• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

5
ଏଥର ଶୀତଳଷଷ୍ଠୀରେ ବାହାରିବ ଜଳହସ୍ତୀ

ସମ୍ବଲପୁର (ସଞ୍ଜୟ ଜେନା): କୁହାଯାଏ ଶୀତଳଷଷ୍ଠୀ ନ ଆସିଲା ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମର ପ୍ରଭାବ କମେ ନାହିଁ। ସେଇଥି ପାଇଁ ସମସ୍ତେ ସ୍ଥାନୀୟ ଅଞ୍ଚଳର ଏହି ପ୍ରସିଦ୍ଧ ଗଣପର୍ବକୁ ଅପେକ୍ଷା କରିଥାଆନ୍ତି। ଆଉ ଦିନ କେଇଟା ଗଲେ ଚଳିତ ବର୍ଷର ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେଉଥିବା ବେଳେ ଏହାକୁ ନେଇ ସମ୍ବଲପୁରରା ଚାଲିଛି ଜୋର୍‌ଦାର୍‌ ପ୍ରସ୍ତୁତି। ସମ୍ବଲପୁର ସହର ଏଥିପାଇଁ ଚଳଚଞ୍ଚଳ ହଇପଡ଼ିଛି। ନିଜ ନିଜ ପଡ଼ାର ଯାତ୍ରା କିପରି ଯାକଜମକରେ ପାଳନ କରାଯିବ ସେନେଇ […]

  • Wednesday, 21 July 2021
ratan
ଭୋଟ୍‌ ଗଣନା ଶୁଣି ହୃଦ୍‌ଘାତରେ ପ୍ରାଣ ହରାଇଲେ କଂଗ୍ରେସ ନେତା

ଭୋପାଲ: ଏକ ଦୁଃଖଦ ଘଟଣାରେ ମଧ୍ୟପ୍ରଦେଶର ଏକ ଭୋଟ୍‌ ଗଣତି କେନ୍ଦ୍ରରେ ହିଁ ଜଣେ କଂଗ୍ରେସ ନେତା ପ୍ରାଣ ହରାଇଛନ୍ତି। ହୃଦ୍‌ଘାତ କାରଣରୁ ହିଁ ସେ ପ୍ରାଣ ହରାଇଥିବା ଜଣାପଡ଼ିଛି। ତାଙ୍କ ନାମ ରତନ ସିଂହ ଏବଂ ସେ ସେହୋର ଜିଲ୍ଲାର ବୋଲି ଜଣାପଡ଼ିଛି। ସେ ଭୋଟ୍‌ ଗଣତି କେନ୍ଦ୍ରରେ କିଏ କେତେ ଆଗୁଆ ରହିଲେ, ସେନେଇ ସେ ତଥ୍ୟ ସଂଗ୍ରହ କରୁଥିଲେ। ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେବା ସହ ସେ ସେଠାରେ ହିଁ ଟଳିପଡ଼ିଥିଲେ। […]

ty
ବାପ ପଛରେ, ପୁଅ ଆଗରେ

ଭୁବନେଶ୍ୱର: ଆଜି ଯେଉଁ ବାପ-ପୁଅଙ୍କ ଫଳାଫଳ ଆସିବାକୁ ଅଛି, ସେମାନଙ୍କ ମଧ୍ୟରେ ବିଜେପି ନେତା ଦାମୋଦର ରାଉତ ଓ ତାଙ୍କ ପୁଅ ସମ୍ବିତ ରାଉତରାୟ ଅଛନ୍ତି। ଗଣତି ଚାଲିଥିବା ବେଳେ କେଉଁ ଆସନରେ କିଏ ଆଗୁଆ ରହିଛନ୍ତି, ସେ ନେଇ ବରାବର ଖବର ଆସୁଛି। ଦାମ ଏଥର ବାଲିକୁଦା-ଏରସମା ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିବା ବେଳେ ସେ ପଛରେ ଥିବା ଜଣାପଡ଼ିଛି। ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସ ଏହି ଆସନରେ ଆଗରେ ଚାଲିଛନ୍ତି। ଅନ୍ୟପକ୍ଷରେ ବିଜେଡିରୁ ପ୍ରାର୍ଥୀ […]

