• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

ofc 2
ଅଫିସରେ ଭଲ କର୍ମଚାରୀ ହେବାକୁ ଚାହୁଁଛନ୍ତି ? ଆପଣାନ୍ତୁ ଏଇ ଉପାୟ

ଭୁବନେଶ୍ୱର: ଏହା ସତ ଯେ, ଆପଣଙ୍କର ଦରମା ଯେତେ ଅଧିକ ହେଲେ ବି ତାହା କମ୍‌ ଲାଗିଥାଏ। ସତରେ ଯଦି ଆପଣଙ୍କୁ ଲାଗୁଛି କି, ଆପଣ କାମ କମ୍‌ କରୁଛନ୍ତି କିମ୍ବା ବସ୍‌ ଆପଣଙ୍କ ଉପରେ ଖୁସି ନାହାନ୍ତି ବୋଲି ଦରମା ବଢ଼ୁନାହିଁ ତେବେ ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ।  ଏହାକୁ ଆପଣାଇଲେ କାମର ଗୁଣବତ୍ତା ବଢ଼ିବ ଏବଂ ଆପଣ ଅଫିସରେ ଜଣେ ଭଲ କର୍ମଚାରୀ ହୋଇ ପାରିବେ। ତା ସହ ଦରମା ମଧ୍ୟ ଭଲ […]

train
ଏଣିକି ଟ୍ରେନ୍‌ରେ ମସାଜ୍ ସେବା ପାଇବେ ଯାତ୍ରୀ

ନୂଆଦିଲ୍ଲୀ: ମୋଦିଙ୍କ ଦ୍ୱିତୀୟ ସରକାର ଟ୍ରେନ୍‌ ଯାତ୍ରୀଙ୍କ ଯାତ୍ରାକୁ ଆହୁରି ଆରାମଦାୟକ କରିବାକୁ ଯାଉଛନ୍ତି। ପ୍ରଥମଥର ପାଇଁ ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କୁ ଟ୍ରେନରେ ମସାଜ ସେବା ଦେବାକୁ ବ୍ୟବସ୍ଥା କରୁଛନ୍ତି। ଯାତ୍ରୀ ଉଭୟ ପାଦ ଓ ମୁଣ୍ଡର ମସାଜ୍ ସେବା ପାଇବେ। ଏଥିପାଇଁ ୧୦୦ ଟଙ୍କାର ଟିକେଟ୍‌ ବ୍ୟତୀତ ଅତିରିକ୍ତ ଦେୟ ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି। କିନ୍ତୁ ଏହି ସେବା ବୋର୍ଡିଂ ଟିକେଟ୍‌ ଧାରୀଙ୍କ ପାଇଁ କେବଳ ଉପଲବ୍ଧ ହେବ। ପ୍ରାଥମିକ ଭାବରେ ୩୯ଟି […]

tik tok
ଡକାୟତି ମାମଲାରେ ‘ଟିକ୍‌ ଟକ୍‌’ ଷ୍ଟାର୍ ଗିରଫ

ମୁମ୍ବାଇ: ଏକ ଡକାୟତି ମାମଲାରେ ସମ୍ପୃକ୍ତି ଥିବା ସନ୍ଦେହରେ ଜଣେ ଟିକ୍‌ ଟକ୍‌ ଷ୍ଟାରଙ୍କୁ ଗିରଫ କରାଯାଇଛି। ଟିକ୍‌ ଟକ୍‌ରେ ତାଙ୍କର ୯ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋୟର୍ସ ଅଛନ୍ତି। ଏହି ଟିକ୍‌ ଟକ୍‌ ଷ୍ଟାରଙ୍କ ନାମରେ ଆଗରୁ ୪ରୁ ୫ଟି ମାମଲା ରହିଥିଲା। ଏକ ବୃଦ୍ଧ ଦମ୍ପତି ପୂର୍ବରୁ ଅଭିଯୋଗ କରିଥିଲେ ଯେ କେହି ଜଣେ ତାଙ୍କ ଘରୁ ୧୫୦ ଗ୍ରାମ୍‌ର ସୁନା ଏବଂ ୪.୫୭ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ ଫୋନ ନେଇଯାଇଛି। ମୁମ୍ବାଇ ପୁଲିସ୍‌ […]

sbi
ଜୁଲାଇ ୧ରୁ ବଦଳିବ ଏସ୍‌ବିଆଇର ନିୟମ

ନୂଆଦିଲ୍ଲୀ: ଜୁଲାଇ ୧ ତାରିଖରୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ତା’ର କିଛି ନିୟମ ପରିବର୍ତ୍ତନ କରିବାକୁ ଘୋଷଣା କରିଛି। ଏହା ଦ୍ୱାରା ବ୍ୟାଙ୍କର ୪୨ କୋଟି ଗ୍ରାହକ ସିଧାସଳଖ ଭାବେ ପ୍ରଭାବିତ ହେବେ। ଏସ୍‌ବିଆଇ ପକ୍ଷରୁ କୁହାଯାଇଛି ଯେ, ଜୁଲାଇ ୧ରୁ ରେପୋ ରେଟ୍‌ ଅନୁସାରେ ଗୃହ ଋଣ ଦିଆଯିବ। ଏହାର ଅର୍ଥ ହେଉଛି, ଆସନ୍ତା ମାସରୁ ଏସ୍‌ବିଆଇର ଗୃହ ଋଣର ସୁଧ ହାର ରେପୋ ରେଟ୍‌ ଉପରେ ଆଧାରିତ ହେବ। ଏହାକୁ ଆହୁରି […]

pm modi..
‘ଭାଙ୍ଗିବ କଂଗ୍ରେସ ରେକର୍ଡ, ୨୦୪୭ ପର୍ଯ୍ୟନ୍ତ କ୍ଷମତାରେ ରହିବ ବିଜେପି’

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ଲଗାତାର ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ବିଜେପି ମହାସଚିବ ରାମ ମାଧବ ଦାବି କରିଛନ୍ତି ଯେ, ତାଙ୍କ ଦଳ ୨୦୪୭ ପର୍ଯ୍ୟନ୍ତ ଦେଶରେ ଶାସନ କରିବ। ତ୍ରିପୁରାର ରାଜଧାନୀ ଅଗରତାଲାରେ ଏକ ରାଲିରେ ଯୋଗ ଦେବା ଅବସରରେ ସେ ଏହିକଥା କହିଛନ୍ତି। ସେ କହିଛନ୍ତି,“୨୦୪୭ରେ ଯେତେବେଳେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବ ସେତେବେଳେ ବିଜେପି କ୍ଷମତାରେ ଥିବ। ଏଯାବତ୍‌ ଦେଶରେ କଂଗ୍ରେସ ସବୁଠୁ ଅଧିକ ସମୟ ଧରି […]

lesbian couple
ଚୁମ୍ବନ ପାଇଁ ମନା କରିବାରୁ ସମଲିଙ୍ଗୀ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ

ଲଣ୍ଡନ: ଜଣେ ମହିଳା ବିମାନ କର୍ମଚାରୀ ଏବଂ ତାଙ୍କ ସମଲିଙ୍ଗୀ ପାର୍ଟନରଙ୍କୁ କିଛି ଦୃର୍ବୃତ୍ତ ସର୍ବସାଧାରଣରେ ପରସ୍ପରକୁ ଚୁମ୍ବନ ଦେବା ପାଇଁ ବାଧ୍ୟ କରିଥିଲେ। ହେଲେ ଏଥିରେ ସେମାନେ ଅମଙ୍ଗ ହେବାରୁ ସେମାନଙ୍କୁ ମାଡ଼ ମାରି ରକ୍ତାକ୍ତ କରିଦିଆଯାଇଥିବା ଅଭିଯୋଗ ହୋଇଛି। ପରେ ପୁଲିସ୍‌ କିଛି ସନ୍ଦିଗ୍ଧଙ୍କୁ ଏହି ମାମଲାରେ ଗିରଫ କରିଥିବା ମଧ୍ୟ ଜଣାପଡ଼ିଛି। ସୂଚନା ଅନୁସାରେ, ଘଟଣା ଦିନ ସେମାନେ ବୁଲାବୁଲି ସାରି ଏକ ବସ୍‌ରେ ଫେରୁଥିଲେ। ସେମାନଙ୍କ ପଛରେ ବସିଥିବା କିଛି ବ୍ୟକ୍ତି […]