• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

pm modi
ଦ୍ୱିତୀୟ ଡୋଜ୍‌ କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀ ସ୍ଥିତ ଏମ୍ସରେ କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଇଛନ୍ତି। ଟିକା ନେବା ବେଳର ଏକ ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମାର୍ଚ୍ଚ ୧ ତାରିଖରେ ପ୍ରଧାନମନ୍ତ୍ରୀ କରୋନା ଟିକା କୋଭାକ୍ସିନ୍‌ର ପ୍ରଥମ ଡୋଜ୍ ନେଇଥିଲେ। Got my second dose of the COVID-19 vaccine at AIIMS today. Vaccination is among the few ways we […]

corona
ଶିଶୁମାନଙ୍କ ପାଇଁ ଚିନ୍ତା ବଢ଼ାଇଛି କରୋନାର ଦ୍ୱିତୀୟ ଲହର, ଚିକିତ୍ସାଧୀନ ଅବସ୍ଥାରେ ୧୩ ବର୍ଷୀୟ ବାଳକର ମୃତ୍ୟୁ

ସୁରତ: କରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ବଢ଼ିଛି। କରୋନାର ଦ୍ୱିତୀୟ ଲହର ଶିଶୁମାନଙ୍କ ପାଇଁ ବିପଦ ଆଣିଛି। ଏଥିରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ଗୁଜରାଟର ବରୋଦାରେ ନବଜାତ ଯାଆଁଳା ଶିଶୁ କରୋନାରେ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ୧୩ ବର୍ଷୀୟ ଶିଶୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୁରତରେ ଏହି ଘଟଣା ଘଟିଛି। ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପୂର୍ବରୁ […]

KMGU-Doctors
ଟିକା ନେଇଥିବା ୪୦ ଡାକ୍ତରଙ୍କୁ କରୋନା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌ ସ୍ଥିତ King George’s Medical University (KGMU)ର ୪୦ ଜଣ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପଜିଟିଭ୍‌ଙ୍କ ମଧ୍ୟରେ କୁଳପତି ଲେଫ୍ଟନାଣ୍ଟ୍‌ ଜେନେରାଲ୍‌(ଅବସରପ୍ରାପ୍ତ) ବିପିନ୍‌‌ ପୁରୀ ଅଛନ୍ତି। ଦ୍ୱିତୀୟ ଥର ପାଇଁ ସେ କରୋନା ସଂକ୍ରମିତ ହୋଇଛନ୍ତି। ମାର୍ଚ୍ଚ ୨୫ରେ ସେ କରୋନାର ଦ୍ୱିତୀୟ ଟିକା ନେଇଥିଲେ। ମିଳିଥିବା ସୂଚନା ଅନୁସାରେ, ଗତ ୪ ଦିନ ମଧ୍ୟରେ ମେଡିକାଲ୍‌ ସୁପରିଟେଣ୍ଡେଣ୍ଟ୍‌ଙ୍କ ସମେତ ପାଖାପାଖି ୪୦ ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି। […]

JAWAN
ସାମ୍ନାକୁ ଆସିଲା ମାଓବାଦୀଙ୍କ କବ୍‌ଜାରେ ଥିବା ଯବାନଙ୍କ ଫଟୋ

ବିଜାପୁର: ଛତିଶଗଡ଼ ବିଜାପୁର ମାଓବାଦୀଙ୍କ ଆକ୍ରମଣରେ ନିଖୋଜ ଥିବା କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମାନହାସ୍‌ଙ୍କର ଫଟୋ ସାମ୍ନାକୁ ଆସିଛି। ତାଳ ବରଡ଼ା ଘେରା କୁଡ଼ିଆରେ ରାକେଶ୍ୱର ବସିଥିବା ଫଟୋରେ ଦେଖିବାକୁ ମିଳିଛି। ମାଓବାଦୀମାନେ ତାଙ୍କୁ ବନ୍ଧକ ରଖିଥିବା ଦାବି କରିଛନ୍ତି। ରାକେଶ୍ୱରଙ୍କୁ ଛାଡ଼ିବା ଲାଗି ମାଓବାଦୀମାନେ ମଧ୍ୟସ୍ଥି ଦେବାକୁ କହିଛନ୍ତି। ଶନିବାର ଦିନ ମାଓ ଆକ୍ରମଣରେ ୨୨ ଜଣ ଯବାନ ସହିଦ ହୋଇଥିବାବେଳେ ଜଣେ ନିଖୋଜ ଥିଲେ। ନିଖୋଜ ଯବାନ ରାକେଶ୍ୱର ସିଂ ମାନହାସ୍‌ ବୋଲି […]

akshay kumar
ଅଭିନେତା ଅକ୍ଷୟ କୁମାର ହସ୍ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ: କରୋନା ପଜିଟିଭ୍‌ ଚିହ୍ନଟ ପରେ ବଲିଉଡ ଅଭିନେତା ତଥା ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଜାତୀୟ ଗଣମାଧ୍ୟମ The Times Of Indiaର ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ୫ଟାରେ ମୁମ୍ବାଇର ପୋୱାଇ ସ୍ଥିତ Hiranandani ହସ୍ପିଟାଲ୍‌ରେ ଅକ୍ଷୟଙ୍କୁ ଭର୍ତ୍ତି କରାଯାଇଛି। କରୋନା ପଜିଟିଭ୍ ଚିହ୍ନଟ ନେଇ ଗତକାଲି ନିଜେ ଟ୍ୱିଟ୍‌ କରି ସୂଚନା ଦେଇଥଥିଲେ ଅକ୍ଷୟ। ବର୍ତ୍ତମାନ ସେ ହୋମ୍‌ କ୍ୱାରେଣ୍ଟିନରେ ରହିଥିବା ବେଳେ ସୁସ୍ଥ ଥିବା ଟ୍ୱିଟ୍ ଯୋଗେ […]

two covid--patient-in-one-bed
ଗୋଟିଏ ବେଡ୍‌ରେ ଶୋଇଛନ୍ତି ୨ କୋଭିଡ୍‌ ରୋଗୀ, ଫଟୋ ଭାଇରାଲ୍‌

ମୁମ୍ବାଇ: ଦେଶରେ ଅଣାୟତ କରୋନାର ଦ୍ୱିତୀୟ ଲହର। କରୋନା ସଂକ୍ରମଣ ବଢୁଥିବା ବେଳେ ଅନ୍ୟ ରାଜ୍ୟ ତୁଳନାରେ ମହାରାଷ୍ଟ୍ରରେ କରୋନାର ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି। ହେଲେ ଏସବୁ ଭିତରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହାକି ମହାରାଷ୍ଟ୍ରରେ କୋଭିଡ୍‌ର ଭୟଙ୍କର ସ୍ଥିତି ବଖାଣୁଛି। ମହାରାଷ୍ଟ୍ରର ଏକ ହସ୍ପିଟାଲ୍‌ରେ ୨ ଜଣ କୋଭିଡ୍ ରୋଗୀ‌ ଗୋଟିଏ ବେଡ୍‌ରେ ଲଗାଲଗି ହୋଇ ଶୋଇଥିବା ଦେଖିବାକୁ ମିଳିଛି। ସୋସିଆଲ୍‌ ମିଡିଆରେ ଏହି ଫଟୋ ଭାଇରାଲ୍‌ ହେବାରେ ଲାଗିଛି। ସୂଚନା […]

akshay kumar
ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କୁ କରୋନା

ମୁମ୍ବାଇ: ବଲିଉଡ ଅଭିନେତା ତଥା ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ଅକ୍ଷୟ। ବର୍ତ୍ତମାନ ସେ ହୋମ୍‌ କ୍ୱାରେଣ୍ଟିନରେ ରହିଥିବା ବେଳେ ସୁସ୍ଥ ଥିବା ଟ୍ୱିଟ୍ ଯୋଗେ ସେ ସୂଚନା ଦେଇଛନ୍ତି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନା ଟେଷ୍ଟ କରାଇନେବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି। ଖୁବ୍‌ ଶୀଘ୍ର ବ୍ୟାକ୍‌ କରିବେ ବୋଲି ଅକ୍ଷୟ କହିଛନ୍ତି। ?? […]