ନୂଆଦିଲ୍ଲୀ: କେରଳ ଓ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ National Investigation Agency (NIA) ଚଢ଼ଉ କରି ୯ଜଣ ଅଲ୍କାଏଦା ଆତଙ୍କବାଦୀଙ୍କୁ ଗିରଫ କରିଛି। ଆତଙ୍କବାଦୀମାନେ ଏକ ବଡ଼ ଧରଣର ହମ୍ଲା ପାଇଁ ଯୋଜନା କରୁଥିବା ଖବର ପାଇ NIA ପକ୍ଷରୁ ପଶ୍ଚିମବଙ୍ଗର ମୁର୍ସିଦାବାଦ ଓ କେରଳର ଏର୍ଣ୍ଣାକୁଲ୍ମରେ ଏକକାଳୀନ ଚଢଉ କରାଯାଇଥିଲା। ଏର୍ଣ୍ଣାକୁଲ୍ମରୁ ୩ ଓ ମୁର୍ସିଦାବାଦରୁ ୬ଜଣ ଅଲ୍କାଏଦା ଆତଙ୍କବାଦୀ ଗିରଫ କରାଯାଇଛି। ଆତଙ୍କବାଦୀମାନେ ଭାରତର ବିଭିନ୍ନ ସ୍ଥାନରେ ହମ୍ଲା କରି ଆତଙ୍କ ସୃଷ୍ଟି କରିବା […]
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଚିନ୍ତା କମିବାର ନାଁ ନେଉନାହିଁ। ଗତ ୨୪ ଘଣ୍ଟାରେ ଦେଶରେ ୯୩ ହଜାର ୩୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ କରୋନା ନେଇଛି ୧ ହଜାର ୨୪୭ ଜୀବନ । ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮୫,୬୧୯ରେ ପହଞ୍ଚିଛି । ଏଯାବତ୍ ୫୩ ଲକ୍ଷ ୮ ହଜାର ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୦ ଲକ୍ଷ ୧୩ […]
ତେବେ ଗତକାଲି ଆନ୍ଧ୍ରପ୍ରଦେଶରେ ବଂଶଧାରା ନଦୀ ଉପରେ ହେବାକୁ ଥିବା ନେରେଡ଼ି ବ୍ୟାରେଜ ଦ୍ୱାରା ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲା ବିଜେପି ଟିମ୍ । ଏହି ଅବସରରେ ବିଜେପି ପ୍ରତିନିଧି ଦଳ କ୍ଷତିଗ୍ରସ୍ତ ହେବାକୁ ଥିବା ଅଞ୍ଚଳ କାଶୀନଗର ବ୍ଲକର ୩ଟି ଗାଁ ପରିଦର୍ଶନ ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ।
ମୁମ୍ବାଇ: ଏବେବି ରହସ୍ୟ ଘେର ଭିତରେ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ମୃତ୍ୟୁ। ଏହା ଆତ୍ମହତ୍ୟା ନା ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସିବିଆଇ ଏହି ଘଟଣାର ତଦନ୍ତ କରୁଛି। ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍କୁ ନେଇ Narcotics Control Bureau (NCB) ମଧ୍ୟ ଖୋଳତାଡ଼ କରି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ସମେତ ଅନେକ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଛି। ସୁଶାନ୍ତଙ୍କୁ ହତ୍ୟା କରାଯାଇପାରେ ବୋଲି […]
ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସ୍ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। କରୋନାର ଭୟାବହ ରୂପ ଦେଖି ବୈଜ୍ଞାନିକମାନେ ଚିନ୍ତାରେ ପଡିଲେଣି। ଏପରି ସ୍ଥିତିରେ କରୋନାରୁ ସୁସ୍ଥ ହୋଇଥିବା ରୋଗୀ ପୁଣି ଥରେ ଆକ୍ରାନ୍ତ ହେଉଥିବା ନୂଆ ଖବର ଆସିଛି। କରୋନାରେ ଦ୍ୱିତୀୟ ଥର ପାଇଁ ସଂକ୍ରମିତ ହେବା ଘଟଣା ପ୍ରଥମେ ହଂକଂରେ ଦେଖା ଯାଇଥିଲା। ହେଲେ ଏହା ଏବେ ଭାରତରେ ଦେଖିବାକୁ ମିଳିଥିବା ଗବେଷକମାନେ କହିଛନ୍ତି। ଭାରତୀୟ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଚଳିତ ସପ୍ତାହର […]
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଜଣେ ସାମ୍ବାଦିକଙ୍କ ସହ ଜଣେ ଚୀନ ମହିଳା ଓ ଜଣେ ନେପାଳ ନାଗରିକଙ୍କୁ ଗିରଫ କରିଛି । ଗିରପ ସାମ୍ବାଦିକଙ୍କ ନାମ ରାଜୀବ ଶର୍ମା । ରାଜୀବ ଚୀନ ଇନ୍ଟେଲିଜେନ୍ସକୁ ଗୁଇନ୍ଦା ତଥ୍ୟ ପ୍ରଦାନ କରୁଥିବା ଅଭିଯୋଗ ହୋଇଛି । ଚୀନ ମହିଳା କିଂଗ ଶୀ ଏବଂ ନେପାଳ ନାଗରିକ ଶେର ସିଂ ଏଥିପାଇଁ କମ୍ପାନୀ ପକ୍ଷରୁ ରାଜୀବଙ୍କୁ ବିପୁଳ ଟଙ୍କା ଦେଉଥିଲେ । ଚୀନ୍ ଗୁଇନ୍ଦା ସଂସ୍ଥା ଟଙ୍କା […]
ନୂଆଦିଲ୍ଲ: ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ରେ ୯୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ସ୍ୱୀକାର କରିଛନ୍ତି। କୋଭିଡ-୧୯ ସଙ୍କଟକୁ ଦୃଷ୍ଟିରେ ରଖି ହୋଇଥିବା ଲକ୍ଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଚାଲ କରାଯାଇଥିଲା ସ୍ୱତନ୍ତ୍ର ଟ୍ରେନ। ଲକ୍ଷ୍ୟଥିଲା ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ସୁବିଧାରେ ପହଞ୍ଚାଇ ଦେବା। ତେବେ ସ୍ୱତନ୍ତ୍ର ଟ୍ରେନ୍ରେ ଯାତ୍ରା ସମୟରେ ୯୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ରେଳମନ୍ତ୍ରୀ ପୀୟୂଷ ଗୋୟଲ ନିଜେ ଏହି କଥାକୁ ସଂସଦ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ସୁସ୍ଥ ହେବାରେ ଭାରତ ବିଶ୍ୱସ୍ତରରେ ରେକର୍ଡ କରିଛି । ଏପରିକି ବ୍ରାଜିଲ, ଆମେରିକାକୁ ପଛରେ ପକାଇଛି ଭାରତ । ଏ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଶନିବାର ସୂଚନା ଦେଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିିଳିଥିବା ସୂଚନା ଅନୁସାରେ, ଦେଶରେ ବର୍ତ୍ତମାନ ସୁଦ୍ଧା ୪୨, ୦୮, ୪୩୧ ରୋଗୀ ସୁସ୍ଥ ହେଲେଣି । ଦେଶରେ ସଂକ୍ରମଣ ମୁକ୍ତ ରୋଗୀଙ୍କ ସଂଖ୍ୟା ୮୦ ପ୍ରତିଶତ । ଅନ୍ୟପକ୍ଷେ ସଂକ୍ରମଣ ଜନ୍ଖଚ୍ଛ ମୃତ୍ୟୁ ସଂଖ୍ୟା ହ୍ରାସ […]
ଆବୁ ଧାବି: କରୋନା କଟକଣା ଭିତରେ ବାଜିଛି ଆଇପିଏଲର ୧୩ଶ ସଂସ୍କରଣର ବିଗୁଲ୍। ଶନିବାର ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଚେନ୍ନାଇ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ରୋହିତ୍ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବ। ଚେନ୍ନାଇ ଦଳରେ ଧୋନି ଚାରି ବିଦେଶୀ ଖେଳାଳି ଭାବେ ଶେନ୍ ୱାଟସନ୍, ଫାଫ୍ […]
ନୂଆଦିଲ୍ଲୀ: ଭାରତରେ ଦୀର୍ଘବର୍ଷ ଧରି ସେବାରେ ନିୟୋଜିତ ନୌସେନାର ଏୟାର କ୍ରାଫ୍ଟ କ୍ୟାରିୟର ଜାହାଜ INS ବିରାଟ ଆରମ୍ଭ କରିଛି ନିଜର ଅନ୍ତିମ ଯାତ୍ରା। ଆଇଏନଏସ ବିରାଟକୁ ନୌସେନା ସେବାରୁ ଅବ୍ୟାହତି ଦିଆଯାଇଥିଲା। ଏବେ ଏହାକୁ ମୁମ୍ବାଇର ନୌସେନା ୟାର୍ଡରୁ ଗୁଜରାଟ ଅଲଙ୍ଗସ୍ଥିତ ଜାହାଜ ଭଙ୍ଗା ୟାର୍ଡକୁ ନିଆଯାଉଛି। ଯେଉଁଠିକି ଏହାକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରାଯାଇ ସ୍କ୍ରାପ ଭାବେ ବିକ୍ରି କରାଯିବ। ପ୍ରାୟ ୩୦ ବର୍ଷ ଧରି ଭାରତୀୟ ନୌସେନାକୁ ସେବା ଯୋଗାଇ ଆସିଥିବା INS […]
ଆବୁ ଧାବି: କରୋନା କଟକଣା ଭିତରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୩ଶ ସଂସ୍କରଣର ବିଗୁଲ୍ ବାଜି ସାରିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ରୋହିତ୍ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୬୨ ରନ୍ କରିଛି। ଫଳରେ ଉଦଘାଟନୀ ମ୍ୟାଚ୍ ଜିତିବା ଲାଗି ଧୋନିଙ୍କ ଟିମକୁ ୧୬୩ ରନ୍ […]
ଭୁବନେଶ୍ୱର: ଚଳିତ ଆଇପିଏଲରେ ଡେବ୍ୟୁ କରିଛନ୍ତି ଓଡ଼ିଆ ପୁଅ। ବରଗଡ଼ ଜିଲ୍ଲା କଣ୍ଟାପାଲିର ଅନୀଲ ମେହେର୍ ଚଳିତ ଆଇପିଏଲର ବ୍ରଡକାଷ୍ଟ ସ୍କୋରର ହୋଇଛନ୍ତି। ବରଗଡ଼ ଜିଲ୍ଲାରୁ କୌଣସି ପ୍ରତିଷ୍ଠିତ ଅନ୍ତର୍ଜାତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ସ୍କୋରରେ ଭାବେ କାମ କରି ଅନୀଲ ଓଡ଼ିଶାକୁ ନୂଆ ପରିଚୟ ଦେଇଛନ୍ତି। ଆଜି ଆବୁଧାବିରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମଧ୍ୟରେ ଖେଳାଯାଇଥିବା ଉଦଘାଟନୀ ମ୍ୟାଚରେ ଅନୀଲ ପଦାର୍ପଣ କରିଛନ୍ତି। ଏ ନେଇ ଅନୀଲ୍ କହିଛନ୍ତି, ଦୀର୍ଘ ବର୍ଷେ-ଦୁଇ ବର୍ଷ […]
ଆବୁଧାବି: କରୋନା କଟକଣା ଭିତରେ ଧମାକାଦାର ଆରମ୍ଭ ହୋଇଛି IPL ୧୩ ତମ ସଂସ୍କରଣ। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ଧୁଳି ଚଟାଇଛି ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍। ଅମ୍ବାତି ରାୟୁଡୁ ଓ ଫାପ ଡୁପ୍ଲେସିସଙ୍କ ଦମଦାର ବ୍ୟାଟିଂ ବଳରେ ସିଏସକେ ୫ ୱିକେଟରେ ବିଜୟୀ ହୋଇ ଅଭିଯାନ ଆରମ୍ଭ କରିଛି।ଅନ୍ୟ ପକ୍ଷରେ ଟାଇଟଲ ଫେଭରିଟ୍ କୁହାଯାଉଥିବା ମୁମ୍ବାଇକୁ ନିରାଶ ହେବାକୁ ପଡିଛିା ୫ ୱିକେଟ ହରାଇ ୧୬୩ କରିଛି। […]
ମୁମ୍ବାଇ: କିଛିଦିନ ତଳେ ବଲିଉଡ୍ ନିର୍ଦ୍ଦେଶକ ସାଜିଦ୍ ଖାନ୍ଙ୍କ ବିରୋଧରେ ଜଣେ ମଡେଲ୍ ଯୌନ ଉତ୍ପୀଡ଼ନ ଭଳି ସାଂଘାତିକ ଅଭିଯୋଗ ଆଣିଥିବା ବେଳେ ଏବେ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ବିରୋଧରେ ଜଣେ ବଲିଉଡ୍ ଅଭିନେତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀ ପାୟଲ ଘୋଷ ଅନୁରାଗଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି। ଶନିବାର ଦିନ ପାୟଲ ଏକ ଟ୍ୱିଟ୍ […]