• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Samsung-Galaxy-M51
୬ ହଜାର ଟଙ୍କା ଶସ୍ତାରେ କିଣନ୍ତୁ ଏହି ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: ସାମ୍‌ସଙ୍ଗ ଗ୍ୟାଲେକ୍ସି M51 (Samsung Galaxy M51)ର ର ଦାମ୍‌ କମ୍‌ ହୋଇଛି। ଆମାଜନ୍‌(Amazon) ରେ ଏହି ଫୋନ୍‌କୁ ଆପଣ ଶସ୍ତାରେ କିଣି ପାରିବେ। ପାୱାରଫୁଲ୍‌ ବ୍ୟାଟେରୀ ସହ ସାମ୍‌ସଙ୍ଗ ଭାରତରେ ଲଞ୍ଚ୍‌ କରିଥିବା 7000mAh ବ୍ୟାଟେରୀର Samsung Galaxy M51 ସ୍ମାର୍ଟଫୋନ୍‌କୁ ଆପଣ ଆମାଜନ୍‌ରେ ଡିସ୍‌କାଉଣ୍ଟରେ କିଣିପାରିବେ। 6GB RAM ଓ128GB ଷ୍ଟୋରେଜ୍ ଏହି ସ୍ମାର୍ଟ ଫୋନ୍‌ର ଦାମ୍‌ ୨୮,୯୯୯ ଟଙ୍କା ଥିବାବେଳେ Amazonରେ ଆପଣ ଏହାକୁ ୨୨,୯୯୯ ଟଙ୍କାରେ କିଣିପାରିବେ। ସେହିପରି 8GB […]

bus catches fire
ବିଚ୍ ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ଏସି ବସ୍, ଗାଡ଼ିରେ ଥିଲେ ୧୫ ଯାତ୍ରୀ‌

ବିଶାଖାପାଟଣା: ବିଚ୍ ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା ଏସି ବସ୍‌। ଆଶ୍ୱସ୍ତିକର କଥା, ବସ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଆନ୍ଧ୍ରପ୍ରଦେଶ କାକିନାଡା ସହରରେ ଏହି ଅଘଟଣ ଘଟିଛି। ଇନ୍ଦ୍ରା ନାମକ ଏହି ବସ୍‌ଟି କାକିନାଡାରୁ ବିଜୟଓ୍ୱାଡା ଯାଉଥିବା ବେଳେ ଆଜି ସକାଳ ପ୍ରାୟ ସାଢେ ୭ଟା ସମୟରେ ଗାଡ଼ିରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଏହି ସମୟରେ ବସ୍‌ରେ ୧୫ ଜଣ ଯାତ୍ରୀ ଥିଲେ। ଗାଡ଼ି ଭିତରୁ କିଛି ପୋଡ଼ି ଯିବାର […]

depression
ଘଣ୍ଟାକୁ ୧୨ କି.ମି. ବେଗରେ ଗତି କରୁଛି ଡିପ୍ରେସନ୍

ନୂଆଦିଲ୍ଲୀ: ଉତ୍ତର ଆଣ୍ଡାମାନ ସାଗର ଉପରେ ସୃଷ୍ଟ ହୋଇଥିବା ଡିପ୍ରେସନ୍‌ ଗତ ୬ ଘଣ୍ଟା ମଧ୍ୟରେ ୧୨ କି.ମି. ବେଗରେ ଉତ୍ତର ଉତ୍ତର-ପୂର୍ବ ଦିଗକୁ ଗତି କରୁଛି। ବର୍ତ୍ତମାନ ଏହା Port Blair(ଆଣ୍ଡାମାନ ଦ୍ୱୀପପୁଞ୍ଜ)ର ପୂର୍ବ ଉତ୍ତର-ପୂର୍ବ ଦିଗରୁ ୫୪୦ କି.ମି. ଦୂର ଓ Yangon (ମ୍ୟାନ୍‌ମାର୍‌)ର ଦକ୍ଷିଣ ଦକ୍ଷିଣ-ପୂର୍ବରୁ ୪୪୦ କି.ମି. ଦୂରରେ ଅବସ୍ଥାପିତ ଥିବା ଜଣାପଡ଼ିଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ୱେଲ୍ ମାର୍କଡ୍‌ ଲୋ ପ୍ରେସର୍‌ ଏରିଆରେ ପରିଣତ ହେବାସହ ଦୁର୍ବଳ […]

Corona
କେମିତି ମଣିଷ ଶରୀରରେ ପ୍ରବେଶ କଲା କରୋନା ଭୂତାଣୁ ?

