ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ୍ ସିରିଜ୍। ଅଷ୍ଟ୍ରେଲିଆରେ ହେଉଥିବା ଏହି ଶୃଙ୍ଖଳାରେ ୩ଟି ଟି-ଟ୍ୱେଣ୍ଟି, ୪ଟି ଟେଷ୍ଟ ମ୍ୟାଚ୍ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳାଯିବ। ସିରିଜରେ ପ୍ରଥମ ଟି ଟ୍ୱେଣ୍ଟି ମୁକାବିଲା କାଲି ବ୍ରିସବେନ୍ଠାରେ ହେବ। ନିକଟରେ ୱେଷ୍ଟ ଇଣ୍ଡିଜ୍ ସହ ଟି ଟ୍ୱେଣ୍ଟି ଶୃଙ୍ଖଳା ୩-୦ରେ ମୂଳପୋଛ କରିବା ପରେ ଟିମ ଇଣ୍ଡିଆର ମନୋବଳ ଦୃଢ଼ ରହିଛି। ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ କ୍ରିକେଟ୍ରେ ପିତିଆରା କାଏମ ରଖିବାକୁ ଚାହିଁବ […]
ଗୌହାଟୀ: ଓଡ଼ିଶା ବିପକ୍ଷ ରଣଜୀ ମ୍ୟାଚରେ ଆସାମ୍ ୧୨୧ ରନ୍ରେ ଅଲ୍ ଆଉଟ୍ ହୋଇଯାଇଛି। ଗୌହାଟୀରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ହାରି ବ୍ୟାଟିଂ କରିଥିବା ଆସାମକୁ ଆରମ୍ଭ ଓଡ଼ିଆ ପେସ୍ ବୋଲର ଝଟ୍କା ଦେଇଥିଲେ। ଆସାମ ଟିମ୍ ୬୯ ରନ୍ରେ ୭ ଓ୍ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା। ଲୋ ଅର୍ଡର୍ ବ୍ୟାଟସ୍ମ୍ୟାନ୍ ରଣଜିତ ମାଲିଙ୍କ ୨୮ ରନ୍ ଓ ଅରୂପ ଦାସଙ୍କ ୧୬ ରନ୍ ଯୋଗୁ ଆସାମ ୧୨୧ ରନ୍ ସ୍କୋର୍ କରିବାରେ ସକ୍ଷମ ହୋଇଥିଲା। […]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ସିବିଆଇ ବିବାଦ ମାମଲାର ଶୁଣାଣି ପୁଣି ଘୁଞ୍ଚିଲା। ଆସନ୍ତା ୨୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ତେବେ ଆଜି ଶୁଣାଣି ବେଳେ ପ୍ରଧାନବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ସିଭିସି ଦେଇଥିବା ରିପୋର୍ଟ ଲିକ୍ ହେବା ନେଇ ଭୀଷଣ ବିରକ୍ତି ପ୍ରକାଶ କରିଥିଲେ। ରିପୋର୍ଟ କିଭଳି ଲିକ୍ ହେଲା ବୋଲି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଓକିଲ ତଥା ବରିଷ୍ଠ ଆଇନଜୀବୀ ଫଲି ନରିମାନଙ୍କୁ କୋର୍ଟ ପ୍ରଶ୍ନ କରିଥିଲେ। ସିଭିସି ଦେଇଥିବା ଏହି ରିପୋର୍ଟକୁ […]
ନୂଆଦିଲ୍ଲୀ : ଅାଧାର ବାଧ୍ୟତାମୂଳକ ମାମଲାରେ ଅାଜି ଅାସିବ ରାୟ । ସୁପ୍ରିମକୋର୍ଟଙ୍କ ଗଠିତ ସାମ୍ୱିଧାନିକ ଖଣ୍ଡପୀଠ ଏନେଇ ଚୂଡ଼ାନ୍ତ ରାୟ ଶୁଣାଇବେ । ବିିଭିନ୍ନ ସରକାରୀ ଓ ଲୋକାଭିମୁଖୀ ଯୋଜନାରେ ଅାଧାର ବାଧ୍ୟତାମୂଳକକୁ ନେଇ ରାୟ ଶୁଣାଇବେ ଅଦାଲତ । କେନ୍ଦ୍ର ସରକାର ଅାଧାରକୁ ବାଧ୍ୟତାମୂଳକ କରିଥିବାବେଳେ ଏହାକୁ ବିରୋଧ କରି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ବିଭିନ୍ନ ସଂଗଠନ । ଗତ ମାର୍ଚ୍ଚରେ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଅାଧାର ଲିଙ୍କ୍ ସମୟ ସୀମା ବଢ଼ାଇଥିଲେ […]
ଦୁବାଇ: ଚଳିତ ଏସିଆ କପ୍ର ସବୁଠୁ ରୋମାଞ୍ଚଭରା ମ୍ୟାଚ୍ ଗତକାଲି ଦେଖିଛନ୍ତି ଦର୍ଶକ। ଏହି ମ୍ୟାଚ୍ ହୋଇଥିଲା ଭାରତ ଓ ଆଫ୍ଗାନିସ୍ତାନ୍ ମଧ୍ୟରେ। ଏହି ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି। ଆଉ ଏହା ସହିତ ପୁଣି ସମସ୍ତଙ୍କ ହୃଦୟ ଜିତିଛି ଆଫ୍ଗାନିସ୍ତାନ୍।ପ୍ରଥମେ ବ୍ୟାଟିଂ କରି ଆଫ୍ଗାନିସ୍ତାନ୍ ୨୫୨ରନ୍ କରିଥିବା ବେଳେ ଭାରତ ମଧ୍ୟ ୨୫୨ରନ୍ କରିଥିଲା। ଶେଷ ଓଭରରେ ଟିମ୍ ଇଣ୍ଡିଆକୁ ବିଜୟ ପାଇଁ ୭ ରନ୍ ଦରକାର ଥିବାବେଳେ ଦଳ ମାତ୍ର ୬ ରନ୍ କରିବାରେ […]