• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

bit
ବିଟ୍‌ ଜୁସ୍‌ ବଦଳାଇ ଦେବ ହେୟାର ଷ୍ଟାଇଲ

ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସମୟର ଘୋର ଅଭାବ। ତଥାପି ଶରୀରକୁ ଫିଟ୍‌ ରଖିବା ପାଇଁ ସମସ୍ତଙ୍କର ଇଛା। ଏହାମଧ୍ୟରୁ କେଶ ସମସ୍ୟା ହେଉଛି ଅନ୍ୟତମ। ଧଳା କେଶର ସମସ୍ୟା ଏକ ସାଧାରଣ କଥା। ଅନେକ ଲୋକ କେଶକୁ ରଙ୍ଗବିରଙ୍ଗ କରିବା ପାଇଁ ବିଭିନ୍ନ ରାସାୟନିକ ରଙ୍ଗକୁ ବ୍ୟବହାର କରିଥାନ୍ତି। ଯାହାଦ୍ୱାରା କେଶ ଛିଣ୍ଡିବା ସହିତ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ଯଦି ଆପଣ କେଶକୁ ଗାଢ଼ ନାଲି କିମ୍ୱା ବରଗଣ୍ଡି ରଙ୍ଗ କରିବାକୁ ଚାହୁଁଛନ୍ତି, ତେବେ ଆପଣ ବିନା […]

vlcsnap-error499
କୋରାପୁଟର ଆଉ ଦୁଇଟି ଗାଁ ଉପରେ ଆନ୍ଧ୍ରର ନଜର

କୋରାପୁଟ: କୋଟିଆ ପରେ କୋରାପୁଟ ଜିଲ୍ଲାର ଆଉ ଦୁଇଟି ଗାଁ ଉପରେ ଆନ୍ଧ୍ରର ଏବେ ନଜର। ନନ୍ଦପୁର ବ୍ଲକର ସୀମାନ୍ତବର୍ତ୍ତୀ ଗାଁ ଜୟନ୍ତଗିରି ଓ ତୋଟାଗୁଡ଼ାରେ ଓଡ଼ିଶା ସରକାରଙ୍କ ନିରବତାର ସୁଯୋଗ ନେଇଛି ଆନ୍ଧ୍ର। ଲୋକଙ୍କ ଦୁଃଖ ସୁଖରେ ଭାଗୀ ହେବାକୁ ଉଦ୍ୟମ କରିଛି ଆନ୍ଧ୍ର ସରକାର। ଏମିତିକି ଦୁଇ ଗାଁ ଲୋକଙ୍କ ପାଇଁ ସାମାଜିକ ଯୋଜନା ଆରମ୍ଭ କରି ପ୍ରଲୋଭିତ କରୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଅଭିଯୋଗ ପରେ କୋରାପୁଟ ଉପଜିଲ୍ଲାପାଳ ଏହି ଦୁଇ ଗାଁକୁ […]

police
କରୋନା ନେଲା ପୋଲିସ ବାବୁଙ୍କ ଜୀବନ

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇ ସିଲମପୁର ଅଞ୍ଚଳରେ ଜଣେ ସବ୍‌ ଇନ୍ସପେକ୍ଟରଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ କରମବୀର। ସେ ଏସ୍‌ପିଙ୍କ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। କରୋନା ଯୋଗୁ ଦିଲ୍ଲୀ ପୋଲିସରେ ଏହା ହେଉଛି ପଞ୍ଚମ ମୃତ୍ୟୁ । ଏହାପୂର୍ବରୁ ଏହି ମହାମାରୀରେ ଆକ୍ରାନ୍ତ ହୋଇ ଦୁଇ ଯବାନଙ୍କ ସମେତ ଦୁଇ ଜଣ ଏଏସଆଇଙ୍କର ମୃତ୍ୟୁ ଘଟିଥିଲା। ପୋଲିସର ସୂଚନାନୁସାରେ, କରାମବୀର ପରିବାର ସହିତ ଗୋକୁଲପୁରୀର ବ୍ରିଜପୁରୀ ଅଞ୍ଚଳରେ ରହୁଥିଲେ। ତାଙ୍କର ନିଜ ଘର ୟୁପିର […]

disha44444
ପୂର୍ବତନ ମ୍ୟାନେଜରଙ୍କ ଅକାଳ ବିୟୋଗକୁ ନେଇ ଏମିତି କହିଲେ ସୁଶାନ୍ତ ସିଂ ରାଜପୁତ

ନୂଆଦିଲ୍ଲୀ: ବଲିଉଡ କଳାକାର ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ଅକାଳ ବିୟୋଗ ଘଟିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଗତ ସୋମ‍ଶଣ ଦିଶା ତାଙ୍କର ମୁମ୍ବାଇସ୍ଥିତ କୋଠାରୁ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଦିଶା କାହିଁକି ଏପରି ଚରମ ପଦକ୍ଷେପ ନେଲେ ଜଣାପଡ଼ି ନାହିଁ। ତାଙ୍କର ମୃତ୍ୟୁ ଖବର ବଲିଉଡ ଅଭିନେତା ବରୁଣ ଶର୍ମା ତାଙ୍କ ଟ୍ୱିଟ୍‌ର […]

bmc
କରୋନାରେ ଆଖି ବୁଜିଲେ ବିଏମ୍‌ସିର ବରିଷ୍ଠ ଅଧିକାରୀ

ମୁମ୍ୱାଇ: ମୁମ୍ୱାଇରେ କରୋନା ଭାଇରସର ସ୍ଥିତି ଦିନକୁ ଦିନ ବଢ଼ିବାରେ ଲାଗିଛି। ଏନେଇ ଗତ କାଲି  ବ୍ରିହାନ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ(BMC)ର ଜଣେ ବରିଷ୍ଠ ଅଧିକାରୀଙ୍କର କରୋନାରେ ମୃତ୍ୟୁ ଘଟିଛି। ବିଏମ୍‌ସିର ଡେପୁଟି କମିଶନର ଶିରିଶ ଦୀକ୍ଷିତ ଜଳ ଯୋଗାଣ ବିଭାଗର ଦାୟିତ୍ୱରେ ଥିଲେ। ୫୫ ବର୍ଷୀୟ ଶିରିଶ କିଛି ଦିନ ହେବ କରୋନାରେ ଆକ୍ରାନ୍ତ ଥିଲେ। ଘରେ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ଠାକ୍‌ ଥିଲା।  କିନ୍ତୁ ଗତକାଲି ହଠାତ୍‌ ଶିରିଶଙ୍କର ସ୍ୱାସ୍ଥ୍ୟାବସ୍ଥା […]

bjpp
ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା’ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ବଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ମା’ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଉଭୟଙ୍କ ରିପୋର୍ଟ ପଜିଟିଭ ଆସିବା ପରେ  ଦିଲ୍ଲୀର ସାକେଟ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଦିନ ତଳେ ଉଭୟ ମା’ ପୁଅ ଅସୁସ୍ଥ ହୋଇଥିଲେ। ସମାନଙ୍କ ନମୂନା ପରୀକ୍ଷା ପାଇଁ ଯାଇଥିଲା। ତାଙ୍କର ପଜିଟିଭ ଆସିବା ପରେ ତାଙ୍କ ମା’ଙ୍କ ମଧ୍ୟ ନମୂନା ପରୀକ୍ଷା କରାଯାଇଥିଲା ଓ ତାଙ୍କର ପଜେଟିଭ ଆସିଥିଲା। ୪ ଦିନ ହେଲାଣି ଉଭୟଙ୍କୁ […]

elephant
ଭୁଲ୍‌ ରାସ୍ତାରେ ଗଲା ପୁଅ, ହାତୀ ହେଲା ସମ୍ପତ୍ତିର ମାଲିକ

ପାଟନା: ଗତ କିଛି ଦିନ ପୂର୍ବରୁ କେରଳର ଗର୍ଭିଣୀ ହାତୀ ମୃତ୍ୟୁ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା।  ହାତୀଟି ଏକ ସପୁରୀ ଖାଇଥିଲା ଯେଉଁ ସପୁରୀରେ ବାଣ ଭର୍ତ୍ତି କରାଯାଇ ରଖା ଯାଇଥିଲା । ହାତୀଟି ଏହି ସପୁରୀଟି ଖାଇବା ପରେ ଏହା ତା’ର ପାଟି ଭିତରେ ଫାଟି ଯାଇଥିଲା ଯେଉଁ କାରଣରୁ ହାତୀର ମୃତ୍ୟୁ ଘଟିଥିଲା । ଉତ୍ତର କେରଳର ମଲ୍ଲପୁରମ ଜିଲ୍ଲାର ଜଣେ ବନ ଅଧିକାରୀଙ୍କ ଦ୍ୱାରା ସୋଶାଲ ମିଡିଆରେ ଶେୟାର ହେବା […]

