ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଟ୍ୟାବ୍ରେ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ଅବସରରେ ସେ କହିଛନ୍ତି, ବିତ୍ତୀୟ ଭରଣା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୨ଲକ୍ଷ କୋଟି ଟଙ୍କା ମିଳିବ। ୨୦୨୨ ମାର୍ଚ୍ଚ ସୁଦ୍ଧା ଆଉ ୧୧ ହଜାର କି.ମି. NH କରିଡର୍ ତିଆରି ହେବ। କେବଳ ପଶ୍ଚିମବଙ୍ଗରେ ଆଉ ୬୭୫ କି.ମି. NH କରିଡର୍ ହେବ। ସେ ଆହୁରି କହିଛନ୍ତି, ମାଲ୍ ପରିବହନ ସୁଗମ ପାଇଁ ରେଲ୍ୱେରେ […]
ଚମୋଲି: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଭୟଙ୍କର ହିମସ୍ଖଳନ ଘଟି ଅଲକାନନ୍ଦା ଏବଂ ଧୌଳିଗଙ୍ଗା ନଦୀରେ ବନ୍ୟା ସ୍ଥିତିି ଦେଖାଦେଇଛି। ବରଫ ଅତଡ଼ା ଖସିବା ଯୋଗୁଁ ଜୋଶିମଠ ଅଞ୍ଚଳଠାରୁ ୨୬ କିଲୋମିଟର ଦୂରରେ ଥିବା ରେନି ଗ୍ରାମ ଧୋଇହୋଇ ଯାଇଥିବା ସୂଚନା ମିଳିଛି। ରେନି ଏବଂ ଆଖପାଖ ଅଞ୍ଚଳରେ ଶହେରୁ ୧୫୦ ଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି। ଋଷିଗଙ୍ଗା ଜଳ ବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଅନେକ ଶ୍ରମିକ ନିଖୋଜ ଥିବା ଅଧିକାରୀ କହିଛନ୍ତି । ତେବେ […]
ନୂଆଦିଲ୍ଲୀ: ସ୍ୱାଧୀନ ଭାରତରେ ପ୍ରଥମଥର ପାଇଁ ସଂସଦରେ ଉପସ୍ଥାପନ ହେବାକୁ ଯାଉଛି ପେପର୍ଲେସ୍ ବଜେଟ୍। ଚଳିତ ବର୍ଷ ପେପର୍ଲେସ୍ ବଜେଟ୍ ଉପସ୍ଥାପନ କରି ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତବର୍ଷ ମଧ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀ ବ୍ରିଫ୍କେସ୍ ବଦଳରେ ନାଲି ଫିତାରେ ବନ୍ଧା ‘ବହି-ଖାତା’ ଧରି ବଜେଟ୍ ଉପସ୍ଥାପନ କରି ରେକର୍ଡ ଭାଙ୍ଗିଥିଲେ। ୨୦୧୯ ଯାଏ ଦେଶର ଅର୍ଥମନ୍ତ୍ରୀମାନେ ବ୍ରିଫ୍କେସ୍ରେ ବଜେଟ୍ ବହି ଧରି ସଂସଦକୁ ଆସୁଥିଲେ। ଦୀର୍ଘ ୫୦ ବର୍ଷ ପରେ ଗତବର୍ଷ […]
ନୂଆଦିଲ୍ଲୀ: କରୋନା ମହାମାରୀ ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସଂସଦରେ ଆଜି ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥରର ବଜେଟ୍ ସାଧାରଣ ଲୋକଙ୍କ ପକେଟ୍ ଉପରେ ଭାରି ପଡ଼ିବ କି ? ନା ଉଶ୍ୱାସ ଦେବ ? ଏହା ଉପରେ ରହିଛି ସମସ୍ତଙ୍କ ନଜର। ଏସବୁ ଭିତରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଦେଶରେ ଜିଏସ୍ଟି ଆଦାୟରେ ସର୍ବକାଳୀନ ରେକର୍ଡ ହୋଇଛି। ୨୦୨୧ ଜାନୁଆରୀ ମାସରେ ସର୍ବାଧିକ ୧.୧୯ […]
ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିବାହର ଏକ ଭିଡିଓ ଫଟୋଗ୍ରାଫର କ୍ରମାଗତ ଭାବରେ ନବବଧୂର ଫଟୋ କ୍ଲିକ୍ କରୁଥିଲା ବେଳେ ରାଗିଗଲେ ବର ରାଗରେ ଚାପୁଡ଼ା ମାରି ଫଟୋଗ୍ରାଫି ନିଶା ଉତ୍ତାରିଦେଲେ, ଷ୍ଟେଜ ଉପରେ ହସି ହସି ଗଡ଼ିଗଲେ କନ୍ୟା ନୂଆଦିଲ୍ଲୀ: ବିବାହ ଉତ୍ସବରେ ଫଟୋଗ୍ରାଫରଙ୍କୁ ବ୍ରହ୍ମଚାପୁଡ଼ା। ବରକୁ କୋଣଠେସା କରି ଲଗାତାର କନ୍ୟାର ଫଟୋ ଉଠାଉଥିଲେ ଫଟୋଗ୍ରାଫର। କିଛି ସମୟ ନୀରବ ରହିବା ପରେ ହଠାତ ରାଗିଗଲେ ବରବାବୁ। ଆଉ ଫଟୋଗ୍ରାଫର ବାବୁଙ୍କର ଠାଣିବାଣୀରେ ବ୍ରେକ […]
ଅଣ୍ଡା ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମହାଭାରତ ଅଣ୍ଡା ଭାଗ ଲାଗି ଥାନାକୁ ପହଞ୍ଚିଗଲେ ଦମ୍ପତି ମୁଁ ଖାଇଥାଆନ୍ତି, ଝିଅକୁ କାହିଁକି ଦେଇଦେଲୁ କହି ଉତକ୍ଷିପ୍ତ ହେଲେ ସଂପୃକ୍ତ ବ୍ୟକ୍ତି ମୁମ୍ବାଇ : ସାମାନ୍ୟ ଅଣ୍ଡା ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଛି। ଝଗଡ଼ା ତ ଝଗଡ଼ା, ଏତେ ଭୟଙ୍କର ଝଗଡ଼ା ଯେ ମାମଲା କୋର୍ଟକଚେରୀ ଯାଏ ପହଞ୍ଚି ଯାଇଛି । ୩ଟି ଅଣ୍ଡାକୁ ନେଇ ଉଭୟଙ୍କ ମଧ୍ୟରେ ଭାଗ ନଛିଡ଼ିବାରୁ ଥାନାରେ ପହଞ୍ଚିଗଲେ […]
ଶ୍ରୀନଗର: ଗ୍ରୀନ ଗୋଲ୍ଡ ଭାବେ ପରିଚିତ ବାଉଁଶ ପୂର୍ବରୁ ବାଉଁଶରେ ଅନେକ ଘରକରଣା ସାମଗ୍ରୀ ପ୍ରସ୍ତୁତ କରିବା ସହ ବିଭିନ୍ନ କାମରେ ବ୍ୟବହାର ହେଉଥିଲା। ହେଲେ ପ୍ଲାଷ୍ଟିକର ବହୁଳ ବ୍ୟବହାର ଯୋଗୁଁ ବାଉଁଶ ନିର୍ମିତ ସାମଗ୍ରୀର ଚାହିଦା କମି ଯାଇଛି। ଅନେକ ସ୍ଥାନରେ ବାଉଁଶ କଳା ଲୋପ ପାଇସାରିଲାଣି। ଏହି ବାଉଁଶ କଳାକୁ ବଂଚେଇ ରଖିବାକୁ ଆରମ୍ଭ ହୋଇଛି ପ୍ରୟାସ। ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନାରେ ବାଉଁଶ କାରିଗରଙ୍କୁ ରୋଜଗାର ସହ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି। ଜମ୍ମୁକାଶ୍ମୀର […]
