• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

corona
କରୋନାରେ ଜୀବନ ହାରିଲେ ସ୍ୱାମୀ : ଅସମୟରେ ବୋହୂକୁ ଘରୁ ତଡ଼ିଦେଲେ ଶ୍ୱଶୁର

ସୁଖର ସଂସାର ଚୁନା କରିଦେଲା କରୋନା ସଂକ୍ରମିତ ହୋଇ ସ୍ୱାମୀ ଓ ଶାଶୁଙ୍କର ଜୀବନ ଚାଲିଗଲା ବୋହୂକୁ ଘରୁ ତଡିଦେଲେ ଶ୍ୱଶୁର ଏବେ ବାରଦ୍ୱାର ହେଉଛନ୍ତି ମହିଳା    କାନପୁର : ଜନ୍ମ ଜନ୍ମର ସାଥୀକୁ ନେଇ ଗଲା କରୋନା । ମା’ ପରି ଶାଶୁକୁ ବି ଛାଡ଼ିଲାନି ମହାମାରୀ । କରୋନାରେ ସ୍ୱାମୀ ଓ ଶାଶୁଙ୍କ ମୃତ୍ୟୁ ପରେ ମହିଳାଙ୍କୁ ଘରୁ ତଡ଼ିଦେଲେ ଶଶୁର । ଅଦୃଶ୍ୟ ଆତଙ୍କରେ ଲୋକେ ଗୃହବନ୍ଦୀ ଥିବା ବେଳେ ମାନବିକତାରେ […]

a
ସ୍ୱାମୀର ସ୍କୁଟି ଭାଙ୍ଗିଯିବା ପରେ ହିତାହିତ ଜ୍ଞାନ ଭୁଲିଗଲେ ମହିଳା, ଏସଡିଏମଙ୍କୁ ଚପଲରେ ମାରିବାକୁ ଉଦ୍ୟମ

ନିୟମ ଉଲ୍ଲଂଘନ କରି ବାହାରେ ବୁଲୁଥିଲେ ଯୁବକ ଚାଲାଣ କାଟିବାରୁ ଏସଡିଏମଙ୍କ ଉପରେ ଗାଡ଼ି ଚଢ଼ାଇ ଦେବାକୁ ଉଦ୍ୟମ କଲେ ଅଟକାଇବା ବେଳେ ଯୁବକଙ୍କ ଗାଡ଼ିର କାଚ ଭାଙ୍ଗିଗଲା ଭଙ୍ଗା ସ୍କୁଟିକୁ ଦେଖି ରାଗରେ ଚପଲ ଧରି ଏସଡିମଏଙ୍କ କାର୍ଯ୍ୟାଳୟରେ ପହଞ୍ଚିଗଲେ ସ୍ତ୍ରୀ ଅଶୋକନଗର : ସ୍ୱାମୀ ଭାଙ୍ଗିଲେ ନିୟମ, ହଙ୍ଗାମା କଲେ ସ୍ତ୍ରୀ । କରୋନା ନିୟମ ଉଲ୍ଲଂଘନ କରିଥିବାରୁ ସ୍ୱାମୀର ସ୍କୁଟି ଭାଙ୍ଗିଦେଲେ, ରାଗରେ ଜର ଜର ହୋଇ ଏସଡିଏମଙ୍କୁ ଚପଲରେ ମାଡ଼ ମାରିବାକୁ […]

hill
ଲକଡାଉନର ଚମତ୍କାର : ୟୁପିରୁ ଦିଶୁଛି ହିମାଳୟର ବରଫାବୃତ ପାହାଡ଼

ଲକ୍ଷ୍ନୌ : କରୋନାର ପ୍ରଥମ ଲହରୀ ଆଉ ଏବେ ଦ୍ୱିତୀୟ ଲହରୀ । ଦେଢ଼ ବର୍ଷରୁ ଅଧିକ ସମୟ ହେବ ଲୋକେ ଘରେ ସମୟ ବିତାଉଛନ୍ତି । ମହାମାରୀରେ ଜୀବନଜୀବିକା କ୍ଷତିଗ୍ରସ୍ତ ହୋଇଛି । ଅନେକ ଜୀବନ ଯାଇଛି, ଲୋକେ ଚାକିରି ହରାଇଛନ୍ତି, ଆଉ ଅନେକ ନିଜ ଲୋକଙ୍କୁ ହରାଇଛନ୍ତି । ଏହାରି ଭିତରେ ତାଲାବନ୍ଦର ଏକ ସକରାତ୍ମକ ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି । କରୋନା କଟକଣା ଯୋଗୁଁ ବାୟୁ ପ୍ରଦୂଷଣ କମିଛି । ଗାଡ଼ିମଟର […]

cooking-oil-weight-loss
ଗୃହିଣୀଙ୍କୁ ମିଳିବ ଆଶ୍ୱସ୍ତି : ଶସ୍ତା ହେବ ଖାଇବା ତେଲ ଦର !

ନୂଆଦିଲ୍ଲୀ : ଗୃହିଣୀଙ୍କୁ ମିଳିବ ଆଶ୍ୱସ୍ତି । ଖୁବ ଶୀଘ୍ର ଶସ୍ତା ହେବ ତୈଳ ଦର । ସରକାର ଆମଦାନୀ ଉପରେ ହେଉଥିବା କୃଷି ସେସ୍ ହ୍ରାସ କରିପାରନ୍ତି। ୬ମାସ ଭିତରେ ୬୦ରୁ ୭୦ ପ୍ରତିଶତ ବୃଦ୍ଧି ପାଇଛି ସୋରିଷ. ରିଫାଇନ, ସୂର୍ଯ୍ୟମୁଖୀ, ପାମୋଲିନ୍ ତେଲ । କରୋନା ସଂକ୍ରମଣ ଭିତରେ ଆର୍ଥିକ ମାନ୍ଦାବସ୍ଥା କାରଣରୁ ସାଧାରଣ ଲୋକେ ଅଧିକ ପ୍ରଭାବିତ ହୋଇଛି । ଲୋକଙ୍କ ରୋଷେଇ ଘର ବଜେଟ୍ ବିଗିଡି ଯାଇଛି । ଇଟି ରିପୋର୍ଟ […]

black fungus
ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କଲା ଉତ୍ତରପ୍ରଦେଶ : କରୋନା ପରେ ଭୟ ସୃଷ୍ଟି କରିଛି ନୂଆ ରୋଗ

ଲକ୍ଷ୍ନୌ : ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କଲେ ଉତ୍ତର ପ୍ରଦେଶ ସରକାର । ଦେଶରେ କିଛି ଦିନ ମଧ୍ୟରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ନୂଆ ସମସ୍ୟା ରୂପେ ଉଭା ହୋଇଛି ମ୍ୟୁକରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ । ଏଥିପାଇଁ ବିଭିନ୍ନ ରାଜ୍ୟରେ ବ୍ଲାକ୍ ଫଙ୍ଗସକୁ ମହମାରୀ ଘୋଷଣା କରାଯାଇଛି । ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କରିଥିବା ଅଷ୍ଟମ ରାଜ୍ୟ ହେଲା ଉତ୍ତରପ୍ରଦେଶ । ଏହାପୂର୍ବରୁ ଗୁଜୁରାଟ, ତେଲେଙ୍ଗାନା, ରାଜସ୍ଥାନ, ଆସାମ, […]

ram nath kovind
ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର ହେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଅଧିକ ଚିକିତ୍ସା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦିଲ୍ଲୀ ଏମ୍ସକୁ ରେଫର୍‌ କରାଯାଇଛି। ବର୍ତ୍ତମାନ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ଗତକାଲି ରାଷ୍ଟ୍ରପତି ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଛାତିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ଲାଗି ରାଷ୍ଟ୍ରପତିଙ୍କୁ ଗତକାଲି ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ରାଷ୍ଟ୍ରପତିଙ୍କର ରୁଟିନ୍‌ ଚେକ୍ଅପ୍ ହେବା ସହ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ୍ ସୂତ୍ରରୁ ସୂଚନା ଦିଆଯାଇଥିଲା। ସେଠାରେ ତାଙ୍କୁ […]

school
ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି : ଚଳିତ ବର୍ଷ ବୃଦ୍ଧି କରାଯିବନି ସ୍କୁଲ ଫି

ଲକ୍ଷ୍ନୌ : ବଡ଼ ନିଷ୍ପତ୍ତି ନେଲେ ଯୋଗୀ ସରକାର । ସଙ୍କଟ ବେଳେ ବଢ଼ିବନି ସ୍କୁଲ ଫି । ରାଜ୍ୟ ଲକଡାଉନରେ ଥିବା ବେଳେ ସରକାର ଲୋକଙ୍କ ଉପରୁ ଅତିିରିକ୍ତ ବୋଝ ହାଲୁକା କରିବାକୁ ଏପରି ପଦକ୍ଷେପ ନେଇଛନ୍ତି ।  ସରକାର ଆଗାମୀ ଶିକ୍ଷାବର୍ଷ (୨୦୨୧-୨୦୨୨) ପାଇଁ ସ୍କୁଲ ଫି ବୃଦ୍ଧି ଉପରେ ପ୍ରତିବନ୍ଧକ ଲଗାଇଥିବା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା । କରୋନାର ଦ୍ୱିତୀୟ ଲହରୀ ଚାଲିଥିବା ବେଳେ ଅନେକ ପରିବାର ଆର୍ଥିକ ଭାବେ […]

pm
‘ଅପାଣାର ଲୋକଙ୍କୁ ଛଡ଼ାଇ ନେଉଛି ଭାଇରସ୍‌’

ନୂଆଦିଲ୍ଲୀ : ନିଜ ଲୋକଙ୍କୁ ଦୂରେଇ ଦେଇଛି ଭାଇରସ୍ । କାହାର ମା’, କାହାର ପୁଅ ତ ଆଉ କାହା ଘରକୁ ମୁରବୀଶୂନ୍ୟ କରିଛି କରୋନା । ଡାକ୍ତରଙ୍କ ସହ କଥା ହେଲା ବେଳେ ଏପରି କହି ଭାବୁକ ହେଲେ ପ୍ରଧାନମନ୍ତ୍ରୀ । ମହାମାରୀର ସ୍ଥିତି ନେଇ ଭିଡିଓ କନଫରେନ୍ସି ମାଧ୍ୟମରେ ବାରାଣାସୀର ଡାକ୍ତର, ପାରାମେଡିକାଲ ଷ୍ଟାଫ୍ ଓ ଅନ୍ୟ ସମ୍ମୁଖ ଯୋଦ୍ଧା ମାନଙ୍କ ସହ ଆଜି ଆଲୋଚନା କରିଛନ୍ତି ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାମାରୀର […]

election
ମତଦାନ ବେଳେ ହିଂସାକାଣ୍ଡ, ଫୁଟିଲା ଗୁଳି

କୋଲକାତା: ଗୋଟିଏ ପଟେ ମତଦାନ ଚାଲିଥିବା ବେଳେ ଅନ୍ୟପଟେ ଦେଖିବାକୁ ମିଳିଛି ହିଂସା।ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ମତଦାନ ବେଳେ କେତେକ ସ୍ଥାନରେ ସାମାନ୍ୟ ହିଂସା ଦେଖିବାକୁ ମିଳିଛି। ଭୋଟିଂ ବେଳେ ପୂର୍ବ ମେଦିନାପୁର ଜିଲ୍ଲାର ସତସତମଲ ଓ ଭଗବାନପୁର ନିର୍ବାଚନମଣ୍ଡଳୀ ବୁଥ୍‌ରେ ହିଂସାକାଣ୍ଡ ହୋଇଛି। ମତଦାନ ବେଳେ ଗୁଳିକାଣ୍ଡ ହେବାରୁ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ତୃଣମୂଳ କଂଗ୍ରେସ ସମର୍ଥକମାନେ ବୁଥ୍‌ରେ ଆତଙ୍କରାଜ ଚଳାଇଥିବା […]

black fungus
ତୀବ୍ର ବେଗରେ ମାଡ଼ୁଛି ବ୍ଲାକ୍ ଫଙ୍ଗସ୍ : ଦେଶରେ ଏବେ ସୁଦ୍ଧା ୭୨୫୧ ରୋଗୀ ଚିହ୍ନଟ, ୨୧୯ ମୃତ

ନୂଆଦିଲ୍ଲୀ : ଦେଶ କରୋନା ମହାମାରୀର ଦ୍ୱିତୀୟ ଲହରୀର ଭୟାବହତା ମଧ୍ୟରେ ଆତଙ୍କ ସୃଷ୍ଟି କଲାଣି ବ୍ଲାକ୍ ଫଙ୍ଗସ୍ । କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣ ସାମାନ୍ୟ ଥମିଥିବା ବେଳେ ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ସାଜିଛି ମ୍ୟୁକରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ । ଦେଶର ବିଭିନ୍ନ ସ୍ଥାନରେ ମୋଟ ୭୨୫୧ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା ବେଳେ ଏଥିରେ ୨୧୯ ଲୋକ ପ୍ରାଣ ହରାଇ ସାରିଲେଣି । ଏହାକୁ […]

ranchi
ପର ହୋଇଗଲା ପୁଅ : ବୃଦ୍ଧ ମହିଳାଙ୍କୁ ନୂଆ ଜୀବନ ଦେଲେ କରୋନା ଯୋଦ୍ଧା

କରୋନା ସଂକ୍ରମିତ ମା’କୁ ମେଡ଼ିକାଲରେ ଛାଡ଼ି ଫେରାର ମାରିଲେ ପୁଅବୋହୂ ହସ୍ପିଟାଲରେ ଭର୍ତ୍ତି କରିବା ସମୟରେ ଦେଲେ ଭୁଲ ନାମ ଓ ଠିକଣା ଡାକ୍ତର ଓ ନର୍ସମାନେ ଦିନ ରାତି ସେବା କରି ବୃଦ୍ଧ ମହିଳାଙ୍କୁ ନୂଆ ଜୀବନ ଦେଲେ ରାଞ୍ଚି : ପର ହୋଇଗଲା ପୁଅ, ଆପଣାର କରି ନୂଆ ଜୀବନ ଦେଲେ କରୋନା ଯୋଦ୍ଧା । ସଂକ୍ରମଣ ଭୟ ଭିତରେ ଛିଣ୍ଡିଗଲା ମମତାର ଡୋର । ପୁଅ ଭୁଲିଗଲା ମା’ର ନିସ୍ୱାର୍ଥପର ଭଲପାଇବା । […]

bhind
ବିବାହ ଉତ୍ସବରେ ସାମିଲ ହେବା ମହଙ୍ଗା ପଡ଼ିଲା, ବେଙ୍ଗ ଡିଆଁ ମାରି ମାରି ଘରକୁ ଫେରିଲେ ଅତିଥି

ଭିଣ୍ଡ : ବିବାହ ଉତ୍ସବରେ ସାମିଲ ହେବାକୁ ଆସିଥିଲେ, ବେଙ୍ଗ ଡିଆଁ ମାରି ମାରି ଘରକୁ ଫେରିଲେ । ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାରେ ଏକ ବିବାହ ଉତ୍ସବରେ ସାମିଲ ହୋଇଥିବା ଲୋକଙ୍କୁ ଏପରି ସଜା ଦେଇଛି ପୋଲିସ୍ । ଲକଡାଉନ ମଧ୍ୟରେ କୋଭିଡ କଟକଣା ଉଲ୍ଲଂଘନ କରି ଧୁମଧାମରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଶହ ଶହ ଲୋକ ବିବାହରେ ସାମିଲ ହୋଇଥିଲେ । ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ସେଠାରେ ପହଞ୍ଚି […]

jhabreda
‘ଭୋଟ ମାଗିବା ପାଇଁ ଆସିଲେ, ଲାଠି ମାଡ଼ ଖାଇବ’ : ବିଧାୟକଙ୍କ କ୍ଲାସ ନେଲେ ଗ୍ରାମବାସୀ

ଝବରେଡ଼ା : ଲୋକ ପ୍ରତିନିଧିଙ୍କ କ୍ଲାସ ନେଲେ ଜନତା । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ ବେଳେ ବିଧାୟକଙ୍କୁ ଘେରିଲେ ଗାଁ ଲୋକେ । ଭୋଟ୍ ନେଇ ଜନତାଙ୍କ ବିଷୟରେ ଭୁଲି ଯାଇଥିବା ନେତାଙ୍କୁୁ ଆଇନା ଦେଖାଇଲେ ଗ୍ରାମବାସୀ । ଉତ୍ତରାଖଣ୍ଡ ଝବରେଡା ଗାଁରେ ଏପରି ଘଟଣା ଦେଖିବାକୁ ମଳିିଛି । ବିଜେପି ବିଧାୟକ ପିଏଚସି ପରିଦର୍ଶନ ସମୟରେ ଗ୍ରାମବାସୀଙ୍କ ରୋଷର ଶିକାର ହୋଇଛନ୍ତି । ବିଜେପି ବିିଧାୟକ ଦେଶରାଜ କର୍ଣ୍ଣୱାଲ ଗତକାଲି ଝବରେଡ଼ା ଗାଁ ସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ର […]

dap
କୃଷକଙ୍କ ହିତରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ପୁରୁଣା ମୂଲ୍ୟରେ ଡିଏପି ସାର ପାଇବେ ଚାଷୀ ଭାଇ

ନୂଆଦିଲ୍ଲୀ : କୃଷକମାନଙ୍କ ପାଇଁ ଖୁସି ଖବର । ସରକାର ଡିଏପି (DAP Fertiliser)  ସାର ଉପରେ ୧୪୦ ପ୍ରତିଶତ ସବସିଡି ବୃଦ୍ଧି କରିଛନ୍ତି। ବର୍ତ୍ତମାନ କୃଷକମାନେ ବସ୍ତା ପିଛା ୫୦୦ ଟଙ୍କା ବଦଳରେ ୧୨୦୦ ଟଙ୍କା ସବସିଡି ପାଇବେ।  ଯଦ୍ୱାର ବସ୍ତା ପିଛା ୨୪୦୦ ଟଙ୍କା ଦେବା ପରିବର୍ତ୍ତେ ମାତ୍ର ୧୨୦୦ ଟଙ୍କା ଦେବାକୁ ପଡ଼ିବ ।  ଅର୍ଥ  ଚାଷୀ ଭାଇମାନେ ପୁରୁଣା ମୂଲ୍ୟରେ ସାର ପାଇପାଇବେ । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ […]

white
ବ୍ଲାକ୍ ପରେ ହ୍ୱାଇଟ୍ ଫଙ୍ଗସ୍ ଆତଙ୍କ

ପାଟଣା : ବ୍ଲାକ୍ ଫଙ୍ଗସ୍ ପରେ ହ୍ୱାଇଟ୍ ଫଙ୍ଗସ୍ ଆତଙ୍କ । କରୋନା ମହାମାରୀ ମଧ୍ୟରେ ବିହାରରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।  ଏହାରି ଭିତରେ ହ୍ୱାଇଟ୍ ଫଙ୍ଗସ୍ ମାମଲା ଆସିବା ପରେ ରାଜ୍ୟରେ ଭୟର ବାତାବରଣ ଖେଳିଯାଇଛି । ବିହାରର ରାଜଧାନୀ ପାଟନାରେ ହ୍ୱାଇଟ୍ ଫଙ୍ଗସ(White Fungus)ରେ ସଂକ୍ରମିତ ଚାରି ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ରୋଗୀଙ୍କ ମଧ୍ୟରେ ପାଟଣାର ଜଣେ ପ୍ରସିଦ୍ଧ ବିଶେଷଜ୍ଞ ମଧ୍ୟ ଅଛନ୍ତି। […]