ନୂଆଦିଲ୍ଲୀ: ମିଳିତ ଜାତିସଂଘର ଜେନେରାଲ୍ ଆସେମ୍ବଲିକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭର୍ଚୁଆଲ୍ ପ୍ଲାଟଫର୍ମରେ ଜେନେରାଲ୍ ଆସେମ୍ବଲୀକୁ ସମ୍ବୋଧନ କରିଛନ୍ତି ମୋଦି। ସମ୍ବୋଧନ କରି ମୋଦି କହିଛନ୍ତି ୭୫ ବର୍ଷ ମଧ୍ୟରେ ଜାତିସଂଘ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛି। କହିବାକୁ ଗଲେ ୩ୟ ବିଶ୍ୱଯୁଦ୍ଧ ହୋଇନି, କିନ୍ତୁ ଅନେକ ଯୁଦ୍ଧ ହୋଇଯାଇଛି। ଅନେକ ନିରୀହ ଲୋକଙ୍କର ଏମିତି ଯୁଦ୍ଧରେ ପ୍ରାଣ ଯାଇଛି। କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ? ଜାତିସଂଘ ଉପରେ […]
ନୂଆଦିଲ୍ଲୀ: ମିଳିତ ଜାତିସଂଘର ଜେନେରାଲ୍ ଆସେମ୍ଲିକୁ ସମ୍ବୋଧନ କରି ଜାତିସଂଘକୁ ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେତେ ଦିନ ପର୍ଯ୍ୟନ୍ତ ଭାରତ ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗରୁ ବଞ୍ଚିତ ରଖାଯିବ ବୋଲି ପ୍ରଶ୍ନ କରିଛନ୍ତି ମୋଦି। ଜାତିସଂଘର ପୁନର୍ଗଠନ ପାଇଁ ଯେଉଁ ପ୍ରୋସେସ୍ ପୂରା ହେବା ନେଇ ଭାରତର ଲୋକ ବହୁତ ଅପେକ୍ଷାରେ ଅଛନ୍ତି। କେବେ ଏହି ପ୍ରକ୍ରିୟା ଆଇନଗତ ଭାବରେ ସମାପ୍ତ ହେବ କେବେ ପର୍ଯ୍ୟନ୍ତ ଭାରତ ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗରୁ ଅଲଗା […]
ନୂଆଦିଲ୍ଲୀ: ଭାରତ ସରକାର ଦେଶବାସୀଙ୍କ ପାଖରେ କରୋନା ଭ୍ୟାକ୍ସିନ୍ ପହଞ୍ଚାଇବା କଥା କହୁଥିବା ବେଳେ ଭ୍ୟାକ୍ସିନ ଉତ୍ପାଦନରେ ଲାଗିଥିବା ପୁନେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏସଆଇଆଇ)ର ଅଧ୍ୟକ୍ଷ ଅଦର ପୁନାୱାଲା ସରକାରଙ୍କୁ ଏକ ପ୍ରଶ୍ନ କରିଛନ୍ତି। କରୋନା ଭାଇରସ ପାଇଁ ଦେଶବାସୀଙ୍କୁ ଭ୍ୟାକ୍ସିନ ବିତରଣ କରିବା ପାଇଁ ଭାରତ ସରକାରଙ୍କ ପାଖରେ ୮୦ ହଜାର କୋଟି ଟଙ୍କା ଅଛି ତ ? ଟ୍ୱିଟ୍ କରି ଏଭଳି କେନ୍ଦ୍ର ସ୍ୱସ୍ଥ୍ୟାମନ୍ତ୍ରାଳୟକୁ ଏହିଭଳି ପ୍ରଶ୍ନ କରିଛନ୍ତି ଅଦର। ସିଆଇଆଇ […]