ନୂଆଦିଲ୍ଲୀ: କେଉଁଠୁ ଆସିଥାଇପାରେ କରୋନା ଭୂତାଣୁ ? ଚୀନର ଉହାନ୍‌ ଲ୍ୟାବ୍ ନା କୌଣସି ପଶୁପକ୍ଷୀ ? ଭିନ୍ନ ଭିନ୍ନ ଥିଓରୀ ଓ ଭିନ୍ନ ଭିନ୍ନ ମତବାଦକୁ ନେଇ ଭୂତାଣୁ ସଂକ୍ରମଣକୁ ୧୫ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ, ଏନେଇ କାହାରି ପାଖରେ ବି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ। କରୋନା ଭୂତାଣୁର ଉତ୍ପତ୍ତିକୁ ନେଇ ପ୍ରଥମେ ସନ୍ଦେହ ଘେରରୁ ଆସିଥିଲା ସାପ, ଏହାପରେ ପାଙ୍ଗୋଲିନ ବା ବଜ୍ରକାପ୍ତା ଓ ପରେ ପରେ ଶାଳିଆପତନି ଭଳି ରାତ୍ରିଚର […]

gold
ବିବାହ ଋତୁ ପୂର୍ବରୁ ବଢ଼ିଲା ସୁନା ଦର

ନୂଆଦିଲ୍ଲୀ: କିଛିଦିନ ଧରି ଲଗାତାର ଭାବରେ ସୁନା, ରୂପା ଦରରେ ହ୍ରାସ ଘଟିଥିବା ବେଳେ ପୁଣିଥରେ ଏଥିରେ ବୃଦ୍ଧି ଘଟିଛି। ବିବାହ ଋତୁ ଆରମ୍ଭ ହେବା ପୂର୍ବରୁ ସୁନା ଓ ରୂପା ଦର ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ଦିଲ୍ଲୀର ସର୍ରାଫା ବଜାରରେ ଗତକାଲି ସୁନା ଦର ପ୍ରତି ୧୦ ଗ୍ରାମକୁ ୮୮୧ ଟଙ୍କା ବୃଦ୍ଧି ଘଟିଥିବା ବେଳେ ରୂପା ଦର ପ୍ରତି କିଲୋକୁ ୮୧୦ ବୃଦ୍ଧି ପାଇଥିଲା। ଆଜି ମଧ୍ୟ ସୁନା ଓ ରୂପା ଦରରେ […]

lockdown
ଏପ୍ରିଲ୍ ୬ରୁ ୧୪ ଯାଏ ଏହି ସ୍ଥାନରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା

ଦୁର୍ଗ: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଛତିଶଗଡ଼ର ଦୁର୍ଗ ଜିଲ୍ଲାକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଏପ୍ରିଲ୍ ୬ରୁ ୧୪ ଯାଏ ଲକ୍‌ଡାଉନ୍ ନେଇ‌ ଜିଲ୍ଲାପାଳ ଘୋଷଣା କରିଛନ୍ତି। ଲକ୍‌ଡାଉନ୍ ସମୟରେ ଜରୁରୀ ସେବା ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଲକ୍‌ଡାଉନ୍‌ ସମୟରେ ଟିକାକରଣ ପ୍ରକ୍ରିୟା ଚାଲୁ ରହିବ ବୋଲି ଦୁର୍ଗ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଅଧିକାରୀଙ୍କ ସହ ଏକ ବୈଠକ ପରେ ଦୁର୍ଗ ଜିଲ୍ଲାକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା ନିଷ୍ପତ୍ତି […]

washing machine
କପଡ଼ା ଧୋଉଥିବା ସମୟରେ ଫାଟିଗଲା ୱାଶିଂମେସିନ୍

କପଡ଼ା ଧୋଉଥିବା ସମୟରେ ହଠାତ୍‌ ଫାଟିଗଲା ୱାଶିଂମେସିନ୍। କିଛି ସମୟ ଭିତରେ ଧୂଆଁମୟ ହୋଇଯାଇଥିଲା ଘର ଓ ନଷ୍ଟ ହୋଇଯାଇଥିଲା ରୋଷେଇ ସାମଗ୍ରୀ। ଏମିତି କିଛି ଘଟଣାର ଦୃଶ୍ୟ ସୋସିଆଲ୍‌ ମିଡିଆରେ ଶେଆର କରିଛନ୍ତି ସ୍କଟ୍‌ଲ୍ୟାଣ୍ଡର ମହିଳା ଲୌରା ବିରେଲ୍‌। ଫେସ୍‌ବୁକ୍‌ରେ ଫଟୋ ଶେଆର କରି ଲୌରା ଲେଖିଛନ୍ତି, ‘ୱାଶିଂମେସିନ୍‌ର ଡ୍ରମ୍‌ ଫାଟି ଯିବା ଫଳରେ ରୋଷେଇ ଘରେ ଥିବା ଜିନିଷ ନଷ୍ଟ ହୋଇଯିବା ସହ ପାଇପ୍‌ ଇତ୍ୟାଦି ଫାଟି ଯାଇଥିଲା। ଏହାସହ ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା […]