓଡ଼ିଶାର ମୋଦି ଭାବେ ଜଣାଶୁଣା ପ୍ରତାପ ଷଡ଼ଙ୍ଗୀଙ୍କୁ ଅସଲ ମୋଦି ବି ଦେଇଛନ୍ତି ପୁରସ୍କାର। କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି ବାଲେଶ୍ୱର ସାଂସଦ। ଯାହାଙ୍କ ଜୀବନଶୈଳୀକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ନୂଆଣିଆ ଚାଳ ଘର ହେଲେ କଣ ହେଲା, ଭିତରେ ଥରେ ଆଖି ବୁଲାଇ ଆଣିଲେ କେଉଁ ସାଧନାର ପୀଠଠୁ […]

  • Saturday, 17 July 2021
ହୃଦୟ ଜିଣିଲେ ଓଡ଼ିଶାର ମୋଦି

ଭୁବନେଶ୍ୱର : ପ୍ରତାପ ଷଡ଼ଙ୍ଗୀ ସୋଶାଲ ମିଡ଼ିଆରେ ଲୋକପ୍ରିୟ ସେତେବେଳେ ପାଲଟିଥିଲେ, ଯେତେବେଳେ ୨୦୧୯ ଲୋକସଭା ନିର୍ବାଚନ ଜିତିବା ପରେ ବ୍ୟାଗ୍‌ ପ୍ୟାକ୍‌ କରି ଦିଲ୍ଲୀ ବାହାରିବାର କିଛି ଫଟୋ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା। ପ୍ରତାପ ଷଡ଼ଙ୍ଗୀ ଉତ୍ସବର ମୁଖ୍ୟ ଆକର୍ଷଣ ସାଜିଥିଲେ ,ଗୁରୁବାର ଦିନ ରାଷ୍ଟ୍ରପତି ଭବନରେ ମୋଦି କ୍ୟାବିନେଟ୍‌ରେ ଶପଥ ଗ୍ରହଣ ସମୟରେ। ସେଠାରେ ଉପସ୍ଥିତ ସମସ୍ତ ଅତିଥି ଓ ସାଂସଦମାନେ ତାଙ୍କର ବ୍ୟକ୍ତିତ୍ୱରେ ଆତ୍ମବିଭୋର ହୋଇଯାଇଥିଲେ ଏବଂ କରତାଳି ଦେଇ ସ୍ୱାଗତ […]

  • Saturday, 17 July 2021