ନୂଆଦିଲ୍ଲୀ: ଦେଶରେ ମୋଦି-୨ ସରକାର ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୫୭ ଜଣ ସଦସ୍ୟ ସ୍ଥାନ ପାଇଛନ୍ତି। ଗତକାଲି ଶପଥ ଗ୍ରହଣ ଉତ୍ସବ ପରେ ଆଜି ମନ୍ତ୍ରୀମାନଙ୍କୁ ସେମାନଙ୍କ ବିଭାଗ ମିଳିଛି। ମୋଦିଙ୍କ ଏହି ନୂଆ ମନ୍ତ୍ରିମଣ୍ଡଳରେ ଅମିତ ଶାହଙ୍କୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ଦାୟିତ୍ୱ ମିଳିଥିବା ବେଳେ ରାଜନାଥ ସିଂଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି। ସେହିପରି ନିର୍ମଳା ସୀତାରମଣଙ୍କୁ ଅର୍ଥମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି। […]
ନୂଆଦିଲ୍ଲୀ: ମୋଦି-୨ ସରକାରରେ ମନ୍ତ୍ରୀ ଭାବେ ସ୍ଥାନ ପାଇବା ପରେ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କୁ ଭେଟିଛନ୍ତି। ଆଜି ସକାଳେ ମନ୍ଦିରରେ ପୂଜାର୍ଚ୍ଚନା ପରେ ଧର୍ମେନ୍ଦ୍ର ଏବଂ ପ୍ରତାପ, ଜୁଏଲଙ୍କ ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ପହଞ୍ଚିଥିଲେ। ଦୁଇ ମନ୍ତ୍ରୀ ପହଞ୍ଚିବା ପରେ ଜୁଏଲ୍ ସେମାନଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଥିଲେ। ଏହି ସାକ୍ଷାତବେଳେ ଓଡ଼ିଶା ବିଜେପି ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ବିଜେପିର ବରିଷ୍ଠନେତା ମନମୋହନ […]
ମୁମ୍ବାଇ: ବିଗ୍ବସ୍ର ନୂଆ ସିଜିନ୍ ବହୁତ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ବିଗ୍ବସ୍ରେ କେଉଁ କେଉଁ ମାନେ ଭାଗ ନେବେ ତାକୁ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଛି। ଚଳିତ ଥର ବିଗ୍ବସ୍ରେ ସେଲିବ୍ରିଟି ପ୍ରତିଯୋଗୀଙ୍କ ମଧ୍ୟରେ ରାକ୍ଷୀ ସାୱନ୍ତ-ଦୀପକ କଲାଲଙ୍କ ପରି ଚର୍ଚ୍ଚିତ ଯୋଡ଼ି, ମିଥୁନ୍ ରକ୍ରବର୍ତ୍ତୀଙ୍କ ପୁଅ ମହାଅକ୍ଷୟ, ନେହା କକ୍କରଙ୍କ ଏକ୍ସ ବୟଫ୍ରେଣ୍ଡ ହିମାଂଶ କୋହଲିଙ୍କ ନାମ ଶୁଣିବାକୁ ମିଳୁଛି। ସେମାନଙ୍କ ମଧ୍ୟରୁ ରାକ୍ଷୀ ଓ ଦୀପକ ବିଗ୍ବସ୍ ଯିବା ନିଶ୍ଚିନ୍ତ ହୋଇଯାଇଥିବା ଜଣାପଡ଼ିଛି। ରାକ୍ଷୀ […]
ଭୁବନେଶ୍ୱର: ଖରାରେ ସବୁବେଳେ ଘରେ ରହିବା ସମ୍ଭବ ନୁହେଁ। ଆଉ କାମରେ ବାହାରକୁ ବାହାରିଲେ ଖରାର ପ୍ରକୋପ ପ୍ରଥମେ ସିଧା ଆମ ମୁହଁରେ ପଡିଥାଏ। ତେଣୁ ଖରା ଦିନେ କିପରି ଆମ ତ୍ୱଚାର ଯତ୍ନ ନେବା ତାହା ଏକ ବଡ ସମସ୍ୟା। ଖରାରେ ତ୍ୱଚା କଳା ପଡିଯିବା ସହ ଟ୍ୟାନ୍ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ତେଣୁ ଖରା ଡରରେ ସବୁବେଳେ ଘରେ ନ ବସି କିପରି ଆମେ ଘରୋଇ ଜିନିଷ ବ୍ୟବହାର ଦ୍ୱାରା ତ୍ୱଚାର ରଙ୍ଗରେ […]
