ବିଶାଖପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଛକାରେ ବିଶ୍ୱ ରେକର୍ଡ ହୋଇଛି। ଏହି ମ୍ୟାଚରେ ଉଭୟ ଦଳ ପକ୍ଷରୁ ମୋଟ ୩୭ଟି ଛକା ମରାଯାଇଛି, ଯାହାକି ଟେଷ୍ଟ କ୍ରିକେଟର କୌଣସି ମ୍ୟାଚରେ ସର୍ବାଧିକ ଛକାର ବିଶ୍ୱ ରେକର୍ଡ। ପୂର୍ବରୁ ୨୦୧୪ରେ ଶାରଜାରେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯାଇଥିବା ଟେଷ୍ଟରେ ମୋଟ ୩୫ଟି ଛକା ମରାଯାଇଥିଲା। ବିଶାଖାପାଟଣା ଟେଷ୍ଟର ଅନ୍ତିମ ଦିବସରେ ଦକ୍ଷିଣ ଆଫ୍ରିକାର ଡେନ୍ ପିଟ୍ ଗୋଟିଏ ଛକା […]
ବିଶାଖାପାଟଣା: ଭାରତର ଶୀର୍ଷ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ରବିବାର ଟେଷ୍ଟ କ୍ରିକେଟରେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ସେ ନିଜର ୬୬ତମ ଟେଷ୍ଟ ମ୍ୟାଚରେ ୩୫୦ ୱିକେଟ୍ ପୂରଣ କରି ଶ୍ରୀଲଙ୍କାର ମହାନ୍ ସ୍ପିନର୍ ମୁଥିଆ ମୁରଲୀଧରନଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି। ସେ ଦକ୍ଷିଣ ଆଫ୍ରିକାର ଥ୍ୟୁନିସ୍ ଡି’ବ୍ରୁନଙ୍କୁ ଆଉଟ୍ କ୍ଲିନ୍ ବୋଲ୍ଡ କରି ଏହି ଉପଲବ୍ଧି ହାସଲ କରିଛନ୍ତି। ଅଶ୍ୱିନ୍ ଏବେ ଦ୍ରୁତ ୩୫୦ ୱିକେଟ୍ ନେବାରେ ମୁରଲୀଙ୍କ ସମକକ୍ଷ ହୋଇଛନ୍ତି। ଉଭୟ ବୋଲର […]
ଗୁଗଲ୍ ଗବେଷକମାନେ ୧୦ଟି ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ରେ ଏକ ବଡ଼ ତ୍ରୁଟି ବାହାର କରିଛନ୍ତି। ସ୍ୟାମ୍ସଙ୍ଗ୍, ସାଓମୀ, ଓପ୍ପୋ ଓ ଗୁଗଲର ନିଜ ଫୋନ୍ ପିକ୍ସେଲ୍ ଭଳି ବ୍ରାଣ୍ଡରେ ଏହି ତ୍ରୁଟି ଦେଖାଯାଇଛି। ଏକ ରିପୋର୍ଟ ଅନୁସାରେ ଫୋନ୍ଗୁଡ଼ିକର ଆଣ୍ଡ୍ରେଏଡ୍ରେ ଥିବା kernel Codeରେ ଏହି ତ୍ରୁଟି ଦେଖାଯାଇଛି। ଯାହାଫଳରେ ହ୍ୟାକ୍ରମାନେ ଆପଣଙ୍କ ଫୋନ୍କୁ ହ୍ୟାକ୍ କରି ଆପଣଙ୍କ ଫୋନ୍ ସମ୍ପୂର୍ଣ୍ଣ ତାଙ୍କ କଣ୍ଟ୍ରୋଲ୍ରେ ନେଇପାରିବେ। ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ରେ ଆସିଥିବା ଏହି ନୂଆ ବିପଦକୁ Zero-Day ବୋଲି କୁହାଯାଉଛି। […]
ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ହିମ ମାନବର ପାଦ ଚିହ୍ନକୁ ଭାରତୀୟ ସେନା ଠାବ କରିଛି। ଏନେଇ ଭାରତୀୟ ସେନା ପକ୍ଷରୁ ଟ୍ୱିଟ୍ କରି ପାଦ ଚିହ୍ନ ଥିବା ଫଟୋକୁ ବି ସେୟାର କରାଯାଇଛି। ହିମାଳୟର ମକାଲୁ ବେସ୍ କ୍ୟାମ୍ପରୁ ଭାରତୀୟ ସେନାର ଏକ ଟିମ୍ ପର୍ବତ ଆରୋହଣ ପାଇଁ ଯାଇଥିଲେ। ତେବେ ଏହି ସମୟରେ ତାଙ୍କୁ ଏପରି କିଛି ଚିହ୍ନ ମିଳିଥିଲା। ଯାହା ପୂରା ଟିମ୍କୁ ଚକିତ କରି ପକାଇ ଥିଲା। ପ୍ରାୟ ୩୨ x […]