77
ଈଶ୍ୱରଙ୍କ ଶରଣରେ ରାଜନେତା, କିଏ ଯଜ୍ଞ କରୁଛନ୍ତି ତ କିଏ ମାଗୁଛନ୍ତି ଆଶୀର୍ବାଦ

ନୂଆଦିଲ୍ଲୀ : କାହା ଭାଗ୍ୟରେ କ’ଣ ଅଛି, କିଏ କହିବ? ସବୁ ଭଗବାନଙ୍କ ହାତରେ। ଏମିତି କିଛି କଥା ଆମ ରାଜନେତାଙ୍କ ମୁହଁରୁ ଏବେ ଶୁଣିବାକୁ ମିଳୁଛି। କାରଣ ଦୀର୍ଘ ସମୟ ଧରି କସରତ୍‌ କରିବା ପରେ ଆଜି ବାହାରୁଛି ଫଳ । କାହା ପେଡିରେ ବିଜୟ ଆଉ କାହା ପେଡିରେ ପରାଜୟ ଥିବ କିଏ ଜାଣିଛି ? ଏଣୁ ଭଗବାନଙ୍କ ଶରଣାପନ୍ନ ହେବାକୁ ରାଜନେତାମାନେ ଏବେ ଠିକ୍‌ ମଣୁଛନ୍ତି କହିବା ଠିକ୍‌ ହେବ। ନିକଟରେ ବିଜେପି […]

kn
କହ୍ନେୟା ପଛରେ, ଆଗରେ ଗିରିରାଜ

ବେଗୁସରାଇ: ଚଳିତ ସାଧାରଣ ନିର୍ବାଚନରେ ବାମପନ୍ଥୀଙ୍କର ବହୁ ଚର୍ଚ୍ଚିତ ପ୍ରାର୍ଥୀ କୁହାଯାଉଥିବା ପୂର୍ବତନ ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଭୋଟ୍‌ ଗଣତିରେ ପଛରେ ପଡ଼ିଯାଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବହୁ ବିବାଦୀୟ ବିଜେପି ନେତା ଗିରିରାଜ ସିଂହ ତାଙ୍କଠାରୁ ୨ ଗୁଣରୁ ଊର୍ଦ୍ଧ୍ୱ ଭୋଟ୍‌ରେ ଆଗୁଆ ଅଛନ୍ତି। ଏହି ଆସନରେ ଗିରିରାଜ ଏବଂ କହ୍ନେୟାଙ୍କ ବ୍ୟତୀତ ଆରଜେଡି ପ୍ରାର୍ଥୀ ତନବୀର ହାସନ୍‌ ମଧ୍ୟ ଅଛନ୍ତି। ନିର୍ବାଚନ ପୂର୍ବରୁ ସିପିଆଇ ସହ ଆରଜେଡିର ମେଣ୍ଟ […]

22-2
ଶାଗମାଛ ଦରରେ ବିକ୍ରି ହେଉଛି ଲେମନ୍‌ ଗ୍ରାସ୍‌ ଅଏଲ୍‌

କୋରାପୁଟ (ଗୋବିନ୍ଦରାଜ ସୁବୁଦ୍ଧି): ଲେମନ୍ ଗ୍ରାସ୍ ତେଲ। କସ୍‌ମେଟିକ୍‌ ଉତ୍ପାଦଠାରୁ ଆରମ୍ଭ କରି ବିଭିନ୍ନ ଔଷଧରେ ଏହାକୁ ବ୍ୟବହାର କରାଯାଏ। କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି ବିରଳ ପ୍ରଜାତିର ଘାସ ଚାଷ ପାଇଁ ଜଳବାୟୁ ସୁହାଇଥାଏ। ତେଣୁ ଏଠାକାର ଚାଷୀ ହଜାର ହଜାର ଏକର ଜମିରେ ଲେମନ ଗ୍ରାସ ଚାଷ କରି ଆସୁଛନ୍ତି। ଲେମନ ଗ୍ରାସ୍‌ର ସ୍ୱତନ୍ତ୍ର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ରହିଛି। ହେଲେ ଏଠାରେ ଲେମନଗ୍ରାସର ଅଭାବି ବିକ୍ରି ଦେଖାଦେଇଛି। ଏହାର […]

  • Wednesday, 21 July 2021
dutee-chand
ଦୂତିଙ୍କ ସମଲିଙ୍ଗୀ ବିବାହ ନିଷ୍ପତ୍ତିକୁ ପରିବାର ଲୋକଙ୍କ ବିରୋଧ, ଆଣିଲେ ଷଡ଼ଯନ୍ତ୍ର ଅଭିଯୋଗ

