ହାଇଦ୍ରାବାଦ: ସେ ଗୋଟିଏ ରାଜ୍ୟର ରାଜ୍ୟପାଳ। ରାଜ୍ୟର ପ୍ରଥମ ନାଗରିକ। କିନ୍ତୁ ରୋଗୀ ସେବାରେ ବ୍ରତୀ ହୋଇଛନ୍ତି। ତାହା ପୁଣି ବିପତ୍ତି ସମୟରେ। ସେ ହେଉଛନ୍ତି ତେଲଙ୍ଗାନା ରାଜ୍ୟପାଳ ଡକ୍ଟର ତାମିଲିସାଇ ସୌନ୍ଦରରାଜନ। ବିପତ୍ତି ସମୟରେ ରୋଗୀ ସେବା କରି ଉଦାହରଣ ସୃଷ୍ଟି କରିଛନ୍ତି ଏହି ମହିୟସୀ ମହିଳା। ରାଜଭବନରେ ବସି ସେ ଲୋକଙ୍କ କଲ୍ ଆଟେଣ୍ଡ କରୁଛନ୍ତି। ସିଧାସଳଖ ଲୋକଙ୍କ ସହ କଥା ହେଉଛନ୍ତି। ରୋଗୀଙ୍କୁ ସ୍ୱାସ୍ଥ୍ୟ ସଂପର୍କିତ ପରାମର୍ଶ ଦେଉଛନ୍ତି। ରୋଗୀମାନଙ୍କୁ ସେ ଟେଲିମେଡିସିନ […]
ଯାଜପୁର: କରୋନା ଲକ୍ଡାଉନ୍ ସମୟର ସଠିକ ଉପଯୋଗ କରିଛନ୍ତି ଜଣେ ଇଂଜିନିୟରିଂ ଛାତ୍ର। ବିଜ୍ଞାନ ପ୍ରତି ରୁଚି ରଖିଥିବା ଛାତ୍ର ଜଣଙ୍କ ଏକ ୪ ଚକିଆ ଗାଡି ତିଆରି କରିଛନ୍ତି। ଏଥିରେ ପୁରୁଣା ମୋଟର ସାଇକେଲର ଇଂଜିନ୍ ଲାଗିଛି। ଗାଡିରେ ୨ ଜଣ ବସିବା ପାଇଁ ସୁବିଧା ରହିଛି। ଯାଜପୁରର ଧର୍ମଶାଳା ଅଞ୍ଚଳରେ ଏହି ଗାଡିକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଧର୍ମଶାଳା ବ୍ଲକ ଭବାନୀପୁର ଗାଁର ମଧୁମୁକ୍ତି ମହାରଣା ଭୁବନେଶ୍ୱରରେ ଇଂଜିନିୟରିଂ ପଢୁଥିଲେ। ଲକଡାଉନ୍ […]
ଟୋକିଓ: ସାରା ବିଶ୍ୱରେ ମହାମାରୀ କରୋନା ଏହାର କାୟା ବିସ୍ତାର କରିସାରିଛି। କରୋନାର ମୁକାବିଲା କରିବା ଲାଗି ଅନେକ ଦେଶ ଭ୍ୟାକ୍ସିନ୍ ବାହାର କରିବାରେ ମଧ୍ୟ ଲାଗି ପଡ଼ିଛନ୍ତି। ଏସବୁ ଭିତରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ଯେଉଁଥିରେ କରୋନା ଭାଇରସ୍ ସମ୍ପର୍କରେ ନୂଆ ନୂଆ ତଥ୍ୟ ଜଣାପଡ଼ୁଛି। ଏକ ଷ୍ଟଡିରେ ଖୁଲାସା ହୋଇଛି ଯେ, କରୋନା ଭାଇରସ୍ ମଣିଷ ଚର୍ମରେ ୯ ଘଣ୍ଟା ପର୍ଯ୍ୟନ୍ତ ଆକ୍ଟିଭ୍ ରହିଥାଏ। କରୋନା ଭାଇରସ୍କୁ ନେଇ ଜାପାନର […]
ଆବଶ୍ୟକ ସାମଗ୍ରୀ: କଟା ପିଆଜ, କଟା କଞ୍ଚାଲଙ୍କା, ଧନିଆ ପତ୍ର, କଟା ଟମାଟୋ, ଲଙ୍କା ଗୁଣ୍ଡ, ଧଳା ସୋରିଷ, ଜୀରା, ଶୁଖିଲା ଲଙ୍କା ବଟା, ଧନିଆ ଗୁଣ୍ଡ, ଲେମ୍ବୁ ରସ, ସୋରିଷ ତେଲ, ଇଲିସି ମାଛ, ଲୁଣ, ହଳଦୀ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଞ୍ଚା ଇଲିସି ମାଛକୁ ଭଲ ଭାବେ ଧୋଇ, ସେଥିରେ ଲୁଣ ଓ ହଳଦୀ ଗୋଳାଇ ରଖନ୍ତୁ। ଏହାପରେ ଇଲିସି ମାଛରେ କଟା ପିଆଜ, କଟା କଞ୍ଚାଲଙ୍କା, ଧନିଆ ପତ୍ର, କଟା ଟମାଟୋ ଓ […]
ନୂଆଦିଲ୍ଲୀ: ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ଭାରତକୁ ମିଳିପାରେ କରୋନା ଭ୍ୟାକସିନ୍। ସେରମ ଇନ୍ଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଆସନ୍ତା ମାର୍ଚ୍ଚ ସୁଦ୍ଧା ବଜାରକୁ ଆସିପାରେ। ଏନେଇ ସୂଚନା ଦେଇଛନ୍ତି ସେରମ୍ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ସୁରେଶ ଯାଦବ। ଭାରତ ପାଖରେ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା କୋଭିସିଲ୍ଡ୍ ଟୀକା ଉପଲବ୍ଧ ହେବ। କିନ୍ତୁ ସାଧାରଣ ବଜାରରେ ଲୋକଙ୍କୁ ଏହା ମାର୍ଚ୍ଚରେ ମିଳିପାରେ। ଡିସେମ୍ବର ସୁଦ୍ଧା ଭାରତକୁ ୬ରୁ ୭ କୋଟି ଡୋଜ୍ ମିଳିବ। ଯାହାକୁ […]
ମୁମ୍ବାଇ: ଗୋଟେ ସମୟ ଥିଲା ଯେତେବେଳେ ଫିଲ୍ମ ପାଇଁ ହିରୋ ବାଛିବା ପୂର୍ବରୁ ବିଭିନ୍ନ ଦିଗ ଉପରେ ଧ୍ୟାନ ଦେବାକୁ ହେଉଥିଲା। ରଙ୍ଗ, ସୁନ୍ଦର ଚେହେରା, ଭଲ ବ୍ୟକ୍ତିତ୍ୱ ଏସବୁ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ହେଉଥିଲା। ଆଜି ବି ଇଣ୍ଡଷ୍ଟ୍ରିରେ ଏହି ସମସ୍ତ ବିଶ୍ୱାସ ରହିଛି। କିନ୍ତୁ କିଛି ବର୍ଷ ପୂର୍ବରୁ ଅଭିନେତା ଓମ୍ ପୁରିଙ୍କ ପ୍ରବେଶ ଏହି ଚିନ୍ତାଧାରାରେ ଟିକେ ପରିବର୍ତ୍ତନ ଆଣିଲା। ଓମ୍ ପୁରିଙ୍କ ସରଳ ବ୍ୟକ୍ତିତ୍ୱ, ଏବଂ ଶକ୍ତିଶାଳୀ ସ୍ୱର ଅଭିନୟ […]
ନୂଆଦିଲ୍ଲୀ: ଗତ ସଂଧ୍ୟାରୁ ହାଇଦ୍ରାବାଦରେ ବିଳମ୍ବିତ ରାତିଯାଏ ପ୍ରବଳ ବର୍ଷା ହୋଇଛି। ଫଳରେ ବିଭିନ୍ନ ସ୍ଥାନରେ ପାଣି ଜମି ରହି ଟ୍ରାଫିକ ସମସ୍ୟା ଦେଖାଦେଇଛି। ଏହାସହ ତଳିଆ ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ଦେଖାଦେଇଛି। କେତେକ ସ୍ଥାନରେ ୧୯୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗୋଟିଏ ଗୋଟିଏ ସ୍ଥାନରେ ୨ ଫୁଟ୍ ଉଚ୍ଚର ପାଣି ଜମି ରହିଥିବା ବେଳେ ପାଣି ନିଷ୍କାସନ ଓ ରାସ୍ତା ସଫା କରିବା ଲାଗି ଡିଜାଷ୍ଟର ରେସପନ୍ସ ଫୋର୍ସ-ଡିଆରଏଫ୍ ଲାଗି ପଡ଼ିଛନ୍ତି। ଆଜି […]
ନୂଆଦିଲ୍ଲୀ: ୟୁକେର ସିଟି ଅଫ୍ ବାଥ୍ରେ ହେବ ଜଗନ୍ନାଥ ମନ୍ଦିର। କିଭଳି ବିଧି ବ୍ୟବସ୍ଥାରେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ହୋଇପାରିବ, ସେ ବିଷୟରେ ଜାଣିବା ପାଇଁ ନିର୍ମାଣ ଦାୟିତ୍ୱରେ ଥିବା ପ୍ରତିନିଧି ମଣ୍ଡଳୀର କର୍ମକର୍ତ୍ତାମାନେ ପୁରୀ ଆସିଥିଲେ। ଜଗତଗୁରୁ ଶଙ୍କରାଚାଯର୍ୟ ଏବଂ ବରିଷ୍ଠ ସେବାୟତଙ୍କଠାରୁ ଏନେଇ ସେମାନେ ପରାମର୍ଶ ନେଇଥିଲେ। ବରିଷ୍ଠ ସେବାୟତ ଇପସିତ୍ ପ୍ରତିହାରୀ ପ୍ରତିନିଧି ମଣ୍ଡଳୀକୁ ମହାପ୍ରଭୁଙ୍କ ବିଗ୍ରହ ଦେବା ସହ ମହାପ୍ରଭୁଙ୍କ ଫୁଲ, ତୁଳସୀ ଓ ମହାପ୍ରସାଦ ଦେଇଛନ୍ତି।
ଲକ୍ଷ୍ନୌ: ନିଟ୍ରେ ରେ ୭୨୦ରୁ ୭୨୦ ନମ୍ୱର ରଖି ସାରା ଦେଶରେ ଟପର୍ ହୋଇଛନ୍ତି ରାଉରକେଲାର ସୋଏବ୍ ଅଫତାବ। ପୂର୍ବରୁ ନିଟ୍ରେ ପୂରା ୭୨୦ରୁ ୭୨୦ କେହି ରଖିନଥିଲେ। ତେବେ କୌତୁହଳର କଥା ହେଉଛି, ଅଫତାବଙ୍କ ସହ ଆଉଜଣେ ଛାତ୍ରୀ ଉତ୍ତର ପ୍ରଦେଶର ଆକାଂକ୍ଷା ସିଂହ ମଧ୍ୟ ୭୨୦ରୁ ୭୨୦ ମାର୍କ ରଖିଛନ୍ତି। ଦୁଇ ଜଣ ସମାନ ନମ୍ବର ରଖି ଜଣେ ଅଲ୍ ଇଣ୍ଡିଆ ରାଙ୍କ ୧ ଓ ଆଉ ଜଣେ ରାଙ୍କ ୨ ପାଇଛନ୍ତି। ଏହା ନିଷ୍ପତ୍ତି […]
ଲକ୍ଷ୍ନୌ; ଉତ୍ତର ପ୍ରଦେଶ ବଲିଆ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଧୀରେନ୍ଦ୍ର ସିଂହ ଗିରଫ ହୋଇଛି। ଲକ୍ଷ୍ନୌର ଜନେଶ୍ୱର ମିଶ୍ର ପାର୍କ ନିକଟରେ ଧୀରେନ୍ଦ୍ରକୁ ଗିରଫ କରିଛି ୟୁପି ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ। ଧୀରେନ୍ଦ୍ରଙ୍କ ସହିତ ତାଙ୍କର ଅନ୍ୟ ସହଯୋଗୀ ସନ୍ତୋଷ ଯାଦବ ଓ ମର୍ଜୀତ ଯାଦବ ଗିରଫ ହୋଇଛନ୍ତି। ଏମାନଙ୍କଠାରୁ ମାରଣାସ୍ତ୍ର ଜବତ କରାଯାଇଥିବା ଜଣେ ପୋଲିସ ଅଫିସର ସୂଚନା ଦେଇଛନ୍ତି। ଖବର ସରବରାହ ସଂସ୍ଥା ଏଏନ୍ଆଇ ଅନୁସାରେ, ଧୀରେନ୍ଦ୍ର ଓ ସାଥି ଗିରଫ ହେବା […]
ନୂଆଦିଲ୍ଲୀ: ଆଉ ଜଣେ କାଶ୍ମୀର ନେତାଙ୍କ ବିବାଦୀୟ ବୟାନ। ଜାମ୍ମୁ ଓ କାଶ୍ମୀର ପିପୁଲ୍ସ କନଫରେନ୍ସର ଅଧ୍ୟକ୍ଷ ସାଜଦ ଲୋନ୍ ଧାରା ୩୭୦ ଉଚ୍ଛେଦକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ଧାରା ୩୭୦ ଉଚ୍ଛେଦକୁ କରୋନା ଭାଇରସ ସଂକ୍ରମଣ ସହିତ ତୁଳନା କରିଛନ୍ତି ସାଜଦ। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷତାକାର ଦେଇ ସାଜଦ କହିଛନ୍ତି, ଯେମିତି କୋଭିଡ୍-୧୯ ପାଞ୍ଚଦିନ ପରେ ଲକ୍ଷଣ ଦେଖାଉଛି, ଠିକ୍ ସେମିତି ଯାହା ସେମାନେ କରିଛନ୍ତି ଏହାର ପ୍ରତିକ୍ରିୟା ହୁଏତ ପାଞ୍ଚ ବର୍ଷ […]
ଅମୃତସର: ଅସଦାଚରଣରୁ ବର୍ତ୍ତିବା ପାଇଁ ଚଳନ୍ତା କାର୍ରୁ ଡେଇଁପଡ଼ିଲେ ଦୁଇ ମହିଳା। ଏଭଳି ଘଟଣା ଘଟିଛି ପଞ୍ଜାବର ଅମୃତସରରେ। ଦୁଇ ମହିଳାଙ୍କ ମଧ୍ୟରୁ ଜଣଙ୍କୁ କାର୍ ଡ୍ରାଇଭର ଅସଦାଚରଣ କରିବାକୁ ଉଦ୍ୟମ କରୁଥିବା ବେଳେ ଭୟରେ ଦୁଇ ମହିଳା ଗାଡ଼ିରୁ ଡେଇଁ ପଡ଼ିଥିଲେ। ଏନେଇ ସ୍ଥାନୀୟ ପୋଲିସ ସୂଚନା ଦେଇଛି। ତେବେ ଦୁଇ ମହିଳାଙ୍କ ବ୍ୟତୀତ କ୍ୟାବ୍ରେ ଅନ୍ୟ ଜଣେ ମହିଳା ବି ଥିଲେ। ଯାହାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ପ୍ରଥମେ ଦୁଇ ମହିଳା କାର୍ […]
ଆବୁଧାବି: ଚଳିତ ଆଇପିଏଲର ୩୫ ତମ ମ୍ୟାଚ୍ରେ କୋଲକତା ନାଇଟ୍ ରାଇଡର୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେଇଛନ୍ତି। ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ୍ ୱାର୍ଣ୍ଣର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ କୋଲକାତା ଅଧିନାୟକ ୟୋନ୍ ମର୍ଗାନ ବ୍ୟାଟିଂ ଭାର ସମ୍ଭାଳି ଥିଲେ। ପ୍ରଥମେ ବ୍ୟାଟିଂ କରି କୋଲକାତା ୨୦ ଓଭରରେ ୫ଟି ୱିକେଟ୍ ହରାଇ ୧୬୩ ରନ୍ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ଶୁଭମ୍ ଗିଲ୍ […]
ଆବୁଧାବି: ଚଳିତ ଆଇପିଏଲର ୩୫ ତମ ମ୍ୟାଚ୍କୁ କୋଲକାତା ନାଇଟ୍ ରାଇଡର ଜିତି ନେଇଛି। ମ୍ୟାଚ୍ଟି ଏକ ପ୍ରକାରର ରୋମାଞ୍ଚକର ହୋଇଥିଲା। ପ୍ରଥମେ ବ୍ୟାଟିଂ କରି କୋଲକାତା ୨୦ ଓଭରରେ ୫ଟି ୱିକେଟ୍ ହରାଇ ୧୬୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏହି ରନ୍ର ପିଛା କରି ୨୦ ଓଭରରେ ୬ଟି ୱିକେଟ୍ ହରାଇ ହାଇଦ୍ରାବାଦ ମଧ୍ୟ ୧୬୩ ରନ୍ କରିଥିଲା। ତେବେ ମ୍ୟାଚ୍ ସୁପର ଓଭର ଆଡ଼କୁ ଯାଇଥିଲା। ଗୋଟିଏ ଓଭରର ଏହି ସୁପର ଓଭର […]
ଦୁବାଇ: ଚଳିତ ଆଇପିଏଲର ୩୬ ତମ ମ୍ୟାଚ୍ରେ ମୁମ୍ୱାଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ମୁହାଁମୁହିଁ ହେଇଛନ୍ତି। ଏହି ମ୍ୟାଚ୍ ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଉଛି। ଏହି ମ୍ୟାଚ୍ରେ ମୁମ୍ୱାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେପଞ୍ଜାବ ଅଧିନାୟକ କେ.ଏଲ୍ ରାହୁଲ ବୋଲିଂ ଭାର ସମ୍ଭାଳି ଥିଲେ। ପ୍ରଥମେ ବ୍ୟାଟିଂ କରି ମୁମ୍ୱାଇ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୭୬ ରନ୍ କରିବାକୁ […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍କୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(NCB) ଅଭିନେତା ଅର୍ଜୁନ୍ ରାମପାଲ୍ଙ୍କ ଗର୍ଲଫ୍ରେଣ୍ଡ୍ ଗାବେରିଲା ଡେମେଟ୍ରିଆଡିସ୍ଙ୍କ ଭାଇଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ NCB ଗାବେରିଲାଙ୍କ ଭାଇ ଆଜିସିଆଲୋସ୍ ଡେମେଟ୍ରିଆଡିସ୍ଙ୍କୁ ରବିବାର ଗିରଫ କରିଛି। ଆଜିସିଆଲୋସ୍ ହେଉଛନ୍ତି ଦକ୍ଷିଣ ଆଫ୍ରିକୀୟ। ସୁଶାନ୍ତ ସିଂ ମାମଲାରେ ଡ୍ରଗ୍ସ ଲିଙ୍କ୍କୁ ନେଇ ଗିରଫ ଡ୍ରଗ୍ ବେପାରୀଙ୍କ ସହ ଆଜିସିଆଲୋସ୍ ଯୋଗାଯୋଗରେ ଥିଲେ ବୋଲି ଜଣାପଡ଼ିଛି। ଗିରଫ ପରେ ଆଜିସିଆଲୋସ୍ଙ୍କୁ […]