ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କର ସରକାରୀ ବାସଭବନ ହରାଇ ପାରନ୍ତି। ନୂଆଦିଲ୍ଲୀ ସ୍ଥିତ ୧୨ ତୁଗଲକ ଲେନ୍ରେ ଥିବା ଏହି ସରକାରୀ ବାସଭବନ ଏଥର ଆଉ ରାହୁଲଙ୍କୁ ମିଳିନପାରେ ବୋଲି ଜଣାପଡ଼ିଛି। ଲୋକସଭା ସଚିବାଳୟ ସାଂସଦଙ୍କ ପାଇଁ ଖାଲି ପଡ଼ିଥିବା ବଙ୍ଗଳାକୁ ନେଇ ଏକ ଲିଷ୍ଟ୍ ଜାରି କରିଛି। ଏହି ଲିଷ୍ଟ୍ରେ ରାହୁଲ ଗାନ୍ଧିଙ୍କ ୧୨ ତୁଗଲକ ଲେନ୍ ବଙ୍ଗଳା ମଧ୍ୟ ରହିଛି। ଯାହାକୁ ନେଇ ବିବାଦ ଦେଖାଦେଇଛି। ୨୦୦୪ରେ ଆମେଠି ଲୋକସଭା ଆସନ […]
ନୂଆଦିଲ୍ଲୀ: ମୋଦି-୧ ସରକାରରେ ବୈଦେଶିକ ମନ୍ତ୍ରୀ ଥିବା ସୁଷମା ସ୍ୱରାଜଙ୍କୁ ଖୁବ୍ଶୀଘ୍ର ମୋଦି-୨ ସରକାରରେ ନୂଆ ଦାୟିତ୍ୱ ମିଳିବ ବୋଲି ଶୁଣିବାକୁ ମିଳୁଛି। ମୋଦି-୨ ସରକାରରେ ଅସୁସ୍ଥତା କାରଣରୁ ନିର୍ବାଚନ ଲଢ଼ି ନଥିବା ସୁଷମାଙ୍କୁ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିବ ବୋଲି ପାୱର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏପରି କି ଗତକାଲି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଡା. ହର୍ଷବର୍ଦ୍ଧନ ଟ୍ୱିଟ୍ କରି ସୁଷମା ସ୍ୱରାଜ ଆନ୍ଧ୍ର ପ୍ରଦେଶର ନୂଆ ରାଜ୍ୟପାଳ […]
ନୂଆଦିଲ୍ଲୀ: ଦକ୍ଷିଣପୂର୍ବ, ଲାକ୍ଷାଦ୍ୱୀପ ଓ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି। ଆସନ୍ତା ୪୨ ଘଣ୍ଟା ମଧ୍ୟରେ ଏହା ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ବାତ୍ୟାର ନାଁ ‘ବାୟୁ’ ରହିଛି। ଆସନ୍ତା ୭୨ ଘଣ୍ଟାରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରିବ। ଆସନ୍ତା ୧୩ ତାରିଖ ସକାଳେ ଏହି ସାମୁଦ୍ରିକ ଝଡ଼ ଗୁଜରାଟ ଉପକୂଳ ଅତିକ୍ରମ କରିବ ବୋଲି […]
ଲଣ୍ଡନ: ଆଜି କ୍ରିକେଟ୍ ବିଶ୍ୱକପ୍ ମ୍ୟାଚ୍ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହାଇଭୋଲଟେଜ୍ ମୁକାବିଲା ହେବ। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବ ବୋଲି ନିଷ୍ପତ୍ତି ନେଇଛି। ଲଣ୍ଡନର କେନିଙ୍ଗଟନ ଓଭାଲରେ ଏହି ମ୍ୟାଚ୍ ଖେଳାଯାଉଛି। ଏଯାଏ ବିଶ୍ୱକପରେ ଅଷ୍ଟ୍ରେଲିଆ ୨ଟି ମ୍ୟାଚ୍ ଖେଳିଥିବା ବେଳେ ଭାରତ ମାତ୍ର ଗୋଟିଏ ମ୍ୟାଚ୍ ଖେଳିଛି। ଗତ ବିଶ୍ୱକପ୍ରେ ଭାରତ ଓ ଅଷ୍ଟ୍ରେଲିଆ ପରସ୍ପରକୁ ସେମି ଫାଇନାଲରେ ଭେଟିଥିଲେ। ଏଥିରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା। ଆଜି ଅଷ୍ଟ୍ରେଲିଆ ପେସ୍ […]
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବେ ଇଂଲଣ୍ଡରେ ଅଛନ୍ତି। ସେ ବିଶ୍ୱକପ୍ ଖେଳିବାକୁ ଟିମ୍ ସହିତ ସେଠାକୁ ଯାଇଛନ୍ତି। ପ୍ରଥମ ମ୍ୟାଚ୍ରେ ଦଳ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଆଜି ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହେବ। ତେବେ ଏହା ଭିତରେ ହରିୟାଣାର ଗୁରୁଗ୍ରାମ ମ୍ୟୁନିସିପାଲିଟି ବିରାଟଙ୍କ ଉପରେ ୫୦୦ ଟଙ୍କା ଫାଇନ୍ କରିଛି। ପିଇବା ପାଣିରେ କାର୍ ଧୋଇବାକୁ ନେଇ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ତାଙ୍କ ଉପରେ ଏହି ଫାଇନ୍ କରିଛନ୍ତି। ଅବଶ୍ୟ […]
କୋଲକାତା: ନିର୍ବାଚନ ପରେ ବି ପଶ୍ଚିମବଙ୍ଗରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ବିବାଦ ଥମୁନାହିଁ। ଗତକାଲି ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ହୋଇଥିବା ସଂଘର୍ଷରେ ୨ ଜଣ ବିଜେପି କର୍ମୀ ଓ ଜଣେ ଟିଏମସି କର୍ମୀ ହତ୍ୟାର ଶିକାର ହୋଇଥିବା ଜଣାପଡ଼ିଛି। ତେବେ ଆଉ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ବିଜେପି କର୍ମୀ ନିଖୋଜ ଥିବା ଦଳ କହିଛି। ଉତ୍ତର ୨୪ ପ୍ରଗଣା […]
ଓଭାଲ୍: ଚଳିତ ବିଶ୍ୱକପ୍ରେ ଆଜି ଭାରତ ତା’ର ଦ୍ୱିତୀୟ ମ୍ୟାଚ୍ ଖେଳିବ। ଦୁଇଥର ବିଶ୍ୱବିଜେତା ଭାରତ ୫ଥର ବିଶ୍ୱକପ୍ ଜିତିଥିବା ତଥା ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭେଟିବ। ଲଣ୍ଡନର ଐତିହାସିକ ଓଭାଲ୍ ପଡ଼ିଆରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟାନୁସାରେ ଅପରାହ୍ଣ ୩ଟାରୁ ଆରମ୍ଭ ହେବ। ପ୍ରଥମଥର ପାଇଁ ୫୦-ଓଭର୍ ବିଶ୍ୱକପ୍ରେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ୍ରେ ବିରାଟ ବାହିନୀ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିବାକୁ ନିଶ୍ଚୟ ପ୍ରୟାସ […]