ପାନାଜୀ: ଗୋଆ ମୁଖ୍ୟମନ୍ତ୍ରୀ Pramod Sawant କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ସକାଳେ ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି। ଏବେ ସେ ହୋମ୍ ଆଇସୋଲେସନ୍ରେ ଅଛନ୍ତି। ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି, ସେମାନଙ୍କୁ ଆବଶ୍ୟକତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପରାମର୍ଶ ଦେଇଛନ୍ତି।
ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦେଶରେ ଗୋଟିଏ ପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ଭାଇରସର ୭୮,୩୫୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭,୬୯,୫୨୩ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟା ଭିତରେ ଦେଶରେ ୧୦୪୫ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଣରେ ମୃତ୍ୟୁ ସଂଖ୍ୟା ୬୬,୩୩୩ରେ […]
ନୂଆଦିଲ୍ଲୀ: ଏଲଏସିରେ ଚୀନ୍ ଲଗାତର ଅନୁପ୍ରବେଶ କରିବାକୁ ପ୍ରୟାସ କରୁଛି। ତେବେ ଭାରତୀୟ ସେନା ଚୀନର ଏହି ପ୍ରଚେଷ୍ଟାକୁ ବାରମ୍ବାର ଫେଲ୍ କରିଦେଉଛନ୍ତି। କିନ୍ତୁ ଚୀନର ଏଭଳି କାର୍ଯ୍ୟକଳାପକୁ ନେଇ ସୀମାରେ ମଧ୍ୟ ଟେନସନ୍ ବଢ଼ିଯାଇଛି। ତେବେ ଏହି ସୀମା ବିବାଦକୁ ନେଇ ଆଜି ପୁଣି ଥରେ ବ୍ରିଗେଡ୍ କମାଣ୍ଡର ସ୍ତରୀୟ ବୈଠକ ବସିଛି। ଉତ୍ତେଜନା ହ୍ରାସ ଲାଗି ମୋଲ୍ଡୋରେ ଗତକାଲି ମଧ୍ୟ ବୈଠକ ବସିଥିଲା। ଭାରତ ଶାନ୍ତି ଚାହେଁ, କିନ୍ତୁ କୌଣସି ପରିସ୍ଥିତିରେ ସୀମାର ଅଖଣ୍ଡତା […]
ନୂଆଦିଲ୍ଲୀ: ଆପଣଙ୍କ ଆଧାର କାର୍ଡ ଅପଡେଟ୍ ଅଛି କି ? ଯଦି ହଁ ତେବେ କିଛି ସମସ୍ୟା ନାହିଁ। ଯଦି ନା’ ତା’ହେଲେ ଏବେ ହିଁ କରନ୍ତୁ ଅପଡେଟ୍। ନଚେତ୍ କୌଣସି ବି ମୁହୂର୍ତ୍ତରେ ସମସ୍ୟାରେ ପଡ଼ି ପାରନ୍ତି। ତେଣୁ ଅସୁବିଧାରେ ପଡ଼ିବା ଆଗରୁ ମାତ୍ର ୧୦୦ ଟଙ୍କାରେ କରି ନିଅନ୍ତୁ ଆଧାର କାର୍ଡ଼ ଅପଡେଟ୍। ପରିଚୟ ପ୍ରମାଣ ପାଇଁ ସବୁଠି ଆଧାର କାର୍ଡ ବ୍ୟବହୃତ ହୋଇଥାଏ। ଏଥିରେ ଯଦି କିଛି ଭୁଲ ରହିଯାଏ ସବୁ କିଛି ଭୁଲ […]
ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ତିନି ଦିନିଆ ରୁଷ୍ ଗସ୍ତ କରିଛନ୍ତି। ଏହି ଗସ୍ତରେ ସେ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ବୈଠକର ଯୋଗଦେବେ, ଯେଉଁଥିରେ ଆଞ୍ଚଳିକ ସୁରକ୍ଷାକୁ ନେଇ ଆଲୋଚନା ହୋଇପାରେ। ସେହିପରି ରୁଷ୍ ପ୍ରତିରକ୍ଷା ବରିଷ୍ଠ ଅଧିକାରୀଙ୍କ ଆଲୋଚନା କରିବା ସହ ପ୍ରତିରକ୍ଷା କ୍ରୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନେଇ ରାଜନାଥ ସିଂହ ଆଲୋଚନା କରିବେ ବୋଲି ଜଣାପଡିଛି। ରୁଷ […]