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଧାବିକା ଦୂତି ଚାନ୍ଦ। ଏଥର କିନ୍ତୁ ଶରୀରରେ ଅଧିକ ପୁରୁଷ ହରମୋନ୍ କି ପଦକ ଜିଣିବାକୁ ନେଇ ନୁହେଁ, ବରଂ ସମଲିଙ୍ଗୀ ସମ୍ପର୍କକୁ ନେଇ ଦୂତି ଚାନ୍ଦ ଏବେ ଚର୍ଚ୍ଚାରେ ରହିଛନ୍ତି। ନିଜ ଗାଁର ଜଣେ ବାଲ୍ୟ ବାନ୍ଧବୀଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିବା କଥା ଖୋଦ୍ ଦୂତି ସ୍ୱୀକାର କରିବା ପରେ ତାକୁ ନେଇ ଚର୍ଚ୍ଚା ଜୋରଦାର ଚାଲିଛି। କେବେ ବାହାଘର, ସେ କଥା ସ୍ପଷ୍ଟ କରିନଥିଲେ ବି ୨୦୨୦ ଅଲିମ୍ପିକ୍ସ ପରେ ଏହା […]

  • Wednesday, 21 July 2021
o
ନରଣପୁରରେ ଠିଆ ହୋଇଛି ଗଛ ଉପରେ ଘର

କେନ୍ଦୁଝର: ଇଣ୍ଟରନେଟ୍‌ରେ ସର୍ଚ୍ଚ କରିବା ବେଳେ କାଁ ଭାଁ ଆପଣ “ଗଛ ଘର” ବା “Tree House’’ ଦେଖିଥିବେ। ହେଲେ ଏଥର ଆପଣ ଏମିତି କିଛି ରୋମାଞ୍ଚକ ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିପାରିବେ। ଅତି ପାଖରୁ। ଏହି ବିଦେଶୀ ସଉକ ଏବେ ଆମ କେନ୍ଦୁଝର ମାଟିରେ ଠିଆ ହୋଇଛି। କେନ୍ଦୁଝର ନରଣପୁରରେ ‘ଟ୍ରି ହାଉସ୍‌’ ଏବେ ଚର୍ଚ୍ଚାରେ। ଗଛ ଉପରେ ଘର କରିଛନ୍ତି ଯୁବ ବ୍ୟବସାୟୀ ବିଶ୍ୱରଞ୍ଜନ ସାମଲ। ନିଜ ଜାଗାରେ ସୁନ୍ଦର ଟ୍ରି ହାଉସ […]

bahalanga
‘ଫୋନି’ ଦୋହଲାଇ ଦେଲା ବଳଙ୍ଗାର ମାନଚିତ୍ର

ପୁରୀ: ‘ଫୋନ‘ କୋପରେ ସମଗ୍ର ପୁରୀ ଜିଲ୍ଲା ଛାରଖାର ହୋଇଯାଇଛି। ଜିଲ୍ଲାର ଅନ୍ୟ ଅଞ୍ଚଳ ଭଳି ବଳଙ୍ଗାରେ ବି ଧ୍ୱଂସର ତାଣ୍ଡବ ରଚିଛି ‘ଫୋନି’। ମହା ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ପରେ ସମ୍ପୂର୍ଣ୍ଣ ବଦଳି ଯାଇଛି ବଳଙ୍ଗା ଅଞ୍ଚଳର ମାନଚିତ୍ର। ପବନ ମାଡ଼ରେ ଖାଲି ଯେ ଲୋକଙ୍କ ଘରଦ୍ୱାର ଭାଙ୍ଗିଛି ତା ନୁହେଁ, ବରଂ ଉକ୍ତ ଅଞ୍ଚଳର ସ୍କୁଲ, କଲେଜ, ଡାକ୍ତରଖାନା ଭଳି ସମସ୍ତ ଭିତ୍ତିଭୂମି ମାଟିରେ ମିଶିଯାଇଛି। ବଳଙ୍ଗାରେ ‘ଫୋନି’ ଯେଭଳି କ୍ଷତ ସୃଷ୍ଟି କରିଛି ତାହା ପୂରଣ ହେବାକୁ […]

  • Wednesday, 21 July 2021
bridge
୬ ମାସ ପରେ ସରିବ ଡେଡ୍‌ ଲାଇନ୍, ଚିର୍ମା ବ୍ରିଜ୍‌ର ପିଲର ଉଠିଲାନି: ହତାଶ ହେଲେ ୪୦ ଗାଁର ଲୋକେ

ନବରଙ୍ଗପୁର(ନବଘନ ବିଷୋୟୀ): କଚ୍ଛପ ଗତିରେ ଚାଲିଛି ଇନ୍ଦ୍ରାବତୀ ନଦୀରେ ଚିର୍ମା ବ୍ରିଜ୍ ନିର୍ମାଣ। ଫଳରେ ଗମନାଗମନ ପାଇଁ ପ୍ରତିଦିନ କାଠ ଧଡ଼ାରେ ଯିବାଆସିବା କରୁଛନ୍ତି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଓ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ଲୋକେ । ୨୦୧୬ ମସିହାରୁ କାମ ଆରମ୍ଭ ହୋଇଥିଲେ ବି ୩ ବର୍ଷ ମଧ୍ୟରେ ବ୍ରିଜର ପିଲାର୍ ବି ଉଠିନି । ସେପଟେ ଡେଡ୍-ଲାଇନ୍ ସରିବାକୁ ଅଛି ଆଉ ମାତ୍ର ୬ ମାସ। ହେଲେ କେବେ ବ୍ରିଜ୍ କାମ […]

  • Wednesday, 21 July 2021
file photo
ଫୋନି ଉଜାଡ଼ି ଦେଲା କୁମ୍ଭକାର ସଂସାର: ଏବେ ମହାପ୍ରସାଦ ପାଇଁ କିଏ ଦେବ କୁଡ଼ୁଆ

ପୁରୀ( ମଧୁସୂଦନ ମିଶ୍ର) : ପୁରୀକୁ ଖିନଭିନ୍ କରିଦେଇଛି ବାତ୍ୟା ଫୋନି । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଏହି ଜିଲ୍ଲା। ପୁରୀ ସହରର କାଁ ଭା ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଆସିଥିଲେ ବି ମୋଟାମୋଟି ସଂଧ୍ୟା ହେବା ମାତ୍ରେ ସହର ଅନ୍ଧାରରେ ବୁଡ଼ି ଯାଉଛି।  ଗାଁ କଥା ନ କହିଲେ ଭଲ।  ଘରର ଅଳିଆ ଗଦା ଭିତରେ ହଜି ଯାଇଥିବା ଡିବିରି ଓ ଲଣ୍ଠନ ଏବେ ପାଲଟିଛି ଏକମାତ୍ର ସାହାରା । ବିଜୁଳି ଆଲୁଅରେ […]

  • Wednesday, 21 July 2021
ko
ଏସି ବନ୍ଦ, ଯୁକ୍ତ ୨ ଖାତା ଦେଖା ବି ବନ୍ଦ !

ଭୁବନେଶ୍ୱର:  ମୂଲ୍ୟାୟନ କେନ୍ଦ୍ରରେ ଏସି ବନ୍ଦ ହେବାରୁ ଯୁକ୍ତ ଦୁଇ ଖାତାଦେଖା ବନ୍ଦ ହୋଇଯାଇଛି। ଖାତାଦେଖା ଛାଡି ଧାରଣାରେ ବସିଲେ ପ୍ରାୟ ଦେଢଶହରୁ ଉର୍ଦ୍ଧ୍ୱ ଅଧ୍ୟାପକ ଓ ଅଧ୍ୟାପିକା । ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆଜି ଦେଖାଦେଇଛି ଏମିତି ଅବ୍ୟବସ୍ଥା। +୨, କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ଖାତା ମୂଲ୍ୟାୟନ ବନ୍ଦ କରି ଆନ୍ଦୋଳନରେ ବସିଛନ୍ତି ଅଧ୍ୟାପକ ଓ ଅଧ୍ୟାପିକା। କଲେଜ ଅଧ୍ୟକ୍ଷା ଏସି ରିମୋଟ ନେଇ ଚାଲି ଯିବାରୁ ସମସ୍ତେ ଖାତା ଦେଖା ବନ୍ଦ […]

ab
ଓଡ଼ିଶାକୁ ବଲିଉଡ୍‌ରୁ ଆସିବ ସହାୟତା ରାଶି

ମୁମ୍ବାଇ: ବାତ୍ୟା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢ଼େଇଛନ୍ତି ବଲିଉଡ ସେଲିବ୍ରିଟି । ବାତ୍ୟା ପ୍ରପିଡ଼ୀତଙ୍କ ପାଇଁ ଅର୍ଥ ରାଶୀ ଯୋଗାଡ଼ କରିବାକୁ ଫ୍ୟାନକୁ ନିବେଦନ କରିଛନ୍ତି ଅଭିଷେକ ବଚ୍ଚନ। ଜୁନିୟର ବଚ୍ଚନ ନିଜ ଟୁଇଟର୍‌ ପେଜରେ ଏନେଇ ଉଲ୍ଲେଖ କରିଛନ୍ତି। ଫୋନି ବାତ୍ୟା ପ୍ରଭାବରେ ଓଡ଼ିଶାରେ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଛି । ତେଣୁ ଯଥାସମ୍ଭବ ଚେଷ୍ଟା କରିବାକୁ ଅଭିଷେକ ନିବେଦନ କରିଛନ୍ତି।  ସେହିପରି ବଲିଉଡ ଡିଭା ମାଧୁରୀ ଦିକ୍ଷୀତ ମଧ୍ୟ ଟୁଇଟ୍‌ କରି ବାତ୍ୟା […]

police
ହାତରେ ଥାଳି ଧରି ବାତ୍ୟା ବିପନ୍ନଙ୍କ ପାଇଁ ସାହାଯ୍ୟ ମାଗିଲେ ଏସ୍‌ପି

ପାରଳାଖେମୁଣ୍ଡି: ବାତ୍ୟା ‘ଫୋନି’ ତାଣ୍ଡବ ରଚିବାର ୬ ଦିନ ବିତିଗଲାଣି। ହେଲେ ବିପନ୍ନଙ୍କ କଷ୍ଟ ଟିକିଏ ଲାଘବ ହୋଇନାହିଁ । କେଉଁଠି କିଟିକିଟି ଅନ୍ଧାରରେ ଲୋକେ ରାତି କାଟୁଛନ୍ତି ତ ପୁଣି କେଉଁଟି ବୁନ୍ଦେ ପାଣି ପାଇଁ ହାହାକାର। ଏଭଳି ସ୍ଥିତିରେ ଗଜପତି ଏସ୍‌ପି ଏକ ନିଆରା ଢଙ୍ଗରେ ବାତ୍ୟା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି। ହାତରେ ଥାଳି ଧରି ବୁଲି ବୁଲି ବାତ୍ୟା ବିପନ୍ନଙ୍କ ପାଇଁ ଲୋକଙ୍କୁ ସହାଯ୍ୟ ମାଗୁଛନ୍ତି ଗଜପତି ଏସ୍‌ପି ସାରା […]

  • Wednesday, 21 July 2021
cyclone fani
ବାତ୍ୟା ବିପନ୍ନଙ୍କ ପାଇଁ ଏମାନେ ଦେବଦୂତ

ଭୁବନେଶ୍ୱର: ସର୍ବସ୍ୱ ଲୁଟି ନେଇଛି ଫୋନି । ଘରେ ନା ଅଛି ପାଣି, ନା ଅଛି ଜିନିଷ । ନିଜେ ରାନ୍ଧି ଖାଇବା ସ୍ଥିତିରେ ନାହାନ୍ତି ବାତ୍ୟା ବିପନ୍ନ। ରାନ୍ଧିବେ କେଉଁଠି? ଚାଳ, ଚୁଲି ସବୁ ଏକାକାର । କେବଳ ଗାଁ ନୁହେଁ, ପାଣି ଓ ବିଜୁଳି ଅଭାବରୁ ସହରରେ ବି ସମାନ ଅବସ୍ଥା । ସରକାରଙ୍କ ପକ୍ଷରୁ ଦିଆ ଯାଉଥିବା ରିଲିଫ୍ ସାମଗ୍ରୀ ବି ସମୁଦ୍ରକୁ ଶଙ୍ଖେ ଭଳି।  ଏଭଳି ବିପଦ ସମୟରେ କିଛି ଦେବଦୂତ […]

  • Wednesday, 21 July 2021
fani
ଧୈର୍ଯ୍ୟର ସହ ବିପତ୍ତିକୁ ସାମ୍ନା କରନ୍ତୁ, ସତର୍କ ରୁହନ୍ତୁ...

ଭୁବନେଶ୍ୱର: ଅଣ୍ଟା ଭାଙ୍ଗି ଦେଇଛି ‘ଫୋନି’ । ଆଖି ସାମ୍ନାରେ ଭାସି ଯାଉଛି ପୃଥିବୀର ଏକ ବିଦୀର୍ଣ୍ଣ ଚେହେରା। ଉଜୁଡ଼ି ଯାଇଛି ଘର, ଉପୁଡି ଯାଇଛି ଗଛ। ହଜି ଯାଇଛି ମଣିଷ ମୁହଁରୁ ହସ। ସବୁକିଛି ଧ୍ୱଂସ କରି ଦେଇଛି ପ୍ରକୃତିର ଏହି ତାଣ୍ଡବ। ଆମକୁ ଏସବୁକୁ ସାମ୍ନା କରିବାକୁ ପଡ଼ିବ। ଅଣ୍ଟା ସଳଖି ପୁଣି ଠିଆ ହେବାକୁ ପଡ଼ିବ। ଏପରି ବିପତ୍ତିକୁ ସାମ୍ନା କରିବା ପାଇଁ ସବୁଠାରୁ ବଡ ଶକ୍ତି ହେଲା ଧୈର୍ଯ୍ୟ, ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର […]

  • Wednesday, 21 July 2021
akshaya-tritiya-....
ଅକ୍ଷୟ ତୃତୀୟାରେ ଦାନ କରନ୍ତୁ, ପୁଣ୍ୟ ଜନ୍ମ ଜନ୍ମାନ୍ତର ପାଇଁ ସାଇତି ରଖନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୈଶାଖ ଶୁକ୍ଳପକ୍ଷ ତୃତୀୟା ତିଥିରେ ପଡେ ଅକ୍ଷୟ ତୃତୀୟା। ଅକ୍ଷୟର ଅର୍ଥ ଯାହା କ୍ଷୟ ହୁଏ ନାହିଁ। ହିନ୍ଦୁ ଶାସ୍ତ୍ର ଅନୁସାରେ ଏକ ପବିତ୍ର ଦିନ। ଏହି ଦିନ ସୂର୍ଯ୍ୟ ଏବଂ ଚନ୍ଦ୍ର ଉଭୟ ଉଚ୍ଚ ରାଶିରେ ଅବସ୍ଥାପିତ କରନ୍ତି। ତେଣୁ ପ୍ରତ୍ୟେକ ଶୁଭ କାମର ଅନୁକୂଳ ଏହି ଦିନ କରାଗଲେ ତାହା ଦୀର୍ଘସ୍ଥାୟୀ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ପବିତ୍ର ରଥଯାତ୍ରା ପାଇଁ ଏହିଦିନ ରଥକାଠ ଅନୁକୂଳ କରାଯାଏ। ଶାସ୍ତ୍ର ଅନୁସାରେ, ସତ୍ୟ […]

  • Wednesday, 21 July 2021
gadi-6..
କ୍ଷୁଦ୍ର ବ୍ୟବସାୟୀଙ୍କ ପେଟରେ ଲାତ ମାରିଲା ‘ଫୋନି’  

ଭୁବନେଶ୍ୱର:  ହଜାର ହଜାର କ୍ଷୁଦ୍ର ବ୍ୟବସାୟୀଙ୍କ ପେଟପାଟଣା ଉପରେ ବି ଲାତ ମାରିଛି  ଫୋନି । ବ୍ୟବସାୟ ଠପ୍‌ ହୋଇଯାଇଥିବା ବେଳେ ଘରଦ୍ୱାର କିପରି ସମ୍ଭାଳିବେ ସେ ଚିନ୍ତା ଘାରିଛି। ବାତ୍ୟାରେ କାହାର ଦୋକାନ ଘର ଭାଙ୍ଗିଯାଇଛି, ତ ଆଉ କାହାର ଛପର ଉଡ଼ିଯାଇଛି। ନଷ୍ଟ ହୋଇଯାଇଛି ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ସାମଗ୍ରୀ। ଏବେ ବିଜୁଳି ଓ ପାଣି ଅଭାବରୁ ବି ଅନେକ ବ୍ୟବସାୟ ପୁଣି ଥରେ ଆରମ୍ଭ କରିବାକୁ ଚାହୁଁଥିଲେ ବି ନିରୂପାୟ । […]

