ଭୋପାଳ : ମାଲିକକୁ ନୂଆ ଜୀବନ ଦେଲେ ମଇଁଷି ପଲ । ସ୍ନେହର ଋଣ ଜୀବନ ବଞ୍ଚାଇ ଶୁଝିଦେଲେ । ମଧ୍ୟପ୍ରଦେଶର ଏକ ଛୋଟ ଗାଁରେ ବାଘୁଣୀର ଶକ୍ତ ପଞ୍ଜାରୁ ମାଲିକଙ୍କୁ ରକ୍ଷା କରିଛନ୍ତି ମଇଁଷି ପଲ । ବାଘଙ୍କ ଗଡ଼ କୁହାଯାଉଥିବା ବାନ୍ଧବଗଡ଼ ବ୍ୟାଘ୍ର୍ୟ ସଂରକ୍ଷଣ ଜଙ୍ଗଲରେ ଏପରି ଘଟଣା ଘଟିଛି । ବାନ୍ଧବଗଡ଼ ଜଙ୍ଗଲ ନିକଟସ୍ଥ ଗାଁରେ ମଇଁଷି ପଲଙ୍କୁ ଚରାଇବାକୁ ଯାଇ ବାଘ ପଞ୍ଝାରେ ପଡ଼ିଯାଇଥିଲେ ଜଗୁଆଳି। ଉମରିଆ ଜିଲ୍ଲାର ବାନ୍ଧବଗଡ଼ ବ୍ୟାଘ୍ର୍ୟ […]
ନୂଆଦିଲ୍ଲୀ : ଦେଶରେ ପୁଣି ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୨୬ ହଜାର ୭୮୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ମହାମାରୀ ୬୮୫ ଜଣଙ୍କର ଜୀବନ ନେଇଛି । ଗତ ୨୪ ଘଣ୍ଟାରେ ହୋଇଥିବା ୬୩୦ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୬୬,୮୬୨ରେ ପହଞ୍ଚିଛି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୯ ଲକ୍ଷ ୨୮ ହଜାର ପାର କରିଥିବା […]
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ଏବେବି ରହସ୍ୟ ଘେର ଭିତରେ ଥିବାବାବେଳେ ଏକ୍ସ ଗର୍ଲଫ୍ରେଣ୍ଡ୍ ତଥା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସୁଶାନ୍ତଙ୍କ ସହ ବ୍ରେକ୍ ଅପ୍କୁ ନେଇ ମୁହଁ ଖୋଲିଛନ୍ତି। ଟିଭି ଶୋ’ ‘ପବିତ୍ର ରିସ୍ତା’ରୁ ସୁଶାନ୍ତ ଓ ଅଙ୍କିତାଙ୍କ ମଧ୍ୟରେ ଭଲ ପାଇବା ଆରମ୍ଭ ହୋଇଥିଲା। ଦୀର୍ଘ ଦିନ ଧରି ଉଭୟ ଡେଟ୍ ମଧ୍ୟ କରିଥିଲେ। ହେଲେ କିଛିଦିନ ପରେ ସେମାନଙ୍କର ବ୍ରେକ୍ ଅପ୍ ହୋଇଯାଇଥିଲା। ବ୍ରେକ୍ ଅପ୍କୁ ନେଇ ଅନେକ କଥା […]
ଓଡ଼ିଆ ଝିଅ। ପାଠ ପଢ଼ିଥିଲେ ବି-ଟେକ୍। ଏବେ ସେ ବାଙ୍ଗାଲୋରରେ ଜଣେ ସଫଳ ମହିଳା ଉଦ୍ୟୋଗୀ। ସେଠାରେ ସେ ପ୍ରତିଷ୍ଠା କରିଛନ୍ତି ଏକ ଟେକ୍ସଟାଇଲ୍ କମ୍ପାନୀ। ଆଉ ଏଥିରେ କାମ କରୁଥିବା ୪୨ ଜଣ କର୍ମଚାରୀଙ୍କ ମଧ୍ୟରୁ ୪୦ ଜଣ ହେଉଛନ୍ତି ମହିଳା। ସେମାନେ ମଧ୍ୟ ସବୁ ବି-ଟେକ୍ ଇଂଜିନିୟର। ଏହି ଓଡ଼ିଆ ଝିଅଙ୍କୁ ଉତ୍ସାହିତ କରିବାକୁ ତାଙ୍କର ଏହି ଭିଡିଓକୁ ଅଧିକରୁ ଅଧିକ ଲାଇକ୍ ଓ ସେୟାର କରିବା।