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଚଳିତ ମାସ ୧୪ ତାରିଖରୁ ଆରମ୍ଭ ହେବ। ଏହା ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ୧୮ ଦିନ ଧରି ଚାଲିବାକୁ ଥିବା ସଂସଦ ଅଧିବେଶନରେ କୌଣସି ଛୁଟି ରହିବ ନାହିଁ। ଅର୍ଥାତ୍ ଏଥର ଶନିବାର ଓ ରବିବାର ମଧ୍ୟ ଉଭୟ ଗୃହ ଚାଲୁରହିବ। କରୋନାକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିୟମ ଅନୁଯାୟୀ ପ୍ରତିଦିନ ପ୍ରଥମ ଚାରି ଘଣ୍ଟା ରାଜ୍ୟସଭା ଅଧିବେଶନ ଚାଲିବ ଏବଂ […]
ନୂଆଦିଲ୍ଲ: ଚୂଡ଼ାନ୍ତ ହୋଇଛି ରାମ ମନ୍ଦିର ନକ୍ସା। ଏହି ନକ୍ସାକୁ ମିଳିଛି ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷ (ADA)ଙ୍କ ଅନୁମୋଦନ। ଆଜି ଏ ସଂପର୍କରେ ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷଙ୍କ ବୈଠକ ବସିଥିଲା। ବୈଠକରେ ସର୍ବସମ୍ମତିକ୍ରମେ ରାମ ମନ୍ଦିର ନକ୍ସାକୁ ଅନୁମୋଦନ ମିଳିଛି। ଆଇନ ଅନୁସାରେ ୨୫ ଏକର ଜମି ପର୍ଯ୍ୟନ୍ତ କୌଣସି ନକ୍ସାକୁ ମଂଜୁରି ଦେଇପାରିବେ ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଉପାଧ୍ୟକ୍ଷ। ୨୫ ଏକରରୁ ଅଧିକ ହେଲେ ବୋର୍ଡର ଅନୁମୋଦନ ଜରୁରୀ। ଆଜିର ବୈଠକରେ ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷଙ୍କ […]
ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାର ପ୍ରାଇମ୍ ସସପେକ୍ଟ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ଲିଙ୍କ୍ ମାମଲାରେ ୨ ଜଣଙ୍କୁ ଗିରଫ କରିଛି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (NCB)। ଗିରଫ ଦୁଇଜଣ ହେଲେ ଅବଦୁଲ ବାସିତ ପରିହାର ଓ ଜୈଦ୍ ଭିଲିଟ୍ରା। ଉଭୟଙ୍କୁ ମୁମ୍ବାଇ ଓ ବାନ୍ଦ୍ରାରୁ ଗିରଫ କରିଛି ଏନସିବି। ରିୟାଙ୍କ ସହଯୋଗୀ ସାମୁଏଲ ମିରଣ୍ଡାଙ୍କ ଲିଙ୍କରେ ଏମାନଙ୍କୁ ଗିରଫ କରାଯାଇଛି। ରିୟାଙ୍କ ଭାଇ ସୌଭିକଙ୍କ ନିର୍ଦ୍ଦେଶରେ ମିରଣ୍ଡା ଦୁହିଁଙ୍କ ଠାରୁ ଡ୍ରଗ୍ସ ଆଣୁଥିଲେ ବୋଲି […]
ମୁମ୍ବାଇ: ବଲିଉଡ୍ ଷ୍ଟାର୍ ଅଭିନେତ୍ରୀ କଙ୍ଗନା ରାନାୱତ ନିଜର ସ୍ପଷ୍ଟବାଦୀ ପାଇଁ ଖୁବ୍ ପରିଚିତ। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଯେବେଠାରୁ ଡ୍ରଗ୍ସ ମାମା ସାମ୍ନାକୁ ଆସିଛି, ସେବେଠାରୁ କଙ୍ଗନା ବଲିଉଡକୁ ଟାର୍ଗେଟ୍ କରିବା ଆରମ୍ଭ କରିଦେଇଛନ୍ତି। ପୂର୍ବରୁ କଙ୍ଗନା କହିଥିଲେ ଯେ ବଲିଉଡର ୯୯ ପ୍ରତିଶତ ଲୋକେ ଡ୍ରଗ୍ସ ସେବନ କରନ୍ତି। ଏପରିକି କଙ୍ଗନା କହିଥିଲେ ଯେ ଯଦି ତାଙ୍କୁ ସୁରକ୍ଷା ଦିଆଯିବ, ତାହେଲେ ସେ ବଲିଉଡରେ ଡ୍ରଗ୍ସ ମାଫିଆଙ୍କ ପର୍ଦ୍ଦାଫାସ କରିଦେବେ। ଏହିକ୍ରମରେ […]
ନୂଆଦିଲ୍ଲୀ: ଚୀନ୍ ବିରୋଧରେ ଭାରତ ସରକାର ପୁଣିଥରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛନ୍ତି। ଭାରତର ସରକାର ତୃତୀୟଥର ଲାଗି ଚାଇନିଜ ଆପ୍ ଉପରେ ବ୍ୟାନ୍ ଲଗାଇଛନ୍ତି। ଲୋକପ୍ରିୟ ଗେମ୍ ‘ପବ୍ଜୀ’ ସମେତ ମୋଟ ୧୧୮ଟି ଚାଇନିଜ୍ ଆପକୁ ଭାରତ ସରକାର ବ୍ୟାନ୍ କରିବାକୁ ଘୋଷଣା କରିଛନ୍ତି। ଏହାକୁ ମିଶାଇ ମୋଟ ୨୨୪ଟି ଚାଇନିଜ୍ ଆପ୍ ବ୍ୟାନ୍ କରିଛି ଭାରତ। ଆପ୍ସକୁ ବ୍ୟାନ୍ କରିବାର ନିଷ୍ପତ୍ତି ଟେଲିକମ୍ ମନ୍ତ୍ରାଳୟ ପକ୍ଷରୁ ନିଆଯାଇଛି। ଯେଉଁ ଆପ୍ସ ବ୍ୟାନ୍ କରାଯାଇଛି, ତା’ର ତାଲିକା […]
ଦୁବାଇ: ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ ଝଟକା ଲାଗିଛି। ଟିମର ଷ୍ଟାର୍ ପେସ୍ ବୋଲର ଲସିଥ୍ ମାଲିଙ୍ଗା ଆଇପିଏଲରୁ ଓହରି ଯାଇଛନ୍ତି। ଏ ନେଇ ମୁମ୍ବାଇ ଇଣ୍ଡିଆନ୍ସ ବୁଧବାର ଆନୁଷ୍ଠାନିକ ଘୋଷଣା କରିଛନ୍ତି। ମାଲିଙ୍ଗା ବ୍ୟକ୍ତିଗତ କାରଣରୁ ଆଇପିଏଲରୁ ଓହରିଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କୁହାଯାଇଛି। ମାଲିଙ୍ଗାଙ୍କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ଏକ ବିଜ୍ଞପ୍ତି ଜାରି କରିଛି, ଯେଉଁଥିରେ କୁହାଯାଇଛି ଯେ ମାଲିଙ୍ଗା ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ସଂସ୍କରଣରେ […]
ବେଙ୍ଗାଲୁରୁ: ଇ-ଟିକେଟିଂ ବେଳେ ସାଇବର୍ ହ୍ୟାକିଂର ଅଭିଯୋଗ ଆସିଥିଲା। ଏ ନେଇ ଚଳିତ ବର୍ଷ ଜାନୁଆରୀରେ ଗିରଫ ହୋଇଥିବା କେନ୍ଦ୍ରାପଡ଼ା ଯୁବକ ପାଖରୁ ସତ ଓଗାଳିଛି ଆରପିଏଫ୍। ଖବର ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଜଣକ ଇସଲାମାବାଦରେ ବସିଥିବା ହ୍ୟାକର୍ ସହିତ ମିଶି ରେଳ ବିଭାଗ, ବ୍ୟାଙ୍କ ଡକ୍ୟୁମେଣ୍ଟ ଏବଂ ଅନେକ ସରକାରୀ ସଂସ୍ଥାର ତଥ୍ୟ ହ୍ୟାକିଂ କରୁଥିଲେ। ତେବେ ପିଟିଆଇ ଅଭିଯୁକ୍ତର ନାମ ଏବଂ ପରିଚୟ ସୁରକ୍ଷା ଦୃଷ୍ଟିରୁ ଗୋପନ ରଖିଛି। ଏଥିରେ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ୱେବ୍ସାଇଟ୍ ଓ ନରେନ୍ଦ୍ର ମୋଦି ମୋବାଇଲ୍ ଆପ୍ର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟ୍ ହ୍ୟାକ୍ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ୧୫ରେ ଆକାଉଣ୍ଟ୍ ହ୍ୟାକ୍ ହୋଇଥିବା ଜଣାପଡ଼ିଛି। ଏହି ଆକାଉଣ୍ଟ୍ରେ ୨.୫ ମିଲିୟନ ଫଲୋଅର୍ସ ଅଛନ୍ତି। ଜନ୍ ୱିକ୍ (hckindia@tutanota.com) ପକ୍ଷରୁ ଏହି ଆକାଉଣ୍ଟ ହ୍ୟାକ୍ କରାଯାଇଥିବା ଜଣାପଡ଼ିଛି। ହ୍ୟାକ୍ ପରେ ହ୍ୟାକର୍ସମାନେ ଏହି ଆକାଉଣ୍ଟରେ ଥିବା ଫଲୋର୍ସଙ୍କୁ କୋଭିଡ -୧୯ ମୁକାବିଲା ପାଇଁ ପିଏମ୍ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ୱେବ୍ସାଇଟ୍ ଓ ନରେନ୍ଦ୍ର ମୋଦି ମୋବାଇଲ୍ ଆପ୍ର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟ୍(@narendramodi_in) ଗତକାଲି ବିଳମ୍ବିତ ରାତିରେ ହ୍ୟାକ୍ ହୋଇଥିବା ସୂଚନା ମିଳିଛି। ଜନ୍ ୱିକ୍ (hckindia@tutanota.com) ପକ୍ଷରୁ ଏହି ଆକାଉଣ୍ଟ ହ୍ୟାକ୍ କରାଯାଇଥିବା ଜଣାପଡ଼ିଛି। ହ୍ୟାକ୍ ପରେ ହ୍ୟାକର୍ସମାନେ ଏହି ଆକାଉଣ୍ଟରେ ଥିବା ଫଲୋର୍ସଙ୍କୁ କୋଭିଡ -୧୯ ମୁକାବିଲା ପାଇଁ ପିଏମ୍ ନ୍ୟାସ୍ନାଳ୍ ରିଲିଫ୍ ଫଣ୍ଡ୍କୁ ଆର୍ଥିକ ସହଯୋଗ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ଏପରିକି ସିରିଜ୍ ଅଫ୍ ଟ୍ୱିଟ୍ […]
ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ଗୁରୁବାର କରୋନାରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୮୩,୮୮୩ ନୂଆ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ଯାହାକି କୌଣସି ଗୋଟିଏ ଦିନରେ ଏହା ସର୍ବାଧିକ ପଜିଟିଭ୍। ଏହାସହ ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮,୫୩,୪୦୭ରେ ପହଞ୍ଚିଛି। Single-day spike of 83,883 new positive cases & 1,043 deaths reported in India, in the […]
ନାସିକ: ମହାରାଷ୍ଟ୍ରର ପୂର୍ବତନ ରଣଜୀ କ୍ରିକେଟର୍ ଶେଖର ଗୱାଲୀଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ୪୫ ବର୍ଷୀୟ ଶେଖର ମଙ୍ଗଳବାର ସନ୍ଧ୍ୟା ବେଳେ କିଛି ବନ୍ଧୁମାନଙ୍କ ସହ ନାସିକ ସ୍ଥିତ ଇଗତପୁରୀ ହିଲ୍ ଷ୍ଟେସନକୁ ଟ୍ରେକିଂ କରିବାକୁ ଯାଇଥିଲେ। ତେବେ ସେଠାରେ ସେଲଫି ନେଉଥିବା ବେଳେ ତାଙ୍କର ଗୋଡ଼ ଖସି ଯାଇଥିଲା ଏବଂ ପ୍ରାୟ ୨୫୦ ଫୁଟ୍ ଘାଟି ତଳକୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ୍ ପକ୍ଷରୁ କୁହାଯାଇଛି। ଯାହା ପରେ ବୁଧବାର […]