  • Wednesday, 21 July 2021
pack-2.
‘ଫୋନି’ର କୋପ: ଧ୍ୱଂସାବଶେଷ ତଳୁ ଖୋଜା ଚାଲିଛି ବଞ୍ଚିବାର ରାହା

ବ୍ରହ୍ମଗିରି: ‘ଫୋନି’ର ଲ୍ୟାଣ୍ଡଫଲ୍‌ ପରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ପୁରୀ ଜିଲା ବାସିନ୍ଦା। ବାତ୍ୟା, ବିଭୀଷିକା ଆଉ ତା ପରର ଦୁର୍ଦ୍ଦଶା ଜିଲାବାସୀଙ୍କୁ ସମ୍ପୂର୍ଣ୍ଣ ରୂପେ ଦୋହଲାଇ ଦେଇଛି। ଏହି ଜିଲ୍ଲା ଅଧୀନ ବ୍ରହ୍ମଗିରି ବ୍ଲକର ରେବଣାନୂଆଗାଁ, ତଳମାଳ ଓ ଆଳିଆପୁଟ ବାତ୍ୟାର କୋପରେ ହୋଇଛି ସମ୍ପୂର୍ଣ୍ଣ ଧରାଶାୟୀ। ପ୍ରଳୟଙ୍କରୀ ବାତ୍ୟା ଉଡ଼ାଇନେଇଛି ଭବିଷ୍ୟତ। ଅନ୍ଧକାର ଭିତରକୁ ଠେଲି ଦେଇଛି ଜୀବନ। ମାଟିରେ ମିଶିଯାଇଛି ଚାଳ, ଚୁଲି, ଉଜୁଡିଯାଇଛି ଚାଷ, ବାସ। କାଳରୂପୀ ବାତ୍ୟା ଫୋନିରେ […]

  • Wednesday, 21 July 2021
rail
‘ଫୋନି’ ଯୋଗୁ ଟ୍ରେନ୍‌ ଓ ବିମାନସେବା ପ୍ରଭାବିତ

ଭୁବନେଶ୍ୱର: ବାତ୍ୟା ‘ଫୋନି’ ଯୋଗୁ ଟ୍ରେନ୍‌ ଓ ବିମାନସେବା ପ୍ରଭାବିତ ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ କ୍ଷତିଗ୍ରସ୍ତ ଟ୍ରାକ୍ ସଜାଡ଼ି ଭାଇଜାଗ୍-ଭଦ୍ରକ ରୁଟ୍‌ରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବାକୁ ଉଦ୍ୟମ ଚାଲିଛି। ଅନ୍ୟପକ୍ଷେ, ରନ୍‌ୱେ ସଫା କରାଯିବା ସହ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍ ଟାଓ୍ୱାର ମରାମତି ହେବା ପରେ ଧୀରେ ଧୀରେ ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ଉଡ଼ାଣ ସ୍ୱାଭାବିକ ହେଉଛି। ସେହିପରି ‘ଫୋନି’ ଯୋଗୁ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଟ୍ରେନ୍ ସେବା ଠପ୍ ହୋଇଥିବା ବେଳେ ଭୁବନେଶ୍ୱରରୁ […]

  • Wednesday, 21 July 2021
8
ପାଖେଇ ଆସୁଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ଲାଗିଛି ଘମାଘୋଟ ଲଢ଼େଇ

ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଏବେ ତିନି ପ୍ରମୁଖ ରାଜନୈତିକ ଦଳ ଜୋରଦାର ପ୍ରଚାର ଚଳାଇଛନ୍ତି। ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଆସି ୩ଟି ସ୍ଥାନରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ନବୀନ ପଟ୍ଟନାୟକଙ୍କୁ ସିଧା ଟାର୍ଗେଟ୍ କରିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ମାରାଥନ ପ୍ରଚାର କରିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଂଜରୁ ପ୍ରଚାର ଆରମ୍ଭ କରି ଜଗତସିଂହପୁରରେ ସାରିଛନ୍ତି। ସେହିପରି କଂଗ୍ରେସ୍ ପାଇଁ ଆଜି […]

