ନୂଆଦିଲ୍ଲୀ: ଆପଣ ସାଧାରଣତଃ ରିକ୍ସା ଦେଖିଥିବେ। ରିକ୍ସା ଚାଳନା ପାଇଁ ମଣିଷ ଆବଶ୍ୟକ। କିନ୍ତୁ ନିକଟରେ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଜଣେ ରୋବଟ୍ ରିକ୍ସା ଚଲାଉଥିବାର ଦେଖିବାକୁ ମିଳିଛି। ଆମେରିକୀୟ ଇଫେକ୍ଟ ଡିଜାଇନର୍ ତଥା ଟେଲିଭିଜନ ବ୍ୟକ୍ତିତ୍ୱ ଆଡାମ ସାଭେଜ୍ ତିନି ଚକିଆ ଯାତ୍ରୀବାହୀ ଯାନ ଟାଣିବା ପାଇଁ ଏକ ରୋବଟ୍କୁ ପରୀକ୍ଷା କରିଥିଲେ। ଯଦିଓ ଏହି ଭିଡିଓ ଫେବୃଆରୀରୁ ହୋଇଛି, କିନ୍ତୁ ଗତକାଲି ଆଇଏଏସ୍ ଅଫିସର ସୁପ୍ରିୟା ସାହୁ ଟ୍ୱିଟରରେ […]
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କଲେ କେନ୍ଦ୍ର ସରକାର। ଦେଶର ୩୦ ଲକ୍ଷ କର୍ମଚାରୀଙ୍କୁ ମିଳିବ ବୋନସ୍। ଏନେଇ ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏନେଇ ଅନୁମତି ମିଳିଛି। ଦଶହରା ପୂର୍ବରୁ ଏହି ବୋନସ୍ କର୍ମଚାରୀଙ୍କୁ ମିଳିବ। ଏଥିପାଇଁ କେନ୍ଦ୍ର ତହବିଲ୍ରୁ ଖର୍ଚ୍ଚ ହେବ ୩ ହଜାର ୭୩୭ କୋଟି ଟଙ୍କା। ରେଲ୍ୱେ, ପୋଷ୍ଟାଲ୍, ସେନା ସମେତ ଅଣଗଜେଟ୍ କେନ୍ଦ୍ରୀୟ କର୍ମଚାରୀଙ୍କୁ ଏହି ଫାଇଦା ମିଳିବ। ବିଜୟା ଦଶମୀ ପୂର୍ବରୁ ଏକାଥରେ […]
ଆବଶ୍ୟକୀୟ ସାମଗ୍ରୀ: ଚିକେନ୍ ଲେଗ୍ ପିସ୍, ପିଆଜ, ଲୁଣ, ଅଦା ରସୁଣ ପେଷ୍ଟ, ହଳଦୀ, ଲେମ୍ୱୁ, ଗୋଟା ଡାଲଚିନ, ଗୋଲମରିଚ ଗୁଣ୍ଡ, ଧନିଆ ଗୁଣ୍ଡ, ତେଲ, ଦହି, ଆଲମଣ୍ଡ, ଭଜା ପିଆଜ, କାଜୁ, ଧନିଆ ପତ୍ର, ଲଙ୍କା, ପୁଦିନା ପେଷ୍ଟ। How to make Sweety Chicken ପ୍ରସ୍ତୁତି ପ୍ରଣାଳୀ : ‘ସ୍ୱିଟି ଚିକେନ୍’ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ପୁଦିନା ପତ୍ର, ଧନିଆ ପତ୍ର, କଞ୍ଚା ଲଙ୍କା, ଭଜା ପିଆଜ ଓ ଆଲମଣ୍ଡକୁ ବାଟି ରଖନ୍ତୁ। […]
ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶ ବିଜୟୱାଡ଼ାସ୍ଥିତ ପ୍ରସିଦ୍ଧ କନକ ଦୁର୍ଗା ମନ୍ଦିର ନିକଟରେ ବୁଧବାର ଭୂସ୍ଖଳନ ହୋଇଛି। ଘଟଣାରେ ୪ ଜଣ ମାଟି ଅତଡ଼ା ତଳେ ଫସି ରହିଥିବା ଅନୁମାନ କରାଯାଉଛି। ଏଥିରେ ଦୁଇଜଣ ସାନିଟାଇଜ୍ କରୁଥିବା କର୍ମଚାରୀ ବି ଫସି ରହିଥିବା କୁହାଯାଉଛି। ଉଦ୍ଧାରକାରୀ ଦଳ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ମିଳିଥିବା ସୂଚନା ଅନୁସାରେ, ବିଜୟୱାଡାର ଇନ୍ଦ୍ର କୀଲଦ୍ରୀ ପାହାଡ଼ ଉପରେ ଅନେକ ବୋଲ୍ଡର ଗଡ଼ିଆସି କନକ ଦୁର୍ଗା ମନ୍ଦିରରେ ଛାତରେ […]
ନୂଆଦିଲ୍ଲୀ: ଆପଣ କେବେ ସୁନା ଗଛ ଦେଖିଛନ୍ତି? ନିକଟରେ ଖାଇ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଟ୍ୱିଟରରେ ଏହି ସୁନା ପତ୍ରଥିବା ଗଛ ଫଟୋ ଶେଆର କରିଛନ୍ତି। ଏହି ଫଟୋ ଶେଆର କରି ସେ ଲେଖିଛନ୍ତି, ୧୪୦୦ବର୍ଷ ପୁରୁଣା ଗଛରୁ ସୁନାର ପତ୍ର ଝଡୁଛି। ସେ ଟ୍ୱିଟରରେ ଗିଙ୍କୋ ବିଲୋକା ଗଛର ଫଟୋ ଶେଆର କରିଛନ୍ତି। ଗିଙ୍କୋ ବିଲୋବା ସାଧାରଣତଃ ଗିନ୍କୋ ନାଁରେ ପରିଚିତ। ଚୀନରେ ଥିବା ଏହି ଗଛରେ ଅନେକ ଔଷଧୀୟ ଗୁଣ ରହିଛି।ଏହି ଗଛର […]
ମୁମ୍ବାଇ: ମହାରାଷ୍ଟ୍ର ବିଜେପି ବରିଷ୍ଠ ନେତା ଏକନାଥ ଖଡ୍ସେ ଦଳରୁ ଇସ୍ତଫା ଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ଦେବେନ୍ଦ୍ର ପଡ଼ନାଭିସଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଦେବେନ୍ଦ୍ରଙ୍କ ପାଇଁ ସେ ଦଳ ଛାଡ଼ିଥିବା ଖଡ଼ସେ କହିଛନ୍ତି। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଖଡ଼ସେ କହିଛନ୍ତି, “ଦେବେନ୍ଦ୍ର ମୁଖ୍ୟମନ୍ତ୍ରୀ ଥିବା ବେଳେ ଜଣେ ମହିଳାଙ୍କ ମିଛ ନିର୍ଯାତନା ଅଭିଯୋଗରେ ସେ ମୋ ବିରୋଧରେ ମାମଲା କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ପରେ ପୁଣି ଏହି […]
ଆବୁ ଧାବି: ଚଳିତ ଆଇପିଏଲର ୩୯ତମ ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ଓ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍ରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଇଅନ୍ ମୋର୍ଗାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଆରସିବି ପ୍ରଥମେ ବୋଲିଂ କରିବ। ଆଜିର ମ୍ୟାଚ୍ ପାଇଁ କୋଲକାତା ଦଳରେ ଦୁଇଟି ପରିବର୍ତ୍ତନ କରିଛି। ଆନ୍ଦ୍ରେ ରସେଲଙ୍କ ସ୍ଥାନରେ ବାଣ୍ଟମଙ୍କୁ ସାମିଲ କରାଯାଇଥିବା ବେଳେ ଶିବମ ମାଭିଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣା […]
ନୂଆଦିଲ୍ଲୀ: କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍ମା ଥେରାପି। ଏହାକୁ ଖୁବ୍ଶୀଘ୍ର ନ୍ୟାସନାଲ କ୍ଲିନିକାଲ୍ ମ୍ୟାନେଜମେଣ୍ଟ ପ୍ରୋଟୋକଲ୍ରୁ ବାଦ୍ ଦିଆଯାଇପାରେ ବୋଲି କହିଛନ୍ତି ଆଇସିଏମ୍ଆର୍ ଡିଜି। ପ୍ଲାଜମା ଥେରାପିରେ ଆରୋଗ୍ୟ ଲାଭ କରିଥିବା କରୋନା ଆକ୍ରାନ୍ତଙ୍କ ଶରୀରରୁ ଆଣ୍ଟିବଡି ସଂଗ୍ରହ କରି ଗୁରୁତର କରୋନା ରୋଗୀଙ୍କ ଶରୀରରେ ପ୍ରବେଶ କରାଯାଉଥିଲା। ଏହା କରୋନା ଭୂତାଣୁକୁ ନଷ୍ଟ କରିବାରେ ସହାୟକ ହେବ ଏବଂ ରୋଗୀ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଥିଲା। ତେବେ ଏହି ଥେରାପି କେବଳ […]
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ପାଇଁ ସମସ୍ୟା ବଢିଛି। ମୁମ୍ବାଇ ପୋଲିସ୍ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲିଙ୍କୁ ପଚରାଉଚରା ପାଇଁ ନୋଟିସ୍ ଜାରି କରିଛି। ଆସନ୍ତା ସୋମବାର ଓ ମଙ୍ଗଳବାର ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ପାଇଁ ମୁମ୍ବାଇ ପୋଲିସ ସମନ କରିଛି। ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଉଭୟଙ୍କ ନାଁରେ ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଉଭୟଙ୍କ ବିରୋଧରେ ଆଇପିସି ଧାରା ୧୫୪ A, ୨୯୫ A, ୧୨୪ […]
ଚଣ୍ଡିଗଡ଼: ଦିନ ଦ୍ୱିପହରେ ବ୍ୟାଙ୍କରେ ପଶି ଆତଙ୍କରାଜ୍ ଚଲାଇଥିଲେ ଲୁଟେରା। ମାରଣାସ୍ତ୍ର ଦେଖାଇ ଗ୍ରାହକଙ୍କୁ ଭୟଭୀତ କରିବା ସହ ବ୍ୟାଙ୍କରୁ ୭ ଲକ୍ଷ ଟଙ୍କା ଲୁଟି ନେଇ ଯାଇଛନ୍ତି ଦୁବୃର୍ତ୍ତ। ସିସିଟିଭି କ୍ୟାମେରାରେ ଦେଖିବାକୁ ମିଳିଛି ବ୍ୟାଙ୍କ ଲୁଟ୍ର ଲାଇଭ ଦୃଶ୍ୟ। ହରିୟାଣା ଝାଞ୍ଜର ଜିଲ୍ଲା ମାଛରାଉଳି ଗାଁ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରୁ ଲୁଟ୍ ଅଭିଯୋଗ ହୋଇଛି । ୫ ଜଣ ସଶସ୍ତ୍ର ଦୁର୍ବୃତ୍ତ ବ୍ୟାଙ୍କରେ ପଶି ଲୁଟପାଟ୍ କରି ଚାଲିଥିଲେ। ଯାହାର ଭିଡିଓ ସିସିଟିଭିରେ କଏଦ […]
ନୂଆଦିଲ୍ଲୀ: ଭାରତକୁ ଆସିବାକୁ ଯାଉଛି ୫ଜି ନେଟୱାର୍କ। ଏଥିରେ ସବୁଠୁ ଆଗରେ ରହିଛି ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚୀନ୍ ବଦଳରେ ଆମେରିକା କମ୍ପାନୀ ସହ ଏଥିପାଇଁ ହାତ ମିଳାଇଛି ଭାରତ। ୫ଜି ନେଟ୍ୱାର୍କର ବିକାଶ ପାଇଁ ଜିଓ ପ୍ଲାଟଫର୍ମ କାଲିଫର୍ଣ୍ଣିଆରେ ଥିବା କ୍ୱାଲକମ୍ ସହ ଯୋଗାଯୋଗ ଚଲାଇଛି। ୫ଜି ନେଟୱାର୍କର ବିକାଶ, ଭିତ୍ତିଭୂମି ନିର୍ମାଣ ଓ ସେବା ଯୋଗାଇବା ପାଇଁ ଆମେରିକା କମ୍ପାନୀ ସହ ଆଲୋଚନା ଚାଲିଛି। କ୍ୱାଲକମ ହେଉଛି ବିଶ୍ୱର […]
ଝାରସୁଗୁଡା(ଭାଗୀରଥି ସାହୁ): ସଂକଳ୍ପ, ଅଧ୍ୟବସାୟ ସାଙ୍ଗକୁ ଦୃଢ ଇଛାଶକ୍ତି ଥିଲେ ସବୁ ସମ୍ଭବ। ଆଉ ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ରେଙ୍ଗାଲି ଗ୍ରାମର ରିମାରାଣୀ। ନିଟ୍ରେ ସେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। ରିମାଙ୍କ ବାପା ଦିଲ୍ଲୀପ ସାହୁ ହାଟକୁ ହାଟ ବୁଲି ଲଙ୍କା ଓ ଅଦା ବିକ୍ରିକରନ୍ତି। ଏକ ଛୋଟିଆ ବ୍ୟବସାୟୀ ପରିବାରର ଅଭାବ ଅସୁବିଧାରେ ରହି ରିମା ଯେଉଁ ସଫଳତା ପାଇଛନ୍ତି। ତାକୁ ନେଇ ଆଖ ପାଖ ଲୋକେ […]
ଆବୁଧାବି: ଆଇପିଏଲ୍ ମହାସମର କୋଲକାତାକୁ ୮ ଓ୍ୱିକେଟ୍ରେ ହରାଇ ବାଙ୍ଗାଲୋର ସପ୍ତମ ବିଜୟ ହାସଲ କରିଛି। ଗତକାଲି ଆବୁଧାବିରେ ଖେଳାଯାଇଥିବା ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ୮ ଓ୍ୱିକେଟରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ । ବାଙ୍ଗାଲୋର କୋଲକାତା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ଓ୍ୱିକେଟ୍ ହରାଇ ମାତ୍ର ୮୪ ରନ୍ କରିଥିଲା । ଚଳିତ ଆଇପିଏଲ୍ ସିଜନ୍ରେ ଏହା ସବୁୁଠୁ କମ୍ ସ୍କୋର। ୮୫ ରନ୍ ଟାର୍ଗେଟକୁ ପିଛା କରି ବାଙ୍ଗାଲୋର ମାତ୍ର […]
ମୁମ୍ବାଇ: ପୁରା ସହର ମୋତେ ‘ସିଂହ’ ନାଁରେ ଜାଣିଛି। ଏହି ଡାଇଲୋଗ୍ ବିଷୟରେ ଆଲୋଚନା ହେବା ସମୟରେ ମନେ ପଡିଯାଆନ୍ତି ଅଭିନେତା ଅଜିତ୍ ଖାନ। ହିନ୍ଦୀ ସିନେମାରେ ଅଜିତ ଏମିତି ଜଣେ ଖଳନାୟକ ଯେ ସିନେମାର ହିରୋଙ୍କ ପରି ଲୋକପ୍ରିୟତା ସାଉଁଟିଛନ୍ତି। ତାଙ୍କର ନିଆରା ଏବଂ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ଫିଲ୍ମର ଚରିତ୍ର ସହ ବାନ୍ଧିକି ରଖେ। ଅଜିତଙ୍କର ସଂଳାପ କହିବାର ଶୈଳୀ ବି ଅତୁଳନୀୟ ଥିଲା। ପରଦାରେ ଦର୍ଶକଙ୍କର ଭରପୁର ମନୋରଞ୍ଜନ କରିପାରୁଥିବା ଏହି କଳାକାରଙ୍କର […]
ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରେ କରୋନାରେ ୭୦୨ ଜଣଙ୍କ ମୃତ୍ୟୁ ହୋଇଛି। ଯାହା ପରେ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୬ ହଜାର ୬୧୬କୁ ବୃଦ୍ଧି ପାଇଛି। ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଦିନକରେ ୫୫ ହଜାର ୮୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୭୭ […]
ମୁମ୍ବାଇ: ବଲିଉଡ୍ର ଚୁଲ୍ବୁଲି ଅଭିନେତ୍ରୀ ପରିନୀତି ଚୋପ୍ରାଙ୍କର ଆଜି ଜନ୍ମଦିନ। ୨୨ଅକ୍ଟୋବର ୧୯୮୮ରେ ସେ ଜନ୍ମଗ୍ରହଣ କରିଥିଲେ। ‘ଲେଡିଜ୍ ଭର୍ସେସ୍ ରିକି ବେହେଲ୍’ ମାଧ୍ୟମରେ ସେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କ ସହ ରଣବୀର ସିଂ, ଅନୁଷ୍କା ଶର୍ମା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ପରିନୀତିଙ୍କ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚା ହୁଏ ତାଙ୍କ ବ୍ୟକ୍ତିଗତ ଜୀବନକୁ ସେତେଟା ଚର୍ଚ୍ଚା ହୁଏନି। କିନ୍ତୁ ପରିନୀତିଙ୍କୁ ଜଣେ ବଲିଉଡ୍ କଳାକାର ବେଶ୍ ପସନ୍ଦ ଥିଲେ। […]
ମୁମ୍ବାଇ: ମହାରାଷ୍ଟ୍ରରେ ସରିଲା ସିବିଆଇ ତଦନ୍ତ। ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ଏଣିକି ମହାରାଷ୍ଟ୍ରରେ ତଦନ୍ତ କରିବନି। ମହାରାଷ୍ଟ୍ର ସରକାର ସିବିଆଇ ତଦନ୍ତ ପ୍ରକ୍ରିୟାର ଅବଧିକୁ ସାରିଛନ୍ତି। ଏଣିକି ସିବିଆଇ ମହାରାଷ୍ଟ୍ରରେ କୌଣସି ମାମଲାର ଯାଞ୍ଚ କରିବାକୁ ଚାହିଁଲେ ରାଜ୍ୟ ସରକାରଙ୍କଠୁ ଅନୁମତି ନେବେ। ଅନୁମତି ପରେ ହିଁ ମହାରାଷ୍ଟ୍ରରେ ପହଞ୍ଚି ତଦନ୍ତ କରିପାରିବେ। କେବଳ ଜାତୀୟ ସୁରକ୍ଷା ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏହା ଲାଗୁ ହେବ ନାହିଁ। ଅଗଷ୍ଟ ୨୧ରୁ ଅଭିନେତା […]