ବର୍ଲିନ: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜର୍ମାନୀରେ ଲକ୍ଡାଉନ୍ ଅବଧି ବଢ଼ା ଯାଇଛି। ଏପ୍ରିଲ୍ ୧୮ ଯାଏ ଲକ୍ଡାଉନ୍ ଅବଧି ବୃଦ୍ଧି କରାଯାଇଛି। ଏନେଇ ଚାନ୍ସଲର୍ ଆଞ୍ଜେଲା ମର୍କେଲ ଘୋଷଣା କରିଛନ୍ତି। ଜର୍ମାନୀର ୧୬ଟି ରାଜ୍ୟର ପ୍ରମୁଖଙ୍କୁ ନେଇ ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଇଷ୍ଟର ପାଇଁ ୫ ଦିନ ଛୁଟିରେ ଘରେ ରହିବାକୁ ଲୋକଙ୍କୁ ଅପିଲ୍ କରାଯାଇଛି। ଏହାସହ ବାହାରେ କିମ୍ବା ସାର୍ବଜନୀନ ସ୍ଥାନରେ ଉତ୍ସବ ପାଳନ ନ କରିବାକୁ କୁହାଯାଇଛି। […]
ନୂଆଦିଲ୍ଲୀ: କରୋନା ଭାଇରସ୍ ପୂର୍ବାପେକ୍ଷା ଅଧିକ ଭୟଙ୍କର ରୂପ ନେଇଛି । ପ୍ରତିଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଏହାର ପ୍ରମାଣ ଦେଉଛି । ଦେଶରେ ତଥା ରାଜଧାଦୀ ଦିଲ୍ଲୀରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ଡାକ୍ତରମାନେ ଏନେଇ ଭିନ୍ନ ଭିନ୍ନ ମତପ୍ରକାଶ କରୁଛନ୍ତି । ଦିଲ୍ଲୀର ଲୋକନାୟକ ହସ୍ପିଟାଲର ଏମଡି ଡକ୍ଟର ସୁରେଶ କୁମାର କହିଛନ୍ତି, ଚଳିତ ଥର କରୋନା ଲହରୀ ସବୁଠାରୁ ଅଧିକ ଯୁବଗୋଷ୍ଠୀ, କୁନି ଶିଶୁ ଓ ଗର୍ଭବତୀ […]
ଇନ୍ଦୋର: ବିଚ୍ ରାସ୍ତାରେ ବାପା ଉପରେ ବର୍ଷୁଥିଲା ବିଧା, ଗୋଇଠା । ପୋଷାକ ଫାଡ଼ି ନୃଂସଶ ଭାବେ ଜଣେ ଅସହାୟ ଲୋକକୁ ମାରି ଚାଲିଥିଲେ ଖାକି ବର୍ଦ୍ଦିଧାରୀ ପୋଲିସ ବାବୁ । ଆଉ ଏସବୁ ଘଟୁଥିଲା କୁନି ପୁଅର ଆଖି ସାମ୍ନାରେ । କାନ୍ଦ କାନ୍ଦ ହୋଇ ମୋ ବାପାଙ୍କୁ ଛାଡ଼ିଦିଅ ଛାଡ଼ିଦିଅ କହି ନେହୁରା ହେଉଥିଲା, କିନ୍ତୁ ପୋଲିସ ବାବୁ ମାରିଚାଲିଥିଲେ । ପୋଲିସ ଠାରୁ ବାପାଙ୍କୁ ଛଡ଼ାଇବାକୁ ସବୁ ଚେଷ୍ଟା ବିଫଳ ହୋଇଥିଲା । […]
ଗ୍ୱାଲିଅର: ମଧ୍ୟପ୍ରଦେଶର ଗ୍ୱାଲିଅର ଜିଲ୍ଲାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍-ଅଟୋ ମୁହାଁମୁହିଁ ଧକ୍କା ହେବା ଯୋଗୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା ଓ ଅଟୋ ରିକ୍ସା ଡ୍ରାଇଭର ଅଛନ୍ତି। ଗ୍ୱାଲିଅରର ପୁରାନୀ ଛୱାନୀରେ ଏହି ଦୁର୍ଘଟଣା ଘଟିଛି। ବସ୍ଟି ମୋରେନା ଅଭିମୁଖେ ଯାଉଥିବା ବେଳେ ଅଟୋ ସହ ମୁହାଁମୁହିଁ ଧକ୍କା […]
ବୟସ ଅଧିକ ସତ୍ତ୍ୱେ ଦୁହେଁ ବେଶ ଚଳଚଂଚଳ ବୃଦ୍ଧ ଦମ୍ପତି ବାଣ୍ଟୁଛନ୍ତି ଦାମ୍ପତ୍ୟ ଜୀବନର ସଫଳତାର ସୂତ୍ର କହୁଛନ୍ତି କେମିତି ଅତୁଟ ରହିବ ସମ୍ପର୍କ ପ୍ରେମ ଦେଖେନି ବୟସ । ମନରେ ରହି ମନକୁ ଚୋରାଉଥିବା ମଣିଷ ପାଇଁ ହୃଦସ୍ପନ୍ଦନ ବାରମ୍ବାର ବଢ଼ୁଥାଏ । ପ୍ରେମ କରିବାରେ କୌଣସି ବୟସ ଦେଖାଯାଏନି । ବୟସ ବଢ଼ିବା ସଙ୍ଗେ ସଙ୍ଗେ ପ୍ରେମର ଦୃଷ୍ଟିକୋଣ ସିନା ବଦଳିଯାଏ ହେଲେ ପ୍ରେମରେ ମଳିନତା ପଡ଼େନି । ଅଙ୍କାବଙ୍କା ରାସ୍ତାରେ ସାଥୀ ହୋଇ ଜୀବନର ଶେଷ ମୁହୂର୍ତ୍ତରେ ଦୁନିଆକୁ […]
ନୂଆଦିଲ୍ଲୀ : ଏବେ ଚାଲିଛି ଇଲେକ୍ଟ୍ରିକ ସ୍କୁଟର ଜମାନା । ତେଲ ଦର ହୁ ହୁ ହୋଇ ବଢ଼ୁଥିବା ବେଳେ ଗାଡ଼ିରେ ତେଲ ପକାଇବା କଷ୍ଟକର ହୋଇପଡ଼ୁଛି । ଫଳରେ ଇଲେକ୍ଟ୍ରିକ ସ୍କୁଟର ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି ଲୋକେ । ଭାରତରେ ବଢ଼ୁଥିବା ଇଲେକ୍ଟ୍ରିକ ସ୍କୁଟରର ଚାହିଦାକୁ ଦୃଷ୍ଟିରେ ରଖି ଅଟୋମୋବାଇଲ କମ୍ପାନୀଗୁଡ଼ିକ ଭିନ୍ନ ଭିନ୍ନ ଇଲେକ୍ଟ୍ରିକ ସ୍କୁଟର ଲଂଚ କରୁଛନ୍ତି । ଭାରତରେ ଉପଲବ୍ଧ ହେଉଥବା ସ୍କୁଟଟରେ ଦୁଇ ପ୍ରକାର ବ୍ୟାଟରୀ ଦିଆଯାଉଛି […]
ଦିଲ୍ଲୀ: ସ୍ତ୍ରୀର ଦାୟିତ୍ୱ ନେବା ସ୍ୱାମୀର କର୍ତ୍ତବ୍ୟ । ସ୍ତ୍ରୀର ଖର୍ଚ୍ଚ ଉଠାଇବା ସହ ପିଲାଙ୍କୁ ଆର୍ଥିକ ସହାୟତା ଯୋଗାଇବା ସ୍ୱାମୀର ଦାୟିତ୍ୱ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ ଶୁଣାଇଛନ୍ତି । କେବଳ ଏତିକି ନୁହେଁ ପତ୍ନୀର ଭରଣପୋଷଣ ଏବଂ ପିଲାମାନଙ୍କର ଯତ୍ନ ନେବା ଦାୟିତ୍ୱରୁ ସ୍ୱାମୀ ଓହରି ପାରିବେ ନାହିଁ ବୋଲି ଶୁଣାଣି ହୋଇଛି । ଜଷ୍ଟିସ୍ ସୁବ୍ରମଣ୍ୟମ୍ ପ୍ରସାଦ ତଳ ଅଦାଲତର ଏପରି ନିର୍ଦ୍ଦେଶନାମାକୁ କାଏମ ରଖିଛନ୍ତି । ଜଣେ ବ୍ୟକ୍ତି ତାଙ୍କଠାରୁ ଅଲଗା […]
ମୁମ୍ବାଇ: ବିଶିଷ୍ଟ ଫିଲ୍ମ ନିର୍ଦ୍ଦେଶକ ସାଗର ସରହଦୀଙ୍କ ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ସାଗର ସରହଦୀଙ୍କ ଦେହାନ୍ତ ଖବର ଜଣାପଡ଼ିବା ପରେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ସାଗର ସରହଦୀଙ୍କ ପରଲୋକ ନେଇ ପ୍ରମୁଖ ଅଭିନେତା, ଡାଇରେକ୍ଟର ଶୋକ ପ୍ରକାଶ କରିଛନ୍ତି। ସାଗର ସରହଦୀ ଜଣେ ସ୍କ୍ରିପ୍ଟରାଇଟର୍, ଡାଇରେକ୍ଟର ଓ ପ୍ରଡ୍ୟୁସର ଥିଲେ। ‘ନୁରି’, ‘ବଜାର’, ‘Kabhi Kabhie’, ସିଲ୍ସିଲା’, ‘ଚାନ୍ଦିନୀ’, ‘ଦିୱାନା’, ‘କହୋ ନା […]
ରାୟପୁର: ଭାରତ ମାତର ସୁଯୋଗ୍ୟ ପୁତ୍ର । ମାଓ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଛି । ମାଓବାଦୀଙ୍କ ମୃତ୍ୟୁର ମାୟାଜାଲ ଛିଣ୍ଡାଇ ଫେରିଛନ୍ତି କହିଲେ ଚଳେ । ଆଖିରେ ଦେଖିଛନ୍ତି ରକ୍ତ ଜର୍ଜରିତ ସାଥି ଯବାନଙ୍କ ଅବଶ ଶରୀର । ହେଲେ ମୁହଁରେ ତିଳେମାତ୍ର ଭୟର ଚିହ୍ନ ନାହିଁ । ହସ ହସ ମୁହଁ ସ୍ପଷ୍ଟ ବୟାନ କରୁଛି ସେ ଏବେ ବି ଯୁଦ୍ଧ ପାଇଁ ପ୍ରସ୍ତୁତ । […]
ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ୯୭୨ ଅଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ State Selection Board (SSB) ଅନ୍ଲାଇନ୍ ଆପ୍ଲିକେସନ୍ ଆହ୍ୱାନ କରୁଛି। ଅନ୍ଲାଇନ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଯୋଗ୍ୟ ଓ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ୍ ୱେବ୍ସାଇଟ୍ http://www.ssbodisha.nic.in କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଅଧ୍ୟାପକ ପଦବୀ ପାଇଁ ଯୋଗ୍ୟ ଓ ଇଚ୍ଛୁକ ପ୍ରାର୍ଥୀ କେବଳ ଅନ୍ଲାଇନ୍ରେ ହିଁ ଆବେଦନ କରିପାରିବେ।ଦରମା ୪୪,୯୦୦ ଟଙ୍କା-୧,୪୨,୪୦୦(ମାଟ୍ରିକ୍ସ ଲେଭଲ୍ ୧୦ ଅନୁସାରେ) ରହିଛି। ଅନ୍ଲାଇନ୍ ଆପ୍ଲିକେସନ୍ […]
ଜଷ୍ଟିସ୍ ଏନ୍.ଭି ରମନା ହେବେ ଦେଶର ପରବର୍ତ୍ତୀ CJI କଲେଜିୟମଙ୍କ ସୁପାରିସକୁ ରାଷ୍ଟ୍ରପତିଙ୍କ ମୋହର ଆସନ୍ତା ୨୪ରୁ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ୍ ଏନ୍.ଭି ରମନା ନୂଆଦିଲ୍ଲୀ : ଜଷ୍ଟିସ୍ ଏନ୍.ଭି ରମନା ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି । କଲେଜିୟମଙ୍କ ସୁପାରିସକୁ ରାଷ୍ଟ୍ରପତି ମୋହର ମାରିଛନ୍ତି । ଆସନ୍ତା ୨୪ରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ସେ ଦାୟିତ୍ୱ ଗ୍ରହଣ କରିବେ । ଜଷ୍ଟିସ ଏନ୍.ଭି ରମନାଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି କରିବା ପାଇଁ […]
ନୂଆଦିଲ୍ଲୀ: ମହାମାରୀ କରୋନା ବିରୁଦ୍ଧ ପ୍ରଥମ ଲଢ଼େଇ ଜନତା କର୍ଫ୍ୟୁକୁ ଆଜି ବର୍ଷେ ପୁରୁଛି। ମହାମାରୀ ସ୍ଥିିତିକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଗତ ବର୍ଷ ମାର୍ଚ୍ଚ ୨୨ରେ ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ ହୋଇଥିଲା। ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ୧୪ ଘଣ୍ଟା ଧରି କଟକଣା ଲାଗୁ କରାଯାଇଥିଲା। ଫଳରେ ଖାଁ ଖାଁ ଲାଗୁଥିଲା ରାସ୍ତାଘାଟ, ବଜାର ଓ ଚାରିଆଡ଼େ ଶୂନଶାନ୍। ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଲୋକମାନଙ୍କ ପାଇଁ ଏହି […]