• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

india
ନାଗପୁରରେ ଭାରତ ବିଜୟୀ

ନାଗପୁର: ଯୁବ ଅଲରାଉଣ୍ଡର ଶିବମ ଦୁବେଙ୍କ ନିର୍ଣ୍ଣାୟକ ମୋଡ଼ରେ ୱିକେଟ ଦଖଲ ଓ ଦୀପକ ଚହରଙ୍କ ଘାତକ ବୋଲିଂ ବଳରେ ଟିମ୍‌ ଇଣ୍ଡିଆ ଅନ୍ତିମ ଟି-୨୦ରେ ବାଂଲାଦେଶକୁ ୩୦ ରନ୍‌ରେ ହରାଇ ସିରିଜ୍‌ କବଜା କରିଛି। ଭାରତ ଦେଇଥିବା ୧୭୫ ରନ୍‌ର ଟାର୍ଗେଟ ପିଛା କରୁଥିବା ବାଂଲାଦେଶ ୧୪୪ ରନ କରି ଅଲଆଉଟ୍‌ ହୋଇଯାଇଛି।  ଏଥିସହ ଭାରତ ବିପକ୍ଷରେ ପ୍ରଥମଥର ଟି-୨୦ ସିରିଜ୍‌ ଜିତିବାକୁ ଲକ୍ଷ୍ୟ ରଖିଥିବା ବାଂଲାଦେଶର ସ୍ୱପ୍ନ ମଧ୍ୟ ଭାଙ୍ଗିଚୂରମାର ହୋଇଯାଇଛି। ଦୀପକ ଚହର […]

ncp
ଏନ୍‌ଡିଏରୁ ଓହରିଲେ ଶିବସେନାକୁ ସମର୍ଥନ ଦେବ ଏନ୍‌ସିପି

ମୁମ୍ବାଇ: ବିଜେପି ସରକାର ଗଠନ ପାଇଁ ଦାବି କରିବ ନାହିଁ ବୋଲି କହିବା ପରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ଶିବସେନାକୁ ସରକାର ଗଠନ କରିବାକୁ ନିମନ୍ତ୍ରଣ କରିଛନ୍ତି। ଏଭଳି ସ୍ଥିତିରେ ଶିବସେନାକୁ ସମର୍ଥନ ଦେବା ପାଇଁ ଏନ୍‌ସିପି  ଆଗ୍ରହ ପ୍ରକାଶ କରିଛି। କିନ୍ତୁ ଏନ୍‌ସିପି ସର୍ତ୍ତ ରଖିଛି, ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରୁ ଓହରିଲେ ଯାଇ ଉଦ୍ଧବ ଠାକ୍‌ରେଙ୍କ ଦଳକୁ ସମର୍ଥନ ଦିଆଯିବ। ମହାରାଷ୍ଟ୍ର ବିଧାନସଭାରେ ମୋଟ ୨୮୮ ସଦସ୍ୟ ଥିବାବେଳେ ବିଜେପି ପାଖରେ ୧୦୫ […]

ଗଲ୍ଗୋ
ବାଂଲାଦେଶକୁ ୧୭୫ ରନ୍‌ର ଟାର୍ଗେଟ ଦେଲା ଭାରତ

ନାଗପୁର: ଶ୍ରେୟସ ଆୟରଙ୍କ ବିସ୍ଫୋରକ ୬୨ ଓ କେଏଲ ରାହୁଲଙ୍କ ୩୫ ବଲରେ ୫୨ ରନ୍‌ ବଳରେ ଟିମ୍‌ ଇଣ୍ଡିଆ ବାଂଲାଦେଶ ବିପକ୍ଷ ନିର୍ଣ୍ଣାୟକ ଟି-୨୦ରେ ୫ ୱିକେଟ ହରାଇ ୧୭୪ ରନ୍‌ କରିଛି। ଫଳରେ ବାଂଲାଦେଶ ଏହି ମ୍ୟାଚ୍‌ ସହ ଭାରତ ବିପକ୍ଷରେ ପ୍ରଥମ ଟି-୨୦ ସିରିଜ ଜିତିବାକୁ ୧୭୫ ରନ୍‌ର ଟାର୍ଗେଟ ପାଇଛି। ନାଗରପୁର ପିଚ୍‌ ବ୍ୟାଟସମ୍ୟାନଙ୍କୁ ସୁହାଉଥିବାରୁ ଏବେ ୧୭୦ ରନ୍‌କୁ ଡିଫେଣ୍ଡ କରିବା ଟିମ୍‌ ଇଣ୍ଡିଆ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। […]

bulbul--land
ବାତ୍ୟା ‘ବୁଲବୁଲ୍‌’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ

ପଶ୍ଚିମବଙ୍ଗ : ବାତ୍ୟା ‘ବୁଲବୁଲ୍‌’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ସାଗର ଦ୍ୱୀପ-ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିଛି । ଲ୍ୟାଣ୍ଡଫଲ୍‌ ସମୟରେ ପବନର ବେଗ ୧୧୫ରୁ ୧୨୫ କି.ମି ସୂଚନା ରହିଛି। ପବନର ବେଗ ବଢ଼ି ୧୪୦ କି.ମି ହେବାର ଆକଳନ କରାଯାଉଛି। ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ୩ଘଣ୍ଟା ଧରି ଜାରି ରହିବ ଓ ତାର ତାଣ୍ଡବ ରଚିବ । ବାତ୍ୟା ବୁଲବୁଲ ଆଜି ରାତି ୧୧ଟା ମଧ୍ୟରେ ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ୍ କରିବ […]

modi
'ଦୁନିଆ ଦେଖିଲା ଭାରତର ଲୋକତନ୍ତ୍ର କେତେ ଜୀବନ୍ତ, କେତେ ମଜବୁତ୍‌'

ନୂଆଦିଲ୍ଲୀ :  ଆଜି ଦୁନିଆ ଦେଖିଲା ଭାରତର ଲୋକତନ୍ତ୍ର କେତେ ଜୀବନ୍ତ, କେତେ ମଜବୁତ। କୋର୍ଟଙ୍କ ରାୟକୁ ସବୁ ବର୍ଗର ଲୋକ, ଖୋଲା ହୃଦୟରେ ସ୍ୱାଗତ କଲେ। ଐତିହାସିକ ଅଯୋଧ୍ୟା ରାୟ ଆସିବା ପରେ ଦେଶବାସୀଙ୍କୁ ସମ୍ବୋଧିତ କରି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କିହଛନ୍ତି, କୋର୍ଟଙ୍କ ରାୟକୁ ସବୁ ବର୍ଗର ଲୋକ, ଖୋଲା ହୃଦୟରେ ସ୍ୱାଗତ କରିଥିବାରୁ ବିବିଧତା ମଧ୍ୟରେ ଏକତାକୁ ଆଜି ପୁଣି ପ୍ରମାଣିତ କରିଛି ସାରା ଦେଶବାସୀ ଆଜି […]

mm
୫୦୦ ବର୍ଷ ପୁରୁଣା ଅଯୋଧ୍ୟା ବିବାଦ ; ପଢ଼ନ୍ତୁ ଏହି ମାମଲାର ପୁରା ଇତିହାସ

ଇତିହାସ ଅନୁସାରେ ୧୫୨୮ରେ ଅଯୋଧ୍ୟାରେ ନିର୍ମାଣ କରାଯାଇଥିଲା ବାବରି ମସଜିଦ। ଏହାକୁ ନିର୍ମାଣ କରାଇଥିଲେ ମୋଗଲ ସମ୍ରାଟ ବାବରଙ୍କ ସେନାପତି ମିର୍ ବାକି । ଆଜିର ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଦ୍ୱାଦଶ ଶତାଦ୍ଦୀରେ ସେଠାରେ ମନ୍ଦିର ଥିଲା । ମସଜିଦ ନିର୍ମାଣ କରାଯାଇଥିବାରୁ ୧୮୫୩ ରେ ପ୍ରଥମ ଥର ପାଇଁ ଦେଖାଦେଇଥିଲା ସାଂପ୍ରଦାୟିକ ହିଂସା। ୧୮୮୫ ମସିହାରେ ମହନ୍ତ ରଘୁବୀର ଦାସ ସେଠାରେ ଏକ ଚାନ୍ଦୁଆ ଟାଣିବାକୁ ପାଇଁ ଫୈଜାବାଦ ଜିଲ୍ଲା କୋର୍ଟକୁ ଅନୁମତି ମାଗିଥିଲେ । […]

sc
ଅଯୋଧ୍ୟା ଅଧ୍ୟାୟର ଅନ୍ତ

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପଥ ପରିଷ୍କାର। ଦେଶର ସବୁଠୁ ବଡ଼ ଓ ଚର୍ଚ୍ଚିତ ବିବାଦର ଅନ୍ତ ଘଟାଇ ଆଜି ସୁପ୍ରିମକୋର୍ଟ ଶୁଣାଇଛନ୍ତି ଐତିହାସିକ ଅଯୋଧ୍ୟା ରାୟ। କହିଛନ୍ତି ବିବାଦୀୟ ଜମିରେ ହିଁ ନିର୍ମାଣ ହେବ ରାମ ମନ୍ଦିର। ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଚୂଡ଼ାନ୍ତ ରାୟ ଶୁଣାଇ- ବିବାଦୀୟ ୨.୭୭ ଏକର ଜାଗାକୁ ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। […]

parasharan
ସେ କିଏ ଜାଣନ୍ତି ? ୯୨ ବର୍ଷ ବୟସରେ ବି ଲଢ଼ୁଥିଲେ ଅଯୋଧ୍ୟା କେସ୍‌

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମି ମାମଲାର ଅନ୍ୟତମ ଚର୍ଚ୍ଚିତ ଅଙ୍ଗ ଥିଲେ ରାମଲାଲା ବିରାଜମାନଙ୍କ ଓକିଲ କେ ପରାଶରନ୍‌। କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ଦାୟିତ୍ୱ ତୁଲାଇସାରିଥିବା ଏହି ବରିଷ୍ଠ ଓକିଲ ୯୨ ବର୍ଷ ବୟସରେ ମଧ୍ୟ ଏହି ମାମଲା ଲଢ଼ୁଥିଲେ। ୧୯୨୭ ମସିହାରେ ତାମିଲନାଡ଼ୁର ଶ୍ରୀରଙ୍ଗମ୍‌ଠାରେ ଜନ୍ମ ନେଇଥିବା ପରାଶରନ୍‌ଙ୍କ ବାପା ମଧ୍ୟ ଓକିଲ ଥିଲେ। ୧୯୫୮ରେ ଓକିଲ ବୃତ୍ତି ଆରମ୍ଭ କରି ୧୯୭୬ ମସିହାରେ ତାମିଲନାଡ଼ୁ ସରକାରଙ୍କ ଆଡଭୋକେଟ୍‌ ଜେନେରାଲ ଦାୟିତ୍ୱ ନେଇଥିଲେ। ୨୦୦୩ […]

bulbs--
କୁଡ଼ିଆରେ ଗୋଟିଏ ବିଦ୍ୟୁତ୍‌ ବଲ୍‌ବ ଜଳୁଥିଲା, ବିଲ୍‌ ଆସିଲା ୪୬ ଲକ୍ଷ !

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାର ବରନାୱାଁ ଗାଁରେ ଏକ ଅଜବ ଧରଣର ଘଟଣା ଦେଖିବାକୁ ମିଳିଛି। ଗୋଟିଏ ବଲବ ଜଳୁଥିବା ଜଣେ ଦିନ ମଜୁରିଆଙ୍କ ଘରକୁ ବିଦ୍ୟୁତ୍‌ ବିଭାଗ ତରଫରୁ ବିଲ୍‌ ଆସିଛି ୪୬ ଲକ୍ଷ । ଯାହାକୁ ନେଇ ଚର୍ଚ୍ଚା । ଆଉ ଏତେ ପରିମାଣର ବିଦ୍ୟୁତ୍‌ ବିଲ୍‌ ଦେଖି ଏହି ବ୍ୟକ୍ତି ଜଣଙ୍କ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସୂଚନା ମୁତାବକ , ଯଶପାଲ ନାମକ ଏହି ବ୍ୟକ୍ତି ଜଣକ ‘ସୌଭାଗ […]

winter
ଶୀତରେ ତ୍ୱଚା ଶୁଷ୍କ ହୋଇଯାଉଛି କି ? କିପରି ଏହାର ଯତ୍ନ ନେବେ , ଜାଣନ୍ତୁ

ଏବେ ଶୀତ ଧିରେ ଧିରେ ଅନୁଭୂତ ହେଲାଣି । ଆଉ ତ୍ୱଚା ଶୁଷ୍କ  ହେବା ଦେଖାଦେଲାଣି । ଏହି ସମସ୍ୟାରେ ଭାରି ଅସହଜ ମନେହୁଏ । ଅଫିସରେ କୌଣସି କାମ କଲାବେଳେ କି କାହା ସହ କଥାବାର୍ତ୍ତା ହେଉଥିବା ବେଳେ ବାରମ୍ୱାର ମୁହଁ ହାତରୁ ଓଦା କରିବାକୁ ଇଚ୍ଛା କରିବାକୁ ଇଚ୍ଛା ହୁଏ । ଏହି ସମସ୍ୟାକୁ କିପରି ଦୂରେଇବା ଆସନ୍ତୁ ଜାଣିବା – ୧ – ଶୀତରେ ବେଶୀ ସାବୁନ୍‌ର ବ୍ୟବହାର କରନ୍ତୁ ନାହିଁ ।  […]

ayodhya
ଆସନ୍ତାକାଲି ଅଯୋଧ୍ୟା ରାୟ

ନୂଆଦିଲ୍ଲୀ:  ଆସନ୍ତାକାଲି  ଶନିବାର ଆସିବ ବହୁ ପ୍ରତୀକ୍ଷିତ ତଥା ଚର୍ଚ୍ଚିତ ଅଯୋଧ୍ୟା ରାୟ। ବିବାଦୀୟ ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ମାମଲାର ରାୟ ପ୍ରାକଶ ପାଇବ । ରାଜନୀତିକ ଏବଂ ସାଂସ୍କୃତିକ କାରଣରୁ ଅତି ସମ୍ବେଦନଶୀଳ ଏହି ମାମଲାର ରାୟ ସକାଳ ୧୦.୩୦ ସମୟରେ ଆସିବ। ଆସନ୍ତା ନଭେମ୍ବର ୧୭ ତାରିଖରେ ଅବସର ନେବାକୁ ଥିବା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇବେ।

latrine--temple
ଶୌଚାଳୟକୁ ମନ୍ଦିର ଭାବି ପୂଜା କରୁଥିଲେ ଲୋକେ !

ଉତ୍ତର ପ୍ରଦେଶ  : ଉତ୍ତର ପ୍ରଦେଶର ହମିର୍‌ପୁର ଜିଲ୍ଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଏଠାରେ ଲୋକେ କେଶରୀ ରଙ୍ଗର ଏକ ଘରକୁ ବହୁତ ଦିନ ଧରି ପୂଜା କରୁଥିଲେ, ପ୍ରକୃତରେ ଏହା ଏକ ମନ୍ଦିର ନଥିଲା , ଏକ ଶୌଚାଳୟ ଥିଲା । ଲୋକେ ଜାଣିନପାରି ବର୍ଷେ ହେଲା ପୂଜା କରିଆସୁଥିଲେ । ହମିରପୁର ଜିଲ୍ଲାର ମୌଦହା ଅଂଚଳର ଲୋକେ ଏକ ବର୍ଷରୁ ଅଧିକ ହେବ ଏହି କବାଟ ବନ୍ଦ ଘରର ବାହାରେ […]

ind
ମ୍ୟାଚ୍‌ ଜିତି ସିରିଜ ବରାବର କଲା ଟିମ୍‌ ଇଣ୍ଡିଆ

ଅହମଦାବାଦ୍‌: ନିଜର ୧୦୦ତମ ଟି-୨୦ ମ୍ୟାଚ୍‌ ଖେଳୁଥିବା ରୋହିତ ଶର୍ମାଙ୍କ ସୁପର ଶୋ’ରେ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ବାଂଲାଦେଶକୁ ଏକତରଫା ଭାବେ ପରାସ୍ତ କରିଛି। ଏହି ବିଜୟ ସହ ବାଂଲାଦେଶଠାରୁ ଦିଲ୍ଲୀ ଟି-୨୦ ପରାଜୟର ମଧୁର ପ୍ରତିଶୋଧ ମଧ୍ୟ ନେଇଛି ଟିମ୍‌ ଇଣ୍ଡିଆ। ଖାଲି ସେତିକି ନୁହେଁ ଟିମ ଇଣ୍ଡିଆର ରାଜକୋଟ ବିଜୟ ପରେ ଟି-୨୦ ସିରିଜ୍‌ ଏବେ ୧-୧ରେ ବରାବର ହୋଇଯାଇଛି। ବାଂଲାଦେଶ ଦେଇଥିବା ୧୫୪ ରନ୍‌ ଟାର୍ଗେଟରୁ ରୋହିତ ଏକାକୀ ୮୫ ରନ୍‌ର ମ୍ୟାଚ […]

Cricket - India v Bangladesh 1st T20i at Delhi
ଭାରତକୁ ୧୫୪ ରନ୍‌ର ଟାର୍ଗେଟ

ଅହମଦାବାଦ୍‌: ବାଂଲାଦେଶ ବିପକ୍ଷରେ ସିରିଜ୍‌ ବରାବର କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆକୁ ୧୫୪ ରନ୍‌ର ଟାର୍ଗେଟ ମିଳିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୩ ରନ୍‌ କରିଛି। ଅର୍ଥାତ ଭାରତକୁ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଜିତିବା ପାଇଁ ୧୫୪ ରନ୍‌ର ଟାର୍ଗେଟ ମିଳିଛି। ଭାରତ ପ୍ରଥମ ଟି-୨୦ ହାରିଥିବାରୁ ଏହି ମ୍ୟାଚ୍‌ଟି ଜିତି ସ୍ଥିତି ୧-୧ରେ ବରାବର କରିବାକୁ ଲକ୍ଷ୍ୟ ରଖିଛି। […]