• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

katrina
’କାମ ଉପରେ କମ୍, ରଣବୀରଙ୍କ ଉପରେ ଥିଲା ଅଧିକ ଧ୍ୟାନ’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ତାଙ୍କ ଆଗାମୀ ଫିଲ୍ମ ‘ଭାରତ’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ତେଣୁ ବିଭିନ୍ନ ସାକ୍ଷାତକାରରେ ତାଙ୍କୁ ଦେଖିବାକୁ ମିଳୁଛି। ନିକଟରେ ଏକ ସାକ୍ଷାତକାରରେ କ୍ୟାଟ୍ରିନାଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରୁଥିବାର ଦେଖିବାକୁ ମିଳିଥିଲା। ଏହି ସାକ୍ଷାତକାରରେ ନିଜ ପୂର୍ବ ରିଲେସନ୍‌ସିପ୍‌କୁ ନେଇ କିଛି ଖୁଲାସା କରିଥିଲେ କ୍ୟାଟ୍ରିନା। ରଣବୀର କପୁରଙ୍କୁ ଇସାରା କରି କ୍ୟାଟ୍ରିନା କହିଥିଲେ, ‘ଏମିତି ଏକ ଦିନ ଥିଲା ଯେତେବେଳେ ମୋର ଧ୍ୟାନ କାମ ଉପରେ […]

indian high comission
ଭାରତୀୟ ଦୂତାବାସର ଇଫତାର ପାର୍ଟିରେ ଅତିଥିଙ୍କୁ ତଡ଼ିଦେଲେ ପାକ୍‌ ଅଧିକାରୀ

ଇସଲାମାବାଦ: ସୌଜନ୍ୟତା ଭୁଲିଗଲା ପାକିସ୍ତାନ। ଇସଲାମାବାଦରେ ଥିବା ଭାରତୀୟ ଦୂତାବାସର ଅତିଥିଙ୍କୁ ଧମକ ଦେଖାଇ ଭାରତ ପ୍ରତି ନିଜର ଅସଲ ଆଭିମୁଖ୍ୟ ପାକିସ୍ତାନ ପ୍ରଶାସନ ଦେଖାଇଛି। ଗତକାଲି ଭାରତୀୟ ଦୂତାବାସ ପକ୍ଷରୁ ଇଫତାର ପାର୍ଟିର ଆୟୋଜନ ହୋଇଥିଲା। ଏହି ପାର୍ଟିରେ ଯୋଗ ଦେବା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଅନେକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତେବେ ନିମନ୍ତ୍ରିତ ଅତିଥିଙ୍କୁ ନ ଆସିବା ପାଇଁ ପାକିସ୍ତାନର ସୁରକ୍ଷା ଅଧିକାରୀ ଏକ ଗୁପ୍ତ ନମ୍ୱରରୁ କଲ୍ କରି ଧମକ ଦେଉଥିବା […]

mamata
ମମତାଙ୍କ ପାଖକୁ ‘ଜୟ ଶ୍ରୀରାମ‘ ଲେଖାଥିବା ୧୦ ଲକ୍ଷ ପୋଷ୍ଟକାର୍ଡ ପଠାଇବ ବିଜେପି

କୋଲକାତା: ‘ଜୟ ଶ୍ରୀରାମ’ ନାରାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ବେଶ ଉଷ୍ମ ହେବାରେ ଲାଗିଛି। ଗୋଟିଏ ପଟେ ‘ଜୟ ଶ୍ରୀରାମ’ ନାରା ଶୁଣିବା ମାତ୍ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଗି ଯାଉଛନ୍ତି, ଅନ୍ୟପଟେ ମମତାଙ୍କ ପାଖକୁ ଜୟ ଶ୍ରୀରାମ ଲେଖାଥିବା ଆହୁରି କାର୍ଡ ପଠାଇବ ବୋଲି କହିଛି ବିଜେପି। ତେବେ ଏହି ନାରା ଶୁଣି ମମତା କାହିଁକି ରାଗି ଯାଉଛନ୍ତି, ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୧୦ଲକ୍ଷ ‘ଜୟ ଶ୍ରୀରାମ’ ଲେଖାଥିବା ପୋଷ୍ଟକାର୍ଡ ମମତାଙ୍କ ପାଖକୁ ବିଜେପି […]

