ବେଙ୍ଗାଲୁରୁ: ଆସନ୍ତାକାଲି ରାତି ୯ଟାରୁ କର୍ଣ୍ଣାଟକରେ କରୋନା କର୍ଫ୍ୟୁ ଲାଗୁ ହେବ। ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏହି କଟକଣା ଲାଗୁ ହେବ। କଟକଣା ସମୟରେ ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ଜରୁରୀ ସେବାକୁ ଅନୁମତି ମିଳିବ। ସକାଳ ୧୦ଟା ପରେ ସବୁ ଦୋକାନ ବନ୍ଦ ରହିବ। କେବଳ ନିର୍ମାଣ, ଉତ୍ପାଦନ ଓ କୃଷିକ୍ଷେତ୍ର ସେକ୍ଟର ସହ ଜଡ଼ିତ କାର୍ଯ୍ୟକୁ ଅନୁମତି ମିଳିବ। ସାଧାରଣ ଯାତାୟାତ ବନ୍ଦ ରହିବ। ଏନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ […]
ରାଞ୍ଚି: ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଗୋଟିଏପଟେ ହସ୍ପିଟାଲ୍ରେ ରୋଗୀଙ୍କ ପାଇଁ ବେଡ୍ ଓ ଅକ୍ସିଜେନ୍ର ଅଭାବ ଦେଖା ଦେଇ ଥିବାବେଳେ ଅନ୍ୟପଟେ କରୋନା ରୋଗୀଙ୍କୁ ହସ୍ପିଟାଲ୍ରେ ପହଞ୍ଚାଇବା ପାଇଁ ଆମ୍ବୁଲାନ୍ସ ଓ ଅର୍ଥର ଅଭାବ ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଠିକ୍ ସମୟରେ ଆମ୍ବୁଲାନ୍ସ ନମିଳିବାରୁ ଚିକିତ୍ସାରେ ଅବହେଳା ଯୋଗୁ ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି। ଖାଲି ଏତିକି ନୁହେଁ, କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ନିଜ […]
ଆଲାପ୍ପୁଝା: କଥାରେ ଅଛି, ସମୟ ଓ ଜୁଆର କାହାକୁ ଅପେକ୍ଷା କରେ ନାହିଁ, ଏପରିକି କରୋନାକୁ ମଧ୍ୟ। ବିବାହ ଶାଢ଼ୀ ବଦଳରେ ପିପିଇ କିଟ୍ ପିନ୍ଧି ହସ୍ପିଟାଲ୍ରେ କରୋନା ଆକ୍ରାନ୍ତଙ୍କୁ ବିବାହ କଲେ ଯୁବତୀ। ମହାମାରୀ କରୋନା ଯୋଗୁ ଧୀରେ ଧୀରେ ମାନବିକତା ହଜି ଯାଉଥିବା ବେଳେ ଲୋକଙ୍କ ମଧ୍ୟରେ ପାଚେରି ହୋଇ ଛିଡ଼ା ହୋଇଛି ସଂକ୍ରମଣର ଭୟ। ଏପରିକି ନିଜ ଲୋକ ମଧ୍ୟ ପର କରି ଦେଉଛନ୍ତି। ହେଲେ ଏସବୁ ଭିତରେ ଏମିତି ଏକ ସକାରାତ୍ମକ […]
ସୁରତ ସ୍ଥିତ ଏକ ଘରୋଇ ହସ୍ପିଟାଲ୍ର ICUରେ ଅଗ୍ନିକାଣ୍ଡ ଅଗ୍ନିକାଣ୍ଡ ପରେ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ଗୁରୁତର ୧୬ କରୋନା ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଖାପାଖି ଅଧ ଘଣ୍ଟା ପରେ ଆୟତ୍ତକୁ ଆସିଲା ନିଆଁ ଏସିରେ ବ୍ଲାଷ୍ଟ୍ କିମ୍ବା ସର୍ଟ ସର୍କିଟ୍ ନଚେତ୍ ଓଭରଲୋଡିଂ ଯୋଗୁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ ସୁରତ: ଗୁଜରାଟ ସୁରତ ସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ରାତିରେ ଷ୍ଟେସନ ରୋଡ୍ ସ୍ଥିତ ଆୟୁଷ ହସ୍ପିଟାଲ୍ର ICUରେ […]