କୋଲକାତା: ଅକ୍ଟୋବର ୧ ତାରିଖରୁ ପଶ୍ଚିମବଙ୍ଗରେ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆରମ୍ଭ ହେବ। ଏନେଇ ଶନିବାର ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପୁଣିଥରେ ସାଧାରଣ ଧାରାକୁ ଫେରିଆସିବା ପାଇଁ ଅକ୍ଟୋବର ୧ ତାରିଖରୁ ପଶ୍ଚିମବଙ୍ଗରେ କେତେକ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଅନୁମତି ମିଳିବ ବୋଲି ମମତା କହିଛନ୍ତି। ଏହି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଭିତରେ ରହିଛି, ଯାତ୍ରା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ, ସିନେମା ଏବଂ ଶୋ ସମ୍ପର୍କିତ ମ୍ୟୁଜିକ, […]
ନୂଆଦିଲ୍ଲୀ: ଭାଙ୍ଗିଲା ପୁରୁଣା ସମ୍ପର୍କ। ବିଜେପି ସହ ସମ୍ପର୍କ ଛିନ୍ନ କଲା ସିରୋମଣି ଅକାଳି ଦଳ। କୃଷି ବିଲ୍ ୨୦୨୦କୁ ବିରୋଧ କରି ଦଳର ନେତ୍ରୀ ହରସିମ୍ରନ କୌର ମନ୍ତ୍ରୀ ପଦରୁ ଇସ୍ତଫା ଦେବା, ସାଂସଦମାନେ ସଂସଦ ପରିତ୍ୟାଗ କରିବା ପରେ ଏବେ ବିଜେପି ନେତୃତ୍ୱାଧୀନ ଏନ୍ଡିଏକୁ ବାଏ ବାଏ କହିଛି ପୁରୁଣା ବନ୍ଧୁ ସିରୋମଣି ଅକାଳି ଦଳ। ଏହି ବଲିକୁ କୃଷକ ବିରୋଧୀ କହି ଏନ୍ଡିଏ ଛାଡ଼ିଲା ଦଳ। ଅକାଳୀ ଦଳ ବିଜେପିର ବହୁ ପୁରୁଣା […]
ଅବୁଧାବି: ଗତକାଲି ସନ୍ରାଇଜର ହାଇଦ୍ରାବାଦ ଓ କୋଲକାତା ମଧ୍ୟରେ ଅବୁଧାବିରେ ଖେଳାଯାଉଥିବା ଆଇପିଏଲ୍ ମ୍ୟାଚ୍ରେ କୋଲକାତା ବିଜୟୀ ହୋଇଛି। କେକେଆର୍ରେ ଓପନର ଶୁବମାନ ଗିଲଙ୍କ ଦମଦାର ୭୦ ଓ ଇଓନ ମୋର୍ଗାନଙ୍କ ବିସ୍ଫୋରକ ୪୨ ରନ୍ ବଳରେ କୋଲକାତା ନାଇଟ ରାଇଡର୍ସର ଚଳିତ ଆଇପିଏଲରେ ପ୍ରଥମଥର ବିଜୟୀ ହୋଇଛି। ସନ ରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କରିଛି କେକେଆର୍। ତେବେ ଏହାକୁ ମିଶାଇ ହାଇଦ୍ରାବାଦର କ୍ରମାଗତ ଦୁଇଥର ପରାଜୟ ହୋଇଛି। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ […]
ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏବେ ସେ ହରିଦ୍ୱାର ଓ ଋଷିକେଶ ମଧ୍ୟରେ ଥିବା ବନ୍ଦେ ମାତରମ୍ କୁଞ୍ଜରେ କ୍ୱାରେଣ୍ଟିନ୍ରେ ଅଛନ୍ତି। ଚାରି ଦିନ ପରେ ପୁଣିଥରେ କରୋନା ଟେଷ୍ଟ୍ କରାଇବା ସହ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଷ୍ପତ୍ତି ନେବେ ବୋଲି ଟ୍ୱିଟ୍ କରି ଉମା ଭାରତୀ […]
ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅକ୍ସିଜେନ୍ ସିଲିଣ୍ଡରର ଅଭାବ ଓ ଦର ବୃଦ୍ଧି ସମସ୍ୟାକୁ ମୁକାବିଲା କରିବା ପାଇଁ ଭାରତ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତା ୬ ମାସ ପାଇଁ National Pharmaceutical Pricing Authority(NPPA), Liquid Medical Oxygen (LMO) ଓ ମେଡିକାଲ୍ ଅକ୍ସିଜେନ୍ ସିଲିଣ୍ଡର ଦର ହ୍ରାସ କରିଛି। କାରଖାନାରେ ଉତ୍ପାଦିତ ହେଉଥିବା LMOର କ୍ୟୁବ୍ ମିଟର ପିଛା ଦରକୁ ୧୫ ଟଙ୍କା ୨୨ ପଇସା ହ୍ରାସ କରାଯାଇଛି। ସେହିପରି […]
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଯଶୱନ୍ତ ସିଂଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଆଜି ସକାଳ ୬ଟା ୫୫ ମିନିଟରେ ହୃଦ୍ଘାତ ଯୋଗୁ ତାଙ୍କର ଦେହାନ୍ତ ହୋଇଛି। ଅସୁସ୍ଥ ଅନୁଭବ କରିବାରୁ ଗତ ଜୁନ୍ ୨୫ରେ ତାଙ୍କୁ ଦିଲ୍ଲୀର ଆର୍ମି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଯଶୱନ୍ତ ସିଂଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗଭୀର ଶୋକ ପ୍ରକାଶ କରିଛନ୍ତି। ଯଶୱନ୍ତ ସିଂ […]
ମୁମ୍ବାଇ: ବଲିଉଡ୍ରେ ଡ୍ରଗ୍ସ ଲିଙ୍କ୍ ମାମଲାର ତଦନ୍ତ କରୁଥିବା Narcotics Control Bureau (NCB) ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ଅଭିନେତ୍ରୀ ଦୀପିକା ପାଦୁକୋନ୍, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ୍, ରକୁଲ୍ ପ୍ରୀତ ସିଂହ, ଦୀପିକାଙ୍କ ପୂର୍ବତନ ମ୍ୟାନେଜର କରିସ୍ମା ପ୍ରକାଶ, ଫ୍ୟାଶନ ଡିଜାଇନର ସିମୋନ ଖମ୍ବାଟା ଓ ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହଙ୍କୁ ଜେରା କରିଛି। ଜେରାର ସମ୍ମୁଖୀନ ହୋଇଥିବା ଏହି ଅଭିନେତ୍ରୀମାନଙ୍କ ମୋବାଇଲ୍ ଫୋନ୍କୁ ଏବେ ସିଜ୍ […]
ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲର ଚୂଡାନ୍ତ ବିଶ୍ଲେଷଣ ଡାଟା ଜାରି କରାଯାଇଛି। ଏହି ତଥ୍ୟରୁ ଜଣାଯାଇଛି, ଗୁରୁତର କୋଭିଡ୍ ରୋଗୀଙ୍କ ଠାରେ କୋଭାକ୍ସିନ୍ ଟିକା ୯୩ଦଶମିକ ୪ ପ୍ରତିଶତ ଫଳପ୍ରଦ ହେଉଛି…
ମିରଟ: ନିର୍ଭୟା ଗଣଦୁଷ୍କର୍ମ ଭଳି ଆଉ ଏକ ଛାତିଥରା ଘଟଣାର ପୁନରାବୃତ୍ତି ହୋଇଛି ଉତ୍ତରପ୍ରଦେଶ ମିରଟରେ। ଜଣେ ମହିଳା ଯାତ୍ରୀଙ୍କୁ ଚଳନ୍ତା ବସ୍ରେ ଗଣଦୁଷ୍କର୍ମ କରାଯିବା ପରେ ବସ୍ରୁ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ରାତିରେ ଏହି ଘଟଣା ଘଟିଛି। ସାରା ରାତି ଚଳନ୍ତା ବସ୍ରେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଶନିବାର ଦିନ ମିରଟର ଦିଲ୍ଲୀ ରୋଡ୍ରେ ସମ୍ପୃକ୍ତ ମହିଳାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଏହାପରେ […]
ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓକୁ ଜବରଦସ୍ତ ଝଟ୍କା ଲାଗିଛି। ଜୁନ୍ ମାସରେ ଜିଓକୁ କଡ଼ା ଟକ୍କର ଦେଇଛି ଏୟାର୍ଟେଲ୍। ଜୁନ ମାସରେ ଜିଓର ସକ୍ରିୟ ଗ୍ରାହକଙ୍କ ସଂଖ୍ୟା କମିଥିବା ବେଳେ ଏୟାର୍ଟେଲ୍ର କିନ୍ତୁ ସକ୍ରିୟ ଗ୍ରାହକ(ଆକ୍ଟିଭ୍ ୟୁଜର୍ସ)ଙ୍କ ସଂଖ୍ୟା ବଢ଼ିଛି। ଜୁନ ମାସରେ ଏୟାର୍ଟେଲ୍ର ସକ୍ରିୟ ଗ୍ରାହକଙ୍କ ସଂଖ୍ୟା ୩୭ ଲକ୍ଷ ବଢ଼ିଥିବା ବେଳେ ଜିଓର ସକ୍ରିୟ ଗ୍ରାହକଙ୍କ ସଂଖ୍ୟା ୨୧ ଲକ୍ଷ କମିଛି। ସେହିଭଳି ଭୋଡ଼ାଫୋନ୍-ଆଇଡିଆର ସକ୍ରିୟ ଗ୍ରାହକଙ୍କ ସଂଖ୍ୟାରେ ବି ହ୍ରାସ ହୋଇଛି। […]
ନୂଆଦିଲ୍ଲୀ: ସୁରକ୍ଷା ଦୃଷ୍ଟିରୁ ଭାରତରେ ସରକାର ଯେତେ ଚାଇନିଜ୍ ଆପ୍ ଉପରେ ବ୍ୟାନ୍ ଲଗାଇଲେ ମଧ୍ୟ ସେହିଭଳି କିଛି ପୁଣିଥରେ ନୂଆ ବ୍ରାଣ୍ଡିଂ ସହିତ ପୁଣି ପ୍ଲେଷ୍ଟୋର୍ରେ ଅପ୍ଲୋଡ୍ ହେଉଛି। ଆଉ କୋଟି କୋଟି ଗ୍ରାହକ ତାକୁ ଡାଉନ୍ଲୋଡ ମଧ୍ୟ କରୁଛନ୍ତି। ଭାରତ ସରକାର ପାଖାପାଖି ୨୨୪ ଚାଇନିଜ୍ ଆପ୍କୁ ବ୍ୟାନ୍ କରିଛନ୍ତି। କିନ୍ତୁ ସେହିଭଳି କିଛି ଚାଇନିଜ୍ ଆପ୍ରେ ଏବେବି ଭାରତୀୟ ବଜାରରେ ତାର କାୟା ବିସ୍ତାର କରି ଚାଲିଛି। ଏହି ଆପ୍ଗୁଡ଼ିକ ମଧ୍ୟରୁ ଗୋଟିଏ […]
ନୂଆଦିଲ୍ଲୀ: ଆକାଶବାଣୀରେ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ମୋଦି କୃଷକଙ୍କ ଉପରେ ଗୁରୁତ୍ୱ ଦେଇ କରୋନା ସମୟରେ ସେମାନଙ୍କର ଯୋଗଦାନକୁ ପ୍ରଶଂସା କରିଛନ୍ତି। କରୋନା ସମୟରେ ଆମ ଦେଶର କୃଷି କ୍ଷେତ୍ର ନିଜର ଦମ୍ ଦେଖାଇଛି। ଦେଶର କୃଷି କ୍ଷେତ୍ର, ଆମ କୃଷକ ଓ ଆମ ଗାଁ ଆତ୍ମନିର୍ଭର ଭାରତର ଆଧାର। ଏମାନେ ମଜଭୁତ୍ ହେଲେ, ଆତ୍ମନିର୍ଭର ହେଲେ ଆତ୍ମନିର୍ଭର ଭାରତର […]