କାବୁଲ: ଆଫଗାନିସ୍ତାନ ଘୋରର ପଶ୍ଚିମ ପ୍ରାନ୍ତରେ ରବିବାର ଏକ ଆତ୍ମଘାତୀ କାର ବିସ୍ଫୋରଣରେ ୧୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିରେ ୧୨୦ ଲୋକ ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ଘୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ଚିକିତ୍ସା କରୁଥିବା ଡାକ୍ତର ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ଗୃହ ମନ୍ତ୍ରାଳୟର କହିବା ଅନୁଯାୟୀ, ଏହି ଆତ୍ମଘାତୀ ଆକ୍ରମଣ ପ୍ରାନ୍ତୀୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପ୍ରବେଶ ଦ୍ୱାରରେ ହୋଇଥିଲା। ଏହି ଆକ୍ରମଣ ପାଇଁ କେହି ନିଜକୁ […]
ଇସଲାମାବାଦ: ପାକିସ୍ତାନର ପପୁଲାର୍ ଟିକ୍ଟକ୍ ଷ୍ଟାର୍ ଜନ୍ନତ ମିର୍ଜା ପାକିସ୍ତାନ ଛାଡ଼ି ଜାପାନ ଶିଫ୍ଟ ହୋଇଯାଇଛନ୍ତି। ଦେଶ ଛାଡ଼ି ଯିବା ନିଷ୍ପତ୍ତିକୁ ନେଇ ତାଙ୍କର ଫ୍ୟାନ୍ସମାନେ ଅଧିକ ଚିନ୍ତିତ ହୋଇପଡ଼ିଛନ୍ତି। ସେ ଜାପାନରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି। ଯେତେବେଳେ ପାକିସ୍ତାନରେ ଟିକ୍ଟକ୍ ବ୍ୟାନ୍ ହେଲା ସେତେବେଳେ ଜନ୍ନତ ଜାପାନରେ ଥିଲେ। ଏହି ୨୨ ବର୍ଷୀୟ ପାକିସ୍ତାନ ଟିକ୍ଟକ୍ ଷ୍ଟାରଙ୍କ ଟିକ୍ଟକ୍ରେ ୧୦ ମିଲିୟନରୁ ଅଧିକ ଫଲୋଅର୍ସ ଥିଲେ। View this post on Instagram […]
ଆବୁଧାବି: ସୁପର ସଣ୍ଡେରେ ସୁପର ସୋ। ଗତକାଲି ଆଇପିଏଲ ମ୍ୟାଚରେ ଭରପୁର ମଜା ଉଠାଇଛନ୍ତି ଦର୍ଶକ । ଗତକାଲି ପ୍ରଥମ ମ୍ୟାଚରେ କୋଲକତା ନାଇଟ ରାଇଡର୍ସ ସୁପର ଓଭରରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଛି । କୋଲକତା ପ୍ରଥମେ ବ୍ୟାଟିଂ କରି ୫ ଉଇକେଟ ହରାଇ ୧୬୩ରନ କରିଥିଲା । ଜବାବରେ ଡାଭିଡ୍ ୱାର୍ଣ୍ଣରଙ୍କ ଅପରାଜିତ ୪୮ରନ ସତ୍ତ୍ୱେ ସନରାଇଜର୍ସ ୬ଉଇକେଟ ହରାଇ ସମାନ ୧୬୩ରନ କରିଥିଲା ।ଏହାପରେ ସୁପର ଓଭର ଖେଳାଯାଇଥିଲା ଏଥିରେ ଫର୍ଗୁସନଙ୍କ ବୋଲିଂ ଆଗରେ […]
ଆବୁଧାବି:IPL-2020 ମୁମ୍ବାଇ ଇଣ୍ଡିଆନ୍ସ ଭର୍ସେସ କିଙ୍ଗସ ଇଲେଭେନ ପଞ୍ଜାବ (MI Vs KXIP) ମଧ୍ୟରେ ଗତକାଲିର ମ୍ୟାଚ ଥିଲା ବେଶ ରୋମାଞ୍ଚକର। ଗୋଟିଏ ମ୍ୟାଚ୍ରେ ୨ଟି ସୁପରଓଭର ଖେଳିବାକୁ ପଡ଼ିଥିଲା। ୨ୟ ସୁପର ଓଭରରେ ପଞ୍ଜାବ ମୁମ୍ବାଇକୁ ହରାଇବାରେ ସଫଳ ହୋଇଥିଲା। ତେବେ ଉଭୟ ଟିମ୍ ଚମତ୍କାର ପ୍ରଦର୍ଶନ କରିଥିଲେ। ହେଲେ ସୁପର ଓଭରରେ ମୟଙ୍କ ଅଗ୍ରୱାଲଙ୍କ ଫିଲ୍ଡିଂକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଆକାଶରେ ଉଡି ଉଡ଼ି ମୟଙ୍କ ଯେପରି ଏକ ଛକାକୁ ବଞ୍ଚାଇଥିଲେ […]
ମୁମ୍ବାଇ: କୁମ୍କୁମ୍ ଭାଗ୍ୟର ‘ଇନ୍ଦୁ ଦାଦି’ ଆକା ଜରିନା ରୋଶନ ଖାନଙ୍କ ଦେହାନ୍ତ ହୋଇଛି। ୫୪ ବର୍ଷ ବୟସରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତକାଲି ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଛି। ଜରିନାଙ୍କ ମୃତ୍ୟୁରେ ଟେଲି ଦୁନିଆରେ ଶୋକର ଛାୟା ଖେଳିଯାଇଛି। କୁମ୍କୁମ୍ ଭାଗ୍ୟରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଶ୍ରୀଷ୍ଟି ଇନ୍ଷ୍ଟାଗ୍ରାମରେ ଜରିନାଙ୍କ ସହ ଏକ ଫଟୋ ଶେଆର କରି ଭଙ୍ଗା ହୃଦୟର ଇମୋଜି ଶେଆର କରିଛନ୍ତି। ଆହୁରି ପଢ଼ନ୍ତୁ:୯ମାସର ଗର୍ଭବତୀ ୫ମିନିଟ୍ରେ […]
ମୁମ୍ବାଇ: ଆଜି ବଲିଉଡ୍ ଅଭିନେତା ସନ୍ନି ଦେଓଲଙ୍କର ୬୪ ତମ ଜନ୍ମଦିନ। ୧୯୫୬ମସିହା ଅକ୍ଟୋବର ୧୯ତାରିଖରେ ଜନ୍ମଗ୍ରହଣ କରିଥିଲେ ସନ୍ନି। ୧୯୮୩ ରେ ରିଲିଜ୍ ହୋଇଥିବା ଫିଲ୍ମ ‘ବେତାବ’ ମାଧ୍ୟମରେ ସେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ଏହାପରେ ସନ୍ନି ଫିଲ୍ମ ‘ଅର୍ଜୁନ’ (୧୯୮୫) ରେ ଅଭିନୟ କରିଥିଲେ ଏବଂ ଏଠାରୁ ତାଙ୍କୁ ଆକ୍ସନ୍ ହିରୋ ଟ୍ୟାଗ୍ ମିଳିଥିଲା। ଏହାପରେ […]
ଭୋପାଳ:ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ବିଜେପି ନେତ୍ରୀ ଇମରତୀ ଦେବୀଙ୍କୁ ‘ଆଇଟମ୍’ ବୋଲି କହିବା ସରଗରମ ହୋଇଛି ରାଜନୀତି। ଇମରତୀ ଦେବୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ସୋନିଆଗାନ୍ଧୀଙ୍କୁ ଜବାବ ମାଗିଛନ୍ତି। ମଧ୍ୟପ୍ରଦେଶରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। କମଳନାଥ ଡବରାରେ କଂଗ୍ରେସ ପ୍ରାର୍ଥୀ ସୁରେଶ ରାଜେଙ୍କ ସମର୍ଥନରେ ପ୍ରଚାର କରିବା ପାଇଁ ଯାଇଥିଲେ। ଏହି ସମୟରେ ସେ ସବୁ ମର୍ଯ୍ୟାଦା ଭୁଲି ବିଜେପି ପ୍ରାର୍ଥୀ ଇମରତୀ ଦେବୀଙ୍କୁ ଆଇଟମ୍ କହିଥିଲେ। ସେହିପରି ଅଜୟ ସଂହ ମଧ୍ୟ ଜଲେବି […]
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ଙ୍କର ରହିଛି ମନରେଗା ଜବ କାର୍ଡ। ଏ ଦୁହିଁଙ୍କ ଫଟୋ ଲାଗିଥିବା ଆକାଉଣ୍ଟକୁ ଟଙ୍କା ମଧ୍ୟ ଆସିଥିବା ଜଣା ପଡ଼ିଛି। ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ଦୀପିକା ଏବଂ ଜ୍ୟାକ୍ଲିନ୍ଙ୍କ ସମେତ ଅନ୍ୟ ବଲିଉଡ୍ କଲାକାରଙ୍କ ଫଟୋ ଲଗାଇ ଏଠାକାର ପଞ୍ଚାୟତ ସଚିବ ୧୧ଟି ମନରେଗା ଜବ କାର୍ଡ କରି ଟଙ୍କା ହଡପ୍ କରୁଥିବା ଜଣାପଡିଛି। ତେବେ ଏହି ଘଟଣାକୁ ସାମ୍ନାକୁ ଆଣିଥିବା ଜିଲ୍ଲା ପଞ୍ଚାୟତ […]
ୱାଶିଂଟନ୍: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି। ଏ ନେଇ ଡୋନାଲ୍ଡଙ୍କ ପୁଅ ଟ୍ରମ୍ପ ଜୁନିୟର ଏକ ଗଣମାଧ୍ୟମକୁ କହିଛନ୍ତି। ଟ୍ରମ୍ପ ଜୁନିୟର ତାଙ୍କ ୭୪ ବର୍ଷୀୟ ପିତାଙ୍କର ନିର୍ବାଚନ ଅଭିଯାନକୁ ସମ୍ଭାଳୁଛନ୍ତି। #WATCH New York: Donald Trump Jr says, "I think the relationship of my father President Donald Trump & PM Modi is incredible…It has […]
ଅବୁଧାବି: ଚଳିତ ଆଇପିଏଲର ୩୭ତମ ମ୍ୟାଚ୍ରେ ଆଜି ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଓ ଷ୍ଟିଭ୍ ସ୍ମିଥ୍ଙ୍କ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍ରେ ଚେନ୍ନାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ରାଜସ୍ଥାନ ପ୍ରଥମେ ବୋଲିଂ ଭାର ସମ୍ଭାଳିବ। ଚେନ୍ନାଇ ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ଡ୍ୱେନ ବ୍ରାଭୋ ଏବଂ କରନ ଶର୍ମାଙ୍କୁ ଆଜି ବେଞ୍ଚରେ ବସାଯାଇଛି। ତାଙ୍କ ବଦଳରେ ଜୋଶ ହେଜେଲଉଡ୍ ଓ […]
ଆସାମ: ଦୀର୍ଘ ୯ ମାସରୁ ଅଧିକ ସମୟ କରୋନା କାରଣରୁ ସାଧାରଣ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ତେବେ କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କ କଥା ତ ଥରେ ଭାବନ୍ତୁ ସେମାନେ କେମିତି ସାଧାରଣ ଜୀବନ ଠାରୁ ଅଲଗା ହୋଇ ବିରକ୍ତି ଅନୁଭବ କରୁଥିବେ। କିନ୍ତୁ ବିଭିନ୍ନ ସମୟରେ ଆପଣ ଦେଖିଥିବେ ଡାକ୍ତର ବା ସ୍ୱାସ୍ଥ୍ୟ କର୍ମଚାରୀ ଗୀତ ଗାଇ ବା ଗୀତର ତାଳେତାଳେ ଡ୍ୟାନ୍ସ କରି କରୋନା ରୋଗୀଙ୍କ ମନୋରଞ୍ଜନ କରିବା । ସେହିଭଳି […]
ଅବୁଧାବି: ଆଇପିଏଲର ୩୭ ତମ ମ୍ୟାଚ୍ରେ ଧୋନୀ ବାହିନୀ ଆଜି ବେଶି ସ୍କୋର କରିବାକୁ ସକ୍ଷମ ହୋଇନି। ଦଳ ୨୦ ଓଭର୍ରେ ୫ ୱିକେଟ ହରାଇ ୧୨୫ ରନ୍ କରିପାରିଛି। ଫଳରେ ରାଜସ୍ଥାନକୁ ଏହି ମ୍ୟାଚ୍ ଜିତିବା ପାଇଁ ୧୨୬ ରନ୍ର ଟର୍ଗେଟ ମିଳିଛି। ଏହି ମ୍ୟାଚ୍ରେ ଧୋନି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଦଳ ରାଜସ୍ଥାନ ରୟାଲ୍ସର ବୋଲରଙ୍କୁ ସାମ୍ନା କରିପାରିନଥିଲା। ଯାହା ଫଳରେ ଚେନ୍ନାଇ ବଡ଼ ସ୍କୋର କରିବାରୁ ବଞ୍ଚିତ […]
ମାଲାପୁରମ୍: କଥା ଦେଇ କଥା ରଖିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ବର୍ଷକ ଭିତରେ ନୂଆ ଘର ତିଆରି କରି ବାସହୀନ ୨ ଭଉଣୀଙ୍କୁ ଥଇଥାନ କରିଛନ୍ତି। ନିଜ ନିର୍ବାଚନମଣ୍ଡଳୀ କେରଳର ୱାୟନାଡା ଗସ୍ତ ଅବସରରେ ରାହୁଲ ଗାନ୍ଧି ଗତକାଲି କେ. କାବ୍ୟା (୨୦ ବର୍ଷ) ଓ କାର୍ତ୍ତିକା(୨୨ ବର୍ଷ) ଙ୍କୁ ନୂଆ ଘରର ଚାବି କାଠି ହସ୍ତାନ୍ତର କରିଛନ୍ତି । ଗତବର୍ଷ ଅଗଷ୍ଟ ୭ରେ ହୋଇଥିବା ଭୂସ୍ଖଳନରେ କେରଳ ମାଲ୍ଲାପୁରମର କାବଲାପାରାରେ ଗୋଟିଏ ଗାଁ […]
କୋରାପୁଟ: କରୋନା ମହାମାରୀ ଅନେକଙ୍କ ଜୀବନଧାରା ବଦଳାଇ ଦେଇଛି । କିଏ ରୋଜଗାର ହରାଇଛି ତ ଆଉ କିଏ ଦୁର୍ଦ୍ଦିନରେ ଦିନ କାଟୁଛି । ଆମେ ଏମିତି ତଣେ ଆନ୍ତର୍ଜାତିକ ସ୍ତରର କ୍ରିକେଟରଙ୍କ କଥା କହିବାକୁ ଯାଉଛୁ, ଯିଏ କି ଜୁନିୟର ସ୍ତରରେ ସ୍ୱର୍ଣ୍ଣପଦକ ହାସଲ କରି ମଧ୍ୟ ଅଭାବ ଅନଟନରେ ଚଳୁଛନ୍ତି । କୋରାପୁଟ ଜିଲ୍ଲା ସୁକ୍ରିଗୁଡ଼ା ଗାଁର ସୁଖରାମ ମାଝୀ। ଆନ୍ତର୍ଜାତୀୟ ସ୍ତରର ବ୍ୟାଟ୍ସମ୍ୟାନ୍। ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ ଟିମ୍ର ଜଣେ ଆଗଧାଡ଼ିର ଖେଳାଳି […]
ବାଲେଶ୍ୱର : ବାପା ବାରମଜା ବିକ୍ରି କରନ୍ତି ଆଉ ପୁଅର ଲକ୍ଷ ଲୋକଙ୍କର ସେବା କରିବା। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡ଼ ଗ୍ରାମରେ ଶଙ୍କର୍ଷଣ ସେଠୀଙ୍କ ପୁଅ ରମେଶ ସେଠୀ ଡାକ୍ତରୀ ପଢିବା ପାଇଁ ସଫଳତା ହାସଲ କରିଛନ୍ତି। ଶଙ୍କର୍ଷଣ ଆଜକୁ ଦୀର୍ଘ ୨୦ ବର୍ଷ ହେବ ଗାଁରେ ବୁଲି ବୁଲି ବାରମଜା ବିକ୍ରି କରୁଛନ୍ତି। ତାଙ୍କ ପରିବାର ଗରିବ ଶ୍ରେଣୀର। କିନ୍ତୁ ତାଙ୍କ ପୁଅ ରମେଶ ନିଟ୍ ପରୀକ୍ଷାରେ ୫୫୬ ନମ୍ବର ରଖି ଡାକ୍ତରୀ […]
ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରି ସୁଦ୍ଧା ଦେଶର ୫୦ ପ୍ରତିଶତ ଲୋକ କରୋନା ଆକ୍ରାନ୍ତ ହୋଇ ସାରିଥିବେ । ଦେଶରେ ଏବେ ପ୍ରାୟ ୭୫ ଲକ୍ଷ ଲୋକ କରୋନା ଆକ୍ରାନ୍ତ ହୋଇ ସାରିଛନ୍ତି । ଅସଂକ୍ରମଣ ଦୃଷ୍ଟିରୁ ଆମେରିକା ପରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଗତ ମାସରେ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବା ପରେ ଏବେ ସାମାନ୍ୟ ହ୍ରାସ ପାଇଛି। ଏଣୁ ଫେବ୍ରୁଆରିି ସୁଦ୍ଧା ଦେଶରେ ୫୦ ପ୍ରତିଶତ ଲୋକ କରୋନା ସଂକ୍ରମିତ […]
ଦୁବାଇ:ଚେନ୍ନାଇ ସୁପରକିଙ୍ଗସ୍ କ୍ୟାପ୍ଟେନ ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍ ଚଳିତ ଆଇପିଏଲ-୨୦୨୦ରେ ୭ମ ଥର ପାଇଁ ପରାଜୟକୁ ସାମ୍ନା କରିଛି। ଏହା ଉପରେ ପ୍ରତିକ୍ରିୟା ରଖି ଧୋନି କହିଛନ୍ତି, ତାଙ୍କର ଟିମ୍ ପରିଣାମ ନୁହେଁ, ପ୍ରକ୍ରିୟା ଉପରେ ଗୁରୁତ୍ୱ ଦେବା ଉଚିତ୍। ଆଉ ଏଥିପାଇଁ ତାଙ୍କୁ ଆଗକୁ ଦୃଢ ପଦକ୍ଷେପ ନେବାକୁ ପଡ଼ିବ। ଚେନ୍ନାଇ ଟିମ୍ ରାଜସ୍ଥାନ ରୟାଲ୍ସ ବିରୋଧରେ ୫ ୱିକେଟରେ ୧୨୫ ରନ କରିପାରି ଥିଲା। ୭ ୱିକେଟରେ ମ୍ୟାଚ ହାରି ଯାଇଥିଲା। ଚେନ୍ନାଇ […]