• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

who
ଚଳିତ ବର୍ଷ ଶେଷ ସୁଦ୍ଧା କରୋନା ସଂକ୍ରମଣ ଶେଷ ହେବା ଚର୍ଚ୍ଚା ଅବାସ୍ତବ

ନୂଆଦିଲ୍ଳୀ: ମହାମାରୀ କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବଡ ଚେତାବନୀ। ଚଳିତ ବର୍ଷ ଶେଷ ସୁଦ୍ଧା ସଂକ୍ରମଣ ବନ୍ଦ ହୋଇଯିବା ଚର୍ଚ୍ଚାକୁ ଅବାସ୍ତବ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO। WHOର ଜରୁରୀକାଳୀନ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଡକ୍ଟର ମାଇକେଲ ରିୟାନ ଏହା କହିଛନ୍ତି। କୋଭିଡ ମହାମାରୀକୁ ଯଥା ସମ୍ଭବ ହ୍ରାସ କରିବା ଦିଗରେ WHO ପ୍ରାଥମିକତା ଦିଆଯାଉଛି । ତେବେ ନିକଟରେ ଆସିଥିବା ଟିକା ଦ୍ୱାରା ଆମେ ମହାମାରୀ ଜନିତ କାରଣରୁ ମେଡିକାଲରେ […]

congress-workers-raise-slogans
ମୋଦିଙ୍କୁ ପ୍ରଶଂସା କରି ଅଡ଼ୁଆରେ ଗୁଲାମନବୀ ଆଜାଦ

ଶ୍ରୀନଗର: ମୋଦିଙ୍କୁ ପ୍ରଶଂସା କରି ଅଡ଼ୁଆରେ ଗୁଲାମନବୀ ଆଜାଦ। ଏହାକୁ ବିରୋଧ କରି ଦଳରେ ଅସନ୍ତୋଷ ଜୋର ଧରିଛି। କଂଗ୍ରେସର ଅନ୍ତରୀଣ କନ୍ଦଳ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଦଳୀୟ ନେତୃତ୍ୱକୁ ନେଇ ଅନେକ ପୁରୁଖା ନେତାମାନେ ଖୁସି ନଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି। ଏପରି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କୁ ନିଜ ଦଳର ଲୋକଙ୍କ ରୋଷର ଶିକାର ହେବାକୁ ପଡ଼ିଛି। ରାଜ୍ୟର ପ୍ରମୁଖ […]

priyanka gandhi
ମଥାରେ ଟୋକେଇ ଲଗାଇ ଚା ବଗିଚାରେ ଚା ପତ୍ର ତୋଳିଲେ ପ୍ରିୟଙ୍କା ଗାନ୍ଧୀ

ଦିଶପୁର: ଦେଶରେ ବାଜି ସାରିଛି ନିର୍ବାଚନୀ ବିଗୁଲ୍‌ । ୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋରଦାର ହୋଇଛି। ଦଳକୁ ବଳ ଯୋଗାଇବା ପାଇଁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବେ ଜୋରସୋରରେ ପ୍ରଚାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ଆସାମରେ କଂଗ୍ରେସର ବିଜୟ ଧ୍ୱଜା ଉଡ଼ାଇ‍ବା ପାଇଁ ଦୁଇ ଦିନିଆ ଗସ୍ତରେ ଅଛନ୍ତି ପ୍ରିୟଙ୍କା ଗାନ୍ଧୀ । ଆସାମ ଗସ୍ତର ଆଜି ତାଙ୍କର ଦ୍ୱିତୀୟ ଦିନ। ମିଶନ […]

AMNA
ଐଶ୍ୱର୍ଯ୍ୟାଙ୍କ ଡୁପ୍ଲିକେଟ୍ : ପାକିସ୍ତାନୀ ବ୍ୟୁଟି ବ୍ଲଗର୍ ଆମନା ଇମ୍ରାନଙ୍କ ଫଟୋକୁ ନେଇ ଚର୍ଚ୍ଚା

ଅବିକଳ ଐଶ୍ୱର୍ଯ୍ୟା ରାୟଙ୍କ ପରି ଚେହେରା, ଆଉ ତାଙ୍କ ପରି ଠାଣିବାଣୀ ସବୁ ତାଙ୍କ ପରି । ଫଟୋ ପୋଜ ମଧ୍ୟ ଦେଉଛନ୍ତି ବଲିଉଡ଼ ଅଭିନେତ୍ରୀ ତାଙ୍କ ପରି। ଐଶ୍ୱର୍ଯ୍ୟା ରାୟଙ୍କ ଭଳି ଦିଶୁଛନ୍ତି ପାକିସ୍ତାନର ଜଣେ ଯୁବତୀ। ଇଣ୍ଟରନେଟରେ ଫଟୋ ଭାଇରାଲ୍ ହେବା ପରେ ପାକିସ୍ତାନୀ ବ୍ଲଗର୍‌ ଆମନା ଇମ୍ରାନ୍‌ଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଆମନା ସୋସିଆଲ ମିଡିଆରେ ବହୁତ ସକ୍ରିୟ । ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏପରି ଅନେକ ଫଟୋ ଅଛି […]

murder
ଅବୈଧ ସମ୍ପର୍କ ସନ୍ଦେହରେ ସ୍ତ୍ରୀକୁ ବିଚ ରାସ୍ତାରେ ହତ୍ୟା: ହସ୍ପିଟାଲ ନେବା ପରିବର୍ତ୍ତେ ଭିଡିଓ ବନାଇଲେ ଦେଖଣାହାରୀ

ଲକ୍ଷ୍ନୌ : ଅବୈଧ ସମ୍ପର୍କ ପାଇଁ ସ୍ତ୍ରୀକୁ ମାରିଲା ସ୍ୱାମୀ। ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଜଣେ ବ୍ୟକ୍ତି ସ୍ତ୍ରୀକୁ ଅବୈଧ ସମ୍ପର୍କ ସନ୍ଦେହରେ ହତ୍ୟା କରିଛନ୍ତି। ରାସ୍ତା ମଝିରେ ଛୁରିରେ ଆକ୍ରମଣ କରିଥିଲେ ସଂପୃକ୍ତ ବ୍ୟକ୍ତି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ମହିଳା। ରାସ୍ତାରେ ମରଣ ସହ ଲଢ଼ୁଥିଲେ ବି ଦେଖାଣାହାରୀ ସାହାଯ୍ୟ କରିବା ପରିବର୍ତ୍ତେ ଭିଡିଓ ଉତ୍ତୋଳନ କରୁଥିଲେ। ପୋଲିସ ନିକଟରେ ଖବର ପହଞ୍ଚିବା ପରେ ମହିଳାଙ୍କୁ ରାସ୍ତା କଡ଼ରୁ ଉଦ୍ଧାର […]

man-ki-bat
’ନାୟକ ସାର ଦେଶ ପାଇଁ ଅନେକ ନାୟକ ସୃଷ୍ଟି କରନ୍ତୁ’: ମନ କି ବାତରେ ଓଡ଼ିଆ ଯୁବକଙ୍କୁ ମୋଦିଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଓଡ଼ିଆ ଯୁବକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜଗତସିଂହପୁର ଯୁବକ ସିଲୁ ନାୟକଙ୍କ ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରାଯାଇଛି । ଚାକିରି ଛାଡ଼ି ଯୁବକଙ୍କୁ ମାଗଣାରେ ଆର୍ମି ଟ୍ରେନିଂ ଦେଉଥିବା ୨୮ବର୍ଷୀୟ ଯୁବକକୁ ଆଜି ମନେ ପକାଇବା ସହ ଜଣେ ନିସ୍ୱାର୍ଥପର ମଣିଷର ତ୍ୟାଗକୁ ସେ ସଲାମ ଜଣାଇଛନ୍ତି।  ନାୟକ ସାର ଦେଶ ପାଇଁ ଅନେକ ନାୟକ ସୃଷ୍ଟି କରନ୍ତୁ ବୋଲି ମଧ୍ୟ କହିଛନ୍ତି ମୋଦି। ଶିକ୍ଷିତ […]

gold
ପୁଣି କମିଲା ସୁନା ଦର, ୭ ମାସରେ ୮, ୦୦୦ ଟଙ୍କା ଶସ୍ତା

ନୂଆଦିଲ୍ଲୀ: କିଛିଦିନ ତଳେ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଥିବା ବେଳେ ଗତକାଲି ଏହି ଦରରେ ବୃଦ୍ଧି ଘଟିଥିଲା। ଗତକାଲି ସକାଳେ Multi Commodity Exchange(MCX)ରେ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ହେଲେ ଆଜି ପୁଣିଥରେ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। ଆଜି ସକାଳ ୧୦ଟାରେ MCXରେ ସୁନା ଦର ୧୬୦ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୭,୮୫୩ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା […]

congress
କଂଗ୍ରେସ ରାଜନୀତିରେ ବିଚିତ୍ର ଚିତ୍ର : ଏକାକି ନିର୍ବାଚନ ପ୍ରଚାର କରୁଛନ୍ତି ରାହୁଲ ଗାନ୍ଧି,ଜମ୍ମୁରେ ୨୩ ପୁରୁଖା ନେତାଙ୍କ ମେଳି

