• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

protest
ହେଲମେଟ୍‌ ପିନ୍ଧି ବ୍ୟାଣ୍ଡେଜ୍‌ ବାନ୍ଧି ଚିକିତ୍ସା କଲେ ଡାକ୍ତର

ନୂଆଦିଲ୍ଲୀ: କୋଲକତାରେ ଜୁନିଅର ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ କରିବାକୁ ଯାଇ ଦିଲ୍ଲୀ ଏମ୍‌ସ୍‌ ଡାକ୍ତରମାନେ ଅଭିନବ ଢଙ୍ଗରେ ତାଙ୍କର ବିକ୍ଷୋଭ କରିଛନ୍ତି। ଦିଲ୍ଲୀ ଏମ୍ସର ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍‌ (ଆରଡିଏ)ର ସଦସ୍ୟମାନେ ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କ ସମର୍ଥନରେ ହେଲମେଟ୍‌ ଏବଂ ବ୍ୟାଣ୍ଡେଜ୍‌ ପିନ୍ଧି କାର୍ଯ୍ୟରେ ଯୋଗଦେଇଛନ୍ତି। ଡାକ୍ତରମାନେ ହେଲମେଟ୍‌ ଏବଂ ବ୍ୟାଣ୍ଡେଜ୍‌ ସହ ରୋଗୀଙ୍କ ପାଖକୁ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସମସ୍ତେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଥିଲେ ମଧ୍ୟ ପରେ ଏହି ଅଭିନବ ବିରୋଧ ବାବଦରେ […]

pm modi
ପାକିସ୍ତାନ ଆକାଶପଥରେ ଗଲେନି ମୋଦି

ନୂଆଦିଲ୍ଲୀ: ଏସ୍‌ସିଓ ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିର୍ଗିଜିସ୍ତାନର ରାଜଧାନୀ ବିଶକେକ୍‌ ଅଭିମୁଖେ ଯାତ୍ରା କରିଛନ୍ତି। ଆଜି ଏବଂ କାଲିର ବୈଠକରେ ସେ ଯୋଗଦେବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଭିଆଇପି ବିମାନ ଓମାନ, ଇରାନ୍‌ ଓ କେନ୍ଦ୍ରୀୟ ଏସିଆ ଆକାଶ ମାର୍ଗ ଦେଇ ଆଜି ବିଶକେକ୍‌ରେ ପହଞ୍ଚିବ। ନରେନ୍ଦ୍ର ମୋଦି ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ବୈଠକରେ ଯୋଗଦାନ। ଏହି ବୈଠକରେ ଅନ୍ତର୍ଜାତୀୟ ସୁରକ୍ଷା, ଆର୍ଥିକ ସହଯୋଗ […]

cyclone..
ଗତିପଥ ‍ପରିବର୍ତ୍ତନ କରି ପାକିସ୍ତାନ ମୁହାଁ ସାମୁଦ୍ରିକ ଝଡ଼ ‘ବାୟୁ’

ନୂଆଦିଲ୍ଲୀ: ଆଜି ଗୁଜରାଟ ଉପକୂଳରେ ସାମୁଦ୍ରିକ ଝଡ଼ ‘ବାୟୁ’ ଲ୍ୟାଣ୍ଡଫଲ୍‌ କରିବ ବୋଲି ସୂଚନା ଦିଆଯାଇଥିଲା। କିନ୍ତୁ ରାତିରେ ‘ବାୟୁ’ର ଗତିପଥ ବଦଳିଥିବା ସୂଚନା ମିଳିଛି। କେବଳ ସମୁଦ୍ର ଉପକୂଳ ଦେଇ ପାକିସ୍ତାନ ଓ ଓମାନ ଆଡ଼କୁ ଏହି ବାତ୍ୟା ମୁହାଁଇଛି ବୋଲି ଆକଳନ କରାଯାଇଛି। ହେଲେ ଏହାର ପ୍ରଭାବରେ ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଆରବ ସାଗରରେ ସୃଷ୍ଟ ‘ବାୟୁ’ ଏବେ ଗୁଜରାଟର […]

plane
ପାହାଡ଼ରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି ବିମାନ ଏଏନ୍‌-୩୨

ନୂଆଦିଲ୍ଲୀ: ବାୟୁସେନାର ନିଖୋଜ ଏଏନ୍‌-୩୨ ବିମାନର ଧ୍ୱଂସାବଶେଷକୁ ଦୀର୍ଘ ୯ ଦିନ ପରେ ଠାବ କରାଯାଇଥିଲା। ବିମାନଟି ଅରୁଣାଚଳ ପ୍ରଦେଶର ମେଚୁକା ଯାଉଥିବା ବେଳେ ନିକଟସ୍ଥ ଏକ ପାହାଡ଼ରେ ମାଡ଼ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି। ଗତକାଲି ଭାରତୀୟ ବାୟୁସେନା ପକ୍ଷରୁ ବିମାନର ଧ୍ୱଂସାବଶେଷ ପଡ଼ି ରହିଥିବା ସ୍ଥାନର ଏକ ସ୍ପଷ୍ଟ ଫଟୋ ଜାରି କରାଯାଇଛି। ଯେଉଁଥିରୁ ଜଣାପଡ଼ୁଛି ଯେ ବିମାନଟି ମେଚୁକାଠାରୁ ଅଳ୍ପଦୂରରେ ଥିବା ଏକ ପାହାଡ଼ରେ ଧକ୍କା ହେବା ପରେ ହିଁ […]

rainfall
ମାଡ଼ି ଆସୁଛି ବାତ୍ୟା ‘ବାୟୁ’; ଆଜି ଅପରାହ୍ନରେ କରିବ ଲ୍ୟାଣ୍ଡଫଲ୍‌

ଗାନ୍ଧିନଗର: ଧୀରେ ଧୀରେ ଗୁଜରାଟର ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ‘ବାୟୁ’। ବର୍ତ୍ତମାନ ଏହା ଘଣ୍ଟାକୁ ୧୨ କିଲୋମିଟର ବେଗରେ ଗତି କରୁଛି।  ସକାଳ ୭ଟା ସୁଦ୍ଧା ‘ବାୟୁ’ ଗୁଜରାଟର ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଉପକୂଳରୁ ୧୩୦ କିଲୋମିଟର ଦୂରରେ ଥିଲା। ଆଜି ଅପରାହ୍ଣରେ ଦ୍ୱାରକା-ଭାରଭାଲ ମଧ୍ୟରେ ଏହା ସ୍ଥଳ ଭାଗ ଛୁଇଁପାରେ। ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ୧୩୫ରୁ ୧୪୫ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ଆକଳନ […]

rainfall
ଏହି ସବୁ ଜିଲ୍ଲାରେ ହୋଇପାରେ ଧୂଳିଝଡ଼ ଓ ବର୍ଷା, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଜି ରାଜ୍ୟର କିଛି ସ୍ଥାନରେ ଧୂଳିଝଡ଼ ଓ ବର୍ଷା ହେବ। ଏପରିକି ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଏଥିପାଇଁ୨୪ଟି ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ମୟୂରଭଞ୍ଜ, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗିର, ବରଗଡ଼,ଜଗତସିଂହପୁର, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ, ବରଗଡ଼, ବାଲେଶ୍ୱର, ପୁରୀ, ଝାରସୁଗୁଡ଼ା,କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା। ଆଜି ସକାଳ ୮ଟା ପର୍ଯ୍ୟନ୍ତ […]