ନୂଆଦିଲ୍ଲୀ : ଦେଶରେ ଆଜି ଦେଢ଼ ଲକ୍ଷ ଡେଇଁଲା କରୋନା ଆକ୍ରାନ୍ତ ସଂଖ୍ୟା । ୨୪ ଘଣ୍ଟାରେ ୧ ଲକ୍ଷ ୫୨ ହଜାର ୮୭୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ଏହି ନୂଆ ତଥ୍ୟ ସହ ବର୍ତ୍ତମାନ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୩ ଲକ୍ଷ ୫୮ ହଜାର ୮୦୫ । ସେହିଭଳି ଗତକାଲି ଅପେକ୍ଷା ଆଜି ବି ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି । ଦିନକରେ ୮୩୯ ଜଣ […]
ସୁରତ: ଘରକୁ ଲକ୍ଷ୍ନୀ ଆସିବା ଖୁସିରେ ଅର୍ଥାତ୍ ଝିଅ ଜନ୍ମ ହେବା ଖୁସିରେ ଆତ୍ମବିଭୋର ହୋଇ ଦୁଇ ମାସର ଝିଅକୁ ଉପହାର ଦେବା ପାଇଁ ଜହ୍ନ ରାଇଜରେ ଜାଗା କିଣିଲେ ବାପା। ଜାତୀୟ ଗଣମାଧ୍ୟମ ସଂସ୍ଥା Aaj Takର ଏକ ରିପୋର୍ଟ ଅନୁସାରେ, ଗୁଜରାଟ ସୁରତର ସରଥାଣା ଅଞ୍ଚଳରେ ରହୁଥିବା ବ୍ୟବସାୟୀ ବିଜୟ କଥୋରିୟା ନିଜ ୨ ମାସର ଝିଅ ନିତ୍ୟାଙ୍କ ପାଇଁ ଜହ୍ନରେ ଜାଗା କିଣିଛନ୍ତି। ଜହ୍ନରେ ଜାଗା କିଣିବା ପାଇଁ ସେ ନ୍ୟୁୟର୍କ ଇଣ୍ଟରନ୍ୟାସନାଲ୍ […]
କୋହ୍ଲାପୁର : ଏକବିଂଶ ଶତାଦ୍ଦୀରେ ମହିଳାମାନେ ପୁରୁଷଙ୍କ କାନ୍ଧକୁ କାନ୍ଧ ମିଳାଇ କାମ କରିବା ସହ ଘର କଥା ବୁଝୁଛନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ମହାକାଶରେ ପହଞ୍ଚିଥିବା ମହିଳା ଆଜି ବି ସମାଜରେ ଉପକ୍ଷେତି ଆଉ ଅବହେଳିତ । ନାରୀ ଅଧିକାର କଥା କହୁଥିବା ଦେଶରେ ଏବେ ବି ହେଉଛି ସତୀତ୍ୱ ପରୀକ୍ଷା । ମହାରାଷ୍ଟ୍ରର କୋହ୍ଲାପୁରରେ ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଦୁଇ ଯୁବତୀଙ୍କୁ ବିବାହ ପରେ ଉଭୟଙ୍କର ସ୍ୱାମୀ […]
ନୂଆଦିଲ୍ଲୀ: ଦେଶର ସର୍ବକନିଷ୍ଠ କୋଟିପତି ନିଖିଲ କାମାତ । ପିଲାବେଳୁ କିଛି ନୂଆ କରିବାର ଝୁଙ୍କ ଆଜି ତାଙ୍କୁ ସଫଳ କରିଛି । ସ୍କୁଲ ଯାଇ ପାଠପଢ଼ିବା ତାଙ୍କୁ ଅଣନିଃଶ୍ୱାସୀ କରିପକାଉଥିଲା । ମନରେ ଭିନ୍ନ ଭିନ୍ନ ଚିନ୍ତା ଆସୁଥିଲା। ତେବେ ପାଠପଢ଼ାରେ ମନ ନଲାଗିବାରୁ ଛୋଟବେଳରୁ ସେ ଚେସ୍ ଖେଳିଆ ଆରମ୍ଭ କରିଦେଇଥିଲେ । ମାତ୍ର ୧୪ ବର୍ଷ ବୟସରେ ସାଙ୍ଗସାଥୀ ମେଳରେ ପୁରୁଣା ମୋବାଇଲ୍ କିଣାବିକାର ବ୍ୟବସାୟ ଆରମ୍ଭ କରିଦେଇଥିଲେ । ତେବେ ତାଙ୍କ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜିଠୁ ଆସନ୍ତା ୧୪ ତାରିଖ ଯାଏଁ ସାରା ଦେଶରେ ଟିକା ଉତ୍ସବ ପାଳନ ହେବ । ମହାନ ସମାଜ ସଂସ୍କାରକ ଜ୍ୟୋତିବା ଫୁଲେଙ୍କ ଜୟନ୍ତୀରୁ ଏହି ଟିକା ଉତ୍ସବ ଆରମ୍ଭ ହୋଇ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀରେ ଶେଷ ହେବ । ଯୋଗ୍ୟ ବିବେଚିତ ଲୋକମାନଙ୍କୁ କେମିତି ଅଧିକରୁ ଅଧିକ ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇପାରିବ ସେ ନେଇ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା […]
ଆଜିକାଲି ଯେତେବେଳେ ଜୀଅନ୍ତା ମଣିଷର ସାଥୀ ହେବାକୁ କେହି ରାଜି ହେଉନାହାଁନ୍ତି, ଏପରି ଜଣେ ନିଆରା ମଣିଷ ଅଛନ୍ତିଳ, ଯାହାଙ୍କୁ ଅଂଚଳରେ ଲୋକେ ଡାକନ୍ତି ‘ଶବର ସାଥୀ’। ପେସାରେ ସେ ଜଣେ ଶିକ୍ଷକ ହେଲେବି, ଅଧିକାଂଶ ସମୟ ତାଙ୍କର କଟେ ମଣାଣି ଭୂଇଁରେ। ଚିହ୍ନା ନାହିଁ ପରିଚୟ ନାହିଁ, କୌଣସି ମଣିଷର ମୃତ୍ୟୁ ହେଲେ ସତ୍କାର ପାଇଁ ସେ ପହଞ୍ଚି ଯାଆନ୍ତି ମଣାଣିରେ।
ମୁମ୍ବାଇ: ଇଣ୍ଡିଆନ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ୍କୁ ନେଇ ପୁଣି ଜଣେ ଅଭିନେତ୍ରୀ ମୁହଁ ଖୋଲିଛନ୍ତି। ବଲିଉଡ୍ ଅଭିନେତା ସୁଶାନ୍ତ ସିଂଙ୍କ ଏକ୍ସ ଗର୍ଲଫ୍ରେଣ୍ଡ୍ ତଥା ଟେଲିଭିଜନ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ କାଷ୍ଟିଂ କାଉଚ୍କୁ ନେଇ ଖୁଲାସା କରିଛନ୍ତି। ଅଙ୍କିତା ବଲିଉଡ୍ ବବଲ୍କୁ ଦେଇଥିବା ସାକ୍ଷାତକାରରେ ଅନେକ ଘଟଣାର ଖୁଲାସା କରିଛନ୍ତି। ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସୁଶାନ୍ତଙ୍କ ସହ ବ୍ରେକ୍ ଅପ୍କୁ ନେଇ ଅଙ୍କିତା ମୁହଁ ଖୋଲିଥିବା ବେଳେ ଏବେ କାଷ୍ଟିଂ […]
ବାରାଣାସୀ : ଧର୍ମନଗରୀ ବାରାଣାସୀରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏଥର ପୂର୍ବାପେକ୍ଷା କମ ସମୟ ମଧ୍ୟରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଫଳରେ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଧୀରେ ଧୀରେ ମନ୍ଦିର ଓ ମଠ ଉପରେ ପ୍ରଭାବ ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ଆସ୍ଥାର କେନ୍ଦ୍ର କାଶୀ ବିଶ୍ୱନାଥ ମନ୍ଦିର ଗର୍ଭଗୃହରେ ପ୍ରବେଶ ଉପରେ ରୋକ ଲଗାଇ ଦିଆଯାଇଛି । ନୂଆ କଟଟଣା […]
କୋଲକାତା : ଭାଙ୍ଗିବ କି ଟିଏମସି ଗଡ଼ ? ପଶ୍ଚିମବଙ୍ଗରେ ବିଜୟୀ ହେବ କି ଭାରତୀୟ ଜନତା ପାର୍ଟି ? ବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବୀୟ କ୍ଲବ ହାଉସ୍ ଆପ ଜରିଆରେ କିଛି ଭିଡ଼ିଓ ଜାରି କରିଛନ୍ତି । ଏହି ଭିଡିଓରେ ମମତା ବାନାର୍ଜୀଙ୍କ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ସ୍ୱୀକାର କରିଛନ୍ତି, ପଶ୍ଚିମବଙ୍ଗରେ ବିଜପି ବିଜୟୀ ହେବ । ଗେରୁଆ ରଙ୍ଗରେ ରଙ୍ଗୀନ ହେବ […]
ଲକ୍ଷ୍ନୌ : ମହାମାରୀର ଭୟଙ୍କର ରୂପ । କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢ଼ିଚାଲିଛି । ଶବକୁ ମିଳୁନି ଶ୍ମଶାନ । ଶବ ନେବାକୁ ଆମ୍ବୁଲାନ୍ସ ମିଳୁନି, ଗୋଟିଏ ଗୋଟିଏ ଆମ୍ବୁଲାନ୍ସରେ ୩ରୁ ଚାରିଟି ଶବ ବୁହା ହେଉଛି । କରୋନା ଜନିତ ମୃତ୍ୟୁ ନେଇ ସରକାରୀ ତଥ୍ୟ କିଛି କହୁଥିବା ବେଳେ ବୈକୁଣ୍ଠ ଧାମ ଓ ଅନ୍ୟ ଶ୍ମଶାନ ଘାଟର ଦୃଶ୍ୟ ଆଉ କିଛି କହୁଛି । ଅନ୍ତିମ ସଂସ୍କାର […]
ମହୀଶୂର : ଜୀବନର ଶେଷ ସମୟରେ ଚାଲିଛି ଜୀବନସାଥୀ ଖୋଜା । ଭବିଷ୍ୟତର ଠିକଣା ନଥିବା ବେଳେ ଅତୀତର ଅଲିଭା ପୃଷ୍ଠାକୁ ଆଦରି ନୂଆ ଇତିହାସ ଲେଖିବାକୁ ଚାହାନ୍ତି ବୃଦ୍ଧ ମହିଳା । ଦୁନିଆରେ ଏକା ଏକା ଜୀବନ କାଟିକା ସତରେ ଅତି ଯନ୍ତ୍ରଣାଦାୟକ । କର୍ଣ୍ଣାଟକ ମହୀଶୂରରେ ରହୁଥିବା ଜଣେ ୭୩ ବର୍ଷୀୟ ମହିଳା ବିବାହ କରିବା ପାଇଁ ବିଜ୍ଞାପନ ଦେଇଛନ୍ତି । ମାଟ୍ରିମୋନିଆଲ ସାଇଟରେ ଜୀବନସାଥୀ ଖୋଜୁଥିବା ମହିଳାଙ୍କ ବୟସ ଦେଖି ଲୋକେ ଆଶ୍ଚର୍ଯ୍ୟ […]
ବେଙ୍ଗାଲୁରୁ:ସାମାନ୍ୟ ରିମୋର୍ଟ ପାଇଁ ପିଶାଚୀ ସାଜିଲା ମା’। ବାପାଙ୍କ ପକ୍ଷ ନେଉଥିବା କୁନି ଝିଅକୁ ତଣ୍ଟି ଚିପି ମାରିଦେଲା । ନିର୍ମାଣାଧୀନ କୋଠାରୁ ୩ ବର୍ଷିୟ ଝିଅର ମୃତ ଦେହ ମିଳିବା ପରେ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ୍। ପଶ୍ଚିମ ବେଙ୍ଗାଲୁରରେ ଘଟିଛି ଏପରି ଅଭାବନୀୟ ଘଟଣା। ନିକଟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଟିଭି ରିମୋର୍ଟ ନେଇ ଝଗଡ଼ା ହୋଇଥିଲା, ଆଉ କୁନି ଝିଅଟି ସବୁଥର ପରି ଏଥର ବି ଖନି ଖନି ପାଟିରେ ବାପାଙ୍କ […]
ଦଶମ ଶ୍ରେଣୀର ଝିଅ ପୂଜା। ଘର ତାଙ୍କର ଜଙ୍ଗଲ ଭିତରେ। ନକ୍ସଲ-ପୋଲିସ୍ ସଂଘର୍ଷ ବେଳେ ଅଳ୍ପକେ ସେ ରକ୍ଷା ପାଇଯାଇଛନ୍ତି। ଗୁଳିଟି ବାଜିଥିଲା ତାଙ୍କ ସାଇକେଲରେ। ଗୁଳି ଟାୟାର ଭିତରେ ପଶି ଚିରିଦେଇଛି। ଏବେ ସେ ୧୨ କିଲୋମିଟର ଚାଲିଚାଲି ଯାଉଛନ୍ତି ସ୍କୁଲ।
ଟେକ୍ସାସ : ବର୍ତ୍ତମାନ ଟଙ୍କା ଆୟ କରିବାର ପ୍ରମୁଖ ମାଧ୍ୟମ ପାଲଟିଛି ଡିଜିଟାଲ ପ୍ଲାଟଫର୍ମ । ଫଟୋ, ଭିଡ଼ିଓ ପୋଷ୍ଟ କରି ବି ଟଙ୍କା ଆୟ କରିବା କଥା ବୋଧହୁଏ କେହି ଚିନ୍ତା କରିନଥିବେ । ଯାହା ଆଜିକାଲି ସମ୍ଭବ ହୋଇପାରିଛି । କେବଳ ଏତିକି ନୁହେଁ ପିଲା ଠାରୁ ବୁଢ଼ା ଯାଏ ସମସ୍ତେ ଡିଜିଟାଲ ପ୍ଲାଟଫର୍ମରେ ଟଙ୍କା ଆୟ କରିପାରୁଛନ୍ତି । ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସସୀମା ରହୁନି କି କୌଣସି ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ […]