• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

irafn
ସୁଶାନ୍ତ ବିୟୋଗରେ ସ୍ତବ୍ଧ କ୍ରିକେଟ୍ ଜଗତ: ଏହି କ୍ରିକେଟର୍‌ଙ୍କୁ କହିଥିଲେ 'ଭାଇ ମୋ ଫିଲ୍ମ ଦେଖିବ'

ମୁମ୍ୱାଇ: ବଲିଉଡ୍‌ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗରେ କେବଳ ବଲିଉଡ୍ ନୁହେଁ ଭାରତୀୟ କ୍ରିକେଟ୍‌ ଜଗତ ବି ଅବାକ୍ ହୋଇଯାଇଛି। ତାଙ୍କ ଆତ୍ମହତ୍ୟା ଖବର ଶୁଣି ବହୁ ବଡ଼ ବଡ଼ କ୍ରିକେଟ୍ ଷ୍ଟାର୍‌ ଶୋକ ପ୍ରକାଶ କରିଛନ୍ତି। ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଇର୍‌ଫାନ ପଠାନ ଟ୍ୱିଟ୍‌ କରି ଲେଖିଛନ୍ତି, ” ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ତାଙ୍କ ପରିବାରକୁ ମୋର ସମବେଦନା। ମୁଁ ଶେଷଥର ପାଇଁ ସୁଶାନ୍ତଙ୍କ ସହ […]

virat
ଆସନ୍ତା କାଲି ଭାରତ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍

ଲଣ୍ଡଂନ: ଆସନ୍ତା କାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରୁଛନ୍ତି। ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ। ଏଜବାଷ୍ଟନରେ ହୋଇଥିବା ପ୍ରଥମ ଟେଷ୍ଟକୁ ଜିତିବା ପରେ ଇଂଲଣ୍ଡର ମନୋବଳ ବେଶ ଦୃଢ ରହିଛି। ସେପଟେ ପ୍ରଥମ ଟେଷ୍ଟର ପରାଜୟର ପ୍ରତିଶୋଧ ନେଇପାରେ ଟିମ୍ ଇଣ୍ଡିଆ। ପ୍ରଥମ ଟେଷ୍ଟରେ ଭାରତୀୟ ବୋଲର ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ଅଧିନାୟକ ବିରାଟ […]

virat
ସୁଶାନ୍ତଙ୍କ ବିୟୋଗରେ ଦୁଃଖରେ ବିରାଟ: କହିଲେ, ସହି ହେଉନି

ମୁମ୍ୱାଇ: ବଲିଉଡ୍‌ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ କ୍ରିକେଟ୍ ଜଗତରେ ବି ଶୋକର ଛାୟା। ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍‌ ଧୋନିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଧୋନି ଦ ଅନ୍‌ଟୋଲ୍‌ଡ ଷ୍ଟୋରୀ’ରେ ଅଭିନୟ କରି କ୍ରିକେଟ୍ ଜଗତ ସହିତ ପରିଚିତ ହୋଇଥିଲେ ସୁଶାନ୍ତ। ବହୁ କ୍ରିକେଟର୍‌ଙ୍କ ସହିତ ତାଙ୍କର ଉତ୍ତମ ପରିଚୟ ମଧ୍ୟ ଥିଲା। ଆଜି ହଠାତ୍ ଆତ୍ମହତ୍ୟା ଖବର କ୍ରିକେଟ୍‌ ଜଗତକୁ ଦୋହଲାଇ ଦେଇଛି। ସୁଶାନ୍ତଙ୍କ ବିୟୋଗରେ ଭାରତୀୟ କ୍ରିକେଟ୍ ଦଳର […]

vlcsnap-error804
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ହରିବଂଶ ବନାମ ହରିପ୍ରସାଦ ଲଢ଼େଇ

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଦେଖିବାକୁ ମିଳିଛି ହରିବଂଶ ବନାମ ହରିପ୍ରସାଦ ଲଢ଼େଇ। ନିର୍ବାଚନ ପାଇଁ ବିରୋଧୀଙ୍କ ମିଳିତ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସର ବି.କେ. ହରିପ୍ରସାଦ। ଆଜି ସେ ନିଜ ନାମାଙ୍କନ ଦାଖଲ କରିଛନ୍ତି। ହରିପ୍ରସାଦ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କୁ ମିଳିତ ଭାବେ ବିରୋଧୀ ଦଳଗୁଡ଼ିକ ପ୍ରାର୍ଥୀ କରିଛନ୍ତି। ହରିପ୍ରସାଦ ଏକଥା ମଧ୍ୟ କହିଛନ୍ତି, ବିଜେଡିର ସମର୍ଥନ ହାସଲ ଲାଗି କଂଗ୍ରେସ ନେତାମାନେ ବିଜେଡି ସହିତ ଆଲୋଚନା କରୁଛନ୍ତି। ସେପଟେ ଏନ୍‌ଡିଏ ତରଫରୁ ଜେଡିୟୁ ସାଂସଦ […]

student1
ଟିନ୍‌ ଏଜ୍‌ ପିଲା ଛାଡ଼ନ୍ତୁ ଏହି ସବୁ ଅଭ୍ୟାସ, ଆଉ ଦୁର୍ଘଟଣାରୁ ରକ୍ଷା ପାଆନ୍ତୁ

ଆଜିର ବ୍ୟସ୍ତବହୁଳ ଜୀବନରେ ସଡ଼କ ଦୁର୍ଘଟଣା ଏକ ପ୍ରକାର ସାଧାରଣ କଥା ହୋଇଗଲାଣି। ଟିଭି ଖୋଲିଲେ ଦୁର୍ଘଟଣା। ଖବରକାଗଜ ଖୋଲୁଖୋଲୁ ଦୁର୍ଘଟଣା ଖବର। ସୋଶାଲ ମିଡିଆରେ ବି ଦୁର୍ଘଟଣାର ଲାଇଭ୍‌। ପ୍ରତି ବର୍ଷ ଭାରତରେ ପ୍ରାୟ ୧ଲକ୍ଷ ୨୦ ହଜାର ଲୋକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ଓ ୧୨ ଲକ୍ଷ ୭୦ ହଜାର ଲୋକ ଗୁରୁତର ଆହତ ହେଉଛନ୍ତି। ପ୍ରତି ୪ମିନିଟ୍‌ରେ ଜଣେ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ଏକ ସର୍ବେକ୍ଷଣ କହୁଛି, ପ୍ରତିଦିନ ପ୍ରାୟ […]

acidity
ଏସିଡିଟିରୁ ମୁକ୍ତି ପାଇଁ ଜାଣନ୍ତୁ ସହଜ ଘରୋଇ ଉପାୟ

ଆଜିକାଲି ଏସିଡିଟି ଏକ ସାଧାରଣ ରୋଗ ହୋଇଗଲାଣି। ବିଭିନ୍ନ କାରଣ ଯୋଗୁ ଏସିଡିଟି ହୋଇଥାଏ। ଅସମୟରେ ଖାଇବା, ତେଲ ମସଲାଯୁକ୍ତ ଖାଦ୍ୟ ଖାଇବା ଇଦ୍ୟାଦି କାରଣରୁ ମୁଖ୍ୟତଃ ଏସିଡିଟି ହୋଇଥାଏ। ଏସିଡିଟି ଓ ଗ୍ୟାସ୍‌ ହେଲେ ମୁଣ୍ଡ, ପେଟ ବିନ୍ଧିବା ସହ ପେଟ ମଧ୍ୟ ଫୁଲିଥାଏ। ଯଦି ଠିକ୍‌ ସମୟରେ ଏହାର ଉପଚାର କରାନଯାଏ ତେବେ ଏହା ଶରୀରକୁ ଅନେକ ଯନ୍ତ୍ରଣା ଦେଇଥାଏ। ଏସିଡିଟିକୁ ଅବହେଳା କଲେ ଏହା ନାନା ରୋଗର ଜନନୀ ହୋଇବସିବ। ଜାଣନ୍ତୁ କେମିତି […]

karunanidhi
କରୁଣାନିଧିଙ୍କ ପରଲୋକରେ ଦେଶବ୍ୟାପୀ ଦିନିକିଆ ଶୋକପାଳନ

ଚେନ୍ନାଇ: ଡିଏମ୍‌କେ ସୁପ୍ରିମୋ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌ କରୁଣାନିଧିଙ୍କ ମୃତ୍ୟୁ ପରେ କେନ୍ଦ୍ର ସରକାର ତାଙ୍କ ସମ୍ମାନାର୍ଥେ ଆଜି ଦେଶବ୍ୟାପୀ ରାଷ୍ଟ୍ରୀୟ ଶୋକ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଦେଶର ସବୁ ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ଆଜି କୌଣସି ସରକାରୀ କାର୍ଯ୍ୟକ୍ରମ ନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି କରୁଣାନିଧିଙ୍କ ପରଲୋକରେ ତାମିଲନାଡ଼ୁ ସରକାର ୭ ଦିନିଆ ଶୋକ ପାଳନ ପାଇଁ […]

marraige
ଲକ୍‌ଡାଉନ୍‌ ନିୟମ ନମାନିବାରୁ ବରକୁ ଉଠାଇନେଲା ପୋଲିସ

ମୁମ୍ୱାଇ: ଲକ୍‌ଡାଉନ୍‌ ନିୟମ ନମାନି ବାହାହେବା ପାଇଁ ବ୍ୟାଣ୍ଡ ବାଜାସହିତ ଯାଉଥିବାରୁ ବର ସମେତ ୯ଜଣଙ୍କୁ ଗିରଫ କରିଛି ପୋଲିସ । ପୋଲିସ ସେମାନଙ୍କ ନାଁରେ ଏକ ମାମଲା ରୁଜୁ କରିଛି। ଘଟଣାଟି ମାଲଭାନି ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି। ଖବର ଅନୁଯାୟୀ, ଜୁନ୍‌ ୧୨ରେ ଏକ ପରିବାର ବ୍ୟାଣ୍ଡ ବାଜା ସହିତ ବାହାରିଥିଲେ। ସେହି ପରିବାର ଲୋକେ ପୋଲିସର ବିନା ଅନୁମତିରେ ବାହାଘର କରିଥିବା ଜଣାପଡିଛି। ମାଲଭାନି ଗେଟ୍‌ ନମ୍ୱର ୮ରୁ ଏହି ବ୍ୟାଣ୍ଡବାଜା ବରଯାତ୍ରୀ […]

temple
କରୋନାରୁ ରକ୍ଷା ପାଇଁ ମନ୍ଦିରରେ ଲଗାଗଲା ସେନସର ଘଣ୍ଟି

ନୂଆଦିଲ୍ଲୀ: କରୋନା ଭାଇରସକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନ୍‌ର ନିୟମକୁ କିଛି ମାତ୍ରାରେ କୋହଳ କରାଯାଇଛି। ଏନେଇ ଅନେକ ସ୍ଥାନରେ ମନ୍ଦିରଗୁଡିକ ଖୋଲା ଯାଇଛି। କିନ୍ତୁ କରୋନା ଯୋଗୁ ସାମାଜିକ ଦୂରତାର ନିୟମକୁ ପାଳନ କରିବା ଆବଶ୍ୟକ। ଏଭଳି ପରିସ୍ଥିତିରେ ମଧ୍ୟପ୍ରଦେଶର ଏକ ମନ୍ଦିରରେ ପରସ୍ପର ସଂସ୍ପର୍ଶରେ ନଆସିବା ପାଇଁ ମନ୍ଦିରରେ ଏକ ସେନସର ଘଣ୍ଟି ଲଗାଯାଇଛି। ଖବର ଅନୁଯାୟୀ, ମଧ୍ୟପ୍ରଦେଶର ପଶୁପତିନାଥ ମନ୍ଦିରରେ ଅଟୋମେଟିକ୍‌(ସ୍ୱୟଂଚାଳିତ) ସେନସର ଘଣ୍ଟି ଲଗାଯାଇଛି। ଏହି ଘଣ୍ଟିକୁ ବିନା ସ୍ପର୍ଶରେ ଲୋକମାନେ […]

scholl
ଛାତ୍ରଛାତ୍ରୀଙ୍କ ୩ ମାସର ଫି’ ଛାଡ କଲା ଏହି ସ୍କୁଲ୍‌

ନୂଆଦିଲ୍ଲୀ: କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏକ ଘରୋଇ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ୩ମାସର ସ୍କୁଲ ଫି’ ଛାଡ କରିଛନ୍ତି। ସେହି ସ୍କୁଲର ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଏବେ ଅନ୍‌ଲାଇନ୍‌ରେ ଶିକ୍ଷାଦାନ କରୁଛନ୍ତି। ସ୍କୁଲର ନାଁ ହେଉଛି ‘ନ୍ୟୁ ସ୍କୋଲାର୍ ସ୍କୁଲ’। ଏନେଇ ସେହି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ମମତା ମିଶ୍ରା ସୂଚନା ଦେଇଛନ୍ତି। ମମତା କହିଛନ୍ତି ଯେ ସମାଜର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ଏହି ସ୍କୁଲରେ ପଢ଼ିଥାନ୍ତି। ଲକ୍‌ଡାଉନ୍‌ କାରଣରୁ କାମ ବନ୍ଦ ରହିଛି। ଏନେଇ ଛାତ୍ରଛାତ୍ରୀଙ୍କର ମାତାପିତା  ସ୍କୁଲ […]

rain
ଲଗାଣ ବର୍ଷାରେ ନାକେଦମ୍ ସାରା ରାଜ୍ୟ

ଭୁବନେଶ୍ୱର: ୨୪ ଘଣ୍ଟାରେ ୩୦୫ ମିଲିମିଟର ବର୍ଷା ହୋଇଛି। ଅବିଶ୍ରାନ୍ତ ବର୍ଷାରେ ବେହାଲ ହେଲା ପର୍ଯ୍ୟଟନ ସହର ପୁରୀ। ବଡ଼ଦାଣ୍ଡରେ ଅଣ୍ଟାଏ, ସାହି ଗଳିରେ ଆଣ୍ଠୁଏ ପାଣିରେ ଉବୁଟୁବୁ ଶ୍ରୀକ୍ଷେତ୍ର ଡାକ୍ତରଖାନା ଛକ, ଗୁଣ୍ଡିଚା ମନ୍ଦିର, ବେଳାଭୂମି। ସବୁଠି ଲହଡ଼ି ଭାଙ୍ଗୁଛି ବର୍ଷା ପାଣି। ଏମିତିକି ଜିଲ୍ଲା ରେକର୍ଡ ରୁମରେ ବି ପାଣି ପଶିଯାଇଛି। ସେପଟେ ଲଗାଣ ବର୍ଷାରେ ଭୁଶୁଡ଼ି ପଡିଛି ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପ୍ରାୟ ଶହେ ଫୁଟ ଲମ୍ବର ପାଚେରୀ। ସେହିପରି ଗୋପୀନାଥ ମନ୍ଦିର ନିକଟରେ […]