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୫୭ ଜଣ ସଦସ୍ୟ ସ୍ଥାନ ପାଇଥିବା ବେଳେ ବହୁ ହେଭିୱେଟ୍ ନେତା ବାଦ୍ ପଡ଼ିଛନ୍ତି। ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ୍ ଗତଥର ମୋଦିଙ୍କ କ୍ୟାବିନେଟ୍ରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିବାବେଳେ ଏଥର ତାଙ୍କୁ ମନ୍ତ୍ରୀ ହେବାର ସୁଯୋଗ ମିଳିନାହିଁ। କେବଳ ଜୁଏଲ୍ ନୁହନ୍ତି, ବହୁ ହେଭିୱେଟ୍ ନେତା ମଧ୍ୟ ବାଦ୍ ପଡ଼ିଛନ୍ତି। ମୋଦିଙ୍କ ଟିମ୍ରୁ ପୂର୍ବତନ ମହିଳା ଓ ଶିଶୁ […]
ନୂଆଦିଲ୍ଲୀ: ଦେଶରେ ମୋଦି-୨ ସରକାର ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୋଦିଙ୍କ ୫୭ ଜଣିଆ ମନ୍ତ୍ରିମଣ୍ଡଳରେ ୬ଜଣ ମହିଳା ସାମିଲ ହୋଇଛନ୍ତି। ମୋଦି-୨ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ, ସ୍ମୃତି ଇରାନୀ ଓ ହର୍ସିମ୍ରତ କୌର ବାଦଲ ସ୍ଥାନ ପାଇଛନ୍ତି। ନିର୍ମଳା ପୂର୍ବଭଳି ପ୍ରତିରକ୍ଷା ମନ୍ତ୍ରୀ ରହିବେ ବୋଲି କୁହାଯାଉଥିବା ବେଳେ ସ୍ମୃତି ଓ ହର୍ସିମ୍ରତ କେଉଁ ବିଭାଗର ମନ୍ତ୍ରୀ ହେବେ, ତାହା ଜଣାପଡ଼ିନାହିଁ। […]
ନୂଆଦିଲ୍ଲୀ: ବିଜେପି ମଙ୍ଗ ଧରି ପାରନ୍ତି ଜେ.ପି. ନଡ୍ଡା। ଦଳର ବରିଷ୍ଠ ନେତା ଜଗତ ପ୍ରକାଶ ନଡ୍ଡା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରନ୍ତି। ବର୍ତ୍ତମାନର ଅଧ୍ୟକ୍ଷ ଅମିତ ଶାହ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ଥିବାରୁ ନଡ୍ଡାଙ୍କୁ ଦଳର ସଭାପତି କରାଯାଇପାରେ ବୋଲି ଜଣାପଡ଼ିଛି। ଗତ ଦୁଇ ଦିନ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ମଧ୍ୟରେ ଏନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି। ଅଭିଜ୍ଞ ରାଜନୀତିଜ୍ଞ ନଡ୍ଡା ୧୯୯୩ରେ ପ୍ରଥମେ ହିମାଚଳ ପ୍ରଦେଶ […]
ନୂଆଦିଲ୍ଲୀ: ଆଜିଠାରୁ ପୁଣି ଚାଲିବ ନମୋ ରାଜ୍ ୨। କେନ୍ଦ୍ରରେ ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ନରେନ୍ଦ୍ର ମୋଦି। ସଂଧ୍ୟା ୭ଟାରେ ମୋଦି ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ପଦ ଓ ଗୋପନୀୟତାର ଶପଥ ନେବେ। ଏଥିପାଇଁ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଭବ୍ୟ ଆୟୋଜନ କରାଯାଇଛି। ସୂଚନା ଅନୁସାରେ, ଅତିଥିଙ୍କ ପାଇଁ ସ୍ନାକସ୍, ଡିନର୍ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି। ହାଇ ଟି, ଲେମନ୍ ଟାରଟ୍ସ୍, ସ୍ୟାଣ୍ଡୱିଚ୍, ସମୋସା(ସିଙ୍ଗଡ଼ା)ଠୁ ଆରମ୍ଭ କରି ରାଜ୍ଭୋଗ(ମିଠା) ପର୍ଯ୍ୟନ୍ତ ଅନେକ ଖାଦ୍ୟ ପରଷା ଯିବ। […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ଶପଥ ନେବାକୁ ଯାଉଛନ୍ତି। ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି ସମାରୋହରେ ଦେଶବିଦେଶରୁ ବହୁ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି। ତେବେ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ନେଇ ମୋଦି ଓ ଅମିତ ଶାହଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପ୍ରାୟ ଘଣ୍ଟାଏ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହାପରେ ପିଏମ୍ଓ ପକ୍ଷରୁ ସମ୍ଭାବ୍ୟ ମନ୍ତ୍ରୀଙ୍କ ପାଖକୁ ଫୋନ୍ କଲ୍ […]
ନୂଆଦିଲ୍ଲୀ: ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଏବେ ଟିଭି ବିତର୍କରୁ ନିଜକୁ ଦୂରେଇ ରଖିଛି। ମାସେ ପାଇଁ କୌଣସି ଟିଭି ଡିବେଟ୍ ବା ବିତର୍କରେ ମୁଖପାତ୍ରମାନେ ଭାଗ ନେବେ ନାହିଁ ବୋଲି କଂଗ୍ରେସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କଂଗ୍ରେସ ନେତାଙ୍କୁ ଡିବେଟ୍ କାର୍ଯ୍ୟକ୍ରମରେ ନ ଡାକିବାକୁ ନ୍ୟୁଜ୍ ଚ୍ୟାନେଲ ଓ ସଂପାଦକମାନଙ୍କୁ ସେ ଅନୁରୋଧ କରିଛନ୍ତି। .@INCIndia has decided to not send spokespersons on television debates […]
ମୁମ୍ୱାଇ: ଆତଙ୍କବାଦୀ ଭଳି ପୋଷାକ ପିନ୍ଧିଥିବାରୁ ମୁମ୍ୱାଇ ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ଜଣେ ବ୍ୟାଙ୍କ ଜଗୁଆଳି ତଥା ପୂର୍ବତନ ସେନା ଅଧିକାରୀ ଅଟକ ଦୁଇ ବ୍ୟକ୍ତିଙ୍କ ସମ୍ପର୍କରେ ପ୍ରଥମେ ସୂଚନା ଦେଇଥିଲେ। ପରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରିଥିଲା। ତଦନ୍ତ ବେଳେ ପୁଲିସ୍ ଅଟକ ଦୁଇ ବ୍ୟକ୍ତିଙ୍କ ପରିଚୟ ପାଇଛି। ଜଣଙ୍କ ନାମ ବଲରାମ ଗିନଓ୍ୱାଲା, ଅନ୍ୟ ଜଣେ ଅରବାଜ ଖାନ୍। ବଲିଉଡ […]
ଇସ୍ଲାମାବାଦ:୨୦୨୦ରେ ହେବାକୁ ଥିବା ଏସିଆ କପ୍ର ଆୟୋଜନ ପାକିସ୍ତାନ କରିବ। ଦୁଇ ବର୍ଷକୁ ଥରେ ଖେଳାଯାଉଥିବା ଏସିଆ କପ୍ ଏଥର ଟି-୨୦ ଫର୍ମାଟରେ ହେବ। ପାକିସ୍ତାନ ଏହାର ଆୟୋଜନ କରୁଥିଲେ ହେଁ ନିଜ ଦେଶରେ କୌଣସି ମ୍ୟାଚ୍ ଖେଳିବ ନାହିଁ। ବରଂ ୟୁଏଇରେ ମ୍ୟାଚ୍ ଗୁଡ଼ିକ ଅନୁଷ୍ଠିତ ହେବ। ମଙ୍ଗଳବାର ଦି ଏସିଆନ୍ କ୍ରିକେଟ୍ କାଉନସିଲ(ଏସିସି) ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପାକିସ୍ତାନକୁ ଏସିଆ କପ୍ ଆୟୋଜନ ପାଇଁ ଅନୁମତି ମିଳିଛି। ପାକିସ୍ତାନ ନିଜ ଦେଶରେ ମ୍ୟାଚ୍ […]