କାଶ୍ମୀରରେ ଏକାଠି ହେଲେ ୨୩ ବରିଷ୍ଠ ନେତା ୨୩ ନେତା ନେତୃତ୍ୱ ପରିବର୍ତ୍ତନ ନେଇ ଚିଠି ଲେଖିଥିଲେ ଗୁଲମନବୀଙ୍କ ନେତୃତ୍ୱରେ ଏକାଠି ହେଲେ ପୁରୁଖା ଆଗାମୀ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ କିପରି ରହିବ ? ନୂଆଦିଲ୍ଲୀ: ଦିନ କେଇଟା ପରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ। ଦୋଦୁଲ୍ୟମାନ ସ୍ଥିତିରେ ଥିବା କଂଗ୍ରେସ ବଳ ଲଗାଇ ପ୍ରଦର୍ଶନରେ ସୁଧାର ଆଣିବାକୁ ଚେଷ୍ଟା କରିବା କଥା। ତେବେ ନିର୍ବାଚନ ପ୍ରଚାର ଜୋର ଧରିଥିବା ବେଳେ ଜମ୍ମୁରେ ୨୩ ବରିଷ୍ଠ କଂଗ୍ରେସ […]

fastag
ଫାସଟ୍ୟାଗ୍ ଟୋଲ କଲେକ୍ସନରେ ରେକର୍ଡ : ଦିନକୁ ଆଦାୟ ହେଉଛି ୧୦୪ କୋଟିରୁ ଅଧିକ ଶୁଳ୍କ

ଫାସଟ୍ୟାଗ୍ ମାଧ୍ୟମରେ ୟୁଜର୍ ଫି ସଂଗ୍ରହରେ ୨୭% ଅଭିବୃଦ୍ଧି  ଗତ ଦୁଇ ସପ୍ତାହରେ ଯୋଡ଼ି ହୋଇଛନ୍ତି ଦୁଇ ଲକ୍ଷରୁ  ଅଧିକ ନୂତନ ଫାସଟ୍ୟାଗ୍ ବ୍ୟବହାରକାରୀ  ୬୪ ଲକ୍ଷରୁ ଅଧିକ କାରବାର ହୋଇଛି ନୂଆଦିଲ୍ଳୀ: ଫାସଟାଗ ମାଧ୍ୟମରେ ଟୋଲ ସଂଗ୍ରହ ରେକର୍ଡ଼ ସ୍ତରରେ ପହଞ୍ଚିଛି। ବର୍ତ୍ତମାନ ପ୍ରତିଦିନ ଫାସଟାଗ ଜରିଆରେ ୧୦୦ କୋଟି ଟଙ୍କାରୁ ଅଧିକ ଟୋଲ ସଂଗ୍ରହ କରାଯାଉଛି। ସାରା ଦେଶରେ ୧୫ ଫେବୃଆରୀରୁ ଫାସଟ୍ୟାଗ୍ ବାଧ୍ୟତାମୂଳକ କରିଥିବା ବେଳେ ଜାତୀୟ ରାଜମାର୍ଗ ପ୍ରାଧିକରଣ (NHAI) ଏନେଇ […]

Sapna Choudhary
ଅଡ଼ୁଆରେ ଲୋକପ୍ରିୟ ଡ୍ୟାନ୍ସର ସପନା ଚୌଧୁରୀ

ନୂଆଦିଲ୍ଲୀ: ହରିୟାଣାର ଲୋକପ୍ରିୟ ଡ୍ୟାନ୍ସର ତଥା ଗାୟିକା ସପନା ଚୌଧୁରୀଙ୍କ ବିରୋଧରେ ଠକେଇ ଅଭିଯୋଗ ନେଇ ଦିଲ୍ଲୀ ପୋଲିସ୍‌ର ଆର୍ଥିକ ଅପରାଧ ଶାଖା(EOW) ଏକ ମାମଲା ରୁଜୁ କରିଛି। ଜାତୀୟ ଗଣମାଧ୍ୟମ Aaj Takର ଏକ ରିପୋର୍ଟ ଅନୁସାରେ, ଦିଲ୍ଲୀ ପୋଲିସ୍‌ର ସୂଚନା ଅନୁଯାୟୀ, ପାଖାପାଖି ୪ କୋଟି ଟଙ୍କା ଠକେଇ ଅଭିଯୋଗ ଆସିବା ପରେ ସପନା ଚୌଧୁରୀ ଓ ଅନ୍ୟ କିଛି ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।   View this post on […]

twitter
ଟ୍ୱିଟରକୁ କେନ୍ଦ୍ର ସରକାରଙ୍କ ତାଗିଦ୍‌-ଭାରତୀୟ ଆଇନ୍‌କାନୁନ୍‌କୁ ପାଳନ କରିବାକୁ ପଡ଼ିବ

ନୂଆଦିଲ୍ଲୀ: ଭାରତୀୟ ଆଇନ୍‌କାନୁନ୍‌କୁ ପାଳନ କରିବାକୁ ଭାରତ ସରକାର ଟ୍ୱିଟରକୁ ତାଗିଦ୍‌ କରିଛନ୍ତି। ଚାଷୀ ଆନ୍ଦୋଳନ ବେଳେ ହିଂସା ପାଇଁ ଉସୁକାଇଥିବା ହଜାରରୁ ଅଧିକ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଟ୍ୱିଟରକୁ ନୋଟିସ୍‌ କରିଥିଲେ। କିନ୍ତୁ ଏହାକୁ ଟ୍ୱିଟର ପକ୍ଷରୁ ପାଳନ କରାଯାଇ ନଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଭାରତୀୟ ଆଇନ୍‌କାନୁନ୍‌କୁ ମାନିବାକୁ ପଡ଼ିବ ଓ ଏହାକୁ ତତକ୍ଷଣାତ୍ ସମସ୍ତେ ପାଳନ କରିବା ଦରକାର। ଯଦି ଏହା ବିଳମ୍ବରେ କାର୍ଯ୍ୟକାରୀ ହୁଏ […]

ପ୍ରଥମେ ୯୦ ଲକ୍ଷର ଫ୍ଲାଟ କିଣିଲେ, ତିନି ମାସରେ ସୁଡ଼ଙ୍ଗ ତିଆରି କରି ଡାକ୍ତରଙ୍କ ଘରୁ ଲୁଟିନେଲେ ରୁପା ଭର୍ତ୍ତି ବାକ୍ସ

ଜୟପୁର: ଚୋରି କରିବାକୁ ମାଷ୍ଟର ପ୍ଲାନ୍। ଚୋରି କରିବାକୁ ୯୦ ଲକ୍ଷ ଟଙ୍କାର ଫ୍ଲାଟ କିଣିଲେ, ଆଉ ତା’ପରେ ଡାକ୍ତରଙ୍କୁ ଲୁଟିଲେ। ରାଜସ୍ଥାନର ରାଜଧାନୀ ଜୟପୁରରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ୨୦ ଫୁଟ୍‌ ଲମ୍ୱର ସୁଡ଼ଙ୍ଗ ଖୋଳି ଚୋର ଗ୍ୟାଙ୍ଗ ହେୟାର ଟ୍ରାନ୍ସପ୍ଲାଣ୍ଟ ଡାକ୍ତରଙ୍କ ଘରେ କଳାକନା ବୁଲାଇଦେଇଛନ୍ତି। ଘର ବେସମେଣ୍ଟରେ ଥିବା   ଥିବା କୋଟି କୋଟି ଟଙ୍କାର ତିନୋଟି ରୁପା ବାକ୍ସକୁ ଧରି ଛୁ ମାରିଛନ୍ତି  ଅଭିଯୋଗ ପରେ ଏବେ ପୋଲିସ ମାମାଲାର […]

Lioness Spotted In Hotel
ହୋଟେଲ୍‌ରେ ଭିତରେ ସିଂହ, ଭିଡିଓ ଭାଇରାଲ୍‌

ଗାନ୍ଧିନଗର: ହୋଟେଲ୍‌ରେ ବୁଲୁଛି ସିଂହ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଗୁଜରାଟ ଜୁନାଗଡ଼ ନିକଟରେ ଥିବା ଏକ ହୋଟେଲ୍‌ ଭିତରେ ସିଂହ ବୁଲୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ବେଫିକର୍‌ ଭାବେ ସିଂହଟି ହୋଟେଲ୍‌ ଭିତରେ ବୁଲି, ସେଠାରୁ ଫେରି ଯାଉଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। ସୌଭାଗ୍ୟବଶତଃ, ସିଂହ ହାବୁଡ଼ରେ କୌଣସି ଲୋକେ ପଡ଼ିନଥିଲେ। ଗତ ୮ ତାରିଖ ଭୋର୍ ୫ଟାରେ ଜୁନାଗଡ଼ ନିକଟରେ ଥିବା […]