  • Wednesday, 21 July 2021
7
ଓଡ଼ିଶାରେ ବାବୁମାନେ ଶାସନ ଚଳାଉଛନ୍ତି: ଶାହ

ଭୁବନେଶ୍ୱର: ଓଡ଼ିଶାରେ ନବୀନ ପଟ୍ଟନାୟକ ଶାସନ ଚଳାଉ ନାହାନ୍ତି। ଏଠାରେ ତଥାକଥିତ ବାବୁ ମାନେ ହିଁ ଶାସନ ଚଳାଉଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସଠିକ୍ ତଥ୍ୟ ପହଞ୍ଚୁନାହିଁ। ଏଭଳି ସ୍ଥିତିରେ ରାଜ୍ୟରେ ଦୁର୍ନୀତିର ସ୍ତର ଚରମ ସୀମାରେ ପହଞ୍ଚି ସାରିଲାଣି। ଏଭଳି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମୀତ ଶାହ। ଓଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଶାହ କହିଛନ୍ତି, ଏଠି ଓଡ଼ିଶାରେ ଲୋକତାନ୍ତ୍ରିକ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ନିର୍ବାଚିତ ପ୍ରତିନିଧିମାନଙ୍କୁ କୋଣଠେସା କରି ବାବୁମାନେ […]

  • Wednesday, 21 July 2021
2
ଛିଣ୍ଡୁନି ହାର୍‌ଜିତ୍‌ର ଅଙ୍କ କଷା

ଭୁବନେଶ୍ୱର( ହରିହର ଚାନ୍ଦ/ ଅର୍ଚ୍ଚନା ଶତପଥୀ): ବହୁ ପ୍ରଚାର, ଗଣ୍ଡଗୋଳ, ମାର୍‌ପିଟ୍ ଓ ବୋମାମାଡ଼ ଶେଷରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ହେଭିୱେଟ୍‌ ନେତାମାନଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଥିବା ବେଳେ କିଏ ଜିତିବ କେତୋଟି ଆସନ ଆଉ କାହାର ବଢ଼ିବ ୱେଟ୍‌ ଏହାକୁ ନେଇ ଚାଲିଛି ଅଙ୍କ କଷା। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ଭିତରେ ଆକଳନ ଚଳାଇଛନ୍ତି। ତୃତୀୟ ପର୍ଯ୍ୟାୟରେ ୬ ଲୋକସଭା  ଓ ଏଥି ଅନ୍ତର୍ଗତ […]

  • Wednesday, 21 July 2021
medical
ମେଡିକାଲରେ ଦୟନୀୟ ଅବସ୍ଥାରେ ଚାଲିଛି ଚିକିତ୍ସା

କେନ୍ଦୁଝର (ପ୍ରଣୟ କୁମାର ପାଣି)/କରଞ୍ଜିଆ (ସତ୍ୟବ୍ରତ ବେହେରା) : କରଞ୍ଜିଆ ମେଡିକାଲରେ ଦୟନୀୟ ଅବସ୍ଥାରେ ଚାଲିଛି ଚିକିତ୍ସା। ବାରଣ୍ଡାରେ ପ୍ରସୂତୀ ଓ ନବ ଜାତ ପଡ଼ିରହିଥିବାବେଳେ ଦୟନୀୟ ଅବସ୍ଥାରେ ଶୋଇଛନ୍ତି ମାଆ ଓ ଶିଶୁ। ବର୍ଷେ ତଳେ ଏହି ମେଡିକାଲରେ ୧୦ କୋଟି ଟଙ୍କା ବ୍ୟୟରେ ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ହୋଇଛି। ଗତ ଫେବୃଆରୀରେ ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନ କରିଥିଲେ। ହେଲେ ବିଡ଼ମ୍ବନା, ଆଜିଯାଏ ଏଠାରେ ଆବଶ୍ୟକ କର୍ମଚାରୀ […]

  • Tuesday, 20 July 2021
health
କାହା ସ୍ୱାର୍ଥରେ ମେଡିକାଲ ?

କୁଚିଣ୍ଡା(ଦେବେନ୍ଦ୍ର ବେହେରା)/ସୋର(ଶଶୀକାନ୍ତ ବେହେରା): ସାଧାରଣ ଲୋକଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ ସରକାର କେତେ କଣ ଯୋଜନା କରୁଛନ୍ତି। ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ଏହା ସତ୍ତ୍ୱେ ମଧ୍ୟ ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ ହୋଇପାରୁ ନାହିଁ। ଯାହାଫଳରେ ରୋଗୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ବାଲେଶ୍ୱର ଓ ସମ୍ବଲପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ପ୍ରତିଷ୍ଠା ହୋଇଥିଲା […]

  • Tuesday, 20 July 2021