ପାଞ୍ଚ ବର୍ଷ ପୂର୍ବେ ଗଣତନ୍ତ୍ର ଦିବସ ପରେଡ଼ରେ କୋବ୍ରା କମାଣ୍ଡୋ ପ୍ରଥମ ଥର ପାଇଁ ନଜର ଆସିଥିଲେ। ଆମେରିକୀୟ କମାଣ୍ଡୋଙ୍କ ପରି ଏହି ସ୍ୱତନ୍ତ୍ର ୟୁନିଟର ଗଠନ କରାଯାଇଛି। ନୂଆଦିଲ୍ଲୀ : ଘଞ୍ଚ ଜଙ୍ଗଲରେ ନକ୍ସଲ ବିରୋଧରେ ଲଢ଼ିବେ ନାରୀଶକ୍ତି। ପ୍ରଥମଥର ପାଇଁ ସିଆରପିଏଫ୍ କୋବ୍ରା ୟୁନିଟରେ ସାମିଲ ହେଲେ ମହିଳା କମାଣ୍ଡୋ। ମାଓବାଦୀ ବିରୋଧରେ କାର୍ଯ୍ୟ କରୁଥିବା ସ୍ୱତନ୍ତ୍ର ଫୋର୍ସ ‘କୋବ୍ରା’ରେ ମହିଳା ସୁରକ୍ଷା କର୍ମୀଙ୍କୁ ସାମିଲ କରିଛି ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ । […]
ନୂଆଦିଲ୍ଲୀ: ’ମୋ ପାଇଁ ମାଗନ୍ତୁ ନାହିଁ ଭାରତ ରତ୍ନ’। ମୋତେ କୌଣସି ବ୍ୟକ୍ତିଗତ ସମ୍ମାନ କିମ୍ବା ପୁରସ୍କାର ଦରକାର ନାହିଁ। ହୃଦୟବାନ୍ ମଣିଷର ଆବେଗଭରା ଅନୁରୋଧ। ସୋସିଆଲ ମିଡ଼ିଆରେ ଜୋରସୋରରେ ଚାଲିଥିବା କ୍ୟାମ୍ପେନକୁ ରୋକିବାକୁ ଅନୁରୋଧ କଲେ ଦେଶର ବିଶିଷ୍ଟ ଉଦ୍ୟୋଗପତି ରତନ୍ ଟାଟା । ଲୋକଙ୍କ ଭାବାବେଗକୁ ପ୍ରଶଂସା କରି ଟ୍ୱିଟରରେ ଚାଲିଥିବା ଅଭିଯାନ ବନ୍ଦ କରିବା ପାଇଁ ବିନମ୍ରତା ସହ ଅପିଲ କରିଛନ୍ତି। ବହୁ ସଂଖ୍ୟାରେ ଟ୍ୱିଟର ବ୍ୟବହାରକାରୀ ଚଳାଇଥିବା ଅଭିଯାନର ଅବସାନ ଘଟିବା ଆବଶ୍ୟକ […]
ବିକାନେର : ପତ୍ର ଉପରେ ସୁନ୍ଦର ସୁନ୍ଦର ଚିତ୍ରକଳା। ଗଛରୁ ପତ୍ର ଝଡ଼ିଗଲା ପରେ ତା’ର କୌଣସି ଅସ୍ତିତ୍ୱ ରହେନାହିଁ। ଭୂମିରେ ପଡ଼ିବା ପରେ କିଛି ଦିନ ପରେ ମାଟିରେ ମିଶିଯାଏ। ହେଲେ ନିଜ କାରିଗରୀର ଯାଦୁରେ ପତ୍ରକୁ ନୂଆ ଦେଉଛନ୍ତି ରାଜସ୍ଥାନ ବିକାନେରର ଛାତ୍ରୀ। ଦେବାଦେବୀଠାରୁ ଆରମ୍ଭ କରି ସେଲିବ୍ରିଟି ଏଭଳି ଅନେକ ଆକର୍ଷଣୀୟ ଭଳିକି କଳି ଚିତ୍ର। ଯେ କେହି ଦେଖିଲେ ଘଡିଏ ନ ଅନାଇ ରହିପାରିବନି। ଏମିତି ଚିତ୍ର କଳା କରିବାରେ ମାହିର […]
ଠାଣେ: ଚଳନ୍ତା ଟ୍ରେନ୍ରେ ଚଢ଼ୁଥିଲେ ସାବଧାନ। ଆପଣଙ୍କର ଟିକିଏ ଅସାବଧାନତା ଆପଣଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଇପାରେ। ସୌଭାଗ୍ୟବଶତଃ ଜଣେ ଯାତ୍ରୀ, ଏଭଳି ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଯେଉଁଠି ନିଶ୍ଚିତ ମୃତ୍ୟୁ ବୋଲି ସମସ୍ତେ ଭାବି ନେଇଥିଲେ କିନ୍ତୁ ଦେବଦୂତ ସାଜି ଦୁଇ ଜଣ ଆରପିଏଫ୍ ଯବାନ ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କ ଜୀବନ ବଞ୍ଚାଇଛନ୍ତି। ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଗତ ଶୁକ୍ରବାର ରାତି ସାଢ଼େ ୮ଟାରେ ମହାରାଷ୍ଟ୍ର ଠାଣେ ଜିଲ୍ଲାରେ […]
