ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଯୋଗୁ ପୁଣି ଜଣେ ପୋଲିସ କର୍ମୀଙ୍କର ମୃତ୍ୟୁ ଘଟିଛି। ଉତ୍ତର-ପୂର୍ବ ଦିଲ୍ଲୀରେ ଜଣେ କନଷ୍ଟେବଲଙ୍କର ଗତ ଜୁନ୍ ୩ରେ ମୃତ୍ୟୁ ହୋଇଛି। ତାଙ୍କ ନାଁ ରାହୁଲ। ରାହୁଲଙ୍କର ମୃତ୍ୟୁ ପରେ ତାଙ୍କ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି। ଭାଇରସ ଯୋଗୁ ଏପର୍ଯ୍ୟନ୍ତ ଦିଲ୍ଲୀରେ ୪ଜଣ ପୋଲିସ କର୍ମୀଙ୍କର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ, କନଷ୍ଟେବଲ ରାହୁଲ ସଫଦରଜଙ୍ଗ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ଯଦିଓ ତାଙ୍କର ଜୁନ୍ ୩ରେ ମୃତ୍ୟୁ ଘଟିଥିଲା, କିନ୍ତୁ […]
ନୂଆଦିଲ୍ଲୀ: ଲକ୍ଡାଉନ୍ ଯୋଗୁ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ବଲିଉଡ ଅଭିନେତା ସୋନୁ ସୁଦ ସାହାଯ୍ୟ କରି ସମସ୍ତଙ୍କ ନିକଟରେ ପ୍ରଶଂସାର ପାତ୍ର ପାଲଟିଛନ୍ତି। ସାଧାରଣ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ମହାରାଷ୍ଟ୍ରର ରାଜ୍ୟପାଳ ପର୍ଯ୍ୟନ୍ତ ସମସ୍ତେ ସୋନୁଙ୍କୁ ପ୍ରଂଶସା କରୁଛନ୍ତି। ଏବେ ଏକ ଛୋଟ ଝିଅର ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ କୁନି ଝିଅଟି ତା’ର ଥଙ୍ଗେଇ ଥଙ୍ଗେଇ ପାଟିରେ ସୋନୁ ସୁଦଙ୍କୁ ପ୍ରଶଂସା କରୁଛି। ସୋନୁ ମଧ୍ୟ କୁନି ଝିଅକୁ ଖୁବ୍ ଭଲପାଇବା […]
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଚିତାବାଘଟି ମାଙ୍କଡଙ୍କୁ ଶିକାର କରିବା ପାଇଁ ଏକ ଗଛ ଉପରେ ଚଢ଼ିଯାଇ, ମାଙ୍କଡକୁ ତଳକୁ ଖସେଇବାକୁ ଚେଷ୍ଟା କରୁଛି। ଭିଡିଓକୁ ବନ ଅଧିକାରୀ ସୁଶାନ୍ତ ନନ୍ଦ ସେୟାର କରି କହିଛନ୍ତି ଯେ ‘ଆଗରୁ ଏହି ଭିଡିଓକୁ ଦେଖିଥିବେ’। Size, strength & reputations takes a back seat many times in Nature.. Rarely seen, leopard […]
ପ୍ରତାପଗଡ଼: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୯ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ଜଣ ଯୁବକ, ୩ଜଣ ମହିଳା ଓ ଦୁଇଜଣ ଶିଶୁ ଥିବା ଜଣାପଡିଛି। ଆଜି ସକାଳ ସାଢେ ୫ଟାରେ ଏକ ଟ୍ରକ୍ ଓ ସ୍କର୍ପିଓ ମୁହାଁ ମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ , ଗ୍ୟାସ କଟର ସାହାଯ୍ୟରେ ସ୍କର୍ପିଓକୁ କଟା ହୋଇ ମୃତକମାନଙ୍କୁ ବାହାର କରାଯାଇଥିଲା। ଏଥିରେ ସ୍କର୍ପିଓ ଡ୍ରାଇଭର ଗୁରୁତର […]
ନୂଆଦିଲ୍ଲୀ: ଦିଲ୍ଲୀର ଶକୁର ବସ୍ତି ଷ୍ଟେସନରେ ୧୦ଟି ରେଳ ବଗିକୁ କୋଭିଡ-୧୯ର ଆଇସୋଲେସନ ୱାର୍ଡ କରାଯାଇଛି। ବଗିରେ ଥିବା ୧୬୦ ଟି ବେଡ୍ରେ ଲକ୍ଷଣହୀନ କରୋନା ଆକ୍ରାନ୍ତଙ୍କ ପାଇଁ ଏହା ଉଦ୍ଦିଷ୍ଟ ରହିବ। ଅର୍ଥାତ ଯେଉଁମାନଙ୍କର କରୋନା ଲକ୍ଷଣ ନାହିଁ କିନ୍ତୁ ପରୀକ୍ଷା କଲେ ପଜିଟିଭ ଥିବା ଜଣାପଡୁଛି, ସେମାନେ ଏଟାରେ ଚିକିତ୍ସିତ ହେବେ। ଏହା ପୂର୍ବରୁ ସରକାର ୨୧୫ ରେଳ ଷ୍ଟେସନକୁ କୋଭିଡ-୧୯ କେୟାର ସେଣ୍ଟର ଭାବରେ ଚିହ୍ନଟ କରିଥିଲେ, ଯାହା ସାମାନ୍ୟ କିମ୍ୱା କମ୍ […]
ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍କେ ମୁଖ୍ୟ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଛି। କରୁଣାନିଧିଙ୍କ ଶରୀରର ପ୍ରମୁଖ ଅଙ୍ଗ ପ୍ରତ୍ୟଙ୍ଗ କାମ କରୁନି। ଗତକାଲି ସନ୍ଧ୍ୟାରେ ଚେନ୍ନାଇ ସ୍ଥିତ କାବେରୀ ହସ୍ପିଟାଲ ପକ୍ଷରୁ ଜାରି ଏକ ବୁଲେଟିନ୍ରେ ଏହି ସୂଚନା ଦିଆଯାଇଛି। ଶରୀରର ପ୍ରମୁଖ ଅଙ୍ଗ ଠିକ୍ ଭାବେ କାମ କରୁନଥିବା ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ସୂଚନା ଦେଇଛନ୍ତି । କରୁଣାନିଧିଙ୍କ ଚିକିତ୍ସା ବର୍ତ୍ତମାନ ପାଇଁ ଡାକ୍ତରଙ୍କ ଲାଗି ଏକପ୍ରକାର ଚ୍ୟାଲେଞ୍ଜ ବୋଲି ବୁଲେଟିନରେ […]
ଗୁଆହାଟି: କରୋନା ଭାଇରସକୁ ଦୃଷ୍ଟିରେ ରଖି ଦେଶରେ ପଞ୍ଚମ ପର୍ଯ୍ୟାୟ ଲକ୍ଡାଉନ୍ର ନିୟମଗୁଡକୁ କିଛି କୋହଳ କରାଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକ ଘରକୁ ଫେରୁଛନ୍ତି। କିନ୍ତୁ ସରକାରୀ ନିୟମ ଅନୁଯାୟୀ ପ୍ରବାସୀମାନେ ପ୍ରଥମେ କ୍ୱାରେଣ୍ଟିନ୍ ସେଣ୍ଟରରେ ରହିଥାନ୍ତି। ସେମାନଙ୍କ ମଧ୍ୟରୁ କିଛି ଅମାନିଆ ନିୟମ ମାନୁନଥିବା ଜଣାପଡିଛି। ଏନେଇ ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ସରମା କହିଛନ୍ତି ଯେ, କ୍ୱାରେଣ୍ଟିନ୍ ସେଣ୍ଟରରେ କୌଣସି ପ୍ରକାରର ଉତ୍ତେଜନା, ହିଂସା କିମ୍ୱା ବିଶୃଙ୍ଖଳା ଯେଉଁମାନେ କରିବେ, […]
ନାରୀ ହୁଅନ୍ତୁ କି ପୁରୁଷ, କେଶ ହିଁ ସମସ୍ତଙ୍କ ସୌନ୍ଦର୍ଯ୍ୟର ଚାବିକାଠି। ଏ କଥାକୁ କେହି ଅସ୍ୱୀକାର କରିବେନି। ହେଲେ ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କର କେଶ ଝଡ଼ିବା ଏକ ବଡ଼ ସମସ୍ୟା ପାଲଟିଛି। ଏହି ସମସ୍ୟାରୁ ବର୍ତ୍ତିବା ବଡ଼ ମୁସ୍କିଲ। କିନ୍ତୁ କିଛି ଘରୋଇ ଉପଚାରରେ ଏହି ସମସ୍ୟାରୁ ମୁକୁଳିବା ସମ୍ଭବ। କାରଣ ଏହି ସମସ୍ୟାଟି ଆମ ଦୈନନ୍ଦିନ ଖାଦ୍ୟ ପାନୀୟ ସହିତ ଜଡ଼ିତ। ପ୍ରଥମ ଉପାୟ କେଶକୁ ଟ୍ରିମିଂ କରି ଏକଦମ୍ ଛୋଟ ଛୋଟ କରିଦିଅନ୍ତୁ। […]
ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଗାୟକ ୱାଜିଦ୍ ଖାନ୍ ମାତ୍ର ୪୨ ବର୍ଷରେ ଦୁନିଆକୁ ଛାଡ଼ି ଚାଲିଯାଇଛନ୍ତି। ୱାଜିଦ୍ଙ୍କ ପରଲୋକ ପରେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ୱାଜିଦ୍ଙ୍କର ଆଉ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ୱାଜିଦ୍ ମେଡିକାଲରେ ଥିବା ସମୟରେ ପିଆନୋ ବଜାଉଥିବାର ଦେଖିବାକୁ ମିଳିଛି। ୱାଜିଦ୍ ଖାନ୍ଙ୍କ ଏହି ଭିଡିଓଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ପ୍ରଶଂସକମାନେ ମଧ୍ୟ ଏହି ଭିଡିଓରେ ଅନେକ ପ୍ରତିକ୍ରିୟା ଦେଇଛନ୍ତି। View […]
ଭୁବନେଶ୍ୱର : ଅାସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ। କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ମୋଟର ଭେଇକିଲ୍ ଆକ୍ଟ ୧୯୮୮ର ସଂଶୋଧନକୁ ବିରୋଧ କରି ଏହି ଅାନ୍ଦୋଳନ ଡାକରା ଦିଅାଯାଇଛି। ଏହି ଅାନ୍ଦୋଳନ ଫଳରେ ଦେଶବ୍ୟାପୀ ମାଲ୍ ଓ କେତେକ ସ୍ଥଳରେ ଯାତ୍ରୀ ପରିବହନ ସେବା ମଧ୍ୟ ବାଧାପ୍ରାପ୍ତ ହେବା ଅାଶଙ୍କା କରାଯାଉଛି। ପରିବହନ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟକୁ ଅଲ୍ ଓଡ଼ିଶା ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ ସମର୍ଥନ କରିଛି। ସେହିଭଳି ନିଖିଳ ଓଡ଼ିଶା ଟାକ୍ସି-ଅଟୋ […]
ନୂଆଦିଲ୍ଲୀ: ବାଣଭର୍ତ୍ତି ସପୁରୀ ଖୁଆଇ ଗର୍ଭବତୀ ହାତୀକୁ ହତ୍ୟା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି। ନୀରିହ ଜୀବକୁ ଅତି ଅମାନୁଷିକ ଭାବେ ହତ୍ୟା କରିବାର ବୋଧ ହୁଏ ଏହା ସବୁଠୁ ଘୃଣ୍ୟ ଉଦାହରଣ। ଏଭଳି ଘଟଣା ଘଟିଛି କେରଳର ମଲ୍ଲାପୁରମ୍ରେ। କିଛି ଲୋକ ସପୁରୀ ଭିତରେ ବାଣ ପୂରାଇ ଗର୍ଭବତୀ ହାତୀକୁ ଖାଇବାକୁ ଦେଇଥିଲେ। ହାତୀଟି ଅତି ଖୁସିରେ ସପୁରୀ ଖାଇବା ମାତ୍ରେ, ପାଟିରେ ବାଣ ଫୁଟିଯାଇଥିଲା। ଏହି ଘଟଣାକୁ ନେଇ ବଲିଉଡର […]
ରାୟଗଡ଼ା : ରାୟଗଡ଼ାର ଏକ ଘରୋଇ ସ୍କୁଲରେ ଜଣେ ତୃତୀୟ ଶ୍ରେଣୀର ଛାତ୍ରଙ୍କୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଶିକ୍ଷକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ସଂପୃକ୍ତ ଶିକ୍ଷକଙ୍କୁ ରାୟଗଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଅାଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୩ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଦୋଷୀ ଶିକ୍ଷକ ହେଲେ ସେହି ସ୍କୁଲର ଏମ. ଉଦୟ କୁମାର। ଛାତ୍ରକୁ ଏକୁଟିଅା ପାଇ ଶିକ୍ଷକ ଜଣକ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଛାତ୍ରର ଦେହ […]
ନୂଆଦିଲ୍ଲୀ : ବିଚାରପତି ଜଷ୍ଟିସ୍ କେ.ଏମ.ଜୋସେଫ୍ଙ୍କ ବରିଷ୍ଠତାକୁ ନେଇ ପୁଣି ଅସନ୍ତୋଷ। ସୁପ୍ରିମକୋର୍ଟର ନବ ନିଯୁକ୍ତ ବିଚାରପତିମାନଙ୍କ ମଧ୍ୟରେ ଜଷ୍ଟିସ୍ କେ.ଏମ.ଜୋସେଫଙ୍କ ନାଁ ବରିଷ୍ଠତା ଭିତ୍ତିରେ ପଛକୁ ରଖାଯାଇଥିବା କିଛି ବରିଷ୍ଠ ବିଚାରପତି ଅଭିଯୋଗ କରିଛନ୍ତି। ଏନେଇ ସେମାନେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କୁ ଭେଟିଛନ୍ତି। ଅାସନ୍ତକାଲି ନବ ନିଯୁକ୍ତ ବିଚାରପତି ମାନେ ଶପଥ ନେବେ। ଏଥିରେ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ୍ ଭୀନିତ ସରଣଙ୍କ ପରେ ଜଷ୍ଟିସ୍ କେ.ଏମ. ଜୋସେଫ୍ ଶପଥ […]