ଭୁବନେଶ୍ୱର : ଓଡ଼ିଶା ଉପକୂଳରେ ଅାସାମ ବାଲାଂଦେଶୀ ଅନୁପ୍ରବେଶ ଅାଶଙ୍କା। ସମୁଦ୍ରପଥରେ ଗଳାବାଟ ଦେଇ ଚାଲିଅାସିପାରନ୍ତି ଅାସାମ ନାଗରିକ ପଞ୍ଚିକାରୁ ବାଦ୍ ପଡ଼ିଥିବା ଶରଣାର୍ଥୀ। କାରଣ ବାଲେଶ୍ୱରରୁ ନେଇ ଗଞ୍ଜାମ। ଓଡ଼ିଶାକୁ ଘେରିଛି ୪୭୬ କିଲୋମିଟର ସୁଦୀର୍ଘ ବେଳାଭୂମି। ଏଇ ବିଶାଳ ଉପକୂଳ ହିଁ ଅନୁପ୍ରବେଶକାରୀଙ୍କୁ ଓଡ଼ିଶାକୁ ପ୍ରବେଶର ସହଜ ବାଟ ପାଲଟିଛି। ସେଦୃଷ୍ଟିରୁ ଅାସାମରୁ ଅନୁପ୍ରବେଶ ବି କଷ୍ଟସାଧ୍ୟ ନୁହେଁ। ସରକାରୀ ତଥ୍ୟ କହୁଛି ରାଜ୍ୟରେ ଏବେ ମାତ୍ର ୩ ହଜାର ୭ ଶହ ବାଂଲାଦେଶୀ […]
ଭୁବନେଶ୍ୱର: ପ୍ରଶାସନିକ ସ୍ତରରେ ହୋଇଛି ବଡ଼ ଧରଣର ଅଦଳବଦଳ। ସମୁଦାୟ ୨୩ ଅଧିକାରୀଙ୍କ ବଦଳି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁସାରେ ମହେନ୍ଦ୍ର କୁମାର ମଲ୍ଲିକ ଉତ୍ତରାଞ୍ଚଳ RDC ହୋଇଛନ୍ତି। ତାଙ୍କୁ କେନ୍ଦ୍ରାଞ୍ଚଳ RDCର ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି। ଏସ୍.ଏନ୍ ଗିରିଶଙ୍କୁ ରାଜ୍ୟ ସମବାୟ ବ୍ୟାଙ୍କ MD ଦାୟିତ୍ୱ, ରାଜେଶ ପ୍ରଭାକର ପାଟିଲଙ୍କୁ ପର୍ଯ୍ୟଟନ ନିର୍ଦ୍ଦେଶକ ଦାୟିତ୍ୱ, ନୀତିନ୍ ଭାନୁଦାଶ ଜାଓ୍ୱଲେଙ୍କୁ ଶିଳ୍ପ ଅତିରିକ୍ତ ସଚିବ ଦାୟିତ୍ୱ ମିଳିଛି। ଏଥିସହ ୮ଟି ଜିଲ୍ଲାର […]
ଭୁବନେଶ୍ୱର : ପଶ୍ଚିମ ଓଡିଶାରୁ କଟକ, ପୁଣି କଟକରୁ ଦିଲ୍ଲୀ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ସବୁଠି ଶୁଭିଛି ଆନ୍ଦୋଳନର ସ୍ୱର। ଦାବି ପୂରଣ ପାଇଁ ବର୍ଷ ବର୍ଷ ଧରି ଚାଲିଛି ଆନ୍ଦୋଳନ। ତେବେ ସଂସଦରେ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ପି .ପି ଚୌଧୁରୀଙ୍କ ଉତ୍ତର ପରେ ପୁଣି ରାଜ୍ୟ ସରକାରଙ୍କ ପଶ୍ଚିମ ଓଡିଶା ପ୍ରୀତିକୁ ପଦାରେ ପକାଇଛି। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଆବଶ୍ୟକ ଅନୁମତି ନେଇ ନ ଥିବା ବେଳେ ସଂପୂର୍ଣ୍ଣ ପ୍ରସ୍ତାବ […]
ବର୍ମିଂହାମ: ଯୁବ ଅଲରାଉଣ୍ଡର ସାମ କରାନ୍ଙ୍କ ଲଢ଼ୁଆ ଅର୍ଦ୍ଧଶତକ ସତ୍ତ୍ୱେ ଘରୋଇ ଇଂଲଣ୍ଡ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ୍ର ଦ୍ୱିତୀୟ ଇନିଂସରେ ମାତ୍ର ୧୮୦ ରନ୍ କରି ଅଲଆଉଟ୍ ହୋଇଯାଇଛି। ଗସ୍ତର ପ୍ରଥମ ମ୍ୟାଚ୍ରେ ବିଜୟ ପାଇଁ ବିରାଟ୍ ବାହିନୀ ସମ୍ମୁଖରେ ଏବେ ୧୯୪ ରନ୍ ରହିଛି। ଇନିଂସ ଆରମ୍ଭରୁ ରବିଚନ୍ଦ୍ରନ ଅଶ୍ୱିନ୍ ଇଂଲିଶ ଟପ୍ ଅର୍ଡରକୁ ପ୍ୟାଭିଲିୟନ୍ ରାସ୍ତା ଦେଖାଇଥିବା ବେଳେ ଘରୋଇ ଦଳର ମିଡିଲ ଅର୍ଡରକୁ ଧ୍ୱସ୍ତ କରିଦେଇଥିଲେ ସ୍ପିଡ୍ ଷ୍ଟାର ଇଶାନ୍ତ ଶର୍ମା। […]
ଆପଣ ରେଳ ବିଭାଗରେ ଚାକିରି ପାଇଁ ଆବେଦନ କରିଛନ୍ତି କି ? ଏବେ ଆଉ ଚିନ୍ତା କରନ୍ତୁନି। ରେଳ ବିଭାଗ ଏହାର ଖାଲି ଥିବା ଲୋକୋ ପାଇଲଟ୍ ଓ ଟେକ୍ନିସିଆନ୍ ପଦବୀ ସଂଖ୍ୟାକୁ ୨୬ହଜାର ୫୦୨ରୁ ୬୦ ହଜାରକୁ ବଢ଼ାଇଦେଇଛି। ଏହାର ଅନ୍ଲାଇନ୍ ନିଯୁକ୍ତି ପରୀକ୍ଷା ୯ ଅଗଷ୍ଟରେ ଅନୁଷ୍ଠିତ ହେବ। ଏଣୁ ଏହାର ଏକ ସପ୍ତାହ ପୂର୍ବରୁ ରେଳ ବିଭାଗ ଆବେଦନକାରୀଙ୍କୁ ଏହି ବଡ଼ ଖୁସି ଖବର ଦେଇଛି। ରେଳବିଭାଗ ଏକ ସୂଚନା ମାଧ୍ୟମରେ ଏହି […]
ନୂଆଦିଲ୍ଲୀ : NRC ପ୍ରସଙ୍ଗରେ ତେଜୁଛି ରାଜନୀତି। କେନ୍ଦ୍ରକୁ ବିରୋଧୀ ଟାର୍ଗେଟ୍ କରୁଥିବାବେଳେ, ପ୍ରସଙ୍ଗକୁ ନେଇ ଗୃହରେ ଜବାବ ରଖିଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ। ବିରୋଧୀଙ୍କୁ କଡ଼ା ସମାଲୋଚନା କରିବା ସହ ସ୍ପଷ୍ଟୀକରଣ ରଖିଛନ୍ତି ରାଜନାଥ। ଅାସାମରେ ନାଗରିକଙ୍କ ତାଲିକା ଡ୍ରାଫ୍ଟ ପ୍ରସଙ୍ଗରେ ବିରୋଧୀ ଅାଣିଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଗୃହମନ୍ତ୍ରୀ। ଅାସାମ ସରକାରଙ୍କ ସହମତିରେ ଏହି ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ କୌଣସି ଭେଦଭାବ ଗ୍ରହଣ କରାଯାଇନାହିଁ। ଯାହାର ନାଁ ଏହି ତାଲିକାରେ ସାମିଲ କରାଯାଇନାହିଁ […]
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉଧମସିଂ ନଗର ଅନ୍ତର୍ଗତ କିଚ୍ଛା ବିଧାନସଭାର ପୁଲ୍ଲଭଟ୍ଟା ଅଞ୍ଚଳରେ ଥିବା କ୍ୱାରେଣ୍ଟିନ୍ ସେଣ୍ଟରରେ ଏକ ନବ ବିବାହିତ ମହିଳାଙ୍କୁ ସେଠାରେ ଡ୍ୟୁଟି କରୁଥିବା ଜଣେ ପୋଲିସକର୍ମୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଲଜ୍ଜାଜନକ ଘଟଣାପରେ ସମ୍ପୃକ୍ତ ପୋଲିସକର୍ମୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। କରୋନା ଭାଇରସ ଯୋଗୁ ବାହାରୁ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ କିଚ୍ଛାର ପୁଲ୍ଲଭଟ୍ଟ ଅଞ୍ଚଳରେ ସୁରଜମଲ ଇନ୍ଷ୍ଟିଚ୍ୟୁଟ୍ରେ ଏକ କ୍ୱାରେଣ୍ଟିନ୍ ସେଣ୍ଟର ଖୋଲାଯାଇଥିଲା। ଏହି ସମୟରେ ଦିଲ୍ଲୀରୁ କିଚ୍ଛା ଫେରିଥିବା […]
ମାଟିହାଣ୍ତି ପ୍ରସ୍ତୁତ ଖାଦ୍ୟର ସ୍ୱାଦ ସବୁ ବେଳେ ନିଆରା। ଯୁଗ ଯେତେ ଆଗେଇଲେ ବି ମାଟି ହାଣ୍ଡିର ବିକଳ୍ପ ନାହିଁ। ପ୍ରେସର କୁକର୍ ଯୁଗରେ ଆଜି ବି ମାଟିହାଣ୍ଡିର ଚାହିଦା ରହିଛି। ବାହାର ତେଲ ମସଲାଯୁକ୍ତ ଖାଦ୍ୟ ବଦଳରେ ଘରେ ପ୍ରସ୍ତୁତ କରନ୍ତୁ ଓଡ଼ିଆ ପାରମ୍ପରିକ ଖାଦ୍ୟ। ଜାଣି ରଖନ୍ତୁ ଘରେ କେମିତି ପ୍ରସ୍ତୁତ କରିବେ ସ୍ୱାଦିଷ୍ଟ ମାଟିହାଣ୍ଡି କଙ୍କଡ଼ା। ଆବଶ୍ୟକ ସାମଗ୍ରୀ- କଙ୍କଡ଼ା, ତେଲ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧଣିଆ ଗୁଣ୍ଡ, କଟା ପିଆଜ, ପିଆଜ ବଟା, ଅଦା ରସୁଣ ବଟା, ଟମାଟୋ ବଟା […]
ସୁବର୍ଣ୍ଣପୁର : ଜନ୍ମରୁ ବିବ୍ୟାଙ୍ଗ, ଏବେ ଅପପୃଷ୍ଟିର ଶିକାର। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଭଦ୍ରାପଡ଼ାର ଏହି ଦୁଇ ଭାଇ ଭଉଣୀ ଏବେ ଶଯ୍ୟାଶାୟୀ। ୨ ବର୍ଷ ତଳେ ବାପା ଅାରପାରିବୁ ଚାଲିଯିବା ପର ଠାରୁ ଏମାନେ ସଂପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି। ମାଅା ସନ୍ତନା ପରଘରେ କାମ କରି ଯାହା ଅାଣୁଛନ୍ତି ସେଥିରେ ତିନି ପ୍ରାଣୀଙ୍କ ପେଟକୁ ଦାନା ଯୋଗାଡ଼ କରିବା ମୁସ୍କିଲ। ଏଭଳି ସ୍ଥିତିରେ ପିଲାଙ୍କ ଚିକିତ୍ସା କଥା ପଚାରେ କିଏ । ଏଣେ ଚିକିତ୍ସା […]
ନୂଆଦିଲ୍ଲୀ: ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଲକ୍ଡାଉନ୍ ସମୟରେ ନିଜ ଫ୍ୟାନ୍ସମାନଙ୍କ ମନୋରଞ୍ଜନ ପାଇଁ କିଛି ନା କିଛି ଫଟୋ ଓ ଭିଡିଓକୁ ଇନଷ୍ଟାଗ୍ରାମ ଆକଉଣ୍ଟରେ ସେୟାର କରିଥାନ୍ତି। ଏବେ ଭାରତୀ ଏକ ନୂଆ ଭିଡିଓକୁ ସେୟାର କରିଛନ୍ତି। ଭିଡିଓଟିରେ ଭାରତୀ ଖାଇଥିବା ବିସ୍କୁଟକୁ କୁକୁରକୁ ଖାଇବାକୁ ଦେଉଥିବାର ଦେଖିବାକୁ ମିଳୁଛି। ଭାରତୀଙ୍କ ଏଭଳି ମଜାଦାର ଭିଡିଓକୁ ଦେଖି ଫ୍ୟାନ୍ସମାନେ ମନୋରଞ୍ଜନ କରିବା ସହିତ ଖୁବ୍ ପ୍ରଶଂସା ମଧ୍ୟ କରୁଛନ୍ତି। View this post on […]
ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସ ଦିନକୁ ଦିନ ଚିନ୍ତାକୁ ବଢ଼ାଇବାରେ ଲାଗିଛି। କରୋନା ରୋଗୀମାନଙ୍କୁ ଚିକିତ୍ସା ପାଇଁ ନିୟୋଜିତ ହୋଇଥିବା ଡାକ୍ତର ଓ କର୍ମଚାରୀମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। କରୋନା ରୋଗୀଙ୍କ ଚିକିତ୍ସା କରିବା ସମୟରେ ନିଜେ ମଧ୍ୟ ସେହି ଭାଇରସରେ ସଂକ୍ରମିତ ହେଉଛନ୍ତି। ଏନେଇ ସ୍ୱାସ୍ଥ୍ୟ କର୍ମଚାରୀମାନେ ନିଜର ସୁରକ୍ଷା ନିମନ୍ତେ ପିପିଇ(PPE) କିଟ୍କୁ ବ୍ୟବହାର କରିଥାନ୍ତି। କିନ୍ତୁ ଖରାଦିନରେ ତାପମାତ୍ରା ବଢ଼ିଥାଏ। ଏହି ସମୟରେ କରୋନା ଯୋଦ୍ଧା […]