ଡିଜେଲ ପକାଇଲେ, ଝିଅକୁ ଖୋଜି ଦେବୁ! ରକ୍ଷକ ଯେବେ ଭକ୍ଷକ ସାଜେ ଅଭିଯୋଗ କରିବ କାହାକୁ? କାନପୁର: ମଳିମୁଣ୍ଡିଆ ଝିଅବୋହୂଙ୍କ ଇଜ୍ଜତ୍ କ’ଣ ଇଜ୍ଜତ୍ ନୁହେଁ? ଅପହୃତ ନାବାଳିକା ଝିଅକୁ ଖୋଜିବାକୁ କହିଲେ ଲାଞ୍ଚ ମାଗୁଛନ୍ତି ପୋଲିସ ବାବୁ। ତାଳି ପଡ଼ିଥିବା ଛିଣ୍ଡା ଲୁଗାର ଚିରା ପଣତରେ ଝିଅ ପାଇଁ ଭିକ ମାଗୁଛି ଦିବ୍ୟାଙ୍ଗ ମା’। କାନ୍ଦି କାନ୍ଦି ବିକଳ ହୋଇ କହୁଛି, ବଢ଼ିଲା ଝିଅ ମୋର କିପରି ଥିବ ? ହେଲେ ଗରିବ ମା’ର ଲୁହ […]
ପୁଡ଼ୁଚେରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦେବା ମହଙ୍ଗା ପଡ଼ିଲା। ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍। ୫ କୋଟି ଟଙ୍କା ବଦଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ବୋଲି ଜଣେ ବ୍ୟକ୍ତି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ଆଉ ସେହି ପୋଷ୍ଟ ତୀବ୍ର ବେଗରେ ଭାଇରାଲ୍ ମଧ୍ୟ ହୋଇଥିଲା। ଅଭିଯୁକ୍ତଙ୍କ ଫେସବୁକ ପୋଷ୍ଟ ବିଷୟରେ ସୂଚନା ପାଇବା ପରେ ପୁଡୁଚେରୀରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ସତ୍ୟାନନ୍ଦମ୍ ପୁଡ଼ୁଚେରୀର ଆର୍ଯ୍ୟନକୁପ୍ପମ୍ ଗାଁର […]
ନୂଆଦିଲ୍ଲୀ: ଶତପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ୍। ଫେବୃଆରୀ ୧ ଅର୍ଥାତ୍ ଆସନ୍ତାକାଲିଠୁ ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ ସିନେମା ହଲ୍। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ପ୍ରଦାନ କରିଛି। ଫଳରେ ଫିଲ୍ମ ଇଣ୍ଡଷ୍ଟ୍ରିର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହେବା ଆଶା କରାଯାଉଛି। ଏହା ଦ୍ୱାରା ଫିଲ୍ମ ଡିଷ୍ଟ୍ରିବ୍ୟୁଟର ଓ ହଲ୍ ମାଲିକମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି। କରୋନା ଯୋଗୁ ଗତବର୍ଷ ମାର୍ଚ୍ଚ ମାସରୁ ସିନେମା ହଲ୍ ବନ୍ଦ […]