• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

imran
ପୁଣି ମିଛୁଆ ପ୍ରମାଣିତ ହେଲା ପାକିସ୍ତାନ

ନୂଆଦିଲ୍ଲୀ: ବିଶ୍ୱ ସମୁଦାୟ ଆଗରେ ପୁଣି ଥରେ ପାକିସ୍ତାନର ପୋଲ୍ ଖୋଲିଛି। ଦୁଇ ଭାରତୀୟଙ୍କୁ ଆତଙ୍କବାଦୀ ଆଖ୍ୟା ଦେବା ପାଇଁ ହୀନ ପ୍ରୟାସ କରି ବିଫଳ ହୋଇଛି ପାକିସ୍ତାନର ଇମ୍ରାନ ସରକାର। ଦୁଇ ଭାରତୀୟଙ୍କୁ ଆତଙ୍କବାଦୀ ଘୋଷଣା ପାଇଁ ପାକ୍ ଚକ୍ରାନ୍ତ କରି ଜାତିସଂଘ ସୁରକ୍ଷା ପରିଷଦରେ ଆଣିଥିବା ପ୍ରସ୍ତାବ କାଟ୍ ଖାଇଛି। ଆମେରିକା, ଜର୍ମାନୀ, ଫ୍ରାନ୍ସ, ୟୁକେ ଓ ବେଲଜିୟମ ଭଳି ଭାରତର ବନ୍ଧୁ ରାଷ୍ଟ୍ରମାନେ ପାକିସ୍ତାନର ଏହି ଉଦ୍ଦେଶ୍ୟମୂଳକ ହୀନ ପ୍ରୟାସ ବିରୋଧରେ ସ୍ୱର […]

mask
ଏଣିକି ଏକୁଟିଆ ଯିବା ବେଳେ ଦରକାର ନାହିଁ ମାସ୍କ

ନୂଆଦିଲ୍ଲୀ: ଏକାକୀ କାର ଚଳାଉଥିଲେ କି ସାଇକେଲରେ ଏକୁଟିଆ ଯିବା ବେଳେ ମାସ୍କ ବ୍ୟବହାରର ଆବଶ୍ୟକତା ନାହିଁ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୌଣସି ଗାଇଡଲାଇନ୍ ଜାରି ହୋଇନଥିବା ସୂଚନା ଦେଇଛନ୍ତି ବିଭାଗୀୟ ସଚିବ ରାଜେଶ ଭୂଷଣ। ସେ କହିଛନ୍ତି କିଛି ଦିନ ହେବ ସାମାଜିକ ଦୂରତାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବଢିଛି। ଗାଡ଼ି ଚଳାଇବା ବେଳେ, ଜଗିଂ କି ସାଇକଲ ଚଳାଇବା ବେଳେ ମାସ୍କ ବ୍ୟବହାର ଜରୁରି ବୋଲି କୌଣସି ଗାଇଡ […]

7kg hair ball
ଯୁବତୀଙ୍କ ପେଟରୁ ବାହାରିଲା ୭ କିଲୋ ଚୁଟି

ବୋକାରୋ: ଯୁବତୀଙ୍କ ପେଟରୁ ବାହାରିଲା ୭ କିଲୋ ଚୁଟି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଝାଡ଼ଖଣ୍ଡ ବୋକାରୋ ଜିଲ୍ଲାରେ ଏଭଳି କିଛି ଘଟଣା ଘଟିଛି। ଜଣେ ଯୁବତୀଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କ ନିକଟକୁ ଯାଇଥିଲେ ଓ ତାଙ୍କର ଅପରେସନ୍ କରାଯାଇଥିଲା। ଅପରେସନ୍‌ ସମୟରେ ତାଙ୍କ ପେଟରୁ ୭ କିଲୋ ଚୁଟିର ଏକ ଗୋଲା(ଗୋଲ୍‌ ଆକୃତି) ବାହାରିଥିଲା। ଝିଅଟିର ପେଟରେ ଏତେ ପରିମାଣର ମଣିଷ ଚୁଟି ବାହାରିବା କାରଣ ବି ଜାଣିଲେ […]

bhajji
ରାଇନାଙ୍କ ପରେ ହରଭଜନ ବି ଆଇପିଏଲରୁ ହଟିଲେ

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣକୁ ଆଉ କେଇଟା ଦିନ ବାକି ରହିଲା। କିନ୍ତୁ ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସକୁ ଆଉ ବଡ଼ ଝଟକା ଲାଗିଛି। ସୁରେଶ ରାଇନାଙ୍କ ପରେ ଟିମର୍ ଭେଟେରାନ୍ ଅଫ୍ ସ୍ପିନର୍ ହରଭଜନ ସିଂହ ମଧ୍ୟ ଚଳିତ ସଂସ୍କରଣରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ହରଭଜନ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜକୁ ଏହି ସିଜନରୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁଏଇ ଗସ୍ତ ପୂର୍ବରୁ ଚେନ୍ନାଇ ସୁପର୍ […]

tn
ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୯ ମୃତ

ଚେନ୍ନାଇ: ତାମିଲନାଡୁର କୁଡୁଲୋରରେ ଏକ ବାଣ କାରଖାନାରେ ବଡ଼ ଧରଣର ବିସ୍ଫୋରଣ ଘଟିଛି, ଯେଉଁଥିରେ ୯ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ଫ୍ୟାକ୍ଟ୍ରିର ମାଲିକ ମଧ୍ୟ ରହିଛନ୍ତି। ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ମାମଲାର ତଦନ୍ତ ଜାରି ରଖିଛି। ଚେନ୍ନାଇ ଠାରୁ ୧୯୦ କିଲୋମିଟର ଦୂରରେ ଥିବା […]

modi
ଯୁବ ଆଇପିଏସ୍ ଅଫିସରଙ୍କୁ ମୋଦିଙ୍କ ସମ୍ବୋଧନ, 'ୟୁନିଫର୍ମର ସମ୍ମାନ ବଜାୟ ରଖ'

ନୂଆଦିଲ୍ଲୀ: ୟୁନିଫର୍ମ ସୁନ୍ଦର ଦେଖାଯିବା ପାଇଁ ନୁହେଁ ବରଂ ଲୋକଙ୍କ କାମ କରିବାକୁ ପିନ୍ଧ। ୟୁନିଫର୍ମର ସମ୍ମାନ ସର୍ବଦା ବଜାୟ ରଖ। ଆଜି କିଛି ଏଭଳି ଢଙ୍ଗରେ ଯୁବ ଆଇପିଏସ୍ ଅଫିସରଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହାଇଦ୍ରାବାଦ୍ ସ୍ଥିତ ସର୍ଦ୍ଦାର ବଲ୍ଲବଭାଇ ପଟେଲ ନ୍ୟାସନାଲ୍ ପୋଲିସ୍ ଏକାଡେମୀରେ ଆୟୋଜିତ ଦିକ୍ଷାନ୍ତ ପରେଡ୍ କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ଦ୍ୱାରା ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ। ଯୁବ ଆଇପିଏସଙ୍କ ଉତ୍ସାହ ବୃଦ୍ଧି କରିବା ସହ ଅଗାମୀ ସମୟରେ ଆସିବାକୁ […]

election
ବିହାର ବିଧାନସଭା ନିର୍ବାଚନ ସହ ହେବ ବିଭିନ୍ନ ରାଜ୍ୟର ଉପନିର୍ବାଚନ

ନୂଆଦିଲ୍ଲୀ: ନଭେମ୍ବର ୨୯ ପୂର୍ବରୁ ହେବ ଦେଶରେ ଖାଲି ପଡ଼ିଥିବା ଗୋଟିଏ ଲୋକସଭା ଏବଂ ୬୪ ବିଧାନସଭାରେ ଉପନିର୍ବାଚନ। ଆଜି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କ ଅଧ୍ୟକ୍ଷତାରେ ବସିିଥିବା ସମୀକ୍ଷା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ବିହାର ନିର୍ବାଚନ ନଭେମ୍ବର ୨୯ ପୂର୍ବରୁ ସରିବା ଜରୁରୀ। ଆଉ ଏହି ସମୟ ମଧ୍ୟରେ ହିଁ ଦେଶର ମୋଟ୍ ୬୫ଟି ନିର୍ବାଚନ ମଣ୍ଡଳୀରେ ବି ଉପନିର୍ବାଚନ ହେବ। ଏନେଇ ସବିଶେଷ ତାରିଖ ଓ ସୂଚୀ ଆସନ୍ତା କିଛି ଦିନରେ […]

kangana
'୯ରେ ମୁମ୍ବାଇ ଆସୁଛି, ଦମ୍ ଅଛି ତ ଅଟକାଅ'

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ଘନେବାରେ ଲାଗିଛି। ଶିବସେନା ନେତା ସଞ୍ଜୟ ରାଉତଙ୍କ ପକ୍ଷରୁ ମୁମ୍ବାଇ ନଆସିବାକୁ ଧମକ ଦେବା ପରେ କଙ୍ଗନା ଏବେ ପାଲଟା ଆକ୍ରମଣ କରିଛନ୍ତି। କଙ୍ଗନା ଶୁକ୍ରବାର ଆଉଏକ ଟୁଇଟ୍ କରି ଏହାର ଜବାବ ରଖିଛନ୍ତି। କଙ୍ଗନା ଟୁଇଟରରେ ଲେଖିଛନ୍ତି, ମୁଁ ଦେଖୁଛି କିଛି ଲୋକେ ମୋତେ ମୁମ୍ବାଇ ନଆସିବାକୁ ଧମକ ଦେଉଛନ୍ତି। ଏଥିପାଇଁ ମୁଁ ସେପ୍ଟେମ୍ବର ୯ ତାରିଖରେ ମୁମ୍ବାଇ ଆସିବାକୁ ନିଷ୍ପତ୍ତି […]

jee
ସ୍ଥଗିତ ହେବନି JEE-NEET ପରୀକ୍ଷା

ନୂଆଦିଲ୍ଲୀ: JEE ମେନ୍ ଏବଂ NEET ପରୀକ୍ଷାକୁ ସ୍ଥଗିତ କରିବା ଲାଗି ସୁପ୍ରିମ୍ କୋର୍ଟରେ କରାଯାଇଥିବା ଆବେଦନ ପୁଣି ଖାରଜ ହୋଇଛି। ସୁପ୍ରିମ୍ କୋର୍ଟ JEE ମେନ୍ ଏବଂ NEET ପରୀକ୍ଷା ଉପରେ ରୋକ୍ ଲଗାଇବାକୁ ସିଧାସଳଖ ମନା କରିଦେଇଛନ୍ତି। ଅଗଷ୍ଟ ୧୭ ତାରିଖରେ ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତିର ପୁନର୍ବିଚାର ପାଇଁ ୬ଟି ଅଣ-ବିଜେପି ଶାସିତ ରାଜ୍ୟର ମନ୍ତ୍ରୀର ଆବେଦନ ଉପରେ ବିଚାର କରିବାକୁ ସୁପ୍ରିମ୍ କୋର୍ଟ ଖାରଜ କରିଦେଇଛନ୍ତି। ପଶ୍ଚିମବଙ୍ଗର ମନ୍ତ୍ରୀ ମୟଳ ଘାଟକ, ଝାଡ଼ଖଣ୍ଡର […]

fug
ଏବେ PUBG ନୁହେଁ, ଭାରତରେ ଚାଲିବ FAU-G ଗେମ୍‌ ଆପ୍

ନୂଆଦିଲ୍ଲୀ: ଏବେ PUBG ନୁହେଁ, ଭାରତରେ ଚାଲିବ FAU-G ଗେମ୍‌ ଆପ୍। ଚୀନ ଗେମ୍ ପବି-ଜି ବ୍ୟାନ୍ ହେବା ପରେ ଲଞ୍ଚ ହେବାକୁ ଯାଉଛି Fearless and United Guards- FAU-G ଆପ୍। ଯାହାକୁ ନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳିରେ ନିର୍ମାଣ ହୋଇଥିବା ଏହି ଗେମ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆତ୍ମ ନିର୍ଭର ଅଭିଯାନ ଅନୁସାରେ ଏହାକୁ ନିର୍ମାଣ କରାଯାଇଛି। ସବୁଠୁ ବଡ଼ କଥା […]

ragini-dwibedi
ଡ୍ରଗ୍ସ କନେକ୍ସନ ମାମଲାରେ ଅଭିନେତ୍ରୀଙ୍କ ଘରେ ରେଡ୍

ବେଙ୍ଗାଲୁରୁ: ଡ୍ରଗ୍ସ କନେକ୍ସନ ମାମଲାରେ କନ୍ନଡ ଅଭିନେତ୍ରୀଙ୍କ ଘରେ ରେଡ୍ କରିଛି ସେଣ୍ଟ୍ରାଲ କ୍ରାଇମ୍‌ବ୍ରାଚ। ଏହି ଅଭିନେତ୍ରୀ ଜଣକ ହେଲେ ରାଗିଣୀ ଦ୍ୱିବେଦୀ। ଏହି ଘଟଣାରେ ରାଗିଣୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। କନ୍ନଡ ସିନେମା ଶିଳ୍ପରେ କଳାକାର ଏବଂ ଗାୟକଙ୍କ ଦ୍ୱାରା ଡ୍ରଗ୍ସ ସେବନ ମାମଲାରେ ଛାନ୍‌ଭିନ୍ ଚଳାଇଛି ବେଙ୍ଗଳୁରୁର କେନ୍ଦ୍ରୀୟ ଅପରାଧ ଶାଖା। ପୂର୍ବରୁ ଏହି ମାମଲାରେ ପୋଲିସ ରବି ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଏବେ ସେ ୫ ଦିନିଆ ପୋଲିସ […]

vaccine
କେବେ ଆସିବ କରୋନା ଭ୍ୟାକସିନ୍? ଜବାବ ଦେଲା WHO

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ସାରା ଦୁନିଆରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଏହି ମହାମାରୀ ଏବେ ଦୁନିଆର ଲକ୍ଷାଧିକ ଲୋକଙ୍କ ଜୀବନ ମଧ୍ୟ ନେଇସାରିଲାଣି। ପ୍ରାୟ ସବୁ ଦେଶର ଅର୍ଥନୀତି ନିମ୍ନସ୍ତରକୁ ମଧ୍ୟ ଖସିବାରେ ଲାଗିଛି। ତେବେ ଅର୍ଥନୀତିକୁ ସାମାନ୍ୟ ସ୍ତରକୁ ଆଣିବା ପାଇଁ ଅନେକ ଦେଶରେ ସୁରକ୍ଷା ବ୍ୟବସ୍ଥା ସହ ବ୍ୟବସାୟ ପୁଣିଥରେ ଆରମ୍ଭ ହୋଇଛି। କିନ୍ତୁ ଏବେବି ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ କରୋନା ଭ୍ୟାକସିନ୍ କେବେ ଆସିବ? ଏବେ ଏହି […]

subhak
ଡ୍ରଗ୍ସ କାରବାର ଅଭିଯୋଗରେ ଗିରଫ ହେଲେ ରିଆଙ୍କ ଭାଇ ଓ ସୁଶାନ୍ତଙ୍କ ମ୍ୟାନେଜର

ମୁମ୍ବାଇ; ଡ୍ରଗ୍ସ କାରବାର ଅଭିଯୋଗରେ ଗିରଫ ହେଲେ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ। ଶୁକ୍ରବାର ସୌଭିକ୍‌ଙ୍କୁ ଗିରଫ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଅଭିନେତା ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ୍ ମିରାଣ୍ଡା ମଧ୍ୟ ଗିରଫ ହୋଇଛନ୍ତି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଡ୍ରଗ୍ସ କାରବାର ଘଟଣାରେ ତଦନ୍ତ ଚାଲିଥିବା ବେଳେ ସୌଭିକ୍‌ ଓ ମିରାଣ୍ଡାଙ୍କୁ ଗୁରିଫ କରିଛି ଏନ୍‌ସିବି। ଜାତୀୟ ଗଣମଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ସୌଭିକ, ଭଉଣୀ ରିୟାଙ୍କ ନିର୍ଦ୍ଦେଶରେ ଡ୍ରଗ୍ସ କିଣିଥିବା […]

ragini
ଡ୍ରଗ୍ସ କାରବାର ମାମଲାରେ ଗିରଫ ହେଲେ ଅଭିନେତ୍ରୀ

ବେଙ୍ଗାଲୁରୁ: ଡ୍ରଗ୍ସ କନେକ୍ସନ ମାମଲାରେ କନ୍ନଡ ଅଭିନେତ୍ରୀଙ୍କ ରାଗିଣୀ ଦ୍ୱିବେଦୀଙ୍କୁ ଗିରଫ ହୋଇଛନ୍ତି। ଏନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସକାଳେ ଏନେଇ ତାଙ୍କ ବାସଭବନରେ ରେଡ୍ କରିଥିଲେ ସେଣ୍ଟ୍ରାଲ କ୍ରାଇମ୍‌ବ୍ରାଞ୍ଚ(ସିସିବି)। ତା ସହିତ ରାଗିଣୀଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା। କନ୍ନଡ ସିନେମା ଶିଳ୍ପରେ କଳାକାର ଏବଂ ଗାୟକଙ୍କ ଦ୍ୱାରା ଡ୍ରଗ୍ସ ସେବନ ମାମଲାରେ ଛାନ୍‌ଭିନ୍ ଚଳାଇଛି ବେଙ୍ଗଳୁରୁର କେନ୍ଦ୍ରୀୟ ଅପରାଧ ଶାଖା। ପୂର୍ବରୁ ଏହି ମାମଲାରେ ପୋଲିସ ରବି ନାମକ ଜଣେ ବ୍ୟକ୍ତିଙ୍କୁ […]