• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

adhar pan
ଏଣିକି ଆଧାର ବଦଳରେ ପାନ୍‌, ପାନ୍‌ ବଦଳରେ ଆଧାର ଚଳିବ

ନୂଆଦିଲ୍ଲୀ: ଏଣିକି ଆୟକର ରିଟର୍ଣ୍ଣ ବେଳେ ଆଧାର ଓ ପାନ୍‌ କାର୍ଡ ବାଧ୍ୟତାମୂଳକ ହେବନାହିଁ। ଯଦି ଜଣଙ୍କ ପାଖରେ ଆଧାର କାର୍ଡ ରହିଛି, ତା’ହେଲେ ସେ ଆୟକର ରିଟର୍ଣ୍ଣ କରିପାରିବ। ସେହିପରି ଆଧାର ବଦଳରେ ପାନ୍‌ କାର୍ଡ ଥିଲେ ମଧ୍ୟ ଜଣେ ବ୍ୟକ୍ତି ରିଟର୍ଣ୍ଣ ଦାଖଲ କରିପାରିବ। ଅର୍ଥାତ ଆଧାର ବଦଳରେ ପାନ୍‌ ଓ ପାନ୍‌ ବଦଳରେ ଆଧାର ଚଳିବ ବୋଲି ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି। ଏହାସହିତ ଅର୍ଥମନ୍ତ୍ରୀ […]

gold ornaments
ବଢ଼ିବ ପେଟ୍ରାଲ, ଡିଜେଲ ଓ ସୁନା ଦର

ନୂଆଦିଲ୍ଲୀ: ବଢ଼ିବ ପେଟ୍ରାଲ, ଡିଜେଲ  ଓ ସୁନା ଦର। ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ୧ଟଙ୍କା ସେସ୍‌ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଛି। ସେହିପରି ସୁନା ଗହଣା ଉପରେ ମଧ୍ୟ ଉତ୍ପାଦ ଶୁଳ୍କ (କଷ୍ଟମ ଡ୍ୟୁଟି)୧୦ରୁ ୧୨.୫% ବୃଦ୍ଧି ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଖାଲି ଏତିକି ନୁହେଁ ତମାଖୁ ଓ ତମାଖୁଜାତ ଦ୍ରବ୍ୟ ଉପରେ ଟିକସ ବଢ଼ାଇବାକୁ ଆଜି ବଜେଟ୍‌ରେ ନିଷ୍ପତ୍ତି ହୋଇଛି।

aadhar
ଏଣିକି ଆଧାର କାର୍ଡ ପାଇଁ ପ୍ରବାସୀ ଭାରତୀୟଙ୍କୁ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ

ନୂଆଦିଲ୍ଲୀ: ଏଣିକି ଆଧାର କାର୍ଡ ପାଇଁ ପ୍ରବାସୀ ଭାରତୀୟଙ୍କୁ ଆଉ ଅଧିକ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଭାରତୀୟ ପାସ୍‌ପୋର୍ଟ ଥିବା ପ୍ରବାସୀ ଭାରତୀୟ(ଏନ୍‌ଆର୍‌ଆଇ)ଙ୍କୁ ଭାରତ ପହଞ୍ଚିବା ପରେ ଆଧାର କାର୍ଡ ଦେବାକୁ ଯୋଜନା କରାଯାଉଛି। ଏନେଇ ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ବର୍ତ୍ତମାନ ଆଧାର କାର୍ଡ ପାଇଁ ପ୍ରବାସୀ ଭାରତୀୟଙ୍କୁ ୧୮୦ ଦିନ ଅପେକ୍ଷା କରିବାକୁ ପଡ଼ୁଛି। ଆହୁରି ମଧ୍ୟ ପଢ଼ନ୍ତୁ: ବଜେଟ୍‌ରେ ଗ୍ରାମାଞ୍ଚଳର […]

indian villages
ବଜେଟ୍‌ରେ ଗ୍ରାମାଞ୍ଚଳର ବିକାଶ ଉପରେ ଫୋକସ୍‌

ନୂଆଦିଲ୍ଲୀ: ମୋଦି-୨ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ଗ୍ରାମାଞ୍ଚଳ ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ବଜେଟ୍‌ର ବ୍ୟବସ୍ଥା ଅନୁଯାୟୀ, ୨୦୨୨ ସୁଦ୍ଧା ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ଏଲ୍‌ପିଜି ଓ ବିଦ୍ୟୁତ୍‌ ସଂଯୋଗ ଯୋଗାଇ ଦିଆଯିବ। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ୧.୯୫ କୋଟି ଲୋକଙ୍କ ପାଇଁ ଘର ଯୋଗାଇ ଦିଆଯିବ। ୨୦୧୯-୨୦ ଓ ୨୦୨୧-୨୨ ମଧ୍ୟରେ ଏହି ଲକ୍ଷ୍ୟକୁ ପୂରଣ କରାଯିବ। ଏଭଳି ବାସଗୃହ ପାଉଥିବା ଲୋକଙ୍କୁ ଏଲପିଜି, ବିଜୁଳି ଓ ଟଏଲେଟ୍‌ ଯୋଗାଇ ଦିଆଯିବ ବୋଲି […]

water
ବଜେଟ୍‌ ୨୦୧୯: ୨୦୨୨ ସୁଦ୍ଧା ଗାଁରେ ଥିବା ସବୁ ଘରକୁ ବିଦ୍ୟୁତ୍‌, ୨୦୨୪ ସୁଦ୍ଧା ପିଇବା ପାଣି ଯୋଗାଣ

ନୂଆଦିଲ୍ଲୀ: ଗାଁରେ ଥିବା ସବୁ ଘରକୁ ୨୦୨୨ ସୁଦ୍ଧା ବିଦ୍ୟୁତ୍‌ ଓ ୨୦୨୪ ସୁଦ୍ଧା ପାନୀୟ ଜଳ ଯୋଗାଣ କରାଯିବ ବୋଲି ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ‘ହର୍ ଘର୍ ଜଲ୍’ ଯୋଜନାରେ ସବୁ ଗାଁକୁ ପାନୀୟ ଜଳ ଯୋଗାଣ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।ସବୁ ଭାରତୀୟଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ସରକାରଙ୍କ ମୂଳ ଲକ୍ଷ୍ୟ। ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଜଳଶକ୍ତି ମନ୍ତ୍ରାଳୟ କରାଯାଇଛି […]

money
ବାର୍ଷିକ ୧.୫ କୋଟିରୁ କମ୍‌ କାରବାର କରୁଥିବା ଦୋକାନୀଙ୍କୁ ମିଳିବ ପେନ୍‌ସନ୍‌

ନୂଆଦିଲ୍ଲୀ: ତିନି କୋଟି ଛୋଟ ଏବଂ ଉଠା ଦୋକାନୀଙ୍କୁ ପେନ୍‌ସନ୍‌ ମିଳିବ। ଏଥିସହ ବାର୍ଷିକ ୧.୫ କୋଟିରୁ କମ୍‌ କାରବାର କରୁଥିବା ଦୋକାନୀଙ୍କୁ ମଧ୍ୟ ପେନ୍‌ସନ୍‌ ମିଳିବ। ଏନେଇ ଆଜି ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ପ୍ରଧାନମନ୍ତ୍ରୀ କର୍ମଯୋଗୀ ମାନଧନ ଯୋଜନାରେ ଏହି ପେନ୍‌ସନ୍‌ ମିଳିବ। ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଦେଶରେ ଏବେ ୬୫୭କି.ମି. ମେଟ୍ରୋ […]

budget
ବଜେଟ୍‌ ୨୦୧୯: ବ୍ରିଫ୍‌କେସ୍‌ ବ୍ୟବସ୍ଥା ଛାଡ଼ି ବହି-ଖାତା ଧରି ସଂସଦରେ ପହଞ୍ଚିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦରେ ଆଜି ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦୀର୍ଘ ୫୦ ବର୍ଷ ପରେ ଜଣେ ମହିଳା ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି। ବଜେଟ୍‌ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ହାତରେ ବ୍ରିଫ୍‌କେସ୍‌ ବଦଳରେ ‘ବହି-ଖାତା’ ଧରି ଥିବା ଦେଖିବାକୁ ମିଳିଥିଲା। ବହି-ଖାତା ଭାରତୀୟ ସଂସ୍କୃତିର ପ୍ରତୀକ ବୋଲି କୁହାଯାଏ। ତେଣୁ ପାଶ୍ଚାତ୍ୟ ବ୍ରିଫ୍‌କେସ୍‌ ବ୍ୟବସ୍ଥା ଛାଡ଼ି ସରକାର ବହି-ଖାତା ଆପଣାଇଥିବା ଜଣାପଡ଼ିଛି। ବଜେଟ୍ ବେଳେ ସାଧାରଣତଃ ଦେଖିବାକୁ ମିଳେ ଯେ, ଅର୍ଥମନ୍ତ୍ରୀ […]

mud attack
ଇଞ୍ଜିନିୟରଙ୍କ ଉପରକୁ କାଦୁଅ ଫିଙ୍ଗିବା ଘଟଣାରେ ଗିରଫ ହେଲେ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ: ଜଣେ ଇଞ୍ଜିନିୟରଙ୍କ ଉପରେ କାଦୁଅ ଫିଙ୍ଗିବା ସହ ଖୁଣ୍ଟରେ ବାନ୍ଧିବା ଘଟଣା ମହାରାଷ୍ଟ୍ରର କଂଗ୍ରେସ ବିଧାୟକଙ୍କୁ ମହଙ୍ଗା ପଡ଼ିଛି। ସରକାରୀ ଅଫିସରଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ ଅଭିଯୋଗରେ କଂଗ୍ରେସ ବିଧାୟକ ନିତେଶ ରାଣେ ଓ ତାଙ୍କ ଦୁଇ ଜଣ ସମର୍ଥକଙ୍କୁ ପୁଲିସ୍‌ ଗିରଫ କରିଛି। ବିଧାୟକ ନିତେଶ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ବିଧାୟକ ଓ ତାଙ୍କ ୪୦ରୁ ୫୦ ଜଣ ସମର୍ଥକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ମୁମ୍ୱାଇ-ଗୋଆ ହାଇୱେ ନିକଟରେ […]

govt. employee
ଆଜି କେନ୍ଦ୍ର ବଜେଟ୍‌ରେ ସରକାରୀ କର୍ମଚାରୀଙ୍କ ପାଇଁ ହୋଇପାରେ ବଡ଼ ଘୋଷଣା

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ଖୁବ୍‌ ଶୀଘ୍ର ଆସିବାକୁ ଯାଉଛି ଖୁସି ଖବର। ଆଜି ସାଧାରଣ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିପାରନ୍ତି। ସରକାରୀ କର୍ମଚାରୀଙ୍କ ଅବସର ବୟସ ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା ପ୍ରଫେସର କେଭି ସୁବ୍ରମନ୍ୟନ୍‌ ଇକନମିକ୍‌ ସର୍ଭେରେ ଅବସର ସୀମା ବଢ଼ାଇବାର ପ୍ରସ୍ତାବ ଦେଇଛନ୍ତି। ସେ ପ୍ରସ୍ତାବରେ କହିଛନ୍ତି, ହାରାହାରି ଆୟୁ […]

union budget
ଆଜି ପୂର୍ଣ୍ଣାଙ୍ଗ କେନ୍ଦ୍ର ବଜେଟ୍: ନିର୍ମଳାଙ୍କ ପେଡ଼ି ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ: ଆଜି ଆସିବ ପୂର୍ଣ୍ଣାଙ୍ଗ ସାଧାରଣ ବଜେଟ୍। ଦୀର୍ଘ ୫୦ ବର୍ଷ ପରେ ଜଣେ ମହିଳା ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରିବେ।  ନିଜ ପେଡ଼ିରେ କ’ଣ ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବେ ତା’ ଉପରେ ସମସ୍ତଙ୍କ ନଜର। କାରଣ ଅର୍ଥମନ୍ତ୍ରୀଙ୍କ ଆଗରେ ରହିଛି ଅନେକ ଚ୍ୟାଲେଞ୍ଜ। ୪୫ ବର୍ଷରେ ବେକାରୀ ସର୍ବୋଚ୍ଚ ସୀମାରେ ପହଞ୍ଚିଛି। କେବଳ ଗତ ଆର୍ଥିକ ବର୍ଷର ଶେଷ ତ୍ରୈମାସରେ ୫.୮ ପ୍ରତିଶତକୁ ଅଭିବୃଦ୍ଧି ହାର ଖସି ଆସିଥିଲା। ଫଳରେ  […]

swaraj 11
ପ୍ରେସ୍‌ମିଟ୍‌ କରି ପ୍ରେମିକାଙ୍କ ସଂପର୍କରେ ଜଣାଇବେ ଅଭିନେତା ସ୍ୱରାଜ!

ଭୁବନେଶ୍ୱର:  ଓଲିଉଡ୍‌ ଅଭିନେତା ସ୍ୱରାଜ ଓ ଅଭିନେତ୍ରୀ ଭୂମିକା ଶିଶୁ କଳାକାରରୁ ଅଭିନୟ ଦୁନିଆରେ ପାଦ ଥାପିଛନ୍ତି। ଏହି ଦୁଇ କଳାକାରଙ୍କ ଫିଲ୍ମ ‘ତୁ ମୋ ଲଭ୍‌ ଷ୍ଟୋରୀ-୨’ ରଜରେ ରିଲିଜ୍‌ ହୋଇଥିଲା। ଦର୍ଶକମାନେ ମଧ୍ୟ ଫିଲ୍ମଟିକୁ ବେଶ୍‌ ପସନ୍ଦ କରିଛନ୍ତି। ନିକଟରେ ଦୁହେଁ ଓଟିଭିର ‘ଗପସପ’ କାର୍ଯ୍ୟକ୍ରମକୁ ଆସିଥିଲେ। ଆଉ ଏଥିରେ ଆଲୋଚନା ବେଳେ ସ୍ୱରାଜଙ୍କ ‘ପ୍ରେମିକା’ କଥା ପଡ଼ିଥିଲା। ଏହି ସମୟରେ ସେ କହିଥିଲେ ଯେ, ପ୍ରେସ୍‌ମିଟ୍ କରି ପ୍ରେମିକାଙ୍କ ବିଷୟରେ ସୂଚନା ଦେବେ। ଏ ବିଷୟ ସେତେବେଳେ […]

aditya pancholi
ରେଞ୍ଜ ରୋଭର ଗାଡ଼ିରେ ମୋ ସହ ଦୁଷ୍କର୍ମ କରିଥିଲେ ପାଞ୍ଚୋଲି, କହିଲେ ବଲିଉଡ୍‌ ନାୟିକା

ମୁମ୍ବାଇ: ପ୍ରଯୋଜକ ତଥା ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ନାମରେ ଜଣେ ଆଗଧାଡ଼ିର ନାୟିକା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ସେଦିନର ଘଟଣାକୁ ନେଇ ସେ ପୁଲିସ୍‌ ନିକଟରେ ବଖାଣିଛନ୍ତି। ୨୦୦୪-୨୦୦୬ ମସିହାରେ ସେ ଏହି ଘଟଣା ବାବଦରେ ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ଲାଭ ମିଳିନଥିଲା ବୋଲି ଅଭିଯୋଗ କରିଛନ୍ତି। ବରସଭା ଥାନାରେ ଅଢ଼େଇ ପୃଷ୍ଠାର ଏହି ବିବୃତିରେ ସେ ଲେଖିଛନ୍ତି, ‘ମୁଁ ସେହିବର୍ଷ ପାଞ୍ଚୋଲିଙ୍କୁ ଭେଟିଥିଲି ଯେତେବେଳେ ତାଙ୍କୁ ୩୮ ବର୍ଷ ହୋଇଥିଲା ଏବଂ […]

pm modi
ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପବିତ୍ର ରଥଯାତ୍ରା। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ ଜରିଆରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପବିତ୍ର ରଥଯାତ୍ରାର ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସୁ, ଏହାହିଁ ମୋର କାମନା । – ରାଷ୍ଟ୍ରପତି କୋବିନ୍ଦ — President of India (@rashtrapatibhvn) 4 July 2019 […]

dhoni
ବିଶ୍ୱକପ୍‌ ପରେ ଧୋନିଙ୍କ ଅବସର!

ନୂଆଦିଲ୍ଲୀ: ବିଶ୍ୱକପ୍‌ ସହ ଶେଷ ହୋଇପାରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ କ୍ରିକେଟ କ୍ୟାରିୟର।  ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆର ନବକଳେବର ହେବ। ଏଥିରୁ ମହେନ୍ଦ୍ର ସିଂ ଧୋନି ବାଦ୍ ପଡ଼ିବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଭାରତ ଯଦି ଚଳିତ ବିଶ୍ୱକପ୍‌ରେ ବିଜୟୀ ହୁଏ ତେବେ ଧୋନିଙ୍କୁ ବିଦାୟ ଜଣାଇବାରେ ଏହା ପ୍ରକୃଷ୍ଟ ସମୟ ହେବ। ବିଶ୍ୱକପ୍ ପରେ ଧୋନି ଟିମ୍‌ରେ ରହିବାର ଉଚିତ୍‌ […]

ambati rayudu
ଅନ୍ତର୍ଜାତୀୟ କ୍ରିକେଟକୁ ଅଲ୍‌ବିଦା କହିଲେ ଅମ୍ବାତି ରାୟୁଡୁ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ବ୍ୟାଟସ୍‌ମ୍ୟାନ୍‌ ଅମ୍ବାତି ରାୟୁଡୁ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ତାଙ୍କୁ ବିଶ୍ୱକପ୍‌ ଟିମ୍‌ରେ ସାମିଲ କରା ନ ଯିବାରୁ ସେ ଏଭଳି ଘୋଷଣା କରିଥିବା କୁହାଯାଉଛି। ବିଶ୍ୱକପ୍‌ ପୂର୍ବରୁ ରାୟୁଡୁ ଟିମ୍‌ ଇଣ୍ଡିଆର ୪ ନଂରେ ବ୍ୟାଟିଂ କରିବେ ବୋଲି କୁହାଯାଉଥିଲା। ହେଲେ ୧୫ ଜଣିଆ ସ୍କ୍ୱାଡ୍‌ରୁ ରାୟୁଡୁଙ୍କୁ ବିସିସିଆଇ ବାଦ୍‌ ଦେଇ ବିଜୟ ଶଙ୍କରଙ୍କୁ ସୁଯୋଗ ଦେଇଥିଲା। ଏହି ଘଟଣାକୁ ନେଇ ରାୟୁଡୁ […]