office
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁହେଲା ନୂଆ ନିୟମ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସରକାରୀ କର୍ମଚାରୀମାନେ ମଧ୍ୟ ଏହି ଭାଇରସର ଶିକାର ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତାର କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ କେବଳ ସେହି କର୍ମଚାରୀମାନେ କାର୍ଯ୍ୟାଳୟକୁ ଆସିପାରିବେ ଯେଉଁମାନଙ୍କର କୌଣସି ପ୍ରକାରର କରୋନା ଲକ୍ଷଣ ନଥିବ। ଯଦି କୌଣସି କର୍ମଚାରୀଙ୍କର ଥଣ୍ଡା, କାଶ କିମ୍ୱା ଜ୍ୱର ହୁଏ ତେବେ ସେମାନେ ଘରେ ରହିବେ। ଏହା ବ୍ୟତୀତ […]

touch
ଏଣିକି ବିନା ଟଚ୍‌ରେ ଏଟିଏମ୍‌ରୁ ବାହାରିବ ଟଙ୍କା

ମୁମ୍ୱାଇ:ଛୁଇଁଦେଲେ ରହିଛି କରୋନା ଭାଇରସର ଭୟ। ଏପରି ପରିସ୍ଥିତିରେ ଏଟିଏମ୍‌ରୁ ଟଙ୍କା ଉଠାଇବାବେଳେ ହାତ ଯାଉନି। ହେଲେ ଟଙ୍କା ପାଇଁ ଛୁଇଁବାକୁ ତ ପଡ଼ିବ !  ହେଲେ ଏ ସଙ୍କଟର ସମୟ ଶେଷ ହେବାକୁ ଯାଉଛି। ଆସୁଛି ଟଚ୍‌ ଫ୍ରି ଏଟିଏମ୍‌। ଆଗାମୀ ଦିନରେ ଯଦି ଆପଣ ଏଟିଏମ୍‌ରୁ ଟଙ୍କା ଉଠାଇବାକୁ ଚାହିଁବେ, ତେବେ ଏଟିଏମ୍‌ ମେସିନ୍‌କୁ  ଛୁଇଁବାର ଆବଶ୍ୟକତା ନାହିଁ। କ୍ୟାସ ଓ ଡିଜିଟାଲ ପେମେଣ୍ଟ କରୁଥିବା କମ୍ପାନୀ ଏଜିଏସ୍‌ ଟ୍ରାନଜାକ୍ଟ ଟେକ୍ନୋଲୋଜି ପକ୍ଷରୁ ଗତକାଲି […]

police
କରୋନା ନେଲାଣି ୩୩ ପୋଲିସ କର୍ମଚାରୀଙ୍କ ମୁଣ୍ଡ

ମୁମ୍ୱାଇ: ମହାରାଷ୍ଟ୍ରରେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଜଣେ ପୋଲିସ ଅଧିକାରୀଙ୍କ ସମେତ ଅତି କମ୍‌ରେ ୩୩ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟରେ ୨୫୬୨ ପୋଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅଧିକାରୀ କହିଛନ୍ତି, ମୃତ ୩୩ ପୋଲିସ କର୍ମଚାରଙ୍କ ମଧ୍ୟରୁ ୧୮ ଜଣ ମୁମ୍ୱାଇ ପୋଲିସ କର୍ମଚାରୀ। ରାଜ୍ୟ ପୋଲିସ ଫୋର୍ସର ୧୪୯୭ କର୍ମଚାରୀଙ୍କ  ମଧ୍ୟରୁ ୧୯୬ ଜଣ ହେଉଛନ୍ତି ପୋଲିସ […]

air india222
କରୋନା ମୃତକଙ୍କ ପରିବାରର ଜଣକୁ ଚାକିରି ଦେବ ଏହି ସଂସ୍ଥା

ମୁମ୍ୱାଇ: ଏୟାର ଇଣ୍ଡିଆ ବିମାନବନ୍ଦର ସେବା ଲିମିଟେଡ୍‌(AIASL) ଏକ ବିଜ୍ଞପ୍ତି ଜାରି କରିଛି। ଏଥିରେ କୁହାଯାଇଛି ଯେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଯଦି କୌଣସି କର୍ମଚାରୀଙ୍କର ମୃତ୍ୟୁ ଘଟେ ତେବେ କମ୍ପାନୀ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦେବେ। କମ୍ପାନୀର ଜେନେରାଲ ମ୍ୟାନେଜର ଜୁନ୍‌ ୬ରେ ଏହି ନିର୍ଦ୍ଦେଶ ଜାରି କରିଥିଲେ। ପୂର୍ବତନ ଏୟାର ଇଣ୍ଡିଆ ଇଡି ଅଶ୍ୱିନୀ ଶର୍ମାଙ୍କ ନେତୃତ୍ୱରେ AIASL ଏହା ମଧ୍ୟ କହିଛି ଯେ କମ୍ପାନୀ ବିମାନବନ୍ଦରରେ ହିଁ ଚାକିରି […]

corona
ନିର୍ବାଚନ ଆୟୋଗ କାର୍ଯ୍ୟାଳୟରେ ପହଞ୍ଚିଲା କରୋନା, କ୍ୱାରେଣ୍ଟିନ୍‌ରେ କର୍ମଚାରୀ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଢ଼େଇ ଲକ୍ଷ ଅତିକ୍ରମ କରିସାରିଛି। ଏହି ଭାଇରସ ଏବେ ନିର୍ବାଚନ ଆୟୋଗ କାର୍ଯ୍ୟାଳୟରେ ପହଞ୍ଚିଛି। ସେଠାର ଜଣେ ବରିଷ୍ଠ ଅଧିକାରୀ କରୋନା ପଜିଟିଭ ଥିବା ଜଣାପଡିଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀଙ୍କୁ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିବାକୁ କୁହାଯାଇଛି। ଏନେଇ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସାନିଟାଇଜ୍ ମଧ୍ୟ କରାଯାଇଛି। ଅନ୍ୟପକ୍ଷରେ, ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ୧୧ ଜଣ କର୍ମଚାରୀଙ୍କ ରିପୋର୍ଟ କରୋନା ପଜିଟିଭ ଥିବା ଜଣାପଡିଛି। ଏନେଇ ମନ୍ତ୍ରଣାଳୟକୁ ସାନିଟାଇଜ୍‌ […]

prenet
ଗର୍ଭବତୀ ପତ୍ନୀଙ୍କର ହୋଇପାରୁନି କରୋନା ଟେଷ୍ଟ; ବୁଲିବୁଲି ହତାଶ ହେଲେ ସ୍ୱାମୀ

ଗାଜିଆବାଦ: ଉତ୍ତରପ୍ରଦେଶ ଗାଜିଆବାଦର ମୋଦିନଗରରେ ରହୁଥିବା ସୌରଭ ଖାନ୍ନାଙ୍କର ପତ୍ନୀ ୯ମାସର ଗର୍ଭବତୀ ଅଛନ୍ତି। ତାଙ୍କୁ ଯେ କୌଣସି ସମୟରେ ବି ମେଡିକାଲରେ ଭର୍ତ୍ତି କରିବାକୁ ପଡିବ। ଡାକ୍ତର କହିଛନ୍ତି ଯେ, ମେଡକାଲରେ ଭର୍ତ୍ତି କରିବା ପୂର୍ବରୁ କରୋନା ପରୀକ୍ଷା କରିବା ଆବଶ୍ୟକ। ଏନେଇ ସୌରଭ ଖାନ୍ନା ବିଭିନ୍ନ ମେଡିକାଲ ବୁଲୁଥିବାବେଳେ କରୋନା ପରୀକ୍ଷା ପାଇଁ କୌଣସି ସୁବିଧା ହୋଇପାରୁ ନାହିଁ। ଖବର ଅନୁଯାୟୀ, ମୋଦିନଗରରେ ପରୀକ୍ଷା କରିବା ପାଇଁ କୌଣସି ସୁବିଧା ନାହଁ। ସେଠାରୁ ୩୦ […]