• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

ac
ବଢ଼ିଲା ଏସି, ଫ୍ରିଜ୍‌, ୱାଶିଂମେସିନ୍‌ ସହ ୧୯ ସାମଗ୍ରୀର ଦାମ୍‌

ନୂଆଦିଲ୍ଲୀ: ପାର୍ବଣ ଋତୁରେ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ କରିଛନ୍ତି କେନ୍ଦ୍ର ସରକାର। ଅନାବଶ୍ୟକ ସାମଗ୍ରୀର ଆମଦାନୀ କମାଇବାକୁ ଗତକାଲି କେନ୍ଦ୍ର ସରକାର ୧୯ଟି ସାମଗ୍ରୀର ସୀମା ଶୁଳ୍କ ବୃଦ୍ଧି କରିଛନ୍ତି। ଏହି ୧୯ଟି ସାମଗ୍ରୀ ମଧ୍ୟରେ ଏସି, ଫ୍ରିଜ୍‌, ୱାଶିଂମେସିନ୍‌ ଓ ବିମାନ ତୈଳ ଇତ୍ୟାଦି ରହିଛି। ଏଗୁଡ଼ିକ ଉପରେ ସୀମା ଶୁଳ୍କ ବୃଦ୍ଧି କରାଯାଇଥିବାରୁ ଏହାର ଦାମ୍‌ ମଧ୍ୟ ମହଙ୍ଗା ହୋଇଛି। ସୂଚନା ଅନୁଯାୟୀ, ଗତକାଲି ମଧ୍ୟରାତ୍ରରୁ ଏହି ନୂଆଦର ଲାଗୁ କରାଯାଇଛି। ଅର୍ଥ […]

drown
ମସଜିଦ୍‌ରେ ବଡ଼ ଧରଣର ବିସ୍ଫୋରଣ, ୨୭ ମୃତ ୫୦ ଆହତ

କାବୁଲ୍: ଆଫଗାନିସ୍ତାନର ସେନା ଶିବିର ଭିତରେ ଥିବା ମସଜିଦ୍‌ରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ମାଣ୍ଡୋଜାଇ ଜିଲ୍ଲା ଖୋସ୍ତରେ ଥିବା ଆଫଗାନ୍‌ ନ୍ୟାସ୍‌ନାଲ୍‌ ଆର୍ମିର ସେକେଣ୍ଡ୍‌ ରେଜିମେଣ୍ଟ୍‌ ଶିବିର ନିକଟ ମସଜିଦ୍‌ରେ ଏହି ବିସ୍ଫୋରଣ ହୋଇଛି। ଆତ୍ମଘାତୀ ଆକ୍ରମଣକାରୀ ମସଜିଦ୍‌ରେ ପଶି ନିଜକୁ ଉଡ଼ାଇ ଦେଇଥିଲା।

sushama
ଭିଏତ୍‌ନାମ୍ ଗସ୍ତ ସାରି ଫେରିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ

ନୂଆଦିଲ୍ଲୀ: ଦୁଇ ଦିନିଆ ଭିଏତ୍‌ନାମ୍ ଗସ୍ତ ସାରି ଫେରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ଗସ୍ତବେଳେ ସୁଷମା ଭିଏତ୍‌ନାମ୍ ପ୍ରତିପକ୍ଷ ସେଲୁମକ୍ସେ କୋମାସିଥ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ପ୍ରତିରକ୍ଷା, ବାଣିଜ୍ୟ, ଶକ୍ତି ଓ କୃଷି କ୍ଷେତ୍ରରେ ସହଯୋଗ ଓ ସମନ୍ୱୟ ନେଇ ଦୁଇ ନେତା ଆଲୋଚନା କରିଥିବା କୁହାଯାଉଛି। ନବମ ଦ୍ୱିପାକ୍ଷିକ ଆଲୋଚନାରେ ଭାଗ ନେଇ ସୁଷମା ଏହିସବୁ କ୍ଷେତ୍ରରେ ପରସ୍ପରର ସହଯୋଗ କାମନା କରିଛନ୍ତି। ଏହାସହ ଭିଏତ୍‌ନାମ୍‌ର ବିକାଶ ଲାଗି ୨୫୦ ମିଲିଅନ୍‌ […]

kamal
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କମଲ ହାସନ

ଚେନ୍ନାଇ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଉଥ ସୁପରଷ୍ଟାର୍ କମଲ ହାସନ ଭେଟିଛନ୍ତି। ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭର ରୋଡ୍ ସୋ ପାଇଁ ଚେନ୍ନାଇରେ ମୁଖ୍ୟମନ୍ତ୍ରୀ ଅଛନ୍ତି। ଏହି ସମୟରେ କମଲ ହାସନ ତାଙ୍କୁ ଭେଟିଛନ୍ତି। ସାକ୍ଷାତ ପରେ ଅଭିନେତାରୁ ନେତା ପାଲଟିଥିବା କମଲ ହାସନ କହିଛନ୍ତି, ରାଜନୀତିରେ ନୂଆ ହୋଇଥିବାରୁ ପରାମର୍ଶ ନେବାକୁ ଆସିଥିଲି। ଏହା ଛଡ଼ା ନବୀନଙ୍କର ଜଣେ ବଡ଼ ଫ୍ୟାନ ବୋଲି ମଧ୍ୟ ସେ ନିଜକୁ କହିଛନ୍ତି। ସୁଶାସନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା […]

supreme court
ସରକାରୀ ଚାକିରିରେ ସଂରକ୍ଷଣ ଭିତ୍ତିରେ ପଦୋନ୍ନତି ମାମଲା

ନୂଆଦିଲ୍ଲୀ : ପଦୋନ୍ନତିରେ ସଂରକ୍ଷଣ ମନା। ସରକାରୀ ଚାକିରିରେ ସଂରକ୍ଷଣ ଭିତ୍ତିରେ ପଦୋନ୍ନତି ମାମଲାର ଶୁଣାଣି କରି ୨୦୦୬ ମସିହାର ନିଜ ରାୟ କାଏମ ରଖିଲେ ସୁପ୍ରିମକୋର୍ଟ। ସଂରକ୍ଷଣ ଭିତ୍ତିରେ ସରକାରୀ ଚାକିରୀରେ ହେଉଥିବା ପଦୋନ୍ନତି ପାଇଁ ସୁପ୍ରିମକୋର୍ଟ ମନା କରିଛନ୍ତି। ଏଥିସହ ଏହି ମାମଲାକୁ ୭ ଜଣିଅା ଖଣ୍ଡପୀଠକୁ ପଠାଇବାକୁ ମଧ୍ୟ ମନା କରିଛନ୍ତି। ସୁପ୍ରମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ୫ ଜଣିଅା ଖଣ୍ଡପୀଠ ଏକମତ ହୋଇ ଏହି ରାୟ ଶୁଣାଇଛନ୍ତି।

a
ଭିଡିଓ ସେୟାର କରି ହେଲଥ୍‌ ଅପଡେଟ୍‌ ଦେଲେ କମେଡିଆନ୍‌ ଭାରତୀ

ମୁମ୍ବାଇ: କିଛି ଦିନ ପୂର୍ବରୁ କମେଡିଆନ୍ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ଡେଙ୍ଗୁ ଜ୍ୱରରେ ପୀଡ଼ିତ ଥିବାରୁ ତାଙ୍କୁ ମୁମ୍ୱାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବା ସମୟରେ ସେ ତାଙ୍କ ଫ୍ୟାନ୍‌ ମାନଙ୍କୁ ଧନ୍ୟବାଦ ଦେଇ ଏକ ଭିଡିଓ ସେୟାର କରିଛନ୍ତି। ସେ ତାଙ୍କ ଫ୍ୟାନ୍‌ମାନଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କରେ ମଧ୍ୟ ଅବଗତ କରାଇଛନ୍ତି। ଭାରତୀ କହିଛନ୍ତି ଯେ, “ଏବେ ମୁଁ ସମ୍ପୂର୍ଣ୍ଣ ଠିକ୍‌ ଅଛି। କ୍ଷମା କରିବେ ମୁଁ ଆପଣଙ୍କ ଫୋନ୍‌କଲ ଏବଂ […]

sc
ଅାଧାରକାର୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ : ଅାଧାରକାର୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଅାଧାର ସାମ୍ବିଧାନିକ ଭାବେ ବୈଧ ବୋଲି ଦର୍ଶାଇଛନ୍ତି ସବୋର୍ଚ୍ଚ ଅଦାଲତ । ସ୍କୁଲ ଅାଡମିଶନ୍, ବ୍ୟାଙ୍କ,  ମୋବାଇଲ୍ ନମ୍ବର ପାଇଁ ଅାଧାର ନମ୍ବର ଅାବଶ୍ୟକତା ନାହିଁ ବୋଲି କହିଛନ୍ତି ସବୋର୍ଚ୍ଚ ଅଦାଲତ । ବାୟୋମେଟ୍ରିକ୍ ଡାଟା କୌଣସି ସଂସ୍ଥାକୁ ପ୍ରଦାନ କରିହେବ ନାହିଁ । ଏନେଇ କୋର୍ଟଙ୍କ ଅନୁମତି ନେବାକୁ ପଡ଼ିବ ବୋଲି କହିଛନ୍ତି ଅଦାଲତ । ଅାଧାରକାର୍ଡ ତଥ୍ୟ ଲିକ୍‌କୁ ନେଇ ପ୍ରଶ୍ନ ଉଠିଥିଲା […]

himanchala
ହିମାଚଳ ପ୍ରଦେଶରେ ଜାରି ରହିଛି ବନ୍ୟାର ତାଣ୍ଡବ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶରେ ଏବେ ବି ଜାରି ରହିଛି ବନ୍ୟାର ତାଣ୍ଡବ । ବିଭିନ୍ନ ଅଞ୍ଚଳରେ ଭୁସ୍ଖଳନ ହୋଇଥିବା ଯୋଗୁଁ ଧନଜୀବନ କ୍ଷୟକ୍ଷତି ହୋଇଛି । ପ୍ରବଳ ବରଫପାତ ଯୋଗୁଁ ଥଣ୍ଡାର ପ୍ରଭାବ ବଢ଼ିଛି । ଫଳରେ ଲାହୁଲା-ସ୍ପିତି ଜିଲ୍ଲାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଗତକାଲିଠୁ ବର୍ଷାର ପରିମାଣ କମିଛି । ବିଭିନ୍ନ ଅଞ୍ଚଳରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି। ମୁଖତଃ ଟ୍ରେକିଂ ପାଇଁ ଅାସିଥିବା ବିଦେଶୀ ପର୍ଯ୍ୟଟକ ବିଭିନ୍ନ ଅଞ୍ଚଳରେ […]