• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

1pm-bt
ନୌସେନାର ଶକ୍ତି ବଢାଇବ ଆଇଏନ୍ଏସ୍ କବରତ୍ତି

ନୂଆଦିଲ୍ଲୀ: ନୌସେନାରେ ସାମିଲ ହେଲା ବୁଡାଜାହାଜ ବିଧ୍ୱଂସୀ ଯୁଦ୍ଧ ଜାହାଜ ଆଇଏନ୍ଏସ୍ କବରତ୍ତି । ଆଜି ବିଶାଖାପାଟଣା ସ୍ଥିତ ନାଭାଲ୍ ଡକୟାର୍ଡରେ ଏହି ଯୁଦ୍ଧଜାହାଜକୁ ସାମିଲ କରିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ। ଆଇଏନ୍ଏସ କବର୍ତ୍ତି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଚତୁର୍ଥ ଆଣ୍ଟି ସବ୍‌ମେରାଇନ୍ ଯୁଦ୍ଧଜାହାଜ। ଏହାପୂର୍ବରୁ ଆଉ ୩ଟି ବୁଡାଜାହାଜ ବିଧ୍ୱଂସୀ ଯୁଦ୍ଧଜାହାଜ ନୌସେନାରେ ସାମିଲ ହୋଇସାରିଛି । ଆଇଏନ୍ଏସ୍ କବରତ୍ତିର ବିଶେଷତ୍ୱ ହେଲା ଏହା ରାଡାରରେ ସହଜରେ ଦେଖାଯାଏ ନାହିଁ । […]

nag
ଶତ୍ରୁର ନିଦ ଉଡ଼ାଇ ଦେବ ‘ନାଗ୍‌’

ନୂଆଦିଲ୍ଲୀ: ଭାରତରେ ସେନାବାହିନୀ ଦିନକୁ ଦିନ ଶକ୍ତିଶାଳୀ ହେଉଛି। ଅଧିକରୁ ଅଧିକ ମିସାଇଲ ପରୀକ୍ଷଣ କରୁଛି । ଗୁରୁବାର ପୁଣି ଏକ ଶକ୍ତିଶାଳୀ ମିଶାଇ ‘ନାଗ୍‌’ ର ପରୀକ୍ଷଣ ହୋଇଯାଇଛି। ଡିଆରଡିଓ ଦ୍ୱାରା ବିକଶିତ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅତ୍ୟାଧୁନିକ ଆଣ୍ଟି ଟାଙ୍କ ଗାଇଡେଡ ମିଶାଇଲ ନାଗର ପରୀକ୍ଷଣ ସଫଳ ହୋଇଛି। ଆଜି ପ୍ରତ୍ୟୁଷରେ ରାଜସ୍ଥାନର ଐତିହାସିକ ପୋଖରାନରେ ଏହାର ପରୀକ୍ଷଣ ହୋଇଛି । ଗତ ଦେଢମାସ ମଧ୍ୟରେ ଡିଆରଡିଓର ଏହା ୧୨ତମ ସଫଳ ମିସାଇଲ […]

auto
ଆମ୍ବୁଲାନ୍ସ ନଥିବାରୁ ୨୦୦ କରୋନା ରୋଗୀଙ୍କୁ ହସ୍ପିଟାଲ୍‌ ପହଞ୍ଚାଇଛନ୍ତି ୨ଅଟୋ ଡ୍ରାଇଭର୍‌

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ସମୟରେ ଅନେକ ଅମାନବୀୟ ଘଟଣା ସାମ୍ନାକୁ ଆସିଲା। ଏହି ମହାମାରୀକୁ ଡରି କେତେବେଳେ ଲୋକମାନେ ରୋଗୀଙ୍କୁ ଛୁଇଁଲେନି। ତ ଆଉ କେତେବେଳେ ଘର ଭିତରକୁ ରୋଗୀ ପ୍ରବେଶକୁ ବାରଣ ହେଲା। ଏହି ମହାମାରୀ ସମୟରେ କିଛି ମାନବିକତାର ଉଦାହରଣ ମଧ୍ୟ ମିଳିଲା। କେରଳର ହରିସ୍‌ କରୁବାଚେରୀ ଏବଂ ମଇଲ୍‌ ରଥିସ୍‌ ନାମକ ଦୁଇ ବ୍ୟକ୍ତି ଆମ୍ବୁଲାନ୍ସର ଅଭାବ ପାଇଁ ୨୦୦କରୋନା ରୋଗୀଙ୍କୁ ନେଇ ହସ୍ପିଟାଲ୍‌ରେ ପହଞ୍ଚାଇଛନ୍ତି। ହରିସ୍‌ ଏବଂ ମଇଲ୍‌ ଦୁହେଁ ଅଟୋ […]

pic
୪୦୪୨ଟି ଚାଉଳ ଦାନାରେ ‘ଭାଗବତ ଗୀତା’ ଲେଖିଲେ ଛାତ୍ରୀ

ନୂଆଦିଲ୍ଲୀ: ଚାଉଳ ଦାନାରେ ଅକ୍ଷର ଲେଖିବା ବେଶ୍‌ କଷ୍ଟକର କାମ। ବୋଧହୁଏ ଆପଣମାନେ କେହି କେବେ ଚାଉଳରେ ନାଁ ଲେଖିବାର ଚେଷ୍ଟା କରିନଥିବେ। ହାଇଦ୍ରାବାଦର ଆଇନ ବିଭାଗର ଜଣେ ଛାତ୍ରୀ କିନ୍ତୁ ଏମିତି ନିଆରା ଉଦ୍ୟମ କରିଛନ୍ତି। ୪୦୪୨ଟି ଚାଉଳ ଦାନାରେ ସେ ପୂରା ଭାଗବତ ଗୀତା ଲେଖିଛନ୍ତି। ଏହି ଛାତ୍ରୀଙ୍କୁ ନେଇ ଏବେ ବେଶ୍‌ ଚର୍ଚ୍ଚା ହେଉଛି।ଏହି ଆଇନ ଛାତ୍ରୀଙ୍କ ନାଁ ରାମାଗିରି ସ୍ୱାରିକା। ରାମାଗିରିଙ୍କ କହିବା ଅନୁଯାୟୀ, ମତେ ୪୦୪୨ଟି ଚାଉଳ ଦାନାରେ ଭାଗବତ […]

amit-sah
୫୬ ବର୍ଷରେ ପାଦ ଦେଲେ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଦେଶର ବିକାଶରେ ତାଙ୍କର ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତର ବିକାଶରେ ତାଙ୍କର ନିଷ୍ଠା ଓ ପ୍ରଶଂସାଯୋଗ୍ୟ କାମ ଦେଶ ଦେଖୁଛି । ବିଜେପିକୁ ଅଧିକ ଦୃଢ କରିବାରେ ତାଙ୍କର ମଧ୍ୟ ଉଲ୍ଲେଖଯୋଗ୍ୟ ଭୂମିକା ରହିଛି । ଦେଶର […]

sushil-modi
ବିହାର ଉପମୁଖ୍ୟମନ୍ତ୍ରୀଙ୍କୁ କରୋନା

ପଟନା: ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ପଟନାସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେ ଟ୍ୱିଟ୍ କରି ଲେଖିଛନ୍ତି “ ସବୁ ପାରାମିଟର ନର୍‌ମାଲ ରହିଛି। ପ୍ରଥମେ ସାମାନ୍ୟ ଜ୍ୱର ହୋଇଥିଲା। ଗତ ଦୁଇଦିନ ହେଲା ଜ୍ୱର ନାହିଁ। ଉନ୍ନତ ଚିକିତ୍ସା ପାଇଁ ପାଟ୍‌ନା ଏମ୍ସରେ ଭର୍ତ୍ତି ହୋଇଛି। […]

intesar-ali
ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ୍‌ ଏସ୍‌ଆଇ

ଲକ୍ଷ୍ନୌ: ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ଉତ୍ତର ପ୍ରଦେଶ ପୋଲିସ୍‌ ସବ୍‌-ଇନସ୍ପେକ୍ଟର ଇନ୍ତେସାର ଅଲୀ। ତେବେ ଏହା ପୂର୍ବରୁ ଅଲ୍ଲୀଙ୍କୁ ଦାଢ଼ି କାଟିବାକୁ ତିନିଥର ସତର୍କ କରାଯାଇଥିଲା। ନହେଲେ ଦାଢ଼ି ରଖିବା ପାଇଁ ଅନୁମତି ନେବାକୁ କୁହାଯାଇଥିଲା। କିନ୍ତୁ ଏହି ଦୁଇଟି ପରାମର୍ଶ ଭିତରେ ଅଲୀ କେଉଁଟି ବି ମାନି ନଥିଲେ। ଏବଂ ଦାଢ଼ି ରଖି ଡ୍ୟୁଟି କରୁଥିଲେ।ଏହାପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଏ ନେଇ ବାଘପତ ଏସ୍‌ପି ଅଭିଷେକ ସିଂହ କହିଛନ୍ତି […]

Untitled-2
ଗଭୀର ସମୁଦ୍ରରୁ ବାହାରିଲା ବିଚିତ୍ର ଜୀବ

କର୍ଣ୍ଣାଟକା: ସୁବାସ ସାଲିନ୍‌ ଜଣେ କର୍ଣ୍ଣାଟକା ବାସିନ୍ଦା। ସେ ଗଭୀର ସମୁଦ୍ରରୁ ମାଛଧରି ପରିବାର ପୋଷଣ କରନ୍ତି। ସେ ମାଛ ଧରିବା ପାଇଁ ଗତକାଲି ସମୁଦ୍ରକୁ ଯାଇଥିଲେ। ସବୁଦିନ ପରି ସେ ଜାଲ ପକାଇଥିଲେ। ହେଲେ ଏ କଣ ? ସେ ଜାଲ ଉପରକୁ ଉଠାନ୍ତି ତ ଦେଖିଲେ ଦୁଇଟି ବିରାଟକାୟ ବିଚିତ୍ର ଜୀବ। ଯାହାର ନାମ ମଣ୍ଟା ରେଜ୍। ଏହି ଦୁଇଟି ଜୀବର ଓଜନ ୭୫୦ କେଜି ଏବଂ ୨୫୦ କେଜି। ପରେ ସୁବାସ ଟ୍ରଲର […]

star
ଫିଲ୍ମ ଅଭିନେତାଙ୍କୁ ହତ୍ୟା ! ସୋଫାରେ ପଡ଼ିଥିଲା ରକ୍ତଭିଜା ମୃତଦେହ

ବେଙ୍ଗାଲୁରୁ: କର୍ଣ୍ଣାଟକର ଟୁଲୁ ଫିଲ୍ମ ଆକ୍ଟର ସୁରେନ୍ଦ୍ର ବନ୍ତୱାଲଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦକ୍ଷିଣ କାନାଡ଼ା ଜିଲ୍ଲା ବନ୍ତୱାଲ ଟାଉନ୍‌ରେ ଥିବା ଏ ଆପାର୍ଟମେଣ୍ଟରେ ବୁଧବାର ତାଙ୍କ ରକ୍ତଭିଜା ମୃତଦେହ ଉଦ୍ଧାର କରିଛି ପୋଲିସ। ସୁରେନ୍ଦ୍ରଙ୍କ ଶରୀରରେ ଅନେକ ସ୍ଥାନରେ ଛୁରାଘାତ ଥିବାରୁ ତାଙ୍କୁ କେହି ହତ୍ୟା କରିଥାଇପାରେ ବୋଲି ସନ୍ଦେହ କରାଯାଉଛି। ବନ୍ତୱାଲ ପୋଲିସର ସୂଚନା ଅନୁସାରେ, ସୁରେନ୍ଦ୍ରଙ୍କ ରକ୍ତଭିଜା ମୃତଦେହ ଏକ ସୋଫାରେ ପଡ଼ିଥିଲା। ତାଙ୍କ ଶରୀରରେ ଅନେକ ସ୍ଥାନରେ କ୍ଷତ ଚିହ୍ନ […]

edappadi-palaniswami
ମାଗଣା କୋଭିଡ-୧୯ ଭ୍ୟାକ୍ସିନ୍‌ ଦେବାକୁ ଘୋଷଣା କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ଚେନ୍ନାଇ: ରାଜ୍ୟବାସୀଙ୍କୁ ମାଗଣାରେ କରୋନା ଭ୍ୟାକ୍ସିନ୍‌ ଯୋଗାଇ ଦେବାକୁ  ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇଡାପ୍ପାଡି କେ. ପାଲାନିସ୍ୱାମୀ। ସେ କହିଛନ୍ତି “କୋଭିଡ୍-୧୯ ଭ୍ୟାକ୍ସିନ୍ ପ୍ରସ୍ତୁତ ହେବା ପରେ ରାଜ୍ୟର ସମସ୍ତ ନାଗରିକଙ୍କୁ ମାଗଣାରେ ଭ୍ୟାକ୍ସିନ୍ ଦିଆଯିବ।” ପାଲାନିସ୍ୱାମୀଙ୍କୁ ପୂର୍ବରୁ ବିଜେପି ବିହାରରେ ମାଗଣା କୋଭିଡ-୧୯ ଭ୍ୟାକ୍ସିନ୍ ଯୋଗାଇ ଦେବାକୁ ଘୋଷଣା କରିଛି। ନିର୍ବାଚନୀ ଇସ୍ତାହାରରେ ମାଗଣା ଭ୍ୟାକ୍ସିନ୍ ବିତରଣକୁ ସାମିଲ କରିଛି ଦଳ। ନିର୍ବାଚନୀ ଇସ୍ତାହାରରେ କୁହାଯାଇଛି। “ କରୋନା ବିରୋଧୀ ଲଢ଼େଇରେ ଏନ୍‌ଡିଏ ସରକାର […]

air-jet
ଯାତ୍ରୀମାନଙ୍କ ପାଇଁ ଖୁସି ଖବର; ଭିସା ନିୟମରେ କୋହଳ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସ୍ଥିତି ଧୀରେ ଧୀରେ କମୁଥିବା ବେଳେ ଭିସା ନିୟମରେ କୋହଳ କରିଛନ୍ତି କେନ୍ଦ୍ର ସରକାର। ବିଦେଶରେ ରହୁଥିବା ଭାରତୀୟ ଓ ତଥା ବିଦେଶୀ ନାଗରିଙ୍କୁ ଭାରତ ଆସିବାକୁ ଅନୁମତି ମିଳିଛି। ହେଲେ ଟୁରିଷ୍ଟ ଭିସାରେ କୌଣସି ବିଦେଶୀ ନାଗରିକ ଭାରତ ଆସିପାରିବେ ନାହିଁ ବୋଲି କୁହାଯାଇଛି। ଜାରି ହୋଇଥିବା ନୂଆ ନିୟମରେ କୁହାଯାଇଛି ଯେ, କେନ୍ଦ୍ର ସରକାର ବିଦେଶୀ ନାଗରିକ ଓ ଭାରତୀୟଙ୍କ ଭାରତ ପ୍ରବେଶ ନେଇ ଅଧିକ ଶ୍ରେଣୀରେ ଭିଜା […]

cova
ମାଗଣାରେ ଦେଶବାସୀଙ୍କୁ ମିଳିବ କରୋନା ଭ୍ୟାକ୍‌ସିନ !

ନୂଆଦିଲ୍ଲୀ: ଚୀନ୍ ପରେ ବିଶ୍ୱର ଦ୍ୱିତୀୟ ଜନସଂଖ୍ୟାବହୁଳ ଦେଶର ଲୋକଙ୍କୁ ମାଗଣାରେ କରୋନା ଟିକା ଦେବା ଲାଗି କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିଲାଗି କେନ୍ଦ୍ର ସରକାର ୭ ବିଲିଅନ ଡଲାରର ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିଛନ୍ତି। ଜଣ ପିଛା ୬ରୁ ୭ ଡଲାର ବା ୪୫୦ରୁ ୫୫୦ ଟଙ୍କା ହିସାବରେ ୧୩୦ କୋଟି ଲୋକଙ୍କ ପାଇଁ ଏହି ବ୍ୟୟ ବରାଦ କରାଯାଇଛି। ଚଳିତ ଆର୍ଥିକ ବର୍ଷ ଭିତରେ ଏହି ଟଙ୍କାର ବ୍ୟବସ୍ଥା ହେବ ଓ […]

5
ଭକ୍ତି ସଂଗୀତ ଗାଇ ମନ ମୋହିଲେ ବରିଷ୍ଠ ଆଇଏଏସ୍

ନୂଆଦିଲ୍ଲୀ: ପ୍ରତିଭା କେବେ ଲୁଚି ରହେନା। ସେ ଛୋଟ ହେଉ ଅବା ବଡ଼। ଜଣେ ବରିଷ୍ଠ ପ୍ରଶାସକ ତାଙ୍କର ବ୍ୟସ୍ତବହୁଳ ଟିକିଏ ଫୁରସତ୍ ମିଳିଲେ ସଂଗୀତର ସ୍ୱର ଭିତରେ ସେ ଯେପରି ହଜିଯାଆନ୍ତି। ଏମିତି ଜଣେ ପ୍ରସାଶକ ଯିଏକି ଭକ୍ତି ସଙ୍ଗୀତ ଗାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଜଣେ ବରିଷ୍ଠ ପ୍ରଶାସକ ହେଉଛନ୍ତି IAS ରାକ୍ଷୀ ଗୁପ୍ତା। ସେ ଗାଇଥିବା ଏକ ସଙ୍ଗୀତ ଗତ ୧୮ ତାରିଖରେ ୟୁ ଟ୍ୟୁବ୍‌ରେ ସେୟାର କରାଯାଇଥିଲା। ଏହାର କ୍ୟାପସନ୍‌ରେ ରାକ୍ଷୀ […]

6
ହାଇଦ୍ରାବାଦକୁ ୧୫୫ ରନ୍‌ର ଟାର୍ଗେଟ୍‌ ଦେଲା ରାଜସ୍ଥାନ

ଦୁବାଇ: ଚଳିତ ଆଇପିଏଲର ୪୦ତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଛି। ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର୍ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୫୪ ରନ୍ କରିବାକୁ ସକ୍ଷମ ହୋଇଛି। ତେବେ ଏସ୍‌ଆରଏଚ ୧୫୫ ରନ୍ ଟାର୍ଗେଟ୍‌ର ପିଛା କରି ପଡ଼ିଆକୁ ଓହ୍ଲାଇଛି। ରାଜସ୍ଥାନ […]

onion
ପିଆଜ ଚୋରି କରି ବନ୍ଧା ହେଲେ

ପୁଣେ: ଗୋଟିଏପଟେ ପିଆଜ ଦର ଆକାଶଛୁଆଁ ହେବାପରେ ଲୋକମାନଙ୍କ ଚିନ୍ତା ବଢ଼ି ଯାଇଥିବାବେଳେ ଅନ୍ୟପଟେ ପିଆଜ ଚୋରି ଘଟଣା ଏବେ ସାମ୍ନାକୁ ଆସିଛି। ମହାରାଷ୍ଟ୍ର ପୁଣେରେ ଏହି ଘଟଣା ଘଟିଛି। ପୁଣେର ମଉଜେ ଦେଭ୍‌ଜାଲି ଗାଁରୁ ୫୫୦ କିଲୋ ପିଆଜ ଚୋରି କରିବାରେ ଅଭିଯୋଗରେ ପୋଲିସ୍‌ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ- ସଞ୍ଜୟ ପରାଧି ଓ ପୋପତ୍‌ କାଲେ। ପୁଣେର ନାରାୟଣଗାଓଁ ଥାନାରେ ଏମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୁଣେରେ ପିଆଜ […]

vaccine
ଆଶ୍ୱସ୍ତିର ଖବର; କୋଭାକ୍ସିନକୁ ମିଳିଲା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅନୁମତି

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ଆଶ୍ୱସ୍ତିର ଖବର।  କରୋନା ଟିକା କୋଭାକ୍ସିନକୁ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଲାଗି ଅନୁମତି ମିଳିଛି। ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ଆଇସିଏମଆର ସହଯୋଗରେ ଏହି ଟୀକା ପ୍ରସ୍ତୁତ କରୁଥିବା ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକକୁ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିଛି ଡ୍ରଗ୍ସ କଣ୍ଟ୍ରୋଲର ଜେନରାଲ ଅଫ ଇଣ୍ଡିଆ ବା ଡିସିଜିଆଇ । ଏ ନେଇ କମ୍ପାନୀ ଗତ ୨ ତାରିଖରେ DCGI ନିକଟରେ ଆବେଦନ […]

ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍

ନୂଆଦିଲ୍ଲୀ: ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍ । ଆମେରିକା ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନ୍‌ଷ୍ଟ୍ରେସନ୍‌  ପକ୍ଷରୁ ରେମଡ୍‌ସିଭିରକୁ ଅନୁମତି ମିଳିଛି। ମେଡିକାଲ୍‌ରେ ଚିିକିତ୍ସିତ ହେଉଥିବା ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ ପରେ ଆମେରିକାରେ ରେମେଡସିଭିର୍ ଦିଆଯିବ। ଆମେରିକାରେ ରେମେଡସିଭିରକୁ ଭେକ୍ଲୁରୀ ନାଁରେ ବିକ୍ରି ହେବ। ଆମେରିକାରେ ଗତ କିଛି ମାସ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ରେମେଡସିଭିର୍ ପ୍ରୟୋଗ ନେଇ ହ୍ୟୁମନ୍ ଟ୍ରାଏଲ୍ କରାଯାଇଥିଲା।  କିଛି ପଯର୍ୟାୟରେ ଏହା ଫଳପ୍ରଦ ହେବା ପରେ ଏହାକୁ […]

୧୦ ଟଙ୍କାରେ ବିରିୟାନୀ ବିକୁଥିଲେ, ଉଠାଇ ନେଲା ପୋଲିସ୍‌

ଚେନ୍ନାଇ: ୧୦ ଟଙ୍କାରେ ବିରିୟାନୀ ପ୍ଲେଟ୍‌ ବିକି ଗିରଫ ହେଲେ ଦୋକାନୀ। ତାମିଲନାଡୁରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଆରୁପୁକୋଟାଇରେ ଜାହିର ହୁସେନ ନାମକ ଏହି ଯୁବକ ନୂଆ ବିରିୟାନୀ ଦୋକାନ ଖୋଲିଥିଲେ। ସେ ଆଡଭର୍ଟାଇଜମେଣ୍ଟ ଦେଇଥିଲେ ଯେ, ପ୍ରଥମ ଦିନରେ ସେ ବିରିୟାନୀ ପ୍ଲେଟ୍ ୧୦ ଟଙ୍କାରେ ବିକିବେ। ଏହି ୨୯ ବର୍ଷୀୟ ଯୁବକ ଗତ ରବିବାର ଦିନ ନୂଆ ଦୋକାନ ଖୋଲିଲେ। କେବଳ ରବିବାର ଦିନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା […]