ରାଇପୁର: ଛତିଶଗଡ଼ ରାଇପୁରର ଚେରି ଖେଡି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଆହତ ହୋଇଛନ୍ତି। ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଆଜି ଭୋର ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଏକ ବସ୍ ଗୁଜରାଟର ସୁରତ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ବସ୍ଟି ରାଇପୁରର ଚେରି ଖେଡି ନିକଟରେ ଏକ ଟ୍ରକ୍ […]
ନୂଆଦିଲ୍ଲୀ: କରୋନା ଟେଷ୍ଟ ପାଇଁ Indian Council of Medical Research(ICMR) ପକ୍ଷରୁ ନୂଆ ଆଡଭାଇଜରି ଜାରି ହୋଇଛି। ଅଧିକ କରୋନା ସଂକ୍ରମଣ ହୋଇଥିବା ସହରର କଣ୍ଟେନ୍ମେଣ୍ଟ ଜୋନ୍ରେ ସମସ୍ତଙ୍କର କରୋନା ଟେଷ୍ଟ ପାଇଁ ICMR ପକ୍ଷରୁ ପରାମର୍ଶ ଦିଆଯାଇଛି। ଜାଣନ୍ତୁ ICMR ପକ୍ଷରୁ ଜାରି ହୋଇଥିବା ନୂଆ ଆଡଭାଇଜରି କ’ଣ କ’ଣ ରହିଛି… କଣ୍ଟେନ୍ମେଣ୍ଟ ଜୋନ୍ରେ ଶତ ପ୍ରତିଶତ ଆଣ୍ଟିଜେନ୍ ଟେଷ୍ଟ କରାଯାଉ। କଣ୍ଟେନ୍ମେଣ୍ଟ ଜୋନ୍ରେ ଯାହାର ବି କରୋନା ଲକ୍ଷଣ ଅଛି, ସେହିପରି ଆକ୍ରାନ୍ତଙ୍କ […]
ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ ମହାମାରୀ ଦିନକୁ ଦିନ ସାଙ୍ଘାତିତ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ଭିତରେ ଦେଶରେ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ରିପୋର୍ଟ ମୁତାବକ, ଦିନକରେ ରେକର୍ଡ ୮୬,୪୩୨ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ଲକ୍ଷ ଟପିଛି। ଫଳରେ ଭାରତରେ ଏବେ ପଜିଟିଭ୍ ସଂଖ୍ୟା ୪୦,୨୩,୧୭୯ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୧୦୮୯ ଜଣଙ୍କର ମୃତ୍ୟୁ […]
ନୂଆଦିଲ୍ଲୀ: ଇଏ ଏମିତି ସେମିତି ଗଛ ନୁହେଁ। ୟାର ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ। ଗଛରେ ମାତ୍ର ୪ଟି ପତ୍ର। ହେଲେ ଦାମ୍ କେତେ ଜାଣିଛନ୍ତି, ୪ ଲକ୍ଷ ଟଙ୍କା। ପକେଟରେ ୪ ଲକ୍ଷ ଥିଲେ, ଆପଣ କଣ କିଣିପାରିବେ? ଅତି ବେଶୀରେ ଜଣେ ଖଣ୍ଡେ ଗାଡ଼ି କିମ୍ବା ସପରିବାର ସହ ବିଦେଶ ଭ୍ରମଣ କରିପାରିବ। ହେଲେ ନ୍ୟୁଜିଲାଣ୍ଡରେ ଜଣେ ବ୍ୟକ୍ତି ଏହି ବିରଳ ଗଛ କିଣିଛନ୍ତି। ଏଥିପାଇଁ ଖର୍ଚ୍ଚ କରିଛନ୍ତି ୮ହଜାର ୧୫୦ ନ୍ୟୁଜିଲାଣ୍ଡ୍ ଡଲାର୍ […]
ପୁଣେ: ମହାରାଷ୍ଟ୍ର ପୁଣେ କ୍ୟାଣ୍ଟନମେଣ୍ଟ୍ ଅଞ୍ଚଳରେ ଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ହସ୍ପିଟାଲ୍ର ICU ୱାର୍ଡରେ ନିଆଁ ଲାଗି ଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୩ଟି ଦମକଳ ଗାଡ଼ି ପହଞ୍ଚିଛି। ଖବର ଲେଖାଯିବା ସୁଦ୍ଧା ଅଗ୍ନିକାଣ୍ଡରେ କ୍ଷୟକ୍ଷତି ଓ ମୃତାହତ ନେଇ କୌଣସି ସୂଚନା ମିଳିପାରି ନାହିଁ। ସୂଚନାଥାଉ କି, ଗତମାସରେ ଗୁଜରାଟର ଅହମଦାବାଦ ସ୍ଥିତ କୋଭିଡ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ପଢ଼ନ୍ତୁ: କୋଭିଡ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଏବଂ ଡ୍ରଗ୍ସ କାରବାରରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତିଙ୍କ ଭାଇ ସୌଭିକ ଚକ୍ରବର୍ତ୍ତି ଓ ସୁଶାନ୍ତଙ୍କ ମ୍ୟାନେଜର୍ ସାମୁଏଲ ମିରାଣ୍ଡାଙ୍କୁ କୋର୍ଟରେ ହାଜର କରାଯାଇଛି। ତାଙ୍କ ନାଁରେ ଥିବା ଡ୍ରଗ୍ସ କିଣିବା ଏବଂ ଏହାର ବ୍ୟବହାର ନେଇ ଏନସିବି ହାତରେ ପ୍ରମାଣ ଲାଗିଛି। ଯାହାକୁ କୋର୍ଟରେ ଉପସ୍ଥାପନ କରି ୭ ଦିନିଆ ରିମାଣ୍ଡ ମାଗିଲା ନାର୍କୋଟେକ୍ କଣ୍ଟ୍ରୋଲ୍ ବ୍ୟୁରୋ (NCB)। ଏଥିସହ ଗତକାଲି ଗିରଫ ହୋଇଥିବା ଆଉ […]
ନୂଆଦିଲ୍ଲୀ: କରୋନା ଭ୍ୟାକସିନ୍ ପ୍ରସ୍ତୁତ କରିବାରେ ବିଶ୍ୱର କିଛି ଅଗ୍ରଣୀ ଦେଶ ଦିନରାତି କଠିନ ପରିଶ୍ରମ କରୁଛନ୍ତି। ଏହିକ୍ରମରେ ରୁଷ୍ ପ୍ରଥମ ଦେଶ ଭାବେ ଗତ ମାସ ଅର୍ଥାତ୍ ଅଗଷ୍ଟ ୧୧ ତାରିଖରେ କରୋନା ଭ୍ୟାକସିନ୍ ବାହାର କରିବା ନେଇ ଦାବି କରିଥିଲା। ତେବେ ଋଷିଆନ୍ ଭ୍ୟାକସିନ୍ ‘Sputnik-V’ ଉପରେ ୱାର୍ଲ୍ଡ ହେଲଥ ଅର୍ଗାନାଇଜେସନ୍ (WHO), ଆମେରିକା ଏବଂ ଦୁନିଆର ସବୁ ବଡ଼ ବିଶେଷଜ୍ଞ ଆରମ୍ଭରୁ ହିଁ ଭରସା ଦେଖାଇନଥିଲେ। ଏବେ ରୁଷ୍ ଭ୍ୟାକସିନକୁ ନେଇ ନୂଆ […]
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣ ପାଇଁ ଆସନ୍ତାକାଲି ଅର୍ଥାତ୍ ରବିବାର କାର୍ଯ୍ୟସୂଚୀ ଜାରି ହେବ। ଆଇପିଏଲ୍ ଚେୟାରମ୍ୟାନ୍ ବ୍ରିଜେଶ୍ ପଟେଲ୍ ଶନିବାର ଏହାର ସୂଚନା ଦେଇଛନ୍ତି। ଏହା ପୂର୍ବରୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଥିଲେ ଯେ ସେପ୍ଟେମ୍ବର ୪ ତାରିଖରେ ଆଇପିଏଲ୍ କାର୍ଯ୍ୟସୂଚୀ ପ୍ରକାଶିତ ହେବ। Schedule of IPL 2020 that starts from 19th September in UAE will be […]
ନୂଆଦିଲ୍ଲୀ: ଭାରତୀୟ ରେଳ୍ ଯାତ୍ରୀଙ୍କ ପାଇଁ ଖୁସି ଖବର। ଭାରତୀୟ ରେଲୱେ ଆସନ୍ତା ୧୨ ତାରିଖରୁ ୮୦ ନୂଆ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ଘୋଷଣା କରିଛି। ଟ୍ରେନରେ ଯାତ୍ରା କରିବା ପାଇଁ ସେପ୍ଟେମ୍ବର ୧୦ ତାରିଖରୁ ବୁକିଂ ଆରମ୍ଭ ହେବ। ଏ ନେଇ ରେଲୱେ ବୋର୍ଡର ଚେୟାରମ୍ୟାନ୍ ବିନୋଦ କୁମାର କହିଛନ୍ତି, ଭାରତୀୟ ରେଲୱେ ସେପ୍ଟେମ୍ବର ୧୨ ତାରିଖରୁ ୪୦ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଇବ। ଏହି ୮୦ ସ୍ୱତନ୍ତ୍ର ଟ୍ରେନ୍ ପୂର୍ବରୁ ଚାଲୁଥିବା ୨୩୦ ଟ୍ରେନ୍ […]
ନୂଆଦିଲ୍ଲୀ: ଆଜି ପୃଥିବୀ ଦେଇ ଅତିକ୍ରମ କରିବ ଏକ ଉଲ୍କାପିଣ୍ଡ। ଅପରାହ୍ଣ ୨ଟା ୧୦ ମିନିଟ ସମୟରେ 465824 (2010 FR) ଉଲ୍କାପିଣ୍ଡ ବା ଆଷ୍ଟ୍ରଏଡ୍ ପୃଥିବୀ ଦେଇ ଅତିକ୍ରମ କରିବ। ତେବେ ଏହା ପୃଥିବୀ ଠାରୁ ୭୭ ଲକ୍ଷ କିଲୋମିଟର ଦୂରରେ ପୃଥିବୀକୁ ଅତିକ୍ରମ କରିବ। ଯାହାକି ପୃଥିବୀ-ଚନ୍ଦ୍ରର ଦୂରତା ଠାରୁ ୧୯ ଗୁଣ ଦୂରତାରେ ଏହା ଅତିକ୍ରମ କରିବ। ଆକଳନ ଅନୁଯାୟୀ, ଉଲ୍କାପିଣ୍ଡଟିର ବ୍ୟାସ ୧୨୦ରୁ ୨୭୦ ମିଟର। ୨୦୧୦ରୁ ବୈଜ୍ଞାନିକମାନେ ଏହି ଉଲ୍କାପିଣ୍ଡକୁ […]
ବେଙ୍ଗାଲୁରୁ: ବେଙ୍ଗାଲୁରୁ ଏଚ୍ଏସ୍ଆର୍ ଲେଆଉଟ୍ର ଆଗ୍ରା ଲେକ୍ ନିକଟରେ ଥିବା ଏକ ପବ୍ଳିକ୍ ପାର୍କରେ କନ୍ନଡ ଫିଲ୍ମ ଅଭିନେତ୍ରୀ ସମ୍ୟୁକ୍ତା ହେଗଡେଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ସେ ଓ ତାଙ୍କ ସାଙ୍ଗମାନେ ସ୍ପୋର୍ଟସ୍ ଡ୍ରେସ୍ ପିନ୍ଧି ୱାର୍କଆଉଟ୍ କରୁଥିବା ଯୋଗୁ ସେମାନଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ ହୋଇଥିବା ଅଭିନେତ୍ରୀ ସମ୍ୟୁକ୍ତା ଅଭିଯୋଗ କରିଛନ୍ତି। କଂଗ୍ରେସ ନେତା କବିତା ରେଡ୍ଡୀଙ୍କ ବିରୋଧରେ ସମ୍ୟୁକ୍ତା ଏହି ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ […]