ନୂଆଦିଲ୍ଲୀ: ଲକ୍ଡାଉନ୍ ବେଳେ ଦିଲ୍ଲୀରୁ ଶ୍ରମିକଙ୍କ ପଳାୟନ ନେଇ ହୋଇଥିବା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଶ୍ରମିକଙ୍କ ରହଣି ସହ ଖାଦ୍ୟ ପାନୀୟ ବ୍ୟବସ୍ଥାର ଅନୁଧ୍ୟାନ ଓ ତଦାରଖ ଲାଗି ଏକ ବିଶେଷଜ୍ଞ କମିଟି ୨୪ ଘଣ୍ଟା ମଧ୍ୟରେ ଗଠନ କରିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହାସହ ଶ୍ରମିକମାନେ ଲକ୍ଡାଉନ୍ ନେଇ ସରକାରଙ୍କ ପଦକ୍ଷେପ ସଂପର୍କରେ ଯେପରି ସଠିକ ତଥ୍ୟ ପାଇପାରିବେ, ତାହାର ବନ୍ଦୋବସ୍ତ କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍. ଏ. […]
କେରଳ: ସାରା ଦେଶରେ ଲକ୍ଡାଉନ୍ ହୋଇଥିବା ଯୋଗୁଁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। କେରଳର ଏକ ଆଦିବାସୀ ଗାଁରେ ଅନେକ ଦିନ ଲୋକେ ଭୋକ ଉପାସରେ ରହିଥିବାବେଳେ ଏମାନଙ୍କ ପାଇଁ ଆଶାର କିରଣ ହୋଇଛନ୍ତି ବିଧାୟକ ଓ ଜିଲ୍ଲାପାଳ। କେରଳର ପଥନମଥିତାର ପାହାଡ଼ ଜଙ୍ଗଲ ଘେରା ଗାଁରେ ରହିଛନ୍ତି ଅନେକ ଆଦିବାସୀ। ତେବେ ସହର ଠାରୁ କାହିଁ କେତେ ଦୂରରେ ରହିଛି ଏହି ଗାଁ। ତେବେ ଏହି ଗାଁର ୩୭ଟି ପରିବାର ଲକଡାଉନ ଯୋଗୁଁ ବନ୍ଦୀ ହୋଇ […]
ନୂଆଦିଲ୍ଲୀ: ଦେଶ ପରେ ରାଜ୍ୟକୁ ରାଜ୍ୟ ଡେଇଁବାରେ ଲାଗିଛି ବିଶ୍ୱ ମହାମାରୀ ନୋଭେଲ କରୋନା। ୨୭ ରାଜ୍ୟକୁ ବ୍ୟାପିଥିବା ଏହି ମାରାତ୍ମକ ଭାଇରସ୍ ପ୍ରଭାବରେ ଏବେ ୧୦୭୧ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ଏବେ ୯୪୨ ଜଣଙ୍କ ଚିକିତ୍ସା କରାଯାଉଛି। ୧୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି ମୃତ୍ୟୁ ସଂଖ୍ୟା ୨୯କୁ ଛୁଇଁଛି। ଗତ ୨୪ ଘଣ୍ଟାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରତିଦିନ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁଁ ଏହା […]
ଭୁବନେଶ୍ୱର: ଲୋକପ୍ରିୟ ଓଡ଼ିଆ ରାପର୍ ସମୀର ରିଶୁ ମହାନ୍ତିଙ୍କର ଆଉ ଏ ନୂଆ ଗୀତ ‘ଓଡ଼ିଆ ମୋ ଭାଷା’ ରିଲିଜ୍ ହୋଇଯାଇଛି। ୟୁଟ୍ୟୁବ୍ରୁ ଆରମ୍ଭ କରି ଫେସ୍ବୁକ୍ ପର୍ଯ୍ୟନ୍ତ, ଚାରିଆଡ଼େ ଏହି ଗୀତକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ପ୍ରଥମ ଓଡ଼ିଆ ରାପ୍ ଗୀତ ‘ମୁଁ ହେଲି ଓଡ଼ିଆ’ ମାଧ୍ୟମରେ ସେ ଖୁବ୍ ପରିଚିତ ହୋଇଥିଲେ। ସମୀରଙ୍କ ପ୍ରତି ଗୀତ ଭଳି ଏଥିରେ ମଧ୍ୟ ଓଡ଼ିଆ ଭାଷା, ଚାଲିଚଳଣି, ଓଡ଼ିଆ କଳା, ସଂସ୍କୃତି ସହ ଓଡ଼ିଶାର ଝଲକ […]
ଲକ୍ଷ୍ନୌ: ନୋଭେଲ କରୋନା ଭୂତାଣୁ ଆତଙ୍କ ଆପଣାରମାନଙ୍କୁ ଦୂରେଇ ଦେଉଥିବାବେଳେ ଉତ୍ତରପ୍ରଦେଶର ବୁଲନ୍ଦଶେହର ଜିଲ୍ଲାରେ କିନ୍ତୁ ଦୁଇ ସମ୍ପ୍ରଦାୟକୁ ଏକାଠି କରିଛି। ସାରା ଦେଶ ଲକ୍ଡାଉନ୍ ଥିବା ବେଳେ ହିନ୍ଦୁ-ମୁସଲମାନ ଭାଇଚାରା ଦୃଶ୍ୟ ସାମ୍ନାକୁ ଆସିଛି। ଏଠାରେ ଜଣେ ହିନ୍ଦୁ ଭାଇଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ଥାନୀୟ ମୁସଲମାନ ଭାଇମାନେ ଲକ୍ଡାଉନ୍ ପରିସ୍ଥିତିରେ ମଧ୍ୟ ଅନ୍ତିମ ସଂସ୍କାର କାର୍ଯ୍ୟ ଶେଷ କରିଛନ୍ତି। ଏଭଳି ଭାଇଚାରାର ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଘଟଣାଟି ଆନନ୍ଦବିହାର ଅଞ୍ଚଳର। ଏଠାରେ […]
ପୁଣେ: ଚିକିତ୍ସା ବିଜ୍ଞାନରେ ଭାରତକୁ ଏକ ବଡ଼ ସଫଳତା। ମାତ୍ର ୧୨ଶହ ଟଙ୍କାରେ ହୋଇପାରିବ କରୋନା ଟେଷ୍ଟ। ଆଉ ୭ ନୁହେଁ ଅଢ଼େଇ ଘଣ୍ଟାରେ ବି ଚିହ୍ନଟ ହୋଇଯିବ କୋଭିଡ଼-୧୯ ଭୂତାଣୁ। ଏଭଳି ଏକ ଟେଷ୍ଟିଂ କିଟ୍ ବାହାରିଛି ଯାହାର ନାଁ ପାଥୋ ଡିଟେକ୍ଟ। ମହାରାଷ୍ଟ୍ର ପୁଣେ ସ୍ଥିତ ମାଇଁ ଲ୍ୟାବ୍ ଡିସକଭରି ଫାର୍ମ ଦ୍ୱାରା ପ୍ରସ୍ତୁତ ଏହି କିଟ୍ରେ ଥରକେ ବି ହୋଇପାରିବ ୧୦୦ଟି ସାମ୍ପଲ୍ ଟେଷ୍ଟ। ସତ୍ୟତା ପରୀକ୍ଷଣ ପରେ ଅଧିକ ସଂଖ୍ୟକ କିଟ୍ […]