ମାଓବାଦୀଙ୍କ ନରସଂହାରରେ ସମଗ୍ର ଦେଶବାସୀ ସ୍ତବ୍ଧ । ୩ ପଟୁ ଘେରିଥିବା ମାଓବାଦୀଙ୍କ ଆକ୍ରମଣରେ ଜୀବନ ହାରିଲେ ୨୨ ବୀର ଯବାନ । ବିଜାପୁର ମାଷ୍ଟରମାଇଣ୍ଡ ବିଛାଇଥିଲା ମୃତ୍ୟୁର ଜାଲ । ଆଉ ପିପୁଲ ଲିବରେଶନ ଅଫ ଗରିଲା ଆର୍ମିର ମୁଖ୍ୟ କମାଣ୍ଡର ହିଡ଼ମା ଚକ୍ରବ୍ୟୁହରେ ଫସିଗଲେ ବୀର ଯବାନ । ୪ ଶହ ମାଓବାଦୀ ଏବଂ ୨୦୦ରୁ ଅଧିକ ସ୍ଥାନୀୟ ସମର୍ଥକଙ୍କୁ ଧରି ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲା ହିଡ଼ମା । ଆଗରୁ ଘଟିଥିବା ଏକାଧିକ ମାଓ […]
ଜେସଲମେର : ମରୁଭୂମିରେ ଅଙ୍କୁରିତ ହୋଇଥିଲା ପ୍ରେମର ବୀଜ । ବିଦେଶୀନିଙ୍କ ପ୍ରେମରେ ପଡ଼ିଯାଇଥିଲେ ଦେଶୀ ଯୁବକ । ସବୁ ଆଶା ଆକାଂକ୍ଷାକୁ ପୂରଣ କରି ଦରିଆ ସେପାରିରୁ ଚିଠି ଆସିଛି । ଆଉ ପହିଲି ପ୍ରେମକୁ ଫେରି ପାଇଛନ୍ତି ୮୨ ବର୍ଷ ବୟସ୍କ ବୃଦ୍ଧ । ୫୦ ବର୍ଷ ପୁରଣା ଭଲପାଇବାରେ ପୁଣି ଡେଣା ଲାଗି ଯାଇଛି । ପ୍ରେମିକାର ସନ୍ଧାନ ପାଇ ରାଜସ୍ଥାନର ଜେସଲମେର ନିକଟ କୁଳଧରା ଗ୍ରାମର ୮୨ ବର୍ଷ ବୟସ୍କ ବୃଦ୍ଧ […]
ସାସାରାମ : କୋଚିଂ ସେଣ୍ଟର ବନ୍ଦ କରିବାରୁ ଛାତ୍ରଛାତ୍ରୀଙ୍କ ହଙ୍ଗାମା। ବିହାରରେ କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି କୋଚିଂ ସେଣ୍ଟର ବନ୍ଦ କରିବା ପରେ ଛାତ୍ରଛାତ୍ରୀ ନାରାଜ । ଆଜି ସକାଳେ ସାସାରାମରେ ଛାତ୍ରଛାତ୍ରୀମାନେ ହଙ୍ଗମା କରିବା ସହ ଭଙ୍ଗାରୁଜା କରିଛିନ୍ତି । ଘଟଣାସ୍ଥଳରେ ଉତ୍ୟକ୍ତ ଛାତ୍ର ପୋଡ଼ାଜଳା ମଧ୍ୟ କରାଯାଇଛି । ତେବେ ଏହି ମାମଲାରେ ପୋଲିସ୍ ୯ ଜଣ ଛାତ୍ରକୁ ଗିରଫ କରିଛି । ସାସାରାମର ପୋଷ୍ଟ ଅଫିସି ଛକ ଓ ଗୌରକ୍ଷଣୀ ବଜାରରେ […]
ଭୋକରେ ଆଉଟୁପାଉଟୁ ପେଟ ଖୋଜେନା ସ୍ୱାଦିଷ୍ଟ ଭୋଜନ । ଦାନା ମୁଠେ ପଡ଼ିଗଲେ, ଅମୃତ ମିଳିଗଲା ପରେ ଲାଗେ । ମୁଠାଏ ପଖାଳ ଆଉ ଚେନାଏ ପିଆଜର ପ୍ରକୃତ ମୂଲ୍ୟ ବୁଝେ ଗରିବ ବାପୁଡ଼ା । ଦି ଓଳି ଦି ମୁଠା ଖାଇବାକୁ ନଥିଲେ ବି ପରିବାର ପାଇଁ ଗରିବର ଖୋଲା ଆଖି ଖିଲିଖିଲି ସ୍ୱପ୍ନ ଦେଖି ହସୁଥାଏ । ଧନୀ ଲୋକେ ବାଛି ବାଛି ଖାଦ୍ୟ ଖାଉଥିବା ବେଳେ ଅଇଁଠା ପତ୍ର ଚାଟି ଭଙ୍ଗା ନଳକୂପର […]
ଭୋପାଳ: କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ଇନ୍ଦୋର, ଭୋପାଳ ଓ ଜବଲପୁରରେ ଦିନକ ପାଇଁ ଲକ୍ଡାଉନ୍ ଘୋଷଣା କରଛନ୍ତି। ପ୍ରତି ରବିବାର ଏହି ୩ ସହରରେ ଲକ୍ଡାଉନ୍ କଟକଣା ଲାଗୁ ହେବ ବୋଲି ମଧ୍ୟପ୍ରଦେଶ ସରକାର ଘୋଷଣା କରିଛନ୍ତି।ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ। ଏହି ୩ ସହରରେ ଥିବା ସ୍କୁଲ୍ ଓ କଲେଜ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ। ମଧ୍ୟପ୍ରଦେଶରେ କରୋନା ସ୍ଥିତିକୁ ନେଇ ଏକ […]
ଇସଲାମାବାଦ: କରୋନା ଟିକା ନେବାର ୨ ଦିନ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଇମ୍ରାନ୍ ଖାନ୍ କରୋନା ଆକ୍ରାନ୍ତ ନେଇ ପାକିସ୍ତାନ ସ୍ୱାସ୍ଥ୍ୟ ସେବାର ପ୍ରମୁଖ ଅଧିକାରୀ ଫୈଜଲ ସୁଲ୍ତାନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ହୋମ୍ ଆଇସୋଲେସନ୍ରେ ଅଛନ୍ତି। PM Imran Khan has tested positive for Covid-19 and is self isolating at home — Faisal Sultan (@fslsltn) March […]
ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ଭର୍ତ୍ତି କାର୍ ମିଳିବା ଓ ପରେ ଏହି ଘଟଣାରେ ମୁମ୍ବାଇ ପୋଲିସ୍ ଅଧିକାରୀ ସଚିନ ଓ୍ୱାଜେ NIA(National Investigation Agency) ଦ୍ୱାରା ଗିରଫ ହେବା ଘଟଣାରେ ନୂଆ ମୋଡ଼ ନେଇଛି। ମୁମ୍ବାଇର ପୂର୍ବତନ ପୋଲିସ୍ କମିଶନର ପରମବୀର ସିଂଙ୍କ ଚିଠିକୁ ନେଇ ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ନିକଟରେ ପୋଲିସ୍ କମିଶନର ପଦରୁ ବିଦା ହୋଇଥିବା ପରମବୀର ସିଂ, ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ […]
ରିଟେଲ କିଙ୍ଗ୍ କିଣିଲେ ମହଙ୍ଗା ଘର । ଆରବପତି ନିବେଶକ ତଥା ଡି-ମାର୍ଟର ପ୍ରତିଷ୍ଠାତା ରାଧାକିଶନ ଦମାନୀ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ସବୁଠାରୁ ମହଙ୍ଗା ଘର କିଣିଛନ୍ତି। ସବୁବେଳେ ଧଳା ପୋଷାକ ପିନ୍ଧିବା ସହ ଚାକଚକ୍ୟ ଠାରୁ ଦୂରରେ ରହୁଥିବା ଆରବପତି ନିବେଷକ ରାଧାକିଶନ ଦମାନୀ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଦେଶର ଜଣେ ସଫଳ ରିଟେଲ କିଙ୍ଗ ଓ ଶେୟାର ବଜାରରେ ନିବେଶକ ରୂପେ ସେ ବେଶ୍ ପରିଚିତ । ଆରବପତି ନିବେଶକ […]
ନୂଆଦିଲ୍ଲୀ: ଦେଶରେ କରୋନା ଗ୍ରାଫ ଚିନ୍ତା ବଢାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସବୁ ଭିତରେ ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ନେଇ ଚିନ୍ତା ଆହୁରି ବଢ଼ିଛି। ମହାରାଷ୍ଟ୍ର ବ୍ୟତୀତ ଦେଶର ଆଉ ୩ ରାଜ୍ୟ କରୋନା ହଟ୍ସ୍ପଟ୍ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହି ୩ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହା କରୋନା ହଟ୍ସ୍ପଟ୍ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଜାତୀୟ […]
କାନପୁର: ନିର୍ବାଚନୀ ରଣକ୍ଷେତ୍ରରେ ବୁଢ଼ୀ ମା । ଅଣ୍ଟା ସଳଖି ଛିଡ଼ା ହୋଇ ପାରୁନଥିବା ବେଳେ ଘର ଘର ବୁଲି ଭୋଟ୍ ମାଗୁଛନ୍ତି ରାନୀ ଅମ୍ମା । ପାଟି ଖନି ମାରିଯାଉଛି, ତଥାପି ଗାଁ ଗାଁ ବୁଲୁଛନ୍ତି । ତଥାକଥିତ ରାଜନେତାଙ୍କ ପରି ନୁହେଁ ଅଞ୍ଚଳବାସୀଙ୍କ ଦୁଃଖ ବୁଝି ତାଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ଅର୍ଥବଳ କି ବାହୁବଳ ନୁହେଁ ଜନତାଙ୍କ ସମର୍ଥନ ବଳରେ ନିର୍ବାଚନରେ ବିଜୟୀ ହେବାକୁ ପଣ […]
ବିଜାପୁର : ଛତିଶଗଡ଼ରେ ପୁଣି ମାଓ ହମଲା । ବିଜାପୁରରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଥିବା ବେଳେ ମୃତାହତ ଯବାନଙ୍କୁ ଉଦ୍ଧାର ଲାଗି ଯାଇଥିବା ଟିମକୁ ଟାର୍ଗେଟ କଲେ ମାଓବାଦୀ । ଯବାନଙ୍କ ପାଇଁ ମୃତ୍ୟୁର ଜାଲ ବିଛାଇ ଟେକେଲଗୁଡ଼ାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଛନ୍ତି । ତେବେ ଏହି ବିସ୍ଫୋରଣରେ ଜଣେ ସିଆରପିଏଫ୍ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ଗତକାଲି ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀମାନେ ଅତର୍କିତ ଆକ୍ରମଣ ଯୋଗୁଁ ମୋଟ ୨୨ […]
ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ଆମେରିକା ରାଷ୍ଟ୍ରପତି ବିମାନର ସିଢ଼ି ଚଢ଼ିବା ସମୟରେ ୩ ଥର ଝୁଣ୍ଟି ପଡ଼ିଥିବା ନଜର ଆସୁଛି। ଆଶ୍ୱସ୍ତର କଥା, ଜୋ ବାଇଡେନ୍ଙ୍କୁ କୌଣସି ପ୍ରକାର ଆଘାତ ଲାଗି ନାହିଁ ଓ ସେ ସୁସ୍ଥ ଅଛନ୍ତି। ସୂଚନା ଅନୁସାରେ, ଏଟଲାଣ୍ଟା ଅଭିମୁଖେ ଯାତ୍ରା ପାଇଁ ବାହାରିଥିବା ବେଳେ ଆମେରିକା ରାଷ୍ଟ୍ରପତିଙ୍କ ସହ ଏହି ଘଟଣା […]
ନୂଆଦିଲ୍ଲୀ : ମହଙ୍ଗା ମାଡ଼ରେ ମଧ୍ୟବିତ୍ତ ପରିବାରର ଅଣ୍ଟା ଭାଙ୍ଗିଗଲାଣି। ଜରୁରୀ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ବଜେଟ୍ ବିଗିଡ଼ିବାରେ ଲାଗିଛି । ତିଅଣର ସୁଆଦ ବିଗାଡ଼ୁଛି ବର୍ଦ୍ଧିତ ଦର। ଚାଉଳ, ଡାଲି, ସୋରିଷ ତେଲ, ସୋୟାବିନ୍ ତେଲ ଠାରୁ ଆରମ୍ଭ କରି ଚା ଓ ଲୁଣର ମୂଲ୍ୟ ମଧ୍ୟ ବଢ଼ିଛି । ଅହେତୁକ ମୂଲ୍ୟ ବୃଦ୍ଧି ହେତୁ କିଚେନର ବଜେଟ୍ ମଧ୍ୟ ବଢ଼ିଯାଇଛି । ଉପଭୋକ୍ତା ମନ୍ତ୍ରାଳୟ ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁସାରେ […]
ଛତିଶଗଡ଼ : ପୁଣି ରକ୍ତର ହୋଲି ଖେଳିଲେ ମାଓବାଦୀ। ସୁକମାରେ ଯବାନ-ମାଓବାଦୀ ଗୁଳି ବିନିମୟ ଘଟଣାରେ ୨୨ ଜଣ ସହିଦ ହୋଇଥିବା ସୂଚନା ମିଳିଛି । ଗତକାଲି ଛତିଶଗଡ଼ର ତରେମ୍ ଜଙ୍ଗଲରେ ନକ୍ସଲ୍ମାନଙ୍କ ସହ ଗୁଳି ବିନିମୟରେ ଆଜି ସକାଳ ସୁଦ୍ଧା ୮ ଜଣ ଯବାନ ସହିଦ ହୋଇଥିଲେ । ଅନ୍ୟପଟେ ୨୧ଜଣ ଯବାନ ନିଖୋଜ ହୋଇଥିବା କୁହାଯାଉଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଏହି ଗୁଳି ବିନମୟରେ ମୋଟ ୨୨ ଜଣ ଯବାନ ସହିଦ ହୋଇଥିବା […]
ଉତ୍ତେଜନା ଭିତରେ ମଧ୍ୟ ମାନବିକତାର ପରିଚୟ ଦେଲେ ଭାରତ-ପାକିସ୍ଥାନ ସୀମାରେ ମୁତୟନ ଭାରତୀୟ ବୀର । ଭୁଲବଶତଃ ପାକିସ୍ତାନର ଆଠ ବର୍ଷର ନାବାଳକ ରାଜସ୍ଥାନର ବାଡ଼ମେର ସୀମା ପାର କରି ଭାରତକୁ ଚାଲିଆସିଥିଲା । ଘରକୁ ଫେରୁଥିବା ଚିନ୍ତା କରି ପାକିସ୍ତାନ ବଦଳରେ ଭାରତରେ ପହଞ୍ଚିଯାଇଥିଲା । ଆଉ ସୀମାରେ ମୁତୟନ ଥିବା ଯବାନଙ୍କୁ ଦେଖି ଭୟରେ କାନ୍ଦିବାରେ ଲାଗିଥିଲା। ତେବେ ଯବାନମାନେ କୁନି ପୁଅକୁ ଦେଖି ତାକୁ ଆଦର କରିଥିଲେ । ଏବଂ ତାର କାନ୍ଦ […]
ମହାମାରୀରୁ ରକ୍ଷା ପାଇବାକୁ ଆବଶ୍ୟକ ଭ୍ୟାକ୍ସିନ ରୂପୀ ସଞ୍ଜିବନୀ। କରୋନାକୁ ମାତ ଦେବାକୁ ଟିକାକରଣ ଏକ ମାତ୍ର ଉପାୟ ବୋଲି ଭୀତତ୍ରସ୍ତ ଜନତା ଚିନ୍ତା କରୁଥିଲେ। ଆଉ ସମସ୍ତଙ୍କ ପାଇଁ ଟିକା ଉପଲବ୍ଧ ହେବା ପରେ ଦେଶରେ ଖେଳିଯାଇଥିଲା ଖୁସିର ମାହୋଲ । ଆଉ ଏସବୁ ଭିତରେ ଭାରତର କୋଣ ଅନୁକୋଣରେ ଟିକାକରଣ ଆରମ୍ଭ ହୋଇଯାଇଛି । ହେଲେ ଦୁର୍ଭାଗ୍ୟର ବିଷୟ ଭ୍ୟାକ୍ସିନ ନେବାପରେ ମଧ୍ୟ ଲୋକେ କରୋନାର ଶିକାର ହେଉଛନ୍ତି । କରୋନା ସଞ୍ଜିବନୀ କାମ […]