ଟୋକିଓ ଯିବାକୁ ଥିବା ଭାରତୀୟ ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଖେଳାଳିଙ୍କୁ ଶୁଭାଶିଷ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିସିରେ ଖେଳାଳିଙ୍କ ସହ ଉପସ୍ଥିତ ପରିଜନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଲେ ।
କୋଲକାତା: କୋଲକାତାରେ ପ୍ରତି ୨ ଜଣରେ ଜଣେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। କୋଲକାତା ଏବଂ ଏହାର ପାଖ ଅଞ୍ଚଳରେ RTPCR ଟେଷ୍ଟ କରୁଥିବା ପ୍ରତି ଦୁଇ ଜଣରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହିପରି ପଶ୍ଚିମବଙ୍ଗର ଅନ୍ୟ ଅଞ୍ଚଳରେ ପ୍ରତି ୪ ଜଣରେ ଜଣେ ପଜିଟିିଭ୍ ବାହାରୁଛନ୍ତି। ଏପ୍ରିଲ ମାସ ଆରମ୍ଭରେ ପ୍ରତି ୨୦ ଜଣରେ ଜଣେ ଆକ୍ରାନ୍ତ ହେଉଥିବା ବେଳେ ଏବେ ସଂକ୍ରମିତଙ୍କ ସଂଖ୍ୟା ୫ ଗୁଣା ବୃଦ୍ଧି ପାଇଛି। କିଛି ସ୍ଥାନରେ […]
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଲକ୍ଡାଉନ୍ ଅବଧିକୁ ଆଉ ସପ୍ତାହେ ପାଇଁ ବଢ଼ାଇ ଦିଆଯାଇଛି। ମେ’ ୩ ତାରିଖ ସକାଳ ୫ଟା ଯାଏ ଲକ୍ଡାଉନ୍ ଅବଧି ବୃଦ୍ଧି ଘୋଷଣା ହୋଇଛି। କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏଭଳି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏଥିରେ ବ୍ରେକ୍ ଲଗାଇବା ଲାଗି ଏପ୍ରିଲ ୨୬ ସକାଳ ୫ଟା ପର୍ଯ୍ୟନ୍ତ ଦିଲ୍ଲୀରେ ଲକ୍ଡାଉନ୍ କଟକଣା ଲାଗୁ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଘୋଷଣା କରିଥିଲେ। ଏହି […]
ଟୋକିଓ: ଜଣଙ୍କର ଦୁଇ-ତିନି ଜଣ ଗର୍ଲଫ୍ରେଣ୍ଡ୍ ଥିବା କଥା ହୁଏତ ଆପଣ ଶୁଣିଥିବେ, ହେଲେ ଏକାସଙ୍ଗେ ୩୫ ଜଣ ଗର୍ଲଫ୍ରେଣ୍ଡ୍ ଥିବା କଥା ଶୁଣିଲେ ଯେକେହିବି ଆଶ୍ଚର୍ଯ୍ୟ ହେବେ। ଜାପାନରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ତେବେ ଯୁବକଙ୍କ ମାତ୍ର ଗୋଟିଏ ଭୁଲ୍ ତାଙ୍କ ପାଇଁ ମହଙ୍ଗା ପଡ଼ିଥିଲା ଓ ଏଥିପାଇଁ ତାଙ୍କୁ ଜେଲ୍ ଯିବାକୁ ପଡ଼ିଛି। New York Postର ରିପୋର୍ଟ ଅନୁସାରେ, ଏକା ସମୟରେ ୩୫ ଜଣ ଯୁବତୀଙ୍କ ସହ ରିଲେଶନ୍ଶିପ୍ରେ ଥିବା […]
ମୁମ୍ବାଇ: ସାରା ଦେଶରେ ମହାମାରୀ କରୋନା ପୁଣିଥରେ ଏହାର କାୟା ବିସ୍ତାର କରିଛି। ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି। ମୃତ୍ୟୁହାର ମଧ୍ୟ ବଢ଼ୁଛି। ସବୁଠାରୁ ଚିନ୍ତାଜନକ ବିଷୟ, କରୋନାର ଏହି ଦ୍ୱିତୀୟ ଲହର ପ୍ରଥମ ଲହରଠାରୁ ଅଧିକ ଭୟଙ୍କର। ଦ୍ୱିତୀୟ ଲହରରେ ଅଧିକ ଲୋକ ସଂକ୍ରମିତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି। ଏଭଳି ସ୍ଥିତିରେ ସାଧାରଣ ଜନତାଙ୍କଠୁ ଆରମ୍ଭ କରି ରାଜନେତା, ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ କରୋନା ଲଢ଼େଇରେ ସାମିଲ ହୋଇଛନ୍ତି। […]
ନୂଆଦିଲ୍ଲୀ: ସାରା ଦେଶରେ କରୋନାକୁ ନେଇ ଏବେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। କେଉଁଠି ହସ୍ପିଟାଲ୍ରେ ବେଡ୍ ନାହିଁ ତ ଆଉ କେଉଁଠି ଅକ୍ସିଜେନ୍ର ଅଭାବ। ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟରେ ଦିଲ୍ଲୀବାସୀଙ୍କ ଦୁଃଖ ଦ୍ୱିଗୁଣିତ ହୋଇଯାଇଛି। ଦିଲ୍ଲୀର ହସ୍ପିଟାଲ୍ ଗୁଡ଼ିକରେ ଏବେ ବେଡ୍ ଓ ଅକ୍ସିଜେନ୍ ଅଭାବ ଦେଖା ଦେଇଛି। ଏସବୁ ଭିତରେ ଅକ୍ସିଜେନ୍ ଅଭାବରୁ ଦିଲ୍ଲୀର ଏକ ହସ୍ପିଟାଲ୍ରେ ୨୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଦିଲ୍ଲୀର ଜୟପୁର ଗୋଲ୍ଡେନ୍ […]
ପାଟନା: ତଳେ ପଡ଼ି ଛଟପଟ ହେଉଥାଏ ଭାଇ, ମୋତେ ବଞ୍ଚାଅ ବଞ୍ଚାଅ ବୋଲି କାନ୍ଦି କାନ୍ଦି ବିକଳରେ ଚିତ୍କାର କରୁଥାଏ। ହେଲେ କେହିନଥିଲେ ଜୀବନ ବଞ୍ଚାଇବା ପାଇଁ। ଘର ଭିତରେ ଭଉଣୀ ଥିଲେ ମଧ୍ୟ ଭାଇକୁ ସାହାଯ୍ୟ କରିପାରିନଥିଲେ। ଦୌଡ଼ି ଯାଇ ଭାଇର ଜୀବନ ବଞ୍ଚାଇବାକୁ ଗଲା ବେଳକୁ ସେତେବେଳକୁ ଭାଇର ଜୀବନ ଚାଲି ଯାଇଥିଲା। ଭଉଣୀଆଖି ସାମ୍ନାରେ ଚାଲିଗଲା ଭାଇର ଜୀବନ। ଭାଇ ପାଇଁ ରକ୍ଷାକବଚ ହୋଇ ଛିଡ଼ା ହୋଇପାରିନଥିଲା ଭଉଣୀ ଓ ସବୁଦିନ ପାଇଁ […]
ଉଜ୍ଜୈନ: ଠେଲା ଗାଡ଼ିରେ ଶୋଇଛନ୍ତି ଅସୁସ୍ଥ ମହିଳା ଓ ପାଖରେ ରଖାଯାଇଛି ଅକ୍ସିଜେନ୍ ସିଲିଣ୍ଡର। ଜଣେ ବ୍ୟକ୍ତି ଠେଲା ଗାଡ଼ି ଠେଲି ଠେଲି ନେଉଥିବା ବେଳେ ଆଉ ଜଣେ ବ୍ୟକ୍ତି ଅକ୍ସିଜେନ୍ ସିଲିଣ୍ଡର ଧରିଛନ୍ତି। ଦେଶରେ କରୋନା ସଂକ୍ରମଣ ବେକାବୁ ଥିବାବେଳେ ଏଭଳି ଦୃଶ୍ୟ ବର୍ଣ୍ଣନା କରୁଛି ବର୍ତ୍ତମାନର ସ୍ଥିତି ସମ୍ପର୍କରେ। ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ ଏଭଳି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଦିନକୁ ଦିନ ଦେଶରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଥିବା ବେଳେ […]
ଜିନ୍ଦ୍: ଦେଶରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ଗତକାଲି ଦୈନିକ ସଂକ୍ରମଣ ୩ ଲକ୍ଷ ପାର୍ ହୋଇଥିଲା। ଏସବୁ ଭିତରେ କରୋନା ଭ୍ୟାକ୍ସିନ୍ ଚୋରି ହୋଇଥିବା ମାମଲା ସାମ୍ନାକୁ ଆସିଛି। କୋଭିସିଲ୍ଡ ଓ କୋଭାକ୍ସିନ୍ ଭ୍ୟାକ୍ସିନ୍ର କିଛି ଡୋଜ୍ ଚୋରି ହୋଇଯାଇଥିଲା ଓ ପରେ ଚୋରି କରିଥିବା ବ୍ୟକ୍ତି ଏହାକୁ ଫେରାଇ ଦେଇଥିବା ଜଣାପଡ଼ିଛି। ଘଟଣାଟି ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏମିତି କିଛି ଘଟଣା ହରିୟାଣା ଜିନ୍ଦ୍ରେ ଘଟିଛି। ଏମିତି ଥିଲା […]
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ପ୍ରଥମ ଲହରଠୁ ଅଧିକ ଭୟଙ୍କର ଦେଖିବାକୁ ମିଳିଛି। ପ୍ରଥମ ଲହରରେ କରୋନାରେ ଯେତିକି ଆକ୍ରାନ୍ତ ହେଉଥିଲେ, ଦ୍ୱିତୀୟ ଲହରରେ ତା’ଠୁ ଅଧିକ ଆକ୍ରାନ୍ତ ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲ୍ରେ କେଉଁଠି ବେଡ୍ ମିଳୁ ନାହିଁ ତ ଆଉ କେଉଁଠି ଅକ୍ସିଜେନ୍ର ଅଭାବ ଦେଖାଦେଇଛି। ହସ୍ପିଟାଲ୍ରେ ବେଡ୍ ପାଇଁ ଲୋକଙ୍କୁ ଘଣ୍ଟା […]
ନୂଆଦିଲ୍ଲୀ: ଟିକା ନେବା ପରେ ବି ରହିଛି କରୋନା ସଂକ୍ରମଣ ଆଶଙ୍କା। ଟିକା ରୋଗ ଦୂରେଇବ, କିନ୍ତୁ ସଂକ୍ରମଣ ଦୂରେଇବ ନାହିଁ। ଟିକା ନେବା ପରେ ବି କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିପାରେ। ତେବେ ଏହା ଆପଣଙ୍କୁ ଗୁରୁତର ଅବସ୍ଥାକୁ ନେବ ନାହିଁ। ଏଭଳି କିଛି କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡଃ ରଣଦୀପ ଗୁଲେରିଆ। କରୋନା ସଂକ୍ରମଣରୁ ବଞ୍ଚିବାକୁ କରୋନା ଟିକା ନେବା ପରେ ବି ଠିକ୍ ଭାବେ ମାସ୍କ ପିନ୍ଧିବା ସହ କୋଭିଡ୍ […]
ନୂଆଦିଲ୍ଲୀ: ସିପିଆଇ(ଏମ୍) ନେତା ସୀତାରାମ ୟେଚୁରୀଙ୍କ ବଡ଼ ପୁଅ ଆଶିଷ ୟେଚୁରୀଙ୍କ ଦେହାନ୍ତ ହୋଇଛି। ଆଜି ସକାଳେ ୩୪ ବର୍ଷୀୟ ଆଶିଷ ୟେଚୁରୀଙ୍କ କରୋନାରେ ଦେହାନ୍ତ ହୋଇଥିବା ସୀତାରାମ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଜୁନ୍ ୯ ତାରିଖରେ ଆଶିଷଙ୍କୁ ୩୫ ବର୍ଷ ହୋଇଥାନ୍ତା। କରୋନାରେ ଆକ୍ରାନ୍ତ ହେବାପରେ ଆଶିଷ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା ଓ ସେ ଧୀରେ ଧୀରେ ସୁସ୍ଥ ମଧ୍ୟ ହେଉଥିଲେ। ହେଲେ ଆଜି ଭୋର […]