katrina
ମୋଦିଙ୍କ ସହ ଡିନର୍‌ କରିବାକୁ ଚାହୁଁଛନ୍ତି କ୍ୟାଟ୍ରିନା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବହୁ ସଂଖ୍ୟାରେ ଜନମତ ପାଇଥିବା ନରେନ୍ଦ୍ର ମୋଦି ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ୨୦୧୪ ରେ ପ୍ରଧାନମନ୍ତ୍ରୀ ହେବା ଦିନଠାରୁ ମୋଦିଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବଲିଉଡ୍‌ ସେଲେବ୍ରିଟିଙ୍କ ଠାରୁ ଆରମ୍ଭ କରି ବିଶ୍ୱସ୍ତରୀୟ ନେତା ଏବେ ମୋଦିଙ୍କ ଫ୍ୟାନ୍‌ ହୋଇଯାଇଛନ୍ତି। ଏବେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ମଧ୍ୟ ମୋଦିଙ୍କ ଦିୱାନୀ ହୋଇ ଯାଇଛନ୍ତି। ମୋଦିଙ୍କ ବ୍ୟକ୍ତିତ୍ୱରେ କ୍ୟାଟ୍ରିନା ଏତେ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ଯେ ତାଙ୍କ ସହ […]

team india
ବିଶ୍ୱକପ୍ ଅଭିଯାନ ଆରମ୍ଭ ପୂର୍ବରୁ ଟିମ୍‌ ଇଣ୍ଡିଆର ମସ୍ତି ଫଟୋ ଭାଇରାଲ

ନୂଆଦିଲ୍ଲୀ: ଜୁନ୍ ୫ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ। ଏହା ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ଇଂଲଣ୍ଡରେ କିଛି ସ୍ଥାନକୁ ଗସ୍ତ କରି ମଉଜ୍‌ ମସ୍ତି କରୁଥିବା ଫଟୋ ଏବେ ଭାଇରାଲ ହୋଇଛି। Fun times with the boys ??? pic.twitter.com/f3vAuYiRWQ — Virat Kohli (@imVkohli) 31 May 2019 କ୍ୟାପ୍‌ଟେନ୍‌ ବିରାଟ କୋହଲି ନିଜ ଟ୍ୱିଟର୍‌ ପେଜ୍‌ରେ ଏହି ଫଟୋକୁ […]

ananya
‘ରାଇଜିଂ ଷ୍ଟାର୍‌’ ଟପ୍‌-୬ରେ ଓଡ଼ିଆ ଝିଅ ଅନନ୍ୟା

ଭୁବନେଶ୍ୱର: ଓଡ଼ିଶାକୁ ପୁଣିଥରେ ଗର୍ବିତ କରିବାକୁ ଯାଉଛନ୍ତି ଓଡ଼ିଆ ଝିଅ ଅନନ୍ୟା ଶ୍ରୀତମ ନନ୍ଦ। ଇଣ୍ଡିଆନ୍‌ ଆଇଡଲ୍‌ ଜୁନିୟର ବିଜେତା ହୋଇ ରାଜ୍ୟ ପାଇଁ ଗୌରବ ଆଣିଥିବା କଣ୍ଠଶିଳ୍ପୀ ଅନନ୍ୟା ଆଉ ଏକ ବିଜୟ ଅପେକ୍ଷାରେ। କଲର୍ସ ଟିଭିରେ ପ୍ରସାରିତ ସିଙ୍ଗିଙ୍ଗ ଶୋ’ ‘ରାଇଜିଂ ଷ୍ଟାର୍‌-୩’ର ଟପ୍‌ ୬ରେ ସେ ନିଜର ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି। କଲର୍ସ ଟିଭିରେ ପ୍ରତି ଶନିବାର ଓ ରବିବାର ରାତି ୯ଟାରୁ ୧୧ଟାରେ ପ୍ରସାରିତ ହେଉଥିବା ଏହି ଶୋ’ ଆଉ […]

gdp
୫ ବର୍ଷରେ ସର୍ବନିମ୍ନ ସ୍ତରକୁ ଖସିଲା ଜିଡିପି

ନୂଆଦିଲ୍ଲୀ: ୨୦୧୮-୧୯ ଆର୍ଥିକ ବର୍ଷର ଜାନୁଆରୀ-ମାର୍ଚ୍ଚ କ୍ୱାର୍ଟର ବା ତ୍ରୟମାସିକରେ ଭାରତର ଅର୍ଥନୀତିକ ଅଭିବୃଦ୍ଧି ହାର ୫ ବର୍ଷରେ ସର୍ବନିମ୍ନ ସ୍ତର ୫.୮%କୁ ଖସିଆସିଛି। ଫଳରେ ଏହା କେନ୍ଦ୍ରରେ ମୋଦି ସରକାରଙ୍କୁ ଏକ ଝଟ୍‌କା ଲାଗିଥିବା କୁହାଯାଉଛି। କୃଷି ଏବଂ ଉତ୍ପାଦନ ଆଦି କ୍ଷେତ୍ରରେ ନିମ୍ନମାନର ପ୍ରଦର୍ଶନ କାରଣରୁ ଏପରି ହୋଇଥିବା କୁହାଯାଉଛି। କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ୨୦୧୮-୧୯ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୬.୮% ଥିଲା, ଯାହାକି ଗତ ଆର୍ଥିକ […]

small business man
ଛୋଟ ବ୍ୟବସାୟୀଙ୍କୁ ମୋଦିଙ୍କ ବଡ଼ ଉପହାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ୍‌ ବୈଠକରେ ବ୍ୟବସାୟୀ, ଖୁଚୁରା ବ୍ୟବସାୟୀ ଏବଂ ଆତ୍ମନିଯୁକ୍ତ ବ୍ୟକ୍ତିଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। ଘୋଷଣା ଅନୁଯାୟୀ ୬୦ ବର୍ଷ ପରେ ସେମାନଙ୍କୁ ମାସିକ ସର୍ବନିମ୍ନ ୩ ହଜାର ଟଙ୍କା ଲେଖାଏ ପେନ୍‌ସନ୍‌ ମିଳିବ। ସେମାନଙ୍କ ସାମାଜିକ ସୁରକ୍ଷା ନିଶ୍ଚିତ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ଏହି ଘୋଷଣା କରାଯାଇଛି। ୨୦୧୯ ସାଧାରଣ ନିର୍ବାଚନ ସମୟରେ ଇସ୍ତାହାରରେ ଦେଇଥିବା ଏହି ପ୍ରତିଶ୍ରୁତି ପୂରଣ କରାଯାଇଥିବା ପ୍ରଧାନମନ୍ତ୍ରୀ […]

rodrigo duterte
ମଞ୍ଚରେ ୫ ମହିଳାଙ୍କୁ ଚୁମ୍ବନ ଦେଲେ ଫିଲିପାଇନ୍ସ ରାଷ୍ଟ୍ରପତି

ଟୋକିଓ: ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେ ଜାପାନର ଟୋକିଓଠାରେ ଏକ କାର୍ଯ୍ୟକ୍ରମରେ ଏକାଥରେ ୫ ଜଣ ମହିଳାଙ୍କ ଚୁମ୍ବନ ପାଇଥିବା ଖବର ଏବେ ଚର୍ଚ୍ଚାରେ। ସେ କହିଛନ୍ତି, ଏହି ସୁନ୍ଦରୀ ମହିଳାଙ୍କ ଚୁମ୍ବନ ପାଇ ସେ ‘ସମଲଙ୍ଗୀ’ ହେବାରୁ ରକ୍ଷା ପାଇଯାଇଛନ୍ତି। ଏହି ସମୟରେ ତାଙ୍କ ପତ୍ନୀ ମଧ୍ୟ ମଞ୍ଚ ତଳେ ଉପସ୍ଥିତ ଥିଲେ। ୭୪ ବର୍ଷ ବୟସ୍କ ରୋଡ୍ରିଗୋ ଜାପାନ୍‌ରେ ବସବାସ କରୁଥିବା ଫିଲିପିନୋ ଲୋକଙ୍କୁ ଭେଟିବାକୁ ଯାଇଥିଲେ। ହଠାତ ମଞ୍ଚ ନିକଟରେ ବସିଥିବା ମହିଳା […]

police
ଭର୍ଜିନିଆ ବିଚ୍‌ରେ ଗୁଳିମାଡ଼: ୧୨ ମୃତ, ୬ ଆହତ

ୱାଶିଂଟନ୍‌: ଆମେରିକାର ଭର୍ଜିନିଆ ବିଚ୍‌ରେ ଗୁଳିମାଡ଼ରେ ୧୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ସେ ଭର୍ଜିନିଆ ବିଚ୍‌ରେ କାର୍ଯ୍ୟ କରୁଥିଲେ। ଭର୍ଜିନିଆ ବିଚ୍‌ରେ ଥିବା ମ୍ୟୁନିସିପାଲିଟି ଅଫିସ୍‌ରେ ଗତକାଲି ଅପରାହ୍ଣ ୫ଟାରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ତାଙ୍କ ସହକର୍ମୀମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ସେତେବେଳେ ସେଠାରେ ସେମାନେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। ଖବର […]

injured
ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି? ଆପଣାନ୍ତୁ ଏହିସବୁ ଘରୋଇ ଉପଚାର

ଭୁବନେଶ୍ୱର: ଛୋଟବେଳେ ଆପଣ ସାଇକେଲ୍‌ ଶିଖିଲା ବେଳେ ହେଉ ବା ଖେଳିଲା ବେଳେ ପଡ଼ି ଯାଇ ଖଣ୍ଡିଆ ହୋଇଥିବେ ନିଶ୍ଚୟ। ତେବେ ଖଣ୍ଡିଆ ହୋଇ ଶରୀରରେ ଏହି ଦାଗ ରହିଲେ ଏହା ସୁନ୍ଦର ଦେଖାଯାଇନଥାଏ। ଫଳରେ ଆମେ ବିଭିନ୍ନ ଉପାୟ ମାଧ୍ୟମରେ ଦାଗ ଲିଭାଇବା ପାଇଁ ଚେଷ୍ଟା କରିଥାଉ। କିଛି ଲୋକ ଏହି ଖଣ୍ଡିଆ ପାଇଁ ସର୍ଜରୀ କରାଇବା ସହ ଆହୁରି ଅନେକ ଚିକିତ୍ସା ମଧ୍ୟ କରାଇଥାନ୍ତି। କିନ୍ତୁ ଏହା ବ୍ୟୟବହୁଳ ହୋଇଥିବାରୁ  ସବୁ ଲୋକ ଏପରି […]

farmer
ଏବେ ସବୁ ଚାଷୀଙ୍କ ପାଇଁ ପିଏମ୍‌-କିଷାନ୍‌ ଯୋଜନା, ବର୍ଷକୁ ମିଳିବ ୬ ହଜାର ଟଙ୍କା

ନୂଆଦିଲ୍ଲୀ: ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ସମସ୍ତ ଚାଷୀଙ୍କ ପାଇଁ ବାର୍ଷିକ ୬ ହଜାର ଟଙ୍କାର ସହାୟତା ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ ପିଏମ୍‌-କିଷାନ୍‌ ଯୋଜନାରେ ଆଉ ଜମି ପରିମାଣକୁ ନେଇ ରହିଥିବା କଟକଣା ରହିବ ନାହିଁ। ଏଥିରେ ପ୍ରାୟ ୧୫ କୋଟି ଚାଷୀ ପରିବାରକୁ ସିଧାସଳଖ ସହାୟତା ପହଞ୍ଚିବ ବୋଲି ଆକଳନ କରାଯାଉଛି। ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ୩୫୦ ଆସନରେ […]