ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆ ଆଡ଼କୁ ଆଉ ପାଦେ ଆଗେଇଲେ ଭାରତର ସରକାର। ସରକାର ଏବେ ବିଭିନ୍ନ ମନ୍ତ୍ରାଳୟ, ବିଭାଗ, ସ୍ୱୟଂଶାସିତ ସଂସ୍ଥାରେ ଛାପା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ବଦଳରେ ଡିଜିଟାଲ ଡକ୍ୟୁମେଣ୍ଟକୁ ଗୁରୁତ୍ୱ ଦିଆଯିବ ବୋଲି ସରକାର କହିଛନ୍ତି। ବିଶେଷ କରି ୱାଲ କ୍ୟାଲେଣ୍ଡର, ଡେସ୍କଟପ୍ କ୍ୟାଲେଣ୍ଡର, ଡାଏରୀ, ଫେଷ୍ଟିଭାଲ କାର୍ଡ ଛାପା ବଦଳରେ ଏହା ଅନଲାଇନରେ ଜାରି କରାଯିବ। ସେହିପରି କଫି ଟେବୁଲ ବୁକ୍ସ ବଦଳରେ ଇ-ବୁକ୍ସର ପ୍ରଚଳନ ଓ ଏହାର ପ୍ରସାର […]
ନୂଆଦିଲ୍ଲୀ: ମହାମାରୀ କରୋନା ଚିକିତ୍ସା ନେଇ ନୂଆ ଆଶା ସୃଷ୍ଟି ହୋଇଛି। Steroid ବ୍ୟବହାର କରାଯାଇ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚା ଯାଇପାରିବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ଏହି ଉତ୍ସାହଜନକ ତଥ୍ୟ କରୋନା ଲଢ଼େଇରେ ବେଶ୍ ଫଳପ୍ରଦ ହୋଇପାରେ ବୋଲି ଆଶା କାରାଯାଉଛି। ଅନ୍ତର୍ଜାତୀୟ ଖବର କାଗଜ The Guardian ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଷ୍ଟେରଏଡ୍ ବ୍ୟବହାର କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି। କୁହାଯାଇଛି ଯେ, ଜୁନ୍ରେ ଅଧିକାଂଶ […]
ମୁମ୍ବାଇ: ଭେଟେରାନ୍ ଅଭିନେତା ଦିଲୀପ କୁମାରଙ୍କ ସାନ ଭାଇ ଏହସାନ୍ ଖାନଙ୍କର ଆଜି ପରଲୋକ ହୋଇଛି। ୯୨ ବର୍ଷୀୟ ଏହସାନ୍ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ଏବଂ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। କିନ୍ତୁ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। Dilip Saab’s youngest brother Ehsan Khan, passed away few hours ago. Earlier, youngest brother, Aslam had passed away. We are from God […]
ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟରେ ମୋଟ ଆକ୍ଟିଭ୍ କେସ୍ର ୬୨% ରହିଛନ୍ତି କରୋନା ରୋଗୀ ରହିଛନ୍ତି। ଏହି ରାଜ୍ୟଗୁଡ଼ିକ ହେଲା ତାମିଲନାଡୁ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ର। ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। କରୋନା ଅପଡେଟ୍ ନେଇ ସୂଚନା ଦେଲାବେଳେ ସେ ଏପରି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏସବୁ ରାଜ୍ୟରେ ଧୀରେ ଧୀରେ ଆକ୍ଟିଭ୍ କେସ୍ କମୁଛି। କରୋନାରେ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ କାମ ପାଇଁ ଏପର୍ଯ୍ୟନ୍ତ ଦାନ କରିଛନ୍ତି ୧୦୩ କୋଟି ଟଙ୍କା। ଯେଉଁଥିରେ ବାଳିକା ଶିକ୍ଷାଠାରୁ ଆରମ୍ଭ କରି ଗଙ୍ଗା ସଫେଇ ଏବଂ କରୋନା ବିରୋଧରେ ଲଢ଼େଇ ପାଇଁ ଗଠନ ହୋଇଥିବା ପିଏମ୍ ମୋଦି କେୟାର ଫଣ୍ଡ୍ ସାମିଲ୍ ଅଛି। ପ୍ରଧାନମନ୍ତ୍ରୀ ମୋଦି ନିଜକୁ ମିଳିଥିବା ଉପହାରର ନିଲାମ ଏବଂ ସଞ୍ଚିତ ଅର୍ଥରୁ ଏହି ଟଙ୍କାର ଯୋଗାଡ଼ କରିଥିବା ସୂଚନା ମିଳିଛି। ଶେଷଥର ପାଇଁ ମୋଦି ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୨.୨୫ […]
ନୂଆଦିଲ୍ଲୀ: ଭାରତ ଗତକାଲି ବ୍ୟାନ କରିଥିବା ୧୧୮ଟି ଚାଇନିଜ୍ ମୋବାଇଲ ଆପ୍ସକୁ ଚୀନ୍ ସରକାର ଜୋରଦାର ବିରୋଧ କରିଛନ୍ତି। ସାମ୍ୱାଦିକ ସମ୍ମିଳନୀ କରି ଚୀନ୍ର ବାଣିଜ୍ୟିକ ମନ୍ତ୍ରଣାଳୟ ଭାରତର ଏଭଳି ନିଷ୍ପତ୍ତିକୁ ଦୃଢ଼ ବିରୋଧ କରାଯିବ ବୋଲି ପ୍ରକାଶ କରିଛି। ଭାରତ ଚାଇନିଜ ନିବେଶକାରୀ ଏବଂ ସେବା ପ୍ରଦାନକାରୀଙ୍କ ଆଇନଗତ ଅଧିକାରକୁ ଭଙ୍ଗ କରୁଛି। ଚୀନ୍ ପକ୍ଷରୁ ଭାରତକୁ ଏହାର ଭୁଲ ସୁଧାରିବାକୁ ଚୀନର ବାଣିଜ୍ୟିକ ମନ୍ତ୍ରଣାଳୟର ମୁଖପାତ୍ର ଗାଓ ଫେଙ୍ଗ କହିଛନ୍ତି। ଏହି ପଦକ୍ଷେପକୁ ପୁନର୍ବିଚାର […]
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଇଣ୍ଡଷ୍ଟ୍ରୀରେ ନେପୋଟିଜମ୍ ଓ ଡ୍ରଗ୍ସ ଲିଙ୍କକୁ ନେଇ ଲଗାତର ମନ୍ତବ୍ୟ ଦେଇ ଆସୁଛନ୍ତି। ଏବେ କଙ୍ଗନା ଶିବସେନା ନେତା ସଞ୍ଜୟ ରାଉତଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କଙ୍ଗନା କହିଛନ୍ତି ଯେ ସଞ୍ଜୟ ରାଉତ ତାଙ୍କୁ ମୁମ୍ବାଇ ନଆସିବାକୁ ଖୋଲାଖୋଲି ଧମକ ଦେଇଛନ୍ତି। https://twitter.com/KanganaTeam/status/1301413968729210880?s=20 କଙ୍ଗନା ଟୁଇଟ୍ କରିଛନ୍ତି, “ଶିବସେନା ନେତା ସଞ୍ଜୟ ରାଉତ ମୋତେ ଖୋଲାଖୋଲି ଧମକ ଦେଇଛନ୍ତି ଏବଂ ମୋତେ ମୁମ୍ବାଇ ନଆସିବାକୁ କହିଛନ୍ତି। ପ୍ରଥମେ ମୁମ୍ବାଇ […]
ମୁମ୍ବାଇ; ଦିଶା ସାଲିଆନ୍ ମୃତ୍ୟୁ ମାମଲାର ଖୋଳତାଡ଼ କରିବ ସିବିଆଇ। ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର୍ ଦିଶାଙ୍କ ମୃତ୍ୟ କିପରି ହେଲା ? ତାକୁ ନେଇ ତଦନ୍ତକାରୀ ସଂସ୍ଥା ଖୋଳତାଡ଼ କରିବ। ସୁଶାନ୍ତଙ୍କ ମାମଲାର ତଦନ୍ତ କରୁଥିବା ସିବିଆଇ ଟିମ୍ ହିଁ ଏହାର ତଦନ୍ତ କରିବ। ସୁଶାନ୍ତଙ୍କ ମୃତ୍ୟୁ ସହ ଦିଶାଙ୍କ କଣ ଲିଙ୍କ୍ ରହିଛି। ସେ ରହସ୍ୟ ଉପରୁ ପରଦା ହଟାଇବାକୁ ଚେଷ୍ଟା କରାଯିବ। ସୁଶାନ୍ତଙ୍କ ଫ୍ଲାଟମେଟ ସିଦ୍ଧାର୍ଥ ପିଠାନୀଙ୍କ ବୟାନ ପରେ ଦିଶା […]
ନୂଆଦିଲ୍ଲୀ: ବ୍ରାଜିଲ ଓ ପ୍ୟାରିସ୍ ସେଣ୍ଟ ଜର୍ମେନ (ପିଏସଜି)ର ଷ୍ଟାର ଫୁଟବଲର ନେମାର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ପିଏସଜି ନେମାରଙ୍କ ନାଁରେ ଖୁଲାସା କରିନାହିଁ। କିନ୍ତୁ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନେମାରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ନେମାରଙ୍କ ବ୍ୟତୀତ ପିଏସଜିର ଆଉ କିଛି ଖେଳାଳି ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ହେବା ପରେ ନେମାର ଏବେ ୧୪ ଦିନିଆ ସେଲ୍ଫ ଆଇସୋଲେସନରେ ରହିବେ। ନେମାରଙ୍କ ସାଥୀ ଖେଳାଳି ଆଞ୍ଜେଲ […]
ଗ୍ୱାଲିଅର: କୁହାଯାଏ ଦୃଢ଼ ଇଚ୍ଛାଶକ୍ତି ଆଗରେ କୌଣସି କାମ ଅସମ୍ଭବ ନୁହେଁ। ଝାଡ଼ଖଣ୍ଡରେ ରହୁଥିବା ଧନଞ୍ଜୟ ମାଝି ଏହିପରି ଏକ କାମ କରି ଦେଖାଇଛନ୍ତି। ଘର ତାଙ୍କର ଝାଡ଼ଖଣ୍ଡରେ କିନ୍ତୁ ମଧ୍ୟପ୍ରଦେଶରେ ତାଙ୍କ ଚର୍ଚ୍ଚା ଖୁବ୍ ହେଉଛି। ଏହାର କାରଣ ସେ ନିଜ ଗର୍ଭବତୀ ପତ୍ନୀକୁ ୧୧୭୬ କିଲୋମିଟର ପରୀକ୍ଷା ସେଣ୍ଟରରେ ପହଞ୍ଚାଇନ୍ତି। ସେ ପୁଣି ସ୍କୁଟି ଚଳାଇ। ଗୋଡାରୁ ଗ୍ୱାଲିଅରର ଦୂରତା ପାଖାପାଖି ୧୧୭୬ କିମି। ଯିବା ଆସିବାର ମାଧ୍ୟମ କେବଳ ଟ୍ରେନ୍। କରୋନା କଟକଣା କାରଣରୁ ଟ୍ରେନ୍ ବନ୍ଦ ରହିଛି। ବସ୍ରେ […]
ନୂଆଦିଲ୍ଲୀ: ଚୀନ ସହ ମୁକାବିଲା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଭାରତ। ସୀମାରେ ଟ୍ୟାଙ୍କ ସହ ସୈନ୍ୟ ନିୟୋଜିତ ହେବା ପରେ ଆଜି ଗ୍ରାଉଣ୍ଡ ଜିରୋର ସ୍ଥିତି ପରିଖିବାକୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ସ୍ଥଳସେନା ମୁଖ୍ୟ। ସମ୍ଭାବ୍ୟ ଯୁଦ୍ଧ ଆଶଙ୍କାକୁ ନଜରରେ ରଖି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଜେନେରାଲ ନରଓ୍ୱାଣେ। ସେପଟେ ଲଦାଖ ର ଏଲ୍ଏସି ସୀମାରେ ସ୍ଥିତିକୁ ବଦଳାଇ ଅଧିକ ସୈନ୍ୟ ଠୁଳ କରୁଛି ଭାରତ। ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇଥିବା ସ୍ଥଳ […]
ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ Narcotics Control Bureau (NCB)ଖୋଳତାଡ଼ ଜୋରଦାର କରିଛି। ଡ୍ରଗ୍ସ ଲିଙ୍କ୍ ଅଭିଯୋଗରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ମୁମ୍ବାଇ ସାନ୍ତାକ୍ରୁଜ୍ ସ୍ଥିତ ବାସଭବନରେ NCB ପକ୍ଷରୁ ରେଡ୍ ଜାରି ରହିଛି। ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ NCB ଟିମ୍ର ୫ଜଣ ଅଧିକାରୀଙ୍କ ସମେତ ମୁମ୍ବାଇ ପୋଲିସ୍ ରିୟାଙ୍କ ଘରେ ଚଢ଼ଉ କରିଛନ୍ତି। ଡ୍ରଗ୍ସ ଲିଙ୍କ୍କୁ ନେଇ ଯାଞ୍ଚ ଚାଲିବା […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ହାଉସ୍ ମ୍ୟାନେଜର୍ ସାମୁଏଲ୍ ମିରଣ୍ଡାଙ୍କୁ Narcotics Control Bureau (NCB) ଘରୁ ଉଠାଇ ନେଇଛି। ଡ୍ରଗ୍ସ ଲିଙ୍କ୍ ଘଟଣାରେ ତାଙ୍କୁ ପଚରାଉଚରା କରାଯାଇପାରେ ବୋଲି ଜଣାପଡ଼ିଛି। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ରିୟା ସୌଭିକ ଚକ୍ରବର୍ତ୍ତୀଙ୍କୁ NCB ପକ୍ଷରୁ ସମନ ଜାରି କରାଯାଇଛି। ସୂଚନାଥାଉ କି, ଡ୍ରଗ୍ସ ଲିଙ୍କ୍ ଘଟଣାକୁ ନେଇ NCBର ଏକ ଟିମ୍ ଆଜି ସକାଳୁ ସକାଳୁ ସାମୁଏଲ୍ଙ୍କ ମୁମ୍ବାଇ ସ୍ଥିତ […]
ୱାଶିଂଟନ୍: କରୋନା ଭ୍ୟାକ୍ସିନ୍କୁ ନେଇ ଏକ ଉତ୍ସାହଜନକ ଖବର। ନଭେମ୍ବର ୧ ସୁଦ୍ଧା କରୋନା ଭ୍ୟାକ୍ସିନ୍ର ବିତରଣ ପାଇଁ ପ୍ରସ୍ତୁତ ରହିବାକୁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଆମେରିକାର ସବୁ ରାଜ୍ୟମାନଙ୍କୁ କୁହାଯାଇଛି। ଆମେରିକା ପକ୍ଷରୁ କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ମିଳିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ନଭେମ୍ବର ୧ ସୁଦ୍ଧା ଭ୍ୟାକ୍ସିନ୍ର ବିତରଣ ପାଇଁ ପ୍ରସ୍ତୁତ ରହିବାକୁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଆମେରିକାର ସବୁ ରାଜ୍ୟମାନଙ୍କୁ କୁହାଯାଇଛି। […]
ନୂଆଦିଲ୍ଲୀ: ଭାରତରେ କରୋନା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୮୩,୩୪୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯,୩୬,୭୪୮ରେ ପହଞ୍ଚିଛି। ସେହିପରି ଦେଶରେ ୨୪ ଘଣ୍ଟା ଭିତରେ ୧୦୯୬ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଭାରତର ମୋଟ ୬୮,୪୭୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି। #CoronaVirusUpdates: 📍Total #COVID19 Cases in India (as on September 04, 2020) ▶️77.15% Cured/Discharged/Migrated […]
ନୂଆଦିଲ୍ଲୀ: ଭାରତ-ଚୀନ୍ LAC ରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ। କିନ୍ତୁ ଆମ ଯବାନ ଓ ଅଧିକାରୀଙ୍କ ମନୋବଳ ବହୁତ ଦୃଢ଼ ରହିଛି। ସେମାନେ ଯେ କୌଣସି ଚ୍ୟାଲେଞ୍ଜର ମୁକାବିଲା ଲାଗି ପ୍ରସ୍ତୁତ। LACରେ ସ୍ଥିତି ଅନୁଧ୍ୟାନ ପାଇଁ ଆସିଥିବା ବେଳେ ଏହା କହିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍.ଏମ୍. ନରୱଣେ। ଏଲଏସିରେ ଭାରତ-ଚୀନ୍ ମୁହାଁମୁହିଁ ପରିସ୍ଥିତିରେ ଥିବା ବେଳେ ସୀମାରେ ସ୍ଥିତି ଅନୁଧ୍ୟାନ ପାଇଁ ଆସିଛନ୍ତି ଆର୍ମି ଚିଫ୍। ଆଜି ସେ ଗଣମାଧ୍ୟମକୁ କହିଛନ୍ତି, LACରେ ସ୍ଥିତି ସମ୍ବେଦନଶୀଳ […]
ନୂଆଦିଲ୍ଲୀ: ବିଶ୍ୱ ସମୁଦାୟ ଆଗରେ ପୁଣି ଥରେ ପାକିସ୍ତାନର ପୋଲ୍ ଖୋଲିଛି। ଦୁଇ ଭାରତୀୟଙ୍କୁ ଆତଙ୍କବାଦୀ ଆଖ୍ୟା ଦେବା ପାଇଁ ହୀନ ପ୍ରୟାସ କରି ବିଫଳ ହୋଇଛି ପାକିସ୍ତାନର ଇମ୍ରାନ ସରକାର। ଦୁଇ ଭାରତୀୟଙ୍କୁ ଆତଙ୍କବାଦୀ ଘୋଷଣା ପାଇଁ ପାକ୍ ଚକ୍ରାନ୍ତ କରି ଜାତିସଂଘ ସୁରକ୍ଷା ପରିଷଦରେ ଆଣିଥିବା ପ୍ରସ୍ତାବ କାଟ୍ ଖାଇଛି। ଆମେରିକା, ଜର୍ମାନୀ, ଫ୍ରାନ୍ସ, ୟୁକେ ଓ ବେଲଜିୟମ ଭଳି ଭାରତର ବନ୍ଧୁ ରାଷ୍ଟ୍ରମାନେ ପାକିସ୍ତାନର ଏହି ଉଦ୍ଦେଶ୍ୟମୂଳକ ହୀନ ପ୍ରୟାସ ବିରୋଧରେ ସ୍ୱର […]